ଗତକାଲି ବିଳମ୍ବିତ ରାତ୍ରରେ ରାଉରକେଲା ବରପାଲି ଟୋଲଗେଟ୍ ନିକଟରୁ ଜଣେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଅକ୍ରମଣ କରାଯାଇ ଲୁଟ କରାଯାଇଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଏକ ଟ୍ରକ ବରପାଲି ଟୋଲଗେଟ୍ ରାସ୍ତାରେ ଯାଉଥିଲା । ସେହି ସମୟରେ କିଛି ଦୁର୍ବୃତ୍ତ ଟ୍ରକକୁ ଅଟକାଇଥିଲେ । ସେମାନେ ଟ୍ରକ ଡ୍ରାଇଭର ଦୀପକ ଘୋଷଙ୍କୁ ନିର୍ଧୁମ ମାଡ ମାରିବା ସହ ଛୁରା ମାଡ ମଧ୍ୟ କରିଥିଲେ । ଏଥିରେ ଡ୍ରାଇଭରଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନେ ତାଙ୍କଠାରୁ ନଗଦ ୧୨ହଜାର ଟଙ୍କା ଓ ମୋବାଇଲ ଲୁଟି କରି ନେଇ ଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Author: Samikhsya Bureau
ମୋଟର ଯାନ ନିୟମ ଅନୁସାରେ ସମ୍ବଲପୁରଠାରେ ଏକ ଟ୍ରକ୍କୁ ୬ ଲକ୍ଷ ୫୩ ହଜାର ୧୦୦ଟଙ୍କା ଜରିମାନା ହୋଇଛି । ଏହି ଟ୍ରକ୍ଟି ନାଗାଲାଣ୍ଡର ହୋଇଥିବାର ସୂଚନା ରହିଛି । ଏହି ଟ୍ରକ୍ଠାରୁ ଓଏମ୍ଭିଟି-୩ ଟ୍ୟାକ୍ସ ବାବଦକୁ ୬,୪୦,୫୦୦ ଟଙ୍କା, ମାଲ୍ ବୋଝେଇ ଗାଡ଼ିରେ ଯାତ୍ରୀ ନେଉଥିବାରୁ ୫ ହଜାର, ପରମିଟ୍ ନ ଥିବାରୁ ୫ ହଜାର, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ହଜାରେ ଟଙ୍କା ଫାଇନ ଆଦାୟ ହୋଇଛି । ଅଗଷ୍ଟ ୧୦ ତାରିଖରେ ଫାଇନ୍ ଆଦାୟ ହୋଇଥିବା ସୂଚନା ମିଳିଛି । ଏହା ଏପର୍ଯ୍ୟନ୍ତ ସମଗ୍ର ଦେଶରେ ହୋଇଥିବା ଜରିମାନାଠୁ ଢେର ଅଧିକ। ଡ୍ରାଇଭର ଦିଲ୍ଲୀପ କର୍ତ୍ତାଙ୍କଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ହେଲେ ଟ୍ରକ୍ ମାଲିକ ପହଞ୍ଚି ନଥିବାରୁ ମାସେରୁ ଊର୍ଦ୍ଧ୍ୱ ହେବ ଟ୍ରକଟି ସମ୍ବଲପୁରରେ ପଡ଼ି ରହିଛି। ୨୦୧୪ରୁ ଏହି ଟ୍ରକ୍ ରୋଡ୍ ଟ୍ୟାକ୍ସ ଫାଙ୍କିଥିବାର ଜଣାପଡିଛି…
ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ। ପୁଲିସ୍ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳୁ ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ କୋକୋ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। କୋକୋ ବାମ ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଘଟଣାସ୍ଥଳରୁ ତାର ସହଯୋଗୀମାନେ ଖସି ପଳାଇଥିଲେ। କୋକୋ ନାଁରେ ୭ଟି ମାମଲା ରହିଛି…
