Author: Samikhsya Bureau
Telanganas new Governor Dr Tamilisai Soundarajan was sworn at Raj Bhavan, in Hyderabad on Sunday. Telangana High Court Chief Justice R.S.Chauhan administered the oath of office to Dr Tamilisai in the presence of Chief Minister K.Chandrasekhar Rao, ministers, top bureaucrats and other dignitaries
ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍କମିଙ୍ଗ ଫିଲ୍ମ କାପ୍ପାନର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ସାୟେସା ସୈଗଲଙ୍କ ସହିତ ସୂର୍ଯ୍ୟା ଏହି ଫଟୋଟି ସେୟାର କରିଛନ୍ତି । କେ ଭି ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ତିନୋଟି ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ମାଲାୟଲମ୍ ସୁପରଷ୍ଟାର ମୋହନଲାଲ ମଧ୍ୟ ନଜର ଆସିବେ । ଅନ୍ୟ ମାନଙ୍କ ବ୍ୟତିତ ଆର୍ୟ୍ୟା ମଧ୍ୟ କେମିଓ ଅବତାରରେ ନଜର ଆସିବେ । ମୋହନଲାଲ ଏହି ଫିଲ୍ମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସୂର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭୂମିକାରେ ନଜର ଆସିବେ ।
ଜରିମାନାରେ ରେକର୍ଡ ଭାଙ୍ଗୁଛି ଓଡିଶା। ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ସମ୍ପୃକ୍ତ ଡ୍ରାଇଭରଙ୍କଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଡ୍ରାଇଭର ହେଲେ ଅଶୋକ ଯାଦବ। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍ଟି ଏକ ଜେସିବି ମେସିନ୍ ନେଇକି ତାଳଚେରରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଟ୍ରକ୍କୁ ଅଟକାଇ ଥିଲେ। ଶରଳାକାନି ନିକଟରେ ତାଙ୍କୁ ଅଟକା ଯାଇଥିଲା। ଓଭର ଲୋଡିଂ, ଓଭର ଡାଇମେନ୍ସନାଲ ଲୋଡିଂ ଓ ବିନା ଡ୍ରାଇଭିଂ ଲାଇନ୍ସେନ୍ସ ପାଇଁ ଟ୍ରକକୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ଆଲୋଚନା ପରେ ଡ୍ରାଇଭର ୭୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଟ୍ରକ୍ର ରେଜିଷ୍ଟ୍ରେସନ୍ ନାଗାଲାଣ୍ଡର ହୋଇଥିବା ଜଣାପଡ଼ିଛି।
ବିସିସିଆଇ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି ବରିଷ୍ଠ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ। କାରିବିଆନ୍ ପ୍ରିମିୟର୍ ଲିଗ୍ରେ ଟ୍ରିମ୍ବାଗୋ ନାଇଟ୍ ରାଇଡର୍ସର ଜର୍ସି ପିନ୍ଧି ଏହାର ଡ୍ରେସିଂ ରୁମ୍ରେ ରହିଥିବା କାରଣରୁ ବିସିସିଆଇ ପକ୍ଷରୁ ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ଉତ୍ତରରେ କାର୍ତ୍ତିକ ବିସିସିଆଇ ନିକଟରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। କେକେଆରର