https://youtu.be/cKtb_0F76DE The year 2019 has been special for actor Ayushmann Khurrana, who delivered back to back hits like “Article 15″,”Dream Girl” and “Bala”. He says it has been an eye opening year for him. “It has been an eye-opening year for me. This year has bolstered my belief that I should only back content that is extremely fresh, disruptive, unique and experimental because audience expects that from me. Ayushmann said.
Author: Samikhsya Bureau
ନୂଆଦିଲ୍ଲୀ, 14/12 : 2014 ନିର୍ବାଚନରେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ନେତୃତ୍ବରେ ପରିଚାଳିତ ଇଣ୍ଡିଆନ୍ ପଲିଟିକାଲ ଆକ୍ସନ୍ କମିଟି (ଆଇ-ପିଏସି) ସହିତ ଆପ୍ କାମ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ ପରେ ଆଇ ପିଏସି ବିରୋଧୀ ଦଳଙ୍କ ସହିତ ଏକତ୍ର କାମ କରୁଛି । ଆଇ ପିଏସି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ସହିତ ମଧ୍ୟ କାମ କରୁଥିବା ଜଣାପଡିଛି ।(ଏଜେନ୍ସୀ)
https://youtu.be/cvm0oJlAttc Bollywood actor Sharddha Kapoor on Friday took to social media to wish her beloved parents Shakti Kapoor and Shivangi Kolhapure on their 38th wedding anniversary. The 32-year-old old hopped on to Instagram to share a monochrome picture of veteran actor Shakti and mother Shivangi, sister of noted actor Padmini Kolhapure. Sharing the picture, Shraddha captioned,” Happy anniversary mommy and baapu!
(191213) — QUEZON, Dec. 13, 2019 (Xinhua) — Students march with a parade float during the annual Lantern Parade at the University of the Philippines in Quezon City, the Philippines, Dec. 13, 2019. (Xinhua/Rouelle Umali)
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍ ରୋଡ୍ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଔଷଧ ବୋଝେଇ ଟ୍ରକ (ଓଏସଜି-୦୨୪୯) ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି। ଦୁଇ ଆହତ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆହତ ଦୁଇ ଜଣକ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଉକ୍ତ ସ୍ଥାନରେ ବିଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ଗତମାସରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଛକ…
କଲିକତା,14/12: ନାଗରିକତ୍ବ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ କଲିକତାରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆନ୍ଦୋଳନକାରୀ ମାନେ ଆରପିଏଫ୍ ସୁରକ୍ଷାବଳଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଟ୍ରେନ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । (ଏଜେନ୍ସୀ)
ମୁମ୍ବାଇ,14/12 : ଆସନ୍ତା କାଲି ଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ଲାଗିଛି । ଅନ୍ତିମ ଟି20ରେ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଭୁବନେଶ୍ବର ବାଦ ପଡିବାରୁ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ଶନିବାର ଭୁବନେଶ୍ବରଙ୍କ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲଙ୍କୁ ଦଳରେ ସାମିଲ କରାଯାଇଛି । ଭୁବନେଶ୍ବରଙ୍କ ସ୍କାନିଂ କରାଯାଇଥିବା ବେଳେ ଆଘାତ ଗୁରୁତର ନଥିବା ଜଣାପଡିଛି । ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଭୁବନେଶ୍ବର ସୁସ୍ଥ ହୋଇଯିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । (ଏଜେନ୍ସୀ)
ନୂଆଦିଲ୍ଲୀ,14/12 : ଗତ ସପ୍ତାହରେ ଦିଲ୍ଲୀରେ ଘଟିଥିବା ଅଗ୍ନିକାଣ୍ଡରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶନିବାର ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳ 5ଟା ସମୟରେ ମୁଣ୍ଡକା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ କାଠ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗୋଦାମଟିରେ କାଠ ରହିଥିବାରୁ ନିଆଁ ସହଜରେ ବ୍ୟାପି ଯାଇଥିଲା । ଏହି ଘଟଣାପରେ ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ବିଭାଗର 21ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏହି ଘଟଣାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ପ୍ରାଣହାନି ହୋଇନି ।(ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ,ପାରାଦୀପ,14/12 : ପାରାଦୀପ ଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି 3ଟି ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର,14/12 : ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଜମି, ଜଙ୍ଗଲ ଓ ପ୍ରକୃତିକ ସମ୍ପଦ ଉପରେ ମହିଳାଙ୍କର ସମାନ ଅଧିକାରକୁ ନେଇ ୧୦ ଦଫା ସମ୍ବଳିତ ଦାବି ନେଇ ଆଦିବାସୀ ମହିଳା ସଂଗଠନ ପ୍ରତିନିଧିମାନେ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଗୁଜୁରାଟ, ଛତିଶଗଡ ଓ ଓଡିଶାରୁ ମହିଳା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଅକ୍ସଫାମ ଇଣ୍ଡିଆ ଓ ଅନ୍ୟ ସହଯୋଗୀ ଅନୁଷ୍ଠାନ ମାନଙ୍କ ତରଫରୁ ଭୁବନେଶ୍ବର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ ମହିଳା ଓ ବନ ଅଧିକାର କାର୍ଯ୍ୟକ୍ରମରେ ଦେଶର ୮ ଟି ରାଜ୍ୟ ରୁ ଆସିଥିବା ୨୫୦ ରୁ ଅଧିକ ମହିଳା ଏ ବିଷୟରେ ଆଲୋଚନା କରିବା ସହ ସେମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ମହିଳା ମାନଙ୍କର ଯଥେଷ୍ଟ ଯୋଗଦାନ ଥିଲେ ମଧ୍ୟ…
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ…
ସମୀକ୍ଷା ବ୍ୟୁରୋ,ସମ୍ବଲପୁର,14/12 : ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍ ଏବଂ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।
ଯାଜପୁର, ୧୨/୧୩: ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି ଜଣେ ଯୁବକ। ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ନିକଟରେ ଘଟିଯାଇଛି । ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ। ତାଙ୍କୁ ମେଡିକାଲ୍ ନେବା ପାଇଁ ସେହି ରାସ୍ତାରେ ଯାଉଥିବା ଆଉ ଜଣେ ବାଇକ୍ ଆରୋହୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରୁଥିବା ବେଳେ ପିଟିଦେଲା ଏକ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କର ମଧ୍ୟ ମେଡିକାଲ୍ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ଚନ୍ଦ୍ରଶେଖର ଦ୍ବିବେଦୀ ହୋଇଥିବାବେଳେ ସେ ସୁକିନ୍ଦା ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କୁ ସାହାଯ୍ୟ କରିବାକୁ ଯାଇ ମୃତ୍ୟୁର ଶିକାର ହୋଇଥିବା ଯୁବକଙ୍କ ନାମ ଅଜୟ ବେହେରା । (ଏଜେନ୍ସି)
New Delhi: Vice President M. Venkaiah Naidu pays tributes to the martyrs on 18th anniversary of Parliament attack at Parliament House in New Delhi on Dec 13, 2019. Also seen Prime Minister Narendra Modi, Union Home Minister Amit Shah, Union Minister Thawar Chand Gehlot and Congress MP Ghulam Nabi Azad. (Photo: IANS)
Mumbai: The woman who tried to commit suicide by jumping from the fourth floor of Mantralaya, being rescued after her fatal fall was prevented by the protective wire net, in Mumbai on Dec 13, 2019. (Photo: IANS)
Kolkata: Actress Koneenica Banerjee at the inauguration of 21st Bird’s Show organised by Paschimbanga Exotic Bird Lover Organisation (PEBLO) in Kolkata on Dec 13, 2019. (Photo: IANS)
ଭୁବନେଶ୍ବର, ୧୩/୧୨: ଓଡ଼ିଶାରେ ଏନ୍ଆରସି ଲାଗୁ ହେବନି । ନାଗରିକତ୍ବ ସଂଶୋଧନ ବିଲ୍ (ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସମ୍ପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟରେ ମୁସଲମାନ ସମ୍ପଦ୍ରାୟର କୌଣସି ଅସୁବିଧା ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବା ସହିତ ତାଙ୍କ ସହିତ ଛିଡା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସଙ୍ଗଠକର ନେତାମାନେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହୋଇଛି। (ଏଜେନ୍ସି)
ମୁମ୍ବାଇ, ୧୩/୧୨: ରାଗିଣୀ ପୁଣିଥରେ ସମସ୍ତଙ୍କୁ ଡରାଇବାକୁ ତୟାର୍। ବହୁତ ଦିନର ଅପେକ୍ଷା ପରେ ଏହି ଓ୍ବେବସିରିଜ୍ର ନିର୍ମାତା ରାଗିଣୀ ଏମଏମଏସ୍ ରିଟର୍ଣ୍ଣ -୨ର ଟ୍ରେଲର ଲଞ୍ଚ କରିଛନ୍ତି। ଏହି ଟ୍ରେଲରରେ ସସପେନ୍ସ, ଆକ୍ସନ, ଥ୍ରିଲ୍, ବୋଲ୍ଡ ଓ ହରର୍ର ସମସ୍ତ ତଡ୍କା ରହିଛି। ଏହି ଓ୍ବେବସିରିଜଟି ଡିସେମ୍ବର ୧୮ରେ ରିଲିଜ୍ ହେବାକୁ ରହିଛି। ଅଲ୍ଟ ବାଲାଜୀ ଓ ଜୀ୫ରେ ଏହି ସିରିଜଟି ରିଲିଜ୍ ହେବ। ଏହି ସିରିଜରେ ସନି ଲିଓନି, ଦିବ୍ୟା ଅଗ୍ରଓ୍ବାଲ ଓ ବରୁଣ ସୁଦ୍ ରହିଥିବାବେଳେ ଏହାର ଟ୍ରେଲରଟିରେ ସସପେନ୍ସ ସହ ବହୁତ ବୋଲ୍ଡନେସ୍ ରହିଛି। ଏଥିରେ ସନ୍ନିଙ୍କ ଏକ ଡ୍ୟାନ୍ସ ମଧ୍ୟ ରହିଛି। ଏହି ସିରିଜିରେ ବୋଲ୍ଡ ନେସ୍ର ସମସ୍ତ ସୀମା ପାର କରୁଥିବାର ଟ୍ରେଲର୍ରେ ନଜର ଆସିଛି । (ଏଜେନ୍ସି)
Mumbai: Actress Adah Sharma at the red carpet of Critics’ Choice Awards in Mumbai on Dec 11, 2019. (Photo: IANS)
Mumbai: Actress Shama Sikander at the red carpet of Critics’ Choice Awards in Mumbai on Dec 11, 2019. (Photo: IANS)
Mumbai: Actors Angad Bedi, Sapna Pabbi and Vivek Oberoi at the red carpet of Critics’ Choice Awards in Mumbai on Dec 11, 2019. (Photo: IANS)

