Author: Samikhsya Bureau

ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ନେବାକୁ ଉଭୟ ରାଜ୍ୟ ସରକାରଙ୍କୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଓଡ଼ିଶାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ସୋନପୁର, ବୌଦ୍ଧ ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Read More

କାଲିଫର୍ଣ୍ଣିଆ, ମେକ୍ସିକୋ ଏବଂ ଆରିଜୋନା ସୀମାରେ ପ୍ରାଚୀର ନିର୍ମାଣ ନେଇ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଜନୈକ ଫେଡେରାଲ ଜଜ୍‌ । 2.5 ବିଲିୟନ୍‌ ଡଲାର ସାମରିକ ବଜେଟ୍‌କୁ ଟ୍ରମ୍ପ ଏହି ତିନି ରାଷ୍ଟ୍ର ସହିତ ପ୍ରାଚୀର ନିର୍ମାଣରେ ଖର୍ଚ୍ଚ କରିବାକୁ ଚାହୁଁଥିବା ବେଳେ ଫେଡେରାଲ୍‌ ଜଜ୍‌ ହେଉଡ୍‌ ଏସ୍‌ ଗିଲିଆମ୍‌ ଏହାକୁ ବିରୋଧ କରିଛନ୍ତି । ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକାର ବିଚାର କରି ଶୁକ୍ରବାର ଏହି ଆଦେଶ ଦେଇଛନ୍ତି ଗିଲିଆମ୍‌ । ଏହି ପ୍ରାଚୀର ନିର୍ମାଣ ଦ୍ବାରା ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡିବ ଏବଂ ସାମରିକ ବଜେଟ୍‌ ଖର୍ଚ୍ଚ ହେବା ଦ୍ବାରା ସାମରିକ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଗିଲିଆମ୍‌ । ଏହି ପ୍ରାଚୀର ମଧ୍ୟରୁ ମେକ୍ସିକୋ ସୀମାରେ 74 କିମିର ପ୍ରାଚୀର ରହିଥିବା ବେଳେ ୟୁମା, ଆରିଜୋନାରେ 8 କିମି ପ୍ରାଚୀର ରହିବ ।

Read More

ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗାକାଳିଆ। ନୂଆଦିଲ୍ଲୀ ଏମ୍‌ସରେ ଜଗା-ବଳିଆଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ଜଗା-କାଳିଆ ଓଡ଼ିଶା ଫେରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକ ପରେ ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ୍‌ ସୂଚନା ଦେଇଛନ୍ତି। ଜଗାକାଳିଆ ଓଡ଼ିଶା ଫେରିବା ନେଇ ଆଡଭାଇଜାରୀ ଜାରି କରିବା ଏମ୍‌ସ୍‌ ନୂଆଦିଲ୍ଲୀ। ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏମ୍‌ସ କର୍ତ୍ତୃପକ୍ଷଙ୍କ ଆଲୋଚନା ଭୁବନେଶ୍ବର ଏମ୍‌ସ୍‌ କିମ୍ବା ଏସ୍‌ବିରେ ରହି ଚିକିତ୍ସିତ ହେବେ ଜଗା-ବଳିଆ। ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଛି। କନ୍ଧମାଳର ଏହି ଦୁଇ ଭାଇଙ୍କ ଅସ୍ତ୍ରୋପଚାର ସାରା ବିଶ୍ୱରେ ବିରଳ ଥିଲା। ଏହା ମେଡିକାଲ ସାଇନ୍ସ ପାଇଁ ମଧ୍ୟ ଚ୍ୟାଲେଂଜ ସୃଷ୍ଟି କରିଥିଲା। ଅସ୍ତ୍ରୋପଚାର ସଫଳ ହୋଇ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ବର୍ତ୍ତମାନ ଉଭୟ ଶିଶୁ ସୁସ୍ଥ ଅଛନ୍ତି।

