Author: Samikhsya Bureau

କଳାହାଣ୍ଡି ଅଧମୁଣ୍ଡା ଆବାସିକ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ହଷ୍ଟେଲ ଓ୍ବାର୍ଡେନ୍‌ ଓ ପ୍ରଧାନଶିକ୍ଷକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କର ଭବାନୀପାଟଣାସ୍ଥିତ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । କିନ୍ତୁ ଛାତ୍ର 3 ଦିନ ଧରି ଅସୁସ୍ଥ ଥିଲେ ବି ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚିକିତ୍ସା ହୋଇପାରି ନଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ କରାଯାଇ ପ୍ରଧାନଶିକ୍ଷକ ଅଗସ୍ତି ସାହୁ ଓ ଓ୍ବାର୍ଡେନ୍‌ ନବୀନ ମହାନନ୍ଦଙ୍କୁ ଗିରଫ କରାଯାଇଛି ।

Read More

ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ 140 କିମି ବେଳାଭୂମିର ସଫେଇ କରାଯାଇଥିଲା । ଶତାଧିକ ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ନିଜକୁ ଏହି ସଫେଇ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ପୁରୀର 18ଟି ଜୋନ୍‌ରେ ଏହି ସଫେଇ ଅଭିଯାନ ଜୋରସୋରରେ ଚାଲିଛି । ସଫେଇ କାର୍ଯ୍ୟକ୍ରମରେ ଅନେକ ଚଳଚିତ୍ର ତାରକା ଯୋଗ ଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଛନ୍ତି । ଦେଶରେ ଆସନ୍ତା ଅକ୍ଟୋବର 2ରୁ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରାଯାଉଥିବାରୁ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ସଚେତନ କରାଯାଇଥିଲା ।

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ର ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି । କେନ୍ଦ୍ର ଅର୍ଥ ଏବଂକର୍ପୋରେଟ ବ୍ୟାପାରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀଏହି ସଂଶୋଧନର ଯେଉଁ ବିଶେଷତ୍ୱ ବିଷୟରେ ସୂଚନା ଦେଇଥିଲେ, ତାହା ହେଲା ୧. ବିକାଶ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଏକ ନୂଆ ବ୍ୟବସ୍ଥା କରାଯାଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷଠାରୁ ଲାଗୁ ହେବ ।ଏହି ବ୍ୟବସ୍ଥା ଦ୍ୱାରା ଯେ କୌଣସି ଘରୋଇ କମ୍ପାନୀ ୨୨% ହାରରେ ଆୟକର ପରିଶୋଧ କରିବାର ବିକଳ୍ପ ପାଇବେ । ତେବେ କୌଣସି ପ୍ରକାରର ରିହାତି କିମ୍ବା ପ୍ରୋତ୍ସାହନ ଗ୍ରହଣ ନ କରିବାର ସର୍ତରେ ସେମାନଙ୍କୁ ଏହି ସୁବିଧା ମିଳି…

Read More

ଆଜି ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ନୂତନ ମୋଟର ଯାନ ଆଇନ୍‌ ପରେ ପରିବହନ ବିଭାଗ ଓ ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ କଡ଼ାକଡି କରାଯାଇଥିବା ବେଳେ ଜରିମାନା ମଧ୍ୟ ଆଦାୟ  କରାଯାଉଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଯିବା ସହିତ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତ ଘଟୁଥିବାର ନଜରକୁ ଆସୁଛି । ତେବେ ଲୋକମାନଙ୍କୁ ନୂତନ ମୋଟର ଯାନ ଆଇନ୍‌ ସମ୍ପର୍କରେ ଧାରଣା ଦେବା ସହିତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ୍‌ ପକ୍ଷରୁ ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଟ୍ଟନାୟକ , ସବ୍ଇନ୍ସପେକ୍ଟର ଉମାକାନ୍ତ ସାହୁ ଓ ଚିଲିକା ରିପୋର୍ଟର ଆସୋସିଏସନର ସଭାପତି  ସୁନୀଲ କୁମାର ସୁବୁଦ୍ଧି , ସମ୍ପାଦକ ଅମିତାଭ ପଟ୍ଟୋଜୋଶୀ , ଉପ-ସଭାପତି ଲକ୍ଷ୍ମୀଧର…

Read More

ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ. ଶିବନ୍‌ଙ୍କ ନାମ। ତାମିଲନାଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। ଲଞ୍ଚ ଭେଇକିଲ୍‌ ମିଶନ୍‌ ପିଏସ୍‌ଏଲ୍‌ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ।

