ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ ଗରମ୍ ମାହୋଲ୍ରେ ବିପକ୍ଷ ଦଳଙ୍କ ନେତାଙ୍କ ଦେଖାସାକ୍ଷାତ୍କୁ ଦେଖିଲେ ଭାରତୀୟ ରାଜନୀତିରେ ସୁନ୍ଦରତାକୁ ଦର୍ଶାଇଥାଏ। କଂଗ୍ରେସ ସାଂସଦ ତଥା ତିରୁଅନନ୍ତପୁରମ୍ର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର୍ ସୋମବାର ଦିନ ମନ୍ଦିରରେ ତୁଳାଭରମ୍ ପୂଜା କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଏପରିକି ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ୍ ପଡିଛି। ଆଜି ଅର୍ଥାତ୍ ଏପ୍ରିଲ୍ ୧୬ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରାମଣ ଆଜି ତାଙ୍କୁ ଦେଖିବାକୁ ହସ୍ପିଟାଲ୍ରେ ପହଞ୍ଚିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ଭଲ ମନ୍ଦ ବୁଝିଥିଲେ। ତେବେ ଏହାକୁ ନେଇ ଶଶି ଥରୁର୍ ଏକ ଟୁଇଟ କରିଛନ୍ତି। ତାଙ୍କ ସହ ସୀତାରମଣଙ୍କ…
Author: Samikhsya Bureau
ସାଗରିକା ନାରୀ ଜୀବନର ପ୍ରତିଟି ପାହାଚରେ ନିଜକୁ ପ୍ରମାଣିତ କରି ଆସିଛି। ହାଣ୍ଡିଶାଳରୁ ଆରମ୍ଭ କରି ରାଜନୀତିର ପଶାପାଲିରେ ବାଜିମାତ୍ କରିଛି। ସାଧାରଣ ରୋଷେଇ ଘରରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରାଉଛି। ଠିକ୍ ସେହିପରି ଆଜିର ନିର୍ବାଚନରେ ମହିଳା ଭୋଟର୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାବେଳେ ସମ୍ପ୍ରତି ରାଜନୈତିକ କ୍ଷମତା କିନ୍ତୁ ପୁରୁଷଙ୍କ କବ୍ଜାରେ ରହିଛି। ଦକ୍ଷିଣ ଭାରତ ଏବଂ ଉତ୍ତର ପୂର୍ବରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକା ଭୋଟ ଦେଇ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀବନର ପ୍ରତିଟି ପାହାଚରେ ଭାରତୀୟ ମହିଳାମାନେ ଉଚ୍ଚ ପଦବୀରେ ଆସୀନ ହୋଇଛନ୍ତି। ସ୍ଵତନ୍ତ୍ର ଲକ୍ଷ୍ୟ ସାଧନ ଅନୁସାରେ ଉତ୍ତରପ୍ରଦେଶରେ ୧୯୬୩ରୁ ୧୯୬୭ ଯାଏଁ ସୁଚେତା କୃପାଳିନୀଙ୍କ ଠାରୁ ନେଇ ୨୦୧୪ରେ ଗୁଜୁରାଟର ଆନନ୍ଦି ବେନ ପଟେଲ ଓ ଆଜିର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ଭାରତ ବର୍ଷରେ ୧୫ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ସୁଷମା ସ୍ଵରାଜ ଏବଂ ନିର୍ମଳା…
ଜିତେନ୍ଦ୍ର ରଥ ଏପ୍ରିଲ ତେର ତାରିଖରେ କଟକର ଚୌଦ୍ବାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡିଶାରେ କ୍ଷମତାକୁ ଆସିଲେ ରାଜ୍ୟ ବାସୀଙ୍କୁ ଏକ ଟଙ୍କାରେ ପାଞ୍ଚ କିଲୋ ଚାଉଳ ସହ ଅଧ କିଲୋ ଡାଲି ଓ ପ୍ରାୟ ସମାନ ପରିମାଣର ଲୁଣ ଯୋଗାଇଦେବ ବୋଲି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ – ୨୦୧୩ ଅନ୍ତର୍ଗତ ପ୍ରାୟ ୩.୨୬ କୋଟି ଲୋକ ଏହି ସୁବିଧା ପାଇବେ ବୋଲି ଏହି ସଭାରେ ଘୋଷଣା କରାଯାଇଛି। ପରବର୍ତୀ ସମୟରେ, ଏହି ବିଷୟଟି କିପରି ଭାବେ, ଓଡିଶା ଭଳି ଏକ ରାଜ୍ୟରେ ଅପପୁଷ୍ଟି ଦୂର କରିବାରେ ସହାୟକ ହେବ ତାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶ୍ରୀଯୁକ୍ତ ପ୍ରଧାନ ଓ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି। ପ୍ରାଥମିକ ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନୂଆ ସାମଗ୍ରୀ ଯୋଗ କରିବା ଓ ଏହାକୁ ଅପପୁଷ୍ଟି…
