ବାଲୁଗାଁ, 27/11, (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଥିବା ହାଟୁଆଳି ଉପ୍ରା ବିଦ୍ୟାଳୟରେ ଏକ ଅମାନୁଷିକ କାଣ୍ଡ ଘଟିଛି। ହାଟୁଆଳି ଉପ୍ରା ବିଦ୍ୟାଳୟରେ ଜନୈକ ଶିକ୍ଷକ ଜଣେ ଛାତ୍ରକୁ ଅମାନୁଷିକ ଭାବେ ମାଡ ମାରିଛନ୍ତି। ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନରୁ ମାଡ ବ୍ୟବସ୍ଥା ଉଠାଯାଇଥିବା ବେଳେ ଶିକ୍ଷକ ଜଣଙ୍କ ଅମାନୁଷିକ ଭାବରେ ଶିଶୁଟିକୁ ମାଡ ମାରିଛନ୍ତି। ମାଡ ଫଳରେ ଶିଶୁଟି ଗୁରୁତର ଭାବରେ ଆହତ ହୋଇଛି। ଶିଶୁର ବେକ, ପିଠି ଏବଂ ପେଣ୍ଡାରେ ଆଘାତ ଲାଗିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଶିକ୍ଷକ ଇସ୍ରାଏଲ ଖାଁ ଛାତ୍ର ମାନସ ସେଠୀଙ୍କୁ ବହି ଦେବାକୁ କହିଥିଲେ। ମାତ୍ର ଏହି କୋମଳମତି ଶିଶୁ ଜଣକ ବହି ନଦେବାରୁ ଅତ୍ୟନ୍ତ ନିଷ୍ଠୁର ଭାବରେ ମାଡ ମାରିଥିଲେ। ଶିଶୁଟିକୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଘଟଣା ଚପାଇବାକୁ ଉଦ୍ୟମ…
Author: Samikhsya Bureau
MUMBAI, NOV 27 (UNI)- Bollywood actor Amitabh Bachchan at a function to pay homage to 26/11 terror attack victims, at Gateway of India in Mumbai on Tuesday night. UNI PHOTO-5U
HYDERABAD, NOV 27 (UNI) :- Stall display the Poultry equipment during 13th Poultry India 2019 in Hyderabad on Wednesday. UNI PHOTO – RJ7u
HEBRON, Nov. 26 (Xinhua) — An Israeli soldier fires a tear gas canister at Palestinians during a protest against the latest remarks by U.S. Secretary of State Mike Pompeo on the legality of Israeli settlements in the West Bank, in Hebron, Nov. 26, 2019. Xinhua/UNI PHOTO-9F
Mumbai: Miss Diva Universe 2019 Vartika Singh leaves for Georgia in the United States to participate in Miss Universe Pageant at Mumbai Airport on Nov 24, 2019. (Photo: IANS)
ମୁମ୍ବାଇ,27/11 : ଆହତ ହୋଇ ଭାରତୀୟ ଦଳରୁ ବାଦ୍ ପଡିଥିବା ଓପ୍ନର ଶିଖର ଧଓ୍ବନ୍ଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍ଙ୍କୁ ସ୍ଥାନ ମିଳିଛି । ସୈଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ଆହତ ହେବାରୁ ଧଓ୍ବନ୍ । ବିସିସିଆଇର ମେଡିକାଲ ଟିମ୍ ପକ୍ଷରୁ ଦିଆଯାଇଥିବା ଧଓ୍ବନଙ୍କ ଆହତ ରିପୋର୍ଟ ଅନୁଯାୟୀ ଧଓ୍ବନଙ୍କ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ତେଣୁ ଧଓ୍ବନଙ୍କ ବଦଳ ଖେଳାଳି ଭାବରେ ବିସିସିଆଇ ବୁଧବାର ଦିନ ସଞ୍ଜୁ ସାମସନ୍ଙ୍କ ନାମ ଘୋଷଣା କରାଯାଇଛି । ସେହିପରି କୋଲକାତା ଟେଷ୍ଟରେ ଆହତ ରିଦ୍ଧିମାନ ଶାହାଙ୍କୁ 4 ସପ୍ତାହ ବିଶ୍ରାମର ପରାମର୍ଶ ଦିଆଯାଇଛି ।
