Author: Samikhsya Bureau

ଜଗତସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ ଆଜି ଆଉ ଏକ ଦୁଷ୍କର୍ମ ମାମଲାରେ କୋର୍ଟ କଡା ଦଣ୍ଡବିଧାନ କରିଛନ୍ତି । ବଡବିଲ ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ 6 ଅଭିଯୁକ୍ତଙ୍କୁ 20 ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କୁ 50 ହଜାର ଲେଖାଏଁ ଜରିମାନା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୋକ୍ସୋ ଆକ୍ଟ ଅନୁଯାୟୀ କେନ୍ଦୁଝର ଏଡିଜେ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । 2105 ମସିହାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ରାସ୍ତାରୁ ଉଠାଇ ନେଇ ବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ ।

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସିଟ୍‌ ଆବଣ୍ଟନକୁ ନେଇ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଦୁଇ ଦଳର ଖରାପ ପ୍ରଦର୍ଶନ ପରେ ମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଥିଲା ମାତ୍ର ଏହି ବୈଠକ ପରେ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଆସନ୍ତା କିଛି ଦିନର ଆଲୋଚନା ପରେ କେଉଁ ଦଳ କେଉଁ ଆସନରୁ ପ୍ରତିଦ୍ବନ୍ଦିତା କରିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଗଞ୍ଜେଇ ବ୍ୟବହାରରେ ନ୍ୟୁୟର୍କ ସବୁଠାରୁ ଆଗରେ ରହିଛି। ଭାରତୀୟ ରାଜଧାନୀ ନୂଆଦିଲ୍ଲୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର କରାଚୀ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟତମ ଭାରତୀୟ ସହର ମୁମ୍ବାଇ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। 2018 ମସିହାରେ କେଉଁ ସହରବାସୀ କେତେ ପରିମାଣର ଗଞ୍ଜେଇ ବ୍ୟବହାର କରିଛନ୍ତି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏକ ଜର୍ମାନୀ ଫାର୍ମ ଏବିସିଡି ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ତାଲିକାରେ ଯୁକ୍ତରାଷ୍ଟକ୍ର ଆମେରିକାର ସର୍ବାଧିକ ତିନୋଟି ସହର ରହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ବ୍ୟତିତ ଲସ ଏଞ୍ଜେଲ୍ସ ଏବଂ ଚିକାଗୋ ଏହି ତାଲିକାର ଶ୍ରେଷ୍ଠ 10 ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ଅନ୍ୟ ସହର ମାନଙ୍କ ମଧ୍ୟରେ ବ୍ରିଟେନ୍‌ର ରାଜଧାନୀ ଲଣ୍ଡନ, ଇଜିପ୍ଟର ରାଜଧାନୀ କାଇରୋ, କାଇରୋ ରାଜଧାନୀ ମସ୍କୋ, ଟରଣ୍ଟୋ । ତାଲିକାରେ ସ୍ଥାନ ପାଇଥିବା…

Read More

ସଂଶୋଧିତ ନୂତନ ମୋଟର ଯାନ ଆଇନକୁ  କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି । ଏଥିପାଇଁ ଛୁଟି ଦିନରେ ଏସମ୍ପର୍କିତ ସମସ୍ତ ଅଫିସ୍‌ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ। ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ଯ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ତେବେ ଆଦାୟ ଜରିମାନା ଅର୍ଥରାଶିକୁ ଫେରାଇବାକୁ ବିରୋଧି କରିଥିବା ଦାବିକୁ ସେ ଅଗ୍ରାହ୍ୟ କରିଛନ୍ତି ।…

Read More

ରାଜ୍ୟରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ଚାଲିଥିବା ବେଳେ ଜନୈକ ଦୁଷ୍କର୍ମକାରୀକୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଜଗତସିଂହପୁର ଏରସମାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ପୋକ୍‌ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଗଡ଼ହରୀଶପୁର ଗାଁରେ ଚଳିତ ବର୍ଷ ମାର୍ଚ 21 ତାରିଖରେ 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା

Read More

ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ମତାମତ ପ୍ରଦାନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା 3 ମାସ ପର୍ଯ୍ୟନ୍ତ ସରକାର ଏହି ନିୟମରେ କୋହଳ ମନୋବୃତ୍ତି ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ବର୍ତ୍ତମାନ ତିନି ମାସର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି । ଏହି ତିନି ମାସ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ଏପରିକି ଛୁଟି ଦିନରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଏବଂ ଏହି ସମସ୍ତ ଅତିରିକ୍ତ କାଉଣ୍ଟର ଖୋଲା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦେଶ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଏହି ପ୍ରସଙ୍ଗରେ ମତ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସମ୍ପର୍କିତ କୌଣସି ନିର୍ଦ୍ଦେଶ ମୋ ନିକଟକୁ ଆସିନାହିଁ । ଏହା ସମ୍ପର୍କରେ ପ୍ରଥମେ ଗଣମାଧ୍ୟମରୁ ଖବର ପାଇଥିଲି । ଏଗନ୍‌ଏଚ୍‌ଆରସି କର୍ତ୍ତୃପକ୍ଷଙ୍କ ନିକଟରୁ ନିର୍ଦ୍ଦେଶ ମିଳିବା ପରେ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Read More

କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି ଉର୍ମିଳା ମାତୋଣ୍ଡକର । ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ବିଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଉର୍ମିଳା ନିଜର ଇସ୍ତଫା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମୁମ୍ବାଇ କଂଗ୍ରେସର କର୍ମକର୍ତ୍ତା ପରିବର୍ତ୍ତନ ଆଣିବା ପାଇଁ ଆଗ୍ରହୀ ନୁହନ୍ତି । ଏନେଇ ପୂର୍ବରୁ କଂଗ୍ରେସର ସଭାପତି ରହିଥିବା ମିଲିନ୍ଦ ଦେଓରାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିପାଇଁ କଂଗ୍ରେସ ଛାଡିବା ନେଇ ଘୋଷଣା କରିଛନ୍ତି ଉର୍ମିଳା । ବିଗତ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇରୁ ପ୍ରତିଦ୍ବନ୍ଦିତା କରିଥିଲେ ଉର୍ମିଳା । ବିଜେପିର ଗୋପାଲ ଶେଟ୍ଟୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ଉର୍ମିଳା ।

Read More

ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ବିବାଦ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ତବ୍ୟ ଦେଇଛନ୍ତି ।  ପ୍ରେସ୍‌ ରିଲିଜ୍‌ ଜରିଆରେ ପ୍ରତିକ୍ରିୟା ଦେଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ ବୋଲି ଗଜପତି କହିଛନ୍ତି । ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ । ରଥଯାତ୍ରା ସରିଲେ ଶ୍ରୀବିଗହମାନେ ରତ୍ନ ସିଂହାସନ ବିଜେ କରିଥା’ନ୍ତି । ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥା’ନ୍ତି । ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ । ଶ୍ରୀମନ୍ଦିର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା କରନ୍ତୁନି ବୋଲି କହିଛନ୍ତି ଗଜପତି । ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥ ରଥଯାତ୍ରା କରନ୍ତୁ ବୋଲି ପୁରୀ ଗଜପତି କହିଛନ୍ତି ।

Read More

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧ ଜାତ ଦ୍ରବ୍ୟ । ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେବା ନେଇ ସରକାର ଯୋଜନା କରୁଥିବାର କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାଦ୍ବାରା ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିବା ସହିତ ଦୁଗ୍ଧ ଚାଷୀମାନେ ମଧ୍ୟ ଲାଭାନ୍ବିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ଏନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଛନ୍ତି ।

Read More

ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ଏବେ ଏକ ନୂଆ ଉପାୟ ଆପଣେଇଛି। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍‌ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଉଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ ସଚେତନ ହେବା ସହ ହେଲମେଟ ପିନ୍ଧିବେ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି। ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଗାଡ଼ି ଚାଳକଙ୍କୁ ଚକଲେଟ ଓ ଲିଫଲେଟ ବଣ୍ଟନ କରିଛନ୍ତି ପୁଲିସ ଅଧିକାରୀ।

Read More

ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ନେଇ ସୂଚନା ଦେଲେ ଅରୁଣ ସାହୁ । ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କ ସୁହାଇବା ଭଳି ଦର ଧାର୍ଯ୍ୟ ହେବ ।  ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦର ବୃଦ୍ଧି କରିଛନ୍ତି । ଘରୋଇ ସଂସ୍ଥା ଆଗୁଆ ଦାମ ବଢାଇଥିବାବେଳେ ଏବେ ଓମ୍‌ଫେଡ୍‌ କ୍ଷୀରର ଦର ବୃଦ୍ଧି ଘଟିବ ।

Read More

ଜାପାନରେ ତାଣ୍ଡବ ମଚାଇଛି ଟାଇଫୁନ୍‌ ଫକ୍ସାଇ। ଏହି ଝଡ ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟୋକିଓର ନାରିଟା ବିମାନବନ୍ଦର। ମଙ୍ଗଳବାର ବିଳମ୍ବିତ ରାତିରେ ଫକ୍ସାଇ ନରାଟି ବିମାନବନ୍ଦରରେ ତାଣ୍ଡବ ମଚାଇଥିଲା। ଫକ୍ସାଇ ତାଣ୍ଡବ କାରଣରୁ ବିମାନ ବନ୍ଦରରେ ଅନ୍ୟୁନ ୧୭ ହଜାର ଯାତ୍ରୀ ଫସି ରହିଥିବା ଜଣାପଡିଛି। ବିମାନ ବନ୍ଦରର ୭୦ କିମି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ବିମାନବନ୍ଦରରେ ୧୬୯୦୦ ଯାତ୍ରୀ ଉପସ୍ଥିତ ରହିଥିବା ନେଇ ବିମାନ ବନ୍ଦର ଅଧିକାରୀ କେଇ ମିୟାହାରା ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦାୟ ୧୦୦ଟି ବିମାନର ଯାତ୍ରା ବାତିଲ କରାଯାଇଛି।

Read More

ଗତକାଲି ସିଝରଣରେ ଘଟିଥିବା ଟ୍ରିପଲ୍‌ ମର୍ଡରରେ ହତ୍ୟାକାରୀର ସୂଚନା ମିଳିଛି । ପରକୀୟା ପ୍ରୀତି କାରଣରୁ ପତ୍ନୀ ଏବଂ ଦୁଇ ପୁଅକୁ ହତ୍ୟା କରିଥିବା ନେଇ ପିତା ସ୍ବୀକାର କରିଛି । ଗତକାଲି ଘଟିଥିବା ହତ୍ୟାକାଣ୍ଡରେ ଦୁଇ ପୁତ୍ରଙ୍କୁ ଘର ଭିତରେ ଗଳା କାଟି ହତ୍ୟା କରାଯାଇଥିବା ବେଳେ ସ୍ତ୍ରୀକୁ ମାରି ରେଳ ଲାଇନ୍‌ରେ ଫିଙ୍ଗକାଯାଇଥିଲା । ଅଭିଯୁକ୍ତ ପିତାର ସ୍ବୀକୋରକ୍ତି ଅନୁଯାୟୀ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନ୍‌ରେ ପକାଇବା ପରେ ଘରକୁ ଫେରି ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା । ନିଜର ପରକୀୟା ପ୍ରୀତି କାରଣରୁ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ନେଇ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।

Read More