Author: Samikhsya Bureau

ଭୁବନେଶ୍ବର: ଶେଷରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବେ। ଏ ନେଇ ବିଜେପି କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି କରାଯାଇଛି। ସେ ମଧ୍ୟାହ୍ନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେବେ। ବିଜେଡି ତାଙ୍କୁ ପୁଣି ଥରେ ଟିକେଟ ଦେବ ନାହିଁ ବୋଲି ଜାଣିବା ପରେ ଜଗଦ୍ଦେବ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ। ହେଲେ କୌଣସି କାରଣରୁ ତାହା ସମ୍ଭବ ହୋଇପାରି ନ ଥିଲା। ସେ ବିଜେପିରେ ମିଶିବା ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଇଏଏସ ସ୍ତରରେ ବୁଧବାର ଦିନ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ତିନିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲା। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେହି ଅନୁସାରେ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ମହାନଗର ନିଗମର କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Read More

ଭୁବନେଶ୍ବର: ବର୍ତ୍ତମାନ ଟିକେଟ ରାଜନୀତିରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ଏକ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏହି ନିର୍ବାଚନ ମଣ୍ଡଳିରୁ ଟାଣୁଆ ନେତା ସଂଜୟ ଦାସ ବର୍ମା ଛିଡା ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେଠାରୁ ବିଧାୟକ ଉମା ସାମନ୍ତରାୟ ହଟିବାକୁ ନାରାଜ। ସଂଜୟ ବିଭିନ୍ନ କର୍ମି ସମ୍ମିଳନୀରେ ସେ ଏଥର ସତ୍ୟବାଦୀରୁ ଲଢେଇ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଉମା। ତାହାକୁ ବିରୋଧ କରିବାକୁ ଯାଇ ଉମା ପୁଣି କର୍ମିି ସମ୍ମିଳନୀ କରି ନିଜେ ଛିଡା ହେଉଛନ୍ତି ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ତେବେ ଗତକାଲି ଉଭୟଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟସ୍ଥତାରେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଠା କରାଯାଇଥିଲା। ହେଲେ ସେଥିରେ ଉମା କୁଆଡେ ରାଜି ହେଲେ ନାହିଁ। ଫଳରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି। ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଯୋଗଦାନ ସର୍ବଦା ରହିଆସିଛି। କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ରାଜ୍ୟ ସରକାର କୃଷକମାନଙ୍କ ଆୟବୃଦ୍ଧି କରି ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରାଣୀ ସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀ ମାନଙ୍କର ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି। ପ୍ରାଣୀ ସମ୍ପଦର ସୁରକ୍ଷା…

Read More

ଭୁବନେଶ୍ବର: ପୁଣି ଥରେ ବିଜେପିକୁ ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି। ଏ ନେଇ ଜୟଦେବ ନିର୍ବାଚନ ମଣ୍ଡଳିରେ ଚାଲିଛି ଚର୍ଚ୍ଚା। ତେବେ ଏ ସଂପର୍କରେ କେହି କିଛି କହି ନ ଥିଲେ ମଧ୍ୟ ଏହି ଚର୍ଚ୍ଚା ନିର୍ବାଚନ ମଣ୍ଡଳି ପାରି ହୋଇ ଭୁବନେଶ୍ବରରେ ପହଞ୍ଚି ସାରିଲାଣି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ବବାଚୀ ସୃଷ୍ଟି ହେବାରେ ଲାଗିଛି। ଅରବିନ୍ଦ ଢାଲି କଣ ପାଇଁ ବିଜେପିକୁ ପୁଣି ଥରେ ଆସିବେ ସେ ନେଇ ଅନେକ କିଛି କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ବଡ କଥା ହେଲା ଯେ ଅରବିନ୍ଦ ଢାଲି ନିଶ୍ଚିତ ହୋଇ ସାରିଲେଣି ଯେ, ତାଙ୍କୁ ବିଜେଡି ଏଥର ଆଉ ଟିକେଟ ଦେବ ନାହିଁ। ମୁଖ୍ୟତଃ ବୟସ ଗୋଟିଏ ବଡ ବାଧକ ବୋଲି କୁହାଯାଉଛି। ଏଥିସହିତ ସେ ତାଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ସକ୍ରିୟ ନାହାଁନ୍ତି ବୋଲି ରହିଛି ଅଭିଯୋଗ। ଜୟଦେବ ନିର୍ବାଚନ ମଣ୍ଡଳିରେ କେତେକ ନେତାଙ୍କ…

Read More

ଭୁବନେଶ୍ବର: ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୁରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। 5T ସ୍କୁଲ ରୂପାନ୍ତରଣରେ ଆଜି ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ୍‌, ଇ- ଲାଇବ୍ରେରୀ, ମଡର୍ଣ୍ଣ…

