Author: Samikhsya Bureau

ସମୀକ୍ଷା ବ୍ୟୁରୋ ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି । ଏହି ନିୟମ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାର ଦ୍ବାରା ପୂର୍ବାପେକ୍ଷାଠାରୁ ୧୦ଗୁଣ ଅଧିକ ଜରିମାନା ଦେବାକୁ ପଡୁଛି । ଏହି ନୂତନ ଟ୍ରାଫିକ୍‌ ନିୟମକୁ ନେଇ ଉତ୍ତରପ୍ରଦେଶର ଆଗରା ଥାନା ନିକଟସ୍ଥ ଏତ୍ମାଦୌଲ୍ଲା କ୍ଷେତ୍ରଠାରେ ଜଣେ ପିତା ତାଙ୍କ ନାବାଳାକ ପୁତ୍ରକୁ ଘରେ ବନ୍ଦୀ କରିଛନ୍ତି । ଯଶଓ୍ବନ୍ତନଗରର ଅଞ୍ଚଳରେ ରହୁଥିବା ଧର୍ମ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ପୁତ୍ର ମୁକେଶର ଜିଦ୍‌ ପାଇଁ ଦୁଇ ବର୍ଷ ପୂର୍ବେ ଏକ ମୋଟରସାଇକେଲ୍‌ କିଣିଥିଲେ ।  ଘରେ ବାଇକ୍‌ ଦେଖି ତାଙ୍କ ନାବାଳିକ ପୁତ୍ର ଏହି ଗାଡ଼ି ଚଲାଉଥିଲା । ଧର୍ମ ସିଂହ କାମକୁ ଯିବା ପରେ ତାଙ୍କ ପୁତ୍ର ମୁକେଶ ଗାଡ଼ି ନେଇ ବୁଲୁଥାଏ । ହଠାତ୍‌ ସଂଶୋଧିତ…

Read More

ରଙ୍ଗାଚରଣ ପ୍ରଧାନ ନୂଆ ଟ୍ରାଫିକ୍ ନିୟମ ନେଇ ଉପୁଜିଥିବା ବିବାଦ ମଧ୍ୟରେ ସ୍ମାର୍ଟସିଟି ଭୁବନେଶ୍ବରର କେତେକ ସ୍ମାର୍ଟ ବୁଦ୍ଧିଜିବୀ ଯେଉଁ ଭଳି ତର୍କ ଦେଉଛନ୍ତି ସେଥିରେ ସେମାନଙ୍କର ସମ୍ଭ୍ରାନ୍ତୀୟ ମାନସିକତାର ଝଲକ ଦେଖିବାକୁ ମିଳୁଛି । ଲୋକେ କାହିଁକି ଗାଡି କାଗଜପତ୍ର ରଖୁ ନାହାନ୍ତି ? କାହିଁକି ରାସ୍ତାରେ ଯିବା ବେଳେ ନିୟମ କାନୁନ ମାନୁନାହାନ୍ତି ? କାହିଁକି ହଳଦିଆ ଟ୍ରାଫିକ୍ ଆଲୁଅ ଜଳୁଥିବା ବେଳେ ଛକ ଅତିକ୍ରମ କରୁଛନ୍ତି ? ତେଣୁ ସବୁ ଭୁଲ ଲୋକଙ୍କର। ଏମାନଙ୍କୁ ବାଟକୁ ଆଣିବା ପାଇଁ କେବଳ ଦଣ୍ଡା ଦରକାର। ଏହିପରି ଅନେକ କଥା ଏବେ ସେମାନଙ୍କଠାରୁ ଶୁଣିବାକୁ ମିଳୁଛି। ନିୟମ ମାନିବା ଭଲ। ଏହା ଲୋକମାନଙ୍କର ହିତ ଓ ସହରର ଉନ୍ନତ ପରିଚାଳନା ପାଇଁ ଜରୁରୀ ଅଟେ। ତେଣୁ ଆଇନ ମାନୁ ନଥିବା ଲୋକମାନଙ୍କ ବିରୁଦ୍ଧରେ କହିବା ଆଦୌ ଗର୍ହିତ ନୂହେଁ। କିନ୍ତୁ ଯେତେବେଳେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳ ହଜାର…

Read More

ଜମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଆତଙ୍କୀ ଜଣକ ଲସ୍କର ଏ ତୋଏବା ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି । ଗତ ସପ୍ତାହରେ ସୋପୋରରେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଏହି ଆତଙ୍କୀ ଜଣକ ଉକ୍ତ ଆକ୍ରମଣରେ ସମ୍ପୃକ୍ତ ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି । ମୃତ ଆତଙ୍କୀକୁ ଆସିଫ୍‌ ବୋଲି ଚିହ୍ନଟ କରାଯାଇଛି ଏବଂ ସେ ସୋପୋରରେ ଲସ୍କର ଏ ତୋଏବାର ସଦସ୍ୟ ଥିଲା ବୋଲି ଜମ୍ମୁ କାଶ୍ମୀର ପୋଲିସ୍‌ ମୁଖ୍ୟ ଦିଲବାଗ ସିଂ କହିଛନ୍ତି । ଆସିଫ୍‌ ଫଳ ବ୍ୟବସାୟୀଙ୍କୁ ଆକ୍ରମଣ ବ୍ୟତିତ କିଛି ଶ୍ରମିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

Read More

ପୁଣି ଜଣେ ଓଡ଼ିଆ ଟପ୍‌ ପୋଷ୍ଟରେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହୋଇଛନ୍ତି ପି.କେ ମିଶ୍ର । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଏହି ଦାୟିତ୍ବ ପ୍ରମୋଦ ମିଶ୍ରଙ୍କୁ ଦିଆଯାଇଛି । ଏହା ପୂର୍ବରୁ ଅତିରିକ୍ତ ପ୍ରମୁଖ ସଚିବ ଥିଲେ ପିକେ. ମିଶ୍ର । ସମ୍ବଲପୁର ବାସିନ୍ଦା ୧୯୭୨ ବ୍ୟାଚ୍‌ କ୍ୟାଡର୍‌ର ଆଇଏଏସ୍‌ ହେଉଛନ୍ତି ପିକେ ମିଶ୍ର । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର  ଶକ୍ତିକାନ୍ତ ଦାଶ ଜଣେ ଓଡ଼ିଆ ଭାବରେ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ବହୁ ପଦ ପଦବୀରେ  ବହୁ ଓଡ଼ିଆମାନେ ମଧ୍ୟ ସାମିଲ୍‌ ଅଛନ୍ତି । ସେହିପରି ପୂର୍ବତନ କ୍ୟାବିନେଟ୍‌ ସେକ୍ରେଟେରୀ ପ୍ରଦୀପ୍ତ କୁମାର ସିହ୍ନା ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ।

Read More

ସମୀକ୍ଷା ବ୍ୟୁରୋ ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟା ଥିଲା ଓଡ଼ିଶୀର ସଂଧ୍ୟା । ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚମ୍ପୁ, ଜଣାଣ, ପ୍ରବନ୍ଧ ସହିତ ଓଡ଼ିଶୀ ଦଳଗତ ନୃତ୍ୟାଭିନୟ  । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣରୁ  । ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ବିହାଗ ଓ ତାଳ ଯତିରେ ନିବଦ୍ଧ ବନମାଳୀଙ୍କ ରଚନାରୁ ପ୍ରବନ୍ଧ ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି ପରେ ପରେ ବେଣୁଧରଙ୍କ ରଚନାରୁ ଉଦ୍ଧୃତ ରାଗ ମାରୱା ଓ ତାଳ ଏକତାଳିରେ ପ୍ରବନ୍ଧ ବରଜ ବିଧୂରେ ଅନା ଫେରି ସହିରେ  । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିରାମ ପରମହଂସଙ୍କ ଜଣାଣ ହେ ନାରାୟଣ ଯାହା ରାଗ ବଜ୍ରକାନ୍ତି ଓ ତାଳ ରୂପକ ଉପରେ ଆଧାରିତ ଥିଲା  । ତାଙ୍କର ଶେଷ କଣ୍ଠ ସଙ୍ଗୀତଟି ଥିଲା…

Read More

ଝାରସୁଗୁଡା ବିମାନ ବନ୍ଦର ସହିତ ଦୁଇ ନୂତନ ସହର ଯୋଡି ହୋଇଯାଇଛି। ବୁଧବାର ପ୍ରକାଶିତ ସୂଚନା ଅନୁଯାୟୀ ଏହି ତାଲିକାରେ ବେଙ୍ଗାଲୁରୁ ଏବଂ କୋଲକାତା ଯୋଡି ହୋଇଯାଇଛି। ଏଣିକି ଏହି ଦୁଇ ସହରକୁ ବିମାନ ସେବା ଆରମ୍ଭ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ବ୍ୟତିତ ଝାରସୁଗୁଡାରରୁ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀଓ ହାଇଦ୍ରାବାଦ ସମେତ 5ଟି ସହରକୁ ବିମାନ ସେବା ଆରମ୍ଭ କରାଯାଇଥିଲା।