ବାଣପୁର, ୨୭/୧୧: (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସପି ଅଜୟ ପ୍ରତାପ ସ୍ୱାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ବିଜୟ ମହାପାତ୍ର, ବାଲୁଗାଁ, ସବଡିଭିଜନାଲ୍ ପୋଲିସ୍ ଅଫିସର ଏସ୍କେ ଦାସ, ବାଣପୁରର ବିଡ଼ିଓ ତଥା ତହସିଲଦାର ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ପୂର୍ବତନ ଚିିଲିକା ବିଧାୟକ ରଘୁନାଥ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ନୀଳାଦ୍ରିପ୍ରସାଦ ସରପଞ୍ଚ ଆଶାମଣି ସାହୁ, ଦାମିଆ-ବରବରା ସରପଞ୍ଚ ଉପେନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ବାର୍ଦ୍ଧକ୍ୟ…
J&K Lieutenant Governo is being greeted by Pujaris on his arrival at Shri Mata Vaishno Devi Shrin
ନୂଆଦିଲ୍ଲୀ,27/11: 15 ତମ ଅର୍ଥ କମିଶନ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ପକ୍ଷରୁ ସମ୍ପ୍ରସାରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅର୍ଥ କମିଶନ ମୁଖ୍ୟ ଏନ୍ କେ ସିଂଙ୍କ ନେତୃତ୍ବରେ ଏହି କମିଟି ରହିଛି । ନଭେମ୍ବର 30ରେ 14 ତମ ଅର୍ଥ କମିଶନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସମ୍ପ୍ରସାରଣ ପରେ କମିଟି ଦୁଇଟି ଅର୍ଥନୈତିକ ରିପୋର୍ଟ ପ୍ରଦାନ କରିବ । 2020-21 ଆର୍ଥିକ ବର୍ଷ ପାଇଁ ଏକ ରିପୋର୍ଟ ଏବଂ 2022-26 ପର୍ଯ୍ୟନ୍ତ ଆଉ ଏକ ରିପୋର୍ଟ ପ୍ରଦାନ କରାଯିବ । 31 ଅକ୍ଟୋବର 2020ରେ କମିଟି ଏହାର ପ୍ରଥମ ରିପୋର୍ଟ ପ୍ରଦାନ କରିବ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଥିବା ରାଜନୈତିକ ନାଟକରେ ପରିଶେଷରେ ଯବନିକା ପଡିଛି। ବହୁ ନାଟକ ପରେ ସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର କରିବାକୁ ଯାଉଛି।ମହାରାଷ୍ଟ୍ର ରାଜନୀତିରେ ଠାକ୍ରେ ପରିବାର ନିଜର ଏକ ସ୍ବତନ୍ତ୍ର ପରିଚୟ ରଖିଆସିଛନ୍ତି। କ୍ଷମତା କେନ୍ଦ୍ର ପାଖରେ ରହି ମଧ୍ୟ ଏହି ପରିବାର କ୍ଷମତାଠାରୁ ଦୂରତ୍ବ ରଖିଆସୁଥିଲେ। ପ୍ରଥମଥର ପାଇଁ ଠାକ୍ରେ ପରିବାରର ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ବାଜିମାତ୍ କରିଛନ୍ତି। ତେବେ ନିୟନ୍ତ୍ରଣ ରାଜନୀତିରେ ସର୍ବଦା ସକ୍ରିୟ ରହିଥିବା ଠାକ୍ରେ ପରିବାର ସବୁବେଳେ ମହାରାଷ୍ଟ୍ର ରାଜନୀତି ପାଇଁ କିଙ୍ଗ୍ମେକରର ଭୂମିକା ନିର୍ବାହ କରିଛନ୍ତି। ତେବେ ପ୍ରଥମଥର କିଙ୍ଗ୍ମେକରରୁ କିଙ୍ଗ୍ ହୋଇଛନ୍ତି ଠାକ୍ରେ। ବିଜେପି ସହିତ ସମସ୍ତ ସମ୍ପର୍କ ଶେଷ କରିବା ପରେ ଶିବସେନା କଂଗ୍ରେସ, ଏନ୍ସିପିଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିଛି। ଶରଦ ପାଓ୍ବାରଙ୍କ ପରି ଅଭିଜ୍ଞ ନେତାଙ୍କ ସହ ମିଶି ସରକାର ଗଠନ କରିଛନ୍ତି। ଉଦ୍ଧବ ଠାକ୍ରେ କୌଣସି ନିର୍ବାଚନ ନ…
ମୁମ୍ବାଇ, ୨୭/୧୧: ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ୍ନଭାସୀ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଡ୍ରାମାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଶିବସେନା-ଏନ୍ସିପି-କଂଗ୍ରେସ ମିଳିତ ଭାବରେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି । ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନ୍ସିପି ଓ କଂଗ୍ରେସ ସହିତ ହାତ ମିଳାଇଛି । ଏହି ତିନି ଦଳଙ୍କ ବିଚାରାଧାରା ଭିନ୍ନ ରହିଥିବାବେଳେ ତିନିହେଁ ଏକାଠି ସରକାର ଗଢିବା ନେଇ ପ୍ରଥମରୁ ପ୍ରଶ୍ନ ଉଠିସାରିଛି । କିନ୍ତୁ ଏବେ ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଶିବସେନାର ଆଇଟି ସେଲ୍ରେ ସଦସ୍ୟ ରମେଶ ସୋଲୋଙ୍କୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ସେ କଂଗ୍ରେସ ସହ ମେଣ୍ଟ ହେବାକୁ ଦର୍ଶାଇଛନ୍ତି । ସାଲୋଙ୍କୀ ନିଜ ଟୁଇଟର୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା କଂଗ୍ରେସ ସହିତ କାମ କରିବାକୁ ଅନୁମତି ଦେଉନାହିଁ।…
କୋଚି,27/11: 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । କୋଚି ବିମାନବନ୍ଦରରୁ ଦୁଇଟି ପୃଥକ ଘଟଣାରେ 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମହମ୍ମଦ ରଫି ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ 26 ହଜାର 500 ଆମେରିକୀୟ ଡଲାର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ 18 ଲକ୍ଷ 95 ହଜାର ଟଙ୍କା ରହିଛି । ବଶୀର୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରୁ 18 ଲକ୍ଷ 44 ହଜାର ଟଙ୍କାରଆରବ ଡଲାର ଜବତ କରାଯାଇଛି । ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ବର୍ହିଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସିଆଇସିଏଫ୍ ଆଇଜି ହେମେନ୍ଦ୍ର ସିଂ ସୂଚନା ଦେଇଛନ୍ତି । (ଏଜେନ୍ସୀ)
କଲିକତା,27/11 : ମହଙ୍ଗା ହେବାକୁ ଯାଉଛି କୋଲକାତା ମେଟ୍ରୋ ସେବା । ଦୀର୍ଘ 6 ବର୍ଷ ପରେ କୋଲକାତା ମେଟ୍ରୋ ପକ୍ଷରୁ ଏହାର ମୂଲ୍ୟରେ ବୃଦ୍ଧି ଘଟାଯିବ । ପୂର୍ବରୁ ପ୍ରଥମ 5 କିମି ପାଇଁ ଭଡା 5 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 10 ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତି 5 କିମି ପିଛା ମୂଲ୍ୟରେ 5ଟଙ୍କା ବୃଦ୍ଧି ଘଟାଯାଇଛି । 25 କିମିରୁ ଅଧିକକ ଦୂର ଯାତ୍ରା କରୁଥିବା ଯାତ୍ରୀ ପୂର୍ବବତ 25 ଟଙ୍କା ପ୍ରଦାନ କରିବେ । ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ଡିସେମ୍ବର 5 ତାରିଖରୁ ଲାଗୁ କରାଯିବ ବୋଲି ଜଣା ପଡିଛି । (ଏଜେନ୍ସୀ)
ବାଗଦାଦ,27/11: ଇରାକର ରାଜଧାନୀ ବାଗଦାଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଏକ ମୋଟର ସାଇକେଲ ବୋମା ରଖାଯାଇ ଏହି ବିସ୍ଫୋରଣ କରାଯାଇଥିଲା । ଦକ୍ଷିଣ ପଶ୍ଚିମ ବାଗ୍ଦାଦର ଅଲ ବାଲାଦିୟତ୍ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ଗୋଟେ ପରେ ଗୋଟେ ତିନୋଟି ବୋମା ବିସ୍ଫୋରଣ ଘଟିଥିଲା । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ସମ୍ବନ୍ଧରେ କୌଣସି ସୂଚନା ନଥିବା ବେଳେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ଆଇଏସ୍ଆଇଏସ୍ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି ।
ଗଞ୍ଜାମ, ୨୭/୧୧: (ସମୀକ୍ଷା ବ୍ୟୁରୋ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ଭାବେ ଗଢି ତୋଳିଥାଏ। ସରକାରୀସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଶେଷ ପ୍ରଚେଷ୍ଟା କରାଯାଉଛି। ତେବେ ଶିକ୍ଷା ସହିତ ଶିକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଉଛି। ଗଞ୍ଜାମର ଜିଲ୍ଲାପାଳ ଶିକ୍ଷା ସହ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ସ୍କୁଲରେ ଶିକ୍ଷା ଦାନ ପାଇଁ ରହିଥିବା ସମୟ ନିର୍ଘଣ୍ଟ ମଧ୍ୟରେ ଏବେ ପାଣି ପିଇବା ଲାଗି ମଧ୍ୟ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ‘ପାଣି ପିଅନ୍ତୁ,ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଦ୍ଧାର୍ରିତ ସମୟ ନିର୍ଘଣ୍ଟରେ ପାଣି ପିଇବା ସକାଶେ ଦିନକୁ ୩ଥର ସ୍ବତନ୍ତ୍ର ବେଲ ଯୋଡି ହୋଇଯାଇଛି। ସୋମବାରରୁ ଶୁକ୍ରବାର ଦିନ ଯଥାକ୍ରମେ ୧୧ଟା ୪୦ମି., ୧ଟା ୩୦ମି. ଏବଂ ୩ଟା ୧୫ମି.ରେ…
Ali Adnan Kadhim (R) of Iraq vies with Yusuf Abdurisag of Qatar during the 24th Arabian Gulf Cup 2019 at the Khalifa International Stadium in Doha, capital of Qatar, Nov. 26, 2019.