Read More

ଆଫଗାନିସ୍ତାନରେ ତାଲିବାନର ଆକ୍ରମଣରେ ୨୫ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ଉତ୍ତର ଭାଗରେ ରହିଥିବା ବାଘଲାନ ପ୍ରଦେଶରେ ଏହି ବିସ୍ଫୋରଣ ଘଟିଛି। ଜିଲ୍ଲା ମୁଖ୍ୟ ଫଜେଲୁଦ୍ଦିନ ମୁରାଦି ଆକ୍ରମଣ ସମ୍ପର୍କରେ ସୂଚନା ଦେବା ସହିତ ୨୫ ସୁରକ୍ଷା ଅଧିକାରୀ ନିହତ ହୋଇଥିବା ବିଷୟକୁ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନାହରିନ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଆଜିଠାରୁ ତାଲିବାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ହେବାର ଥିବାରୁ ଏହି ଆକ୍ରମଣ ଆଲୋଚନାକୁ ପ୍ରଭାବିତ କରି ପାରିବ ବୋଲି କୁହାଯାଇଛି। ପ୍ରାରମ୍ଭିକ ଭାବରେ ତାଲିବାନ ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିନଥିଲେ ମଧ୍ୟ ଶନିବାର ସକାଳୁ ଏକ ଭିଡିଓ ଜରିଆରେ ନିଜ ସମ୍ପୃକ୍ତି ସ୍ପଷ୍ଟ କରିଥିଲା।

Read More

ପରୀକ୍ଷାମୂଳକ ଭାବରେ କେନ୍ଦ୍ରାପଡାରେ ଗଡିଲା ଟ୍ରେନ୍‌। ପ୍ରଥମ ଥର ପାଇଁ କେନ୍ଦ୍ରାପଡା ରେଳଧାରଣାରେ ଗଡିଲା ଇଞ୍ଜିନ୍‌। ଶନିବାର ହରିଦାସପୁରରୁ ଗୋପ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ଏକ ଇଞ୍ଜିନ୍‌ ଚଳାଯାଇଛି। ଦୀର୍ଘଦିନ ଧରି ରେଳ ଧାରଣା ନିର୍ମାଣ ସରିଥିଲେ ମଧ୍ୟ ଏଠାରେ ଟ୍ରେନ୍‌ ଚଳାଚଳ କରିନାହିଁ। ପରୀକ୍ଷଣ ପରେ ଖୁବ୍‌ ଶୀଘ୍ର ଟ୍ରନ୍‌ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ହରିଦାସପୁରରୁ ପାରାଦୀପ ମଧ୍ୟରେ ରହିଥିବା ଏହି 82 କିମି ରେଳପଥ ଖୁବ୍‌ଶୀଘ୍ର ସାଧାରଣ ଲୋକଙ୍କ ନିମନ୍ତେ କାର୍ଯ୍ୟକାରୀ ହେବାର ସମ୍ଭାବନା ଦେଖାଦେଇଛି।

Read More

ଦିଲ୍ଳୀ ମିରଟ ଏକ୍ସପ୍ରେସ ଓ୍ବେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ଜଣଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଦୁଇଟି କାର୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉତ୍ତମ ନଗରରେ ରହୁଥିବା ଏକ ପରିବାର ନୈନିତାଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ୍‌ କମିଶନର ଜସ୍‌ମିତ୍‌ ସିଂ ସୂଚନା ଦେଇଛନ୍ତି। ରାତି ୧୨ ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ପୋଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍‌କୁ ଜବତ କରିବା ସହିତ ଆହତ ମାନଙ୍କୁ ଡାକ୍ତରଖାନା ପଠାଇଥିଲା। ମୃତକଙ୍କ ମଧ୍ୟରେ ମୁକେଶ ଜୈନ୍‌, ନିଶାନ୍‌ ସିଂ ଏବଂ ମୋନୁ ଜୈନ୍‌ ରହିଥିବା ନେଇ ପୋଲିସ୍‌ ସ୍ପଷ୍ଟ କରିଛି। ଅନ୍ୟ ଗୁରୁତର ଆହତ ମାନେ ହେଉଛନ୍ତି ମୁକେଶଙ୍କ ପତ୍ନୀ ପୁନମ, ଅନୁରାଗ ଏବଂ ଖୁସ୍‌ବୁ।

