Author: Samikhsya Bureau

କଟକ ଜିଲ୍ଲା ସାଲେପୁର ଥାନା ବେତେଇ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଶାଶୁ ସୀତା ମଲ୍ଲିକ, ବୋହୁ ନନ୍ଦିତା ମଲ୍ଲିକ ଓ ପୁଷ୍ପଲତା ମଲ୍ଲିକ । ବର୍ଷା ହେଉଥିବାରୁ ସାଲେପୁର ଥାନା ବେତେଇ ଗାଁର ବଡ଼ ବୋହୁ ନନ୍ଦିତା ମଲ୍ଲିକ ଘର ଭିତରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ସୀତା ଧାଇଁ ଆସିଥିଲେ । ମାତ୍ର ସେ ମଧ୍ୟ ବିଦ୍ୟୁତ ଆଘାତରେ ସେଠାରେ ପଡ଼ିଯାଇଥିଲେ । ଏହା ପରେ ସାନ ବୋହୁ ପୁଷ୍ପଲତା ଉକ୍ତ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଆସିବାବେଳେ ସମାନ ଘଟଣା ଘଟିଛି । ଫଳରେ ଅକାଳରେ ଶାଶୁ ଓ ଦୁଇ ବୋହୁ ମୃତ୍ୟୁବରଣ…

Read More

ବିଶ୍ବର ଏକ ନମ୍ବର ଧନୀ ତାଲିକାରୁ ବାଦ ପଡିଛନ୍ତି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । ଆମେରିକୀୟ ବଜାରରେ ଟ୍ରେଟିଙ୍ଗରେ 9 ପ୍ରତିଶତ ଅଂଶଧନ ହରାଇବା ପରେ ବେଜୋସ୍‌ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ 103.9 ବିଲିୟନ୍‌ ଡଲାରକୁ ହ୍ରାସ ପାଇଥିଲା । ଏହା ସହିତ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗେଟ୍ସଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 105.7 ବିଲିୟନ୍‌ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, 2018ରେ 160 ବିଲିୟନ୍‌ ଡଲାରର ବାର୍ଷିକ ଆୟ ସହିତ ପ୍ରଥମ ଥର ପାଇଁ ଗେଟ୍ସଙ୍କୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ । ଦୀର୍ଘ 24 ବର୍ଷ ପରେ ଧନୀ ତାଲିକାରେ ପ୍ରଥମ ସ୍ଥାନରୁ ବାହାରିଥିବା ଗେଟ୍‌ସ ଶୁକ୍ରବାର ପୁନର୍ବାର ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ମାଇକ୍ରୋସଫ୍ଟ 16 ବିଲିୟନ୍‌ ଡଲାର ହାସଲ କରିଥିବା ବେଳେ ନିଜର ଛାଡପତ୍ର କାରଣରୁ ବେଜୋସ୍‌ 38 ବିଲିୟନ୍‌ ଡଲାର ହରାଇଥିଲେ ।

Read More

ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏହା ସହିତ ତାଙ୍କୁ ପୁନଃଅବସ୍ଥାପିତ କରାଯାଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର କନ୍‌ସଲ୍‌ଟାଣ୍ଟ୍‌ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ପଙ୍କଜ କୁମାର ପଟେଲଙ୍କୁ ରାଜ୍ୟ ସରକାର କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ୱନ କରିଥିଲେ। ୫ଟି ସଚିବଙ୍କ ଗସ୍ତ ସମୟରେ ଡାକ୍ତରଖାନାର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସେ ଭାରପ୍ରାପ୍ତ ସିଡିଏମ୍‌ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଥିଲା। ସରକାରଙ୍କ ଏହି ପଦକ୍ଷେପକୁ ଡାକ୍ତର ସଂଘ ‘ଓମ୍‌ସା’ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ବିଜେପି ପକ୍ଷରୁ ଏନେଇ ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

