Telangana Minister for Health Eatala Rajender Garu unveiling the Doctor’s sculpture” at the Osmania Medical College in Hyderabad on Monday.
Author: Samikhsya Bureau
ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି । ବିଚଳିତ ହୋଇଥିବା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ଥରୁର କହିଛନ୍ତି ଯେ, ଦେଶ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ବିରୋଧୀ ଏକାଠି ଏବଂ ଆମେ ପାକିସ୍ତାକୁ ଏକ ଇଞ୍ଚ ଜମି ଦେବୁନି । ଶଶି ଥରୁର କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଦ୍ୱାରା ୟୁଏନଏଚଆରସିରେ ଉତଥାପନ କରିବା ପ୍ରଶ୍ନରେ ଜବାବ ଦେଇ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନକୁ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆମେ ବିରୋଧୀ ଦଳ, ଆମେ ସରକାରଙ୍କ ନୀତିକୁ ଆଲୋଚନା କରିପାରୁ କିନ୍ତୁ ଭାରତ ବାହାରେ, ଆମେ ସବୁ ଏକ। ଆମେ ପାକିସ୍ତାନକୁ ଏକ ଇଞ୍ଚ ଜାଗା ଦେବୁନି ।
ସମୀକ୍ଷା ବ୍ୟୁରୋ ଗତକାଲି ରାତିରେ ହୃଦ୍ଘାତରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ୍ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ହସ ହସ ମୁହଁକୁ ଦେଖିଲେ ସେ ଯେ ହୃଦ୍ଘାତ ଓ କ୍ୟାନସର ପରି ରୋଗରେ ପୀଡ଼ିତ ଥିଲେ, ଏହା ଅବିଶ୍ବାସ ଲାଗେ । ଅମାୟିକ ବ୍ୟକ୍ତିତ୍ବ ଅଧିକାରୀ ଦିଲ୍ଲୀପ ସାମ୍ବାଦିକତାରେ ଯେତିକି ଲୋକପ୍ରିୟ, ନିଜ ବ୍ୟକ୍ତିତ୍ବ ନେଇ ମଧ୍ୟ ସେତିକି ଜଣାଶୁଣା । ଦିଲ୍ଲୀପ ଜଣେ ସାମ୍ବାଦିକ ହେଲେ ମଧ୍ୟ ବିଭିନ୍ନ ମାମଲାକୁ ନେଇ ତାଙ୍କୁ ଟିଭି ଡିବେଟ୍ରେ ଦେଖିବାକୁ ମିଳୁଥିଲା । ତାଙ୍କ ତର୍କରେ ସବୁବେଳେ ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ମତ ରଖୁଥିଲେ । ସ୍ବଳ୍ପେର କହିବାକୁ ଗଲେ ଦିଲ୍ଲୀପଙ୍କୁ ଦର୍ଶକ ପସନ୍ଦ କରୁଥିଲେ । ବହୁ ଜଟିଳ ମାମଲାଗୁଡ଼ିକୁ ସେ ସହଜ ଅର୍ଥରେ ବୁଝାଇ ପାରୁଥିଲେ । ସେ କେବେ ଜାଣିବାକୁ ଦେଇନଥିଲେ ଯେ…
ସମୀକ୍ଷା ବ୍ୟୁରୋ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ମୋଦି ୨.୦ ସରକାରର ୧୦୦ ଦିନର ଓଡିଶାକୁ କଣ ଅଜାଡିଛନ୍ତି ତାହାର ହିସାବ ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ଫନି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ୱରୂପ ୪,୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି । ଫନି ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱଂସିତ ଅଂଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା କମ୍ପେନସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଂଟ ଆଣ୍ଡ ପ୍ଲାନିଂ ଅଥୋରିଟି ବା କାମ୍ପା ଅନୁଦାନ…
ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ ସୋମବାର ଦିନ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ତାଙ୍କୁ ପାର୍ଟିର ସଦସ୍ୟତା ପତ୍ର ଦେଇଛନ୍ତି । ଏହି ସମୟରେ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କଲ୍ୟାଣ ସିଂହଙ୍କ ସମର୍ଥକ ଉପସ୍ଥିତ ଥିଲେ । ରାଜ୍ୟପାଳ ପଦରୁ ସେବାନିବୃତ ହେବା ପରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ୮୭ ବର୍ଷ ବୟସରେ ପୁଣି ଥରେ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କଲ୍ୟାଣ ସିଂହ । ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ କହିଛନ୍ତି ଯେ, ‘ମୁଁ ରାଜ୍ୟପାଳ ଥିବା ସମୟରେ କିଛି କହୁନଥିଲି, କିନ୍ତୁ ପ୍ରତ୍ୟେକ ଦିନ ଦେଢ ଘଣ୍ଟା ୟୁପି ସମ୍ବନ୍ଧରେ ଖବର ସଂଗ୍ରହ କରୁଥିଲି ।’ ଲକ୍ଷ୍ନୌଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସେ ପୁଣିଥରେ ସରକାରଙ୍କୁ ସହଯୋଗ କରିବେ । ସେହିପରି ୟୁପିରେ ଆଦିତ୍ୟନାଥଙ୍କର…
ଅନ୍ଲାଇନ୍ ଗେମିଂ ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଛି। ଏହି ଅନଲାଇନ୍ ଗେମିଂ କାରଣରୁ ଏକ ଭୟଙ୍କର ଘଟଣା ଘଟିଯାଇଛି। କର୍ଣ୍ଣାଟକର ଜଣ ୨୫ବର୍ଷୀୟ ଯୁବକ ଗେମ୍ ଖେଳିବା ପାଇଁ ନିଜ ପିତାଙ୍କୁ ହତ୍ୟା କରିଛନ୍ତି। ପବ୍ଜୀ ଖେଳୁଥିବା ସମୟରେ ପିତା ବିରକ୍ତ ହେଉଥିବାରୁ ପିତାଙ୍କୁ ହତ୍ୟା କରିଛନ୍ତି ୨୫ ବର୍ଷୀୟ ରଘୁବୀର କୁମ୍ବାର। କର୍ଣ୍ଣାଟକର ବେଲଗାଭି ଜିଲ୍ଳାର ୬୫ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ଶଙ୍କରପ୍ପା କୁମ୍ବାରଙ୍କୁ ତାଙ୍କ ପୁଅ ହତ୍ୟା କରିବା ସହିତ ମୁଣ୍ଡ ଏବଂ ପାଦକୁ ଶରୀରୁ ଅଲଗା କରି ଦେଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ରଘୁବୀରକୁ ପୋଲିସ୍ ଗିରଫ କରି ପଚରା ଉଚୁରା କରିବା ସମୟରେ ଏହି ଘଟଣା ସମ୍ମୁଖକୁ ଆସିଛି। ପବ୍ଜୀ ଖେଳୁଥିବା ସମୟରେ ପିତା ବାରମ୍ବାର ଗାଳି କରିବାରୁ ଉତ୍ତ୍ୟକ୍ତ ହୋଇ ଏହି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି ରଘୁବୀର।
ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ରହିଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରମୀତୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ କେଦାର ଉପରେ ନିବଦ୍ଧ ଖେୟାଲ ଯାହା ବିଲମ୍ବିତ ଏକତାଳ, ମଧ୍ୟମ ତିନତାଲ ଉପରେ ପର୍ଯ୍ୟବସିତ ଥିଲା ପରେ ପରେ ପଣ୍ଡିତ ରାମଶ୍ରେୟା ଝାଙ୍କ ଦ୍ୱାରା ରଚିତ ତରାନା ପରିବେଷିତ ହୋଇଥିଲା । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ରାଗ ପିଲୁରୁ ଉଦ୍ଧୃତ କଜରୀ କେହେନବା ମାନୋ ଓ ରାଧା ରାଣୀ । ଶେଷରେ ଭଜନ ଯାହା ରାଗ ହେମନ୍ତ ଉପରେ ନିବନ୍ଧ ଥିଲା । ତାଙ୍କୁ ତବଲାରେ ଅପୁର୍ବ ମୁଖାର୍ଜୀ, ହାରମୋନିୟମରେ ଗୌରବ ଚାଟାର୍ଜୀ ଓ ତାନପୁରାରେ ସଚ୍ଚୀଦାନନ୍ଦ ସାହୁ ସହଯୋଗ କରିଥିଲେ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର…