Read More

ଏମ୍ସରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ବିଚାରପତି ଏମ୍ସରେ ଉପସ୍ଥିତ ରହି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ବୁଧବାର ସକାଳୁ ସ୍ବତନ୍ତ୍ର ବିଚାରପତି ଧର୍ମେଶ ଶର୍ମା ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ସେପ୍ଟେମ୍ବର 7ରେ ସୁପ୍ରିମ୍‌କୋର୍ଟ ବିଚାରପତି ଜୟ ପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶରେ ଏମ୍ସ ପରିସରରେ ଏକ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରି ବୟାନ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୀଡିତାଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହେବା ପରେ ପୀଡିତାଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Read More

ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ବ୍ୟାଗ୍‌ର ଓଜନ ପରଖିବା ପାଇଁ ଗଠିତ ସ୍ବତନ୍ତ୍ର ସ୍କ୍ବାଡ ଆଜି ବିଭିନ୍ନ ସ୍କୁଲ୍‌ରେ ପିଲାଙ୍କ ବ୍ୟାଗର ଓଜନ ପରୀକ୍ଷା କରୁଛି । ରାଜଧାନୀ ଭୁବନେଶ୍ବରର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଯାଞ୍ଚ ଯାରି ରହିଛି । ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟାଗ ଯାଞ୍ଚ ପାଇଁ ଏହି ସ୍କ୍ବାଡ୍‌ ଗଠନ କରିଥିଲେ । ଗାଇଡଲାଇନ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍ର ଓଜନ 1.5 କେଜି ରଖାଯାଇଛି। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 2-3କେଜି, ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ 4 କେଜି, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି 4.5 କେଜି ଓ ଦଶମ ଶ୍ରେଣୀର ପିଲାମାନେ 5 କେଜି ଓଜନର ବ୍ୟାଗ୍ ପକାଇ ବିଦ୍ୟାଳୟକୁ ଯାଇପାରିବେ।

Read More

ମୁସ୍‌ଲିମ୍‌ ଗଣପର୍ବ ମହରମ୍‌ରେ ଇରାକ୍‌ର ଏକ ଦର୍ଘାରେ ଅଘଟଣ ଘଟିଛି । ଦର୍ଘାରେ ପ୍ରବଳ ଭିଡରୁ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ 31 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 102 ଜଣ ଆହତ ହୋଇଛନ୍ତି । ଇରାକର କର୍ବଲା ସହରର ଇମାମ ହୁସେନ୍‌ ଦର୍ଘାରେ ଏହି ଅଘଟଣ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ମହରମ୍‌ ଅବସରରେ ଏହି ଦର୍ଘାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଇରାକୀ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇନଥିବା ବେଳେ ଦର୍ଘା ପକ୍ଷରୁ 31 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

Read More

ମୁଦ୍ରା ଲୋନ୍‌ କରାଇବା ନାଁରେ ଏକ ଠକେଇ ସାମ୍ନାକୁ ଆସିଛି । କୋରାପୁଟର ଜୟପୁର ସହରରେ ଏହି ଘଟଣା ଘଟିଛି । ଜଣେ ମହିଳାଙ୍କୁ ମୁଦ୍ରା ଲୋନ୍‌ କରାଇ ଦେବା ନାଁରେ ଏହି ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ପୁରୁଣାଗଡ ଓ କୁମ୍ଭାର ସାହି ଅଞ୍ଚଳରେ ମୁଦ୍ରା ଲୋନ୍‌ କରାଇଦେବା ନାଁରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଅର୍ଥ ହରିଲୁଟ୍‌ କରିଥିବାର ଅଭିଯୋଗ ଆସିଛି । ଜନୈକା ମହିଳା ଠକେଇ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଏକାଧିକ ବ୍ୟକ୍ତିବିଶେଷଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି ।

