କରାଚୀ,17/12 : ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ମଙ୍ଗଳବାର ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। 2007ରେ ଦେଶରେ ଜରୁରୀକାଳୀନ ପରସ୍ଥିତି ଜାରି କରିବା ସହିତ ସମସ୍ତ ବିଚାରପତିଙ୍କୁ ବନ୍ଦ କରି ରଖିଥିଲେ ମୁଶାରଫ୍ । ପେଶାଓ୍ବାର ହାଇକୋର୍ଟର ମୁଖ୍ୟ ବିଚାରପତି ଓ୍ବାକର ଅହମଦ୍ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ପାକିସ୍ତାନ ସମ୍ବିଧାନର ଧାରା 6 ଅନୁଯାୟୀ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠରୁ ଦୁଇ ଜଣ ମୁଶାରଫଙ୍କ ଫାଶୀକୁ ସମ୍ମତି ପ୍ରଦାନ କରିଥିଲେ । (ଏଜେନ୍ସୀ)
Author: Samikhsya Bureau
(191215) — DAMASCUS, Dec. 15, 2019 (Xinhua) — Syrians celebrate the holiday season in Damascus, capital of Syria, on Dec. 14, 2019. (Photo by Ammar Safarjalani/Xinhua)
(191215) — WEINING, Dec. 15, 2019 (Xinhua) — People walk on a bridge spanning the Niulan River in southwest China on Dec. 11, 2019. Cableway once became the main means of transportation along the Niulan River for villagers of Weining in Guizhou and Huize County in Yunnan Province. Since 2013, the local government has been dedicated in replacing the cableway with bridge along the Niulan River. (Xinhua/Yang Wenbin)
(191216) — YANCHENG, Dec. 16, 2019 (Xinhua) — The train D5672 leaves the Yancheng Railway Station in the city of Yancheng, east China’s Jiangsu Province, Dec. 16, 2019. The Xuzhou-Yancheng rail line and Lianyungang-Huai’an rail line were put into service on Monday, linking major cities in northern Jiangsu with high-speed railway network. (Xinhua/Li Bo)
Hyderabad: Actress Vedhika a interview in Hyderabad. (Photo: IANS)
New Delhi: Actress Kajol Devgn at the second trailer launch and press conference of her upcoming film “Tanhaji: The Unsung Warrior” in New Delhi on Dec 16, 2019. (Photo: Amlan Paliwal/IANS)
ନୂଆଦିଲ୍ଲୀ, 17/12: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ସେନାର ପରାବର୍ତ୍ତୀ ସେନାଧ୍ୟକ୍ଷ ହେବା ନେଇ ସୂଚନା ରହିଛି। ଦେଶର 28ତମ ସ୍ଥଳସେନା ମୁଖ୍ୟ ହେବେ ନରଓ୍ବାଣେ। ଡିସେମ୍ବର 31 ତାରିଖରେ ବର୍ତ୍ତମାନ ସ୍ଥଳସେନା ପ୍ରମୁଖ ରହିଥିବା ବିପିନ୍ ରାଓ୍ବତ୍ ଅବସର ନେବେ। ସମ୍ପ୍ରତି ମନୋଜ ମୁକୁନ୍ଦ ନରଓ୍ବାଣେ ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାଫର ଦାୟିତ୍ଵରେ ରହିଛନ୍ତି। ଅପରେସନ ଓ କମାଣ୍ଡରେ ଦୀର୍ଘ ସମୟର ଅନୁଭବ ରଖିଥିବା ଲେଫ୍ଟନାଣ୍ଟ ଜେନେରାଲ ନରଓ୍ଵାଣେ ସଂପ୍ରତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ପରେ ସବୁଠୁ ବରିଷ୍ଠତମ ଅଧିକାରୀଙ୍କ ମଧ୍ୟରୁ ଜଣେ। ୨୦୧୮ ସେପ୍ଟେମ୍ବରରେ ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ନରଓ୍ଵାଣେଙ୍କୁ ଅପରେସନ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ଵ ଦିଆଯାଇଥିଲା। ମହାରାଷ୍ଟ୍ର ପୁଣେର ନରଓ୍ବାଣେ ଜଣେ ରାଗୀ ତଥା କଠୋର ଅଧିକାରୀ ରୂପେ ଜଣାଶୁଣା। ଲେଫନାଣ୍ଟ ଜେନେରାଲ୍ ରଣବୀର ସିଂହ ସେନା ପ୍ରମୁଖଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ସରକାର…
ନୂଆଦିଲ୍ଲୀ,17/12 : ବିଭିନ୍ନ ଅଶ୍ଲୀଳ ସାଇଟ୍ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍ଲାଇନ୍ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃ୍ଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର 6 ତାରିଖରେ ‘ଜଳ ଜୀବନ-ହରିୟାଲୀ ଯାତ୍ରା’ ସମୟରେ କେନ୍ଦ୍ରକୁ ଚିଠି ଲେଖିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ସହିତ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗ ପୂର୍ବରୁ ଏସବୁ ଦେଖିବାର ଅନୁମତି ପ୍ରଦାନ କରାଯିବା ଉଚିତ୍ ନୁହେଁ ବୋଲି ନୀତିଶ କହିଛନ୍ତି । (ଏଜେନ୍ସୀ)
ବେଜିଂ, 17/12 : ଚୀନ୍ର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 14 ଜଣଙ୍କର ପ୍ରାଣହାନି ଘଟିଛି । ମଙ୍ଗଳବାର ରାତି 1.30 ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା । ଚୀନ୍ର ଗୁଇଝୋଉ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ କୋଇଲାଖଣିରେ 23 ଜଣ ଲୋକ ମହଜୁଦ ଥିଲେ । ଦୁର୍ଘଟଣାସ୍ଥଳରୁ 7 ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । 2 ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ତିନି ଦିନ ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ସମାନ ଖଣି 5 ଜଣଙ୍କର ମୃତ୍ୟୁ ଘଟିଥିଲା ।(ଏଜେନ୍ସୀ)
ନୂଆଦିଲ୍ଲୀ,17/12 : ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟର ଛାତ୍ର ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ 10 ଜଣ ଅଣଛାତ୍ରଙ୍କୁ ଗିରଫ କରାଯାଇଛି । ଏହି ଅଣଛାତ୍ର ମାନେ ଗାଡି ଗୁଡିକରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ମଙ୍ଗଳବାର ଗିରଫ ହୋଇଛନ୍ତି । 10 ଜଣଙ୍କକୁ ଗିରଫ କରାଯାଇଥିବା ବେଳେ ସମସ୍ତଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଏହା ମଧ୍ୟରୁ ତିନି ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି । ବିଶ୍ବବିଦ୍ୟାଳୟ ନିକଟସ୍ଥ ଫ୍ରେଣ୍ଡସ୍ କଲୋନୀ ନିକଟରେ ଚାଲିଥିବା ଆନ୍ଦୋଳନ ନିକଟରେ ଏହି ଘଟଣା ଘଟିଥିଲା । ଏହା ସହିତ ଦିଲ୍ଲୀର ଏକାଧିକ ସ୍ଥାନରେ ପୁଲିସ୍ ପକ୍ଷରୁ ଚଢାଉ ଜାରି କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ,17/12 : ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍ ଏହି ବିଲ୍କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।(ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 17 ଡିସେମ୍ବର: ଆଜି ଅପରାହ୍ନ 5ଟା 45 ମିନିଟରେ ଲୋକସେବା ଭବନରେ ବସିବ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟ କୃଷି ନୀତି 2019କୁ ମଂଜୁରୀ ମିଳିବାର ପ୍ରସ୍ତାବ ରହିଛି। ଏହି ବୈଠକରେ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡିଛି। ମୁଖ୍ୟତଃ ପୌର ନିର୍ବାଚନ ପାଖେଇ ଆସୁଥିବାର ସେ ସଂକ୍ରାନ୍ତ ଉପରେ କିଛି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିବେ। ଏଥିସହିତ ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ, ଲିଙ୍ଗରାଜ ମନ୍ଦିର ପାରିପାଶ୍ବିକ ଉନ୍ନତି ପାଇଁ ଉଚ୍ଛେଦ ପ୍ୟାକେଜ ପ୍ରସଂଗରେ ମଧ୍ୟ କ୍ୟାବିନେଟ ଅନୁମତି ନିଆଯିବ। ଏହି ବୈଠକରେ କୃଷି ବିଭାଗ ସହ ଉଚ୍ଚ ଶିକ୍ଷା ବିଭାଗ, ରାଜସ୍ବ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଶିଳ୍ପ ବିଭାଗ ସଂପର୍କିତ କେତେକ ପ୍ରସ୍ତାବ ଉପରେ ନିଷ୍ପତି ନିଆଯିବ।
ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,17/12 : କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ହୀରା ଦିଶାରୀ ଓ ମଧୁ ମାଝୀ କୌଣସି କାମରେ ନବରଙ୍ଗପୁର ଯାଇଥିଲେ । ଗାଁରେ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ପରଜାନାଗଫେଣୀ ବୋଲି ଜଣାପଡିଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
