Author: Samikhsya Bureau

କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ ଟା ପର୍ଯ୍ୟନ୍ତ ୬ ଜିଲ୍ଲାବାସୀଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ୬ଟି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିକୁ ଏହି ସତର୍କ ସୂଚନା ଜାରି କରାଯାଇଛି।

Read More

ଚୀନ୍‌ର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ଜଣଙ୍କର ପ୍ରାଣହାନି ଘଟିଛି। ଚୀନ୍‌ର ପୂର୍ବ ଭାଗରେ ଅବସ୍ଥାପିତ ଫୁଜିଆନ୍‌ ସହରରେ ଅବସ୍ଥାପିତ ଏକ ରାସାୟନିକ କାରଖାନାରେ ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାତ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

କେଦାର ମିଶ୍ର ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର…

Read More

ସମୀକ୍ଷା ବ୍ୟୁରୋ ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି । ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି  ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :  ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଗ୍ରାହକ ଯୋଡିଛି। ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଜିଓ ଏହାର କାୟା ବିସ୍ତାର କରି ଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜିଓ ହେଉଛି ଓଡିଶାର ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ନୂଆ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାରେ ମୋଟ୍‍ ମୋବାଇଲ ଉପଭୋକ୍ତା ସଂଖ୍ୟା ୪.୦୮ ଲକ୍ଷ ହ୍ରାସ ଘଟିଛି। ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଅଗଷ୍ଟରେ ୧.୧୮ ଲକ୍ଷ ଗ୍ରାହକ ହରାଇଛି। ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଗ୍ରାହକ ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫…

Read More

ସମୀକ୍ଷା ବ୍ୟୁରୋ କଟକ : ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରଚାର ଅଭିଯାନ ଆୟୋଜନ କରାଯାଉଛି । ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ୫ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବ୍ୟୁରୋ ଅଫ ଆଉଟରିଚ କମ୍ୟୁନିକେସନ ପକ୍ଷରୁ ଏହି ପ୍ରଦର୍ଶନୀ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ପ୍ରଦର୍ଶନୀରେ ବାପୁଙ୍କ ଜୀବନୀ,ଦର୍ଶନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ ପ୍ରଦର୍ଶିତ କରାଯିବ ।ଏହି ପ୍ରଦର୍ଶନୀ ଲାଗିଉଭୟ ପାରମ୍ପରିକ ଏବଂ ଡିଜିଟାଲ ମାଧ୍ୟମର ଉପଯୋଗ କରାଯିବ । ଏହାଛଡ଼ା କର୍ମଶାଳା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ସ୍ୱଚ୍ଛତା ହି ସେବା”ର ସ୍ୱର୍ଣ୍ଣିମ ବିଚାରକୁ ଉଲ୍ଲେଖ କରାଯିବ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଖଦୀ ପ୍ରଦର୍ଶନୀ-ଖଦୀ ବଜାର। ରାଜ୍ୟ ଖଦୀ ଓ ଗ୍ରାମ ଉଦ୍ୟୋଗ ବୋର୍ଡ ତରଫରୁ ଗାନ୍ଧୀ ଜୟନ୍ତି ଉପଲକ୍ଷେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ଓଡିଶାର ବିଭିନ୍ନ ଖଦୀ ଓ ଗ୍ରାମ ଉଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏଥିସହିତ ଆନ୍ଧ୍ର ପ୍ରଦେଶ, ବିହାର ଏବଂ ପଶ୍ଚିମ ବଂଗ ପରି କେତେକ ରାଜ୍ୟର ଖଦୀ ଉଦ୍ୟୋଗୀ ମଧ୍ୟ ଏହି ପ୍ରଦର୍ଶନୀରେ ଯୋଗଦେଇଛନ୍ତି। ଏଥିରେ ପ୍ରଦର୍ଶନ ସହିତ ଗ୍ରାହକମାନଙ୍କୁ ରିହାତି ଦରରେ ସାମଗ୍ରୀ ବିକ୍ରୀ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ସିଲ୍କି ଶାଢୀ, କୋଲକାତାର ଖଦୀ ସାର୍ଟ ଏବଂ ଓଡିଶାର ଖଦୀ ପୋଷାକ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳାକୁ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଛନ୍ତି। ସଂଧ୍ୟାରେ ଗ୍ରାହକମାନଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଖଦୀ ବଜାର 15 ଦିନ ଧରି ଚାଲିବ।