ଏସିଆନ୍ ବକ୍ସିଂ ଚାମ୍ପିୟନ୍ସିପ୍ ୨୦୧୯ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଏପ୍ରିଲ୍ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦଳ ଏହି ଟୁର୍ଣ୍ଣାମେଣ୍ଟ ନେଇ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ପ୍ରସ୍ତୁତି ଚଳାଇଥିବା ବେଳେ ଦଳରେ ଭେଟେରାନ୍ଙ୍କ ସହିତ ଅନେକ ଯୁବ ପ୍ରତିଭାଙ୍କୁ ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରୁ ଦଳ ୪ ପଦକ ଆଶା ରଖିଥିବା ବେଳେ ଭେଟରାନ୍ ସରିତା ଦେବୀ(୩୭)ଙ୍କ ଠାରୁ ଦଳ ପଦକ ଆଶା ରଖିଛି। ନୂତନ ଭାବରେ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଥିବା ମହମ୍ମଦ ଅଲୀ କମର କହିଛନ୍ତି, ସରିତା ଏବଂ ମେରୀକମ୍ଙ୍କ ପରି ବରିଷ୍ଠ ଖେଳାଳିଙ୍କ ସହ ଅଭ୍ୟାସ କରିବା ଦ୍ବାରା ଯୁବ ଖେଳାଳିଙ୍କ ପାଇଁ ଲାଭଦାୟକ। ଭାରତୀୟ ଦଳ : ୪୮ କିଗ୍ରା : ନୀତୁ, ୫୧ କିଗ୍ରା : ନିଖତ୍ ଜରିନ୍, ୫୪ କିଗ୍ରା : ମନୀଷା, ୫୭ କିଗ୍ରା…
ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ ଆଜମ ଖାନ ଓ ମାନେକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମାନେକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି। ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଆଜମ ଖାନ୍ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ମାନେକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ନିର୍ବାଚନୀ ସମୟରେ ଆଚାର ସଂହିତା ଲାଗୁ ହୋଇଥିବାବେଳେ ନିର୍ବାଚନୀ ସଂସ୍କାର ପାଇଁ ନିର୍ବାଚନ ଆୟୋଗ ବେଶ୍ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଏହି ଘଟଣାରେ ସୁପ୍ରିମ୍କୋର୍ଟ ତରଫରୁ…
ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ। ଏହି ସମୟରେ ମୋବାଇଲ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ପରିଚୟ ଜଣାପଡ଼ି ନାହିଁ।
ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଥମେ ସମ୍ବଲପୁରୀ ଭାଷାରେ ସଭାକୁ ସମ୍ବୋଧନ କରି ଓଡ଼ିଶା ଆସିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ବୋଲି କହିଛନ୍ତି। ସେହିପରି ଦିଲ୍ଲୀରେ ପୁଣିଥରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ହେବା ନେଇ ବେଶ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକ ଗରିବ ରହିଛନ୍ତି। ଏଠାରେ ବିଦ୍ୱେଷ, ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳ ସଂପଦ ରହିଛି। ଏମ୍ଏସପି ବଢ଼ାଯାଇଛି। ରାଜ୍ୟ ସେହି ଲାଭ ଚାଷୀଙ୍କୁ ଦେଉନାହିଁ। ଏଠାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ।…
୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିକୁ ନେଇ ସୁପ୍ରିମ୍କୋର୍ଟ ଓଡିଶା, କର୍ଣ୍ଣାଟକ ଏବଂ ଝାଡଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଖଣି ଆବଣ୍ଟନ ନେଇ ହୋଇଥିବା ଦୁର୍ନୀତିର ବିଚାର ପାଇଁ ଏହି ନୋଟିସ୍ ଜାରି କରାଯାଇଥିବା ଜଣାପଡିଛି। ଏହା ସହିତ ,ଏହି ମାମଲାରେ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ବରିଷ୍ଠ ଓକିଲ ପିଏସ୍ ନରସିହ୍ମା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବା ନେଇ ଆଦେଶ ଦେଇଛନ୍ତି।
ଇକ୍ବେଡରର ସରକାରୀ ଓ୍ବେବ୍ସାଇଟ୍ ଗୁଡିକ ଉପରେ ୪ କୋଟିରୁ ଅଧିକ ଥର ଆକ୍ରମଣ ହୋଇଥିବା ନେଇ ଇକ୍ବେଡର ରାଷ୍ଟ୍ରପତି ଲେନିନ୍ ମରେନୋ ସୂଚନା ଦେଇଛନ୍ତି। ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜଙ୍କ ଗିରଫଦାରୀ ପରେ ଏହି ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଇକ୍ବେଡର ପକ୍ଷରୁ ୨୦୧୭ରେ ଆସାଞ୍ଜଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଥିବା ବେଳେ ମରେନୋଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ଋଦ୍ଦ କରାଯିବା ସହିତ ରାଜନୈତିକ ସୁରକ୍ଷାକୁ ହଟା ଯାଇଥିଲା। ଏହି ଗିରଫଦାରୀ ପରେ ବିଭିନ୍ନ ହ୍ୟାକର ମାନେ ୪ କୋଟି ଥର ଇକ୍ବେଡରର ସରକାରୀ ଓ୍ବେବ୍ସାଇଟ୍କୁ ହ୍ୟାକ୍ କରିଛନ୍ତି। ଇକ୍ବେଡରର ସୂଚନା ଏବଂ ପ୍ରସାରଣ ବିଭାଗର ମନ୍ତ୍ରୀ ପାର୍ଟିସିଓ ରିଏଲ ସୂଚନା ଦେଇ କହିଛନ୍ତି କି, ଏହି ସମସ୍ତ ହ୍ୟାକିଂ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍, ହଲାଣ୍ଡ, ଜର୍ମାନୀ, ରୋମାନିଆ, ଫ୍ରାନ୍ସ ଏବଂ ଅଷ୍ଟ୍ରିଆରୁ ହେଉଛି। ଏହି ହ୍ୟାକିଂ ଦ୍ବାରା କୌଣସି ସୂଚନା ଏବଂ ତଥ୍ୟ ଚୋରି ହୋଇ ନାହିଁ ବୋଲି…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍, ଜମି ଏବଂ ବିଭିନ୍ନ ସ୍ଥାନରେ ରହିଥିବା ଘର ଜବତ କରାଯାଇଛି। ଇଡି ପକ୍ଷରୁ ଜବତ କରାଯାଇଥିବା ଜମି ଏବଂ ଘର ଗୁଡିକ ଦିଲ୍ଲୀ, ପଞ୍ଚକୁଲ୍ଲା ଏବଂ ଶୀର୍ଷାରେ ରହିଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ହେରଫେର ମାମଲା ନେଇ ଚୌତାଲାଙ୍କ ବିପକ୍ଷରେ ଇଡି ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ସିବିଆଇ ପକ୍ଷରୁ ମଧ୍ୟ ଚୌତାଲାଙ୍କ ନାମରେ ଏକ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ପତ୍ରରେ ଓମ୍ ପ୍ରକାଶଙ୍କ ବ୍ୟତିତ ଅଜୟ ଚୌତାଲା ଏବଂ ଅଭୟ ଚୌତାଲାଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ, ୧୯୯୩ରୁ ୨୦୦୬ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଚୌତାଲାଙ୍କ ବିପକ୍ଷରେ ୬ କୋଟି ୯୭…
