ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍ ଗଡ଼ିବ। କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ୍ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକର ଶୁଭାରମ୍ଭ କରିବେ। ସେବା ଟ୍ରେନ୍ ପ୍ରଚଳନ ଯୋଗୁ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନଗୁଡ଼ିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି I
Author: Samikhsya Bureau
ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀ ପ୍ରାଣ ହରାଇଛନ୍ତି। ମୃତକଦ୍ବୟ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ। ସୂଚନା ଅନୁଯାୟୀ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍ରେ ସାଲେପାଲି ଗାଁକୁ ଯାଉଥିଲେ। ମହିପୁର ଛକ ନିକଟରେ ସେମାନେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା। ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ…
ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସିଙ୍କୁ ସେଲ୍ଫି ନେବା ମହଙ୍ଗା ପଡିଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ଚର୍ଚ୍ଚାରେ ରହିଥିଲେ । ବୁଲୁ ମୁଣ୍ଡାଙ୍କ ବିରୋଧରେ ପୁରୀ ଏସ୍ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧାମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ଅସ୍ତରଙ୍ଗ ପୁଲିସ୍ ମୁନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍ ତାକୁ ନିମାପଡ଼ା ଥାନାକୁ ଆଣିଥିଲା। ତେବେ ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁଣ୍ଡା ତାଙ୍କ ସହିତ…
ସମୀକ୍ଷାବ୍ୟୁରୋ ଆଜିଠୁ ଆରମ୍ଭ ହୋଇଯାଇଛି ହବିଷ୍ୟାଳୀ କାର୍ତ୍ତିକ ବ୍ରତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ, ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ, ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ବ୍ରତ ପାଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ବିଶେଷ ଧ୍ୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସେଥିପାଇଁ ତିନୋଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସଠାରେ ୯୦୦ ଏବଂ ମ୍ୟୁନିସପାଲିଟି କଲ୍ଯାଣମଣ୍ଡପରେ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ…
MUMBAI, OCT 14 (UNI) – Actress Aishwarya Rai Bachchan addressing during trailer launch of upcoming film Disney’s Maleficent- Mistress of Evil, in Mumbai on Monday. UNI PHOTO-66U
Visuhally challenged IAS officer Pranjal patil assume as Thiruvananthapuram Sub Collector in Thiruvanathapuram on Monday .UNI PHOTO -68U