Read More

ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଜଳକା ନଦୀ ଓ ଦକ୍ଷିଣରେ ପ୍ରବାହିତ ବଂଶଧାରା ନବୀର ଜଳସ୍ତର ବିପଦ ସଙ୍କେତ ଟପିଛି । ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।  ସୂଚନାନୁସାରେ, ସାରା ରାଜ୍ୟରେ ୨ଦିନ ହେବ ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲା ମଥାନୀ ନିକଟରେ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ଗତ ୨ଦିନର ଲଗାଣ ବର୍ଷା ଯୋଗୁଁ ଆଜି ଜଳ ପତ୍ତନ ୬.୦୦ ମିଟର ଉପରେ ରହିଛି । ଫଳରେ ଜଳକା ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକ୍‌ରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରିି…

Read More

କର୍ତ୍ତାରପୁର କରିଡରରେ ପର୍ଯ୍ୟଟକଙ୍କ ନେବା ଆଣିବା ସାମଗ୍ରୀ ଉପରେ କଟକଣାକୁ ନେଇ ଗୁରୁବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ କର୍ତ୍ତାରପୁରର ଗୁରୁଦ୍ବାରା ଦର୍‌ବାର ସାହିବ ଭ୍ରମଣ କରୁଥିବା ଶ୍ରଦ୍ଧାଳୁଙ୍କୁ ନିଜର କ୍ରିପାଣ (ଶିଖ୍‌ ମାନଙ୍କ ବ୍ୟବହୃତ ଛୁରୀ) ସାଥିରେ ନେବାର ଅନୁମତି ପ୍ରଦାନ କରାଯାଇଛି । ମାତ୍ର କୌଣସି ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ବ୍ରଡବ୍ୟାଣ୍ଡ ଏବଂ ଓ୍ବାଇଫାଇ ଡିଭାଇସ୍‌ ସାଙ୍ଗରେ ନେବା ଉପରେ କଟକଣା ଜାରି କରାଯାଇଛି । 5 ହଜାର ପର୍ଯ୍ୟଟକଙ୍କୁ ଯାତ୍ରାର ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ନିକଟରୁ 20 ଡଲାର ଆଦାୟ କରାଯିବ । ସେହିପରି ପ୍ରତ୍ୟେକ ଶ୍ରଦ୍ଧାଳୁ ସର୍ବାଧିକ 11 ହଜାର ଟଙ୍କା ସାଙ୍ଗରେ ନେଇପାରିବେ ଏବଂ ବ୍ୟାଗ୍‌ର ଓଜନ ସର୍ବାଧିକ ସାତ କିଗ୍ରା ରହିବ । 13 ବର୍ଷରୁ କମ୍‌ ଶିଶୁ ଏବଂ ବୃଦ୍ଧ ମାନଙ୍କୁ ଦଳ ସହିତ ଯାତ୍ରା କରିବା ପାଇଁ…

Read More

ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନ୍‌କୁ ବିରୋଧ କରି ଲାଲବାହିନୀ ପକ୍ଷରୁ 24 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି । ଏହା ଦ୍ବାରା ଏହି ଅଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହିତ ମାଓ ପୋଷ୍ଟର ଜାରି କରାଯାଇଛି । କନ୍ଧମାଳ ବାଲିଗୁଡ଼ାର ସିର୍ତିଗୁଡ଼ାଠାରେ ଗଛ ପକାଇ 59 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦାରିଙ୍ଗବାଡ଼ି ଓ ବାଲିଗୁଡ଼ା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି ।

Read More

ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲାରେ ସେଓ ଆଣିବାକୁ ଯାଇଥିବା 2 ଜଣ ଟ୍ରକ ଚାଳକଙ୍କୁ ଆତଙ୍କବାଦୀମାନେ ଗୁରୁବାର ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ କଶ୍ମୀରରେ ବିଗତ 10 ଦିନ ମଧ୍ୟ ଟ୍ରକ ଚାଳକମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ଏହା ହେଉଛି ତୃତୀୟ ଘଟଣା । ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଟ୍ରକ ଚାଳକମାନେ ବିନା କୌଣସି ସୁରକ୍ଷାରେ ଘାଟୀକୁ ଯାଇଥିଲେ । ଟ୍ରକ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତ ଟ୍ରକ ଚାଳକଙ୍କୁ ଉଦ୍ଧାର କରାଯାଇ ଶ୍ରୀନଗରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାର 46ଟି ବ୍ଲକରେ 100ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ 249.5 ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ 5ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ, 10ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ 5ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Read More

