Author: Samikhsya Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ନିଜର ଏହି ମନ୍‌ କି ବାତ୍‌ରେ ମୋଦି ଜରୁରୀ କାଳୀନ ପରସ୍ଥିତି, ଜଳ ସମସ୍ୟା ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ବିତୀୟ ଥର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ମୋଦିଙ୍କର ଏହା ତୃତୀୟ ମନ୍‌ କି ବାତ୍‌ । ଆସନ୍ତା ଅକ୍ଟୋବର 2ରେ ଦେଶ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରରେ ଭାରତକୁ ପ୍ଲାଷ୍ଟିକ ମୁକ୍ତ ଭାରତରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି । ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶବାସୀ ସେବା ମନୋଭାବ ଆପଣେଇବା ଉଚିତ୍‌ ବୋଲି ମୋଦି…

Read More

ଛୋଟପରଦାର ସବୁଠୁ କଣ୍ଟ୍ରୋଭର୍ସିଆଲ୍‌ ରିଅଲିଟି ଶୋ’ ବିଗବସ୍‌’ର ସିଜିନ୍‌ ୧୩ର ଟିଜର୍‌ ରିଲିଜ୍‌ ହୋଇଯାଇଛି । ଏହି ଟିଜରରେ ସଲମାନ୍‌ ଖାନ୍‌ ଷ୍ଟେସନ ମାଷ୍ଟର ଗେଟ୍ଅପ୍‌ରେ ନଜର ଆସୁଛନ୍ତି । ପୂର୍ବରୁ କଲର୍ସ ଚ୍ୟାନେଲ୍‌ ଏହି ଶୋ’ର ଏକ ଫଟୋ ସେୟାର୍‌ କରିଥିଲା । ଏବେ ଏହି ଶୋ’ର ଟିଜର୍‌ ସୋସିଆଲ୍‌ ମିଡ଼ିଆରେ ଦେଖିବାକୁ ମିଳିଛି । ଏହି ଟିଜର୍‌ରେ ସଲମାନ୍‌ ଏହି ସିଜିନ୍‌ର କିଛି ରାଜ୍‌ ବିଷୟରେ କହିଛନ୍ତି । ରିଲିଜ୍‌ ହୋଇଥିବା ଏହି ଟିଜର୍‌ରେ ସଲମାନ୍‌ ଖାନ୍‌ ଏକ ଚଳନ୍ତା ଟ୍ରେନ୍‌ରେ ବସିଥିବାର ନଜର ଆସିଛନ୍ତି । ଟ୍ରେନ୍‌ର ଗତି ସହ ଏହି ଶୋ’ ରେ ରହିଥିବା ଟୁଇଷ୍ଟ ସମ୍ପର୍କରେ କହୁଛନ୍ତି ସଲମାନ୍‌ । ଏହି ଭିଡିଓରେ ସଲମାନ୍‌ କହୁଛନ୍ତି ଯେ, ‘କୃପାୟା ଧ୍ୟାନ ଦିଅନ୍ତୁ ଚଳିଥର ବିଗବସ୍‌ର ଗାଡ଼ିରେ କେବଳ ତାରକା ସ୍ପେଶାଲ୍‌ ରହିବେ । ଚାରି ସପ୍ତାହରେ ଏହି ଗାଡ଼ି ଫାଇନା୍‌ଲରେ ପହଞ୍ଚିବ । କିନ୍ତୁ…

Read More

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କନ୍ନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି।  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପୀନାଥ କହିଛନ୍ତି ‘ଜମ୍ମୁ କଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ଏଯାଏ କିନ୍ତୁ ଲକ୍ଷ ଲକ୍ଷ ଜମ୍ମୁ କଶ୍ମୀରବାସୀ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ । ଏହା ତାଙ୍କୁ ବିଶେଷ ଆଘାତ ଦେଇଛି । ଏଥିସହ ଜମ୍ମୁ କଶ୍ମୀରର ଜଣେ ଆଇଏଏସରୁ ରାଜନେତା ପାଲଟିଥିବା…

Read More

ଇକ୍ବେଡରରେ ଏକ ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ 4 ଜଣଙ୍କର ପ୍ରାଣହାନି ଘଟିଛି । ଇକ୍ବେଡରର ଆମାଜନ୍‌ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ସେସ୍‌ନା 182 ବିମାନଟି ଜଣେ ପାଇଲଟ୍‌ ଏବଂ ତିନି ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ବେଳେ ବିମାନଟି ଧ୍ବଂସ ପାଇ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ଶନିବାର ଏହି ଦୁର୍ଘଟଣା ଘଟିଥିବା ବେଳେ ରବିବାର ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବିମାନଟି ମୋରୋନା ସାଣ୍ଟିଆଗୋରୁ ଜମୋରା ଅଭିମୁଖେ ଯାତ୍ରା କରିଥିଲା ।

