Author: Samikhsya Bureau

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଏହି ବୈଠକ ଦିନ 11 ଟା ବେଳେ ବସିବ। ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହେବ। ଏହାପରେ ସାରା ଦେଶରେ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଏହା ପୂର୍ବରୁ ନବୀନ ଏହି ବୈଠକ ଡାକିଛନ୍ତି। ନବୀନଙ୍କ ଏହି ଶାସନ ସମୟରେ ଆଜି ହେବ ଶେଷ କ୍ୟାବିନେଟ ବୈଠକ। ଏହାପରେ ନିର୍ବାଚନ। ସେଥିପାଇଁ ସମସ୍ତେ ଆଶା କରିଛନ୍ତି ଯେ, ଆଜି ନବୀନ ନିଶ୍ଚିତ ଭାବେ ଏକ ବଡ ଘୋଷଣା କରିବେ। ତେବେ ତାହା କଣ ଏ ପର୍ଯ୍ୟନ୍ତ କୌଣସି ସୂରାକ ମିଳିପାରି ନାହିଁ। ସୁତ୍ର ଅନୁସାରେ ଆଜି ବିଭିନ୍ନ ବିଭାଗର ମୋଟ 20ଟି ପ୍ରସଂଗ ଆଲୋଚନା ପାଇଁ ରହିଛି।

Read More

Election News: ବହୁ ପ୍ରତୀକ୍ଷାର ଆଜି ଅନ୍ତ ଘଟିବ। ଆଜି ଘୋଷଣା ହେବ ଲୋକସଭା ଏବଂ ବିଧାନସଭା ନିର୍ବାଚନ ତାରିଖ। ଆଜି ଶନିବାର ଅପରାହ୍ନ ୩ ଟାରେ ଏହି ତାରିଖ ଘୋଷଣା କରାଯିବ ବୋଲି ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଦିନ କହିଛନ୍ତି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ତରଫରୁ ସାମାଜିକ ଗଣମାଧ୍ୟମରେ ରେ ଏକ ସଂକ୍ଷିପ୍ତ ବିବୃତ୍ତି ପୋଷ୍ଟ କରିଛି। ସେଥିରେ କୁହାଯାଇଛି ଯେ ଲୋକସଭା ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇବ। ଆଜି ତାରିଖ ଘୋଷଣା ହେବା ମାତ୍ରେ ସାରା ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ।୨୦୧୯ ନିର୍ବାଚନ ଏପ୍ରିଲ ୧୧ ରୁ ମେ ୧୯ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଚାରି ଦିନ ପରେ ଘୋଷିତ ହୋଇଥିଲା। ଯେଉଁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ସେଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମ।

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶା ରାଜନୀତିରେ ବିଜେଡି ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ହେବ କି ନାହିଁ ସେ ନେଇ କେହି କିଛି କହିପାରୁ ନାହଁନ୍ତି। ଏହି ଚର୍ଚ୍ଚା ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଆସିଛି ବଡ ବୟାନ। ସେ ଇଣ୍ଡିଆ ଟୁ ଡେ କନକ୍ଲେଭରେ ଓଡିଶା ମେଣ୍ଟ ନେଇ କରିଛନ୍ତି ଖୁଲାସା। ସେ କହିଛନ୍ତି ଯେ, ଓଡିଶାରେ ମେଣ୍ଟ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୌଣସି ନିଷ୍ପତି ନେଇ ନାହାଁନ୍ତି। ଓଡିଶାରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ବହୁତ ଭଲ କରିବ। ତେବେ ଓଡିଶାରେ କିପରି ଦଳ ଆଗକୁ ଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ। ଏହାଦ୍ବାରା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସତ। ଏ ନେଇ ଆଲୋଚନା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି। ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନା କୁ (Modified Assured Career Progression Scheme) ସରଳ କରାଯାଇଛି. ଏବେ 100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନ କୁ ଭିତ୍ତି କରି MACP ନିର୍ଣ୍ଣୟ କରାଯିବ. ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକ ମାନଙ୍କୁ ଆକର୍ଷିତ କରିବା PH.D ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି. ଅଧ୍ୟାପକମାନଙ୍କୁ ଚାକିରୀ ସମୟରେ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ…

Read More

ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ କୋଅପରେଟିଭ ସୁଗାର ମିଲ୍‌ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ…

Read More

ଭୁବନେଶ୍ୱର: ସିନେ ତାରକା ଅରିନ୍ଦମ ରାୟ ଆଜି ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କାରଣ ଅରିନ୍ଦମ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ। ଅରନ୍ଦମ ଯାଜପୁରର କୋରାଇ ଆସନରୁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ବହୁ ପୂର୍ବରୁ ଶୁଣାଯାଉଥିଲା। ଗତ କିଛିଦିନ ତଳେ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଥିଲେ। ଏହାକୁ ନେଇ ସେହି ସମୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

