Author: Samikhsya Bureau

ମୁମ୍ବାଇ,2/12: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଝଟ୍‌କା । ଏଣିକି କଲ୍‌ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍‌-ଆଇଡିଆ, ଏୟାରଟେଲ ଏବଂ ଜିଓ ନିଜର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଭୋଡାଫୋନ୍‌-ଆଇଡିଆ ଏବଂ ଏୟାରଟେଲ ନିଜର ଟାରିଫ୍‌ ବୃଦ୍ଧି ନେଇ ଘୋଷଣା କରି ସାରିଥିଲେ । ଉଭୟ କମ୍ପାନୀର ବାର୍ଷିକ ଆର୍ଥିକ ରିପୋର୍ଟରେ କ୍ଷତି ସହିଥିବାରୁ ଏହି ଦରବୃଦ୍ଧି ଲାଗୁ କରାଯାଇଛି । ତିନି କମ୍ପାନୀ ନିଜ ନିଜର ଟାରିଫ୍‌ ଦରରେ 42 ପ୍ରତିଶତ ବୃଦ୍ଧି ଘଟାଇଛନ୍ତି । ଏହା ସହିତ ତିନି କମ୍ପାନୀ ମାସିକ ଦେୟରେ ନିଜ ନେଟଓ୍ବାର୍କକୁ ମାଗଣା କଲ୍‌ ସେବା ପ୍ରଦାନ କରୁଥିବା ବେଳେ ଅନ୍ୟ ନେଟ୍‌ଓ୍ବର୍କକୁ 1000 ମିନିଟ୍‌ ଏବଂ 10000 ମିନିଟ୍‌ ପରେ 6ପ./ମି ଆଦାୟ କରିବେ । ଏୟାରଟେଲ ଏହି ଦର ବୃଦ୍ଧି କେବଳ ପ୍ରିପେଡ୍‌ ସେବାରେ ଲାଗୁ କରିଛି…

Read More

ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍‌ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍‌ନଭୀସ୍‌ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା ।  ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍‌ । ହେଗେଡ୍‌ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ…

Read More

ତାମିଲନାଡୁ, ୧/୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍‌ର ନାଦୁର କନ୍ନାପନ ଲେଆଉଟ୍‌ଠାରେ ଏକ କାନ୍ଥ ଭୂଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୩ଟି ଘର ନଷ୍ଟ ହୋଇଯିବା ସହ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୋଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବହୁଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କାନ୍ଥଟି ଭୂଷୁଡି ଯିବାରୁ ଘର ଭିତରେ ଥିବା ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ, ୧୦ ମହିଳା ଓ ଦୁଇଜଣ ଶିଶୁ ରହିଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର, ୨/୧୨: ରୋଷେଇ ଗ୍ୟାସ ଟାଙ୍କି ଫାଟି ସ୍ବାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧାଜିଲ୍ଲା ହରିପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା  ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସ୍ତ୍ରୀ ଜଳି ଯାଉଥିବା ଦେଖି ସ୍ବାମୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଫଳରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)

Read More

ମେକ୍ସିକୋ, ୨/୧୨: ଆମେରିକାର ଟେକ୍ସାସ ସୀମାନ୍ତରେ ଥିବା ଉତ୍ତର ମେକ୍ସିକୋରେ ଗୁଳିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣ ସନ୍ଦିଗ୍ଧ ଡ୍ରଗ୍ସ ମାଫିଆ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ପୁଲିସ ଅଫିସର ରହିଛନ୍ତି ବୋଲି ସୂଚନା ରହିଛି। ଏହା ସହିତ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରଗ୍ସ ଚାଲାଣକୁ ଅଟକାଇବା ଲାଗି ପୁଲିସ ଚଢ଼ାଉ କରିବା ବେଳେ ମାଫିଆଙ୍କ ସହିତ ଗୁଳିବିନିମୟ ଘଟିଥିଲା।  ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। (ଏଜେନ୍ସି)

