ପାକିସ୍ତାନ ସେନା ପକ୍ଷରୁ ରଜୌରୀର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଗୁଳି ଚାଳନରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ରଜୌରୀର ଅନି ଅଞ୍ଚଳରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ସକାଳୁ ରଜୌରୀର ସୁନ୍ଦରବନି ଅଞ୍ଚଳରେ ପ୍ରଥମେ ପାକ୍ ସେନା ପକ୍ଷରୁ ପ୍ରବଳ ଗୁଳିଚାଳନା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ରାତିରେ ମଧ୍ୟ ପୁଞ୍ଚ ଜିଲ୍ଲାର କ୍ରିଷ୍ଣାଘାଟି ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ।
Author: Samikhsya Bureau
ଜି-୭ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି । ଆଜି ଫ୍ରାନ୍ସଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ବହୁମତ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ଆଗାମୀ ପାଞ୍ଚ ବର୍ଷର ଭିଜନ ମଧ୍ୟ ରଖିଛନ୍ତି । ମୋଦି ଭାରତ ଓ ଫ୍ରାନ୍ସର ବନ୍ଧୁତ୍ବ ଅତୁଟ ବୋଲି କହିଛନ୍ତି । ଏମିତି କୌଣସି ନିଷ୍ପତ୍ତି ନାହିଁ ଯେଉଁଥିରେ ଦୁଇ ଦେଶ ଉଭୟଙ୍କୁ ସମର୍ଥନ କରିନାହାନ୍ତି । ଏକ ଭଲ ବନ୍ଧୁର ଅର୍ଥ ହେଉଛି ସୁଖ ହେଉ କି ଦୁଃଖ ପ୍ରତ୍ୟେକ ପରିସ୍ଥିତିରେ ସାଥ୍ ଦେବା ବୋଲି କହିଛନ୍ତି ମୋଦି। ଭାରତରେ ଫ୍ରାନ୍ସର ଫୁଟବଲ୍ ଟିମ୍ର ପ୍ରଶଂସକ କମ୍ ନାହାନ୍ତି । ଫ୍ରାନ୍ସ ଫୁଟବଲ୍ ଟିମ୍ ବିଶ୍ବକପ୍ ଜିତିଲେ, ଭାରତ ଏହାର ଉତ୍ସବ ମନାଉଛି । ଫୁଟ୍ବଲପ୍ରେମୀ ଫ୍ରାନ୍ସବାସୀ…
ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଭଲ କାମ କରୁଛନ୍ତି, ତେବେ ଏହାର ପ୍ରଶଂସା ହେବା ଉଚିତ୍। ଯଦି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁଲ କରନ୍ତି ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଥରୁରୁ ଏକ ଟ୍ଵିଟରର ଜବାବରେ ଟ୍ଵିଟ୍ କରିଛନ୍ତି ଯେ, ଯଦି ଆପଣ ଜାଣି ପାରୁଛନ୍ତି ତେବେ ୬ ବର୍ଷ ପୂର୍ବେ ଏହା କହିଥିଲି ଯେ ଯେବେ ନରେନ୍ଦ୍ର ମୋଦି ଭଲ କହୁଛନ୍ତି ଏବଂ ଭଲ କାମ କରୁଛନ୍ତି ତେବେ ଏହାର ପ୍ରଶଂସା କରିବା ଉଚିତ୍। ଏହା ପରେ ସେ ଯଦି ଭୁଲ କରିବେ ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଶଶୀଙ୍କ ପୂର୍ବରୁ ଜୟରାମ ରମେଶ ଓ ଅଭିଷେକ ମନୁ ସିଂଘଭି ମୋଦିଙ୍କ ପ୍ରଶଂସା କରିଥିଲେ ।…
ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ପ୍ରି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଡେନମାର୍କର ମିଆ ବ୍ଲିଚ୍ଫେଲ୍ଟଙ୍କ ନିକଟରୁ ପରାସ୍ତ ହୋଇ ବିଶ୍ବ ଚାମ୍ପିୟନ୍ସିପ୍ରୁ ନିଜର ଅଭିଯାନ ଶେଷ କରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା । ତିନି ସେଟ୍ର ଏହି ମୁକାବିଲା ଏକ ଘଣ୍ଟା 12 ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଅଷ୍ଟମ ସିଡ୍ ସାଇନା 12 ତମ ସିଡ୍ ବ୍ଲିଚ୍ଫେଲ୍ଟଙ୍କ ନିକଟରୁ 21-15, 25-27 ଏବଂ 12-21 ସେଟ୍ରେ ପରାସ୍ତ ହୋଇଥିଲେ । ସାଇନା ବିଦାୟ ନେବା ପରେ ବର୍ତ୍ତମାନ ଏକମାତ୍ର ଭାରତୀୟ ଭାବରେ ପିଭି ସିନ୍ଧୁ ବିଶ୍ବ ଚାମ୍ପିୟନ୍ସିପ୍ରେ ରହିଛନ୍ତି । କ୍ବାର୍ଟର ଫାଇନାଲ୍ରେ ସିନ୍ଧୁ ଚାଇନିଜ୍ ତାଇପେର ଟାଇ ଜୁ ୟିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି ।
