Folk artists performing during the inauguration of Kittur Utsav, in Belagavi on Wednesday.
Author: Samikhsya Bureau
Bikers on Jawa bikes participating in 90th Anniversary Ride started from Czech Embassy, in New Delhi on Wednesday. UNI PHOTO-5U
ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀ (୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀ ଏହି ଦିନ ମୃତ୍ୟୁ ବରଣ କରିଥିଲେ। ଅଥଚ ୩୫ ବର୍ଷର ସେ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ। ଓଡିଶାରେ ସାମ୍ୟବାଦୀ ଆଂଦୋଳନର ପ୍ରତିଷ୍ଠାତା, ଓଡିଆ ସାହିତ୍ୟରେ ସାଧାରଣ ମଣିଷର ସ୍ଵରକୁ ଉପସ୍ଥାପିତ କରିଥିବା ସବୁଠୁ ଶାଣିତ ସ୍ଵର ଓ ସ୍ଵାଧୀନତା ଆଂଦୋଳନର ସର୍ବତ୍ୟାଗୀ ସଂଗ୍ରାମୀ ଭାବରେ ତାଙ୍କର ଭୂମିକା ଥିଲା ଅନନ୍ୟ। ଓଡିଶାର ଏକ ପ୍ରତିଷ୍ଠିତ ସାହିତ୍ୟିକ ପରିବାରର ଦାୟାଦ ସେ । ଦୁଇ ବଡ ଭାଇ ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ଓଡିଆ ସାହିତ୍ୟର ଉଜ୍ଜଳ ନକ୍ଷତ୍ର। ହେଲେ ସାହିତ୍ୟିକ ପ୍ରତିଷ୍ଠା ଅପେକ୍ଷା ସାଧାରଣ ମଣିଷ ଲାଗି ସଂଗ୍ରାମ ଭଗବତୀଙ୍କୁ ଘରଛଡା କରିଥିଲା।…
ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ‘ଉଜଡା ଚମନ୍’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍କୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି। ଯେଉଁ ପିଟିସନ୍ରେ ସେ ଲେଖିଛନ୍ତି, ‘ବାଲା’ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି। ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ୪ ନଭେମ୍ୱରରେ ଶୁଣାଣି କରିବେ। ସୂଚନାଯୋଗ୍ୟ, ଫିଲ୍ମ ‘ଉଜଡା ଚମନ୍’ର ନିର୍ମାତା ‘ବାଲା’ ଫିଲ୍ମ ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ ‘ ଓଣ୍ଡୁ ମୋଟ୍ଟେ କାଥେ’ର ରିମେକ୍ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍ ଫିଲ୍ମର କପି ରାଇଟ୍ ରହିଛି। ଏହି ଫିଲ୍ମର ରିଲିଜ୍ ଡେଟ୍ ନଭେମ୍ବର ୮ ତାରିଖ ରହିଥିବାବେଳେ ବାଲାର ରିଲିଜ୍ ନଭେମ୍ବର ୭ ତାରିଖ ରହିଛି ।
ରଙ୍ଗାଚରଣ ପ୍ରଧାନ ଟୁଇଟରରେ ଏହି ହାସ୍ୟୋଦ୍ଦୀପକ କାହାଣୀର ଲୋକପ୍ରୀୟତା ପଛରେ ରହିଛି ଆଉ ଏକ ନିଷ୍ଠୁର ସତ୍ୟ । କିଛି ଦିନ ତଳେ ସୁପ୍ରୀମକୋର୍ଟର ବିଶେଷ ଖଣ୍ଡପୀଠ ଯେତେବେଳେ ଅଯୋଧ୍ୟା ବିବାଦର ଶୁଣାଣି ସମାପ୍ତ କଲେ ସେତେବେଳେ ଦେଶର ସର୍ବାଧିକ ପ୍ରସାରିତ ଖବର ଚାନେଲ “ଆଜତକ୍” ତରଫରୁ ଏକ ପୋଷ୍ଟର ଟୁଇଟ୍ ହୋଇଥିଲା ଯେଉଁଥିରେ ଲେଖା ଯାଇଥିଲା ‘ଜନ୍ମଭୁମି ହମାରେ, ମସଜିଦ ବାଲେ କାହାଁ ସେ ପଧାରେ”। ଆଜତକ୍ ଏ ପ୍ରକାର ପ୍ରଚାର ଆରମ୍ଭ କରି ନିଶ୍ଚୟ ସର୍ବୋଚ୍ଚ ଅଦାଲତ ପୁର୍ବରୁ ସେ ବିଷୟରେ ନିଜର ଫଏସଲା ଶୁଣାଉଛି । ଏହା ମସଜିଦର ସମର୍ଥନକାରୀ ପକ୍ଷକୁ ତାଛଲ୍ୟ କରି ଏକ ହୁଙ୍କାର ଛାଡିଛି ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ମୁସଲମାନ ମଧ୍ୟରେ ସାଂପ୍ରଦାୟିକ ମେରୁକରଣ କରି ହିଂସା ଓ ବିଦ୍ବେଷ ତୀବ୍ର କରିବା । ଏହା ଦ୍ବାରା ମଧ୍ୟ ଆଜତକ୍ ଚାନେଲ ଚାହୁଁଛି ଯେ ସାଂପ୍ରଦାୟିକ ଆଧାରରେ ଟେଲିଭିଜନ ଦର୍ଶକଙ୍କୁ ଦୁଇଭାଗ…