କେଦାର ମିଶ୍ର ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ…
Mumbai: Actress Diana Penty at the concert of Irish rock band U2 at Navi Mumbai’s DY Patil sports stadium, on Dec 15, 2019. (Photo: IANS)
Mumbai: Actress Riya Sen at the concert of Irish rock band U2 at Navi Mumbai’s DY Patil sports stadium, on Dec 15, 2019. (Photo: IANS)
Chennai: Play was temporarily halted when a playful canine ran out to the middle during the 1st ODI match between India and West Indies at MA Chidambaram Stadium in Chennai on Dec 15, 2019. (Photo: Surjeet Yadav/IANS)
(191216) — TASHKENT, Dec. 16, 2019 (Xinhua) — Photo taken on Dec. 15, 2019 shows a winter view of the mountainous area nearby Tashkent, Uzbekistan. (Photo by Zafar Khalilov/Xinhua)
ସମୀକ୍ଷା ବ୍ୟୁରୋ କଳାହାଣ୍ଡି, 16/14 : ରାଜ୍ୟରେ ଗଣଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ଏପରି ଘଟଣା ଆମ ନଜରକୁ ଆସୁଛି। ଆଜି ରାଜ୍ୟରେ ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏପରି ଏକ ଅଘଟଣ ଘଟିଛି। ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ନାଳ ଭିତରକୁ ଟେକି ନେଇ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଗତ 12 ତାରିଖ ଦିନ ବିବାହିତା ମହିଳା ଟଙ୍କା ଉଠାଇବା ପାଇଁ ଏଟିଏମ୍କୁ ଯାଉଥିବାବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ତିନି ଯୁବକ ତାଙ୍କୁ ଟେକିନେଇ ଏପରି କାମ କରିଥିଲେ ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସଦର ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି। ଆଜିର ଦିନରେ ଠିକ୍…
ସମୀକ୍ଷା ବ୍ୟୁରୋ କଳାହାଣ୍ଡି, 16/12:ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜୁନାଗଡ ବ୍ଲକର ଗୋଲାମୁଣ୍ଡା, ଜୁନାଗଡ ଓ କୁରୁଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗୋଲାମୁଣ୍ଡାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅପଗ୍ରେଡେସନ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ମନ୍ତ୍ରୀ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଜୁନାଗଡ ସହର ମଧ୍ୟରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାକୁ ଶୁଣିବା ପରେ ସମସ୍ତ ଅସୁବିଧାକୁ କମ୍ ସମୟରେ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସାରକା। ସେହିପରି ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରୀମାନଙ୍କୁ କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀ ସହ ଏହି ଗସ୍ତରେ କଳାହାଣ୍ଡି ବିଜୁ…
ଭୁବନେଶ୍ୱର, 16/12: ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନେଇ ହୃଦରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼। ରାଜ୍ୟରେ ହୃଦରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସେହି ଅନୁପାତରେ ଚିକିତ୍ସା ହୋଇପାରୁନାହିଁ। ତେଣୁ ଏହି ଦିଗରେ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ଼ ଆଜି ଖୋଲାଯାଇଛି। ସ୍ୱତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତରର ପି.କେ ଦାସ ହୋଇଛନ୍ତି। ହୃଦରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ୱାର୍ଡ଼ରେ ଦୈନିକ ୧୫ରୁ ୨୦ ହୃଦରୋଗୀଙ୍କ ଅପରେସନ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। (ଏଜେନ୍ସି)