Read More

ବଲିଉଡ୍‌ରେ ଟେଲି ଅଭିନେତା ଅଭିନେତ୍ରୀ ମାନେ ନିଜର ଦବଦବା ଜାହିର କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତ୍‌,  ମୌନୀ ରାୟ, ଗୌତମ ରୋଡେ, ଅଙ୍କିତା ଲୋଖେଣ୍ଡ ପରି କଳାକାରମାନେ ବଲିଉଡ୍‌ରେ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହୁଥିବାବେଳେ ଏହି କ୍ରମରେ ଆଉଜଣେ ଟେଲି ଅଭିନେତ୍ରୀ ସାମିଲ୍‌ ହୋଇଛନ୍ତି । ଟେଲି ଅଭିନେତ୍ରୀ ପଙ୍ଖୁଡି ଅଓ୍ବସ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନଙ୍କ ସହ ନଜର ଆସିବେ ।  ଏହି ଅଭିନେତ୍ରୀ ଜଣକ ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ସେ କୁଙ୍କୁମ୍‌ ଭୂମିକାରେ ନଜର ଆସିବେ।  ପ୍ରଥମେ ଆଶିକ୍‌ ଏବଂ ଏମ୍‌ ଟିଭିର ‘ଫାନା ସିଜିନ୍‌ ୨’ରେ ସେ କାମ କରିଥିଲେ। କିନ୍ତୁ ସେ ସିରିୟଲ ‘ରଜିଆ ସୁଲତାନ୍‌’ରେ ଘରେ ଘରେ ପରିଚିତା ହୋଇଥିଲେ । ନିକଟରେ ଆୟୁଷ୍ମାନଙ୍କ ଅଭିନୀତ ‘ଡ୍ରିମ୍‌ ଗାର୍ଲ’ ବ୍ୟାବସାୟିକ ସଫଳତା ହାସଲ କରିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,ତା.୨୦/୦୯: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ଅନୁଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।ଜନ ସଂର୍ପକ ଓ ଜନଜାଗରଣ ଯାତ୍ରା ଅବସରରେ ଜାମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କଣ ପରିବର୍ତ୍ତନ ହୋଇଛି ସେ ସଂର୍ପକରେ ମନ୍ତ୍ରୀ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ…

Read More

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଲଙ୍କାକାଣ୍ଡ, ଭଙ୍ଗାରୁଜା ଘଟଣାରେ ଆପୋଷ ସମାଧାନ ଉଦ୍ୟମ ଫେଲ୍‌ ହୋଇଛି । ଜିଲ୍ଲା ପ୍ରଶାସନ ସହ ଓକିଲ ସଂଘର ପ୍ରାରମ୍ଭିକ ଆଲୋଚନା ବିଫଳ ହୋଇଛି । ଏହି ଆଲୋଚନାରେ ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । ଜିଲ୍ଲାପାଳଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛନ୍ତି ଓକିଲ । ଆବଶ୍ୟକ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଓକିଲ ସଂଘ ଧମକ ଦେଇଛି । ଆଲୋଚନା ଦ୍ବାରା ଘଟଣାର ସମାଧାନ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶତାଧିକ ଓକିଲଙ୍କ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା ମଧ୍ୟ କରିଥିଲେ ।

Read More

ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ଫଙ୍ଗଲ ପ୍ରଥମ ଭାରତୀୟ ଭାବରେ ବିଶ୍ବ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । 52 କିଗ୍ରା ବର୍ଗରେ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ଶୁକ୍ରବାର ଇତିହାସ ରଚିଛନ୍ତି ଫଙ୍ଗଲ । ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଥିବା ଫଙ୍ଗଲ 3-2 କାଜାକିସ୍ତାନର ସେକେନ୍‌ ବିବୋସିନୋଭ୍‌ଙ୍କୁ ପରାସ୍ତ କରିବା ସହିତ ଇତିହାସ ରଚିବାରେ ସଫଳ ହୋଇଛନ୍ତି । ଏଟ୍‌କିନ୍‌ବର୍ଗରେ ଅନୁଷ୍ଠିତ କ୍ବାର୍ଟରରେ ଫଙ୍ଗଲ କ୍ୟୁବାର ଆଣ୍ଡି ଗୋମେଜ୍‌ଙ୍କୁ ପରାସ୍ତ କରିଥିଲେ । ପୂର୍ବରୁ 2017ରେ 49 କିଗ୍ରା ବର୍ଗରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରଥମ ଥର ପାଇଁ 52 କିଗ୍ରା ବର୍ଗରେ ପ୍ରତିଦ୍ବନ୍ଦିତା କରିବା ସହିତ ରେକର୍ଡ କରିଛନ୍ତି ।

