Author: Samikhsya Bureau

ଜମ୍ମୁ କାଶ୍ମୀର ଓ ଲଦାଖରେ ପ୍ରଥମ ଉପ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦିଆଯାଇଛି। ଜମ୍ମୁ କଶ୍ମୀରରୁ ଅଲଗା ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଲଦାଖ ଓ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଶପଥ ନେବେ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ସହ ଗତ ଅଗଷ୍ଟ ୫ରେ ରାଜ୍ୟରୁ ଲଦାଖ ଅଞ୍ଚଳକୁ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ  କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । କେବଳ ଏତିକି ପାର୍ଥକ୍ୟ ଯେ, ଜମ୍ମୁ କଶ୍ମୀରରେ ବିଧାନସଭା ରହିବ ଏବଂ ଲଦାଖ ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚୟ ପାଇଛି । ଲଦାଖ ତରଫରୁ କିଛି ବର୍ଷ ହେବ ଏହି ଦାବି ହୋଇ ଆସୁଥିଲା । ପ୍ରାଥମିକ ଅବସ୍ଥାରେ ଉଭୟ…

Read More

କେଦାର ମିଶ୍ର ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ…

Read More

କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ ବୋଲି ମତ ଦେଇଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଅର୍ଥ କେବେ ପ୍ରଦାନ କରାଯିବ ବୋଲି ପ୍ରଶ୍ନ କରିବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ରାଜ୍ୟରେ ଚାଷ ଏବଂ ଚାଷୀଙ୍କର ଉନ୍ନତି ଚାହୁଁନଥିବାରୁ ଏପରି ନକରାତ୍ମକ ମନ୍ତବ୍ୟ ପ୍ରଦାନ କରୁଛି ବୋଲି ସସ୍ମିତ ପ୍ରକାଶ କରିଛନ୍ତି । ବିଜେପି ପକ୍ଷରୁ ଏଭଳି ମତ ପ୍ରଦାନ କରାଯାଇ ଚାଷୀ ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ ଠାରୁ ଆରମ୍ଭ କରି ପଞ୍ଚଦଶ ଅର୍ଥ କମିଶନଙ୍କ ପକ୍ଷରୁ ଏହି ଯୋଜନାକୁ ପ୍ରଶଂସା କରାଯାଇଥିବା ବେଳେ ରାଜନୈତିକ ଫାଇଦା ପାଇଁ ବିଜେପି ପକ୍ଷରୁ ନକରାତ୍ମକ ମନ୍ତବ୍ୟ ପ୍ରଦାନ କରାଯାଉଛି । ବିଜେପିର ଏହି ରାଜନୈତିକ ହୀନମନ୍ୟତା…

Read More

ସମୀକ୍ଷା ବ୍ୟୁରୋ ଏଣିକି ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଦାୟିତ୍ବ ପ୍ରଶାସନିକ ଅଧିକାରୀ ମାନେ ସମ୍ଭାଳିବେ। ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ହସ୍ପିଟାଲର ପ୍ରଦର୍ଶନ ବୃଦ୍ଧି ପାଇଁ ସଂଯୋଜକ ଦାୟିତ୍ବରେ ନିଯୁକ୍ତ କରାଯାଇଛି। ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଓ ନିକୁଞ୍ଜ ଧଳଙ୍କୁ ଦୁଇଟି ଲେଖାଏଁ ହସ୍ପିଟାଲର ଦାୟିତ୍ବ ମିଳିଛି। ସୁରେଶ ମହାପାତ୍ରଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଏବଂ ବୁର୍ଲା ଭୀମସାର ମେଡିକାଲ କଲେଜ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ବର ଏବଂ ବ୍ରହ୍ମପୁର ମେଡିକାଲ ଓ ନିକୁଞ୍ଜ ଧଳଙ୍କୁ କନ୍ଧମାଳ ଓ ବଲାଙ୍ଗିର ମେଡ଼ିକାଲର ଦାୟିତ୍ବ ପ୍ରଦାନ କରାଯାଇଛି। ଏମାନଙ୍କ ବ୍ୟତୀତ ହେମନ୍ତ ଶର୍ମାଙ୍କୁ ଭବାନୀ ପାଟଣା, କ୍ରିଷନ କୁମାରଙ୍କୁ ପୁରୀ ମେଡିକାଲ କଲେଜ, ରାଜକୁମାର ଶର୍ମାଙ୍କୁ କେନ୍ଦୁଝର, ମୋନା ଶର୍ମାଙ୍କୁ ଯାଜପୁର, ଅନୁ ଗର୍ଗଙ୍କୁ ଅନୁଗୁଳ, ଅଶୋକ…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ନିମେନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଆଧାରରେ ୩୦ଟି ଜିଲ୍ଲାର ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନଗୁଡ଼ିକରେ ରହୁଥିବା ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯିବ। ୬ଟି ଜିଲ୍ଲାକୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ସେହି ୬ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର ପ୍ରମୁଖ।

