Author: Samikhsya Bureau

ଭୁବନେଶ୍ବର: ବିଜେଡି ତାହାର ତୃତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଚାରି ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା, ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ ବାଲେଶ୍ୱରରୁ ସ୍ୱରୂପ ଦାସ। ସେହିପରି ନୂଆ ମୁହଁ ଭାବେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ୍ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ବିଜେଡି ଟିକେଟ୍ ଦେଇଛି। ବିଜେଡି ଏହି ତାଲିକାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେ ହେଉଛନ୍ତି କେଉଁଝରରୁ ମିନା ମାଝି। ତୃତୀୟ ପର୍ଯ୍ୟାୟ ତାଲିକାକୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେଗୁଡିକ ହେଲା ରେଙ୍ଗାଲି-ସୁଦର୍ଶନ ହରିପାଲ ରାଉରକେଲା- ସାରଦା ନାୟକ ରାଇରଙ୍ଗପୁର- ରାଇସି ମୁର୍ମୁ ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କି କେଉଁଝର-ମୀନା ମାଝି ବାରବାଟୀ କଟକ- ପ୍ରକାଶ ବେହେରା ବାଲେଶ୍ବର- ସ୍ବରୂପ ଦାସ ସାଲେପୁର- ପ୍ରଶାନ୍ତ ବେହେରା ଜୟଦେବ- ନବକିଶୋର ମଲ୍ଲିକ ଆଜି ବିଜେଡି ମାତ୍ର 9ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଛି। ଆଜି ହେଉଛି ଏ ବର୍ଷର ସର୍ବାଧିକ ତାତି। ଏହି ତାତି ଆଜି ଭୁବନେଶ୍ବରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି  ଦିନ ୨ଟା ୩୦ ସୁଦ୍ଧା ୪୩.୨° ଡିଗ୍ରୀ ରହିଛି। ହେଲେ ପୁରା ଦିନର ତାପମାତ୍ରା ଆହୁରି ବଢିଥିବ ବୋଲି ଜଣାପଡିଛି। ଭୁବନେଶ୍ୱର : ୪୩.୨° ଡିଗ୍ରୀ ସମ୍ବଲପୁର: ୪୦.୮° ଡିଗ୍ରୀ ହୀରାକୁଦ: ୪୦.୬° ଡିଗ୍ରୀ ଚାନ୍ଦବାଲି: ୪୦.୬° ଡିଗ୍ରୀ ଝାରସୁଗୁଡା: ୪୦.୨° ଡିଗ୍ରୀ ରାଉରକେଲା: ୩୯.୬° ଡିଗ୍ରୀ କେନ୍ଦୁଝର: ୩୯° ଡିଗ୍ରୀ ବାଲେଶ୍ୱର: ୩୭.୮° ଡିଗ୍ରୀ ପୁରୀ: ୩୩° ଡିଗ୍ରୀ ଗୋପାଳପୁର: ୩୨.୨° ଡିଗ୍ରୀ ପାରାଦୀପ: ୩୨° ଡିଗ୍ରୀ

Read More

ଭୁବନେଶ୍ୱର: ଆଜି ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଶ୍ରୀ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ଦାସଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଂଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାଁନ୍‌, ପିତେଇପୁରର ପୂର୍ବତନ ସରପଂଚ ନରେନ୍ଦ୍ର ବେହେରା ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ତରାଇ, ସାଂସଦ…

Read More

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରବି ପାଣି। ସେ ଆଜି ସଭାପତି ମନମୋହନ ସାମଲଙ୍କ ନିକଟକୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଦଳରେ ନୀତି ଆଦର୍ଶ କିଛି ନାହିଁ। ଯାହାକୁ ପାରେ ତାକୁ ଦଳରେ ମିଶେଇ ଦିଆଯାଇଛି। ବରିଷ୍ଠ ନେତାଙ୍କୁ କେହି ପଚାରୁ ନାହାଁନ୍ତି। ସେଥିପାଇଁ ଦଳ ଛାଡିଲି ବୋଲି କହିଛନ୍ତି। ରବି ପାଣି ଗତ ୨୦୧୯ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତାପୂର୍ବରୁ ସେ ବିଜେଡି ବିଧାୟକ ଥିଲେ। ହେଲେ ସେତେବେଳେ ଦଳ ଟିକେଟ ନ ଦେବାରୁ ସେବିଜେପିରେ ସାମିଲ ହୋଇଥିଲେ। ସେ ୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ।