Read More

ଭୁବନେଶ୍ୱର: ବାଇକ୍ ଟ୍ୟାକ୍ସି ଡ୍ରାଇଭର୍ସ ଆସୋସିଏସନ୍ ପକ୍ଷରୁ ମାଷ୍ଟର କ୍ୟାଂଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ସହର ଭିତରେ ଶାନ୍ତିପୂର୍ଣ୍ଣ ଭାବେ ବାଇକ୍ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ ସଂଘ ପକ୍ଷରୁ କରାଯାଇଥିଲା। ୨୦୨୩ର ଓଡ଼ିଶା ଏଗ୍ରିଗେଟର ଗାଇଡଲାଇନରେ ଦର୍ଶାଯାଇଥିବା ସରକାରଙ୍କ କଟକଣା ଯୋଗୁଁ ଯାତ୍ରୀ ପରିବହନ ପାଇଁ ହ୍ୱାଇଟ୍ ବୋର୍ଡ ଦୁଇ ଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ନିଷ୍ପତି କେନ୍ଦ୍ର ସରକାର ଏବଂ ଗୋଆ, ତେଲେଙ୍ଗାନା, ରାଜସ୍ଥାନ ଓ ଉତରପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ନୀତିର ବିପରୀତ ଅଟେ। ସେଠାରେ ଏଗ୍ରିଗ୍ରେଟରକୁ ଅନୁମତି ରହିଛି। ନିକଟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୪ ଜାନୁଆରି ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ଏକ ପରାମର୍ଶବଳୀ ଜାରି କରାଯାଇଥିଲା। ମୋଟର ଯାନ (ଏମଭି) ଆଇନ, ୧୯୮୮ର ଧାରା ୨(୭) ଅନୁଯାୟୀ ମୋଟରସାଇକେଲ୍ ଚୁକ୍ତିଭିତିକ ଗାଡ଼ିର ସଂଜ୍ଞା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ। ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ପ୍ରୟୋଗ ଫଳରେ ସହଜରେ ଓ ସଠିକ୍‌ ଭାବରେ କାର୍ଯ୍ୟ ପରିଚାଳିତ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ। ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଓକାକ୍‌ରୁ ଆସିଥିବା ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନମୋହନ ମହାପାତ୍ର, ଶ୍ରୀ ପ୍ରଭୁଦତ୍ତ ମହାପାତ୍ର ଓ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ…

Read More

ଭୁବନେଶ୍ବର: ଆଗାମୀ ଲୋକସେବା ଏବଂ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା (ଏନଫୋର୍ସମେଣ୍ଟ ଏଜେନ୍ସି) ମାନଙ୍କ ସହିତ ଏକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ନିର୍ବାଚନ ସମୟରେ ଯେପରି ମାଦକ ଦ୍ରବ୍ୟ ସେବନ, ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଜନିତ କୌଣସି ବିଶୃଙ୍ଖଳା ନ ହୁଏ, ଅପରାଧିକ କାର୍ଯ୍ୟକଳାପ ସୃଷ୍ଟି ନ ହୁଏ, ସେଥିପ୍ରତି ସମ୍ମିଳିତ ପ୍ରୟାସରେ ଆଇନ୍ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ପୁଲିସ୍ ବିଭାଗ, ଅବକାରୀବିଭାଗ, ଜଙ୍ଗଲବିଭାଗ, ବାଣିଜ୍ୟକର ବିଭାଗ ଆଦି ସମନ୍ୱୟରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ। ପୋଲିସ୍ ଦ୍ୱାରା ଆନ୍ତଃ ରାଜ୍ୟସୀମା ଏବଂ ପୋଲିସ୍ ଚେକ୍ ପୋଷ୍ଟଗୁଡିକରେ କଡ଼ା ନଜର ରଖାଯିବ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଓଡିଶା ସୀମାକୁ ଲାଗି ଥିବା ୧୧୮ଟି…

