Author: Samikhsya Bureau

ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବିମାନ ଉଡାଇବାର ଅନୁମତି ନ ଥିଲା। ତେବେ କିଛିଦିନ ହେବ ଯୁଦ୍ଧ ବିମାନ ଉଡାଇବାକୁ ଫିଟ୍‌ ଘୋଷଣା କରାଯିବା ପରେ ଏବେ ସେ ପ୍ରଥମ ଥର ଲାଗି ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇଛନ୍ତି।  ପାକିସ୍ତାନୀ ବାୟୁ ସେନାର ଯୁଦ୍ଧ ବିମାନ ଏଫ୍‌-୧୬କୁ ଖସାଇ ନିଜ ବାହାଦୁରୀର ପ୍ରମାଣ ଦେଖାଇଥିବା ଅଭିନନ୍ଦନଙ୍କୁ ବୀରତ୍ବ ପାଇଁ ସମ୍ମାନଜନକ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।

Read More

ରଙ୍ଗାଚରଣ ପ୍ରଧାନ ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ସେତେବେଳେ ସେ ଆସନ୍ନ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଭଲ ଭାଷଣ ଦିଅନ୍ତି । ନୂଆ ନୂଆ କଥା କୁହନ୍ତି । କେବଳ ଛାତ୍ରଛାତ୍ରୀମାନେ ନୂହେଁ , ଟେଲିଭିଜନ୍ ମାଧ୍ୟମରେ କୋଟି କୋଟି ଦର୍ଶକ ଏକ ଅଭୂତପୂର୍ବ ଓଜସ୍ବିନୀ ଭାଷଣ ଶୁଣି ସେଦିନ ନିଜକୁ ଗର୍ବିତ ମନେ କରିଥିଲେ । ସେଦିନ ତାଙ୍କ ଭାଷଣରେ ସେ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ବୋଲି ଗୋଟିଏ କଥା କହିଥିଲେ । କଥାଟି ସାଧାରଣ ଲୋକଙ୍କ ପାଇଁ ନୂଆ । ଆଗରୁ କେଉଁ ନେତା ଏହି କଥା କହି ନଥିଲେ । ସେଇଥିପାଇଁ ତ ତାଙ୍କ ଭାଷଣ…

Read More

ଆଜିଠାରୁ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ କରାଯାଇଛି । ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନିଜେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ହେଲେ ନବୀନ ପଟ୍ଟନାୟକ ।  ଅନ୍ୟ ୨୪ ଜଣଙ୍କୁ ପ୍ରାଥମିକ ସଦସ୍ୟ କରାଇ ସକ୍ରିୟ ସଦସ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ । ଏଥର କୋଟିଏ ଲୋକଙ୍କୁ ସଭ୍ୟ କରିବାକୁ ଟାର୍ଗେଟ୍‌ କରିଛି ବିଜେଡ଼ି । ଗତକାଲି ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବା ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ସୂଚନା ରହିଥିଲା ।

Read More

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଆଜି କନ୍ସୁଲାର ଆକ୍ସେସ୍‌ ମିଳିବ । ଗତକାଲି ପାକିସ୍ତାନ ଏଥିପାଇଁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ। ପାକସ୍ତାନରେ ଥିବା ଡେପୁଟି ହାଇ କମିଶନର ଗୌରବ ଆଲୁୟୁଲିୟା ସାକ୍ଷାତ କରିବେ । ଆଜି ୧୨ଘଟିକାରେ ଏହି ସାକ୍ଷାତକାର କରିବେ ବୋଲି ଜଣାପଡିଛି । ପାକିସ୍ତାନ ସଠିକ ରୂପେ ସ୍ବତନ୍ତ୍ର, ନିଷ୍ପକ୍ଷ, ସାର୍ଥକ ଓ ଅନ୍ତର୍ରାଷ୍ଟ୍ରୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌ ଆଦେଶାନୁସାରେ ପାକିସ୍ତାନ କନ୍ସୁଲାର୍‌ ଆକ୍ସେସ୍‌ରେ ସାହାଯ୍ୟ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ରଖିଛି ।  ୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍‌ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ…

Read More

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି। ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, ଶ୍ରାବଣ-ଭାଦ୍ରବ ମାସରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହା କିଛି ନୂଆ କଥା ନୁହେଁ। ଏହାକୁ କେବଳ ରାଜନୀତିକରଣ କରାଯାଉଛି। ଜିଡିପି ଖୁବ୍‌ ତଳକୁ ଖସି ଆସିଥିବା ବେଳେ ଏହାକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।  ଅପରପକ୍ଷେ ଏପରି ସ୍ଥିତିରେ ସୁଶୀଲଙ୍କ ଏପରି ହାଲକା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ଖୁବ୍‌ ଆଲୋଚନା କରାଯାଉଛି। ସୁଶୀଲଙ୍କ ମତରେ, ଶ୍ରାବଣ-ଭାଦ୍ରବ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ  ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ୱାଭାବିକ। ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର…