କୋଚ୍ ବ୍ରେଣ୍ଡନ ମ୍ୟକକୁଲମ୍ଙ୍କ ଅନୁରୋଧରେ ଏହି ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ଦଳକୁ ଉତ୍ସାହିତ କରିବା ପାଇଁ ଜର୍ସି ପିନ୍ଧିଥିଲି ବୋଲି କାର୍ତ୍ତିକ ଉତ୍ତର ରଖିଛନ୍ତି। ଏହା ସହିତ ଅନ୍ୟ କୌଣସି ଭାବରେ ଟ୍ରିମ୍ବାଗୋ ନାଇଟ ରାଇଡର୍ସ ସହିତ ଜଡିତ ନୁହନ୍ତି ବୋଲି କାର୍ତ୍ତିକ କହିଛନ୍ତି।
ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ତିନି ଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ 24 ଘଣ୍ଟା ଧରି ନିଖୋଜ ରହିଥିବା ଏହି ତିନି ଯୁବକଙ୍କୁ ମେରାଇନ୍ ଥାନା ଅନ୍ତର୍ଗତ ଡୁଗୁଲାଗଡି ଆନନ୍ଦପୁର ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମାଛ ଧରାଳି ତିନି ଜଣଙ୍କୁ ଉଦ୍ଧାର କରି ରେମୁଣା ପୋଲିସ୍କୁ ହସ୍ତାନ୍ତର କରିଛନ୍ତି । ନିଖୋଜ ହୋଇଥିବା ତିନି ଛାତ୍ରକାଠ ସଙ୍ଗଡା ଗ୍ରାମର ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢନ୍ତି ବୋଲି ଜଣାପଡିଛି । ଗତକାଲି ସ୍କୁଲ ଯାଇଥିବା ଏହି ତିନି ବାଳକ ଘରକୁ ଫେରିନଥିଲେ ।
ଦୁଇଦିନ ପୂର୍ବରୁ ବିଫଳ ହୋଇଥିବା ଭାରତର ଚନ୍ଦ୍ର ଅଭିଯାନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ । ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ଉପସ୍ଥିତ ରହିଥିବା ଜଣା ପଡିଛି । ରବିବାର ଏଏନ୍ଆଇକୁ ପ୍ରଦାନ କରିଥିବା ସାକ୍ଷାତକାରରେ ଶିବନ ଏହି ସୂଚନା ପ୍ରଦାନ କରିଛନ୍ତି । ବିକ୍ରମର ଥ୍ରଷ୍ଟର ଖରାପ ହେବା କାରଣରୁ ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହୋଇଥିବା ଜଣାପଡିଛି । ଚନ୍ଦ୍ରର କକ୍ଷପଥରେ ଘୁରୁଥିବା ଅର୍ବିଟର ବିକ୍ରମର ଫଟୋ ଉତ୍ତୋଳନ କରିଥିବା ନେଇ ଶିବନ ସୂଚନା ଦେଇଛନ୍ତି ।
କେଦାର ମିଶ୍ର ଭାରତୀୟ ଆଇନ ଓ ସମ୍ବିଧାନ ବିଷୟରେ ଯେତେବେଳେ ବି ଚର୍ଚ୍ଚା ହେବ, ସେତେବେଳେ ରାମ ଜେଠମଲାନି(୧୪,ସେପ୍ଟେମ୍ବର, ୧୯୨୩-୮, ଅଗଷ୍ଟ, ୨୦୧୯, ଜନ୍ମସ୍ଥାନ କରାଚି) ଙ୍କ ନାଁ ନିଶ୍ଚୟ ଆସିବ। ଭଲରେ ହେଉ ବା ଭୁଲରେ, ପ୍ରେମରେ ହେଉ ବା ଉପେକ୍ଷାରେ, ଆଦର୍ଶ ପାଇଁ ହେଉ ବା ସ୍ଵାର୍ଥ ପାଇଁ, କିଛି ଗୋଟାଏ ଉଦ୍ଦେଶ୍ୟ ନେଇ ଯେତେବେଳେ ବି ଭାରତର ନ୍ୟାୟିକ ଇତିହାସ ଲେଖାଯିବ, ସେତେବେଳେ ରାମ ଜେଠମଲାନିଙ୍କୁ ମନେ ପକାଇବାକୁ ଇତିହାସ ବାଧ୍ୟ ହେବ। ସମ୍ବିଧାନ ଓ ଆଇନକୁ ନିଜ ପାପୁଲିରେ ଦର୍ପଣ ଭଳି ଦେଖି ପାରୁଥିବା ଆମ ଦେଶର ଅଳ୍ପ କେତେଜଣ ବଡ ଓକିଲଙ୍କ ଭିତରେ ସେ ଥିଲେ ଅନ୍ୟତମ। ଭାରତର ଇତିହାସ ତାଙ୍କୁ କାହାର ଓକିଲ ଭାବରେ ମନେ ରଖିବ, ସେ ଏକ ବିଚିତ୍ର ପ୍ରଶ୍ନ। ଏକଦା ବମ୍ବେ ସହରର ସବୁ କୁଖ୍ୟାତ ଡନ ତାଙ୍କର ମହକିଲ ଥିଲେ। ସତୁରୀ ଦଶକର କୁଖ୍ୟାତ ଡନ ହାଜୀ…
ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ସ୍ପାଇସ୍ ଜେଟ୍ର ୬୨୩ ବିମାନଟି ଦିନ ୧୧.୧୫ ମିନିଟ୍ ସମୟରେ ଜରୁରୀ ଅବତରଣ କରିଥିଲା । ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡିବାରୁ ବିମାନଟିକୁ ଜରୁରୀ କାଳୀନ ଅନୁମତି ପ୍ରଦାନ କରାଯାଇଥିଲା । ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମୀକ୍ଷା ବ୍ୟୁରୋ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଆଜି ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ -ଆମ ଓଡିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସମୁଦାୟ ୧୧ଟି ସ୍କୁଲର ୧୯୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ୭୫ ଜଣ, ହସ୍ତାକ୍ଷରରେ ୮୮ ଏବଂ ଭାଷାଜ୍ଞାନ-ପ୍ରବନ୍ଧରେ ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନରେ ଅଂଶଗ୍ରହଣ କରିଥିବା ବେଳେ ଷଷ୍ଠ-ସପ୍ତମ ଶ୍ରେଣୀର ପିଲା ଓଡିଆ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓଡିଆ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚିଲିକା ରିପୋର୍ଟସ ଆସୋସିଏସନ୍ର ସଭାପତି ସୁନୀଲ କୁମାର ସୁବୁଦ୍ଧିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବସନ୍ତ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ…
ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କମିଯାଇଛି ବୋଲି ଆଦିତ୍ୟନାଥ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆତଙ୍କବାଦୀଙ୍କ ନିକଟରେ ବନ୍ଧୁକ ରହିଛି ମାତ୍ର ଏଥିରେ ଭର୍ତ୍ତି କରିବାକୁ ଗୁଳି ନାହିଁ ବୋଲି ଯୋଗୀ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ଜମ୍ମୁ କାଶ୍ମୀରକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଯୋଗୀ ମତ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ବିଭିନ୍ନ ଜନ ହିତକର କାର୍ଯ୍ୟର ଲୋକାର୍ପଣ ସମୟରେ ଯୋଗୀ ଏହି ମତ ଦେଇଥିଲେ।
ନୂତନ ଟ୍ରାଫିକ୍ ନିୟମରେ ପ୍ରଥମ ଥର ପାଇଁ ଜରିମାନା ଭରିଛନ୍ତି ଭୁବନେଶ୍ବର ବିଧାୟକ । ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଥମ ବିଧାୟକ ଭାବରେ ୫୦୦ ଟଙ୍କା ଜରିମାନା ଭରିଛନ୍ତି । ଡିସିପିଙ୍କ ଉପସ୍ଥିତିରେ ଏହି ଜରିମାନା ଅର୍ଥ ପ୍ରଦାନ କରିଛନ୍ତି ବିଧାୟକ । ବିଧାୟକ ସଡକ ସୁରକ୍ଷା ସଚେତନତା ପାଇଁ ଲୋକଙ୍କୁ ଚକୋଲେଟ୍ ଏବଂ ଲିଫ୍ଲେଟ୍ ବଣ୍ଟନ କରୁଥିବା ସମୟରେ ତାଙ୍କୁ ଏହି ଜରିମାନା ଭରିବାକୁ ପଡିଛି ।