Read More

କେଦାର ମିଶ୍ର  ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ ଅଭିଯୋଗ ଆଣନ୍ତୁ, ତାହା ଗଣତନ୍ତ୍ର ଲାଗି ଶୁଭଂକର। ହେଲେ ସମାଲୋଚନା ଓ ଅଭିଯୋଗ ଯଦି କୌଣସି ମହିଳାଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ହୋଇଥାଏ, ତାହେଲେ ତାହା କେବଳ ଅନୈତିକ ନୁହେଁ, ଅପରାଧ ମଧ୍ୟ। ଗତ ସପ୍ତାହରେ ଦୁଇଟି ଖବର ଆମ ନଜରକୁ ଆସିଛି ଆଉ ଦୁଇଟି ଯାକ ଖବରରେ ଆମର ସମାଜ ଏବେ ମଧ୍ୟ ମଧ୍ୟଯୁଗୀୟ ମାନସିକତାରେ ଥିବାର ପ୍ରମାଣ ଦେଉଛି। ପ୍ରଥମ ଖବର ସହିତ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଜଡିତ ଥିବା ବେଳେ ଦ୍ଵିତୀୟ ଖବରରେ ଜଗତସିଂପୁରର କେତେଜଣ କଲେଜ ପଢୁଆ ଝିଅଙ୍କ ନାମ ଜଡିତ ଅଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ କଂଗ୍ରେସ ଦଳ ଏକ ଅଭିଯୋଗ ଆଣିଲା…

Read More

ସମୀକ୍ଷା ବ୍ୟୁରୋ ଶେରଗଡ଼,୦୨/୧୨: କରଞ୍ଜେଇ ପୀଠରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ `ମୋ ଗାଁ ମୋ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରେ ଜନାଦୃତ ପାଇଥିବା ହଳିଆ ଗୀତକୁ ପୁଣି ଉଜ୍ଜୀବିତ କରିବା, ଗ୍ରାମୀଣ ସାହିତ୍ୟର ବିକାଶ ଓ ପ୍ରାଚ଼ୀନ ସାହିତ୍ୟ ତଥା ପୁରାତନ ସଂସ୍କୃତି ଓ ସାହିତ୍ୟକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କବି ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଅରବିନ୍ଦ ପଣ୍ଡା, ରଜନୀକାନ୍ତ ପାଢ଼ୀ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଚିନ୍ମୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ ଓ ସଂଯୋଜନା କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠ ଉତ୍ସବରେ କୈଳାସ ନାଥ ସ୍ବାଇଁ, କପିଳ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ…

Read More

ଭୁବନେଶ୍ବର, ୨/୧୨: ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହେଉଛି। ଏହା ୮  ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳନ କରାଯିବ। ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ,ପଟାଙ୍ଗି ନନ୍ଦପୁର ଓ ପଡ଼ୁଆ ଓ ଲମତପୁଟ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାର ସମଗ୍ର ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  ସୀମାନ୍ତ ଅଞ୍ଚଳରେ ବିଏସଫ, ସିଆର୍‌ପିଏଫ୍‌, ଏସ୍‌ଓଜି ପରି ସଶସ୍ତ୍ର ବାହିନୀକୁ ସଜାଗ ରଖା ଯାଇଛି ।  ପିଏଲଜିଏ ସପ୍ତାହକୁ ଆଖି ଆଗରେ ରଖି ନକ୍ସଲ ପ୍ରଭାବିତ ବିଭିନ୍ନ ରୁଟ୍‌ରେ ସରକାରୀ ବସ୍‌ ଚଳାଚଳ ବନ୍ଦ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ, ୧/୧୨: ଚଳିତ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଓ ତା’ ପରବର୍ତ୍ତୀ ଅବସ୍ଥା ରାଜନୈତିକ ମାହୋଲରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିଛି। ରାଜ୍ୟରେ ଉଦ୍ଧବ ସରକାର କ୍ଷମତା ହାତେଇଛନ୍ତି। ରବିବାର ଦିନ ସଦନରେ ଉଦ୍ଧବ ଠାକ୍‌ରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ଙ୍କ ପ୍ରଶଂସା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସେ ସର୍ବଦା ତାଙ୍କ ମିତ୍ର ହୋଇ ରହିବେ। କିନ୍ତୁ ଦେବେନ୍ଦ୍ର ଫଡନାବିସ ସରକାର କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ସୋସିଆଲ୍‌ ମିଡ଼ିଆ ଅର୍ଥାତ୍‌ ଫେସ୍‌ବୁକ୍‌ରେ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିବା ନିମେନ୍ତ ସଂକେତ ଦେଇଛନ୍ତି। ପଙ୍କଜା ମୁଣ୍ଡେ ତାଙ୍କ ପିତା ଗୋପିନାଥ ମୁଣ୍ଡେଙ୍କ ଜନ୍ମଦିବସ ଅବସରରେ ୧୨ ଡିସେମ୍ବରକୁ ସମର୍ଥକଙ୍କ ବୈଠକ ଡାକିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୮-୧୦ ଦିନ ମଧ୍ୟରେ ସେ…