କେଦାର ମିଶ୍ର ଗତକାଲି ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ, କିଏ ଜିତିଲା ବା ହାରିଲା, ସେ କଥା ସ୍ପଷ୍ଟ ହୋଇଯାଇଛି। ଏ ଦୁଇ ରାଜ୍ୟରେ ବିଜେପିର ଶାସନ ରହିଥିଲା, ତେଣୁ ସ୍ଵାଭାବିକ ଭାବରେ ବିଜେପି ର ପ୍ରଦର୍ଶନକୁ ନେଇ ସେଠି ଉତ୍କଣ୍ଠା ରହିଥିଲା। ତେବେ ରାଜନୈତିକ ଦଳଙ୍କ ହାର ଜିତ ଅପେକ୍ଷା ଏ ନିର୍ବାଚନରେ ସବୁଠୁ ଭୟଙ୍କର ପରାଜୟ ବରଣ କରିଛି ଆମଦେଶର ଟେଲିଭିଜନ ଗଣମାଧ୍ୟମ। ପ୍ରାୟ ନବେ ଭାଗ ଗଣମାଧ୍ୟମ ଏହି ଦୁଇଟି ରାଜ୍ୟର ନିର୍ବାଚନ ବିଜେପି ସପକ୍ଷରେ ଏକପାଖିଆ ହାୱାର ନିର୍ବାଚନ ବୋଲି କହି ଆସୁଥିଲେ। ଜନମତ ସର୍ଭେ ଗୁଡିକରେ ବିଜେପି ନବେ ଭାଗରୁ ଅଧିକ ଆସନରେ ଜିତିବ ବୋଲି କୁହାଯାଉଥିଲା। ଗତ ୨୧ ତାରିଖ ଦିନ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିବା ପରେ ପରେ ଆମର ଟିଭି ଚାନେଲ ଗୁଡିକ ତାଙ୍କର ବୁଥ ବାହୁଡା…

Read More

ଗୋରଖପୁରରେ ଥିବା ଚଉରୀଚଉରା ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେହି ଥାନାର ହେଡ କନେଷ୍ଠବଳ ତାଙ୍କ ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ଚଉରୀଚଉରା ଥାନାକୁ ଅଳ୍ପଦିନ ତଳେ ହେଡ କନେଷ୍ଠବଳ ଭାବେ ଅରବିନ୍ଦ ଯାଦବ ଯୋଗ ଦେଇଥିଲେ। ତାଙ୍କୁ ଦେଖା କରିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର 18 ବର୍ଷ ବୟସ୍କ ବିକାଶ ଯାଦବ ଥାନାକୁ ଆସିଥିଲେ। ଥାନା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା। କଥା ବହୁ ଉଚ୍ଚକୁ ଚାଲିଯିବାରୁ ହେଡ କନେଷ୍ଠବଳ ଯାଦବ ନିଜକୁ ସମ୍ଭାଳି ପାରି ନ ଥିଲେ। ଫଳରେ ତାଙ୍କ ସର୍ଭିସ ପିସ୍ତଲରୁ ଥାନା ଭିତରେ ପୁଅକୁ ଗୁଳି କରି ହତ୍ୟା କରିଥିଲେ। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ସାଥୀ ପୋଲିସ ତାଙ୍କୁ କାବୁ କରିଥିଲେ। ଘଟଣା ସଂପର୍କରେ ଖବର…

