Author: Samikhsya Bureau

ସମୀକ୍ଷା ବ୍ୟୁରୋ ଆଜି ସାରା ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନରେ ବ୍ୟସ୍ତ ଥିବା ବେଳେ ଭାରତୀୟ ବଜାରରୁ ଦେଶର ଅର୍ଥନୀତିକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ସଙ୍କେତ ମିଳିଛି। ସୋମବାର ବିଶ୍ଵ ବଜାରରେ କଞ୍ଚା ପେଟ୍ରୋଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ସୁଧୁରିବାର କୌଣସି ଆଶା ଏବେ ଦେଖା ଯାଉନାହିଁ। ଗତକାଲି ଓ ଆଜି ସେନସେକ୍ସ ୭୦୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ପ୍ରକାର ନିରାଶା ର ସୂଚକ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି ଆସି ୭୧.୯୭ ରେ ପହଞ୍ଚିଛି। ହିରୋ ମୋଟର, ଟାଟା ମୋଟର, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ, ମାରୁତି ସୁଜୁକି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବଜାଜ ଅଟୋ ଇତ୍ୟାଦି କମ୍ପାନୀର  ଶେୟାର ମୂଲ୍ୟ  ଯଥେଷ୍ଟ ଖସିଛି। ଗତ ତ୍ରୈମାସିକି ରେ ଜିଡିପି ୫% କୁ ଖସି ଆସିଥିବାରୁ ଏହାକୁ ଆସନ୍ତା ତ୍ରୈମାସିକିରେ ବଢାଇବା…

Read More

ଆମେରିକା ସହିତ ଆଲୋଚନା ପ୍ରସଙ୍ଗକୁ ଇରାନ ପକ୍ଷରୁ ଖଣ୍ଡନ କରାଯାଇଛି। ଗତକାଲି ସାଉଦି ଆରବ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଆକ୍ରମଣ ପାଇଁ ଇରାନକୁ ଆମେରିକା ପକ୍ଷରୁ ଦାୟୀ କରାଯାଇଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ଗଣମାଧ୍ୟମ ଅଧିକାରୀଙ୍କୁ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି ସୂଚନା ଦେଇଥିଲେ। ଏହାପରେ ଇରାନ୍‌ ପକ୍ଷରୁ ଆମେରିକା ସହିତ ଆଲୋଚନା ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଇରାନ୍‌ର ରାଷ୍ଟ୍ରମୁଖ୍ୟ ଆୟାତୋଲ୍ଲା ଅଲୀ ଖମେଇନି ମଙ୍ଗଳବାର ଦିନ ଏହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଆମେରିକା ପକ୍ଷରୁ ରାଜନୈତିକ ଚାପ ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି ମାତ୍ର ଏହା ସଫଳ ହେବ ନାହିଁ ଏବଂ ଇରାନ୍‌ କୌଣସି ଚାପ ସମ୍ମୁଖରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ରାଷ୍ଟ୍ରପତି ହସନ ରୁହାନି ପ୍ରକାଶ କରିଛନ୍ତି।

Read More

ରାଜ୍ୟରେ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ଜଣାପଡିଛି । ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ସରକାରୀ ଯୋଜନାରେ ଅନେକ ସରକାରୀ ଚାକିରିଆ, ନାବାଳକ/ ନାବାଳିକା ଏବଂ ବୃହତ ଚାଷୀ ରହିଥିବା ଜଣାପଡିଛି । ଏହି ତାଲିକାରେ 20 ହଜାର ସରକାରୀ ଚାକିରିଆ ଏବଂ ପେନ୍‌ସନ୍‌ ଭୋଗୀ ରହିଥିବା ବେଳେ 12 ହଜାରରୁ ଅଧିକ ବୃହତ ଚାଷୀ ଏହି ସହାୟତା ରାଶି ମିଳିଥିବା ଜଣାପଡିଛି । ଏହା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ଏହି ତାଲିକାରେ 9 ହଜାର ନାବାଳକ/ ନାବାଳିକା ସ୍ଥାନ ପାଇଛନ୍ତି । ତାଲିକାରେ ସ୍ଥାନ ପାଇଥିବା ସରକାରୀ ଚାକିରିଆ ଏବଂ ବୃହତ ଚାଷୀଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରବର୍ତ୍ତାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ସରକାରୀ ଚାକିରିଆ ଅର୍ଥ ପେରସ୍ତ ନକଲେ ଏହା ଦରମାରୁ କଟାଯିବ ବୋଲି…

Read More

ସମୀକ୍ଷା ବ୍ୟୁରୋ ସମଗ୍ର ବିଶ୍ବରେ ୭୧ ପ୍ରତିଶତ ଜଳ ରହିଥିବା ବେଳେ ତନ୍ମଧ୍ୟରୁ ୯୯  ପ୍ରତିଶତ ଜଳ ହେଉଛି ସମୁଦ୍ର ଜଳ ବା ଲୁଣି ପାଣି। ଏହି ଜଳ ସାଧାରଣ ଜୀବନରେ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇଥିବା ବେଳେ ବଳକା ଜଳକୁ ଦୂଷିତ କରିବାରେ ମାନବ ସମାଜ ବ୍ୟସ୍ତ। ଜଳ ପ୍ରଦୂଷଣ ବିଭିନ୍ନ କାରଣରୁ ହେଉଥିବା ବେଳେ ଆମ ଦେଶରେ ମୂର୍ତ୍ତି ବିସର୍ଜନ ଏହାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି। ଭାରତୀୟ ସଂସ୍କୃତିରେ ମୂର୍ତ୍ତି ପୂଜା ଏକ ପାରମ୍ପରିକ ପ୍ରକ୍ରିୟା। ବିଭିନ୍ନ ପୂଜା  ପାର୍ବଣ ସମୟରେ ଦେବାଦେବୀଙ୍କ ମୂର୍ତ୍ତିକୁ ପୂଜା କରାଯିବା ସହିତ ଏହାକୁ ନଦୀରେ ବିସର୍ଜନ କରାଯାଏ। ଏହି ବିସର୍ଜିତ ମୂର୍ତ୍ତି ନଦୀ ପାଣିକୁ ପ୍ରଦୂଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍, ପୂଜା ସାମଗ୍ରୀ ରୂପେ ବ୍ୟବହୃତ ସୋଲ, ପ୍ଲାଷ୍ଟିକ୍ ଫୁଲ, ଜରି ଏବଂ କପଡା ଭଳି…

