ଭୁବନେଶ୍ବର: ଭାରତ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି 2007 ମସିହା ବ୍ୟାଚର। ରାଜ୍ୟ ସରକାର ଏମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି ବଦଳାଇବା ପାଇଁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ବଦଳାଇ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ ଲୋକସଭାର ପୂର୍ବତନ ସାଂସଦ ପ୍ରଭାସ ସିଂ। ସେ ଆଜି ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବରଗଡ ଲୋକସଭା ଆସନରୁ ସେ 2014 ମସିହାରେ ବିଜେଡିରେ ସାଂସଦ ଥିଲେ। ହେଲେ ତାଙ୍କୁ 2019ରେ ବିଜେଟି ଟିକେଟ ଦେଇ ନ ଥିଲେ ମଧ୍ୟ ଦଳରେ ରହିଥିଲେ। ଏଥର ପ୍ରଭାସଙ୍କ ବଦଳରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଛି। ଏହାକୁ ନେଇ ପ୍ରଭାସ ଅସନ୍ତୁଷ୍ଠ ଅଛନ୍ତି। ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ, ମୁଁ ଦଳ ପାଇଁ ବହୁତ ସେବା କରିଛି। ହେଲେ ବିଜେଡି ଯେଉଁ ନୀତି ଆଦର୍ଶରେ ଗଠନ କରାଯାଇଥିଲା ସେଥିରୁ ସେ ବିଚ୍ୟୁତ ହୋଇଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପ୍ରଦାନ କରିଛି। ତେବେ ପ୍ରଭାସ କେଉଁ ଦଳକୁ ଯିବେ ସେ ନେଇ କୌଣସି…
ନୂଆଦିଲ୍ଲୀ: ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ସପ୍ତଦଶ ଲୋକସଭାରେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ ଓ ଗାୟକଙ୍କ ଭଳି ସେଲିବ୍ରିଟି ସାଂସଦମାନଙ୍କ ଉପସ୍ଥିତି କମ୍ ଥିଲେ ହେଁ ବିତର୍କରେ ଭାଗ ନେବା ବହୁତ କମ୍ ରହିଥିଲେ ହେଁ ଓଡ଼ିଆ ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି ଏଥିରେ ଆଗରେ ଅଛନ୍ତି। ଏହି ବିଶ୍ଳେଷଣ ପାଇଁ ୧୯ ଜଣ ସାଂସଦଙ୍କୁ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ତାଲିକାଭୁକ୍ତ କରିଥିବା ବୃତ୍ତି ଆଧାରରେ ବିଚାର କରାଯାଇଛି। ଏହି ବୃତ୍ତିଗୁଡ଼ିକ ମଧ୍ୟରେ ଅଭିନେତା/ଅଭିନେତ୍ରୀ, ଗାୟକ-ଅଭିନେତା, କଳାକାର, କ୍ରୀଡ଼ାବିତ୍, ନିର୍ଦ୍ଦେଶକ, ଲୋକଗାୟକ ଏବଂ ଏହି ବୃତ୍ତିର ଅନ୍ୟାନ୍ୟ ଭିନ୍ନତା ଅନ୍ତର୍ଭୁକ୍ତ। ବିଦାୟୀ ଲୋକସଭାରେ ଅଧିକାଂଶ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ବିଜେପିର ୧୦ଜଣ ହୋଇଥିବାବେଳେ ୫ ଜଣ ସାଂସଦ ଟିଏମସିର ଓ ବିଜେଡିର ଜରେ ରହିଛନ୍ତି। ପିଆରଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଏହି ଲୋକସଭାରେ ମୋଟ ୨୭୪ଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା କି ପୂରା…
ଭୁବନେଶ୍ବର: ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା 39 ଆସନ ମଧ୍ୟରୁ 20 ରୁ 25 ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି। ତେବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ମଧ୍ୟ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ପରବର୍ତ୍ତି ସମୟରେ ଘୋଷଣା ହେବ ବୋଲି ଜଣାପଡିଛି।
ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା ପ୍ରସନ୍ନ ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଦୁଇଥର ନବୀନ ନିବାସ ଆସି ଦଳିୟ ନେତାଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ରବିବାର ଦିନ ନବୀନ ନିବାସ ଆସି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ଥର ଆସି ଦେଖା ହେବା ପରେ ସ୍ବାଭାବିକ ଭାବେ ଶ୍ରୀ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ ସେ ନେଇ ଆଲୋଚନା ଚାଲିଛି। ତେବେ ରବିବାର ସାକ୍ଷାତରେ ସେ କୁଆଡେ ଖୋର୍ଦ୍ଧା ଆସନରେ ଛିଡା ହେବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ଦଳକୁ ଜଣାଇଛନ୍ତି। କାରଣ ସେ ପୂର୍ବରୁ ଏହି ଖୋର୍ଦ୍ଧା ବିଧାନସଭା ଆସନରୁ ଚାରି ଥର ବିଧାୟକ ହୋଇ ନିର୍ବାଚିତ ହୋଇଛନ୍ତି। ସେ 1980 ରୁ 1998 ପର୍ଯ୍ୟନ୍ତ ଲଗାତର ଖୋର୍ଦ୍ଧା ବିଧାୟକ ଥିଲେ। ତେଣୁ ବିଜେଡି ତାଙ୍କୁ ଖୋର୍ଦ୍ଧାରୁ ପୁଣି ଥରେ ଛିଡା କରୁ ବୋଲି…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖାଦେଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିବାର ଜଣାପଡିଛି। ଏ ନେଇ ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଥିଲା। ଆଜି ଅପରାହ୍ନ 4ଟୀ ବେଳୁ ଆକାଶ ମେଘାଛନ୍ନ ରହି ଅନ୍ଧକାର ଘୋଟିଯାଇଥିଲା। ଏହାପରେ ପ୍ରବଳ ବର୍ଷା ଓ ପବନ ପ୍ରବାହିତ ହୋଇଥିଲା। ଦୀର୍ଘ ଦିନ ଧରି ରାଜ୍ୟରେ ପ୍ରବଳ ଗରମ ଅନୂଭୂତ ପରେ ଏହି ବର୍ଷା ଲୋକଙ୍କୁ ଅଶ୍ବସ୍ଥି ପ୍ରଦାନ କରିଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ମଧ୍ୟ ଜାରୀ ରହିବ।
ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ଦୁଇଟି ଦାୟିତ୍ବ ଦେଇଛନ୍ତି। ସେ ବର୍ତ୍ତମାନ ଦଳର ମୁଖପାତ୍ର ଥିବା ବେଳେ ଆଜି ତାଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ବ ଦେଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଅମିତ ମଲ୍ଲିକଙ୍କୁ ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଭୁବନେଶ୍ବର: ଆଜି ପୁଣି ଥରେ ନବୀନ ନିବାସରେ ପହଁଚିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ ନବୀନ ନିବାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କୁ ଚିଲିକାରୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ବାହାରକୁ ଆସିବା ପରେ ସେ କହିଛନ୍ତି ଯେ, ନବୀନ ନିବାସରେ ଆଲୋଚନା କରିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। ଚିଲିକା ହେଉଛି ମୋର ଗାଁ, ସେଠାରୁ ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ବୋଲି ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହା ପୂର୍ବରୁ ସେ ଆଉଥରେ ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ସାକ୍ଷାତ କରିଥିଲେ।