Read More

ଭୁବନେଶ୍ବର: ଦୁଇଟି ଜିଲ୍ଲାରେ ଆଜି ଦୁଇ ଜଣ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।ଯେଉଁ ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି ସେହି ଦୁଇଟି ଜିଲ୍ଲା ହେଲା କଟକ ଏବଂ ଜଗତସିଂହପୁର। ବିଜ୍ଞପ୍ତି ଅନୁସାରେ କଟକରେ ଅରିନ୍ଦମ ଡାକୁଆଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଜଗତସିଂହପୁରରେ ଅନୁପମ ସାହାଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ପୂର୍ବରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସେମାନଙ୍କୁ ହଟାଯାଇ ଏହି ଦୁଇଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଝାରସୁଗୁଡା: ଆଜି ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କ ସମର୍ଥକଙ୍କ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ପୂଜାଅର୍ଚ୍ଚନା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆଜି ମା ସମଲେଶ୍ବରୀଙ୍କୁ ଦର୍ଶନ କଲି। ସମସ୍ତଙ୍କ ମଙ୍ଗଳକାମନା କଲି। ଝାରସୁଗୁଡାରେ ପୁଣି ଥରେ ଦୀପାଳିଙ୍କୁ ପ୍ରାର୍ଥି କରିଛି ବିଜେଡି। ଗତବର୍ଷ ସେ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କର ବାପା ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ସେ ପ୍ରାୟ ବର୍ଷେ ଉପରେ ବିଧାୟକ ହେବା ପରେ ପୁଣି ଥରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି।

Read More

ଭୁବନେଶ୍ବର: ଆଜି ପାରଦ୍ବୀପର ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାହା ହେଲା ମୋନିଦୀପାଙ୍କୁ ଦଳ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରିଛି। କିଛିଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିଲେ। ଏପରିକି ତାଙ୍କର ସ୍ବାମୀ ବାପି ସର୍ଖେଲ ମଧ୍ୟ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛିନ୍ତି। ତେବେ ବିଜେଡି ମୋନିଦୀପାଙ୍କୁ ଏହି ପଦବୀ ଦେବା ପରେ ସେ ଆଉ ବିଧାୟକ ପ୍ରାର୍ଥି ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଲା। ହେଲେ ବାପି ଗତକାଲି କଂଗ୍ରେସ ଛାଡିଥିବାରୁ ସେ ବିଜେଡିରେ ସାମିଲ ହୋଇ ପାରାଦ୍ବୀପର ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଠାରେ ଦଳ ଆଉ ବିଧାୟକ ସମ୍ବିତ ରାଉତରାୟଙ୍କୁ ଭରସା କରିବା ନାହିଁ ବୋଲି ସ୍ପଷ୍ଟ ହୋଇଛି।

Read More

ଭୁବନେଶ୍ବର: ଆଜି ସାରା ଓଡିଶାର ନାହିଁ ନ ଥିବା ତାତି ଅନୁଭୂତ ହେବାରେ ଲାଗିଛି। ସକାଳୁ ସକାଳୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବାରେ ଲାଗିଛି। ଗତକିଛି ଦିନ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବାରେ ଲାଗିଛି। ହେଲେ ଆଜି ସକାଳୁ ଯେପରି ତାପମାତ୍ରା ଅନୁଭୂତ ହୋଇଛି ତାହା ଆଗରୁ କେବେ ହୋଇ ନ ଥିଲା। ଗତକାଲି ରାଜ୍ୟରେ ସର୍ବାଧିକ ୪୨ଡ଼ିଗ୍ରୀରେ ପହଁଚିଥିଲା। ହେଲେ ଆଜି ଆହୁରି ଅଧିକ ତାପମାତ୍ର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଆନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା.. ଭୁବନେଶ୍ୱର: ୩୯.୮, କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮ ,ରାଉରକେଲା: ୩୭.୮, ଚାନ୍ଦବାଲି: ୩୭.୪, ସମ୍ବଲପୁର: ୩୭.୪ , ହୀରାକୁଦ: ୩୬.୬ ପୁରୀ: ୩୨.୪, ପାରାଦୀପ: ୩୨, ଗୋପାଳପୁର: ୩୧.୮ ରହିଛି।

Read More

ଭୁବନେଶ୍ବର: ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ। ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ କଟକର ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାର ରାୟ ରାଉରକେଲାର ଏସପି ହୋଇଥିବାବେଳେ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ଏହାପରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ ତାଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏକ ଭିନ୍ନ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

Read More

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ପ୍ରଥମ ଥର ପାଇଁ ରାଜ୍ୟର ସର୍ବାଧିକ ତାପମାତ୍ର ୪୨ଡ଼ିଗ୍ରୀରେ ପହଁଚିଛି। ଏଥିସହିତ ବିଭିନ୍ନ ସହରର ତାପମାତ୍ରା ମଧ୍ୟ ପୂର୍ବ ପରି ଅଧିକ ଅନୁଭୂତ ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ୧୧ସହରର ତାପମାତ୍ର ୪୦ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ ୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୋଟ ଗ୍ରହଣ ଦିନକୁ ଛୁଟି ଘୋଷଣା କରିଛନ୍ତି। ଏଥିରେ ସମସ୍ତ ରାଜ୍ୟ ସରକାର କର୍ମଚାରୀ ଏବଂ ମାଜିଷ୍ଟ୍ରେଟ କୋର୍ଟ କର୍ମଚାରୀଙ୍କୁ ଏହି ଛୁଟି ମିଳିବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ଦିନ ତାଙ୍କ ଅଞ୍ଚଳରେ ଭୋଟ ଗ୍ରହଣ ହେବ ସେହିଦିନ ସେମାନେ ଛୁଟି ନେବେ। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ନିମ୍ନଲିଖିତ ତାରିଖ ଅନୁସାରେ ଭୋଟ ଗ୍ରହଣ ହେବ 13/05/2024– କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, କୋରାପୁଟ 20/05/2024- ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସ୍କା 25/05/2024- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର 26/05/2024- ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର

Read More

ବାଣପୁର( ସୀତାରାମ ଅଗ୍ରୱାଲ): ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ  ପୃଥ୍ଵୀରାଜ ହରିଚନ୍ଦନ ନିଜର ଶହ ଶହ ସମର୍ଥକଙ୍କ ସହ ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ମା ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଛାମୁଆ ନେତାଙ୍କ ସହ ଉଭୟ ବ୍ଲକ ଅଧ୍ୟକ୍ଷ ଏବଂ ବିଜେପି ସମର୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ଶ୍ରୀ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକାରେ ବିଜେପି ନିଶ୍ଚୟ ଭାବେ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଚିଲିକା ଜନସାଧାରଣଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା କହିଛନ୍ତି ଶ୍ରୀ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଜନହିତକାରି ଯୋଜନାର ଲାଭ ନିଶ୍ଚୟ ଚିଲିକାବାସୀ…

Read More

ଭୁବନେଶ୍ୱର: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

Read More

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ୨୦୨୪ ସାଧାରଣ ନିର୍ବାଚନର ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପାଙ୍ଗୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ…

Read More

ନୂଆଦିଲ୍ଲୀ: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିବା ତିନି ସାଂସଦ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଉପସ୍ଥିତିରେ ତାଙ୍କ ପ୍ରକୋଷ୍ଠରେ ଏହି ଶପଥପାଠ ଉତ୍ସବ କରାଯାଇଥିଲା। ଏଥିରେ ଓଡିଶାରୁ ଯାଇଥିବା ଦେବାଶୀଷ ସାମନ୍ତରାୟ, ଶୁଭାଶୀଷ ଖୁଣ୍ଡିଆ ଏବଂ ଅଶ୍ବନୀ ବୈଷ୍ଣବ ଶପଥ ପାଠ କରିଥିଲେ। ଗତ ଫେବୃୟାରୀ 20 ତାରିଖରେ ଅନୁଷ୍ଠତ ରାଜ୍ୟସଭା ନିର୍ବାଚନରେ ଓଡିଶାରୁ ଏହି ତିନିଜଣ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିଲେ। ଦେବାଶୀଷ ଏବଂ ଶୁଭାଶୀଷ ବିଜେଡିରୁ ନିର୍ବାଚିତ ହୋଇଥିବା ବେଳେ ବିଜେପିର ଅଶ୍ବନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Read More

ଭୁବନେଶ୍ବର: ଶେଷରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସେ ବିଜେପିରେ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେଥିରେ ସେ କ୍ଷୋଭର ସହ ବିଜେପିରେ ମହିଳାଙ୍କୁ କୌଣସି ସମ୍ମାନ ଦିଆଯାଏ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ମହିଳାଙ୍କର ସ୍ବର ହେବା ପାଇଁ ଦଳ ଛାଡିଲି ବୋଲି ସେ କହିଛନ୍ତି। ସୋନାଲି ଦୀର୍ଘ ପାଞ୍ଚବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମୁଖପାତ୍ର ଭାବେ କାର୍ଯ୍ୟ କରି ବିଭିନ୍ନ ଟିଭି ଡିବେଟରେ ଦଳର ଭାବେ ମୂର୍ତ୍ତିକୁ ବଞ୍ଚାଇ ରଖିଥିଲେ। ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ହେଉଛି ସୋନାଲିଙ୍କ ପୁରୁଣା ଦଳ। ତାଙ୍କର ଘର ବାହୁଡା ହୋଇଛି। ଏହାପରେ ସେ କଂଗ୍ରେସରେ ଆଗାମୀ ଦିନରେ…

Read More

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ ଆଜି କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀ ମୋନିଦୀପା ସର୍ଖଲ ବିଜେଡିରେ ସାମିଲ ହୋଇଥିଲେ। ସେତେବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ନ ଥିଲେ। ତେବେ ପାରାଦ୍ବୀପରୁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାରାଦ୍ବୀପର ବର୍ତ୍ତମାନ ବିଧାୟକ ଅଛନ୍ତି ସମ୍ବିତ ରାଉତରାୟ। ତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯେତେବେଳେ ବାପିଙ୍କ ପତ୍ନୀ ବିଜେଡିରେ ସାମିଲ ହେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ ବାପି ସର୍ଖଲେ କଂଗ୍ରେସରୁ ଇସ୍ତଫା ଦେବା ଦର୍ଶାଉଛି ଯେ ସେ ବିଜେଡିରେ ସାମିଲ ହେବେ। ଏହାପରେ ତାଙ୍କୁ ଦଳ ପାରାଦ୍ବୀପରୁ ଟିକେଟ ଦେବାର ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ ଲୋକସଭା ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ ବରଗଡ- ପରିଣିତା ମିଶ୍ର ବ୍ରହ୍ମପୁର- ଭୃଗୁବକ୍ସି…

Read More

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Read More