Author: Samikhsya Bureau
ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରୁ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ନଦୀର ଜଳସ୍ତର ବଢି ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକର ଆଖୁଆପଦାରେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଏହା 17.86 ମିଟରରେ ପ୍ରବାହିତ ହେଉଛି । ଏହା ସହିତ ଧାମନଗର ବ୍ଲକ୍ର ଦୁଇଟି ପଞ୍ଚାୟତ ସୋହଡା ଓ ପ୍ରଧାନୀ ଏହା ପ୍ରଭାବରେ ଜଳାର୍ଣ୍ଣବ ହୋଇଥିବା ଜଣାପଡିଛି ।
ବାଲେଶ୍ବରରେ ତିନି ଜଣ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ଏହି ତିନି ଜଣ ଛାତ୍ର ଆସନ୍ତା କାଲି ଠାରୁ ନିଖୋଜ ଅଛନ୍ତି । ଗତକାଲି ସ୍କୁଲ ଯାଇଥିବା ତିନି ବାଳକ ଘରକୁ ଫେରିନଥିଲେ । 24 ଘଣ୍ଟା ହେଲା ଛାତ୍ର ମାନଙ୍କର କୌଣସି ସନ୍ଧାନ ମିଳୁନଥିବାରୁ ଏହାକୁ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ନିଖୋଜ ହୋଇଥିବା ତିନି ଛାତ୍ରକାଠ ସଙ୍ଗଡା ଗ୍ରାମର ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢନ୍ତି ବୋଲି ଜଣାପଡିଛି ।
ରାଜ୍ୟର ଚାରୋଟି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେଗୁଡିକ ହେଲା ସୋନପୁର,ସମ୍ବଲପୁର,ବରଗଡ ଏବଂ ଝାରସୁଗୁଡା। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ଏସଆରସି ତରଫରୁ ଏହି ଚାରି ଜିଲ୍ଲାପାଇଁ ରେଡ ୱାର୍ଣ୍ଣି ଜାରୀ କରାଯାଇଛି। ଏଥିସହିତ ଏହି ଚାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ. କେନ୍ଦୁଝର, ଦେବଗଡ ଓ ଅନୁଗୁଳ ସମେତ ମୋଟ ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଭାରତର ଚନ୍ଦ୍ରଯାନ ମିଶନର ଅନ୍ତିମ ଚରଣ ବିଫଳ ହୋଇଥିଲେ ମଧ୍ୟ ଆସନ୍ତା 14 ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନର ଚେଷ୍ଟା କରାଯିବ ବୋଲି ଜଣାପଡିଛି । ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ ଶନିବାର ଦୂରଦର୍ଶନକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ଏହି ସାକ୍ଷାତ କାର ସମୟରେ ଶିବନ କହିଥିଲେ କି, ଲ୍ୟାଣ୍ଡରର ପ୍ରୋଗ୍ରାମିଂ ଅତ୍ୟନ୍ତ ଜଟିଳ ରହିଥିଲା । ଏହାର ଅନ୍ତିମ 15 ମିନିଟ୍କୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଚନ୍ଦ୍ରପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ବିଛିନ୍ନ ହୋଇଥିଲା । ଲ୍ୟାଣ୍ଡର ଏବଂ ରୋଭରର ଆୟୁସ 14 ଦିନ ଥିବାରୁ ଆସନ୍ତା 14 ଦିନ ପାଇଁ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟା କରାଯିବ । ସେହିପରି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ବୈଜ୍ଞାନିକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ଶିବନ । ମିଶନର…
ଝାଡଖଣ୍ଡ ରାଜ୍ୟ ଗଠନ ପରେ ସରକାର ନୂଆ ବିଧାନସଭା ନିର୍ମାଣ ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ରାଞ୍ଚିଠାରେ ନିର୍ମାଣ ହୋଇଛି ଏହି ବିଧାନସଭା। ଏହାକୁ ଆସନ୍ତା 12 ତାରିଖରେ ଉଦଘାଟନ ହେବ। ସେଥିପାଇଁ କର୍ମଚାରୀମାନେ ଶେଷ ସ୍ପର୍ଷ ଦେଉଛନ୍ତି।
ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଘରୋଇ ଡାକ୍ତରଖାନାରେ ଏଣିକି ମାଗଣା ଚିକିତ୍ସା ମିଳିବ ଏହି ଖର୍ଚ୍ଚ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବେ । ପ୍ରଥମେ କଟକ ଓ ଭୁବନେଶ୍ବରରେ ଏହା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ତିନୋଟି ଘରୋଇ ହସ୍ପିଟାଲ୍ରେ ଏହି ସୁବିଧା ମିଳିବ । ଭୁବନେଶ୍ବରର ଆପୋଲୋ, ଆମ୍ରି ଏବଂ ଅଶ୍ବିନୀ ହସ୍ପିଟାଲ୍ରେ ଏହି ମାଗଣା ଚିକିତ୍ସା ମିଳିବ । ପରେ ପରେ ଏହା ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ମାଗଣା ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ଦେଇଛି ପରିବହନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଡାକ୍ତ ପ୍ରମୋଦ କୁମାର ମେହେର୍ଦ୍ଦା । ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବା ପରେ ଶୀଘ୍ର ଚିକିତ୍ସା କରାଯିବ । ପ୍ରଥମ ୪୮ ଘଣ୍ଟା…
ଓଡ଼ିଶା ଫେରିଲେ ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଶନିବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ୍ ଯୋଗେ କଟକ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସ୍ସିବିକୁ ଅଣାଯାଇଛି । ଏଠାରେ ତାଙ୍କର ଆଗାମୀ ଚିକିତ୍ସା ଚାଲିବ। ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏସ୍ସିବି ମେଡିକାଲରେ ପ୍ରେସ୍ମିଟ୍ କରାଯାଇଛି । ସ୍କୁଲରେ ନାମ ଲେଖାଇବା ପାଇଁ ଜଗା ପ୍ରସ୍ତୁତ ଆଗାମୀ କିଛି ସପ୍ତାହରେ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସୂଚନା ଦେଇଛନ୍ତି । ଜଗା ଏବେ ବେଶ୍ ଭଲ ଅଛି, ହିନ୍ଦୀ କହୁଛି ଓ ଇଂରାଜୀ ବୁଝି ପାରୁଛି ଜଗା, କାଳିଆର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ରହିଛି ବୋଲି କହିଛନ୍ତି ଦୀପକ ଗୁପ୍ତା । ତେବେ ଏସ୍ସିବିରେ ଚିକିତ୍ସା ବ୍ୟବସ୍ଥା ନେଇ ଖୁସି ଜାହିର କରିଛନ୍ତି ଦୀପକ ଗୁପ୍ତା । ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦିଲ୍ଲୀ ଏମ୍ସରେ…
ରାଜ୍ୟରେ ନୂତନ ମୋଟର ଯାନ ଆଇନ୍ରେ ପ୍ରଣୟନ ପରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ସାଧାରଣଙ୍କ ସୁବିଧାର୍ଥେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଆଇନ ସହାୟତା ପାଇଁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ଏହି ହେଲପ୍ ଲାଇନ୍ ଜରିଆରେ ଫାଇନ୍ ଆଦାୟ ବେଳେ ସମସ୍ୟା ହେଲେ ଜଣାଇ ହେବ ବୋଲି ସୂଚନା ରହିଛି । ତେବେ ସରକାରଙ୍କ ତରଫରୁ ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବର- ୧୮୦୦-୩୪୫୧୦୭୩ରେ ମୋଟର ଯାନ ଆଇନ୍ରେ ସହାୟତା ନେଇପାରିବେ । ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ ହେଲ୍ପ ଡେସ୍କ । ଫୋନ ଜରିଆରେ ଅଭିଯୋଗ ଜଣାଇହେବ । ରାଜ୍ୟର ସମସ୍ତ ଆର୍ଟିଓରେ ଖୋଲା ହେବ ହେଲ୍ପ ଡେସ୍କ ଖୋଲାହେବ ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି । ସେହିପରି ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଅଧିକ ସ୍ଲଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି…