Read More

ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ରାଞ୍ଚିରେ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ୍‌ ହରାଇ ୨୪୨ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ଚଳିତ ସିରିଜ୍‌ର ତୃତୀୟ ଶତକ ହାସଲ କରିବା ସହିତ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଟସ୍‌ ଜିତି ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଇନ୍‌ଫର୍ମ ଓପ୍‌ନର ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୦ ରନ୍‌ କରି ଆଉଟ ହୋଇଥିଲେ। ଏହା ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା ଖାତା ଖୋଲିବା ପୂର୍ବରୁ ରବାଡାଙ୍କ ଶିକାର ହୋଇଥିଲେ। ଆନିର୍ଚ୍ଚ ନୋର୍ଟ୍ଜେ ବିରାଟ କୋହଲି(୧୨)ଙ୍କୁ ଲେଗ୍‌ ବିଫୋର୍‌ କରିବା ପରେ ଭାରତ ୩୯ ରନ୍‌ରେ ତୃତୀୟ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଥିଲା। ଏହାପରେ ଆଜିଙ୍କ୍ୟ ରାହାଣେ(୮୩) ରୋହିତଙ୍କ ସହିତ ଯୋଗ ଦେଇ ଅବିଭାଜିତ ୨୦୩ ରନ୍‌ ଯୋଗ କରିଛନ୍ତି।…

Read More

ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ ଶେରା ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ଶେରା ଶିବସେନାରେ ଯୋଗ ଦେଇଥିବା ନେଇ ଶିବସେନାର ଟ୍ବିଟ୍ଟର ପେଜ୍‌ରେ ସେୟାର କରାଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଯୁବ ସେନା ସଭାପତି ଆଦିତ୍ୟ ଠାକ୍‌ରେଙ୍କ ଉପସ୍ଥିତିରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ମୁମ୍ବାଇର ମାତୋଶ୍ରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର 21 ତାରିଖରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 24 ତାରିଖରେ ଫଳାଫଳ ଆସିବ ।

Read More

ଆଫଗାନିସ୍ତାନରେ ଏକ ଏନ୍‌କାଉଣ୍ଟରରେ ୧୦ ଆଇଏସ୍‌ ଆତଙ୍କୀ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଆଫଗଗାନୀ ସେନା ପକ୍ଷରୁ ଅନୁଷ୍ଠିତ ଘଟିଥିବା ଏନ୍‌କାଉଣ୍ଟରରେ ନାନଘରରେ ୧୦ ଜଣ ଆଇଏସ୍‌ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆଇଏସ୍‌ କମାଣ୍ଡର ନିହତ ହୋଇଥିବା ବେଳେ ୮ଟି ଆଇଏସ୍‌ ପୋଷ୍ଟ ଧ୍ବଂସ ହୋଇଥିଲା। ଏହା ସହିତ ଏହି ଏନ୍‌କାଉଣ୍ଟର ସମୟରେ ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନ୍‌କୁ ମଧ୍ୟ ନିଷ୍କ୍ରିୟ କରିଥିଲେ ଆଫଗାନୀ ସେନା। ୨୦୧୫ରୁ ଆଇଏସ୍‌ ନାନଘରରେ ନିଜର କାୟା ବିସ୍ତାର କରି ଚାଲିଛି।

Read More

KRASNOYARSK REGION, Oct. 19, 2019 (Xinhua) — A gold mine is flooded after a dam collapsed in the Kuraginsky district of Russia’s Krasnoyarsk region, Oct. 19, 2019. The death toll rose to 13 after a dam collapsed in the Kuraginsky district of Russia’s Krasnoyarsk region, local media reported Saturday. Xinhua/UNI PHOTO-9F