Read More

ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ କଳସ ପାଣିରେ ଗାଧୋଇ ଭୀଷଣ ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହେଉଛନ୍ତି। ଫୁଲରୀ ତେଲ ଲାଗି ହେବା ପରେ ମଧ୍ୟ ଶ୍ରୀଜୀଉଙ୍କ ଜ୍ୱର ଉପଶମ ହୋଇନାହିଁ। ସାଥିପାଇଁ ଆଜି ଦଶମୂଳ ମୋଦକ ଲାଗି କରାଯିବ। ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ମହାପ୍ରଭୁ। ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି। ପଞ୍ଚମୀରେ ଫୁଲରୀ ତେଲ ଓ ଷଷ୍ଠୀରୁ ନବମୀ ଯାଏଁ ଔଷଧ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଏକାଦଶୀରେ ଦଶମୂଳ ମୋଦକ ସେବନ କରିବେ ମହାପ୍ରଭୁ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା ପୁଷ୍ପରେ ସେବା ପାଉଥିବା ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବେ।

Read More

ଉତ୍ତର ପ୍ରଦେଶର କାନପୁରର କଂଗ୍ରେସ କର୍ମୀମାନେ ଆଜିଠାରୁ ଅନଶନରେ ବସିବାକୁ ଯାଉଛନ୍ତି। ଇସ୍ତଫା ପ୍ରଦାନ କରିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କର୍ମୀମାନେ ଆନ୍ଦୋଳନରେ ବସିବା ସୂଚନା ମିଳିଛି। ଜୁନ୍‌ ୨୯ ତାରିଖ ଦିନ ୧୧ଟାରୁ କାନପୁର କଂଗ୍ରେସ କର୍ମୀ ଏହି ଅନଶନରେ ବସିବେ। ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନୁଷ୍ଠିତ ଏହି ଅନଶନକୁ କଂଗ୍ରେସ କର୍ମୀ ସଦ୍‌ଭାବନା ଅନଶନ ବୋଲି ଅଭିହିତ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ କଂଗ୍ରେସ କର୍ମୀଙ୍କ ସମେତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ। ୨୦୧୭ରେ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିବା ରାହୁଲ ଗତ ମେ ୨୫ ତାରିଖରେ ଦଳର ସିଡବ୍ଲ୍ୟୁସି ବୈଠକରେ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଏହା ପରେ ବିଭିନ୍ନ ନେତୃବୃନ୍ଦ ରାହୁଲଙ୍କୁ ଇସ୍ତଫା ପ୍ରତ୍ୟାହାରର ଅନୁରୋଧ କରିଥିଲେ ମଧ୍ୟ ରାହୁଲ ପ୍ରତ୍ୟାବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।…

Read More

ଜାପାନର ଓସାକାରେ ଅନୁଷ୍ଠିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଦିବସରେ ବୈଠକରେ ବ୍ରାଜିଲ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି। ବାଣିଜ୍ୟ ଏବଂ ନିବେଶ ନେଇ ମଧ୍ୟ ଉଭୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ପୃଥକ ଆଲୋଚନାରେ ଭାଗ ନେଇଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ୍ ଅନୁଯାୟୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋଙ୍କ ସହିତ ଦ୍ବିପାକ୍ଷିକ ସହଯୋଗ, ବାଣିଜ୍ୟ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପୁଞ୍ଜିନିବେଶ, ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଷୟ ନେଇ ଆଲୋଚନା ହୋଇଥିଲା। ଏହାପରେ ମୋଦି ବ୍ରାଜିଲ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋଙ୍କୁ ଭେଟିଥିଲେ। ଦ୍ବିପାକ୍ଷିକ ସମ୍ପର୍କ ସହିତ, ପ୍ରତ୍ୟକ୍ଷ ଓ ପରୋକ୍ଷ ପୁଞ୍ଜିନିବେଶ, କୃଷି କୌଶଳ ଏବଂ ପ୍ରାକୃତିକ ଗ୍ୟାସ୍‌ର ବିନିମୟ ଉପରେ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍‌ କୁମାର ସୂଚନା ଦେଇଛନ୍ତି।

Read More

କେଦାର ମିଶ୍ର ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ  ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ।…

