ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି…
Author: Samikhsya Bureau
ମୁମ୍ବାଇ, 16/12: ବଲିଉଡ୍ରେ ବରିଷ୍ଠ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ମାଇକ୍ରୋବ୍ଲଗିଂ ସାଇଟ୍ ‘ଟୁଇଟର୍’କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଟୁଇଟରରୁ ଦୂରେଇ ଯାଇଥିଲେ। ଯଦି ସେ ନିର୍ଡରରେ କିଛି କହିପାରିବେ ନାହିଁ, ତେବେ ସେ ଆଉ କିଛି କହିବେ ନାହିଁ । କିନ୍ତୁ ଏବେ ଦେଶର ଅବସ୍ଥାକୁ ଦେଖି ପୁଣି ଥରେ ସେ ଟୁଇଟରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନୁରାଗ ଟୁଇଟ୍ କରି କହିଛନ୍ତି ଯେ, ‘ଏବେ ବହୁତ ହୋଇଗଲା…. ଏବେ ଆଉ ଚୁପ୍ ହୋଇ ବସି ପାରିବି ନାହିଁ । ଏ ହେଉଛି ଫାଶୀବାଦ ସରକାର । ମୋତେ ବହୁତ ରାଗ ଲାଗୁଛି…. କାରଣ ଏଠି ଯିଏ ବଦଳାଇପାରିବେ ଅର୍ଥାତ୍ ଯେଉଁ ଲୋକମାନେ ବଦଳାଇ ପାରିବେ, ସେମାନେ ସମସ୍ତେ ଚୁପ୍ ଚାପ୍ ହୋଇ ବସିଛନ୍ତି । (ଏଜେନ୍ସି)
ଥିରୁଅନନ୍ତପୁରମ୍,16/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି)କୁ ବିରୋଧ କରି ଜାତୀୟ ଚଳଚିତ୍ର ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ସୁଦାନୀ ଫ୍ରମ ନାଇଜେରିଆର ସମଗ୍ର ଅଭିନେତା । 66 ତମ ଜାତୀୟ ଚଳଚିତ୍ର ଉତ୍ସବରେ ଶ୍ରେଷ୍ଠ ମାଲାୟଲମ ଫିଲ୍ମ ଘୋଷିତ ହୋଇଥିବା ‘ସୁଦାନୀ ଫ୍ରମ୍ ନାଇଜେରିଆ’ର ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ବିରୋଧରେ ପ୍ରତିବାଦ ସ୍ବରୂପ ପୁରସ୍କାର ପ୍ରଦାନ ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଜାକରିୟା ମହମ୍ମଦ । ଫିଲ୍ମର କୌଣସି କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏହି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।
ଝାଡଖଣ୍ଡ, 16/12: ଝାଡ଼ଖଣ୍ଡର ପାକୁଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏକ ନିର୍ବାଚନ ଜନସଭାକୁ ସମ୍ଭୋଧିତ କରି କହିଛନ୍ତି ଯେ ଚାରି ମାସ ଭିତରେ ନଭଶ୍ଚୁମ୍ବୀ ରାମ ମନ୍ଦିର ଅଯୋଧ୍ୟାରେ ହେବାକୁ ଯାଉଛି। ଅମିତ ଶାହ କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଶୁଣାଇଛନ୍ତି । ଶହ ଶହ ବର୍ଷରୁ ସାରା ବିଶ୍ୱର ଭାରତୀୟଙ୍କ ଦାବି ଥିଲା ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦରକାର । ଏବେ ଭବ୍ୟ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଚି। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, “ବର୍ଷ ବର୍ଷ ଧରି ଯୁବକମାନେ ଲଢେଇ ଲଢିଥିଲେ କିନ୍ତୁ ଯେପର୍ଯ୍ୟନ୍ତ କଂଗ୍ରେସର ଶାସନ ଥିଲା ସେ ପର୍ଯ୍ୟନ୍ତ ଝଡଖଣ୍ଡର ରଚନା ହୋଇ ନଥିଲା। ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିଲା ଏହାପରେ ଝାଡଖଣ୍ଡର ନିର୍ମାଣ କରିଥିଲେ । ଅଟଳ ବିହାରୀ ବାଜପେୟୀ ଝାଡଖଣ୍ଡକୁ…
ନୂଆଦିଲ୍ଲୀ,16/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପକ୍ଷରୁ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍ଗାରଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଶଶୀ ସିଂଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶଶୀଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ ଖଲାସ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆସନ୍ତା ଗୁରୁବାର ଦିନ ସେନ୍ଗାରଙ୍କ ଦଣ୍ଡର ଘୋଷଣା କରାଯିବ । (ଏଜେନ୍ସୀ)
ଲକ୍ଷ୍ନୌ, 16/12: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲ ଆଜମଙ୍କ ବିଧାୟକ ପଦକୁ ଆଲହାବାଦ ହାଇକୋର୍ଟ ରଦ୍ଦ କରିଛନ୍ତି । ଅବଦୁଲ୍ଲା ଆଜମ ୟୁପିର ସ୍ୱାରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2017ରେ ନିର୍ବାଚନ ଲଢ଼ିବା ସମୟରେ ଅବଦୁଲାଙ୍କୁ 25 ବର୍ଷ ହୋଇ ନ ଥିବା ଅଭିଯୋଗ କରି ବିଏସ୍ପି ସଦସ୍ୟ ନଓ୍ବାବ୍ କାଜିମ୍ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଅବଦୁଲା ମିଥ୍ୟ ତଥ୍ୟ ଏବଂ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇ ସେପ୍ଟେମ୍ବର 27ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ଏସ୍.ପି. କେଶରଓ୍ବାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାଜିମ ଅଲୀଙ୍କ ତରଫରୁ ଦାଖଲ ହୋଇଥିବା ଯାଚିକାରେ ଅବଦୁଲ୍ଲା ଆଜମଙ୍କ 10 ଶ୍ରେଣୀର ମାର୍କସିଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଦରେ ରୁଜୁ ଥିବା ଜନ୍ମତିଥିକୁ ଆଧାର କରାଯାଇଥିଲା ।…