ରଙ୍ଗାଚରଣ ପ୍ରଧାନ ଦେଶର ଅର୍ଥମନ୍ତ୍ରୀ ନିଜେ ସ୍ବୀକାର କରି ସାରିବା ପରେ କାହା ମନରେ ଏଥିନେଇ ଆଉ କୌଣସି ସନ୍ଦେହ ରହିବା ଉଚିତ୍ ନୂହେଁ ଯେ ଦେଶ ଏକ ଭୟଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ମାତ୍ର ଏଠାରେ ତାତ୍ପର୍ଯ୍ୟପୁର୍ଣ ପ୍ରଶ୍ନ ହେଉଛି ଯେ ସରକାର କେତେବେଳେ ଏ କଥା ମାନିଲେ ? ଯେତେବେଳେ ପ୍ରମୁଖ ଶିଳ୍ପପତିମାନେ ସରକାର ବିରୋଧରେ କିଛି କହିବା ପାଇଁ ସେମାନଙ୍କର ଥିବା ପାରମ୍ପରିକ ଦ୍ବିଧାକୁ ଛାଡି ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ ହତାଶା ଓ କ୍ରୋଧ ପ୍ରକାଶ କରିବାରେ ଲାଗିଲେ ସେତେବେଳେ ଯାଇ ସରକାର ସ୍ବୀକାର କରିବାକୁ ବାଧ୍ୟ ହେଲେ । ଯେତେବେଳେ ଷ୍ଟକ୍ ବଜାର ସୂଚକାଙ୍କ ଦୄତବେଗରେ ଖସିବାରେ ଲାଗିଲା ସେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରିସ୍ଥିତିକୁ ଆୟତ୍ତ କରିବା ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମାତ୍ର କେଇ ଦିନ ପୂର୍ବେ ବଜେଟରେ ସେ କରିଥିବା ଅନେକ ଗୁଡିଏ…
ଦେଶରେ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନ୍କୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ବେଶ୍ ଅଧିକ ରହିଛି । ନୂତନ ମୋଟର ଯାନ ଆଇନ ଓ ଜରିମାନା ଆଦାୟକୁ ନେଇ ସାଧାରଣରେ ବେଶ୍ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଏ ନିୟମକୁ ନେଇ ପୋଲିସ୍ ଓ ଜନତା ମୁହାମୁହିଁ ହେଉଛନ୍ତି । ତେବେ ଏହି କଠୋର ନିୟମକୁ ନେଇ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏ ନିୟମରେ ୩ ମାସ କୋହଳ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ସଂଶୋଧିତ ମୋଟର ଯାନ ଆଇନ୍ ଓ ଜରିମାନା ପ୍ରସଙ୍ଗକୁ ନେଇ ଏହାକୁ ରାଜ୍ୟରେ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ନେଇ ଲୋକଙ୍କ ରୋଷ ଦେଖି ଏହି ସଂଶୋଧିତ ନିୟମ କଡ଼ାକଡ଼ି ପାଳନ ନ…
ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। ତେବେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଗୋଟିଏ ପଟେ ଢଳିକି ରହିଛି। ଏହାର ଆଣ୍ଟିନା ପୃଥ୍ୱୀ କିମ୍ବା ଅର୍ବିଟର୍ ପଟକୁ ରହିଥିଲେ ହିଁ ଅଧିକ ସୂଚନା ମିଳିପାରିବ। ଯଦି ଏପରି ହୁଏ ତେବେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିବ। ଗତ ୭ ତାରିଖ ରାତିରେ ଚନ୍ଦ୍ରପୃଷ୍ଠ ମାତ୍ର ୨ ଦଶମିକ ୧ କିଲୋମିଟର୍ ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେବେଠୁ ଏହାସହ ଯୋଗାଯୋଗ…
ଆଜି ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ୫୨ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଉପହାର ସ୍ବରୂପ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ର ଟିଜର୍ ଭିଡିଓ ରିଲିଜ୍ କରିଛନ୍ତି । ଏହି ଅବସରରେ ଭିଡିଓ ସେୟାର କରି ଅକ୍କି ଲେଖିଛନ୍ତି ଯେ, ‘ ତାଙ୍କ ଜନ୍ମଦିବସ ଅବସରରେ ଏହା ତାଙ୍କର ପ୍ରଥମ ଐତିହାସିକ ଚଳଚ୍ଚିତ୍ର ଅଭିନୟର ସୁଯୋଗ ପାଇଁ ସେ ବହୁତ ଖୁସି ଅଛନ୍ତି । ଏହି ବିଗ୍ ବଜେଟ୍ର ଫିଲ୍ମଟି ୟଶ୍ରାଜ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଏହି ଫିଲ୍ମଟି ଆସନ୍ତା ବର୍ଷ ଦିଓ୍ବାଲି ଅବସରରେ ମୁକ୍ତିଲାଭ କରିବ । ରିଲିଜ୍ ହୋଇଥିବା ଟିଜରରେ ଭିଡିଓରେ ଦମ୍ଦାର୍ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍, ଚଳଚ୍ଚିତ୍ରର ଲୋଗୋ ଓ ଯୁଦ୍ଧ ଭୂମିରେ ପୃଥ୍ୱୀରାଜ ଚୌହାନଙ୍କ ସହ ଠିଆ ହୋଇଥିବା ହଜାର ହଜାର ସୈନ୍ୟମାନଙ୍କୁ ଦେଖିବାକୁ ମିଳିଛି। ଏହି ଟିଜର…
ସମଗ୍ର ବିଶ୍ବ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବର୍ଜନ କରିବା ଉଚିତ୍ ବେଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଗ୍ରେଟର ନୋଏଡାରେ ମିଳିତଚ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ମୋଦି ଏହି ମତ ଦେଇଛନ୍ତି । ମାନବତ୍ବର ବିକାଶ ପରିବେଶ ପରିବର୍ତ୍ତନର ଲଢେଇ ସହ ସିଧାସଳଖ ଭାବରେ ସମ୍ପୃକ୍ତ ତେଣୁ ପରିବେଶ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୋଦି ବିଶ୍ବ ସମୁଦାୟର ନେତୃତ୍ବଙ୍କୁ ନିବେଦନ କରିଥିଲେ । ଭାରତ ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ 6ଟି ପ୍ଲାଷ୍ଟିକ୍ ପଦାର୍ଥ ଉପରେ ରୋକ୍ ଲଗାଯାଇଛି । ଭାରତ ପରି ଏକ ଜନବହୁଳ ରାଷ୍ଟ୍ର ଯଦି ଏହାକୁ ଲାଗୁ କରି ପାରୁଛି ତେବେ ସମଗ୍ର ବିଶ୍ବ ନେତୃତ୍ବ ଏହା ଉପରେ ଧ୍ୟାନ ଦେଲେ ଖୁବ୍ ଶୀଘ୍ର ପରସ୍ଥିତିରେ ଉନ୍ନତି ଆସିବ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତର ଏକକ ବ୍ୟବହାର କାରୀ…
ସମୀକ୍ଷା ବ୍ୟୁରୋ ବିପର୍ଯ୍ୟସ୍ତ ଅବସ୍ଥାରେ ବାଣପୁର ଏନ୍ଏସିର ଆଲୋକୀକରଣ ବ୍ୟବସ୍ଥା । ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ସହର ତଥା ଅନନ୍ୟ ଶକ୍ତିପୀଠ ମା’ ଭଗବତୀଙ୍କ ମନ୍ଦିର ପାଇଁ ଏହି ସହର ପ୍ରସିଦ୍ଧ ହୋଇଥିବାବେଳେ ଏଠାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡିଛି । ସରକାର ପୌରାଞ୍ଚଳର ଆଲୋକୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାଣପୁର ଏନ୍ଏସିରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଦୀର୍ଘଦିନ ଧରି ଏଠାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ଅନ୍ଧକାର ହୋଇଛି । ବାଣପୁର ଏନ.ଏ. ସି ରେ ପନ୍ଦର ଗୋଟି ୱାର୍ଡ ଥିବାବେଳେ ସବୁ ୱାର୍ଡରେ ସନ୍ଧ୍ୟା ସମୟରେ ଷ୍ଟ୍ରିଟ ଲାଇଟ ଜଳୁନି l ସେହିପରି ସହରର ପ୍ରମୁଖ ୱାର୍ଡ ତଥା ଭଗବତୀ ମନ୍ଦିର କୁ ସଂଯୋଗ କରୁଥିବା ୮ ନମ୍ବର ୱାର୍ଡ ର ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିପଡିଛିl ପୁରୁଣା ବଜାର ରୂପେ ପରିଚିତ ଥିବା ଏହି ଓ୍ବାର୍ଡଟି ହେଉଛି ବ୍ୟବସାୟର ଏକ…