Read More

ଏକ ତିନି ବର୍ଷର ଶିଶୁକନ୍ୟାକୁ ତା’ ସାବତ ମା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦର ଗାଁରୁ ଏହି ଅଭିଯୋଗ ଆସିଛି। ମୃତ ଶିଶୁର ନାଁ ନନ୍ଦିନୀ ସା। ଗତକାଲି ସନ୍ଧ୍ୟାରେ ନନ୍ଦିନୀ ଖେଳି ସାରି ଘରକୁ ଆସିଥିଲା। ତା’ପରେ ତା’ ସାବତ ମା’ ଆଶା ସାହୁ ତାକୁ କୌଣସି କାରଣରୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନନ୍ଦିନୀର ବାପା ଯୁଗେଶ୍ୱର ସା ରାତିରେ କାମ ସାରି ଘରକୁ ଫେରିବା ପରେ ଝିଅ ଶୋଇ ପଡ଼ିଛି ବୋଲି ଆଶା କହିଥିଲେ। ହେଲେ ଯୁଗେଶ୍ୱର ଯେତେବେଳେ ଝିଅକୁ ଉଠାଇବାକୁ ଚେଷ୍ଟା କଲେ ସେତେବେଳେ ସେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ତା’ ପାଟିରେ ରକ୍ତ ଲାଗିଥିଲା। ଘଟଣା ସଂପର୍କରେ ଜଣାପଡ଼ିବା ପରେ ନନ୍ଦିନୀର ମାମୁ ନର୍ଲା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ…

Read More

କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ପଶ୍ଚିମବଙ୍ଗରେ ବାମ ଦଳ ସହିତ ମେଣ୍ଟକୁ ସବୁଜ ସଙ୍କେତ ଦେଇଛନ୍ତି । ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତଥା ବିଭିନ୍ନ ଉପ ନିର୍ବାଚନରେ ଦଳ ସିପିଆଇ ସହିତ ମେଣ୍ଟ କରିବ ବୋଲି ଶନିବାର ସୂଚନା ମିଳିଛି । ଚଳିତ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ଦଳ ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ସୋମେନ୍‌ ମିତ୍ର । ଶୁକ୍ରବାର ରାତିରେ ଦିଲ୍ଲୀ ଗସ୍ତ କରି ସୋମେନ ମିତ୍ର ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା କରିଥିଲେ । ସୋନିଆଙ୍କ ସହିତ ଆଲୋଚନା ପରେ ସୋମେନ ମିତ୍ର ଏହି ସୂଚନା ଦେଇଛନ୍ତି । ସୋନିଆଙ୍କ ସହିତ ମେଣ୍ଟ ନେଇ ଆଲୋଚନା ସରିଛି ଏବଂ ଖୁବ୍‌ଶୀଘ୍ର ଆସନ ବୁଝାମଣା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୋମେନ୍‌ ମିତ୍ର ସୂଚନା ଦେଇଛନ୍ତି ।

Read More

କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠରେ ଥିବା ଜିଓ ସିନ୍ଥେଟିକ୍‌ ଟିୟୁବ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଛି ସୂଚନାନୁସାରେ, ରାଜନଗର ପେଣ୍ଠରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ସେଠାରେ ୩୩ କୋଟି ଟଙ୍କା ବ୍ୟୟରେ ଜିଓଟିୟୁବ ପ୍ରକଳ୍ପ ନିର୍ମାଣ ହୋଇଥିଲା। ତେବେ ଏଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ।

Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ଶେଷ କୃତ୍ୟ ଅନୁଷ୍ଠିତ ହେବ । ଜେଟଲୀଙ୍କ ପାଥିର୍ବ ଶରୀରର ଅପରାହ୍ଣରେ ଦିଲ୍ଲୀସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବ । ବାଲୁକା କଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ଅରୁଣଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 5 ଟନ୍ ବାଲିରେ 10 ଫୁଟ୍‌ ଓସାରରେ ନିର୍ମିତ ହୋଇଛି ଏହି ବାଲୁକା କଳା । ଉଲ୍ଲେଖଯୋଗ୍ୟ ଯେ, ଶନିବାର ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଅରୁଣ ଜେଟଲୀଙ୍କର ଦେହାନ୍ତ ହୋଇଥିଲା ।

Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀସ୍ଥିତ ନିଗମବୋଧ ଘାଟରେ ହେବ । ଜେଟ୍‌ଲୀଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଏଠାରେ ରାଜନୈତିକ ଦଳର ନେତା ଓ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଅନ୍ତିମ ବିଦାୟ ଜଣାଇବେ । ଦ୍ବିପ୍ରହର ୧.୩୦ରେ ଜେଟ୍‌ଲୀଙ୍କ ଅନ୍ତିମ ଯାତ୍ରା ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରୁ ନିଗମବୋଧ ଘାଟ ପର୍ଯ୍ୟନ୍ତ ଆରମ୍ଭ ହେବ । ଏଠାରେ ୨.୩୦ ମିନିଟ୍‌ରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯିବ । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ମଧ୍ୟାହ୍ଣ ୧୨ଟା ୭ ମିନିଟରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋଗ ଗମନ କରିଥିଲେ ।

Read More

ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ୍‌-ଅପରାଧୀ ଗୁଳି ବିନିମୟ ହୋଇଛି । ନବକଳେବର ରୋଡ୍‌ ଆଶ୍ରମ ଛକରେ ଗୁଳିବିନିମୟ ହୋଇଥିବାର ସୂଚନା ରହିଛି । ଏହି ଏନ୍‌କାଉଣ୍ଟରରେ ଅପରାଧୀ ଦିବାନା ବେହେରା ଆହତ ହୋଇଛନ୍ତି । ବାସେଳି ସାହି ଥାନା ଆଇଆଇସି ମଧ୍ୟ ଏହି ଏନ୍‌କାଉଣ୍ଟରରେ ଆହତ ହୋଇଥିବାର ସୂଚନା ରହିଛି । ଅପରାଧୀ ଦିବାନାର ଡାହାଣ ଗୋଡ ଆଣ୍ଠୁ ତଳେ ଗୁଳି ବାଜିଛି । ଅପରାଧୀଠାରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି ଓ ବାଇକ୍‌ ଜବତ । ଦିବାନା ବେହେରା ନାଁରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ୍ବ ମାମଲା ରହିଛି । ସୁପାରି ନେଇ ହତ୍ୟା କରିବାକୁ ପ୍ରସ୍ତୁତ ହେଉଥିବା ଖବର ପାଇ ପୋଲିସ୍‌ର ଚଢାଉ ।

Read More

ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଲୋକାଗତ ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତା 26 ତାରିଖରେ ବସିବାକୁ ଥିବା ନକ୍ସଲ ଦମନ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଗତ ଶୁକ୍ରାବର ଦିନ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ଅରୁଣ ଜେଟିଲୀଙ୍କ ପରଲୋକ ଖବର ପାଇବା ପରେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅରୁଣ ଜେଟିଲୀଙ୍କ ବ୍ୟକ୍ତିଗତ ସଂପର୍କ ବେଶ୍ ଘନିଷ୍ଠ। କାରଣ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଉଭୟ ବେଶ୍ ସମୟ ଧରି ଆଲୋଚନା କରିଛନ୍ତି। ଏପରିକି ଜେଟିଲୀ ବିଜେପିରେ ଥିଲେ ମଧ୍ୟ ରାଜ୍ୟର ଉନ୍ନତି ପାଇଁ ନବୀନଙ୍କୁ ବେଶ୍ ସାହାର୍ଯ୍ୟ ମଧ୍ୟ କରିଛନ୍ତି। ଜେଟଲୀଙ୍କ ଶେଷ ଦର୍ଶନ ପାଇଁ ନବୀନ ତାଙ୍କ ବାସଭବନରେ ପହଁଚିବା ବେଳକୁ ସେଠାରେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