ଭୁବନେଶ୍ବର: ଆଜି ଶଙ୍ଖ ଫୁଙ୍କିଛନ୍ତି କଂଗ୍ରେସର ପୂର୍ବତନ ନେତା ଗଣେଶ୍ବର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ବାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଗଣେଶ୍ବର ଶଙ୍ଖଭବନକୁ ତାଙ୍କର କର୍ମୀଙ୍କୁ ନେଇ ବିରାଟ ପଟୁଆର କରି ଆସିଥିଲେ। ଏଥିରେ ଗଣେଶ୍ବର ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବଦ କରିଥିଲେ। ତେବେ ଗଣେଶ୍ବର ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଲେଖାଶ୍ରୀ ଯୋଗ ଦେବା ପରେ କହିଛନ୍ତି ଯେ, ମୁଁ ବିଜେପିରେ ଥିବା ବେଳେ ଲୋକସେବା କରିବା ପାଇଁ ଇଚ୍ଛା ଥିଲା। ହେଲେ ସେହି ଦଳରେ ତାହା ସମ୍ଭବ ହେଲା ନାହିଁ। ହେଲେ ବିଜେଡିର ଯେଉଁ ବିକାଶ ପର୍ବ ଚାଲିଛି ସେଥିରେ ମୁଁ ସାମିଲ ହେବାକୁ ନିଷ୍ପତି କରି ଦଳରେ ସାମିଲ ହେଲି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିଷ୍ପତି କଲି। ଆଜି ସକାଳେ ଲେଖାଶ୍ରୀ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ…
ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି ରହିଥିବାରୁ ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ତଥା ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟନ୍ତ ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହେଉଥିବା ଦୀର୍ଘ ସମୟ ଧରି ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି। ଦିନବେଳା ଅଧିକ ତାପମାତ୍ରା ଓ ଗୁଳୁଗୁଳି ହେଉଥିବାରୁ ରାଜନୈତିକ ଦଳ ମାନେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ମାର୍ଗଦର୍ଶିକା ସଠିକ୍ ଭାବେ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଶ୍ରମ…
ଭୁବନେଶ୍ବର: ଆଜି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ସଂଯୋଜକ ନିଯୁକ୍ତି କରିଛି। ସେମାନେ ହେଲେ ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ ଭଦ୍ରକ- ଦେବାଶୀଷ ସାମନ୍ତରାୟ କେନ୍ଦ୍ରାପଡା- ପ୍ରତାପ ଜେନା କଳାହାଣ୍ଡି- ସୁଜିତ କୁମାର ପୁରୀ-ଶୁଭାଶୀଷ ଖୁଣ୍ଟିଆ
ଭୁବନେଶ୍ବର: ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ ଧରି ବିଜେପିରେ ରହି କାର୍ଯ୍ୟକରିଛି। ଦଳର ବିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଛି। ହେଲେ ମୁଁ ଅନୁଭବ କଲି ଯେ ଦଳ ମୋର କୌଣସି ସହଯୋଗର ଆବଶ୍ୟକତା ମନେ କରୁ ନାହିଁ। ଶୀର୍ଷ ନେତୃତ୍ବଙ୍କର ମୁଁ ପ୍ରିୟଭାଜନ ହୋଇପାରିଲି ନାହିଁ। ସେଥିପାଇଁ ମୁଁ ଦଳରୁ ଇସ୍ତଫା ପ୍ରଦାନ କଲି ବୋଲି ସେ ଲେଖିଛନ୍ତି। ଲେଖାଶ୍ରୀ ବିଜେପିର ଜଣେ ଟାଣୁଆ ନେତ୍ରୀ ତଥା ସେ ଉପସଭାପତି ଥିଲେ। ବିଜେପି ପାଇଁ ସେ ବିଜେଡିକୁ କଟୁ ସମାଲୋଚନା କରିଆସୁଥିଲେ।
ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଦେଖାଯିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଚଳିତ ବର୍ଷ ଆମେରିକାରେ ଏହି ସୂର୍ଯ୍ୟପରାଗ ସଂପୂର୍ଣ୍ଣ ରୂପେ ଦେଖାଦେବ। ଯାହା ଫଳରେ କିଛି ସମୟ ପାଇଁ ଆମେରିକା ଅନ୍ଧାର ହୋଇଯିବ। ଆମେରିକାର ଟେକ୍ସାସରେ ପୂର୍ଣ୍ଣ ସୂର୍ଯ୍ୟ ପରାଗର ଛାୟା ଅପରାହ୍ନ ୧:୨୭ ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୩୫ ରେ ଶେଷ ହେବ। ପ୍ରାୟ ୭ ମିନିଟର ସମୟ ଆସିବ ଯେତେବେଳେ ସମଗ୍ର ସହର ଅନ୍ଧକାର ହୋଇଯିବ। ଯଦିଓ ଆସନ୍ତାକାଲି ହେବାକୁ ଥିବା ଏହି ସୂର୍ଯ୍ୟପରାଗ ଅନେକ ଦେଶରେ ଦୃଶ୍ୟମାନ ହେବ, କିନ୍ତୁ ଏହା ଆମେରିକାରେ ଅଧିକ ସ୍ପଷ୍ଟ ଦେଖାଯିବ। ବିଶେଷ କରି ଆମେରିକାର ଉତ୍ତର ଭାଗରେ ଏହି ସମୁଦାୟ ସୂର୍ଯ୍ୟ ପରାଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ଏହା ବ୍ୟତୀତ ପଶ୍ଚିମ ୟୁରୋପ ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ୍, ଆର୍କଟିକ୍ ମେକ୍ସିକୋ, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକାର ଉତ୍ତର ଭାଗ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ…
ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଡାକ୍ତର ପ୍ରଫେସର ଦେବାନନ୍ଦଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟର ବିଶେଷଜ୍ଞ ଭାବେ ଡାକ୍ତର ମହାପାତ୍ର ଦୀର୍ଘ ୨୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ତାଛଡା ସେ ବିଭିନ୍ନ ଡାକ୍ତର ସଂଘ ଓ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ଆଜି ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ରଙ୍କ ଯୋଗଦାନ ଫଳରେ ବିଶେଷକରି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ନିଜ ପ୍ରତିକ୍ରିୟାରେ…
ଭୁବନେଶ୍ବର: ଆଜି ରାଜ୍ୟର ଚାରିଟି ସହରର ତାପମାତ୍ର 43 ଡିଗ୍ରୀ ଟପିଛି। ଆସନ୍ତାକାଲିଠାରୁ ତାପମାତ୍ରରେ ସାମାନ୍ୟ ଅସ୍ବସ୍ଥି ମିଳିଥିଲେ ମଧ୍ୟ ତାତିରୁ ମୁକ୍ତି ମିଳି ନାହିଁ। ଆଜିର ତାପମାତ୍ରା ଅନୁସାରେ ଅନୁଗୁଳ ଓ ଟିଟିଲାଗଡର ତାପମାତ୍ର 43 ଡିଗ୍ରୀ ଟପିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ତାତିରୁ ମିଳିବ ମୁକ୍ତି ବୋଲି କୁହାଯାଇଛି। କାରଣ ଆସନ୍ତାକାଳି କାଳ ବୈଶାଖୀ ଦେଖାଯିବାର ସମ୍ଭାବନା ରହିଛି। ଏହାଦ୍ବାରା ପବନ ପ୍ରବାହିତ ହେବା ସହିତ ବର୍ଷା ମଧ୍ୟ ହେବ ବୋଲି କୁହାଯାଇଛି। ଦୀର୍ଘଦିନର ଗରମ ପରେ ଲୋକଙ୍କୁ ଆସ୍ବସ୍ଥି ମିଲିବ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେ ଖୁବଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି। ରଘୁନାଥ ବାଲେଶ୍ବର ବସ୍ତା ନିର୍ବାଚନ ମଣ୍ଡଳିରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ସେ ଜନତା ଦଳରୁ ଦୁଇଥର ଏବଂ ବିଜେଡିରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ଦଳର ମୁଖ୍ୟ ସଚେତକ ଏବଂ ବହୁ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ସେ ବଧୂ ନିର୍ଯ୍ୟାତନା ଅଭିଯୋଗରେ ଜେଲ ଯିବା ପରେ ତାଙ୍କୁ ବିଜେଡି ବହିସ୍କାର କରିଦେଲା। ଏହାପରେ ସେ ବିଜେପିରେ ସାମିଲ ହୋଇ 2019ରେ ବିଜେପିରୁ ଲଢେଇ କରି ହାରିଯାଇଥିଲେ।