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଆଶ୍ବସ୍ତି ମିଳିଛି । ଚିଦାମ୍ବରମ୍ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖାରଜ କରାଯିବା ସହିତ ଏହି ମାମଲାର ବିଚାର ପାଇଁ ସୋମବାରର ତାରିଖ ଧାର୍ଯ୍ୟ କରିଛନ୍ତି । ଇଡି ମାମଲାରୁ ଆସନ୍ତା ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ ଉଭୟ ଚିଦାମ୍ବରମ ଏବଂ ତାଙ୍କ ପୁଅ କର୍ତ୍ତୀଙ୍କୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚିଦାମ୍ବରମ୍ ସିବିଆଇ ରିମାଣ୍ଡରେ ରହିବେ । ଆସନ୍ତା ସୋମବାର ଦିନ ଏହି ମାମଲାର ରାୟ ପ୍ରକାଶ କରାଯିବ । ସୋମବାର ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍ ।
ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପ୍ରତିବାଦରେ ଉଭୟ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତୀବ୍ର ବିରୋଧ କରିଛନ୍ତି । ଆଜି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଆନ୍ଦୋଳନରତ ୩୦ ଛାତ୍ରଙ୍କୁ ଉଠାଇ ନେଇଛି । ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଫଳରେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ସରକାର ଗଣତନ୍ତ୍ରର କଣ୍ଠରୋଧ କରୁଛନ୍ତି ବୋଲି କୁହାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ । ଯଦି ନିର୍ବାଚନ ବାତିଲ ନିଷ୍ପତ୍ତିକୁ ପୁନର୍ବିଚାର ନ କରାଯାଏ ତାହା ହେଲେ ସୋମବାର…
ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଏସିଆ ପାସିଫିକ୍ ଅର୍ଥନୈତିକ ଆକ୍ସନ୍ ଟ୍ୟାସ୍କ ଫୋର୍ସ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି । ଦୀର୍ଘ ଦୁଇ ଦିନ ଏବଂ ୭ ଘଣ୍ଟାର ଆଲୋଚନା ପରେ ଏଫ୍ଏଟିଏଫ୍ ଏହି ନିଷ୍ପତ୍ତି ନେଇଛି। ଏ ସମ୍ବନ୍ଧୀୟ ୪୦ ଟି ମାନକରୁ ୩୨ଟିରେ ପାକିସ୍ତାନ ବିଫଳ ହୋଇଥିଲା । ୧୧ଟି ଗୁରୁତ୍ବପୂର୍ଣ୍ଣ ମାନକରେ ପାକିସ୍ତାନ ୧୦ରୁ କମ୍ ନମ୍ବର ହାସଲ କରିଥିଲା । ପୂର୍ବରୁ ଏଫ୍ଏଟିଏଫ୍ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା। ଆସନ୍ତା ଅକ୍ଟୋବର ସୁଦ୍ଧା ଯଦି ପାକିସ୍ତାନ ନ ସୁଧୁରି ଯାଏ ତେବେ ତାକୁ ସମ୍ପୂର୍ଣ୍ଣ ରୂପେ ବ୍ଲାକ ଲିଷ୍ଟରେ ପକାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ତାକୁ ଏଫ୍ଏଟିଏଫ୍ କଳାତାଲିକାଭୁକ୍ତ କରାଯାଉଛି ।
ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । କେଉଁ ଜିଲ୍ଲା ପାଇଁ କିଏ ନିଯୁକ୍ତି ହୋଇଛନ୍ତି, ତାହା ନିମ୍ନରେ ସ୍ଥାନିତ । ୧. ନବରଙ୍ଗପୁର ଓ ରାୟଗଡ଼ା – ସଞ୍ଜୟ ଦାସ ବର୍ମା ୨. କୋରାପୁଟ ଓ ମାଲକାନିଗିରି – ଚନ୍ଦ୍ର ସାରଥୀ ବେହେରା ୩. କଳାହାଣ୍ଡି – ନବକିଶୋର ଦାସ ୪. ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ ୫. ବଲାଙ୍ଗିର- ସୁଶାନ୍ତ ସିଂହ ୬. ଗଞ୍ଜାମ – ମହେଶ୍ବର ମହାନ୍ତି ୭. ଗଜପତି – ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୮. କନ୍ଧମାଳ – ବିକ୍ରମ କେଶରୀ ଆରୁଖ ୯. ଢେଙ୍କାନାଳ – ବିଜୟ ନାୟକ ୧୦. ବୌଦ୍ଧ – କୃତ୍ତିବାସ ପାତ୍ର ୧୧. ଅନୁଗୁଳ – ନିରଞ୍ଜନ ପୂଜାରୀ ୧୨. ସମ୍ବଲପୁର ଓ ଦେବଗଡ଼ – ନଳିନୀକାନ୍ତ ପ୍ରଧାନ ୧୩. ସୁନ୍ଦରଗଡ଼ – ପ୍ରୀତିରଞ୍ଜନ ଘଡାଇ…
ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ରାଜୀବ କୁମାର କହିଛନ୍ତି ଯେ, ନୋଟ୍ବନ୍ଦୀ, ଜିଏସ୍ଟି ଓ ଆଇବିସି (ଦେବାଳିଆ ଆଇନ୍) ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ ଦେଖାଦେଲାଣି। ଏଭଳି ସ୍ଥିତିରେ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଘରୋଇ କ୍ଷେତ୍ରରେ କେହି କାହା ଉପରେ ଭରସା କରି ପାରୁ ନାହାଁନ୍ତି । କୌଣସି ଘରୋଇ ସଂସ୍ଥା ଅନ୍ୟ ଘରୋଇ ସଂସ୍ଥାକୁ ବି ଆଉ ଋଣ ଦେବାକୁ ପ୍ରସ୍ତୁତ ନାହାଁନ୍ତି…
ସମୀକ୍ଷା ବ୍ୟୁରୋ ଜନ୍ମାଷ୍ଠମୀରେ ପୁରୀ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଏବଂ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ 5 ଶହ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଜନ୍ମାଷ୍ଠମୀରେ ସରକାରୀ ଛୁଟି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଫିସ ଆସି ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ଘୋଷଣା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ନିରାପତ୍ତା ପାଇଁ ନିକଟରେ ରାଜ୍ୟସରକାର ଜବରଦଖଲ ଉଚ୍ଛେଦ କରିଛନ୍ତି। ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଏସବୁ କରାଯାଉଛି। ତେବେ ଶ୍ରୀମନ୍ଦିର ଜୋନ୍ରେ ଯେଉଁମାନଙ୍କର ଘର ବା ଦୋକାନକୁ ଉଚ୍ଛେଦ କରାଯାଉଛି, ସେମାନଙ୍କୁ ସଠିକ ଭାବେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢି ତୋଳିବା ପାଇଁ ଭିତ୍ତିଭୂମି ବିକାଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି…
ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଦିନରେ ଭାରତ 6 ଓ୍ବିକେଟ୍ ହରାଇ 203 ରନ୍ ସଂଗ୍ରହ କରିଛି । ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଓ୍ବିଣ୍ଡିଜ୍ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ 81 ରନ୍ ସଂଗ୍ରହ କରିଥିଲେ । ଭାରତ ଓ୍ବିଣ୍ଡିଜ୍ ପକ୍ଷରୁ ରୋଚ୍ ପ୍ରଥମ ଦୁଇ ଓ୍ବିକେଟ୍ ହାସଲ କରିବାରୁ ଭାରତ 7 ରନ୍ରେ ଦୁଇଟି ଓ୍ବିକେଟ୍ ହରାଇଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ (5) ଏବଂ ଚେତେଶ୍ବର ପୂଜାରା(2) 4ଟି ବଲ ବ୍ୟବଧାନରେ ଆଉଟ୍ ହୋଇ ଭାରତକୁ ସଙ୍କଟକୁ ଠେଲି ଦେଇଥିଲେ । ଏହାପରେ ବିରାଟ କୋହଲି(9) ମଧ୍ୟ ବିଫଳ ହୋଇଥିଲେ । 25ରନ୍ରେ ତିନୋଟି ଓ୍ବିକେଟ୍ ହରାଇବା ପରେ ଲୋକେଶ ରାହୁଲ୍(44) ଏବଂ ରାହାଣେ 68 ରନ୍ର ଭାଗିଦାରୀ କରିଥିଲେ । ଏହାପରେ…
ପୁରୀର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ପୁରୀର ଐତିହ୍ୟ ସୁରକ୍ଷା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟଇ ଟଙ୍କା ରଖାଯାଇଛି। ଏଥିରେ ଭିତ୍ତିଭୂମି ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ସରକାରୀ ସହେଯାଗ ଦିଆଯିବ। ସେହିପରି ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ସରକାରୀ ସହଯୋଗ ମିଳିବ। ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସେତୁ ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଜଗନ୍ନାଥ ବଲ୍ଲଭ ମଠରେ ହେବ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ । ଏଥିରେ ୧୦ ହଜାର ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ପୁରୀରେ ପ୍ରଥମଥର ପାଇଁ ଟ୍ରମ୍ପେଟ୍ ବ୍ରିଜ୍ ନିର୍ମାଣ କରିବାର ଯୋଜନା ରହିଛି । ସେହିପରି ଯାତ୍ରୀଙ୍କ ସୁବିଧା ନିମେନ୍ତ ବିଭିନ୍ନ ଦୋକାନ ବଜାରର…