ଫ୍ରାନ୍ସର ପ୍ୟାରିସ୍ରେ ଅବସ୍ଥିତ ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ରା-ଡାମ୍ କ୍ୟାଥେଡ୍ରଲରେ ସୋମବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୮୦୦ ବର୍ଷ ପୁରୁଣା ଏହି ବିଶ୍ଵ ଐତିହ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଚର୍ଚ୍ଚଟି ଖ୍ରୀଷ୍ଟିଆନମାନଙ୍କ ବିଶ୍ଵାସର ଗୁରୁତ୍ଵପୂର୍ଣ୍ଣ ପ୍ରତୀକ ଥିଲା। ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ବିଶ୍ଵର ଅନେକ ରାଷ୍ଟ୍ର ଗଭୀର ଦୁଃଖପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି, ଫ୍ରାନ୍ସ ଅସ୍ତିତ୍ବର ଏକ ଅଂଶ ଜଳିଯାଉଥିବା ଦେଖି ବହୁତ କଷ୍ଟ ହେଉଛି। ଏହି ଚର୍ଚ୍ଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା। କ୍ଷଣକ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଚର୍ଚ୍ଚକୁ ବ୍ୟାପିଯାଇଥିଲା। ନିଆଁର ଉତ୍ତାପରେ ଚର୍ଚ୍ଚର ଛାତ ଭାଙ୍ଗିଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଗିରିଜାଘରର ଶିଖର ତଳକୁ ଖସିପଡ଼ିଥିଲା। ଚର୍ଚ୍ଚ ଜଳୁଥିବା ଦେଖି ଲୋକେ ଅସହାୟ ହୋଇପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ…
ନ୍ୟାସଲାସିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ପ୍ରମୁଖ ଶରଦ ପଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଚାଷୀଙ୍କ ସମସ୍ୟାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି ବୋଲି ପଓ୍ବାର ଅଭିଯୋଗ କରିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉଭୟ ନେତା କେବଳ ଗାନ୍ଧୀ- ନେହେରୁ ପରିବାରର ସମାଲୋଚନାକୁ ନିର୍ବାଚନ ପ୍ରଚାରର ପ୍ରମୁଖ ଇସ୍ତାହାର ଭାବରେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ପଓ୍ବାର। ସେହିପରି ପଓ୍ବାର କହିଥିଲେ ଯଦି ମହାମେଣ୍ଟ କ୍ଷମତାକୁ ଆସେ ତେବେ ବିନା କୌଣସି ସର୍ତ୍ତରେ ଚାଷୀଙ୍କ ସମସ୍ତ ଋଣ ଛାଡ କରାଯିବ। ପଓ୍ବାର କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର 8 ଦିନ ମଧ୍ୟରେ ଚାଷୀଙ୍କର 70 ହଜାର କୋଟିର ଋଣ ଛାଡ କରିଥିଲେ ମାତ୍ର ଏନ୍ଡିଏ ସରକାର ଅମଳରେ ମାତ୍ର ୩୪ ହଜାର କୋଟିର ଋଣ ଛାଡ କରାଯାଇଥିଲା। ଏହା ଦ୍ବାରା ମାତ୍ର ୧୦ ରୁ…
କେଦାର ମିଶ୍ର କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ…
ରାଜଧାନୀର ଏକ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। କମିଶନରେଟ ପୁଲିସ ଏହି କାରଖାନାକୁ ଠାବ କରିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ଜଣେ କର୍ମଚାରୀ ଉକ୍ତ କ୍ବାର୍ଟର୍ସରେ ରହୁଥିଲେ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। କ୍ବାର୍ଟର୍ସରୁ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବନ୍ଧୁକ ତିଆରି ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ, ବିପୁଳ ପରିମାଣରେ ବାରୁଦ ଓ ଗୁଳି ପୁଲିସ ଜବତ କରିଛି।
ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ ବୋଲି ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ ତଦନ୍ତ ସହାୟତା ପାଇଁ ପହଂଚିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ଡଜିପି କହିଛନ୍ତି। ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତ୍ରରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ବିଜେପି ଏହି ଘଟଣାରେ ବିଜେଡ଼ିକୁ ଦାୟୀ କରିଥିଲା। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଇସିଙ୍କୁ ନିବେଦନ କରିଥିଲେ।