Read More

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ମାରଣାସ୍ତ୍ରରେ ଜଣେ ଛାତ୍ରଙ୍କୁ ଆକ୍ରମଣ ହୋଇଛି । ଗୁରୁତର ଛାତ୍ରଙ୍କୁ ଏମ୍କେସିଜି ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଦୁଇ ଛାତ୍ରଗୋଷ୍ଠୀଙ୍କ ଭିତରେ ଛକାପଞ୍ଝା ଚାଲିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଛାତ୍ରଙ୍କୁ ଅଟକ ରଖିଛି ।

Read More

ଭେଟେରାନ୍‌ ଭାରତୀୟ କୁସ୍ତି ଯୋଦ୍ଧା ସୁଶୀଲ କୁମାର ବିଶ୍ବ କୁସ୍ତି ଚାମ୍ପିୟନ୍‌ସିପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । 74 କିଗ୍ରା ବର୍ଗରେ ଦୀର୍ଘ 8 ବର୍ଷ ବିଶ୍ବ ଚାମ୍ପିୟନ୍‌ସିପ୍‌କୁ ପ୍ରତ୍ୟାବର୍ତ୍ତନ କରୁଥିବା ସୁଶୀଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆଜାରବୈଜାନ୍‌ର ଖାଦ୍‌ଝିମୁରାଦ୍‌ ଗଧିୟେଭ୍‌ଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଏହି ମ୍ୟାଚ୍‌ରେ ସୁଶୀଲ 9-11 ପଏଣ୍ଟରେ ପରାଜିତ ହୋଇଛନ୍ତି । ସୁଶୀଲ ନିଜ ଅଭିଜ୍ଞତା ବଳରେ 9-4ରେ ଅଗ୍ରଣୀ ଥିଲେ ମାତ୍ର ଅନ୍ତିମ ମିନିଟରେ ଲଗାତାର 7 ପଏଣ୍ଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲେ । ଦୁଇଥର ଅଲମ୍ପିକ୍‌ ପଦକ ବିଜୟୀ ହୋଇଥିବା ସୁଶୀଲ କୁମାର 2018ରେ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ପରାଜିତ ହୋଇଥିଲେ ।

Read More

ଆସନ୍ତା 23 ତାରିଖ ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ । ଅନ୍ୟ ପକ୍ଷରେ 22 ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ହେବାର ସମ୍ଭାବନା ରହିଛି । ତାସହ ଆଜି ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, କଟକ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Read More

କେଦାର ମିଶ୍ର  ଭାରତର ଗୃହମନ୍ତ୍ରୀ, ଯେଉଁ ଚଉକି ରେ ଦିନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଭଳି ମହାନ ସ୍ଵାଧୀନତା ସଂଗ୍ରାମୀ ବସିଥିଲେ, ସେ ଚଉକିରେ ଚିନ୍ମୟାନନ୍ଦ ଭଳି ଜଣେ ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଲିପ୍ତ ମଧ୍ୟ ବସିପାରିଲା। ଏଇଟା ଦେଶର ଦୁର୍ଭାଗ୍ୟ ନା ଆମର ଜନଜୀବନରେ ବିବେକର ଆତ୍ମହତ୍ୟା, ସେକଥା କେହି ଆଜି ପଚାରିବେ ନାହିଁ। ଚିନ୍ମୟାନନ୍ଦ ଆଜି ସୁପ୍ରିମକୋର୍ଟ ଦ୍ଵାରା ଗଠିତ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଦ୍ଵାରା ଗିରଫ ହେବା ପରେ, ଏହି ଘଟଣାରେ ନ୍ୟାୟ ପାଇବା ଲାଗି ସଂଘର୍ଷ କରୁଥିବା ଅଭିଯୋଗକାରିଣୀଙ୍କୁ ସାମାନ୍ୟ ନ୍ୟାୟ ମିଳିଛି। ତେବେ ଏ ସଙ୍ଘର୍ଷର ଏହା ଆରମ୍ଭ ମାତ୍ର। ପ୍ରାୟ ୬ମାସ ର ସଂଘର୍ଷ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଇ ଏ ଘଟଣାରେ ପୋଲିସ କାର୍ୟାନୁଷ୍ଠାନ  ଆରମ୍ଭ ହୋଇଛି। ଯୌନ ଶୋଷଣ ଓ ଧର୍ଷଣ ଭଳି ଅପରାଧରେ ନ୍ୟାୟ ପାଇବାକୁ ହେଲେ…