ସମୀକ୍ଷା ବ୍ୟୁରୋ ସଡକ ସୁରକ୍ଷା ତଥା ଯାନ ବାହନ ଚଳାଚଳ ଉପରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ଲାଗୁ କରିଥିବାବେଳେ ଏବେ ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ରାସ୍ତାରେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ବହୁତ ଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶରେ ଏକ ନୂତନ ନିୟମ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହି ନୂତନ ନିୟମ ଅନୁସାରେ ଏବେ ଯାନବାହନଗୁଡ଼ିକର ନମ୍ବର ପ୍ଲେଟରେ ରେଟ୍ରୋ ଟେପ୍ ଲଗାଇବାକୁ ବାଧ୍ୟତାମୂଳକ କରାଯିବ । ନିୟମ ଅନୁସାରେ ଯଦି କୌଣସି ଗାଡ଼ି ନମ୍ବର ପ୍ଲେଟର ଏହି ପ୍ରକାରର ଟେପ୍ ଲଗାଇବା ନାହିଁ ତେବେ ଉକ୍ତ ଗାଡ଼ିଠାରୁ ଜରିମାନା ଆଦାୟ କରିବା । ସଡକ ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନମ୍ବର…
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି। ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ…
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ତିହାଡ ଜେଲରେ ଭେଟିଛନ୍ତି । ଆଜି ସକାଳ ୯ଟାରେ ସୋନିଆ ତିହାଡ ଜେଲରେ ପହଁଚିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଥିଲା । ଶିବକୁମାରଙ୍କ ପଛରେ ଦଳ ରହିଥିବା ସୋନିଆ କହିଥିବା ସୂଚନା ମିଳିଛି । ଶିବକୁମାର ଏବେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଅଛନ୍ତି। ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ମାମଲାରେ ଗତ କିଛି ସପ୍ତାହ ତଳେ ଗିରଫ କରିଥିଲା । ଏହାପରେ ତାଙ୍କୁ ତିହାଡ ଜେଲରେ ରଖାଯାଇଛି । ଆଜି ଶିବକୁମାରଙ୍କ ଯାଚିକା ଉପରେ ଶୁଣାଣି ହୋଇପାରେ । ନ୍ୟାୟମୂର୍ତ୍ତି ସୁରେଶ କେତ ଶିବକୁମାରଙ୍କ ଜାମିନ ଆବେଦନ ଉପରେ ଅକ୍ଟୋବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ ।
ଝାଡଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଶକ୍ତ ଝଟକା ଲାଗିଛି । ବିରୋଧୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ୬ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ସକାଳ ୧୧ରୁ ଦିନ ୨ଟା ଯାଏଁ ଏହି ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା ।ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ କୃଣାଳ ସାରଙ୍ଗୀ, ଜେପି ଭାଇ ପଟେଲ, ଚମରା ଲିଣ୍ଡା, କଂଗ୍ରେସର ବିଧାୟକ ସୁଖଦେବ ଭଗତ ଓ ମନୋଜ ଯାଦବ, ନବ ଜବାନ ସଂର୍ଘଷ ମୋର୍ଚ୍ଚାର ବିଧାୟକ ଭାନୁ ପ୍ରତାପ ସାହୀ ପ୍ରମୁଖ ବିଜେପିର ସଦସ୍ୟସତା ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ରହିଥିଲେ । ଏହା ଆସନ୍ତା ନିର୍ବାଚନରେ ବିଜେପିର ଶକ୍ତିବୃଦ୍ଧି କରିବ ବୋଲି କୁହାଯାଉଛି ।