Read More

ସମ୍ବଲପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ଓରଫ ବିଟୁ ଆହତ ହୋଇଛି । ସୂଚନାନୁସାରେ, ଆଜି ସମ୍ବଲପୁର ପୋଲିସକୁ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ବା ବିଟୁ କିଛି ବଡ ଧରଣର ଷଡଯନ୍ତ୍ର କରୁଥିବା ସୂଚନା ମିଳିଥିଲା । ଏହା ଆଧାରରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଧନୁପାଲି ପୋଲିସ ମିଳିତ ଭାବେ ସିଟି ଷ୍ଟେସନ ଅଂଚଳରେ ଚଢାଉ କରିଥିଲେ । ପୋଲିସକୁ ଦେଖି ବିଟୁ ପ୍ରଥମେ ଗୁଳି ଚାଳନା କରିଥିଲା । ପୋଲିସ ଏହାର ପାଲଟା ଜବାବ ଦେଇଥିଲା । ଏହି ଏନକାଉଂଟରରେ ବିଟୁ ଆହତ ହୋଇଛି । ତାହାର ଗୋଡରେ ଗୁଳି ବାଜିଛି । ତାକୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଜଣେ ଏସଆଇ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ବିଟୁର ଆଉ ଜଣେ ସହଯୋଗୀ ଫେରାର ହୋଇଯିବାରେ ସକ୍ଷମ ହୋଇଛି ।…

Read More

ସାରା ଭାରତ ବର୍ଷର ଗଣେଶ ଚତୁର୍ଥୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଛି । ଏହି ପବିତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ସହିତ ରାଷ୍ଟ୍ରପତି ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହେବାର ପ୍ରାର୍ଥନା ମଧ୍ୟ କରିଛନ୍ତି । ଶ୍ରୀଗଣେଶଙ୍କ ପୂଜା ହେତୁ ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିରହିଛି । ସିଦ୍ଧିବିନାୟକ ମନ୍ଦିରକୁ ୧୦୦ ପ୍ରକାରର ଫୁଲରେ ସଜ୍ଜିତ କରାଯାଇଛି । ଘରେ ଘରେ ଗଜାନନଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାଅର୍ଚ୍ଚନା କରାଯାଉଛି ।

Read More

କେଦାର ମିଶ୍ର ଗତ ସପ୍ତାହରେ ଫ୍ରାନ୍ସ ରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ବୋଲି ପ୍ରମାଣପତ୍ର ଦେଉଥିବା ବେଳେ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡର ଏକ ଚମତ୍କାର ଖବର ପ୍ରକାଶ ପାଇଥିଲା। ଝାଡଖଣ୍ଡ ର ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ରାଜ୍ୟର ହଜାରିବାଗରେ ଏକ କେନାଲ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର ୨୪ ଘଣ୍ଟା ନ ଯାଉଣୁ ପୁରା କେନାଲଟି ଭୁଷୁଡି ପଡିଥିଲା। ଦୁର୍ନୀତିମୁକ୍ତ ଶାସନର ଏହା ଏକ ଉଦାହରଣ ବୋଲି ଆମେ କହିପାରିବା କି? ୨୪ ଘଣ୍ଟା ଭିତରେ ୨୧୭୬ କୋଟି ଟଙ୍କାର ଏକ କେନାଲ ପ୍ରକଳ୍ପ ଭୁଷୁଡି ପଡିବାର ଏକମାତ୍ର କାରଣ ହୋଇପାରେ, ନିହାତି ନିକୃଷ୍ଟ କାମ ଅଥବା ପୁରା ପ୍ରକଳ୍ପର ଘୋଟାଲା। ହେଲେ ଏ ବିଷୟରେ ବିଶେଷ ଆଲୋଚନା ହେଉନାହିଁ। ଆମର ଭାଟଜୀବୀ ଜାତୀୟ ଗଣମାଧ୍ୟମରେ ଏହା ଏକ ସାଧାରଣ ଖବର। ବିଜେପି ଶାସିତ…

Read More

ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ । କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ । ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ । ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ ।  ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା । ଏହା ଏକ ସାର୍ବଜନୀନ ପୂଜା । ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି । ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା । ଅନ୍ୟନାମ ବିଘ୍ନେଶ । ସମସ୍ତ…