Read More

ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଧୁମ୍‌ ସିରିଜ୍‌ର ଚତୁର୍ଥ ସଂସ୍କରଣରେ ନଜର ଆସିବେ ବୋଲି ସୂଚନା ରହିଛି । ୟଶ୍‌ରାଜ୍‌ ବ୍ୟାନର୍‌ରେ ପ୍ରସ୍ତୁତି ଆକ୍ସନ ଥ୍ରିଲର୍‌ ‘ଧୁମ୍‌’ର ସମସ୍ତ ସିରିଜ୍‌ ବଲିଉଡ୍‌ରେ ସୁପରହିଟ ରହିଛି ।  ତେବେ ଫିଲ୍ମର ଚଳିତ ସିଜିନ୍‌ର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର ହେଉଛି ଖଳନାୟକ । ‘ଧୁମ୍‌’ରେ ଜନ୍‌ ଆବ୍ରାହମ୍‌, ଧୁମ୍‌ -୨’ରେ ହ୍ରିଥିକ୍‌ ରୋଶନ୍‌, ‘ଧୁମ୍‌-୩’ରେ ଆମୀର ଖାନ୍‌ ପ୍ରମୁଖ ଏହି ଭୂମିକାରେ ନଜର ଆସିଛନ୍ତି । ତେବେ ଏହି ସିରିଜ୍‌ରେ କିଏ ଖଳନାୟକ ହେବ, ତାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଏଥର ଏହି ସିରିଜ୍‌ରେ ଅକ୍ଷୟ କୁମାର ନଜର ଆସିବେ ବୋଲି ଜଣାପଡିଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାତା ଏହି ଫିଲ୍ମର ଲିଡ୍‌…

Read More

23 ବର୍ଷରୁ କମ୍ ବିଶ୍ବ କୁସ୍ତି ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦ୍ର ସିଂ । ୟୁରୋପିଆନ୍‌ ଚାମ୍ପିୟନ୍‌ ଆର୍ମେନିଆର ଆର୍ସେନ୍‌ ହାରୁତ୍ୟୁନାନଙ୍କୁ 4-3 ବ୍ୟବଧାନରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ରବୀନ୍ଦ୍ର । ପୂର୍ବରୁ ରବୀନ୍ଦ୍ର ହଙ୍ଗେରୀର ମାର୍ସେଲ ବୁଡାଇଙ୍କୁ 12-1 ବ୍ୟବଧାନରେ ଏକ ପାଖିଆ ପରାସ୍ତ କରିଥିବା ବେଳେ ଋଷିଆର ଡିନିସ୍ଲାମ ତାଖ୍‌ତାରୋଭଙ୍କୁ 11-0ରେ କ୍ବାର୍ଟର ଫାଇନାଲ୍‌ରେ ପରାସ୍ତ କରିଥିଲେ ।