Read More

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବଂ ମନୀଷା କୋଇରାଲା ଦୀର୍ଘ ଏକ ଦଶନ୍ଧି ପରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ୨୦୧୦ର ତେଲୁଗୁ ବ୍ଲକ୍‌ବଷ୍ଟର ପ୍ରସ୍ଥାନମ୍‌ର ଅଫିସିଆଲ୍‌ ରିମେକ୍‌ରେ ଏହି ୯୦ ଦଶକର ସୁପରହିଟ୍‌ ଯୋଡି ଏକତ୍ର ନଜର ଆସିବେ । ଉଭୟ ଶେଷଥର ପାଇଁ ମେହବୁବାରେ ନଜର ଆସିଥିଲେ । ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଦେବା କଟ୍ଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଫରହାଦ୍‌ ସାମ୍‌ଜୀ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ୨୦୧୦ରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନର ପରସ୍ଥିତି ଅନୁଯାୟୀ କାହାଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସଞ୍ଜୟ ଓ ମନୀଷାଙ୍କ ବ୍ୟତୀତ ଅଲୀ ଫଜଲ, ସତ୍ୟଜିତ୍‌ ଦୁବେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୦ସେପ୍ଟେମ୍ବରରେ ଦ ଜୋୟା ଫ୍ୟାକ୍ଟର ସହିତ ରିଲିଜ୍‌ ହେବ ।

Read More

ସମୀକ୍ଷା ବ୍ୟୁରୋ : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ କଳିଙ୍ଗ ବୈଶ୍ୟ ଧର୍ମଶାଳା ବାଣପୁରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହେଇଯାଇଛି| ଉକ୍ତ ଶିବିରରେ ୩୬ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ଶ୍ରୀମାନ ସୀତାରାମ ଅଗ୍ରୱାଲ ଉଦ୍ଘା‌ଟନ କରିଥିବା ସହ ଆଗାମୀ ଦିନରେ ସମଗ୍ର ବାଣପୁର-ବାଲୁଗାଁ ଓ ଚିଲିକା ଅଂଚଳରେ ରକ୍ତଦାନ ଶିବିର ପରି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବ ବୋଲି ସୂଚନା ଦେଇଥିଲେ। ବିଦ୍ୟାର୍ଥୀ ପରିଷଦ ବର୍ଷ ତମାମ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ର ଓ ସାମାଜିକ କ୍ଷେତ୍ରରେ କାମ କରିଥାଏ। ଏହି ମହତ କାର୍ଯ୍ୟକ୍ରମରେ ବାଣପୁର ସମ୍ବାଦ ପ୍ରତିନିଧି ସୁନୀଲ କୁମାର ସୁବୁଦ୍ଧି ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଏବିଭିପି ନଗର ସମ୍ପାଦକ ବିକାଶ କୁମାର ସେଠି, ସହ…

Read More

ଆସନ୍ତା ୩ ତାରିଖରେ ପଶ୍ଚିମଓଡ଼ିଶାର ଗଣପର୍ବ ତଥା ପ୍ରସିଦ୍ଧ କୃଷିଭିତ୍ତିକ ପର୍ବ ‘ନୂଆଖାଇ’ । ଏହି ପର୍ବ ପାଇଁ ମା’ ସମଲେଶ୍ବରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି । ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୩ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି ନବାନ୍ନ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ । ଏହାକୁ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ଲାଗି କରାଯିବ । ଆଜି ଅପରାହ୍ନରେ ବ୍ରାହ୍ମଣ ମହାସଭା ଦ୍ୱାରା ଏହି ଗଣପର୍ବର ଲଗ୍ନ ନିର୍ଘଂଟ କରାଯାଇଛି । ଝାଡୁଆପଦା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ପାଂଜି ଦେଖି ଲଗ୍ନ ନିର୍ଘଂଟ ନେଇ ନିଷ୍ପତ୍ତି ନେଇଛନ୍ତି। ନବାନ୍ନ ଲାଗି ନେଇ ଲଗ୍ନ ନିର୍ଘଣ୍ଟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯାଇଛି ।

Read More

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ତରଫରୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହା ପୂର୍ବରୁ ଏହି ସମ୍ମାନରେ ବିଶ୍ବର ବହୁ ନେତା ସମ୍ମାନିତ ହୋଇଛନ୍ତି । ପୂର୍ବରୁ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ୍‌, ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ ଓ ଚୀନ୍‌ର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ପ୍ରମୁଖ ସାମିଲ୍‌ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ସଂଯୁକ୍ତ ଆରବ ଏମିରାଟ୍‌ (ୟୁଏଇ) ଗସ୍ତରେ ଅଛନ୍ତି । ଏଠାରେ ମୋଦି ୟୁଏଇ ପ୍ରଧାନମନ୍ତ୍ରୀ ଶନିବାର ଆବୁଧାବିର ରାଜା ଶେଖ୍‍ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନହ୍ୟାନ୍‍ଙ୍କ ସହ ଆଲୋଚନା କରିଛନ୍ତି । ୟୁଏଇ ଅପ୍ରେଲ୍‌ ମାସରେ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବାର ଘୋଷଣା କରିଥିଲେ । ଭାରତ ସହିତ ୟୁଏଇର ଐତିହାସିକ ଓ ବାଣିଜ୍ୟିକ ତଥା ସାମରିକ ସମ୍ବନ୍ଧ ବେଶ୍‌ ସୁଦୃଢ, ଏତ୍‌ଦବ୍ୟତୀତ ଏହି ସମ୍ପର୍କ ପାଇଁ…