Read More

ସମୀକ୍ଷା ବ୍ୟୁରୋ • ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଋଣ ଚୁକ୍ତି • ୧୫ଟି ଜିଲ୍ଲାର୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ହେବେ ଲାଭାନ୍ୱିତ • ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ ଆଜି ଭାରତ ସରକାର, ଓଡ଼ିଶା ସରକାରଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅଧିକ ମରୁଡ଼ି ପ୍ରବଣ ତଥା ବର୍ଷା ଜଳ ଉପରେ ନିର୍ଭରଶୀଳ ଗ୍ରାମାଂଚଳରେ ‘ଜଳବାୟୁ ଅନୁକୂଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’କାର୍ଯ୍ୟକାରୀ କରାଯିବ।ଏହାଦ୍ୱାରା ରାଜ୍ୟର ୧୫ଟି ଜିଲ୍ଲାର ପାଖାପାଖି ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ପରିବାର ଲାଭାନ୍ୱିତ ହୋଇ ପାରିବେ ଏବଂ ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କୃଷି କାର୍ଯ୍ୟ ହୋଇପାରିବ।ଏହି ପ୍ରକଳ୍ପ ଜରିଆରେ କ୍ଷୁଦ୍ର ଚାଷୀଙ୍କୁ ପାଣିପାଗକୁ…

Read More

ସମୀକ୍ଷା ବ୍ୟୁରୋ ରାଜଧାନୀରେ ପ୍ରବଳ ବର୍ଷା ସତ୍ବେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ହଲରେ ଏହି ନିଆଁ ଲାଗିଛି। ଆଜି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକ ବସିଥିଲା। ବୈଠକ ପରେ ପରେ ସେହି ହଲରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଲିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ନିଆଁ ଲିଭାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ନିଆଁର ମାତ୍ର ଏତେ ବଢିଗଲା ଯେ ତାହା ଅଣଆୟତ୍ତ ହୋଇପଡିଲା। ଏଥି ମଧ୍ୟରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ଅସମ୍ଭବ ହୋଇପଡିଲା। ଫଳରେ ଆଉ ଏକ ଦମକଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ତେବେ ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିସହିତ କେତେ କ୍ଷୟକ୍ଷତି ହେବ ତାହା ମଧ୍ୟ ଜଣାପଡି ନାହିଁ। ହେଲେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ…

Read More

ବାଣପୁର ବ୍ଲକ ଵାଲେଡିହ ଗ୍ରାମର ତିନିଜଣ ଯୁବକ ବନ୍ୟା ପାଣିରେ ଭାସିଯିବାର ଖବର ମିଳିଛି।  ଏହି ଦୁର୍ଘଟଣା ଵାଲେଡିହ ଗାଁ ନିକଟରେ ଥିବା କେନ୍ଦ୍ରୀୟ ଜେଲ ପୂର୍ବ ବ୍ରିଜରେ ଘଟିଛି।  ଏହି ତିନିଜଣ ଯୁବକ  ବାଇକରେ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।  ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ତିନି ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ।  କିନ୍ତୁ ବାଇକର କୌଣସି ପତ୍ତା ମିଳିନି।

Read More

ପଞ୍ଜାବ ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ କଂଗ୍ରେସ ବାଜିମାତ କରିଛି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ଆସନ ଜିତିଥିବାବେଳେ ବିଜେପି ଗୋଟିଏ ବି ଆସନ ଜିତିପାରିନାହିଁ । କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲଙ୍କ ଗଡ଼ କୁହାଯାଉଥିବା ଜଲାଲବାଦରରେ କଂଗ୍ରେସ ବାଜିମାତ୍‌ କରିଛି ।