ଆଜି ଭୁବନେଶ୍ବରର ଏଜି ଛକଠାରେ ‘ରକ୍ଷକ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଜୁ ଯୁବ ବାହିନୀ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନଙ୍କୁ ସଚେତନ କରାଇବାକୁ ଦଳ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭୁବନେଶ୍ଵରର ଏଜି ଛକରେ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଛି। ସଡକ ସୁରକ୍ଷା ତଥା ନୂତନ ମୋଟର ଯାନ ଆଇନ୍କୁ ନେଇ ଲୋକମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି।
ସମୀକ୍ଷା ବ୍ୟୁରୋ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତରର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସପିଟାଲ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ଦଳ ଗସ୍ତ କରିଥିବା ବିଭିନ୍ନ ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାର ହସପିଟାଲର ଉନ୍ନତି ପାଇଁ ନିଆଯାଇଛି। ଏଥିରେ ଏକାଥରେ ୧୩ଶହ ୫୦ ଶଯ୍ୟା ବୃଦ୍ଧି କରାଯିବା ସହିତ ଆଉ ଏକ ୨ଶହ ଶଯ୍ୟା ବିଶିଷ୍ଠ ନୂତନ ହସପିଟାଲ ଗୃହ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ରୋଗୀ କଲ୍ୟାଣ ସମିତି ପାଇଁ ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ ଦିଆଯାଇ ଥିବା ବେଳେ ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତିନୋଟି ଜିଲ୍ଲା ପାଇଁ ଯେଉଁ ଘୋଷଣା କରାଯାଇଛି ସେଥିରେ ରହିଛି.. ମାଲକାନ୍ଗିରି ଜିଲ୍ଲା ମେଡ଼ିକାଲ୍ ମେଡ଼ିକାଲରେ ଶଯ୍ୟା ସଂଖ୍ୟାରେ…
ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ନାମାଙ୍କନ ଭରିଛନ୍ତି। ଏହି ପଦ ପାଇଁ ସେ ସୋମବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ନାମାଙ୍କନ ପତ୍ର ଦାଖଲ ପାଇଁ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ପ୍ରାୟ ୨ଟା ୪୫ରେ ଅଫିସରୁ ବାହାରକୁ ଆସିଥିଲେ। ତାଙ୍କ ସହିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ପୁତ୍ର ଜୟ ଶାହା ଥିଲେ। ଶାହା ସଚିବ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପରେ ଗାଙ୍ଗୁଲି କହିଛନ୍ତି ଯେ, ବୋର୍ଡରେ ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ କରିବାର ଅଛି।
ସମୀକ୍ଷା ବ୍ୟୁରୋ ବିସିସିଆଇରେ ଏବେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂତନ ଅଧ୍ୟକ୍ଷ ହୋଇପାରନ୍ତି। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି। ବିସିସିଆଇର ସଭାପତି ଦୌଡ଼ରେ ଗାଙ୍ଗୁଲି ସର୍ବାଗ୍ରେ ଥିବାବେଳେ ତାଙ୍କୁ ସଭାପତି କରିବା ନେଇ ସହମତି ପ୍ରକାଶ ପାଇଥିବାର ଜଣାପଡୁଛି। ସେହିପରି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଆଇପିଏଲର ଅଧ୍ୟକ୍ଷ ଓ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବା ନେଇ ଖବର ଶୁଣିବାକୁ ମିଳିଛି। ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି…
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କଲେ ମହିଳା । ଅବସ୍ଥା ଗୁରୁତର କହି କଟକ ରେଫର୍ କରିଥିଲେ ଡାକ୍ତର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାହାରେ ପ୍ରସବ କଲେ ମହିଳା | ପ୍ରସବ ବେଳେ କେହି ଡାକ୍ତର କିମ୍ବା ନର୍ସ ଆସି ନଥିବା ଅଭିଯୋଗ ହୋଇଛି । ମହିଳାଜଣଙ୍କ ଶାଶୁ ସ୍ଥାନୀୟ ମହିଳାଙ୍କ ସାହାଯ୍ୟରେ ପ୍ରସୂତିଙ୍କୁ ପ୍ରସବ କରାଇଥିଲେ । ମହିଳା ଜଣକ ଯମଜ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ମହିଳା ଜଣକ ତିହିଡି ବ୍ଲକ୍ ତଳଡୁମୁକା ଗାଁର ବୋଲି ଜଣାପଡିଛି ।