Read More

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ରାଜ୍ୟ ସରକାର ଇତି ମଧ୍ୟରେ ୧୫ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡାକୁ ଅଣଦେଖା କରି ଚାଲିଛନ୍ତି। ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟ ଗତ ୨୦୨୩ ଜାନୁୟାରୀରେ ମିନିସିପାଲଟି ବାହାରକୁ ସ୍ଥାନାନ୍ତରିତ ହେତୁ ପୌରବାସୀ ତଥା ପଡୋସୀ କେନ୍ଦ୍ରାପଡା ଓ ଡେରାବିଶର ପ୍ରାୟ ୧ଲକ୍ଷ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଥି ନିମନ୍ତେ ଦୀର୍ଘ ୫୪ ଦିନ ବ୍ୟାପି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣ ଧାରଣା ଦିଆଯାଇଥିଲା। ପୂର୍ବତନ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ବସ୍ତିରେ ବୁଲୁଛନ୍ତି ବିଶ୍ବର ଅନ୍ୟତମ ଧନି ତଥା ମାଇକ୍ରୋସପ୍ଟ କଂପାନୀର ସହ ପ୍ରତିଷ୍ଠାତା ବିଲ ଗେଟସ। ଲୁମ୍ବିନ ବିହାରସ୍ଥିତ ମା ମଙ୍ଗଳା ବସ୍ତିରେ ସେ ପରିଦର୍ଶନ କରୁଛନ୍ତି। ସାଥିରେ ଅଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସହିତ ବହୁ ଅଧିକାରୀ। ଏହାପରେ ସେ କୃଷି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ମଧ୍ୟାହ୍ନରେ ବିଲଗେଟସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।ଏହାମଧ୍ୟରେ ସେ ଓଡିଶାର ଚାଷୀ ଏବଂ କେତେକ କୃଷି ଉଦ୍ୟୋଗୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗତକାଲି ସଂଧ୍ୟାରେ ବିଲଗେଟସ ଭୁବନେଶ୍ବରରେ ପହଞ୍ଚିଥିଲେ।

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨, ୨୦୨୪ ପର‌୍ୟ୍ୟନ୍ତ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨୮ତାରିଖରେ ରାଷ୍ଟ୍ରପତି ରାଞ୍ଚିଠାରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ପାଇଁ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ ପ୍ରକଳ୍ପ ଓ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ। ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ। ସନ୍ଧ୍ୟାରେ…

Read More

ଭୁବନେଶ୍ବର: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି। ଏକଦା କୁଆଖାଇ ନଦୀରେ ନୌବାଣିଜ୍ୟ କାରବାର ହେଉଥିଲା, ଏଠାରେ ପୁଜା ପାଉଥିବା ଦେବୀ…

Read More

ଭୁବନେଶ୍ୱର: ରାଜ୍ୟରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪ ନିର୍ବାଚନର ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ ଖସଡା ସଂପର୍କରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ। ଆସନ୍ତା ୧ ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ। ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା ଏବଂ ୧୪୭ ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ୩ ତାରିଖ…

Read More

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାର ପୂର୍ବତନ ଧର୍ମଶାଳା ବିଧାୟକ ସ୍ୱର୍ଗତଃ କାଙ୍ଗାଳିଚରଣ ପଣ୍ଡାଙ୍କ ପୁତୁରା ତଥା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ପଣ୍ଡା ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଜେନାପୁର ପଂଚାୟତର କଂଗ୍ରେସ ନେତା ଦେବଦର୍ଶନ ଦାସ, ଗଡମଧୁପୁରର ପଂଚାୟତର ମନୋଜ କୁମାର ରାଉତ, ମହିସରା ପଂଚାୟତର ନୃସିଂହ ମଲ୍ଲିକ ଓ ଶୁକଦେବ ଦେହୁରୀ ପ୍ରମୁଖ ଆନୁଷ୍ଠିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଆଇନଜୀବୀ ମନୋଜ କୁମାର ହାତି, ଗୌର ରାଜପଲିଆ, ଫିରୋଜ ବଗର୍ତୀ, ସମାଜସେବୀ ଜଗନ୍ନାଥ ସାହୁ, ସୁଧୀର ଘଡେଇ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର…

Read More

ଭୁବନେଶ୍ବର: ଏଥର ନିର୍ବାଚନରେ ବିଜେଡି ବିଜେପି ଭିତରେ ମେଣ୍ଟ ହେବ। ଏହି ଚର୍ଚ୍ଚା ଦୀର୍ଘଦିନ ଧରି ଲାଗି ରହିଛି। ପୂର୍ବରୁ ସମସ୍ତ ବିଜେପି ନେତା ମେଣ୍ଟ କେବେ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଆଜି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସାମ୍ବାଦିକଙ୍କ ମେଣ୍ଟ ପ୍ରଶ୍ନର ଉତ୍ତରେ ତୋମାର କହିଛନ୍ତି ଯେ, ମେଣ୍ଟ ହେବା ନ ହେବା ନେଇ କେନ୍ଦ୍ର ନେତୃତ୍ୟ ବିଚାର କରିବେ। ହେଲେ ଓଡିଶାରେ ବିଜେପି ଏକାକୀ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। କାରଣ ପୂର୍ବରୁ ସେ ନିଜେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ହଠାତ ଆଜି ସେ ଏପରି କାହିଁକି କହିଲେ ବୋଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୋମାର ନିକଟରେ ଓଡିଶା ଗସ୍ତରେ ଆସି ସେ ସେତେବେଳେ ଦମ୍ଭର ସହିତ କହିଥିଲେ…