Read More

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଶିବସେନା ଭିତରେ ଛକାପଞ୍ଚା ଜାରି ରହିଛି ।  ବିଧାୟକ ଦର ନେତା ଭାବେ ଦେବେନ୍ଦ୍ର ଫଡ୍‌ନବୀସ୍‌ ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଫଡ୍‌ନବୀସ୍‌ କହିଛନ୍ତି ଯେ, ମହାରାଷ୍ଟ୍ରରେ ମେଣ୍ଟ ସରକାର ହେବ, ଏଥିରେ ସନ୍ଦେହ ନାହିଁ । କାରଣ ନିଶ୍ଚିତ ରୂପେ ଏହି ଜନାଦେଶ ବିଜେପି ଓ ଶିବସେନା ମେଣ୍ଟ ଲାଗି ଉଦ୍ଦିଷ୍ଟ କାରଣ ଉଭୟ ଦଳ ମେଣ୍ଟ ପାଇଁ ହିଁ ଭୋଟ୍ ମାଗିଥିଲେ। ଆଜି ମହାରାଷ୍ଟ୍ର ବିଧାନସଭା ଭବନରେ ବିଜେପିର ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ବୈଠକରେ ଫଡନବିସଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି। ବୈଠକରେ ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଓ ବରିଷ୍ଠ ନେତା  ସୁଧୀର ମୁନଙ୍ଗଟିଓ୍ଵାର ଦେବେନ୍ଦ୍ର ଫଡନବିସଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ ନିମନ୍ତେ ପ୍ରସ୍ତାବ ରଖିଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ…

Read More

କଂଗ୍ରେସ ସଦସ୍ୟଙ୍କ ବୈଠକକୁ ନେଇ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମ୍‌ଙ୍କୁ ଦାୟିତ୍ୱ ଦିଆଯିବା ନେଇ ଆରମ୍ଭ ହୋଇଛି ରଣନୀତି। କଂଗ୍ରେସ ନେତା ବାପି ସର୍କେଲଙ୍କ ନେତୃତ୍ୱରେ ସ୍ଥାନୀୟ ପାନ୍ଥନିବାସ ପରିସରରେ ବୁଧବାର ବସିଥିବା ବୈଠକରେ ସଭାପତି ହଟାଅ ଅଭିଯାନ ତୀବ୍ର ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟରେ ହୋଇଥିବା ୨ଟି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏପରିକି ଦଳ ବିରୋଧୀ ଦଳ ହେବାର ମାନ୍ୟତା ହରାଇଛି। ଏଥିଯୋଗୁ ପିସିସିରେ ନବକଳେବର ହେବା ଜରୁରୀ। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି ଦାୟିତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଆସନ୍ତା ସପ୍ତାହରେ ଏକ ଟିମ୍‌ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବ ବୋଲି ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…

Read More

ସମୀକ୍ଷା ବ୍ୟୁରୋ  ତଥାକଥିତ ୟୁରୋପୀୟ ସାଂସଦ ଦଳ ତାଙ୍କର କାଶ୍ମୀର ଗସ୍ତ ସାରିବା ପରେ ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ, ସେଥିରେ ସେମାନେ ଦୁଇଟି କଥା କହିଲେ- ୧. କାଶ୍ମୀରର ଲୋକେ ନିଜକୁ ଭାରତୀୟ ବୋଲି ଭାବନ୍ତି ଓ ୨. ଏଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଚାଲିଛି। ଏତକ ଜାଣିବା ଲାଗି ଆମକୁ ୟୁରୋପରୁ ଲୋକ ଆଣିବାକୁ ପଡୁଛି କି? ଆମେ ତ ବାରମ୍ବାର କହି ଆସିଛୁ, ଜାମୁ କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ ଓ ପ୍ରତ୍ୟେକ କାଶ୍ମୀରବାସୀ ଆମ ନିଜଲୋକ। ଆମେ ଭାରତୀୟ ମାନେ ଯେଉଁ ଗଣତାନ୍ତ୍ରିକ ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଛୁ, ସମାନ ଅଧିକାର ଓ ସୁରକ୍ଷା କାଶ୍ମୀରବାସୀଙ୍କୁ ମଧ୍ୟ ମିଳୁ- ଏହାହିଁ ଆଜିର ମୂଳ ବିତର୍କ। ସେଥିରେ ଅନଧିକାର ଭାବରେ ଆସିଥିବା ୟୁରୋପୀୟ ସାଂସଦଙ୍କର ପ୍ରମାଣପତ୍ର କାହାକୁ ଦରକାର ପଡୁଛି? କାଶ୍ମୀରରେ ସରକାରୀ ଆତିଥ୍ୟ ପାଇ ଫେରିଥିବା ଓ ସରକାରଙ୍କ ଘେରାବନ୍ଦୀ ଭିତରେ ଗଣତନ୍ତ୍ରର…