ଭୁବନେଶ୍ବର: ସବୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି। କେଉଁ କାରଣ ପାଇଁ ବିଜେଡି ସେଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ରଘୁ ମହାନ୍ତି କୁଆଡେ ଘର ବାହୁଡା କରିବେ। ଅର୍ଥାତ ସେ ପୁଣି ବିଜେଡି ଫେରିବେ। ଏହାପରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ବିଜେଡିରୁ ଲଗାତର ବାଲେଶ୍ବର ବସ୍ତାରୁ ପାଞ୍ଚଥର ବିଧାୟକ ହୋଇଥିବା ରଘୁ ମହାନ୍ତିଙ୍କ ଦଳରେ ଏକଡା ବଡ ଦବଦବା ରହିଥିଲା। ହେଲେ ପୁଅବୋହୂଙ୍କ ବିବାଦ ପାଇଁ ସେ ଜେଲ ଯିବା ପରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପରେ ସେ ବିଜେପିରେ ସାମିଲ ହୋଇ ଗତଥର ଟିକେଟ ପାଇଥିଲେ ମଧ୍ୟ ହାରିଯାଥିଲେ। ଏଥର ରଘୁ ମହାନ୍ତିଙ୍କୁ…
ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି। ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”
ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେ ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି। ସେଠାରେ ସେ ବିଜେଡି ନେତାଙ୍କ ଗହଣରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏଥିସହିତ ସେ ବିଭିନ୍ନ ଦଳୀୟ ସଭାରେ ଯୋଗଦେଇ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସେ ଏକ ସଭାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ଓଡିଶାକୁ ଏକ ବିନ୍ଦୁ ବୋଲି ଭାବିଛି। ହେଲେ ବିଜେଡି ଓଡିଶାକୁ ଏକ ସିନ୍ଧୁ ବୋଲି ଭାବିଛି। ଏହାପରେ ସେ ବରିଷ୍ଠ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ଆର୍ଶିବାଦ ଭିକ୍ଷା କରିଛନ୍ତି। ପ୍ରଣବ ପ୍ରକାଶ କିଛିଦିନ ତଳେ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ସମ୍ବଲପୁରରେ ପ୍ରଚାର କରିଥିଲେ। ବର୍ତ୍ତମାନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରଚାର ଆରମ୍ଭ କରିଦେଇଛନ୍ତି।
ଭୁବନେଶ୍ବର: ସବୁ କଟକଣାକୁ ବେଖାତିର କରି ଆଜି ପୁଅ ମନ୍ନଥ ରାଉତରାୟଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଆଜି ଭୁବନେଶ୍ବରର ଚନ୍ଦ୍ରଶେଖରପୁରେ ଥିବା ବୁଦ୍ଧ ପାର୍କରେ ବାପପୁଅ ପ୍ରଚାର କରିଛନ୍ତି। ସାଥିରେ ଅଛନ୍ତି ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଏବଂ ମେୟର ସୁଲଚନା ଦାସ। ମନ୍ମଥଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଭୋଟ ଦେବାକୁ ସମସ୍ତେ ନିବେଦନ କରିଛନ୍ତି। ବିଜେଡି ନେତାମାନେ ପାର୍କରେ ମଣ୍ଣିଂ ୱାର୍କ କରୁଥିବା ଲୋକମାନଙ୍କୁ ଭେଟିଛନ୍ତି। ଭୋଟ ଭିକ୍ଷା କରିଛନ୍ତି। ପୁଅକୁ ଭୋଟ ଦିଅ ବୋଲି ସୁର ରାଉତରାୟ କହିଛନ୍ତି। ହେଲେ କେଉଁ ଚିହ୍ନରେ ଭୋଟ ଦେବେ ସେ କଥା ସେ କହି ନାହାଁନ୍ତି। କିଛିଦିନ ତଳେ ମନ୍ମଥ ଫରେଷ୍ଟ ପାର୍କକୁ ମଧ୍ୟ ପ୍ରଚାର ପାଇଁ ଯାଇଥିଲେ, ହେଲେ ସେତେବେଳେ ସାଥିରେ ବାପା ସୁର ରାଉତରାୟ ନ ଥିଲେ। ବର୍ତ୍ତମାନ ପୁଅ ପାଇଁ ସୁର ରାଉତରାୟ ଜୋରଦାର ପ୍ରଚାର…