Read More

କେନ୍ଦ୍ରାପଡ଼ା ନିକିରାଇ ଥାନା ଅଂଚଳରେ ଲଜ୍ଜା ଜନକ ଘଟଣା ଘଟିଛି। ସ୍ୱାମୀର ଆଖି ସାମ୍ନାରେ କିଛି ଦୁର୍ବୃତ୍ତ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଜଣକ ଘରେ ପଶି ପ୍ରଥମେ ସ୍ୱାମୀ ଏବଂ ପିଲାଙ୍କୁ ମାଡ଼ ମାରିଥିଲେ। ଏହା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଫଳରେ ମହିଳା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିକିରାଇ ଥାନାରେ ଅଭିଯୋଗ କରାଯାଇନଥିଲେ ମଧ୍ୟ ପୋଲିସ୍‌ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କାହିଁକି ଘରେ ପଶି ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

Read More

ପୁନେର କୋନ୍ଧଓ୍ବା ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ କାନ୍ଥଟି ଭୁଷୁଡି ଏହି ଅଘଟଣ ଘଟିଛି। ଏହି ଘଟଣାରେ ୪ ଜଣ ଶିଶୁ ଏବଂ ୨ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏକ ଆପାର୍ଟମେଣ୍ଟର କାନ୍ଥ ଭୁଷୁଡି ପଡିବାରୁ ନିକଟରେ ରହିଥିବା ବସ୍ତି ବାସିନ୍ଦା ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଘଟଣାରେ ନିକଟରେ ପାର୍କ ହୋଇଥିବା କିଛି କାର୍‌ ମଧ୍ୟ କାନ୍ଥ ତଳେ ଚାପି ହୋଇ ରହିଥିଲା। ଏନ୍‌ଡିଆରଏଫ୍‌ର ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆହୁରି କିଛି ଲୋକ କାନ୍ଥ ତଳେ ଚାପି ହୋଇ ରହିଛନ୍ତି। ବିଗତ ୪୮ ଘଣ୍ଟା ମଧ୍ୟରେ ୭୩ ମିମି ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଆପଣ କେବେ ଭାବିଛନ୍ତି କି ମୋବାଇଲର କେବଳ ଏସଏମଏସ ବିଲ ହେଉଛି କୋଟି କୋଟି ଟଙ୍କା।କଥାଟି ବିଶ୍ବାସ ନ ହେଲେ ମଧ୍ୟ ତାହା ସତକଥା। ଘଟଣାଟି ହେଉଛି ଓଡିଶା ସରକାରଙ୍କୁ ଏକ ମୋବାଇଲ ଏସଏମଏସ ବିଲ୍ 4 କୋଟି 98 ଲକ୍ଷ ଟଙ୍କାର ଆସିଛି। ଆଉ ଏହି ବିଲ୍ ଦେଇଛି ବିଏସଏନଏଲ ସଂସ୍ଥା। ଗତ ଫନି ବାତ୍ୟା ବେଳେ ରାଜ୍ୟ ସରକାର ଲୋକଙ୍କୁ ସତର୍କ କରାଇବା ପାଇଁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଲୋକେସନ ବେସଡ୍ ଆଲର୍ଟ ସିଷ୍ଟମ ମାଧ୍ୟମରେ ବିଏସଏନଏଲ ଟେଲିକମ ଜରିଆରେ ଏସଏମଏସ ପଠାଯାଇଥିଲା। ସେ ସମୟରେ ସରକାର ପ୍ରାୟ ଏକ କୋଟି ଅଶି ଲକ୍ଷ ଏସଏମଏସ ପଠାଯାଇଥିଲେ। ଏଥିରେ ବାତ୍ୟା ପ୍ରଭାବିତ ହେଉଥିବା ଅଞ୍ଚଳ ପାଇଁ ଏହି ଏସଏମଏସ ପଠାଯାଇଥିଲା। ଏହି ବିପୁଳ ପରିମାଣର ଏସଏମଏସକୁ ହିସାବ କରି ବିଏସଏନଏଲ କର୍ତ୍ତୁପକ୍ଷ ରାଜ୍ୟ ସରକାରଙ୍କୁ 4 କୋଟି…

