ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍ ଗାନ୍ଧି ଜୟନ୍ତୀଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପୂର୍ବରୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ଭିଡିଓ କନ୍ଫେରନ୍ସି ଜରିଆରେ ୬୩୫ ଥାନା ଆଇଆଇସିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହିତ ଭଲ କାମ କଲେ ସମୟ ସୀମା ପୂର୍ବରୁ ପଦୋନ୍ନତି ମିଳିବ ବୋଲି ସୂଚନା ଦେଇଛନ୍ତି ।
Author: Samikhsya Bureau
ଛାଡପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନ୍ସନ୍ । ବାର୍ଷିକ ୪୦ ହଜାରର କମ୍ ଆୟ ଥିବା ମହିଳାଙ୍କୁ ମିଳିବ ପେନ୍ସନ୍ । ମଧୁବାବୁ ପେନସନ୍ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ପେନ୍ସନ୍ ପ୍ରଦାନ ନେଇ ପ୍ରକ୍ରିୟା ଚାଲିଥିବା କହିଛନ୍ତି ମନ୍ତ୍ରୀ । ଏଥିପାଇଁ ଛାଡପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ ଦେବାକୁ ପଡ଼ିବ ।
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)କୁ ଝଟ୍କା ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ସିପି ପୂର୍ବତନ ସାଂସଦ ଉଦୟନରାଜେ ଭୋସଲେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀର କେନ୍ଦ୍ରୀୟ ଗୃହ ମନ୍ତ୍ରୀ ତଥା ଅଧ୍ୟକ୍ଷ ଅମିତ୍ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ଙ୍କ ଉପସ୍ଥିତିରେ ଉଦୟନରାଜେ ବିଜେପିର ପ୍ରାଥମିକ ସଦସ୍ୟତା ନେଇଛନ୍ତି । ଭୋସେଲ୍ ଶୁକ୍ରବାର ଦିନ ଲୋକସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ । ଭୋସେଲ୍ଙ୍କ ବିଜେପିରେ ସାମିଲ୍ ହେବା ପରେ ମହାରାଷ୍ଟ୍ରରେ ବିଜେପିକୁ ଏକ ବଡ଼ ଚେହେରା ମିଳିଛି । ଭୋସେଲ୍ ଏନ୍ସିପି ତରଫରୁ ସତାରାର ସାଂସଦ ରହିଥିଲେ ।
ପାକିସ୍ତାନ ସେନାକୁ ଜୋରଦାର ଝଟକା ଲାଗିଛି । ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାର କଡା ଜବାବ ଦେଇଛି ଭାରତୀୟ ସେନା। ଏଥିରେ ୨ଜଣ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ଯବାନ ନିପାତ ହୋଇଛନ୍ତି । ସୂଚାନନୁସାରେ, ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଖୁଲମଖୁଲା ଉଲଙ୍ଘନ କରୁଥିଲା। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଥିଲା । ଏଥିରେ ୨ ଜଣ ପାକ୍ ବାଟ୍ ଯବାନ ନିହତ ହୋଇଥିଲେ । ଏନେଇ ସେନା ଏକ ଭିଡିଓ ଜାରି କରିଛି । ଯେଉଁଥିରେ ପାକ୍ ସେନାର କିଛି ଅଫିସର ନିହତ ଧଳା ପତାକା ଧରି ସେମାନଙ୍କ ଯବାନଙ୍କ ମୃତଦେହ ନେବାକୁ ଆସୁଛନ୍ତି ।
ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏଠାରେ ଅମିତ ଶାହା ରୋଗୀଙ୍କ ସାକ୍ଷାତ କରି ଫଳ ବାଣ୍ଟିବା ସହିତ ସଫାଇ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍, ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସେପ୍ଟେମ୍ବର ୧୪ରୁ ୨୦ ଯାଏଁ ସେବା ସପ୍ତାହ ପାଳନ କରୁଛି । ଏହି ଅବସରରେ ସ୍ୱଚ୍ଛତା ହିଁ ସେବା, ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତି, ଜଳ ସଂରକ୍ଷଣ ଓ ସମ୍ବର୍ଦ୍ଧନ ସଂକଳ୍ପ ଲୋକଙ୍କ ନିକଟକୁ ପହଞ୍ଚାଇବା…
