Author: Samikhsya Bureau

ସମୀକ୍ଷା ବ୍ୟୁରୋ ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍‌ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର ପ୍ରଥମ ବିଦ୍ୟାଳୟ। ୮୯ବର୍ଷର ଏହି ସର୍ବପୁରାତନ ବିଦ୍ୟାଳୟଟି ଆଜି ଅବହେଳିତ ଅବସ୍ଥାରେ। ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଠ ପଢି ଭାରତର ବିଶିଷ୍ଟ ପଦ ପଦବୀରେ ଅବସ୍ଥାପିତ ହୋଇ ଆମ ଜାତିର ଟେକ ରଖିଥିବାବେଳେ ସେହି ବିଦ୍ୟାଳୟ ଆଜି ସମସ୍ୟାଘେରରେ। ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର, ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ର,  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଦ୍ୟାଳୟରେ ପାଠ ପଢିଥିବାବେଳେ ଅନେକ ଆଇଏଏସ୍‌ ଓ ଓଏଏସ୍‌ ଏହି ବିଦ୍ୟାଳୟରୁ ପାଠ ପଢିଛନ୍ତି। ଶିକ୍ଷାଦାନର ଅନନ୍ୟ ନିଦର୍ଶନ ସ୍ବରୂପ ଏହି ବିଦ୍ୟାଳୟଟି ମଣିଷ ତିଆରି କାରଖାନା ରୂପେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା, ମାତ୍ର ସରକାରୀ ଉଦାସୀନତା କାରଣରୁ ଏହି ବିଦ୍ୟାଳୟ ବିଭିନ୍ନ…

Read More

କେଦାର ମିଶ୍ର  କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି…

Read More

ଅନ୍ତରୀଣ ଡିଜି ଭାବରେ ସତ୍ୟଜିତ୍‌ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ଜେଲ୍‌ ବିଭାଗ ଡିଜି ଥିବା ସତ୍ୟଜିତ୍‌ ମହାନ୍ତି ପୂର୍ବରୁ ମଧ୍ୟ ପୁଲିସ୍‌ କମିଶନର ଦାୟିତ୍ବ ତୁଲାଇସାରିଛନ୍ତି । ସତ୍ୟଜିତ୍‌ ମହାନ୍ତି ବର୍ତ୍ତମାନ ଜେଲ୍‌ ବିଭାଗ ଡିଜି ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଭାବେ ମଧ୍ୟ ନିଯୁକ୍ତି ମିଳିଛି ।  ରାଜ୍ୟସରକାର ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବଦଳି କରିବା ପରେ ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଅଭୟଙ୍କୁ ରାଜ୍ୟର ନୂଆ ପୁଲିସ୍‌ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ନୂଆ ଡିଜିପି ଅଭୟ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ହାଇଦ୍ରାବାଦରେ ଜାତୀୟ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ସେ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରାୟ ଏକ ସପ୍ତାହ ଲାଗିଯିବ। ସେଥିପାଇଁ ସରକାର ତୁରନ୍ତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର:20/11- ଏକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ପୂର୍ଣ୍ଣକାଳୀନ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ବିଜୟ ଶର୍ମାଙ୍କୁ ଅଗ୍ନି ସୁରକ୍ଷା ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗରେ ହଟାଇ ଦିଆଯାଇଥିବାର ଜଣାପଡିଛି। କାରଣ ଏହି ସାର୍ଟିଫିକେଟ ପ୍ରଦାନରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି କଡା ପଦକ୍ଷେପ ନେଇଛନ୍ତି। ଏପରିକି ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଏକ ତିନିଜଣିଆ କମିଟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନିଜଣିଆ କମିଟରେ ଉନ୍ନୟନ କମିଶନର ଏବଂ ଗୃହ ବିଭାଗର ସଚିବ ସଦସ୍ୟ ଅଛନ୍ତି। ବିଜୟ କୁମାର ଅସ୍ଥାୟୀ ଡିଜି ଭାବେ ନିଯୁକ୍ତି ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଭାବେ…

Read More

ସମୀକ୍ଷା ବ୍ୟୁରୋ ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ରହିଛନ୍ତି। ସେମାନେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମିଠାମୁକ୍ତ ବା ସୁଗାର ଫ୍ରି  ଚୁଇଁଗମ ଖାଇଲେ ବଡ ଲୋକ ଏବଂ ଛୁଆମାନଙ୍କଠାରେ ଦାନ୍ତ ମୂଳରେ ମାଂସ ବଢିବା ତଥା ଅନ୍ୟାନ୍ୟ ଦନ୍ତ କ୍ଷୟ ଭଳି ରୋଗ ଦେଖାଯାଏ ନାହିଁ। କିଙ୍ଗସ୍‌ କଲେଜ ଲଣ୍ଡନରୁ ପ୍ରକାଶିତ ହେଉଥିବା ଜର୍ନାଲ ଅଫ ଡେନ୍ଟାଲ ରିସର୍ଚ୍ଚରେ କୁହାଯାଇଛି ଯେ ଚୁଇଁଗମ ଚୋବାଇଲେ ଦାନ୍ତ ମୂଳରେ ମାଂସ ବୃଦ୍ଧି ହୁଏ ନାହିଁ ଏବଂ ତା’ସହିତ ଅନ୍ୟାନ୍ୟ ମୁଖରୋଗରୁ ମଧ୍ୟ ରକ୍ଷା କରିଥାଏ। ବେଳେବେଳେ ନିୟମିତ ବ୍ରସ କରିବାଠାରୁ ମଧ୍ୟ ଉପକାରୀ ହୋଇଥାଏ ଚୁଇଁଗମ। ଲଣ୍ଡନ କିଙ୍ଗସ୍‌ କଲେଜର ପ୍ରାଧ୍ୟାପକ ତଥା…