Read More

ଗୁରୁ ନାନକଙ୍କ 550 ତମ ଜନ୍ମଦିବସ ଉପଲକ୍ଷେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମୁଦ୍ରା ଲଞ୍ଚ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏହି ମୁଦ୍ରାର ଲଞ୍ଚ କରିବା ସହିତ ଏହାର ଏକ ଫଟୋ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି । ଆସନ୍ତା 9 ତାରିଖରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନୀରେ ଏହି ମୁଦ୍ରାର ପ୍ରଚଳନ କରାଯିବ । ପାକିସ୍ତାନର ନାନ୍‌କାନା ସାହିବରେ ଜନ୍ମଗ୍ରହଣ କରିଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକଙ୍କ 550 ତମ ଜନ୍ମ ଦିବସରେ ଏହି ମୁଦ୍ରାର ପ୍ରଚଳନ କରାଯିବ ବୋଲି ଇମ୍ରାନ ନିଜ ଟ୍ବିଟ୍ଟର ପେଜ୍‌ରେ ସେୟାର କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍‌ରେ ବରିଷ୍ଠ ଜିଲ୍ଲା କୃଷି ଅଧିକାରୀ(ଡିଏଓ)ଙ୍କୁ  ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ  ସ୍ଥାନୀୟ ସହକାରୀ କୃଷି ଅଧିକାରୀ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଗତ ୨୮ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ପରେ ଡିଏଓ ବିଜୟ କୁମାର ମହାନ୍ତି ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଫସଲ ହାନି ସମ୍ପର୍କରେ ପଚାରିଥିଲେ। ଏବଂ ଲଗାଣ ବର୍ଷା ଏବଂ ରୋଗ ପୋକରୁ ହୋଇଥିବା ଫସଲ ହାନିର ରିପୋର୍ଟ ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସହକାରୀ କୃଷି ଅଧିକାରୀ  ନିଜ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଡିଏଓଙ୍କୁ ଗାଳିଗୁଲଜ କରିବା ସହିତ ଚାପୁଡା ମାରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡିଏଓଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଏପରି ବ୍ୟବହାର ନେଇ ବାଣପୁର ବ୍ଲକ୍‌ର କୃଷି ବିଭାଗର ସମସ୍ତ କର୍ମଚାରୀ…