Read More

ଆଜିଠାରୁ ମୋ ବସ୍ ଯାତ୍ରୀଙ୍କୁ ନୂଆ ସୁବିଧା ମିଳିବ। ଏଣିକି ବସରେ ମିଳିବ ଖବରକାଗଜ। ଏଥିପାଇଁ ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ଲିଲ୍‌। ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ। ଏଣିକି ମୋ ବସ୍‌ରେ ଆପଣ ଫ୍ରିରେ ଖବର କାଗଜ ପାଇବେ। ଏଥିପାଇଁ ନ୍ୟୁଜ ପେପର ଅନ ହ୍ବିଲ୍‌ ଯୋଜନାର ଶୁଭାରମ୍ଭ ହୋଇଛି। ସିଆରୟୁଟିର ଏମଡି ଅରୁଣ ବୋଥ୍ରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୪୪ଟି ଏସି ବସରେ ଖବର କାଗଜ ବଣ୍ଟନ କରାଯାଇଛି।। ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ। ତେବେ ଆଜି ଫ୍ରିରେ ଇଂରାଜୀ ପେପର ଯୋଗେଇ ଦିଆଯାଇଛି ଖୁବ୍ ଶୀଘ୍ର ଓଡିଆ ପେପର ଦେବେ ବୋଲି ବୋଥ୍ରା କହିଛନ୍ତି।

Read More

ସେପ୍ଟେମ୍ବର ୧ ଅର୍ଥାତ୍‌ ଆଜିଠାରୁ ସାରା ଦେଶରେ ନୂଆ ମୋଟର ଯାନ ସଂଶୋଧିତ ଆଇନ ଲାଗୁ କରାଯାଇଛି । ତେବେ ଏହି ନୂଆ ମୋଟା ଯାନ ଆଇନକୁ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ସରକାର ଲାଗୁ କରିବାକୁ ମନା କରିଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା ଏହି ନୂଆ ମୋଟର ଯାନ ଆଇନରେ ଜୋରିମାନାର ପରିମାଣରେ ଅସହମତି ଦର୍ଶାଇ ସେମାନେ ଏହି ନିୟମ ଲାଗୁ କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ଏହି ଜୋରିମାନା ପରିମାଣ ବାବଦରେ ପୁନର୍ବାର ସମୀକ୍ଷା କରିବା ପରେ ଯାଇ ଯାହା ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ରାଜସ୍ଥାନ ପରିବହନ ମନ୍ତ୍ରୀ କହିଛନ୍ତି, ଏହି ନୂଆ ନିୟମ ଲାଗୁ କରାଯିବ। କିନ୍ତୁ ଜରିମାନା ପରିମାଣକୁ ସମୀକ୍ଷା କରାଯିବ। ସୂଚନାଯୋଗ୍ୟ ଯେ, ଏହି ନୂଆ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ଯେଉଁ ପରିମାଣର ଜୋରିମାନା ଥିଲା ତାହା ବର୍ତ୍ତମାନ ତାହା ବହୁଗୁଣିତ ହୋଇଯାଇଛି।  ଏହି…

Read More

ଏବେ ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ରାଜନୀତି ବେଶ୍‌ ଚର୍ଚ୍ଚାରେ । ସବୁ ରାଜନୈତିକ ଦଳମାନେ ସଭ୍ୟ ସଂଗ୍ରହ ଅଭିଯାନରେ ଲାଗିପଡିଛନ୍ତି। ପ୍ରଥମେ ବିଜେପି ତରଫରୁ ବିଜେପି ତରଫରୁ ସଭ୍ୟ ସଂଗ୍ରହ ଆରମ୍ଭ କରାଯାଇଥିବାବେଳେ ଆସନ୍ତାକାଲିଠୁ ବିଜେଡ଼ିର ଆରମ୍ଭ ହେବ ବିଜେଡ଼ିର ସଦସ୍ୟତା ଅଭିଯାନ ।  ସେହିପରି କଂଗ୍ରେସ ମଧ୍ୟ ୬ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ତେବେ ଆସନ୍ତାକାଲିଠାରୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି । ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ କଂଗ୍ରେସର ସମାଲୋଚନା କରିଛି । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଧାର ଲିଙ୍କ କରାଇବା ନାଁରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ବିଜେଡ଼ି ।  ଲୋକଙ୍କୁ ଭଳେଇ ଓଡ଼ିଶାକୁ ଲୁଟ୍‌ ଉଦ୍ୟମ କରୁଛି ବିଜେଡ଼ି ବୋଲି କହିଛନ୍ତି ସୁର ରାଉତରାୟ । ଆସନ୍ତା ୬ ତାରିଖରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ…