ସୁପରଷ୍ଟାର ପ୍ରଭାସଙ୍କର ଆଜି ୪୦ତମ ଜନ୍ମଦିବସ । ପ୍ରଭାସ୍ଙ୍କୁ ଲକ୍ ତଥା ବଡ଼ିକୁ ଦେଖିଲେ ତାଙ୍କ ବୟସର ଅନୁମାନ ଲଗାଇବା ବହୁତ କଷ୍ଟ । ବାହୁବଲୀ ରୂପେ ସାରା ଦୁନିଆରେ ନିଜର ଏକ ଅଲଗା ପରିଚୟ କରିଥିବା ପ୍ରଭାସ ୧୯୭୯ ମସିହାର ଅକ୍ଟୋବର ୨୩ରେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କର ସୁପରଷ୍ଟାର ହେବା ପର୍ଯ୍ୟନ୍ତ କାହାଣୀ ବେଶ୍ ସଂଘର୍ଷଶୀଳ ରହିଥିଲା । ୨୦୦୨ରେ ତେଲୁଗୁ ଫିଲ୍ମ ‘ଈଶ୍ବର’ରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ନେଇ ସେ ବହୁତ ଆଶାବାଦୀ ରହିଥିବାବେଳେ ଫିଲ୍ମଟି ମଧ୍ୟମଧରଣର ବ୍ୟବସାୟ କରିଥିଲା । ତେବେ ୨୦୦୩ ମସିହାରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ ତୃତୀୟ ଫିଲ୍ମ ‘ବର୍ଶମ’ ରିଲିଜ ହୋଇଥିଲେ । ଏଥିରେ ତୃଷ୍ଣା ଗୋପି ଚନ୍ଦ ନଜର ଆସିଥିଲେ । ଫିଲ୍ମଟି ଭଲ ବ୍ୟବସାୟ କରିବା ସହିତ ପ୍ରଭାସ ଏହି ଫିଲ୍ମ ଜରିଆରେ ଷ୍ଟାରଡମ୍ ପାଇଥିଲେ। ଏହି ଫିଲ୍ମ ପାଇଁ…
ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଦେଖାଯାଇଛି । ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜବାବରେ ଭାରତୀୟ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରତି ବର୍ଷ ଭଳି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠେଇ ଅଦଳ ବଦଳ ହୋଇଥାଏ କିନ୍ତୁ ଏଥର ହୋଇପାରିନାହିଁ । ପ୍ରୋଟୋକଲ ହିସାବରେ ପ୍ରତି ବର୍ଷ ଅହମଦାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦୀପାବଳିରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟକୁ ମିଠେଇ ପଠାଇଥାଏ । ପାକିସ୍ତାନର ଆଇଏସଆଇ ପ୍ରଥମେ ପ୍ରୋଟୋକଲକୁ ସ୍ୱାଗତ କରିବାକୁ ଯାଇ ମିଠେଇ ଗ୍ରହଣ କରିଥିଲେ କିନ୍ତୁ ପରେ ଫେରାଇ ଦେଇଛି । ସୂଚନାଯୋଗ୍ୟ ଆଇଏସଆଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅଟେ ଏବଂ ପାକିସ୍ତାନର କ୍ଷମତା-ରଣନୀତିରେ ଏହାର ପ୍ରଭାବ ରହିଛି । କେବଳ ଇସଲାମାବାଦରେ ଆଇଏସ୍ଆଇ ବା ଅନ୍ୟ ଅଧିକାରୀ ନୁହଁନ୍ତି ବରଂ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଏଥର ଭାରତର ମିଠେଇକୁ ସ୍ୱୀକାର କରି ନାହାନ୍ତି । ଜମ୍ମୁ କଶ୍ମୀରରୁ ଧାରା…
Police personal guarding the strong room where all the ballot boxes have been kept at N L High School Malad(w),in Mumbai on Thursday. UNI PHOTO-71U