ମାଲକାନଗିରି ସୀମାନ୍ତରେ ଯବାନଙ୍କ ଏନକାଉଣ୍ଟର ହୋଇଛି । ଏଥିରେ ୨ ମାଓବାଦୀ ନିହତ ହୋଇଥିବାର ସୂଚନା ରହିଛି । ଛତିଶଗଡ଼ ଦାନ୍ତେଓ୍ବାଡା ଜିଲ୍ଲା କୁଟ୍ରିମ୍ ଗାଁ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି । ଆଜି ଦାନ୍ତେୱାଡା କୁଟ୍ରିମା ଅଂଚଳରେ ଥିବା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଚଳାଇଥିଲେ । ସେଠାରେ ଆତ୍ମଗୋପନ କରିଥିବା କିଛି ନକ୍ସଲ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲେ । ପୋଲିସ ଓ ଯବାନମାନେ ତୁରନ୍ତ ପୋଜିସନ ନେଇ ନକ୍ସଲଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଲାଲ୍ ବାହିନୀ ଛତ୍ରଭଙ୍ଗ ଦେଇଥିଲା । ତେବେ ପୋଲିସ ଗୁଳିରେ ୨ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଏହାସହ ସେଠାରୁ ୩ଟି ବନ୍ଧୁକ, ଗୁଳିଗୋଳା ଓ ବୋମା ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ମଧ୍ୟ ସେଠାରେ କମ୍ବିଂ ଅପରେସନ ଜାରି ରହିଛି…
ଗତକାଲି ବିଳମ୍ବିତ ରାତ୍ରରେ ରାଉରକେଲା ବରପାଲି ଟୋଲଗେଟ୍ ନିକଟରୁ ଜଣେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଅକ୍ରମଣ କରାଯାଇ ଲୁଟ କରାଯାଇଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଏକ ଟ୍ରକ ବରପାଲି ଟୋଲଗେଟ୍ ରାସ୍ତାରେ ଯାଉଥିଲା । ସେହି ସମୟରେ କିଛି ଦୁର୍ବୃତ୍ତ ଟ୍ରକକୁ ଅଟକାଇଥିଲେ । ସେମାନେ ଟ୍ରକ ଡ୍ରାଇଭର ଦୀପକ ଘୋଷଙ୍କୁ ନିର୍ଧୁମ ମାଡ ମାରିବା ସହ ଛୁରା ମାଡ ମଧ୍ୟ କରିଥିଲେ । ଏଥିରେ ଡ୍ରାଇଭରଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନେ ତାଙ୍କଠାରୁ ନଗଦ ୧୨ହଜାର ଟଙ୍କା ଓ ମୋବାଇଲ ଲୁଟି କରି ନେଇ ଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୋଟର ଯାନ ନିୟମ ଅନୁସାରେ ସମ୍ବଲପୁରଠାରେ ଏକ ଟ୍ରକ୍କୁ ୬ ଲକ୍ଷ ୫୩ ହଜାର ୧୦୦ଟଙ୍କା ଜରିମାନା ହୋଇଛି । ଏହି ଟ୍ରକ୍ଟି ନାଗାଲାଣ୍ଡର ହୋଇଥିବାର ସୂଚନା ରହିଛି । ଏହି ଟ୍ରକ୍ଠାରୁ ଓଏମ୍ଭିଟି-୩ ଟ୍ୟାକ୍ସ ବାବଦକୁ ୬,୪୦,୫୦୦ ଟଙ୍କା, ମାଲ୍ ବୋଝେଇ ଗାଡ଼ିରେ ଯାତ୍ରୀ ନେଉଥିବାରୁ ୫ ହଜାର, ପରମିଟ୍ ନ ଥିବାରୁ ୫ ହଜାର, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ହଜାରେ ଟଙ୍କା ଫାଇନ ଆଦାୟ ହୋଇଛି । ଅଗଷ୍ଟ ୧୦ ତାରିଖରେ ଫାଇନ୍ ଆଦାୟ ହୋଇଥିବା ସୂଚନା ମିଳିଛି । ଏହା ଏପର୍ଯ୍ୟନ୍ତ ସମଗ୍ର ଦେଶରେ ହୋଇଥିବା ଜରିମାନାଠୁ ଢେର ଅଧିକ। ଡ୍ରାଇଭର ଦିଲ୍ଲୀପ କର୍ତ୍ତାଙ୍କଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ହେଲେ ଟ୍ରକ୍ ମାଲିକ ପହଞ୍ଚି ନଥିବାରୁ ମାସେରୁ ଊର୍ଦ୍ଧ୍ୱ ହେବ ଟ୍ରକଟି ସମ୍ବଲପୁରରେ ପଡ଼ି ରହିଛି। ୨୦୧୪ରୁ ଏହି ଟ୍ରକ୍ ରୋଡ୍ ଟ୍ୟାକ୍ସ ଫାଙ୍କିଥିବାର ଜଣାପଡିଛି…
ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ। ପୁଲିସ୍ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳୁ ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ କୋକୋ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। କୋକୋ ବାମ ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଘଟଣାସ୍ଥଳରୁ ତାର ସହଯୋଗୀମାନେ ଖସି ପଳାଇଥିଲେ। କୋକୋ ନାଁରେ ୭ଟି ମାମଲା ରହିଛି…