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଧାରା 370 ଉଚ୍ଛେଦ ସପକ୍ଷରେ ମତ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ । ଏହା ଭାରତର ଅନ୍ତରୀଣ ବ୍ୟାପାର ଏବଂ ଅନ୍ୟ କୌଣସି ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମାକ୍ରନ୍ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ବିଭିନ୍ ରାଜନୈତିକ ପ୍ରସଙ୍ଗର ସମୀକ୍ଷା କରିଥିଲେ । ଉଭୟ ନେତା ପ୍ରାୟ 90 ମିନିଟ ଧରି ଆଲୋଚନା କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି । ଜମ୍ମୁ-କାଶ୍ମୀରରେ ଭାରତ ସରକାରଙ୍କ ତରଫରୁ ଧାରା 370 ହଟାଯିବା ପରେ ପାକିସ୍ତାନ ଏହାକୁ ବିରୋଧ କରିଥିଲା । ଏହା ବିରୋଧରେ ପାକିସ୍ତାନ ବିଭିନ୍ନ ଦେଶ ବୁଲି ସାହାଯ୍ୟ ସମର୍ଥନ ମାଗିଥିଲା । କିନ୍ତୁ କେହି ପାକିସ୍ତାନର ସମର୍ଥନରେ ବାହାରି ନଥିଲେ । ଏବେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି । ଫ୍ରାନ୍ସ ରାଷ୍ଟ୍ରପତି…
ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି । ବିଶେଷ କରି ଇସ୍କନ ମନ୍ଦିର ସାମ୍ନାରେ କୃତିମ ହ୍ରଦ ସୃଷ୍ଟି ହୋଇଛି। ରସୁଲଗଡ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଓ ତଳେ ବର୍ଷା ପାଣି ଜମି ରହିଛି । ପାଣି ଜମା ହେବା ଫଳରେ ସର୍ବସାଧାରଣଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି ବାଣୀ ବିହାର, ଆଚାର୍ଯ୍ୟ ବିହାର ଏବଂ ଫାୟାର ଷ୍ଟେସନ ଅଞ୍ଚଳରେ ଓଭର ବ୍ରିଜତଳ ପଟ ରାସ୍ତାରେ ପାଣି ଜମି ରହିଛି । ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ ପାଣି ଜମି ରହିଥିବା ଜଣାପଡିଛି ।
ଲସ୍କର ଏ ତୋଏବାର କିଛି ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ଚଳିତ ଥର ଶ୍ରୀଲଙ୍କା ଦେଇ ଏହି ଆତଙ୍କୀ ଭାରତର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିଥିବାର ସୂଚନା ମିଳିଛି । ଏହି ଆତଙ୍କୀଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ହୋଇଥିବା ବେଳେ କିଛି ଶ୍ରୀଲଙ୍କା ନାଗରିକ ରହିଥିବା ନେଇ ଅନୁମାନ ଲଗାଇଛି ଗୁଇନ୍ଦା ବିଭାଗ । ସମୁଦାୟ 6-8 ଜଣ ଆତଙ୍କୀ ଭାରତରେ ପ୍ରବେଶ କରିଥିବା ଜଣାପଡିଛି । ଶ୍ରୀଲଙ୍କା ଦେଇ ଆତଙ୍କୀ ମାନେ ତାମିଲନାଡୁକୁ ପ୍ରବେଶ କରିଥିବାରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଆତଙ୍କୀ ସଙ୍ଗଠନ ପକ୍ଷରୁ ସମ୍ପୂର୍ଣ୍ଣ ତାମିଲନାଡୁ କିମ୍ବା କୋଏମ୍ବାଟୁରରେ ଆକ୍ରମଣ କରାଯାଇପାରେ । ଏହି ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ଇଲିଆସ୍ ଅନଓ୍ବର ରହିଥିବା ପ୍ରକାଶ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଗାଁର ରଞ୍ଜନ ବଗର୍ତି ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣି ଆଖପାଖରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଖେଳ ପଡ଼ିଆରୁ କାନ୍ଦୁଥିବା ଅବସ୍ଥାରେ ଏକ ଶିଶୁପୁତ୍ରକୁ ଠାବ କରିଥିଲେ। ଏନେଇ ଆଶାକର୍ମୀଙ୍କୁ ଖବର ଦେବାପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । ଏହାପରେ 108 ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଅଣାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।