Read More

ଭୁବନେଶ୍ବର: ରାଜଧାନୀର ଅଗ୍ରଣୀ ଅନୁଷ୍ଠାନ ଏକ୍ସପ୍ରେଶନ ଆୟୋଜିତ ହୋଇଛି ରାଜ୍ୟସ୍ଥରୀୟ ନାଟ୍ୟ ମହୋତ୍ସବ। ଭଞ୍ଜ କଳା ମଣ୍ଡପରେ ପ୍ରଥମ ସନ୍ଧ୍ୟାରେ ଦେବାନନ୍ଦ ନାୟକ ସୋନିଙ୍କ ପରିକଳ୍ପନା ଓ ନିର୍ଦେଶନା, ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଙ୍କ ନାଟକ ଶୁକ ଶାରୀ କଥା ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଦିନରେ ଦୀପ୍ତି ରଞ୍ଜନ ଦାସ ଙ୍କ ନିର୍ଦ୍ଧେଶୀତ ନାଟକ ଅସ୍ତ ରାଗ ର ରଙ୍ଗ ମଞ୍ଚସ୍ଥ ହୋଇଥିଲା। ପ୍ରତିଭା ନାଟ୍ୟ ପରିଷଦ ଭୁବନେଶ୍ୱର ଦ୍ୱାରା ନାଟ୍ୟ ଉତ୍ସବ ରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଅଭିନେତା ନିର୍ଦେଶକ ଲାଲା ବିରେନ ରାୟ, ଅଭିନେତ୍ରୀ ନିର୍ଦ୍ଦେଶିକା ଓ ନାଟ୍ୟ ଗବେଷିକା ଡ଼ ନିବେଦିତା ଜେନା ଓ କଳା ଓ ସଂସ୍କୁତି ସାମ୍ବାଦିକ ପ୍ରଶାନ୍ତ ପାଇକରାୟ। ଶେଷରେ ନାଟକ ଅସ୍ତ ରାଗ ର ରଙ୍ଗ ପରିବେଷଣ ହୋଇଥିଲା,କୌଣସି ଏକ ଅଘଟଣ ପାଇଁ ନିଜ ଲୋକ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କୁ ଦାୟୀ କରେ, ସେତେବେଳେ ସେହି…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମା’ ମାନେ…

Read More

ଭୁବନେଶ୍ବର: ବର୍ତ୍ତମାନ କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ କିଏ ଆଗୁଆ ଲୋକସଭା ପ୍ରାର୍ଥି ଘୋଷଣା କରିବ ସେ ନେଇ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା। ଏହା ବିଶେଷ କରି ଜାତୀୟ ରାଜୈନିତକ ଦଳ ଭିତରେ ବେଶୀ ପରିଲକ୍ଷିତ ହୋଇଛି। ଓଡିଶା ଲୋକସଭା ପାଇଁ ଖୁବ ଶିଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିସାରିଛି। ଏହାପରେ ଅନ୍ୟତମ ଜାତୀୟ ଦଳ ବିଜେପି ମଧ୍ୟ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରୁଛି ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ବିଜେପି ଦେଶର ପ୍ରାୟ ଶହେଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। ସେହି ଅନୁସାରେ ବିଜେପି ଓଡିଶାର ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣାପଡିଛି। ତେବେ ଓଡିଶାର କେଉଁ ପାଞ୍ଚଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ରାଜ୍ୟନୈତିକ ଦଳ ଭିତରେ…

Read More

ଭୁବନେଶ୍ବର: ପଦ୍ମ ପୋଖରୀରେ ପଶିବେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଅର୍ଥାତ ସେ ବିଜେପିରେ ସାମିଲ ହୋଇ ଜଟଣୀ ପାଇଁ ବିଧାୟକ ପ୍ରାର୍ଥୀ ହେବେ। ଏ ନେଇ ବିଜେପି ତରଫରୁ ସବୁଜ ସଙ୍କେତ ମଧ୍ୟ ମିଳି ସାରିଛି। ସେଥିପାଇଁ ତାଙ୍କ ମିଶ୍ରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମନ୍ମଥ। ପୂର୍ବରୁ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ନିଜେ ସୁରେଶ ରାଉତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ମନ୍ତବ୍ୟ ନେଇ ମନ୍ମଥଙ୍କୁ କଂଗ୍ରେସ ନିଳମ୍ବନ କଲା। ପରବର୍ତ୍ତି ସମୟରେ ତାଙ୍କୁ ଜଟଣୀ ଟିକେଟ ନେବା ପାଇଁ କଂଗ୍ରେସ ତରଫରୁ ବୁଝାଯାଇଥିଲା। ହେଲେ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ। ଏହାପରେ ସେ ବିଜେପି ସହିତ ଯୋଗାଯୋଗ କରି ସେଥିରେ ସାମିଲ ହେବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ଯାହାକୁ ନେଇ ସୁରେଶ ରାଉତରାୟ…

Read More