କେଦାର ମିଶ୍ର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଏମିତି କେବେ ହୋଇଛି କି, କେନ୍ଦ୍ର ସରକାର ଗୋଟେ ଆଇନ ଆଣିବେ ଓ ତାକୁ ବିଜେପି ଶାସିତ ରାଜ୍ୟ ସରକାର ଗୁଡିକ ପ୍ରତ୍ୟାଖ୍ୟାନ କରିବେ? କେନ୍ଦ୍ରର ନିଷ୍ପତ୍ତିକୁ ବେଦର ଗାର ବୋଲି ମାନି ଆସୁଥିବା ବିଜେପି ମୁଖ୍ୟମନ୍ତ୍ରୀମାନେ ହଠାତ ନୂଆ ମୋଟର ଯାନ ଆଇନକୁ ପ୍ରତ୍ୟାଖ୍ୟାନ କରିବା ବା ତାକୁ ସଂଶୋଧନ କରିବାକୁ ସାହସ ଦେଖାଇବା, ଏକ ନୂଆ କଥା ନୁହଁ କି? ଇତି ମଧ୍ୟରେ ଗୁଜରାଟ ସରକାର ନୂଆ ମୋଟର ଯାନ ଆଇନରେ ବ୍ୟାପକ ସଂଶୋଧନ ଆଣି କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ଜରିମାନାକୁ ୫୦ ରୁ ୯୦% ପର୍ୟନ୍ତ କମାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ନିଜ ରାଜ୍ୟରେ ଏହା ସମ୍ଭବ ହେଲା କେମିତି? ଏହି ଆଇନ ଲାଗୁ ହେଲାପରେ ଦେଶ ସାରା ଯେଉଁ ପ୍ରକାର ହାଇଛାଇ ସୃଷ୍ଟି ହେଲା ଓ ତାକୁ ନେଇ ବ୍ୟାପକ ଜନ…
ସଂଶୋଧିତ ନୂତନ ମୋଟର ଯାନ ଆଇନ୍କୁ ନେଇ ଏବେ ସାରା ରାଜ୍ୟରେ ଧରପଗଡ଼ । ବିନା ଲାଇସେନ୍ସରେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ତଥା ଦଣ୍ଡର ପ୍ରାବଧାନ ରହିଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲାଗି ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରକ୍ତ କେନ୍ଦ୍ର ଖୋଲାଯିବା ବୋଲି ସୂଚନା ମିଳିଛି । ଭୁବନେଶ୍ବରଠାରେ ୪ଟି ଓ ଖୋର୍ଦ୍ଧାଠାରେ ଗୋଟିଏ କେନ୍ଦ୍ର ଖୋଲିବ । ଆରଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣର୍ ଲାଇସେନ୍ସ ଦିଆଯିବ ବୋଲି ସୂଚନା ରହିଛି । ଭିଡ଼ ଦୃଷ୍ଟିରୁ ପ୍ରଥେମ ଭୁବନେଶ୍ବର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପରେ ଅନ୍ୟ ସହରେ ଭିଡ଼କୁ ଦେଖି ନିଷ୍ପତ୍ତି…
ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୧୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ଦୁଇଜଣ ରାଜସ୍ବ ନିରକ୍ଷକ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ୍, ଜଣେ ପଞ୍ଚାୟତ କାର୍ଯ୍ୟକାରୀ କର୍ମଚାରୀ ଓ ଦୁଇ ଜଣ କିରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି । ଏହି ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଉଛନ୍ତି ଭୁବନେଶ୍ବରର ଆର୍ ଆଣ୍ଡ ବି ଡିଭିଜନ-ଆଇର ଡେପୁଟି ଏକଜ୍ୟୁକଟିଭ ଇଞ୍ଜିନିୟର ଜିବେଶ୍…
ମାଲକାନଗିରିଠାରେ ଜାତୀୟ ରାଜପଥ – ୩୨୬ରେ ସ୍କୁଲ ପିଲା ଧାରଣା କରି ରାସ୍ତାରୋକ କରିଛନ୍ତି। ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ କରିଛନ୍ତି। ମାଲକାନଗିରି ନାଏକଗୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଛାତ୍ରୀମାନେ ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବାର ଅଭିଯୋଗ କରିଛନ୍ତି। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର।
ଶୁକ୍ରବାର 13 ସେପ୍ଟେମ୍ବରରେ ଭୂତ୍ ପାର୍ଟ ଓ୍ବାନ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ଦୁଷ୍ଟ ଶକ୍ତି ବଶରେ ରହିଥିବା ଭିକି ପାଣି ମଧ୍ୟରେ ବୁଡିଯାଉଥିବାର ନଜର ଆସିଛନ୍ତି । କରଣ ଜୋହର ଏବଂ ଜୀ ସିନେମା ଫିଲ୍ମର ପ୍ରଯୋଯନା କରିଥିବା ବେଳେ କରଣ ସୋସିଆଲ ମିଡିଆରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରାଇଛନ୍ତି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ନଭେମ୍ବର 15ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଭିକିଙ୍କ ବ୍ୟତୀତ ଭୂମି ପେଡନେକର ଏବଂ ଆଶୁତୋଷ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଡେବ୍ୟୁଟାଣ୍ଟ ଭାନୁପ୍ରତାପ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