ଆଇସିସି କ୍ରିକେଟ ବିଶ୍ୱକପ୍ ପାଇଁ ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମା ଉପ-ଅଧିନାୟକ ରୂପେ ନିଜର ସ୍ଥାନ ସଂରକ୍ଷିତ କରିଥିବାବେଳେ, ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଚୟନକମିଟି ୱିକେଟକିପର-ବ୍ୟାଟ୍ସମ୍ୟାନ ରୂପେ ମନୋନୀତ କରିଛନ୍ତି। ରୋହିତ ଏବଂ ଶିଖରଙ୍କ ଯୋଡି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବା ସମ୍ଭାବନା ଥିବାବେଳେ, ଚତୁର୍ଥ ସ୍ଥାନରେ କେଉଁ ଖେଳାଳି ଖେଳିବ ତାକୁ ନେଇ ଦଳ ଚିନ୍ତାରେ ରହିଛି। ଭଲ ଫର୍ମରେ ଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଚତୁର୍ଥ ସ୍ଥାନରେ ବିଫଳ ହେଉଥିବାବେଳେ, ତାଙ୍କୁ ଦଳ କେଉଁ ସ୍ଥାନରେ ଖେଳାଇବ ତାକୁ ନେଇ ଖେଳପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି। ୨୦୧୯ ବିଶ୍ଵକପ ଖେଳାଳି ତାଲିକାରେ ଚାରିଜଣ ସ୍ପେଶାଲ ବ୍ୟାଟ୍ସମ୍ୟାନ, ଦୁଇଜଣ ୱିକେଟକିପର-ବ୍ୟାଟ୍ସମ୍ୟାନ, ଚାରିଜଣ ଅଲରାଉଣ୍ଡର, ଦୁଇଜଣ ସ୍ପିନର ଏବଂ ତିନିଜଣ ଦ୍ରୁତବୋଲର ସ୍ଥାନ ପାଇଛନ୍ତି। ଭାରତୀୟ କ୍ରିକେଟ ବିଶ୍ଵକପ ଖେଳାଳୀଙ୍କ ନାମ- ୧-ବିରାଟ କୋହଲି (ଅଧିନାୟକ) ୨-ରୋହିତ ଶର୍ମା (ଉପଅଧିନାୟକ)…
ଭାରତର ପାଣିପାଗ ବିଭାଗ ମୌସୁମୀକୁ ନେଇ ନିଜର ଅଭିମତ ରଖିଛି। ଚଳିତ ଥର ମୌସୁମୀ ସ୍ବାଭାବିକ ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ପାଣିପାଗ ଏଜେନ୍ସି ସମେତ ଭାରତର ସ୍କାଇମେଟ୍ ମଧ୍ୟ ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଭାରତୀୟ ପାଣିପାଗ ବିଭାଗ ମୁତାବକ ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ। ମୌସୁମୀ ଉପରେ ଏଲନିନୋର ପ୍ରଭାବ ପଡ଼ିବ ନାହିଁ। ପାଣିପାଗ ବିଭାଗ ଅନୁମାନ ମୁତାବକ, ମୌସୁମୀ ସମୟରେ ଦେଶରେ ଲମ୍ବା ଅବଧିର ହାରାହାରି ୯୬ ପ୍ରତିଶତ ବର୍ଷା ହେବ। ତେବେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୪% କମ୍ ବର୍ଷା ହେବା ନେଇ ସୂଚନା ରହିଛି। ଦେଶରେ ୭୦ ଭାଗ ଜଳସେଚନ ବର୍ଷା ଉପରେ ହିଁ ନିର୍ଭରଶୀଳ।
୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୧ତମ ସୂଚୀ ଜାରି କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି କିଶନଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ରବି କିଶନଙ୍କୁ ଜୌନ୍ପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ନିକଟରେ ବିଜେପିରେ ଯୋଗଦେଇଥିବା ପ୍ରବୀଣ ନିଷାଦଙ୍କୁ ସନ୍ତକବିର ନଗରରୁ ପ୍ରାର୍ଥୀ କରାଯାଇଛି। ବିଧାୟକଙ୍କୁ ଚପଲରେ ପିଟିବା ମାମଲାରେ ବିବାଦକୁ ଆସିଥିବା ସନ୍ତକବିର ନଗର ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ୍ କାଟି ଦିଆଯାଇଛି। ସେହିପରି