ସମୀକ୍ଷା ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ ସଙ୍ଗୀତ ବାଦନର ମିଶ୍ରଣ ଦେଖିବାକୁ ମିଳିଥିଲା । ପାରସ ନାଥଙ୍କ ଦ୍ୱାରା ବଂଶୀ, ୟୁ.ରାଜେସଙ୍କ ଦ୍ୱାରା ମାଣ୍ଡୋଲିନ ଓ ଦୀପକ ପଣ୍ଡିତଙ୍କ ଦ୍ୱାରା ବେହେଲା ବାଦନର କାର୍ଯ୍ୟକ୍ରମ ହୋଇଥିଲା । ସେମାନେ ପ୍ରଥମେ ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ । ସେମାନଙ୍କର ପ୍ରସ୍ତୁତିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ ରହିଥିଲା । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ୱୟ ଦେଖିବାକୁ ମିଳିଥିଲା ସେମାନଙ୍କ ବାଦନରେ । ସେମାନଙ୍କର ବାଦନର ଶୈଳୀ ଓ ସର୍ଜନାତ୍ମକ ଅଭିବ୍ୟକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ସେମାନଙ୍କୁ ତବଲାରେ ସହଯୋଗ…
ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ସାମ୍ନାକୁ ଆସିଛି । 2014ରୁ ଦେଶରେ ଦରଦାମ ବୃଦ୍ଧି ହୋଇନାହିଁ ଏବଂ ମାନ୍ଦାବସ୍ଥା କମିଥିବା ନେଇ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ମାନ୍ଦାବସ୍ଥା ଏବଂ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣରେ ରହିଛି । ଯଦି କେହି ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି ତେବେ ସେମାନେ 2008ରୁ 2016 ମଧ୍ୟରେ ମୁଦ୍ରାସ୍ଫିତିକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି । ସୂଚନାନୁସାରେ, ଦରଦାମ ଦୀର୍ଘଦିନ ଧରି ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଧାରିତ 4 ପ୍ରତିଶତ ଲକ୍ଷ୍ୟ ମଧ୍ୟରେ ରହିଛି । ଖୁଚୁରା ଦରଦାମ ବୃଦ୍ଧି ଜୁଲାଇରେ 3.15 ପ୍ରତିଶତ ଥିଲା ଯାହା 3.18 ପ୍ରତିଶତରୁ କମ ରହିଛି । ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାକୁ ନେଇ ସରକାର କାଠଗଡାରେ ରହିଛନ୍ତି ।
ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା ତାହା ଆଜି ଉଗ୍ର ରୂପ ଧାରଣ କରିଛି। ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ର ରାଜମହଲ ଛକରେ ଆଜି ଉତ୍ତ୍ୟକ୍ତ ଜନତା ପୋଲିସକୁ ଖୋଲାଖୋଲି ସାମ୍ନା କରିଛନ୍ତି। ରାଜରାସ୍ତାରେ ଆଜି ପୋଲିସ ଲୋକଙ୍କୁ ଗୋଡେଇ ଗୋଡେଇ ମାଡ ଦେଇଛି। ପୋଲିସ ଆକ୍ରମଣରେ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଆହତ ହୋଇଛନ୍ତି। ଗତ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାରରେ ପୋଲିସ ଗୁଣ୍ଡାରାଜର ଏ ପ୍ରକାର ଘଟଣା ଲୋକଙ୍କୁ ଆହୁରି କ୍ରୋଧିତ କରିଛି। ନୂଆ ମୋଟର ଯାନ ଆଇନକୁ ଲାଗୁ କରିବାରେ ଓଡିଶା ପୋଲିସର ମାତ୍ରାଧିକ ଆଗ୍ରହ ଓ ତାହାର ପ୍ରତିକ୍ରିୟାରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ଆଜି ଏ ପ୍ରକାର ଘଟଣା ଘଟିଛି। ଗତ ସପ୍ତାହେ ହେଲା ଏହି ଆଇନକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଥିଲା। ଲୋକେ ଭୟରେ ନିଜର ଦୁଇ ଚକିଆ ଗାଡି ନେଇ ରାସ୍ତାକୁ…