Read More

ବାଲୁଗାଁ: ଗୁରୁବାର ଦିନ ବାଲୁଗାଁ ତୈଳିକ ବୈଶ୍ୟ ସମାଜରୁ ଅଲ ଓଡ଼ିଶା ରାଜ୍ୟ ସଭାପତି ତଥା ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଛି। ଖବର ମୁତାବକ ବାଲୁଗାଁ ତୈଳିକ ବୈଶ୍ୟ ସମାଜ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ବାଲୁଗାଁ ସ୍ଥିତ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାରେ ତାଙ୍କୁ ବହିଷ୍କାର କରାଗଲା ବୋଲି ଘୋଷଣା କରାଯାଇଛି। ଆୟୋଜିତ ବୈଠକରେ ଉପ ସଭାପତି ଶରତ ସାହୁ, ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ସଭ୍ୟ ଯୋଗ ଦେଇଥିଲେ। ସଙ୍ଘର ନୀତି ନିୟମକୁ ଦୀର୍ଘଦିନ ହେବ ଅବମାନନା କରୁଥିବା ବେଳେ ସଙ୍ଘର କୌଣସି କାର୍ଯ୍ୟରେ ଯୋଗ ନ ଦେବା ଓ ସଙ୍ଘକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ସର୍ବସମ୍ମତି କ୍ରମେ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଥିବା ସଭାପତି ଶ୍ରୀ ସାହୁ କହିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁ ନିଜର ଜାତିଆଣ ତୈଳିକ ବୈଶ୍ୟ ସମାଜ ବାଲୁଗାଁରୁ ଗୁରୁବାର…

Read More

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି। ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା…

Read More

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ଯୁବ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଶ୍ରୀ ରାକେଶ ସିଂ। ଶ୍ରୀ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ଉପସଭାପତି ସୈାଜିତ କୁମାର ବେସ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ । ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀ ମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି…

Read More

ଭୁବନେଶ୍ବର: ଗତକାଲି ରାତିରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇପଡିଛନ୍ତି। ତାଙ୍କ କାର ଏକ ଗ୍ୟାସ ବୋଝେଇ ଟ୍ରକ ସହିତ ମୁହଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରସନ୍ନ ଗୁରୁତର ହୋଇପଡିଥିବା ବେଳେ ତାଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ରେଢାଖୋଲସ୍ଥିତ ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତୁରୁନ୍ତ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

ଭୁବନେଶ୍ବର: ନବୀନ ନିବାସରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ବିଜେଡି ବିଜେପି ମେଣ୍ଟ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। କାରଣ ବର୍ତ୍ତମାନ ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ଏହି ବୈଠକ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ଫଳାଫଳ ଆସୁଛି। ଏହି ବୈଠକରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ୟ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ରବିନ୍ଦ୍ର ଜେନା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ବର୍ତ୍ତମାନ ବୈଠକ…

Read More

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି। ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି…

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ। ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।

Read More

ଭୁବନେଶ୍ବର: ନୂଆଦିଲ୍ଲୀର ବୈଠକ ପରେ ଆଜି ଭୁବନେଶ୍ବର ଫେରି ମେଣ୍ଟ ଚର୍ଚ୍ଚାକୁ ଏଡାଇ ଦେଲେ ବିଜେପି ସଭାପତି ମନମୋହନ ସାମଲ। ସେ ସିଧା ମେଣ୍ଟ ହେବ ନାହିଁ ବୋଲି କହିପାରି ନ ଥିଲେ। ହେଲେ ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ଲୋକଙ୍କ ଆର୍ଶିବାଦରେ ବିଜେପି ଓଡିଶାରେ ସରକାର ଗଢିବାକୁ ଯାଉଛି। ହେଲେ ତାଙ୍କୁ ବାରମ୍ବାର ମେଣ୍ଟ ସଂପର୍କରେ ପଚାରିଥିଲେ ମଧ୍ୟ ସେ ମେଣ୍ଟ ଶଦ୍ଦଟି ପାଟିରେ ଧରି ନ ଥିଲେ। ସେ ବାରମ୍ବାର ଓଡିଶାର ବିଜେପି ସରକାର କରିବ ବୋଲି କହିଥିଲେ। ଶେଷରେ କହିଥିଲେ ଯେ, ଆମେ ଯଦି କାହା ସହିତ ମିଶି ସରକାର କରିଥାଆନ୍ତୁ ତାହା ହେଲେ ମୁଁ ସେ କଥା କହିଥାଆନ୍ତି। ହେଲେ ସେ କଥା ମୁଁ କହୁ ନାହିଁ। ତେବେ ମନମୋହନଙ୍କ ଉତ୍ତରରେ ସେ କେଉଁଠି କିଛି କହିବାକୁ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେ କଥାକୁ ଗେନ୍ଦୁରାଇବାରେ ଲାଗିଛନ୍ତି। ଖୋଲମଖୋଲା…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତରେ ପହଞ୍ଚିଛି। ଏହି ଘୋଷଣା ଅନୁସାରେ ଏହି ବର୍ଦ୍ଧିତ ହାର ଗତ ଜାନୁୟାରୀ ପହିଲାରୁ ଲାଗୁ କରାଯିବ। ଏହାଦ୍ବାରା ରାଜ୍ୟର ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଧାରୀ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀରେ ବୈଠକ ପରେ ସେ ଓଡିଶା ଫେରିଆସିଛନ୍ତି। ସେ କହିଛନ୍ତି ଯାହା ଚାଲିଛି ଠିକ ଚାଲିଛି। ବିଚାର ବିମର୍ଶ ଚାଲିଛି। ଆମର ପକ୍ରିୟା ଯେପରି ଚାଲିବା କଥା ତାହା ଚାଲିଛି। ହେଲେ ମେଣ୍ଟ ସଂପର୍କରେ କିଛି କହି ନ ଥିଲେ। ତେବେ ତାଙ୍କ କଥାରୁ ଜଣାପଡିଛି ଯେ, ପୂର୍ବରୁ ସେ ଯେପରି ମେଣ୍ଟ ହେବ ନାହିଁ ବୋଲି କହୁଥିଲେ ସେ ଦମ୍ଭ ଆଉ ନାହିଁ। ତାଙ୍କର ମନ୍ତବ୍ୟ ମନ୍ଥର ହୋଇଯାଇଛି। ପୂର୍ବରୁ ସେ କହୁଥିଲେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବେ, ହେଲେ ଆଜି ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ।