Read More

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗୃହବନ୍ଦୀ କରାଯାଇଛି । କେବଳ ନାଇଡୁ ନୁହନ୍ତି ତାଙ୍କ ପୁଅ ନାରା ରାହୁଲ୍‌ ଏବଂ ଅନ୍ୟାନ୍ୟ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି । ଓ୍ବାଇଏସ୍‌ଆର କଂଗ୍ରେସ ବିପକ୍ଷରେ ଆନ୍ଦୋଳନ ପାଇଁ ନାଇଡୁ ସଜବାଜ ହେଉଥିବା ବେଳେ ଜଗନ ସରକାରଙ୍କ ପକ୍ଷରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି । ଜଗନ ସରକାର 100 ଦିନ ପୂରଣ କରୁଥିବାରୁ ଟିଡିପି କର୍ମୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ ଚନ୍ଦ୍ରବାବୁ ନାଇଡୁ । ଏହାର ବିରୋଧ କରାଯାଇ ଏନ୍‌ ଚନ୍ଦ୍ରବାବୁ ନାଇଡୁ ,ନାରା ରହୁଲ ଏବଂ ନାଇଡୁଙ୍କ ବାସଭବନରେ ଉପସ୍ଥିତ ରହିଥିବା ବରିଷ୍ଠ ନେତା ଦବିନେନୀ ଅବିନାଶ, କେଶୀନେନି ନାନି ଏବଂ ଭୂମା ଅଖିଲପ୍ରିୟାଙ୍କୁ ଗୃହବନ୍ଦୀ କରାଯାଇଛି । ଆଜି ରାତି 8.00 ପର୍ଯ୍ୟନ୍ତ ନାଇଡୁ ଉପବାସ କରିବା ନେଇ ଘୋଷଣା କରିଥିଲେ ।

Read More

ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ 12ଟି ଜିଲ୍ଳାକୁ ବର୍ଷା ଓ ଘଡଘଡି ସତର୍କ ସୂଚନା ଜାରି କରାଯାଇଛି । ଦିନ 10.45 ସୁଦ୍ଧା ଏହି ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଅନୁଗୁଳ, ଡେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ନୟାଗଡ ଜିଲ୍ଳା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Read More

କଟକରେ ଆଜି ପୁଣି ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । କଟକର ଚାଉଳିଆଗଞ୍ଜରେ ସଙ୍ଗଠିତ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ବୁଧିଆ ଆହତ ହୋଇଛି । ଗୋଡରେ ଗୁଳି ବାଜିଥିବା ବେଳେ କମିଶନରେଟ ପୋଲିସ୍‌ ବୁଧିଆ ଦାସକୁ ହସ୍ପିଟାଲରେ ଭର୍ତ୍ତି କରିଛି । ବୁଧିଆର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୋଲିସ୍‌ କନେଷ୍ଟବଳ ମଧ୍ୟ ଆହତ ହୋଇଛି । ବୁଧିଆ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଭାବରେ ପରିଚିତ ଏବଂ ତା ନାମରେ 30ରୁ ଅଧିକ ଅଭିଯୋଗ ରହିଥିବା ପୋଲିସ୍‌ ପ୍ରକାଶ କରିଛି । ଏହି ଏନ୍‌କାଉଣ୍ଟର ପରେ ପୋଲିସ୍‌ ବୁଧିଆ ନିକଟରୁ ଗୋଟିଏ ବନ୍ଧୁକ ଏବଂ 2ଟି ଗୁଳି ଜବତ କରିଛି ।

Read More

କେଦାର ମିଶ୍ର  ଆମ ଦେଶରେ ଏକ ଅଦ୍ଭୁତ ସରକାରର ରାଜୁତି ଚାଲିଛି। ଯେତେବେଳେ ଯାହା କିଛି ବି ସଙ୍କଟ ବା ସମସ୍ୟା ଆସୁଛି, ସେତେବେଳେ ଇତିହାସରୁ କାହାକୁ ଟାଣି ଆଣି ସେଥିଲାଗି ତାଙ୍କୁ ଦାୟୀ କରାଯାଉଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁ ମୃତ୍ୟୁ ବରଣ କରିବାର ୫୫ ବର୍ଷ ପରେ ମଧ୍ୟ ତାଙ୍କୁ କାଠଗଡାରେ ଠିଆ କରାଯାଉଛି। ଅଥଚ ଗତ ପାଞ୍ଚ ବର୍ଷ ହେଲା ଓ ଦୁଇଟି ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି କୌଣସି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନୁହେଁ। ଇତି ମଧ୍ୟରେ ଦେଶର ଅର୍ଥନୈତିକ ପ୍ରଗତି ଭୟଙ୍କର ଭାବରେ ବ୍ୟାହତ ହୋଇଛି ଗତ ଦୁଇ ବର୍ଷ ହେଲା ଆମର ଅର୍ଥନୈତିକ ଅଭିବୃଦ୍ଧି ହାର ୭% ତଳେ ରହୁଛି ଓ ଗତ ୬ ଟି ଅର୍ଥନୈତିକ ତ୍ରୈମାସିକି ରେ ଅଭବୃଦ୍ଧି ହାର କ୍ରମାଗତ ଭାବରେ ଖସି ଆସି ଏବେ ୫% ରେ ପହଞ୍ଚିଲାଣି।…

Read More