ସମୀକ୍ଷା ବ୍ୟୁରୋ, କଟକ,27/11 : ଯୁବକଙ୍କୁ ଏସିଡ୍ ମାଡ କଲେ ଯୁବତୀ । କଟକ ସହରରେ ଏହିଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କୁ ଏସିଡ ମାଡ କରିଛନ୍ତି । ଆଜି କଟକ ସହରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଉପରକୁ ଆଉ ଜଣେ ଯୁବତୀ ଏସିଡ୍ ମାଡ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏପରି କରିଥିବା କୁହାଯାଉଛି । ଜଗତପୁରର ବାରିକସାହିରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।
ଲକ୍ଷ୍ନୌ,27/11: ରାଏବରେଲୀ ବିଧାୟିକା ଅଦିତି ସିଂଙ୍କୁ ଅଯୋଗ୍ୟ ଘୋଷଣା କରିବା କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଦାବି କରାଯାଇଛି । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଅଦିତିଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରାଯାଉଛି । ଗାନ୍ଧୀ ଜୟନ୍ତୀର 150 ତମ ବର୍ଷ ପୂର୍ତ୍ତି ଅବସରରେ ଅଦିତି ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ଶାନ୍ତି ଯାତ୍ରାରେ ଯୋଗ ଦେଇନଥିଲେ । ଏହା ସହିତ ଦଳୀୟ ହ୍ବିପ୍କୁ ଅମାନ୍ୟ କରି ଧାରା 370 ଉଚ୍ଛେଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାୟବରେଲୀରେ ଅକ୍ଟୋବର 22 ଏବଂ 24 ତାରିଖରେ କଂଗ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ୍ହୋଇଥିବା ବେଳେ ଅଦିତି ଅନୁପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଅଦିତି ଏହାର ଉତ୍ତର ଦେଇନଥିଲେ । ବାରମ୍ବାର ଦଳୀୟ ନିୟମ ଭାଙ୍ଗୁଥିବାରୁ ଅଦିତିଙ୍କୁ…
ଶ୍ରୀହରିକୋଟା,27/11 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 14ଟି ଉପଗ୍ରହ ଲଞ୍ଚ କରିଛି । ନଭେମ୍ବର 27 ତାରିଖ ବୁଧବାର 9.28 ମିନିଟ୍ରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍ରେ ଏହି ଉତ୍କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍ଏଲ୍ଏଭି-ଏକ୍ସଏଲ୍ ସହିତ 14ଟି ଉପଗ୍ରହ ପଠାଯାଇଛି । 1625 କିଗ୍ରା ଓଜନର କାର୍ଟୋସାଟ୍-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ପଠାଇଛି ଇସ୍ରୋ । ଏହି ମିଶନ ସହିତ ପ୍ରଥମ ମହାକାଶ ବିଜ୍ଞାନ ସଂସ୍ଥାନ ଭାବରେ 300 ବିଦେଶୀ ଉପଗ୍ରହ ଉତ୍କ୍ଷେପଣର ସଫଳତା ହାସଲ କରିଛି ଇସ୍ରୋ । ଏଜେନ୍ସୀ
ମହାରାଷ୍ଟ୍ରର ରାଜନୈତିକ ଡ୍ରାମାର ଅବସାନ ପରେ ସମସ୍ତ ନବ ନିର୍ବାଚିତ ବିଧାୟକ ମାନେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସ-ଏନ୍ସିପି-ଶିବସେନାର ମହା ବିକାଶ ଅଘାଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ଆସନ୍ତା କାଲି ଉଦ୍ଧବ ଠାକ୍ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା କାଳିଦାସ କୋଲାମ୍ବକାର ଅସ୍ଥାୟୀ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି । 9.18 ମିନିଟ୍ରେ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ ।
କଳାହାଣ୍ଡି, ୨୭/୧୧: (ସମୀକ୍ଷା ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତ ସ୍ଥିତ ଖାଲିଆପାଲି ଗାଁରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ବାଗ୍ଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରର ନବଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କରାଯାଇଛି। ଏଥିରେ ଅନେକ ଅଭିଭାବକ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଓ ସଠିକ ସମାଧାନର ପନ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ପରିଚାଳନାରେ ସଭାପତିତ୍ୱ ଭାର ତୁଲାଇଥିଲେ କଲେଜର ଚେୟାରମ୍ୟାନ ଶାନ୍ତନୁ ମହାପାତ୍ର। ସଭାରେ ପବ୍ଲିକ ରିଲେସନ ଅଫିସର ତଥା ଭାଇସ୍ ଚେୟାରମ୍ୟାନ ଭାସ୍କର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଏବଂ ନିର୍ଦ୍ଦେଶକ ତଥା ଗଣିତ ଅଧ୍ୟାପକ ମହେଶ୍ବର ମହଲା ଯୋଗ ଦେଇଥିଲେ।। ସୁଦାମ ଚରଣ ବାରିକ, ଶିବରାଜ…