ଓଡିଶାର ପୁରପଲ୍ଲୀରେ ଜନ୍ମାଷ୍ଟମୀ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି 12 ଘଟିକାକୁ କୃଷ୍ଣ ଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ହେବ । ସନ୍ଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ । ଏଥିଲାଗି ସନ୍ଧ୍ୟା 6 ରୁ ରାତି 11ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ରାତି 11 ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ ।
କେଦାର ମିଶ୍ର ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ- ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଏ କଥା କହିଛନ୍ତି। ତାଙ୍କର ସିଧା ସଳଖ ଈଷାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଡକୁ। ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର…
ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ଲକ୍ଷ୍ମଣାନନ୍ଦଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା କନ୍ୟାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଏହା ସହିତ ଜନ୍ମାଷ୍ଟମୀ ହୋଇଥିବାରୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଳେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି । ଫୁଲବାଣୀ ସହରର ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫୁଲବାଣୀ ସହରରେ ଅଧିକ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଅଘଟଣକୁ ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ମଟରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି…
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍କା । ସିବିଆଇର ସ୍ବତନ୍ତ୍ର କୋର୍ଟ ଚିଦାମ୍ବରମ୍ଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛି । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ୍ ସିବିଆଇ ରିମାଣ୍ଡରେ ରହିବେ । ଏହି ପାଞ୍ଚ ଦିନ ମଧ୍ୟରେ ନିଜ ଓକିଲ ଏବଂ ପରିବାର ବର୍ଗଙ୍କୁ 30 ମିନିଟ୍ ଭେଟିବା ନେଇ କୋର୍ଟ ଅନୁମତି ଦେଇଛନ୍ତି । ସିବିଆଇ ପକ୍ଷରୁ 5 ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କପିଲ୍ ଶିବଲ୍ ଏହାକୁ ବିରୋଧ କରିଥିଲେ । ମାତ୍ର କୋର୍ଟ ଚିଦାମ୍ବରମ୍ଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ।
ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଗୁରୁବାର ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯୁକ୍ତ ୨ କଲେଜ ପାଇଁ ମଧ୍ୟ ନୂଆ ନିଯୁକ୍ତି କରାଯିବ। ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗୁରୁବାର ଲୋକସେବା ଭବନରେ ଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୋଟିଏ କଲେଜରେ ଏକାଠି ଥିବା ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୁକ୍ତ ୩ କଲେଜରେ ରହିବେ। ସେହିଭଳି ଯୁକ୍ତ ୨ କଲେଜ ପାଇଁ ନୂତନ ନିଯୁକ୍ତି ହେବ। ଶିକ୍ଷା ବିଭାଗର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ…