Read More

ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୧/୧୨: ପିଆଜ ଅଭାବ ଯୋଗୁଁ ଏହାର ଦର  ଆକାଶଛୁଆଁ ପାଲଟିଛି । ରାଜ୍ୟରେ ପିଆଜ କିଲୋ ପିଛା ୧୦୦ ଟଙ୍କାରେ ମିଳୁଛି । ଦେଶରେ ପିଆଜ ଅଭାବ ତଥା ବର୍ଦ୍ଧିତ ଦରର ମୁକାବିଲା କରିବା ପାଇଁ ଏବେ  ଉପଭୋକ୍ତା ମନ୍ତ୍ରାଳୟ ସରକାରୀ କମ୍ପାନୀ ଏମଏମଟିସିକୁ ୧୧୦୦୦ ମେଟ୍ରିକ୍‌ ଟନ୍‌ ପିଆଜ ଆମଦାନୀ ପାଇଁ ନିର୍ଦ୍ଦେଶ ଦେଇଛି ।  ତୁର୍କୀରୁ ୧୧ ହଜାର ଟନ୍‌ ପିଆଜ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଭାରତରେ ପିଆଜ ଚାହିଦା ଦୂର କରିବା ପାଇଁ ଇଜିପ୍ଟରୁ ୬,୦୯୦ ଟନ୍‌ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା। ଗତ ମାସରେ କେନ୍ଦ୍ର କ୍ୟାବିନେଟ ଦେଶରେ ବଢ଼ୁଥିବା ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଘରୋଇ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ୧.୨ ଲକ୍ଷ ଟନ୍‌ ପିଆଜ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ପରେ…

Read More

ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୧/୧୨: ଜନ ଆବ୍ରାହମ୍‌ଙ୍କ ଅପକମିଙ୍ଗ୍‌  ଥ୍ରିଲର୍‌ ‘ଆଟାକ୍‌’ର ଆଜି ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଫିଲ୍ମଟି ୧୪ ଅଗଷ୍ଟ ୨୦୨୦ରେ ରିଲିଜ୍‌ ହେବାକୁ ରହିଛି । ପୂର୍ବରୁ  ଜନ୍‌ଙ୍କ ୨୦୧୮ ସ୍ବାଧୀନତା ଦିବସ ଅବସରରେ ‘ସତ୍ୟମେବ ଜୟତେ’ ଓ ଚଳିତ ବର୍ଷ ସ୍ବାଧୀନତା ଦିବସରେ ‘ବାଟ୍‌ଲା ହାଉସ୍‌’  ଫିଲ୍ମ ରିଲିଜ୍‌ ହୋଇଥିଲା । ଯାହା ବଲିଉଡ୍‌ରେ ବେଶ୍‌ ସଫଳ ରହିଥିଲା । ଏବେ ଆସନ୍ତା ସ୍ବାଧୀନତା ଦିବସକୁ ମଧ୍ୟ ଆଜିଠାରୁ ବୁକିଂ କରିସାରିଲେଣି ।  ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଜନ୍‌ଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ଓ ରକୁଲ୍‌ ପ୍ରୀତ୍‌ ସିଂ ପ୍ରମୁଖ ନଜର ଆସିବେ । ଲକ୍ଷ୍ୟ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ରୋମାଞ୍ଚଭରା ଫିଲ୍ମକୁ ଜନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ପ୍ରସ୍ତୁତ କରୁଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧/୧୨:  ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ଏଏସ୍‌ଆଇ ପ୍ରଶାନ୍ତ ସ୍ବାଇଁ। ମୃତଦେହ ପାଖରୁ ଜବତ ସୁଇସାଇଡ୍‌ ନୋଟ୍‌ ପୋଲିସ୍‌ ଦେଉନଥିବାର ଅଭିଯୋଗ ମଧ୍ୟ ହୋଇଛି। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଧ୍ୟାପିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଫଳରେ ଅଧ୍ୟାପିକା ଜଣକ ଗତକାଲି ଆତ୍ମହତ୍ୟା କରିଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧/୧୨: ତିନିମାସର କଣ୍ଟ ପୂରଣ ହେବା ପରେ ରାଜ୍ୟରେ ପୁଣିଥରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ଭାବରେ ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବାରୁ ତାଙ୍କ ବାପାଙ୍କୁ ଜରିମାନା ଦେବାକୁ ପଡିଛି।  ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଛନ୍ତି। ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ। ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଛି। ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ନୂତନ ମୋଟର ଯାନ ଅନୁଯାୟୀ ମଦ୍ୟପାନ କରି ଗାଡି ଚଳାଇଲେ ୧ହଜାର…

Read More