Read More

ଆସନ୍ତାକାଲିଠାରୁ ବିଜେଡି ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରୁଛି । ଏହାକୁ କଟାକ୍ଷ କରିଛି ଓଡ଼ିଶା ବିଜେପି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ରୁ ସଦସ୍ୟ ଗ୍ରହଣ ଅଭିଯାନରେ ଟେକ୍ନୋଲୋଜୀକୁ ଗୁରୁତ୍ୱ ଦେବା କଥାକୁ ସମାଲୋଚନା କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି । ରାଜ୍ୟରେ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଅଧିକ ଜୋର ଦେଇ ଆଜି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ୨ ତାରିଖରୁ ବିଜେଡିର ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ  ।  ଏହି ବୈଠକରେ ୫ଟି ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି ।  ଏହାକୁ ଶୋ’ କେସ୍‌ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ସେ…

Read More

ରାଜ୍ୟରେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିବା ବିଜୁ ଜନତାଦଳ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ବିଜେଡି ନେତା ଅରୁଣ ସାହୁ ଓ ସୁବାସ ସିଂ ସୂଚନା ଦେଇଛନ୍ତି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ ତାରିଖରୁ ବିଜେଡି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବିପୁଳ ବିଜୟ ପାଇଁ ରାଜ୍ୟବାସୀ ଓ କର୍ମୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକ ଆରମ୍ଭ କରିଛନ୍ତି  । ଏହି ବୈଠକରେ ସମସ୍ତ…

Read More

ରାଜ୍ୟ ସରକାର ମା’ ଓ ଶିଶୁଙ୍କ ଲାଗି ଅନେକଗୁଡ଼ିଏ ଯୋଜନା କରିଥିବାବେଳେ ଏହାର ଫାଇଦା କେତେ ଲୋକଙ୍କୁ ମିଳୁଛି, ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଆଠଗଡଠାରେ ।ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ଜଣେ ପ୍ରସବ ପାଇଁ ଆସିଥିବା ଜଣେ ପ୍ରସୂତିଙ୍କ ଅଧା ପ୍ରସବରେ ଜଣେ ନବଜାତର ମୃତ୍ୟୁ ଘଟିଛି ।  କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ପ୍ରସବ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ଆସିଥିଲେ । କିନ୍ତୁ ଆଜି ରବିବାର ଥିବାରୁ କୈାଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଆସି ନଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବାରୁ ପ୍ରସୂତି ପ୍ରସବ ପାଇଁ ସୁଯୋଗ ପାଇ ପାରିଲେ ନାହିଁ । ଫଳରେ ପ୍ରସବ ଯନ୍ତ୍ରଣା ସହି ନ ପାରି ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ହିଁ ପ୍ରସବ କରିବାକୁ ଚେଷ୍ଟା କରିଥିଲେ । ଅଧା ପ୍ରସବ ସମୟରେ ହିଁ…

Read More

ପଞ୍ଜିକରଣ ଦାବି କରି ଓଡ଼ିଶା ଘରୋଇ ମେଡ଼ିକାଲ ଫୋରମ ରାଜ୍ୟ ସରକାରଙ୍କୁ ଚରଣବାଣୀ ଶୁଣାଇଛି । ଦରଖାସ୍ତ ଭରି ଆବେଦନ କରିଥିବା ସମସ୍ତ ଘରୋଇ ଡାକ୍ତରଖାନାର ପଞ୍ଜିକରଣ ଦାବି କରିଛି ଘରୋଇ ମେଡ଼ିକାଲ ଫୋରମ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ଚରମବାଣୀ ଦେଇଛି ଏହି ସଂଘ  । ସମୟ ସୀମା ଭିତରେ ସମସ୍ତ ଘରୋଇ ଡାକ୍ତରଖାନାର ପଞ୍ଜିକରଣ ଦାବି ପୂରଣ ନ ହେଲେ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା ବନ୍ଦ ଧମକ ଦେଇଛି ଓଡ଼ିଶା ଘରୋଇ ମେଡ଼ିକାଲ ଫୋରମ । ସୁରକ୍ଷା ଆଇନକୁ ତୁରନ୍ତ ସଂଶୋଧନ କରିବା ସହ ବାକି ଥିବା ବୀମା ବାବଦ ଖର୍ଚ୍ଚ ପ୍ରଦାନ ପାଇଁ ମଧ୍ୟ ଏହି ଘରୋଇ ମେଡ଼ିକାଲ ଫୋରମ ଦାବୀ କରିଛନ୍ତି ।