କେଦାର ମିଶ୍ର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଏମିତି କେବେ ହୋଇଛି କି, କେନ୍ଦ୍ର ସରକାର ଗୋଟେ ଆଇନ ଆଣିବେ ଓ ତାକୁ ବିଜେପି ଶାସିତ ରାଜ୍ୟ ସରକାର ଗୁଡିକ ପ୍ରତ୍ୟାଖ୍ୟାନ କରିବେ? କେନ୍ଦ୍ରର ନିଷ୍ପତ୍ତିକୁ ବେଦର ଗାର ବୋଲି ମାନି ଆସୁଥିବା ବିଜେପି ମୁଖ୍ୟମନ୍ତ୍ରୀମାନେ ହଠାତ ନୂଆ ମୋଟର ଯାନ ଆଇନକୁ ପ୍ରତ୍ୟାଖ୍ୟାନ କରିବା ବା ତାକୁ ସଂଶୋଧନ କରିବାକୁ ସାହସ ଦେଖାଇବା, ଏକ ନୂଆ କଥା ନୁହଁ କି? ଇତି ମଧ୍ୟରେ ଗୁଜରାଟ ସରକାର ନୂଆ ମୋଟର ଯାନ ଆଇନରେ ବ୍ୟାପକ ସଂଶୋଧନ ଆଣି କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ଜରିମାନାକୁ ୫୦ ରୁ ୯୦% ପର୍ୟନ୍ତ କମାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ନିଜ ରାଜ୍ୟରେ ଏହା ସମ୍ଭବ ହେଲା କେମିତି? ଏହି ଆଇନ ଲାଗୁ ହେଲାପରେ ଦେଶ ସାରା ଯେଉଁ ପ୍ରକାର ହାଇଛାଇ ସୃଷ୍ଟି ହେଲା ଓ ତାକୁ ନେଇ ବ୍ୟାପକ ଜନ…
ସଂଶୋଧିତ ନୂତନ ମୋଟର ଯାନ ଆଇନ୍କୁ ନେଇ ଏବେ ସାରା ରାଜ୍ୟରେ ଧରପଗଡ଼ । ବିନା ଲାଇସେନ୍ସରେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ତଥା ଦଣ୍ଡର ପ୍ରାବଧାନ ରହିଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲାଗି ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରକ୍ତ କେନ୍ଦ୍ର ଖୋଲାଯିବା ବୋଲି ସୂଚନା ମିଳିଛି । ଭୁବନେଶ୍ବରଠାରେ ୪ଟି ଓ ଖୋର୍ଦ୍ଧାଠାରେ ଗୋଟିଏ କେନ୍ଦ୍ର ଖୋଲିବ । ଆରଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣର୍ ଲାଇସେନ୍ସ ଦିଆଯିବ ବୋଲି ସୂଚନା ରହିଛି । ଭିଡ଼ ଦୃଷ୍ଟିରୁ ପ୍ରଥେମ ଭୁବନେଶ୍ବର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପରେ ଅନ୍ୟ ସହରେ ଭିଡ଼କୁ ଦେଖି ନିଷ୍ପତ୍ତି…
ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୧୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ଦୁଇଜଣ ରାଜସ୍ବ ନିରକ୍ଷକ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ୍, ଜଣେ ପଞ୍ଚାୟତ କାର୍ଯ୍ୟକାରୀ କର୍ମଚାରୀ ଓ ଦୁଇ ଜଣ କିରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି । ଏହି ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଉଛନ୍ତି ଭୁବନେଶ୍ବରର ଆର୍ ଆଣ୍ଡ ବି ଡିଭିଜନ-ଆଇର ଡେପୁଟି ଏକଜ୍ୟୁକଟିଭ ଇଞ୍ଜିନିୟର ଜିବେଶ୍…
ମାଲକାନଗିରିଠାରେ ଜାତୀୟ ରାଜପଥ – ୩୨୬ରେ ସ୍କୁଲ ପିଲା ଧାରଣା କରି ରାସ୍ତାରୋକ କରିଛନ୍ତି। ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ କରିଛନ୍ତି। ମାଲକାନଗିରି ନାଏକଗୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଛାତ୍ରୀମାନେ ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବାର ଅଭିଯୋଗ କରିଛନ୍ତି। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର।