ସମୀକ୍ଷା ବ୍ୟୁରୋ ରାଜ୍ୟରେ ଲାଗୁ ହୋଇଥିବା ନୂଆ ଟ୍ରାଫକି ନିୟମ ସାଧାରଣ ଲୋକଙ୍କ ଜୀବନଯାପନକୁ ଅଧିକ ପ୍ରଭାବିତ କରିଛି । କିନ୍ତୁ ଏଥିରୁ ମୁକୁଳି ଯାଉଛନ୍ତି ବଡ଼ ବଡ଼ିଆ ନେତା ଓ ପୋଲିସ କର୍ମୀ । ଏହାକୁ ନେଇ ଆଜି ରାଜମହଲ ଛକରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ସାଧାରଣ ଜନତା ମୁହଁମୁହିଁ ହୋଇଥିଲେ । ଫଳରେ ପୋଲିସ ସାଧାରଣ ଜନତାଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏହା ପରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଇନ୍ସୁରାନ୍ସ ଓ ପଲ୍ୟୁସନ ପାଇଁ ନୁହେଁ, ବରଂ ୫ଟି ଗଫଲତି ପାଇଁ ଜରିମାନା ଆଦାୟ କରାଯାଉଛି । ସେହି ପାଞ୍ଚଟି ଭୁଲ୍ ବା ଗଫଲ୍ତି ହେଉଛି – ୧. ଦୁଇ ଚକିଆ ଯାନରେ ଦୁଇର ଉର୍ଦ୍ଧ୍ବ ବା ତିନି ଜଣ ଗଲେ ୨. ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇଲେ ୩. ମଦ ପିଇ ଗାଡ଼ି ଚଳାଇଲେ…
ରାଜ୍ୟରେ ସଂଶୋଧିତ ନୂଆ ମୋଟର ଯାନ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ । ପରିବହନ ସଚିବଙ୍କ ସହ ଅଟୋ ମହାସଂଘର ବୈଠକ ବିଫଳ ହୋଇଛି । ପ୍ରଥମେ ଭୁବନେଶ୍ୱର ବନ୍ଦ କରିବା ପରେ ଆବଶ୍ୟକ ପଡ଼ିଲେ ସାରା ଓଡ଼ିଶା ବନ୍ଦ ପାଳନ କରିବ ବୋଲି ଅଟୋ ମହାସଂଘ ଚେତାବନୀ ଦେଇଛି । ନୂତନ ମୋଟର ଯାନ ନିୟମ ଅନୁସାରେ କାଗଜପତ୍ର ଓ ଲାଇସେନ୍ସ ନଥିବାରୁ ସାଧାରଣ ଲୋକ ତଥା ଅଟୋ ଚାଳକ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଅଟୋ ଚଲାଇ ପେଟ ପୋଷୁଥିବା ଲୋକଙ୍କ ମଧ୍ୟ ଦେବାକୁ ପଡ଼ୁଛି ଜୋରିମାନା । ତେଣୁ ଏହାକୁ ବିରୋଧ କରି ଆଜି ଅଟୋ ଓ ଟ୍ୟାକ୍ସି ମହାସଂଘ ପରିବହନ ସଚିବଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ଫଳପ୍ରଦ ହୋଇନାହିଁ । କେନ୍ଦ୍ର ଲଗାଇଥିବା ନୂଆ ଟ୍ରାଫିକ ଆଇନକୁ ବିରୋଧ କରୁଛୁ ବୋଲି ଏହାର ସଭାପତି ସୂଚନା…
ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ଓପୋ ପକ୍ଷରୁ ଆଜି ଏହାର ରେନୋ ସିରିଜର ଏକ ନୂତନ ଫୋନ୍ର ବଜାର ପ୍ରବେଶ ହୋଇଛି । ରେନୋ-2 ଜେଡ୍ ପ୍ରଥମଥର ପାଇଁ 20 ଏକ୍ସ ଡିଜିଟାଲ ଜୁମ ବିଶିଷ୍ଟ 48 ମେଗା ପିକ୍ସେଲ କ୍ୟାମେରା, ଅଲଟ୍ରାଷ୍ଟିଡି ଭିଡିଓ ମୋଡ଼ ଏବଂ ଅଲଟ୍ରା ଡାର୍କ ମୋଡ଼ ଭଳି ନୂତନ ବୈଶିଷ୍ଟ୍ୟ ରହିଛି । ରେନୋ-2 ଜେଡ୍ରେ 8 ଜିବି ରାମ୍ ଏବଂ 256 ଜିବି ରମ୍ ରହିଥିବା ବେଳେ ଏହାର ମୂଲ୍ୟ 36900 ଟଙ୍କା ରହିଛି । ଏହା ଓସନ ବ୍ଲୁ ଏବଂ ଲୁମିନସ ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ରେନୋ-୨ ଜେଡର 4 ଜିବି ରାମ୍ର ଫୋନ୍ ମାତ୍ର 29990 ଟଙ୍କାରେ ଉପଲବ୍ଧ ହେଉଛି ।
ବିବାଦରେ ପଡିଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ । ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ । ଜଣେ ଛାତ୍ରୀ ଗୁରୁ ଦିବସ ଅବସରରରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଶାଶ୍ୱତ ଯୋଶୀ ଜଣେ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି । ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ, ଶାଶ୍ୱତ ଯୋଶୀ ନିଜ ଶିଷ୍ୟକୁ କିଣି ନେଲା ଭଳି ବ୍ୟବହାର କରନ୍ତି । ତାଙ୍କ ଡ୍ୟାନ୍ସ ଏକାଡେମୀରେ ଯିଏ ନୃତ୍ୟ ଶିଖନ୍ତି ପୁଅ ହେଉ କିମ୍ବା ଝିଅ ସେ ସମସ୍ତଙ୍କୁ ‘ବଜାରୀ’ କହି ଡାକନ୍ତି ଏବଂ ହାତ ମଧ୍ୟ ଉଠାନ୍ତି । ଏହା ସହ ଛାତ୍ରୀଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶାଶ୍ୱତ ଯୋଶୀ ତାଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବ୍ୟକ୍ତିଗତ…