Read More

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ହେଲେ ସେ ସଂପର୍କରେ କେହି କିଛି କହି ନାହାଁନ୍ତି। ସେହିପରି ଆଜି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆଜି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ଆଠଗଡ ନିର୍ବାଚନ ମଣ୍ଡଳିରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁଙ୍କ ନିର୍ବାଚନ ମଣ୍ଡଳି ବୁଲିବା। ଆଦିତ୍ୟ ବେଶ କିଛି ଦିନ ଧରି ସକାଳୁ ଘରୁ ବାହାରି ଆଠଗଡର ଗଳକନ୍ଦି କୁଲିବାରେ ଲାଗିଛନ୍ତି। କେଉଁଠି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, କେଉଁଠି କ୍ରିକେଟ ମ୍ୟାଚ, କେଉଁଠି ଫୁଟବଲ ମ୍ୟାଚ, କାହାର ଶ୍ରାଦ୍ଧ କାର୍ଯ୍ୟ ସବୁଠି ସେ ହାଜର। ତେବେ ଏହାର କାରଣ ହେଲା ଯେ, ଆଦିତ୍ୟ ପ୍ରତାପ ଏଥର ନିର୍ବାଚନ ଲଢେଇ କରିବେ। ତାଙ୍କ ବାପା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୁଆଡେ ଆଉ ନିର୍ବାଚନ ଲଢେଇରେ ସାମିଲ ହେବେ ନାହିଁ। ସେ ନେଇ ରଣେନ୍ଦ୍ର ଦଳକୁ ଜଣାଇ ଦେଇଛନ୍ତି। ଏଥିସହିତ ତାଙ୍କ ପୁଅ ଏଥର ନିର୍ବାଚନ ଲଢିବ ବୋଲି ମଧ୍ୟ ଦଳକୁ ଅନୁରୋଧ କରିଛନ୍ତି। ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ତଥା ଦଳର ଜଣେ ବରିଷ୍ଠ ନେତାଙ୍କ…

Read More

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବାଘମାରି ଥାନା ସହ ଭୂଷଣ୍ଡପୁର ଫାଣ୍ଡିର ନୂତନ କୋଠାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଥିପାଇଁ ଉଭୟ ଥାନା ମାନଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଖୋର୍ଦ୍ଧାର ନୂତନ ଥାନା କୋଠା ଉଦ୍ଘାଟନୀ ଉତ୍ସବରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଆଇଜି ଆଶିଷ ସିଂ, ଏସପି ବି. ଯୁଗଳ କିଶୋର ଯୋଗ ଦେଇଥିବା ବେଳେ ବାଘମାରି ଥାନା ଉଦଘାଟନୀ ଉତ୍ସବରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଯୋଗଦେଇ ଥିଲେ ।

Read More

ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ବରୁଣେଇ ପୀଠ ରେ ପହଞ୍ଚିଥିଲେ 5ଟି ଅଧକ୍ଷ କାର୍ତ୍ତିକ ପଣ୍ଡିଆନ। ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରସ୍ତାବ 5ଟି ଅଧକ୍ଷ ସଚିବ ଥିବା ସମୟ ରେ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସି ମନ୍ଦିର ପରିକ୍ରମା କରିଥିଲେ। ତାଙ୍କ ସହିତ ସଚିବ ଭିନିଲ କ୍ରୀଷ୍ଣା, ମଧ୍ୟ ଆସିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା 5 ଟି ଅଧକ୍ଷ ଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବୃନ୍ଦ, ପର୍ଯ୍ୟଟନ ଅଧିକାରୀ, ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀ, ସମସ୍ତେ ଉପସ୍ଥିତ ରହି ବରୁଣେଇ ପୀଠ ର ସୋନ୍ଦର୍ଯ୍ୟକରଣ ସଂପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ଏହି ପୀଠ ରେ ସୀତା କୁଣ୍ଡ, ବରୁଣେଇ ପାହାଡ଼ର ଶିଖର କୁ ଯିବା ପାଇଁ ରାସ୍ତା,…

Read More