ନୂଆଦିଲ୍ଲୀ,16/12: 48 ତମ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ସୁରକ୍ଷା ପାଇଁ 1971 ଯୁଦ୍ଧରେ ବୀରତ୍ବ ଓ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ ବୋଲି ମୋଦି ଟ୍ବିଟ୍ କରିଛନ୍ତି । ସେମାନଙ୍କ ବୀରତ୍ୱ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ବର୍ଗିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । 1971 ମସିହାର ଆଜିର ଦିନରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ଏବଂ ବାଂଲାଦେଶର ସୃଷ୍ଟି ହୋଇଥିଲା ।
କଟକ, ୧୬/୧୨: ଡିସେମ୍ବର ୨୨ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ- ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ନିମନ୍ତେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅଫଲାଇନରେ ଆଜି ଓ ଆସନ୍ତାକାଲି ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ବିକ୍ରି କରାଯିବ । ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏସବୁ ପାଇଁ ୮,୯୪୬ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ରଖାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଟିକେଟ ବିକ୍ରି ଚାଲିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ବାଣପୁର, ୧୬/୧୨: ବାଣପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଞ୍ଜିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କ୍ରୀଡାବିତ୍ ତଥା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମେନ୍ତ ବାଣପୁର ମାଟିର ଗର୍ବ ଓ ଗୌରବ ବର୍ଣ୍ଣନା କରିବା ସହ ଜଣେ ଜଣେ ସଫଳ କ୍ରୀଡ଼ାବିତ ହୋଇ ବାଣପୁର ମାଟି ପାଇଁ ଗର୍ବ ଗୌରବ ବଢାଇବାକୁ ଆହ୍ବାନ ଦେଇଥିଲେ। ଏତଦ୍ବ୍ୟତୀତ ଉତ୍ତମ ଚରିତ୍ର ଗଠନ ସହିତ ଆଇନ୍ ଶୃଙ୍ଖଳା ପ୍ରତି ନିଜ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସଚେତନ ମଧ୍ୟ କରାଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ମା’ ଭଗବତୀଙ୍କ ପୀଠରୁ ମଶାଲ୍ ପ୍ରଜ୍ଜ୍ବଳନ କରି କ୍ରୀଡ଼ାବିତ୍ମାନଙ୍କୁ…
ଭୁବନେଶ୍ବର କଳା ଗ୍ରାମରେ ମାଟିର ବିଭିନ୍ନ ବଡଦିନ ସାମଗ୍ରୀ ନିର୍ମାଣ କୌଶଳ ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀ
ପୁରୀ, 16/12: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ। (ଏଜେନ୍ସି)
ନୂଆଦିଲ୍ଲୀ,16/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ ଭାରତ ସମଗ୍ର ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ ହିଂସା ପ୍ରଦର୍ଶନ କରିଛନ୍ତି । ଏହି ମାମଲାର ତତ୍କାଳ ଶୁଣାଣୀ ପାଇଁ ଆବେଦନ କରିଥିବା ବେଳେ ଛାତ୍ରଛାତ୍ରୀ ହିଂସାରୁ ନିବୃତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିବେଦନ କରାଯାଇଛି । ଆସନ୍ତା 18 ତାରିଖରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି । ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ଉଚିତ୍ ମାତ୍ର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ୍ ବୋଲି ବୋବଡେ କହିଛନ୍ତି । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । (ଏଜେନ୍ସୀ)
ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ 7ଟାରୁ ଆରମ୍ଭ ହୋଇଛି । ସକାଳ 9ଟା ସୁଦ୍ଧା 11.85 ପ୍ରତିଶତ ଭୋଟ ରେକର୍ଡ କରାଯାଇଛି । ଝାଡଖଣ୍ଡ ନିର୍ବାଚନ କମିଶନଙ୍କ ଅନୁଯାୟୀ 14.91 ପ୍ରତିଶତ ଭୋଟ ସହିତ ଟୁଣ୍ଡିରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଗିରିଧରେ ସର୍ବନିମ୍ନ 6.6 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଥିବା ବେଳେ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।(ଏଜେନ୍ସୀ)