Read More

ଭାରତ ପାଇଁ ଥିବା ହଜ କୋଟାକୁ ୧ ଲକ୍ଷ ୭୦ ହଜାରରରୁ ୨ ଲକ୍ଷକୁ ବୃଦ୍ଧି କରିଛି ସାଉଦି ଆରବ । ଚଳିତ ବର୍ଷଠାରୁ ମୁସଲମାନଙ୍କ ପବିତ୍ର ତୀର୍ଥସ୍ଥଳ ମକ୍କାକୁ ୨ ଲକ୍ଷ ଭାରତୀୟ ଯାତ୍ରା କରିପାରିବେ। ଜାପାନରେ ଓସାକାଠାରେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମଦ ବିନ ସଲମାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଭାରତର ହଜ କୋଟାକୁ ସାଉଦି ଆରବ ୧ ଲକ୍ଷ ୭୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି କରିଥିବା ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି। ମୋଦୀ ଏବଂ ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ପର୍ଯ୍ୟଟନ, ବିମାନ ସେବା ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିଥିଲେ।

Read More

ମୂଳଭାରତୀୟ ପ୍ରିୟା ସେରାଓ୍ବ ମିସ ୟୁନିଭର୍ସ ଅଷ୍ଟ୍ରେଲିଆର ମୁକୁଟ ବିଜୟିନୀ ହୋଇଛନ୍ତି ।  ମେଲବର୍ଣ୍ଣଠାରେ ୨୬ରୁ ଅଧିକ ପ୍ରତିଯୋଗୀଙ୍କ ଭିତରେ ଏହି ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଭାରତରେ ଜନ୍ମିତ ପ୍ରିୟ । ପୂର୍ବରୁ କେଉଁ ମଡେଲିଂ ବା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିବା ପ୍ରିୟା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆର ଟାଇଟଲ୍‌ ବିଜୟିନୀ ହୋଇଛନ୍ତି । ଚଳିତ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରିୟା ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ବ କରିବେ । ପ୍ରିୟାଙ୍କର ଜନ୍ମ କର୍ଣ୍ଣାଟକର ଓ୍ବେଲାମନୁଠାରେ ହୋଇଥିବାବେଳେ ସେ ଅଧିକ ସମୟ ଓମାନ୍‌ ସଂଯୁକ୍ତ ଆରବରେ ବିତାଇଛନ୍ତି । ପାଖାପାଖି ୧୧ ବର୍ଷ ହେବ ଅଷ୍ଟ୍ରେଲିଆରେ ଅବସ୍ଥାପିତ ଅଛନ୍ତି ପ୍ରିୟ । ଆଇନ୍‌ରେ ସ୍ନାତକ କରିଥିବା ପ୍ରିୟା ଏବେ ଇଣ୍ଟର୍ଣ୍ଣ ରୂପେ କାର୍ଯ୍ୟରତ ଅଛନ୍ତି ।

Read More

ବଲିଉଡ୍‌ ଅଭିନେତା ନଓ୍ବାଜଉଦ୍ଦିନ୍‌ ସିଦ୍ଧିକିଙ୍କ ଅପ୍‌କମିଙ୍ଗ ଫିଲ୍ମର ନଜର ଆସିବେ ଅଭିନେତ୍ରୀ ତମନ୍ନା ଭାଟିଆ । ପୂର୍ବରୁ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ମୌନୀ ରାୟଙ୍କୁ ସାଇନ୍‌ କରାଯାଇଥିଲେ ମଧ୍ୟ ନିର୍ମାତାଙ୍କ ସହ ମତଭେଦ ହେବାରୁ ମୌନୀ ଏହି ଫିଲ୍ମରୁ ଆଉଟ୍‌ ହୋଇଛନ୍ତି । ଏବେ ମୌନୀଙ୍କ ଜାଗା ନେଇଛନ୍ତି ବାହୁବଲୀ ଫେମ୍‌ ତମନ୍ନା । ନଓ୍ବାଜ ଓ ତମନ୍ନାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଫିଲ୍ମ ଜରିଆରେ ନଓ୍ବାଜଙ୍କ ଭାଇ ଶମାସ୍‌ ସିଦ୍ଧିକି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ଏହା ଶମାସ୍‌ଙ୍କ ପ୍ରଥମ ଫିଲ୍ମ ଅଟେ । ଦକ୍ଷିଣ ଭାରତୀୟ ଫିଲ୍ମରେ ବେଶ୍‌ ସକ୍ରିୟ ଥିବା ଏହି ଅଭିନେତ୍ରୀ ଜଣକ ପୂର୍ବରୁ କେତେଗୁଡ଼ିଏ ବଲିଉଡ୍‌ ଫିଲ୍ମ କରିଛନ୍ତି । ‘ଚାନ୍ଦ ସେ ରୋଶନ୍‌ ଚେହେରା’, ‘ହିମ୍ମତଓ୍ବାଲା’, ‘ହମ୍‌ସକଲ୍‌’, ‘ଏଣ୍ଟରଟେନ୍‌ମେଣ୍ଟ’, ‘ଟୁକ୍‌ଟୁକ୍‌ ଟୁକିୟା’ ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି ତମନ୍ନା । ନଓ୍ବାଜ୍‌ଙ୍କ ସହ ଅଭିନୟ କରିବାକୁ ନେଇ ବେଶ୍‌…