Read More

ଚଳିତ ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି । ସମଗ୍ର ଦେଶରୁ ୪୬ ଜଣ ଶିକ୍ଷକଙ୍କ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶାରୁ ପବିତ୍ରମୋହନ ଦାଶ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଅଞ୍ଚଳର ଖଟାଲୁଗୁଡ଼ା ପିୟୁପିଏସ୍‌ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ୨୦୧୯ ସେପ୍ଟେମ୍ବର ୫ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା ଏକ ଉତ୍ସବରେ ମନୋନୀତ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମସ୍ତ ଶିକ୍ଷକଙ୍କୁ ପୁରସ୍କୃତ କରିବେ । ପୁରସ୍କାର ବାବଦକୁ ଶିକ୍ଷକମାନଙ୍କୁ ଉତ୍କର୍ଷତାର ମାନପତ୍ର ସହ ନଗଦ ୫୦ ହଜାର ଟଙ୍କା ଏବଂ ରୌପ୍ୟଫଳକ ପ୍ରଦାନ କରାଯିବ ।

Read More

ସମୀକ୍ଷା ବ୍ୟୁରୋ: ବାଲୁଗାଁ ମହାବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ ତାରିଖ (ରବିବାର) ପୂର୍ବାହ୍ନ ୧୦.୩୦ ଘଟିକାରେ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ  ଓ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର ନାଥ ମାନସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବକୁ ପୌରହିତ୍ୟ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ଶୁଭେନ୍ଦୁ କୁମାର ସାମଲ୍‌। ଏହି ଅବସରରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ, ପ୍ରତିଷ୍ଠାତା ସଦସ୍ୟ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ।

Read More

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଶିବରାଜ କହିଛନ୍ତି ଯେ, ମିଡ଼ିଆରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସ ନେତାମାନେ ଏମିତି ବୟାନ ଦେଉଛନ୍ତି। କଂଗ୍ରେସ ନେତାମାନ ପାକିସ୍ତାନ ଭାଷା କହୁଛନ୍ତି। କାରଣ ନିକଟରେ ପାକିସ୍ତାନର ଏକ ରିପୋର୍ଟରେ ରାହୁଲ୍‌ ଗାନ୍ଧିଙ୍କ ବୟାନର ଉଦାହରଣ ଦେଖିବାକୁ ମିଳିଥିଲା। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା ଅଣ ମୁସଲମାନ ଅଧିକ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ତେବେ ଭାଜପା ଓ ବଜରଙ୍ଗ ଦଳ ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ କରୁଥିବା ମଧ୍ୟ ଦିଗ୍‌ବିଜୟ ଅଭିଯୋଗ କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ ତାଲିକା କରାଯିବ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଯାଞ୍ଚ କରାଇ ହେବ । ଏଥିରେ ଗୋଟିଏ ପରିବାରରେ ଜଣେ ଭୋଟଙ୍କୁ ୟୁଜର୍‌ ନେମ୍‌ ଏବଂ ପାସୱାର୍ଡ ଦିଆଯିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କ ସମସ୍ତ ତଥ୍ୟ ସେଥିରେ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି । ରାଜ୍ୟ ସ୍ତରରେ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପ୍ରାୟ ୧୦ ଲକ୍ଷ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏଥିରେ ନିୟୋଜିତ ହେବେ । ଏହାକୁ ବ୍ଲକ୍‌ ସ୍ତରୀୟ ଅଧିକାରୀ ଯାଞ୍ଚ କରିବେ।…

Read More

ଆଜିଠୁ ଲାଗୁ ହେଉଛି ଓ୍ବାନ ନେସନ୍, ଓ୍ବାନ ରାସନ କାର୍ଡ ବ୍ୟବସ୍ଥା। ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀ ନେଇ ପାରିବେ ରାସନ। ଠିକଣା ବଦଳିଲେ ବି ରାସନ କାର୍ଡ କାମ ଦେବ । ଏଣିକି ରାଜ୍ୟର ଯେ କୌଣସି ରାସନ ସାମଗ୍ରୀ କେନ୍ଦ୍ରରୁ ହିତାଧିକାରୀ ଚାଉଳ, ଗହମ ଓ କିରୋସିନ୍ ପାଇପାରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀମାନେ ଏହି ସୁବିଧା ପାଇବେ। କେନ୍ଦ୍ର ସରକାରଙ୍କ ଓ୍ବାନ୍‌ ନେସନ୍, ଓ୍ବାନ୍‌ ରାସନ କାର୍ଡ ବ୍ୟବସ୍ଥା ଅନୁସାରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବାକୁ ଯାଉଛି ଏହାର ପାଇଲଟ୍ ପ୍ରୋଜେକ୍ଟ।

Read More