ଗଜପତି, 16/12 : ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ ବସ୍ ଏବଂବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ବାଇକକୁ ଧକ୍କାଦେବା ପରେ ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକ୍ନିକ ପାଇଁ ଆସିଥିବା 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ଘଷିଆମ୍ବ ଗ୍ରାମର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପିକନିକ୍ ନିମନ୍ତେ ଖସଡା ଆସିଥିବା ବେଳେ ଫେରୁଥିବା ସମୟରେ ତପ୍ତ ପାଣି ଘାଟିରେ ବାଇକକୁ ଧକ୍କା ଦେଇ ଓଲଟି ପଡିଥିଲା ମିନିବସ୍ ।
ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,16/12: ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ସୁରେନ୍ଦ୍ର ମାଝୀ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୋବାଇଲ ଚାର୍ଜରେ ବସାଉଥିବା ସମୟରେ ସୁରେନ୍ଦ୍ର ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
ସମୀକ୍ଷା ବ୍ୟୁରୋ, ଗଞ୍ଜାମ,16/12 : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 30 ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି । ସୋବବାର ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା । ପରେ ନିଆଁ ବ୍ୟାପିଯାଇ 30ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।
ନୂଆଦିଲ୍ଲୀ,16/12: ନୂଆଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 1 କୋଟିର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଶନିବାର ଦିନ ସିଆଇଏସି୍ଏଫ୍ ସୁରକ୍ଷା ବଳ 1.2 କୋଟିର ବିଦେଶୀ ମୁଦ୍ରା ସହିତ ଜଣେ ଯୁବକଙ୍କୁ ଗିରଫ କରିଛି । ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର 3 ନମ୍ବର ଟର୍ମିନାଲରେ ଅନୀଲ କୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ବ୍ୟାଙ୍କକକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଯାଉଥିବା ଅନୀଲଙ୍କ ନିକଟରୁ 80450 ୟୁରୋ ଏବଂ 33150 ପାଉଣ୍ଡର ବିଦେଶୀ ମୁଦ୍ରା ଜବତ କରାଯାଇଛି । (ଏଜେନ୍ସୀ)
ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । 15ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 23 ଜଣ ମହିଳା ରହିଛନ୍ତି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ବୋକାରୋ ବିଧାନସଭା ଆସନରେ ସର୍ବାଧିକ 25 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିର୍ସା ଆସନରେ ସର୍ବନିମ୍ନ 8 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । 15ଟି ଆସନ ମଧ୍ୟରୁ 12ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦେଓଘର, ଗିରିଧ୍ ,ବୋକାରୋ ଏବଂ ଧାନବାଦ ଆସନ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । (ଏଜେନ୍ସୀ)
କେଦାର ମିଶ୍ର ଆଜି ଏ ଲେଖା ପ୍ରସ୍ତୁତ ହେଲା ବେଳକୁ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଜୁଲମ ଚାଲିଛି। ମୋଦୀ ସରକାର ଦ୍ଵାରା ସଂଶୋଧିତ ନାଗରିକତା ଆଇନ ଲାଗୁ ହେବାର ପ୍ରତିବାଦରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହି କଳଙ୍କିତ ଆଇନ ବିରୋଧରେ ପ୍ରତିବାଦର ସ୍ଵର ଉଠୁଛି। ସାଢେ ପାଞ୍ଚ ବର୍ଷର ଶାସନରେ ନରେନ୍ଦ୍ର ମୋଦୀ ନିଜର କୌଣସି ପଦକ୍ଷେପ ବିରୋଧରେ ଏତେ ବ୍ୟାପକ ପ୍ରତିରୋଧର ସାମ୍ନା କରି ନଥିଲେ। ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପକୁ ଜାତୀୟତା ଓ ଦେଶପ୍ରେମର ପୋଷାକ ପିନ୍ଧାଇ ଆଜି ପର୍ଯ୍ୟନ୍ତ ସୁବିଧାରେ ରହି ଆସିଥିବା ଏ ସରକାର ପ୍ରଥମ ଥର ଲାଗି ଏତେ ବଡ ଜନ ଆକ୍ରୋଶ ଆଗରେ ଅସହାୟ ହୋଇ ଛିଡା ହୋଇଛି। ତେବେ ନିଜର ଚିରାଚରିତ ଢଙ୍ଗରେ ଜନ ଆକ୍ରୋଶ ଓ ଜନ ପ୍ରତିବାଦକୁ “ଦେଶଦ୍ରୋହ” ବୋଲି କହି ଖସିଯିବାର ଉଦ୍ୟମ ବିଜେପି ଏବେ ଆରମ୍ଭ…
Dumka: Prime Minister Narendra Modi addresses a public meeting in Dumka, Jharkhand on Dec 15, 2019. (Photo: IANS)
New Delhi: Actress Jacqueline Fernandez during the launch of Porsche’s Cayenne Coupe in New Delhi on Dec 15, 2019. (Photo: Amlan Paliwal/IANS)