Read More

ନିଜର ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ପୂର୍ବତନ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 16 ତାରିଖରେ ସମସ୍ତ ପୂର୍ବତନ ବିଧାୟକଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସରକାରୀ ବାସଭବନ ପରିତ୍ୟାଗ ନକଲେ ପାଣଇ ଏବଂ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ବେଖାତିର କରାଯିବାରୁ ଆଜି ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ 3 ଦିନର ମହଲତ ଦେଇଛନ୍ତି । ଏହା ସହିତ ଆସନ୍ତା ମାସଠାରୁ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ କୋଠା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

Read More

ଋଷରେ ଏକ ଡ୍ୟାମ୍‌ ଭୁଷୁଡି 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ଋଷିଆର ସାଇବେରିଆରେ ଏହି ଦୁର୍ଘଟଣା ଶନିବାର ସକାଳେ ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଡ୍ୟାମ୍‌ ଭୁଷୁଡିଥିବା ବେଳେ 11 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାଇବେରିଆର କ୍ରାସ୍ନୋୟାର୍ସ୍କରେ ରହିଥିବା ଏକ ସୁନାଖଣିରେ ଏହି ଡ୍ୟାମ୍‌ ଭୁଷୁଡି ପଡିଥିଲା । ଖଣିରେ ସମୁଦାୟ 270 ଜଣ ଶ୍ରମିକ କାମ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 5ଟି ଏମ୍‌ଆଇ-8 ଏବଂ ଏମ୍‌ଆଇ-26 ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Read More

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ରାଜନୀତି ଚାଲିଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବିଜେପି ସ୍ମିତାରାଣୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । ଆଜି ବିଜେପି ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି ଯେ, ପାରିପାର୍ଶ୍ବିକକ ସ୍ଥତିକୁ ଦେଖିଲେ ସ୍ମିତାରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେଠାରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଏକାଧିକ ଲୋକେ ରହିଥିଲେ । ଏହି ଘଟଣାରେ ରାମକୋର କୈାଣସି ସିମେଣ୍ଟ ଅଧିକାରୀ ମଧ୍ୟ ସମ୍ପୃକ୍ତ ଥାଇ ପାରନ୍ତି । ଏହା ସହ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସରକାର ସିବିଆଇକୁ ତଦନ୍ତ ଭାର ଦେବା ଦେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।…

Read More

ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା ।  ଶ୍ରମ ବିଭାଗ କିରାଣୀ ଖୋଲାଖୋଲି ଲାଞ୍ଚ ମାଗୁଥିବା ଭିଡ଼ିଓ ପ୍ରଚାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ଜଣେ ଶ୍ରମ ବିଭାଗ କିରାଣୀ ବଲ୍ଲବ ନାଗ ଜଣେ ବ୍ୟକ୍ତିଙ୍କୁ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଖୁଲମଖୁଲା ଲାଞ୍ଚ ମାଗିଥିଲେ । ଏହି ଶ୍ରମିକ ଚାଲାଣ ଲାଇସେନ୍ସ କରାଇବାକୁ ଶ୍ରମ ବିଭାଗ କିରାଣୀ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିରାଣୀଙ୍କ ଏହି ଖୁଲମଖୁଲା ଲାଞ୍ଚ ମାଗିବା ଭିଡ଼ିଓ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।କିରାଣୀ ବଲ୍ଲବ ନାଗଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଛି ।

Read More

ପୁଣି ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ ଝାରସୁଗୁଡ଼ା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଚଢାଉ କରିଛି । ଆଜି ଭିଜିଲାନ୍ସ ଟିମ ତାଙ୍କ  ବଢେଇମୁଣ୍ଡା ଓ ଅଇତାପତି ବାସଭବନ ସମେତ ଶ୍ୱଶୁର ଘର ଓ କିଛି ସ୍ଥାନରେ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ମିଳିଛି ।

Read More