Read More

ଭାରତୀୟ ବ୍ୟାଡମିଣ୍ଟନ୍‌ ଷ୍ଟାର ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେମିଫାଇନାଲ୍‌ରେ ଚୀନ୍‌ର ୟୁଫେଇ ଚେନ୍‌ଙ୍କୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସିନ୍ଧୁ । ଶନିବାରର ଏହି ବିଜୟ ସହିତ ଚେନ୍‌ଙ୍କ ବିପକ୍ଷରେ ନିଜର ବିଜୟ ସଂଖ୍ୟା 8-5ରେ ପହଞ୍ଚାଇଛନ୍ତି ସିନ୍ଧୁ । ଶନିବାର ସିନ୍ଧୁ 21-7 ଏବଂ 21-14ର ସିଧାସଳଖ ସେଟ୍‌ରେ ଚେନ୍‌ଙ୍କୁ ପରାସ୍ତ କରିଥିଲେ । ପୂର୍ବ ଦୁଇ ସଂସ୍କରଣରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଚଳିତ ଥର ଫାଇନାଲ୍‌ରେ ନୋଜୋମି ଓକୁହାରା ଏବଂ ରାଟ୍ଚାନୋକ୍‌ ଇଣ୍ଟାନୋନ୍‌ଙ୍କ ବିଜେତାଙ୍କୁ ଭେଟିବେ । ପ୍ରଥମ ସେଟ୍‌ଟି ସମ୍ପୂର୍ଣ୍ଣ ଏକ ପାଖିଆ ରହିଥିବା ବେଳେ ଦ୍ବିତୀୟ ସେଟ୍‌ଟିରେ ସିନ୍ଧୁ ଏକ ପାଖିଆ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍‌ଟି କଡା ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ଦୁଇଟି ବ୍ରୋଞ୍ଜ ଏବଂ ଦୁଇଟି ରୌପ୍ୟ…

Read More

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମରଶରୀର ଦିଲ୍ଲୀ ଏମ୍ସରୁ କୈଳାସ କଲୋନୀସ୍ଥିତ ବାସଭବନକୁ ଅଣାଯାଇଛି । ସୂଚନା ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ନିଧନ ଆଜି ମଧ୍ୟାହ୍ନ ୧୨ଟା୭ ମିନିଟରେ ଦିଲ୍ଲୀ ସ୍ଥିତ ଏମ୍ସରେ ହୋଇଥିଲା। ନିଃଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ୬୬ ବର୍ଷ ବୟସରେ ଜେଟ୍‌ଲୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ତାଙ୍କର ମରଶରୀରକୁ ବିଜେପି ମୁଖ୍ୟାଳୟ ଅଣାଯିବ, ଏଠାରେ ରାଜନୈତିକ ଦଳର ନେତାମାନେ ଅନ୍ତିମ ଦର୍ଶନ କରିବେ। ଏହା ପରେ ବିଜେପି ମୁଖ୍ୟାଳୟରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟ ନିଆଯିବ।  ଜେଟଲୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମୁଖ୍ୟ ସଙ୍କଟମୋଚକ ଥିଲେ।   ନିଜର ଲମ୍ଵା ରାଜନୈତିକ କ୍ୟାରିୟରେ ଜେଟଲୀ ଅନେକ ମନ୍ତ୍ରୀ ପଦ ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରଧାନମନ୍ତ୍ରୀ…

Read More

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।  ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ଜଣେ ଚର୍ଚ୍ଚିତ ଚେହେରା ହାପି କରଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ.. ଜଲିଉଡ୍‌ରେ ହାପି କର ହେଉଛନ୍ତି ଏକ ଚର୍ଚ୍ଚିତ…