Read More

ଗୋଦାବରୀ ଡଙ୍ଗାବୁଡି ଘଟଣାରେ ଆଜି ଦୁଇ ମୃତ ଦେହ ଉଦ୍ଧାର ହୋଇଛି । ଏନ୍‌ଡିଆରଏଫ୍‌ ପକ୍ଷରୁ ଶୁକ୍ରବାର ଦୁଇଟି ମୃତଦେହ ଜବତ କରାଯାଇଛି । ସେପ୍ଟେମ୍ବର 15 ତାରିଖର ଘଟିଥିବା ଡଙ୍ଗାବୁଡିରେ ସମୁଦାୟ 36 ଜଣ ଲୋକ ନିଖୋଜ ହୋଇଥିଲା । ପୂର୍ବରୁ ଏନ୍‌ଡିଆରଏଫ୍‌ ପକ୍ଷରୁ 11ଟି ମୃତଦେହ ଜବତ କରାଯାଇଥିବା ବେଳେ ଶୁକ୍ରବାର ଏନ୍‌ଡିଆରଏଫ୍‌ କମାଣ୍ଡର ଜାହିଦ୍‌ ଖାନ୍‌ ଦୁଇଟି ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି । 50ରୁ ଅଧିକ ବୋଟ ମୃତଦେହ ଖୋଜିବାରେ ନ୍ୟସ୍ତ ରହିଛନ୍ତି ।

Read More

ପଶ୍ଚିମବଙ୍ଗର ସବୁଠୁ ବଡ଼ ପର୍ବ ତଥା ଗଣପର୍ବ ହେଉଛି ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ପୂରା ଜୋର୍‌ସୋର୍‌ରେ ଚାଲିଛି । ଏହି ପ୍ରସ୍ତୁତି ଭିତରେ ପଶ୍ଚିମବଙ୍ଗର ଦୁଇ ଲୋକସଭା ସାଂସଦଙ୍କ ଦୁର୍ଗାପୂଜା ଉପଲକ୍ଷେ ଗୋଟେ ସୁନ୍ଦର ଗୀତର ଭିଡିଓ ଭାଇରାଲ୍‌ ହୋଇଛି । ନବନିଯୁକ୍ତ ତୃଣମୂଳ କଂଗ୍ରେସର ସାଂସଦ ନୁସରତ୍‌ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କ ସହ ଲୋକପ୍ରିୟ ତାରକା ଶୁଭଶ୍ରୀ ଗାଙ୍ଗୁଲିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧.୫ ମିଲିୟନ୍‌ରୁ ଅଧିକ ଥର ଦେଖିସାରିଲେଣି । ସୂଚନାଯୋଗ୍ୟ, ନୁସରତ୍‌ ବଶୀରହାଟ୍‌ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବାବେଳେ ମିମି ଯାଧବପୁରରୁ ସାଂସଦ ହୋଇଛନ୍ତି । ଦୁର୍ଗାପୂଜା ଅକ୍ଟୋବର ୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଗୀତକୁ ଇନ୍ଦ୍ରଦୀପ୍‌ ଦାସ ଗୁପ୍ତା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବାବା ଯାଦବ ଏହାର କୋରିଓଗ୍ରାଫି କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓଧରେ ବଙ୍ଗଳାର…

Read More

ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲା ନୂଆ ମୋଡ ନେଇଛି । ଶୁକ୍ରବାର ପୋଲିସ୍‌ ନିକଟରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ କିଶୋର ଆଞ୍ଚଲ ପୋଲିସ୍‌ ନିକଟରେ ଆତ୍ମସମର୍ପଣ ପରେ ପୋଲିସ୍‌ ଏକ ନିଭୃତ ସ୍ଥାନରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଗତକାଲି ପୋଲିସ୍‌ ପିତାମାତାଙ୍କର ଡିଏନ୍ଏ ଟେଷ୍ଟ କରିଥିବା ବେଳେ ପୂର୍ବରୁ 6 ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଜଗତସିଂହପୁରର ବିଲୁଆଖାଇ ନଦୀପଠାରୁ ଗତ ମଙ୍ଗଳବାର ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ହତ୍ୟାକାଣ୍ଡରେ ପ୍ରେମିକ ରାଜାର ସଂପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

Read More