ଶୁକ୍ରବାର 13 ସେପ୍ଟେମ୍ବରରେ ଭୂତ୍ ପାର୍ଟ ଓ୍ବାନ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ଦୁଷ୍ଟ ଶକ୍ତି ବଶରେ ରହିଥିବା ଭିକି ପାଣି ମଧ୍ୟରେ ବୁଡିଯାଉଥିବାର ନଜର ଆସିଛନ୍ତି । କରଣ ଜୋହର ଏବଂ ଜୀ ସିନେମା ଫିଲ୍ମର ପ୍ରଯୋଯନା କରିଥିବା ବେଳେ କରଣ ସୋସିଆଲ ମିଡିଆରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରାଇଛନ୍ତି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ନଭେମ୍ବର 15ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଭିକିଙ୍କ ବ୍ୟତୀତ ଭୂମି ପେଡନେକର ଏବଂ ଆଶୁତୋଷ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଡେବ୍ୟୁଟାଣ୍ଟ ଭାନୁପ୍ରତାପ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅପହରଣ କରିବା ସହ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପୀଡ଼ିତ ଜଣକ ହେଉଛନ୍ତି ନିମାଇମଲ୍ଲ ନିବାସୀ ଜଗା ବେହେରାଙ୍କ ପୁତ୍ର ରାକେଶ ବେହେରା । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବେ ବାଲୁଗାଁ ରେଲ୍ଓ୍ବେ ଷ୍ଟେସନ୍ ନିକଟସ୍ଥ ଏକ ଗ୍ରାମର କିଛି ଯୁବକ ନିମାଇମଲ୍ଲଠାରେଥିବା ଚଣ୍ଡୀମନ୍ଦିରରେ ବଣଭୋଜି କରିବାକୁ ଯାଇଥିଲେ । ସେଠାରେ ବଣଭୋଜି କରିବା ସମୟରେ କିଛି କଥାକୁ ନେଇ ସ୍ଥାନୀୟ ଯୁବକ ରାକେଶ ବେହେରାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ କିଛି ଦିନ ପରେ ଗତକାଲି ସେଠାରେ ସେହି ଯୁବକମାନେ ପୁନର୍ବାର ଭୋଜି କରିବାକୁ ଯାଇ ସେଠାରେ ଥିବା ପୂଜକ ଜାନିଙ୍କୁ ହଣ୍ଡା ହାଣ୍ଡି ମାଗିଥିଲେ । ସେ ବାରଣ କରିବାରୁ ତାଙ୍କୁ ମାରଧର କରିଥିଲେ । ପରେ ଉକ୍ତ ଯୁବକମାନେ ନିଜ ଗ୍ରାମକୁ ଫେରି…
କଂଗ୍ରେସ ପକ୍ଷରୁ ଅର୍ଥନୈତିକ ମାନ୍ଦାବସ୍ଥା ବିରୋଧରେ ପ୍ରତିବାଦର ଘୋଷଣା କରାଯାଇଛି । ଗୁରୁବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ କରାଯିବ । ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସର ସମସ୍ତ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ଏହା ସହିତ ଗାନ୍ଧୀଜୀଙ୍କ 150 ତମ ଜନ୍ମ ଦିବସ ଅବସରରେ ଆସନ୍ତା ଅକ୍ଟୋବର2ରୁ 9 ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ପଦଯାତ୍ରାର ନିଷ୍ପତ୍ତି ନିଆଯାଇଛି । ବିଜେପି ପକ୍ଷରୁ ମିଥ୍ୟା ଅର୍ଥନୈତିକ ଅଭିବୃଦ୍ଧି ବିରୋଧରେ ପ୍ରତିବାଦର ଏହା ପ୍ରକୃଷ୍ଟ ସମୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।