କେଦାର ମିଶ୍ର “ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ହେଲେ, ଭଲ ବାଟ ବିଲକୁଲ କାମ କରିବ ନାହିଁ। ଲୋକ ଖରାପ ଖବର ଦେଖିବାକୁ ଚାହୁଁଛନ୍ତି, ତେଣୁ ଆମେ ଖରାପ ଖବର ଦେଖାଇବାକୁ ବାଧ୍ୟ ହେଉଛୁ”-ଏକ ଓଡିଆ ଟେଲିଭିଜନର ମୁଖିଆ ଭାବରେ କାମ କରୁଥିବା ଆମର ବନ୍ଧୁ ଜଣେ ଆମକୁ ଏକଥା ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଖବରକୁ ନେଇ ଭଲ ଓ ଖରାପର ନିର୍ଣ୍ଣାୟକ କିଏ? ଯାହା ଲୋକ ଦେଖିବେ, ତାକୁ ହିଁ ଆମେ ଦେଖାଇବୁ ନା ଆମେ ଦେଖାଉଥିବା ଭଲ କଥା ଲୋକ ଦେଖିବେ, ତାହା ବି ଏକ ପ୍ରଶ୍ନବାଚୀ। କିଛିଦିନ ତଳେ ଆମେ କହିଥିଲୁ, ଟେଲିଭିଜନ ଓ ଇଣ୍ଟରନେଟରେ ପର୍ଣ୍ଣୋଗ୍ରାଫିର ଦର୍ଶକ ସବୁଠୁ ବେଶୀ, ତେଣୁ ଖବରକୁ ଆମେ ପର୍ଣ୍ଣୋଗ୍ରାଫି କରି ପାରିବା କି? ମନୋରଞ୍ଜନ ସହିତ ସବୁବେଳେ ବିଭତ୍ସ ରସର ମଧୁର ସମ୍ପର୍କ ରହିଛି। ତେଣୁ ଆମକୁ ପ୍ରଥମେ ଭାବିବାକୁ ପଡିବ ଯେ ଖବର ମନୋରଞ୍ଜନ ହେବ ନା…
ଓଡ଼ିଶାରୁ ମୌସୁମୀ ଫେରିଯାଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି . ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଆଜି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର)ରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ।…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।ସର୍ବେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ, ବାଲେଶ୍ୱର ସହରର ଭାସ୍କରଗଞ୍ଜ ଘର ସମେତ ସମୁଦାୟ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏହାସହ ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ରାଣୀପାଟଣାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ଭୁବନେଶ୍ୱରେ ସର୍ବେଶ୍ୱରଙ୍କ ୨ଟି ଫ୍ଲାଟ ଥିବା ଜଣାପଡ଼ିଛି।
MUMBAI, OCT 22 (UNI) – Bollywood Actor Katrina Kaif poses during the launch of Kay Beauty brand in partnership with Nykaa, in Mumbai on Tuesday.UNI PHOTO-68U
ସମୀକ୍ଷା ବ୍ୟୁରୋ ଭୁବେନଶ୍ବର:- ମନ୍ତ୍ରୀମାନେ ସ୍କୁଲପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରନ୍ତୁ। ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସବୁବେଳେ ନୁହେଁ, ମନ୍ତ୍ରୀମାନେ ଅଚାନକ ସ୍କୁଲଗୁଡିକ ପରିଦର୍ଶନରେ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କିପରି ଚାଲିଛି ତାହା ତଦାରଖ କରନ୍ତୁ। ଏହି ଗସ୍ତ ସଂପର୍କରେ ମନ୍ତ୍ରୀମାନେ ପୁରା ଗୁପ୍ତ ରଖିବେ ବୋଲି କୁହାଯାଇଛି। ଏପରିକି ମନ୍ତ୍ରୀମାନେ ସାଥୀରେ ମାତ୍ର 3 ଜଣ ଅଧିକାରୀଙ୍କୁ ନେଇପାରିବେ। ତାହାଠାରୁ ଅଧିକ ଲୋକ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆଯାଉ ନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ଦେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀମାନଙ୍କ ଏହି ଗସ୍ତ ଦ୍ବାରା ସେଥିରେ ସୁଧାର ଆସିବ ବୋଲି ଆଶା ରଖାଯାଇଛି। ତେବେ କେବଳ ସ୍କୁଲ, ଅନାଥ ଆଶ୍ରମ ବା ସରକାରୀ ସଂସ୍ଥା ନୁହେଁ ଆହାର କେନ୍ଦ୍ର ମଧ୍ୟ ଯାଇ ଖାଦ୍ୟ ଯାଞ୍ଚ କରିବାକୁ କୁହାଯାଇଛି। ତେବେ ମନ୍ତ୍ରୀମାନେ…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ-କେନ୍ଦ୍ର ସରକାରଙ୍କ ଶୁଲ୍କ ବିଭାଗ ଚାଇନା ବାଣ କିଣିବା, ବିକିବା ଓ ଆମଦାନୀ କରିବା ଉପରେ ରୋକ ଲଗାଇଛନ୍ତି। ଶୁଳ୍କ ବିଭାଗର ପ୍ରମୁଖ କମିଶନର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି କଟକଣା ସଂପର୍କରେ ଅବଗତ କରାଇଛନ୍ତି। ବିଜ୍ଞପ୍ତି ଅନୁସାରେ ଭାରତରେ କେହି ବି ବ୍ୟବସାୟୀ ଚାଇନା ବାଣ ଆମଦାନୀ କରିପାରିବ ନାହିଁ। ଏପରିକି ଚାଇନା ବାଣ ବିକ୍ରି କରିବା ଏବଂ କିଣିବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି। ସେଥିପାଇଁ କଷ୍ଟମ ଆକ୍ଟ 1962 ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଦୀପାବଳୀ ଆସିଲେ ବାଣ ବ୍ୟବସାୟୀମାନେ ଚାଇନାରୁ କୋଟକୋଟି ଟଙ୍କାର ବାଣ ଆମଦାନୀ କରିଥାନ୍ତି। ସେହି ବାଣଗୁଡିକ ବେଶ୍ ଶସ୍ତା ହୋଇଥିବାରୁ ବ୍ୟବସାୟୀମାନେ ବାଣ ପାଇଁ ଚାଇନା ବଜାର ଉପରେ ନିର୍ଭର କରନ୍ତି। ପୂର୍ବରୁ ଏ ନେଇ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ। ହେଲେ ବ୍ୟବସାୟୀମାନେ ବିଭିନ୍ନ ଅସାଧୁ ଉପାୟରେ ଚାଇନା ବାଣ ଭାରତ ବଜାରକୁ ଆଣିଥାନ୍ତି।…
ସମୀକ୍ଷା ବ୍ୟୁରୋ ରାଜ୍ୟରେ ଖାଲି ପଡିଥିବା ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡମେମ୍ବର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୪ ଜିଲ୍ଲା ପରିଷଦ ସଭ୍ୟ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଏବଂ ୩୦୩ଟି ଓ୍ବାର୍ଡ ମେମ୍ବରଙ୍କ ସ୍ଥାନ ପୂରଣ କରିବା ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଯାଜପୁର ଜିଲ୍ଲାର ଦାନଗଦି, କୋରାପୁଟର ପଟ୍ଟାଙ୍ଗୀ ଏବଂ ଦଶମନ୍ତପୁରରେ ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ମାସ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଲଗାଯିବ। ୪ ତାରିଖରେ ପ୍ରାର୍ଥୀପତ୍ରର ବିଧିବଦ୍ଧ ଯାଞ୍ଚ କରାଯିବା ସହିତ ୫ ତାରିଖରେ ଏହାର ବୈଧତା ପ୍ରକାଶିତ ହେବ। ୫ ତାରିଖରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର…
ସମୀକ୍ଷା ବ୍ୟୁରୋ ଏଣିକି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଏହାସହ ଗୋଟିଏ ସମୟରେ ପରୀକ୍ଷା ହେବ। ଆସନ୍ତା ମାସ ହେବାକୁ ଥିବା ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
କେଦାର ମିଶ୍ର କବି ଜୟନ୍ତ ମହାପାତ୍ରଙ୍କୁ ଆଜି ୯୧ ପୂରି ୯୨ ଚାଲିଲା। ଏଇ ବୟସରେ ତାଙ୍କୁ ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସିବ; ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ଆଜି ବି ତାଙ୍କ ବୟସ ତାଙ୍କୁ ଛୁଇଁ ପାରିନାହିଁ। ଆଜି ବି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟ ପତ୍ରିକା “ପ୍ୟାରିସ ରିଭ୍ୟୁ” ରେ ତାଙ୍କର କବିତା ବାହାରିବାକୁ ଯାଉଛି ଓ ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା। ସତେକି ସେଇ ପରିପକ୍ଵ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ…