Author: Samikhsya Bureau
ଭାରତୀୟ ବିଲିୟାର୍ଡସ୍ ତାରକା ପଙ୍କଜ ଆଡଭାନୀ ବିଶ୍ବରେକର୍ଡ କରିଛନ୍ତି । ନିଜ କ୍ୟାରିୟରର 22 ତମ ଟାଇଟଲ ହାସଲରେ ସଫଳ ହୋଇଛନ୍ତି ଆଡଭାନୀ । ମିଆଁମାରରେ ଅନୁଷ୍ଠିତ ବିଶ୍ବ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଆଡଭାନୀ । ବିଗତ 6 ବର୍ଷ ମଧ୍ୟରେ ଏହା ଆଡଭାନୀଙ୍କର ପଞ୍ଚମ ତଥା କ୍ରମାଗତ ଚତୁର୍ଥ ଟାଇଟଲ । ଏକ ପାଖିଆ ଫାଇନାଲ୍ରେ ସ୍ଥାନୀୟ ଖେଳାଳି ନାଏ ଥ୍ବେଙ୍କୁ 6-2 ସେଟ୍ରେ ପରାସ୍ତ କରିଛନ୍ତି ଆଡଭାନୀ । ପଙ୍କଜ 150-4, 151-66, 150-50, 7-150, 151-69, 150-0, 133-150 ଏବଂ 150-75 ପଏଣ୍ଟରେ ନାଏ ଥ୍ବେଙ୍କୁ ପରାସ୍ତ କରିଥିଲେ ।
ରାଷ୍ଟ୍ରପତି ଭବନ ସମ୍ମୁଖରେ ଡ୍ରୋନ୍ ଉଡାଇ ପିତା-ପୁତ୍ର ଗିରଫ ହୋଇଛନ୍ତି । ପର୍ଯ୍ୟଟକ ଭିସାରେ ଭାରତ ଆସିଥିବା ଏହି ପିତା ପୁତ୍ର ଦ୍ବୟଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଦୁଇ ଆମେରିକୀୟ ନାଗରିକଙ୍କ ନିକଟରୁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଅଞ୍ଚଳର କିଛି ଫଟୋ ଏବଂ ଭିଡିଓ ଜବତ କରାଯାଇଛି । ଦୁଇ ନାଗରିକଙ୍କ ନାମ ପିଟର ଜେମ୍ସ ଲିନ୍ (65) ଏବଂ ଗୁଇଲାମଲେ ଲିଡବେଟର୍ ଲିନ୍ (30) । ଉଭୟ ସେପ୍ଟେମ୍ବର 14 ତାରିଖରେ ଭାରତକୁ ପ୍ରବେଶ କରିବା ସହିତ ସମାନ ତାରିଖରେ ରାଷ୍ଟ୍ରପତି ଭବନ ପରିସରର ଫଟୋ ଉତ୍ତୋଳନ କରିଛନ୍ତି । ଉଭୟ ଏକ ଅନ୍ଲାଇନ୍ ପୋର୍ଟାଲ ପାଇଁ କାର୍ଯ୍ୟ କରନ୍ତି ଏବଂ ପୋର୍ଟାଲ ନିମନ୍ତେ ଏହି ଭିଡିଓ ବନାଇଥିବା ସ୍ବୀକାର କରିଛନ୍ତି ।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଏବଂ ଅତ୍ୟାଚାର ବଢି ଚାଲିଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମର ଅଭିଯୋଗ ଆସିଛି। ଚଳିତ ଥର ଅଭିଯୋଗ ଆସିଛି ଖାକି ପୋଷାକ ବିରୋଧରେ। ମୟୁରଭଞ୍ଜର କପ୍ତିପଦା ଥାନର ଏଏସ୍ଆଇଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହା ସହିତ ମହିଳା ଜଣକ ଏହି ମାମଲାରେ ନବୀନ ନିବାସ ସମ୍ମୁଖରେ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି। ମହିଳା ଓ ତାଙ୍କ ଯାଆ ଅଭିଯୋଗ ପାଇଁ ଥାନାକୁ ଯାଇଥିବା ବେଳେ ଆଇଆଇସି ଅଭିଯୋଗ ନରଖି ତାଙ୍କୁ ଅଟକ ରଖିଥିଲେ।
ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ କାରଣରୁ ପାକିସ୍ତାନୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ ସୁଟର ହିନା ସିଦ୍ଧୁ। ସେପ୍ଟେମ୍ବର ୧୪ ତାରିଖରେ ମଲାଲା ଏକ ଟ୍ବିଟ୍ କରି କାଶ୍ମୀରରେ ଅବସ୍ଥା ସାଧାରଣ ନଥିବା ନେଇ ପ୍ରକାଶ କରିଥିଲେ। ମଲାଲା ଉଲ୍ଳେଖ କରିଥିଲେ କି, ଅଗଷ୍ଟ ୧୨ ତାରିଖରେ ଜଣେ ଛାତ୍ରୀ ନିଜର ପରୀକ୍ଷା ଦେଇ ପାରିନଥିଲେ। ଏହାପରେ ଟ୍ବିଟ୍ଟର ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଥିଲା କାରଣ ସେହିଦିନ ଭାରତରେ ଇଦ୍ ପାଳିତ ହେଉଥିଲା। ସୋମବାର ଦିନ ଭାରତୀୟ ସୁଟର ତଥା ଅଲମ୍ପିଆନ୍ ହିନାସିଦ୍ଧୁ ମଲାଲାଙ୍କୁ ସମାଲୋଚନା କରିଛନ୍ତି। ହିନା କହିଛନ୍ତି, ନିଜେ ମଲାଲା ପାକିସ୍ତାନରେ ଶିକ୍ଷା ଲାଭ କରିବା ଚେଷ୍ଟାରୁ ଗୁଳି ଖାଇ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଏପରି ପରସ୍ଥିତିରେ କାଶ୍ମୀର ଓ ପାକିସ୍ତାନକୁ ନେଇ ମଲାଲାଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ହିନା କହିଛନ୍ତି। କାଶ୍ମିରକୁ ପାକିସ୍ତାନକୁ ପ୍ରଦାନ କରିବାର ଦାବି…
ହୀରାକୁଦ ଜଳ ଭଣ୍ଡାରର ଆଉ 2ଟି ଗେଟ୍ ବନ୍ଦ ହୋଇଛି । 2ଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ 7 ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 628 ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ 92 ହଜାର 928 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 1 ଲକ୍ଷ 18 ହଜାର 342 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଛି ।
କେଦାର ମିଶ୍ର ସେଦିନ ଥିଲା ୨୫, ନଭେମ୍ବର ୧୯୫୮। ଭାରତର ରାଜଭାଷା ବା ଅଫିସିଆଲ ଭାଷା ଭାବରେ କେବଳ ହିନ୍ଦୀ ବ୍ୟବହାର ହେବ ନା ଇଂରାଜୀ ସହିତ ହିନ୍ଦୀର ବ୍ୟବହାର ଅବ୍ୟାହତ ରହିବ, ସେ ସମ୍ପର୍କରେ ରାଜଭାଷା କମିଶନ ଦେଇଥିବା ପରାମର୍ଶ ବିଷୟରେ ଏକ ସଂସଦୀୟ କମିଟି ଚୂଡାନ୍ତ ନିଷ୍ପତ୍ତି ନେବାର ଥାଏ। ସେଦିନ ମାତ୍ର ଗୋଟିଏ ଭୋଟରେ ହିନ୍ଦୀ ଏକମାତ୍ର ରାଜଭାଷା ହେବାର ପ୍ରସ୍ତାବ କାଟ ଖାଇ ଯାଇଥିଲା। କମିଟିର ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ତତ୍କାଳୀନ ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଉପରେ ରାଗିଯାଇ କମିଟିର ଅନ୍ୟତମ ସଦସ୍ୟ ପୁରୁଷୋତ୍ତମ ଦାସ ଟଣ୍ଡନ କହିଲେ- “ଆପଣ ଜଣେ ବିଶ୍ଵାସଘାତକ। ହିନ୍ଦୀ ଭାଷା ପ୍ରତି ଆପଣଙ୍କର କୌଣସି ଅନୁରାଗ ନାହିଁ, ଏକଥା ଆଜି ସ୍ପଷ୍ଟ ହୋଇଗଲା।“ ଟଣ୍ଡନଙ୍କର ଗାଳିରେ ଆଦୌ ବିଚଳିତ ନ ହୋଇ ଗୃହମନ୍ତ୍ରୀ ପନ୍ତ କହିଥିଲେ- “ ମୋ ପାଇଁ ଭାରତର ଏକତା ହିନ୍ଦୀ ଠାରୁ ଅଧିକ…
ସମୀକ୍ଷା ବ୍ୟୁରୋ ଆଜି ଛାତ୍ର କଂଗ୍ରେସରୁ ପ୍ରାଥମିକ ସଭ୍ୟରୁ ନିଲମ୍ବିତ ହୋଇଛନ୍ତି ଇତିଶ ପ୍ରଧାନ। ଜାତୀୟ ଛାତ୍ର କଂଗ୍ରେସର ଓଡିଶା ପ୍ରଭାରୀ ମୋଥା ରୋହିତ ତାଙ୍କୁ ନିଲମ୍ବିତ କରିଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଏହି ନିଲମ୍ବନ କରାଯାଇଛି। ଇତିଶ କିଛି ଦିନ ତଳେ କଂଗ୍ରେସ ଭବନରେ ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ବିବୃତି ଦେଇଥିଲେ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ନିରଂଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ବହିସ୍କାର କରାଯାଉ ବୋଲି ଖୋଲିଖୋଲି କହିଥିଲେ। ସେତେବେଳେ ପିସିିିସି ସଭାପତି ନିରଂଜନ ପଟ୍ଟନାୟକ ନୂଆଦିଲ୍ଲୀରେ ଚାଲିଥିବା ଏଆଇସିସିର ବୈଠକରେ ଦଳକୁ କିପରି ସୁଦଢ କରାଯିବ ସେ ନେଇ ଆଲୋଚନା କରୁଥିଲେ। ସେହିସମୟରେ ଇତିଶ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନେଇ ଦଳ ଭିତରେ ବିରୋଧ ହୋଇଥିଲା। ଜାତୀୟ ଛାତ୍ର କଂଗ୍ରେସ ଏ ଖବର ଜାଣିବା ପରେ ଇତିଶଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ କେନ୍ଦ୍ର ସରକାର ଏହା ଧାରକୁ ଉଠାଇ ଠିକ କରିଛନ୍ତି ବୋଲି ବିଜେପି ତରଫରୁ ଚାଲିଛି ଏକ ପ୍ରଚାର ଅଭିଯାନ। ବିଭିନ୍ନ ନେତାମାନେ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ଏହି ଉଚ୍ଛେଦ ସଂପର୍କରେ ଅବଗତ କରାଇବା ସହ ପ୍ରଚାର ପୁସ୍ତିକା ମଧ୍ୟ ପ୍ରଦାନ କରୁଛନ୍ତି। ସେହି ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା। ସେ ଆଜି ଭୁବନେଶ୍ବରରେ ପ୍ରତିଷ୍ଠିତ ଶିଶୁ ବିଶେଷଜ୍ଞ ଡାକ୍ତର ପି.ଏନ.ଗୋବିନ୍ଦରାଜୁଲୁଙ୍କୁ ସାକ୍ଷାତ କରି ଏହି ଧାରା ଉଚ୍ଛେଦ ସଂପର୍କରେ ଅବଗତ କରାଇଛନ୍ତି। ଡାକ୍ତର ଗୋବିନ୍ଦରାଜୁଲୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ପାଇଁ ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସା ଉପରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଅଖିଳ ଭାରତ ଭାସଭି ପେନୁଗୋଣ୍ଡା ମନ୍ଦିର ଟ୍ରଷ୍ଟର ସଭାପତି ଅଛନ୍ତି। ତାଙ୍କୁ ଜୟ…
ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍କଟନମ୍ରେ ବଡ଼ ଅଘଟଣ ଘଟିଛି। ରାଜମହେନ୍ଦ୍ରୀରୁ ପାପିକୋଣ୍ଡାଲୁ ଯାଉଥିବେଳେ ଲଞ୍ଚଟି ବୁଡ଼ିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଅଘଟଣ। ମୋଟର ଲଞ୍ଚରେ ୧୧ ଷ୍ଟାଫ୍ ସମେତ ୬୨ ଯାତ୍ରୀ ଥିଲେ। ଏନ୍ଡିଆରଏଫ୍ ଟିମ୍ଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାରକୁ ଆନ୍ଧ୍ର ସରକାରଙ୍କ ୧୦ ଲକ୍ଷର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।
ସମୀକ୍ଷା ବ୍ୟୁରୋ ଦେଶରେ ଜାରି ହୋଇଥିବା ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ପରେ ଲାଇସେନ୍ସ, ପଲ୍ୟୁସନ୍ ଓ ଇନ୍ସ୍ୟୁରାନ୍ସ ଆଦିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ତେବେ ନୂତନ ନିୟମ ଟିକେ ଅଧିକ କଡ଼ା ହୋଇଥିବାରୁ ରାଜ୍ୟସରକାର ଏହି କ୍ଷେତ୍ରରେ ତିନିମାସର କୋହଳ କରିଛନ୍ତି। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ଦ୍ବାରା ମୋଟା ଅଙ୍କର ଜରିମାନା ସହିତ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ନୂତନ ସଡକ ନିୟମ ଆସିବା ପରେ ଏବେ ସମେସ୍ତ ଡ୍ରାଇଭିଂ ଲାଇସେନ୍ସ ପଞ୍ଜିକରଣ ଓ ନବୀକରଣ କରିବାରେ ଲାଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା ଆମେ କିପରି ଡ୍ରାଇଭିଂ ଲାଇସେନ୍ସ କରିପାରିବା। ଯାନର ପ୍ରକାରକୁ ଦେଖି ଭିନ୍ନ ଭିନ୍ନ ଲାଇସେନ୍ସ ଜାରି କରାଯାଇଥାଏ। ତେବେ ବିଭିନ୍ନ ଡ୍ରାଇଭିଂ ଲାଇସେନ୍ସଗୁଡ଼ିକ ମଧ୍ୟରେ ରହିଛି – ବିନା ଗିୟର ବାଲା ମୋଟରସାଇକେଲ ଲାଇସେନ୍ସ ଗିୟରବାଲା ମୋଟରସାଇକେଲ ଲାଇସେନ୍ସ ଇନ୍ଭାଲିଡ୍ କ୍ୟାରେଜ୍ ହାଲୁକା ମୋଟର ଯାନ ମଧ୍ୟମ ଗୁଡସ୍ ଯାନ…
ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ମୋଟର ଲଞ୍ଚ ବୁଡ଼ି ୨୩ ଜଣ ନିଖୋଜ ହୋଇଛନ୍ତି। ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମ୍ରେ ବଡ଼ ଅଘଟଣ ଘଟିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ଏହି ମୋଟର ଲଞ୍ଚରେ ୧୧ ଷ୍ଟାଫ୍ଙ୍କ ସମେତ ୫୦ ଜଣ ଯାତ୍ରୀ ରହିଥିଲେ। ୨୭ ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗିଥିବାର ସୂଚନା ରହିଛି। ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଦେଶର ଯୁବଶକ୍ତିଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏବେ ବିରୋଧୀଙ୍କ ଟାର୍ଗେଟରେ ଆସିଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସନ୍ତୋଷ ଗଙ୍ଗଓ୍ବାରଙ୍କ ବୟାନକୁ ନେଇ ଆକ୍ରମଣ କରି କହିଛନ୍ତି ଯେ, ପାଞ୍ଚ ବର୍ଷ ଭିତରେ ଆପଣଙ୍କ ସରକାର ଚାକିରି ସୃଷ୍ଟି କରି ପାରିଲା ନାହିଁ । ଆଉ ଯାହା ଚାକିରି ଥିଲା ତାହା ଆର୍ଥିକ ମାନ୍ଦବାସ୍ଥା ସବୁ ଛଡେଇ ନେଉଛି । ସନ୍ତୋଷ ଗଙ୍ଗଓ୍ବାର ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ କହିଥିଲେ ଯେ, ଦେଶରେ ରୋଜଗାରର ସମସ୍ୟା ନାହିଁ, ବରଂ ଉତ୍ତର ଭାରତୀୟଙ୍କ ଯୋଗ୍ୟତାରେ କମି ରହିଛି । ପ୍ରିୟଙ୍କା ଗଙ୍ଗଓ୍ବାରଙ୍କ ଏହି ବୟାନର ଜବାବ ଦେବା ସହିତ କହିଛନ୍ତି ଯେ, ଦେଶର ଯୁବକ ସରକାର କିଛି କରିବେ ବୋଲି ରାସ୍ତା ଦେଖୁଥିବାବେଳେ, ଆପଣ ଉତ୍ତର ଭାରତୀୟଙ୍କୁ ଅପମାନ କରି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛ, ଯାହା ଏବେ…
ସମୀକ୍ଷା ବ୍ୟୁରୋ ସାଧାରଣତଃ କର୍ମଜୀବୀ ମହିଳାମାନେ ଘର, ଅଫିସ୍ ଆଦିରେ ଦୌଡ଼ି ଦୌଡ଼ି ନିଜ ଶରୀରକୁ ଅଣଦେଖା କରିଥା’ନ୍ତି। ବଦଳୁଥିବା ଲାଇଫ୍ଷ୍ଟାଇଲ୍ ସହିତ ଖାଦ୍ୟପେୟର ଅନିୟମତତାକୁ ନେଇ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଭୋଗ କରନ୍ତି। କିନ୍ତୁ ଯଦି ଆପଣମାନେ ନିଜ ଖାଦ୍ୟରେ ଅଲିଭ୍ ଅଏଲ୍କୁ ସାମିଲ୍ କରିବେ, ତାହେଲେ ନିଜକୁ କେତେ ପ୍ରକାରର ସମସ୍ୟାରୁ ମୁକ୍ତ ରଖି ପାରିବେ, ତେବେ ଆସନ୍ତୁ ଜାଣିବା ଡାଏଟ୍ରେ ଅଲିଭ୍ ଅଏଲ୍ର ସାମିଲ୍ ହେବା ଦ୍ବାରା କ’ଣ କ’ଣ ସବୁ ଉପକାର ହୋଇପାରୁଛି। ହୃଦୟ ପାଇଁ ଔଷଧ : ଅଲିଭ୍ ଅଏଲ୍ରେ ଓମେଗା ୬ ଓ ଓମୋଗା ୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ। ହୃଦୟରୋଗ ପାଇଁ ଏହା ବେଷ୍ଟ ଟନିକ୍ ରୂପେ ଜଣାଯାଏ। ତେଣୁ ଦୈନନ୍ଦିନରେ ଅଲିଭ୍ ଅଏଲ୍ ବ୍ୟବହାର ଦ୍ବାରା ହାର୍ଟ ଔଷଧ ରୂପେ କାର୍ଯ୍ୟ କରିବ। କ୍ୟାନସରରୁ ରକ୍ଷା : ଅଲିଭ୍ ଅଏଲ୍ରେ ଓଲିକ୍ ଏସିଡ୍ ନାମକ ଫେଟି…
ଅନ୍ତର୍ରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମମତା ବର୍ତ୍ତମାନ ଦେଶର ଅବସ୍ଥାକୁ ‘ସୁପର୍ ଇମରଜେନ୍ସି’ ସହ ତୁଳନା କରିବା ସହିତ ଲୋକଙ୍କୁ ନିଜେ ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି। ମମତା କହିଛନ୍ତି ଯେ, ଅନ୍ତରାର୍ଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ସମସ୍ତେ ନିଜ ସାମ୍ବିଧାନିକ ମୂଲ୍ୟକୁ ରକ୍ଷା କରିବାର ଶପଥ ନେବା ଉଚିତ୍। ମମତା ବାନାର୍ଜୀ ଏକ ଟୁଇଟ୍ ଜରିଆରେ ଏହା କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦି ସରକାରଙ୍କ ଏକ ଦୃଢ ସମାଲୋଚକ। ନିକଟରେ କେନ୍ଦ୍ର ସରକାର ଲାଗୁ କରିଥିବା ସଂଶୋଧିତ ନୂତନ ମୋଟର ଯାନ ଆଇନ ମମତା ପଶ୍ଚିମବଙ୍ଗରେ ଜାରି କରିବାକୁ ମନା କରିବା ସହିତ କହିଛନ୍ତି ଯେ, ଏହାଦ୍ବାରା ଲୋକଙ୍କ ଉପରେ ବୋଝ ବଢିବ।
ସମୀକ୍ଷା ବ୍ୟୁରୋ ଏଣିକି ଜିଲ୍ଲାର ଯେତେସବୁ ବୈଠକ ହେଉ କିମ୍ବା ସେମିନାର, ଏଥିରେ ଆଉ ପ୍ଲାଷ୍ଟକ କିମ୍ବା ଅନ୍ୟ ପ୍ଲେଟରେ ସ୍ନାକ୍ସ ପ୍ରଦାନ କରାଯିବ ନାହିଁ। ତା ବଦଳରେ ଜିଲ୍ଲାରେ ମିଳୁଥିବା ଶାଳପତ୍ର ପ୍ଲେଟ ବ୍ୟବହାର କରାଯିବ। ଜିଲ୍ଲାରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ରୋକିବା ପାଇଁ କେଉଁଝର ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ଜିଲ୍ଲାପାଳ, ତହସିଲଦାର, ବିଡିଓ କାର୍ଯ୍ୟାଳୟରେ ଯେତେ ବୈଠକ ହେବ ସେଥିରେ ଏହି ଶାଳପ୍ଲେଟ ବ୍ୟବହାର କରାଯିବ। ଏହାଦ୍ବାରା ଆଦିବାସୀଙ୍କ ଦ୍ବାରା ତିଆରି ଏହି ପ୍ଲେଟର ଭଲ ବିକ୍ରି ହେବା ସହିତ ସେମାନଙ୍କର ଦୁଇ ପଇସା ରୋଜଗାର ହୋଇପାରିବ। ଅନ୍ୟପକ୍ଷରେ ପ୍ଲାଷ୍ଟକ ବ୍ୟବହାର ନେଇ ଯେଉଁ ସମସ୍ୟା ଉପୁଜୁଛି ଏହା ଦ୍ବାରା ସମାଧାନ ହୋଇପାରିବ ବୋଲି ପ୍ରଶାସନ ଆଶା କରିଛି। କେଉଁଝର ଜିଲ୍ଲା ଏକ ପ୍ରାକୃତିକ ସଂପଦର ଜିଲ୍ଲା ହୋଇଥିବାରୁ ସେଠାରେ ପ୍ଲାଷ୍ଟିକ ପଦାର୍ଥ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ସେଥିପାଇଁ ଜିଲ୍ଲା…