ୟୁରୋ କପ୍ 2020ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବିଆକୁ 4-2 ଗୋଲ୍ରେ ପରାସ୍ତ କରିଛି ପର୍ତ୍ତୁଗାଲ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍ କାର୍ଭାଲୋ, ଗୋନ୍କାଲୋ ଗୁଏଡେସ୍, କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବର୍ଣ୍ଣାର୍ଡୋ ସିଲ୍ଭା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍ କାର୍ଭାଲୋ ମ୍ୟାଚ୍ର 42 ତମ ମିନିଟ୍ରେ ଗୋଲ ସ୍କୋର କରିଥିବା ବେଳେ ଗୋନ୍କାଲୋ ଗୁଏଡେସ୍ ମ୍ୟାଚ୍ର 58 ତମ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ । ଏହାପରେ ମ୍ୟାଚ୍ର 68 ତମ ମିନିଟ୍ରେ ନିକୋଲା ମିଲେଙ୍କାଭିକ୍ ଗୋଲ ସ୍କୋର କରି ମ୍ୟାଚ୍କୁ 2-1 ବ୍ୟବଧାନକୁ ଆଣିଥିଲେ । ଏହାପରେ ମ୍ୟାଚ୍ର 80 ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଦଳର ଅଗ୍ରଣୀକୁ 3-1କୁ ବଢାଇଥିବା ବେଳେ 85 ତମ ମିନିଟ୍ରେ ଆଲେକ୍ଜାଣ୍ଡର ମିଟ୍ରୋଭିକ୍ ଗୋଲ୍ ସ୍କୋର କରି ମ୍ୟାଚ୍କୁ 3-2କୁ ନେଇ ଆସିଥିଲେ । ଏକ…
ଟ୍ରାଫିକ ଜରିମାନା ଆଦାୟକୁ ନେଇ ନିଜର ମତାମତ ଦେଇଛନ୍ତି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଗଡକରି କହିଛନ୍ତି ଯେ, ଲୋକମାନେ ନିୟମ ଭାଙ୍ଗୁଛନ୍ତି ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡୁଛି । ମାତ୍ର ଯଦି କେହି ନିୟମ ନଭାଙ୍ଗନ୍ତି ତେବେ କାହାରିକୁ ଜରିମାନା ଭରିବାକୁ ପଡିବ ନାହିଁ । ଜରିମାନା ଟ୍ରାଫିକ୍ ବ୍ୟବସ୍ଥାରେ ସଚେତନତା ଆଣିବ ବୋଲି କହିଛନ୍ତି ଗଡକରୀ । ରେଡ୍ ଲାଇଟ ନିୟମ ଭାଙ୍ଗିବା ହେତୁ ଦୁର୍ଘଟଣା ହେଉଛି ଏବଂ ଜୀବନ ହାନୀ ହେଉଛି । ଯଦି ସେମାନେ ଆାଇନକୁ ଡରିବେ ତେବେ ନିୟମର ପାଳନ କରିବେ । ଆଗରୁ ଜରିମାନା ରାଶି କମ୍ ଥିବାରୁ ନିୟମ ଭାଙ୍ଗୁ ଥିଲେ । ଏବେ ନିୟମ କଡାକଡି ହୋଇଛି । ତେଣୁ ନିୟମ ଭାଙ୍ଗିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା…
ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି 4 ଜଣ ନିଖୋଜ ହେବା ଘଟଣାରେ ପ୍ରଶାସନକୁ ଦାୟୀ କରିଛନ୍ତି ପୂର୍ବତନ ସାଂସଦ ରୁଦ୍ର ପାଣି । ପୂର୍ବରୁ ଏହି ସ୍ଥାନରେ ଡଙ୍ଗା ବୁଡିଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା ବୋଲି ପାଣି ଅଭିଯରୋଗ କରିଛନ୍ତି । ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ବେଆଇନ ଡଙ୍ଗା ଚାଳନା ଉପରେ ରୋକ୍ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି ଯାହା ଫଳରେ ଏହି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି । ଡଙ୍ଗାରେ ଅତ୍ୟଧିକ ଲୋଡିଂର ଯାଞ୍ଚ ହେଉନାହିଁ ଯାହା ଫଳରେ ଡଙ୍ଗା ଭାରସାମ୍ୟ ହରାଇ ଓଲଟୁଛି । କାମ ପାଇଁ ଯାଉଥିବା ଲୋକଙ୍କ ସୁରକ୍ଷିତ ଯାତାୟତର ଉତ୍ତର ଦାୟିତ୍ବ ପ୍ରଶାସନ ନେବା ଉଚିତ୍ ବୋଲି ରୁଦ୍ର ପାଣି କହିଛନ୍ତି ।