Read More

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବିରୋଧୀ ନେତାଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ନେତା ମାନଙ୍କୁ ପୁନର୍ବାର ଦିଲ୍ଳୀ ଫେରାଇ ଦିଆଯାଇଛି । ଧାରା 370ର ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ରାହୁଲ ଏବଂ ବିପକ୍ଷ ଦଳର ଅନ୍ୟ ନେତା ମାନେ ଜମ୍ମୁ କାଶ୍ମୀର ଗସ୍ତ କରିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ପ୍ରମୁଖ ତାଙ୍କ ସହିତ ରହିଥିଲେ । ଜମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବାର ପ୍ରୟାସ କରାଯାଉଛି ଏବଂ କୌଣସି ନେତାଙ୍କୁ ଏହି ଶାନ୍ତି ଭଙ୍ଗର ସୁଯୋଗ ପ୍ରଦାନ କରାଯିବ ନାହିଁ…

Read More

ରଙ୍ଗାଚରଣ ପ୍ରଧାନ ହୋଇ ପାରନ୍ତି ଚିଦାମ୍ବରମ୍ ଜଣେ ବାଗ୍ନୀ ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଆର୍ଥିକ ନୀତିକୁ ସବିଶେଷ ତଥ୍ୟ ସହ ଅତି ପ୍ରାଞ୍ଜଳ ଭାବେ ସମାଲୋଚନା କରୁଥିଲେ । କିନ୍ତୁ ଦୁର୍ନୀତି ବିଷୟରେ କାହାକୁ ଛାଡ ମିଳିବା ଉଚିତ୍ ନୂହେଁ । ସେଥିପାଇଁ ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ପ୍ରତି କୌଣସି ସମବେଦନା ରହିବା ଉଚିତ୍ ନୂହେଁ । ଉଚ୍ଚ ପଦବୀରେ ରହିଥିବା ନେତାମାନଙ୍କ ଦ୍ବାରା ପ୍ରୀୟାପ୍ରିତୀ ପୁଞ୍ଜିବାଦରେ (କ୍ରୋନି କ୍ୟାପିଟାଲିଜିମ୍) ଲିପ୍ତ ରହିବାର ଅଭିଯୋଗ ବହୁ ଦିନରୁ ହୋଇ ଆସିଛି । ତେଣୁ ଚିଦାମ୍ବରମ୍ ଗିରଫ ହୋଇ ନ୍ୟାୟାଳୟର ସମ୍ମୂଖୀନ ହେବା ଯଦି ରାଜନୈତିକ ଦଳ, ନେତା ଓ ବଡ ବଡ କମ୍ପାନୀ ମଧ୍ୟରେ ଥିବା ଅସାଧୁ ମେଣ୍ଟର ମୁଳୋତ୍ପାଟନ କରିବା ଦିଗରେ ଏକ ପଦକ୍ଷେପ ହୋଇଥାଏ ତେବେ ତାହାକୁ ସ୍ବାଗତ କରାଯିବା ଉଚିତ୍ । ଅନ୍ୟ ପକ୍ଷରେ ଯଦି ଶାସକ ଦଳ ନିଜର ହାତବାରିସି ଏଜେନ୍ସିଗୁଡିକୁ ବ୍ୟବହାର…

Read More

ଭାରତୀୟ ଟେନିସ୍‌ ଖେଳାଳି ସୁମିତ୍‌ ନାଗଲ୍‌ ୟୁଏସ୍‌ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟୀ ହୋଇ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି। ଏହି ୨୨ ବର୍ଷୀୟ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ରୋଜର ଫେଡେରରଙ୍କୁ ଭେଟିବେ। ପୂର୍ବତନ ୟୁଏସ ଓପନ୍‌ ତଥା ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ଫେଡେରରଙ୍କ ମୁକାବିଲା କରିବେ ସୁମିତ ନାଗଲ୍‌। ୨୦୧୫ରେ ଜୁନିୟର ଓ୍ବିମ୍ବଲଡନ୍‌ ବିଜେତା ନାଗଲ୍‌ ପାନ୍‌ ଆମେରିକା ଗେମ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଜୋଆଓ ମେନେଜେସ୍‌ଙ୍କୁ ପରାସ୍ତ କରି ୟୁଏସ୍‌ ଓପନ ମୁଖ୍ୟ ଡ୍ର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମେନେଜେସ୍‌ଙ୍କୁ ୫-୭, ୬-୪ ଏବଂ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ନାଗଲ୍‌। ନାଗଲ୍‌ଙ୍କ ବ୍ୟତିତ ଅନ୍ୟତମ ଭାରତୀୟ ଖେଳାଳି ପ୍ରଜ୍ନେଶ ଗୁଣେଶ୍ବରନ୍‌ ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଗୁଣେଶ୍ବରନ୍‌ ବିଶ୍ବ ମାନ୍ୟତାର ୮୯ତମ ସ୍ଥାନରେ ରହିଛନ୍ତି।

Read More