Read More

ଅକ୍ଟୋବର ୨ ତାରିଖ ଅର୍ଥାତ୍‌ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରାଯିବ । ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍‌ ହେବ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ । ଏନେଇ  ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ । ସ୍ବାଧୀନତା ଦିବସ ଦିନ ପ୍ଲାଷ୍ଟିକ ବ୍ୟାନ୍‌ ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ । ଏଣିକି ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା କଡ଼ାକଡ଼ି ହେବ ବୋଲି ସୂଚନା ରହିଛି ।

Read More

ରାଜ୍ୟର ୪୦ଟି ଖଣି ନିଲାମ ହେବାକୁ ଯାଉଛି। ଏହା ମଧ୍ୟରେ ୨୦୨୦ରେ ଅବଧି ସରୁଥିବା ୨୪ଟି ଖଣି ରହିଥିବା ଜଣାପଡିଛି। ୨୪ଟି ଖଣି ପୁନର୍ବାର ନିଲାମ ହେବାକୁ ଯାଉଥିବା ବେଳେ ୧୬ଟି ଖଣି ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ୭ଟି ଖଣିର ନିଲାମୀ ଶେଷ ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Read More

ତେଲୁଗୁ ଦେଶମ ପାର୍ଟିର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ବାଚସ୍ପତି କୋଡେଲା ଶିବପ୍ରସାଦ ରାଓଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ । ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍‌ ଆର ଜଗନ ମୋହନ ରେଡ୍ଡୀଙ୍କୁ ରାଓଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଛନ୍ତି ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ । ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ରାଓଙ୍କୁ ବାରମ୍ବାର ଅପମାନିତ କରାଯାଉଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ନାଇଡୁ ଅଭିଯୋଗ କରିଥିଲେ । ରାଓଙ୍କ ବିରୋଧରେ ଅନ୍ୟୁନ 20ଟି ମିଥ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ଅନାବଶ୍ୟକ ଭାବରେ ତାଙ୍କୁ ଗିରଫ କରାଯିବା ସହିତ ଅପମାନିତ କରାଯାଇଥିଲା । ଏହି ମାମଲାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ବୋଲି ନାଇଡୁ କହିଛନ୍ତି ।

Read More

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଆଜି ଶୁଣାଣି ବେଳେ ସମୟ ମାଗିଛନ୍ତି ଆମିକସ୍‌ କ୍ୟୁରି, ସଲିସିଟର ଜେନେରାଲ୍‌। ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟଙ୍କୁ ୨ ସପ୍ତାହ ସମୟ ମାଗିଛନ୍ତି। ପୁରୀଠାରେ ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବାକୁ କୋର୍ଟ ଆମିକସ୍‌ କ୍ୟୁରିଙ୍କୁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ତିନି ତାରିଖରେ ହେବ। ଗତ ୭ ତାରିଖରୁ ଆମିକସ୍‌ କ୍ୟୁରି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ତଦାରଖ କରି ଯାଇଥିଲେ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 69 ତମ ଜନ୍ମ ଦିବସ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ସହିତ ତାଙ୍କର ସୁସ୍ଥ ଏବଂ ନୀରୋଗ ଜୀବନ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 130 କୋଟି ଭାରତୀୟଙ୍କ ହୃଦୟରେ ରହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା, ଆପଣଙ୍କ ନେତୃତ୍ବରେ ଭାରତ ପ୍ରଗତିର ଶିଖରରେ ପହଞ୍ଚୁ ବୋଲି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Read More

ସାଉଦି ଆରବ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ରାତିରେ ଗଣମାଧ୍ୟମ ଅଧିକାରୀଙ୍କୁ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ବାହାରିନ୍‌ର ରାଜକୁମାର ସଲ୍‌ମାନ ବିନ୍‌ ହମାଦ ବିନ୍‌ ଇସା ଅଲ୍‌ ଖଲିଫାଙ୍କକ ସହିତ ନିଜ ଓଭାଲ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଟ୍ରମ୍ପ ଏହି ସୂଚନା ଦେଇଥିଲେ । ସାଉଦି ଆରବର ତେଲ ଖଣିକୁ ନଷ୍ଟ କରିବା ପାଇଁ ତେହେରାନ୍‌ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଟ୍ରମ୍ପ କହିଛନ୍ତି । ଆମେରିକା ସର୍ବଦା ଯୁଦ୍ଧଠାରୁ ନିଜକୁ ଦୂରରେ ରଖିବାକୁ ଚାହିଁଥାଏ ମାତ୍ର ଇରାନର ଏହି ପଦକ୍ଷେପ ପରେ କିଛି ପୂର୍ବାନୂମାନ କରିବା କଷ୍ଟ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକୃତ ଆକ୍ରମଣକାରୀ କିଏ ତାହା ଜାଣିବା ପାଇଁ ଆମେରିକା ଆଗ୍ରହୀ ବୋଲି ଟ୍ରମ୍ପ କହିଛନ୍ତି । ଇରାନ୍‌…

Read More