Read More

ସମୀକ୍ଷା ବ୍ୟୁରୋ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ନବୀନଙ୍କ ପଞ୍ଚମ ପାଳିର ଏହା ହେଉଛି ସରକାରଙ୍କ ପ୍ରଥମ ବଜେଟ୍‌। ଏଥର ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଯେଉଁ ସବୁ କ୍ଷେତ୍ର ଓ ଯୋଜନା ପାଇଁ ବ୍ୟୟ ଅଟକଳ ରଖାଯାଇଛି ସେଗୁଡିକ ହେଲା- ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩ଶହ ଦଶ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ୪ ହଜାର ୬୦୦ କୋଟି, ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୪୯୨ କୋଟି ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ସ୍ୱାସ୍ଥ୍ୟ ଓ ପରିବାର…

Read More

ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛତିଶଗଡ କଂଗ୍ରେସ ପକ୍ଷରୁ ଏହାର ପିସିସି ମୁଖ୍ୟଙ୍କୁ ବଦଳା ଯାଇଛି । ମୁଖ୍ୟମନ୍ତ୍ରୀ ତଥା ପିସିସି ଅଧ୍ୟକ୍ଷ ଭୂପେଶ ବାଘେଲ ପିସିସି ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ମୋହନ ମର୍କାମଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ବାଘେଲ ମୁଖ୍ୟମନ୍ତ୍ରୀ ହେବା ପରେ ନୂତନ ପିସିସି ମୁଖ୍ୟଙ୍କ ସନ୍ଧାନ ଜାରି ରହିଥିଲା । ଶୁକ୍ରବାର ଦିନ ଏଆଇସିସି ପକ୍ଷରୁ ଦୁଇ ଥର ବିଧାୟକ ମୋହନ ମର୍କାମଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବରୁ ମର୍କାମ ଏବଂ ଆଦିବାସୀ ନେତା ମନୋଜ ମଣ୍ଡାବୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ନିର୍ବାଚିତ ହେବାର ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ଅପରାହ୍ନରେ ମର୍କାମଙ୍କ ନାମ ଘୋଷଣା କରାଯାଇଥିଲା ।

Read More

ପୁଣି ଥରେ ବିଜେପି ଟାର୍ଗେଟରେ ଟିଏମ୍‌ସି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁଣି ଏକ ନିଷ୍ପତ୍ତିରେ ରାଜେନୖତିକ ଅସ୍ଥିରତା ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଅଲଗା ଡାଇନିଂ ବ୍ୟବସ୍ଥା କରାଯାଇଛି। ଯେଉଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୭୦ ପ୍ରତିଶତରୁ ଅଧିକ ମୁସଲମାନ ଛାତ୍ରୀଛାତ୍ର ରହିଛନ୍ତି ସେମାନଙ୍କ ପାଇଁ ଅଲଗା ଡାଇନିଂ ହଲ୍‌ର ବ୍ୟବସ୍ଥା କରାଯିବ। ଏହି ନିର୍ଦ୍ଦେଶକୁ ନେଇ ବିଜେପି ଟିଏମ୍‌ସିକୁ ଟାର୍ଗେଟ କରିବା ସହ ଧାର୍ମିକ ଆଧାରରେ ବଙ୍ଗଳାକୁ ଭାଗ କରିବାକୁ ମମତା ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି। ବିଦ୍ୟାଳୟରେ ଭେଦଭାବ ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି। ତେବେ ଏହି ମାମଲାକୁ ନେଇ ଅଧିକ ବିବାଦ ହେବାରୁ ମମତା ସ୍ପଷ୍ଟୀକରଣ ଦେଇଛନ୍ତି। ମମତା କହିଛନ୍ତି ଯେ, ଏଇ ସର୍କୁଲାର କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ହିସାବରେ ପାଳନ କରାଯାଉଛି। ସର୍କୁଲାରରେ କୁହାଯାଇଛି ଯେଉଁ ସ୍କୁଲରେ ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ…