ଅର୍ଥନୀତିରେ ୩ ଜଣ ପାଇବେ ନୋବେଲ୍ ପୁରସ୍କାର । ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ପାଇବେ ନୋବେଲ୍ ପୁରସ୍କାର । ଭାରତରେ ଜନ୍ମିତ ଆମେରିକୀୟ ଅର୍ଥନୀତିଜ୍ଞ ହେଉଛନ୍ତି ଅଭିଜିତ୍ । ୧୯୬୧ ମସିହା ଫେବୃଆରୀ ୨୧ରେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ୍ । ଜବାହରଲାଲ୍ ୟୁନିଭରସିିଟିରେ ଶିକ୍ଷା ଗ୍ରହଣ କରିଥିଲେ ଅଭିଜିତ୍ । ଅଭିଜିତ୍ଙ୍କ ସହ ତାଙ୍କ ପତ୍ନୀ ଏସ୍ତର ଡୁପ୍ଲାଓ ଓ ମାଇକେଲ୍ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବେ । ଅଭିଜିତ୍ ବିଶ୍ବସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟ କରିଥିବାରୁ ତାଙ୍କୁ ନେବାେଲ୍ ସମ୍ମାନରେ ସମ୍ମାନିତ କରାଯାଉଛି ।
ସମୀକ୍ଷା ବ୍ୟୁରୋ ଗତ ରବିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ରହିଥିବା ଭାରତୀୟ ସେନାବାହିନୀର ୧୨୦ ବାଟାଲିୟନ ସାମ୍ନାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅନେକାଂଶରେ ଆମର ବିବେକକୁ ଲହୁ ଲୁହାଣ କରିବାକୁ ବାଧ୍ୟ। ପ୍ରବଳ ବର୍ଷାରେ ହଜାର ହଜାର ଯୁବକ ରାଜଧାନୀର ରାଜରାସ୍ତାରେ ଠିଆ ହୋଇ ରହିଥିଲେ। ଓଡିଶାର ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ପ୍ରାୟ ପାଞ୍ଚ ହଜାର ପିଲା ସୈନିକ ପରୀକ୍ଷା ଦେବାକୁ ୧୨୦ ବାଟାଲିୟନ ଓ ଏହାର ଆଖ ପାଖରେ ଭିଡ କରିଥିଲେ। ଏମାନଙ୍କ ରହିବା ଲାଗି ବା ପାଣି ଟୋପେ ପିଇବା ଲାଗି କୌଣସି ବ୍ୟବସ୍ଥା ନଥିଲା। ଦେଶର ସେନା ବାହିନୀରେ ଭର୍ତ୍ତି ହେବାକୁ ପରୀକ୍ଷା ଦେବାକୁ ଆମ ଦେଶର ସବୁଠୁ ଦୁର୍ବଳ ବର୍ଗର ପିଲାମାନେ ଆସିଥାନ୍ତି। ସେମାନଙ୍କୁ ସାମାନ୍ୟ ମଣିଷ ଭଳି ବ୍ୟବହାର ପ୍ରଦର୍ଶନ କରିବା ପ୍ରଶାସନର ଦାୟିତ୍ଵ ନୁହେଁ କି? ଏ ସମ୍ପର୍କରେ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରସ୍ଥିତ ୧୨୦ ବାଟାଲିୟାନରେ ଟେରିଟୋରିୟାଲ ଆର୍ମି ନିଯୁକ୍ତି ମେଳାରେ ଯୋଗଦେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ପ୍ରାର୍ଥି ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ଏତେ ପିଲାଙ୍କୁ ବ୍ୟବସ୍ଥିତ ଭାବେ ରଖିବା ପାଇଁ ନା ୧୨୦ ବାଟାଲିୟାନ ବ୍ୟବସ୍ଥା କରିଛି ନା ପୋଲିସ ପ୍ରଶାସନ। ଫଳରେ ଏହି ପରୀକ୍ଷାର୍ଥୀ ବାଟାଲିୟନ ପାଖରେ ଥିବା ଫୁଟପାଥରେ ରାତି ବିତାଇବାରେ ଲାଗିଛନ୍ତି। ଏପରିକି ପରୀକ୍ଷାର୍ଥୀମାନେ ସେହି ରାସ୍ତା ଉପରେ ରୋଷେଇ କରି ଖାଇବା ଏବଂ ନିତ୍ୟକର୍ମ ମଧ୍ୟ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ପ୍ରଥମ କଥା ଏତେ ପରୀକ୍ଷାର୍ଥୀ ରାଜଧାନୀକୁ ଆସୁଥିବାର ଜାଣିବା ପରେ ମଧ୍ୟ ସେମାନଙ୍କ ପାଇଁ ୧୨୦ ବାଟାଲିୟନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହି ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ସେପରି ଧନୀକ ଶ୍ରେଣୀର ନୁହଁନ୍ତି ଯେ, ହୋଟେଲ ବୁକ କରି ରହିବେ। ତେବେ ଭୁବନେଶ୍ବରର ହୋଟେଲ ସଂଖ୍ୟା ଯେତେ ରହିଛି ହଠାତ…