Read More

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପେଟା ପକ୍ଷରୁ 2019 ପାଇଁ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବରେ ଚୟନ କରାଯାଇଛି । ଭାରତରେ ପଶୁପକ୍ଷୀଙ୍କ ବିକାଶ ପାଇଁ କୋହଲିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୋହଲି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ପେଟାକୁ ଏକ ପତ୍ର ଲେଖିବା ସହିତ ଆମେର ଦୁର୍ଗରେ ବନ୍ଦ ରହିଥିବା ହାତୀ ମାଲତୀର ମୁକ୍ତି ପାଇଁ ଅନୁରୋଧ କରିଥିଲେ । ମାଲତୀକୁ 8 ଜଣ ବ୍ୟକ୍ତି ଅମାନୁଷିକ ନିର୍ଯାତନା ପ୍ରଦାନ କରୁଥିଲେ । କୋହଲିଙ୍କ ଚିଠି ପରେ ଜୀବଜନ୍ତୁଙ୍କ ପାଇଁ ରହିଥିବା ଜୀବଜନ୍ତୁ ଅଧିନିୟମ 1960ରେ ମଧ୍ୟ ପରିବର୍ତ୍ତନ ଅଣାଯାଇଥିଲା । ଏହି ପରିବର୍ତ୍ତନ ଅନୁଯାୟୀ ପଶୁପକ୍ଷୀଙ୍କୁ ନିର୍ଯାତନା ପ୍ରଦାନ କଲେ ଦଣ୍ଡ ସହିତ ଜରିମାନାର ବ୍ୟବସ୍ଥା ରହିଛି । ଏତଦ୍‌ବ୍ୟତିତ କୋହଲି ବେଙ୍ଗାଲୁରୁରେ ପଶୁପକ୍ଷୀଙ୍କ ପାଇଁ ଏକ ଆଶ୍ରୟ ସ୍ଥଳ ମଧ୍ୟ ନିର୍ମାଣ କରିଛନ୍ତି । କୋହଲିଙ୍କ ପୂର୍ବରୁ ପଶୁସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍‌ର ଗମ୍ଭାରୀମୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଏକ ହେୟାରକ୍ଲିପ୍‌ ପାଇଁ ଆଜି ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଭଉଣୀ ସହିତ ସାମାନ୍ୟ ଏକ କ୍ଲିପ୍‌ ପାଇ ଝଗଡ଼ା ହେବାରୁ ରାଗରେ ନାବାଳିକାଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ନାବାଳିକାର ବୟସ ମାତ୍ର ୧୪ ବର୍ଷ ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ନାବାଳିକାର ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଏହି ଘଟଣାର ତଦନ୍ତ କରୁଛନ୍ତି ଥାନାଧିକାରୀ ଏଏସ୍‌ଆଇ ମୂରଲୀଧର ବଳିୟାରସିଂହ।

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ପାଓ୍ବାର ଆଜି କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା କହିଛନ୍ତି, ହେଲେ  ରାଜନୈତିକ ମହଲରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଦେଖାଦେଇଛି । ଦୁହେଁ ପାଖାପାଖି ଅଧଘଣ୍ଟାଏ ପାଖାପାଖି ସାକ୍ଷାତ କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏବଂ ଆସନ୍ତା ବର୍ଷ ଅର୍ଥାତ୍‌ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ଦୁଇ ତାରିଖ ମଧ୍ୟରେ ହେବାକୁ ଥିବା ବସନ୍ତ ଦାଦା ସୁଗାର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରୋଗ୍ରାମ୍‌ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ କୃଷକଙ୍କ ସମସ୍ୟା ସମ୍ବଳିତ ଏକ ପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ଏନ୍‌ସିପି ମୁଖ୍ୟ । ଏହି…

Read More

ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ । ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା । ରାଜପକ୍ଷା ଭାରତ ଅପେକ୍ଷା ଚୀନକୁବେଶୀ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜପକ୍ଷା ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତା 29ତାରିଖରେ ସେ ଭାରତ ଆସିବା ନେଇ ରାଜପକ୍ଷା ସମ୍ମତି ପ୍ରଦାନ କରିଥିବା ନେଇ ଜୟଶଙ୍କର ଟ୍ବିଟ୍‌ କରିଛନ୍ତି ।

Read More

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶର କୌଣସି ସମ୍ପ୍ରଦାୟର ବ୍ୟକ୍ତି ଏହି ଆଇନ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଏହି ବିଲ ପାଇଁ ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।

Read More

ବାଲ୍ୟ ବିବାହ ଉପରେ ଲଗାମ ଲଗାଇବା ପାଇଁ ଆସାମ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲ୍ୟ ବିବାହ ରୋକିବା ପାଇଁ ଆସାମ ସରକାର ଅରୁନ୍ଧତୀ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୁଧବାର ସର୍ବାନନ୍ଦ ସୋନାବାଲ୍‌ଙ୍କ କ୍ୟାବିନେଟ୍‌ ଏହି ଯୋଜନା ଉପରେ ମୋହର ଲଗାଇଛି । ମନ୍ତ୍ରୀ ହମେନ୍ତ ବିଶ୍ବ ସରମା ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବୋହୂମାନଙ୍କୁ ଏକ ତୋଲା ସୁନା ପ୍ରଦାନ କରାଯିବ । ଏହି ଯୋଜନା ୧ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସର୍ତ୍ତ ମୁତାବକ ବିବାହର ବିଶେଷ ଅଧିନିୟମ, ୧୯୫୪ ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ କରାଯାଇଛି ।

Read More