Read More

ଚଳନ୍ତା ବସ୍‌ରୁ ଖସିଗଲା ଚକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆଜି ସକାଳେ ଏମଏସବି ନାମକ ଏକ ବସ କୋରାପୁଟ ଜୟପୁରରୁ ନବରଙ୍ଗପୁର ଉମରକୋଟ ଅଭିମୁଖେ ଯାଉଥିଲା । ଡାବୁଗାଁ ମହେନ୍ଦ୍ରୀ ଗ୍ରାମ ନିକଟରେ ବସର ଚାରୋଟି ପଛ ଚକା ହଠାତ ଖସି ଯାଇଥିଲା। ଚାରୋଟି ଚକା ଏକ ଜମି ଭିତରେ ଯାଇ ପଡିଥିଲା ।  ଫଳରେ ବସଟି ସେଠାରେ ଅଟକି ଯାଇଥିଲା । ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ମଧ୍ୟ ଏହି ଅଘଟଣରେ କେହି ହେଲେ ମୃତାହତ ହୋଇନାହାନ୍ତି । ଖବର ପାଇ ବସର ମାଲିକ ଓ ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଉମରକୋଟ ନିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଗତକାଲି ଏକ ଦୁଃଖଦ ଘଟଣା ଘଟିଗଲା । ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଦୁଇ ବର୍ଷର ଶିଶୁ ଅବ୍ୟବହୃତ ଖୋଲା ବୋରଓ୍ବେଲ୍‌ ଭିତରକୁ ଅସାବଧନତା ବଶତଃ ଗଳି ପଡିଥିଲା । ପ୍ରଥମେ ସେ ମାଟି ତଳୁ ୨୬ ଫୁଟରେ ଯାଇ ଲାଖିଥିଲା । ପରେ ସ୍ଥାନୀୟ ଅଧିକାରୀ ଏବଂ ଏନ ଡିଆରଏଫଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଉଦ୍ଧାର ହେବ ବିଳମ୍ବ ହେଉଥିଲା । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ କୁ ୪୮ ଘଣ୍ଟା ବିତି ସାରିଥିଲା । ସମାନ୍ତରାଳ ଭାବେ ଅନ୍ୟ ଏକ ଗାଢ ଖୋଲା ଯାଉଥିଲା ତାକୁ ଉଦ୍ଧାର ପାଇଁ । ଏହି ସବୁ ଭିତରେ ଉକ୍ତ ଶିଶୁଟି ୨୬ ଫୁଟ ରୁ ଖସି ଯାଇ ପ୍ରାୟ ୪୮ ଫୁଟ ଯାଏଁ ଖସି ଯାଇଥିଲା । ସମସ୍ତେ ତଥାପି ଆଶା ରଖିଥିଲେ ଯେ ସେ ଜୀବିତ ଥିବ କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳେ ପଚା ଦୁର୍ଗନ୍ଧ ଆସିବାରୁ କିଛି…

Read More

ସମୀକ୍ଷା ବ୍ୟୁରୋ ଗତକାଲି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶୋରପୁର ଓଭରବ୍ରିଜ ନିକଟରେ ଘଟିଥିବା ଡକାୟତିର ପର୍ଦ୍ଦାଫାଶ ହୋଇଛି। ଲୁଟର ଅଭିଯୋଗ କରିଥିବା ମ୍ୟାନେଜର ସନ୍ତୋଷ ରାଜଙ୍କ ଘରୁ ପୋଲିସ୍‌ ଏହି ଅର୍ଥ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଗତକାଲି ୧୮ ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟ ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ମାତ୍ର ଆଜି ପୋଲିସ ସନ୍ତୋଷଙ୍କ ଘରୁ ଏହି ଅର୍ଥ ଜବତ କରିଛି ପୋଲିସ୍‌।

Read More

ନିଫ୍‌ଟୀ ୫୦ର ଅଂଶଧନ ମୂଲ୍ୟରେ ବୃଦ୍ଧି ସହିତ ଭାରତୀୟ ସେୟାର ବଜାର ଉପରକୁ ଉଠିଛି। ବୁଧବାର ଦିନ ସେନସେକ୍ସ ୨୦୦ପଏଣ୍ଟ ଉପରକୁ ଉଠିବା ସହିତ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି। ବୁଧବାର ଦିନ ଭାରତୀ ଇନ୍‌ଫ୍ରାଟେଲ୍‌, ଜୀ ଏଣ୍ଟରଟେନମେଣ୍ଟ, ଇନ୍‌ଫୋସିସ୍‌, ନେଷ୍ଟଲେ ଏବଂ ଆଇଟିସି ସେୟାର ମୂଲ୍ୟରେ ଅଭିବୃଦ୍ଧି ଘଟିବାରୁ ସେନସେକ୍ସରେ ଏହି ଅଭିବୃଦ୍ଧି ଘଟିଛି। ୨୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦୧୦୬ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀରେ ୫୪ ପଏଣ୍ଟର ଅଭିବୃଦ୍ଧି ସହିତ ୧୧୮୪୦ ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ନିଫ୍‌ଟି ଅଟୋର ଅଂଶଧନ ମୂଲ୍ୟରେ ୦.୭ ପ୍ରତିଶତ ହ୍ରାସ ଘଟିଛି।

Read More