Read More

କୋଲକାତାରେ ୩ଜି ସେବା ବନ୍ଦ କରିବାକୁ ଯାଉଛି ଭାରତୀ ଏୟାରଟେଲ। ଶୁକ୍ରବାର କମ୍ପାନୀ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଖୁବ୍‌ ଶୀଘ୍ର କୋଲକାତାରେ ଏହି ସେବା ବନ୍ଦ କରାଯିବ। ପୂର୍ବରୁ ୯୦୦ ମେଗାହର୍ଜର ବାରମ୍ବାରତାରେ କମ୍ପାନୀ ୩ଜି ସେବା ପ୍ରଦାନ କରୁଥିଲା। ମାତ୍ର ବର୍ତ୍ତମାନ କମ୍ପାନୀ ପକ୍ଷରୁ ସମାନ ବାରମ୍ବାରତାରେ ୪ଜି ସେବା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କମ୍ପାନୀ ୧୮୦୦ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜର ବାରମ୍ବାରତାରେ ମଧ୍ୟ ୪ଜି ସେବା ପ୍ରଦାନ କରୁଥିଲା। ଏହି ଧାରାରେ ନୂତନ ଭାବରେ ସାମିଲ କରାଯାଇଛି ୯୦୦ ମେଗାହର୍ଜ। ଏହା ସହିତ ୪ଜି ମୋବାଇଲ ନଥିବା ଗ୍ରାହକମାନେ ୩ଜି ସେବା ପରିବର୍ତ୍ତେ ୨ଜି ସେବାର ଫାଇଦା ହାସଲ କରିପାରିବେ ବୋଲି ଏୟାରଟେଲ ପକ୍ଷରୁ ପ୍ରକାଶ କରାଯାଇଛି। ୩ଜି ବ୍ୟବହାରକାରୀ ଗ୍ରାହକ ନିଜର ଫୋନ୍‌ ଅପଡେଟ୍‌ କରାଇ ନେବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି।

Read More

୨୦୨୦ର କୋପା ଆମେରିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ କଲମ୍ବିଆରେ ଅନୁଷ୍ଠିତ ହେବ। ବୋଗୋଟାରେ କଲମ୍ବିଆ ରାଷ୍ଟ୍ରପତି ଇଭାନ୍‌ ଡୁକ୍‌ ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି। ଆର୍ଜେଣ୍ଟିନା ଏବଂ କଲମ୍ବିଆ ମିଳିତ ଭାବରେ ୨୦୨୦ କୋପା ଆମେରିକା ଆୟୋଜନ କରୁଛନ୍ତି। ଆର୍ଜଣ୍ଟିନା ରାଷ୍ଟ୍ରପତି ମୌରିକୋ ମାକ୍ରିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଡୁକ୍‌। ଏହା ସହିତ ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭାଗ ନେଉଥିବା ବେଳେ ୨ଟି ରାଷ୍ଟ୍ର ଆମନ୍ତ୍ରଣ ଜରିଆରେ ଭାଗ ନେଇଥାନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ଏବଂ କାତାର ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ଅନ୍ୟାନ୍ୟ ମ୍ୟାଚ୍‌ ପାଇଁ ସ୍ଥାନ ଚୟନ ହୋଇନାହିଁ। ଆର୍ଜେଣ୍ଟିନା ଉଦ୍‌ଘାଟନୀ ମ୍ୟାଚ୍‌ ଏବଂ ସେମି ଫାଇନାଲ୍‌ ଆୟୋଜନ କରିବା ସମ୍ଭାବନା ଦେଖାଦେଇଛି।

Read More