ଭଦୋହିର ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହଙ୍କ ସ୍ଥାନରେ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରତାପଗଡ଼ରୁ ସଂଗମ ଲାଲ ଗୁପ୍ତା, ଅମ୍ବେଦନଗର ଲୋକସଭା ଆସନରୁ ମୁକୁଲ ଭାରତୀ ଓ ଦେଓରିଆ ଲୋକସଭା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁରରୁ କେପି ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସବୁ ଲୋକସଭା ଆସନରେ ଷଷ୍ଠ…
ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ଅଧ୍ୟକ୍ଷା ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟା (୨ ଦିନ)ର ପ୍ରତିବନ୍ଧକ ଲଗାଇଛି। ମଙ୍ଗଳବାର ସକାଳ ୬ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ। ଯୋଗୀ ଏବଂ ମାୟାବତୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ରହିଥିଲା। ଉଭୟ ଉତ୍ତେଜକ ଭାଷଣ ଦେଇଥିବାର ଅଭିଯୋଗ ମଧ୍ୟ ରହିଥିଲା। ସୂଚନାଯୋଗ୍ୟ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏଥିରେ ନେତାମାନେ ଜାତି, ଧର୍ମ ଆଧାରରେ ଘୃଣା ପ୍ରସାରଣ କରୁଥିବାର ଟିପ୍ପଣୀମାନ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଏଭଳି ଘୃଣ୍ୟ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ତଥା ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ…
କଂଗ୍ରେସ ସାଂସଦ ଶଶି ଥରୁର ଏକ ମନ୍ଦିରରେ ପୂଜା ସମୟରେ ତଳେ ପଡିଯାଇଛନ୍ତି। ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଛି। ମନ୍ଦିରରେ ତୁଳାଭରମ ପୂଜା କରୁଥିବା ସମୟରେ ସେ ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ତିରୁଅନନ୍ତପୁରମର ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କ ମଥାରେ ଗଭୀର ଆଘାତ ଲାଗିଥିବାରୁ ୧୦ଟି ଷ୍ଟିଜ୍ ପଡ଼ିଥିବାର ସୂଚନା ମିଳିଛି। ତେବେ ଥରୁର୍ଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଥରୁର ଏଥର କଂଗ୍ରେସ ପକ୍ଷରୁ ତିରୁଅନନ୍ତପୁରମରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରୁ ତାଙ୍କ ସହ ମୁକାବିଲା କରିବେ ବିଜେପି ନେତା କୁମ୍ମାନେମ ରାଜଶେଖରନ ଏବଂ ସିପିଆଇ ବିଧାୟକ ସି ଦିବାକରନ।
ଭାରତ ଆଜି ୧୦୦୦ରୁ ୧୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ସ୍ୱଦେଶୀ ସବ ସୋନିକ କ୍ରୂଜ ମିଶାଇଲ ନିର୍ଭୟର ସପଳ ପରୀକ୍ଷଣ କରିଛି। ଓଡ଼ିଶାର ଉପକୂଳରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଏହି ମିଶାଇଲର ବହୁ ଥର ପରୀକ୍ଷଣ କରାଯାଇଥିଲା। ନିର୍ଭୟ ମିଶାଇଲ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡକୁ ବହନ ପାରିବାର କ୍ଷମତା ରଖିଛି। ଏହାକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ(ଡିଆର୍ଡିଓ)ରେ ବିକଶିତ କରାଯାଇଛି। ଆଜି ଏହାର ସପଳ ପରୀକ୍ଷଣ ପରେ ଏହାକୁ ଖୁବ୍ ଶିଘ୍ର ସେନାରେ ସାମିଲ କରାଯିବ।