Read More

ସମୀକ୍ଷା ବ୍ୟୁରୋ  ଆଜି ବାଣପୁର ନେହେରୁ ସେବା ସଂଘ ଅନାଥ ଆଶ୍ରମ ପରିଦର୍ଶନ କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ସବୁ ମନ୍ତ୍ରୀଙ୍କୁ ପ୍ରତ୍ୟେକ ଜିଲ୍ଲା ସ୍କୁଲ ଓ ଅନାଥାଶ୍ରମର ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ଅଚାନକ ଏପରି ଗସ୍ତ କରି ଉକ୍ତ ଅନୁଷ୍ଠାନର ଆବଶ୍ୟକତା ଓ ପରିଚାଳନା  ତ୍ରୁଟି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ରମରେ ଆଜି ସଂସ୍କୃତି ମନ୍ତ୍ରୀ ବାଣପୁର ନେହେରୁ ସେବା ସଂଘ ପରିଦର୍ଶନ କରିବା ସହିତ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ଏହି ଅବସରରେ ଅନାଥ ଆଶ୍ରମର ପିଲାମାନଙ୍କ ସହିତ ଭୋଜନ ମଧ୍ୟ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ବାଣପୁରସ୍ଥିତ…

Read More

ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେବେ ବଲିଉଡ୍‌ ଅଭିନେତା ନଓ୍ବାଜ୍‌ ସିଦ୍ଧିକି । ଅଭିନୟରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜ୍‌ । ସବୁ ପ୍ରକାର ଚରିତ୍ରକୁ ବେଶ୍‌ ନିଖୁଣତାର ସହ ଫୁଟାଇଥା’ନ୍ତି ନଓ୍ବାଜ୍‌ । ସକାରାତ୍ମକ ହେଉ ଅବା ନକାରାତ୍ମକ ଅବା ପୁଣି ସେ କମେଡ଼ି ଚରିତ୍ର ହେଉ । ସବୁ ଚରିତ୍ରରେ ସେ ଫୁଟି ଉଠନ୍ତି । ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସମ୍ମାନିତ କରାଯିବ। ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ୱେଲ୍ସରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ସିନେମା ଜଗତକୁ  ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ’ଗୋଲ୍ଡେନ୍‌ ଡ୍ରାଗନ୍‌’ ସମ୍ମାନରେ ସମ୍ମାନିତ କରାଯିବ ।  ‘କାହାନୀ’, ‘ପାନ୍ ସିଂହ ତୋମାର୍‌’, ‘ଗ୍ୟାଙ୍ଗ୍ସ ଅଫ୍ ଓ୍ବେସେପୁର’, ‘ବଦଲାପୁର’, ‘ମାଂଝି- ଦ ମାଉଣ୍ଟେନ୍ ମ୍ୟାନ୍’, ‘କିକ୍‌’, ‘ବଜରଙ୍ଗୀ ଭାଇଜାନ୍’…

Read More

ସମୀକ୍ଷା ବ୍ୟୁରୋ ରାୟଗଡା-ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ବ୍ଲକ ପୁଟାସିଂ ଗ୍ରାମପଞ୍ଚାୟତ ର ରେଜିଙ୍ଗତାଲ ଗ୍ରାମ ର ମୁଖ୍ୟ ରାସ୍ତା ଉପରକୁ ଏକ ବଡ଼ ପଥର ଖସିପଡିଛି। ଫଳରେ ସେହି ରାସ୍ତା ବର୍ତ୍ତମାନ ସଂପର୍ଣ୍ଣ ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ରାସ୍ତା କଡରେ ଥିବା ପଥର ତଳୁ ମାଟି ଖସିବାରେ ଲାଗିଥିଲା। ଧିରେ ଧିରେ ଏତ ବଡ ପଥରକୁ ମାଟି ଧରି ରଖିବାରେ ସମର୍ଥ ହୋଇ ନ ଥିଲା। ଫଳରେ ହଠାତ ଏହି ପଥର ଏକ ବିରାଟ ଶଦ୍ଦ କରି ରାସ୍ତା ଉପରକୁ ଖସିପଡିଥିଲା। ଭାଗ୍ୟ ଭଲ ସେତେବେଳେ ବର୍ଷା ଯୋଗୁଁ କୌଣସି ଲୋକ ଯାତାୟତ କରୁ ନ ଥିଲେ। ଯାହା ଫଳରେ ଏକ ବଡ ବିପଦରୁ ରକ୍ଷା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ଗୁଣପୁର ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ପଥରକୁ ରାସ୍ତାରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ…

Read More