ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଇ-ମହମ୍ମଦର (ଜେଇଏମ୍) ମୁଖ୍ୟ ମାସୁଦ୍ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ଚାଲିଥିବା ଉଦ୍ୟମ ଫସର ଫାଟିଛି। ଏଥିଯୋଗୁ ଭାରତକୁ ଶକ୍ତ ଝଟକା ଲାଗିଛି। ଫେବୃୟାରୀ ୧୪ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୪୯ ଯବାନ ଶହୀଦ ହୋଇଥିବା ଏହି ଆକ୍ରମଣ ପାଇଁ ଜେଇଏମ୍ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଆଝାରଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଭାରତ ପୁଣିଥରେ କୂଟନୈତିକ ଉଦ୍ୟମ କରିଥିଲା, ଯାହାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସହାୟତା ମିଳିଥିଲା। ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ପୂର୍ବରୁ ୩ ଥର ଉଦ୍ୟମ ହୋଇଥିବାବେଳେ ଚାଇନା ଯୋଗୁ…
Author: Samikhsya Bureau
ବଲିଉଡ୍ ମିଷ୍ଟର ଫରଫେକନିଷ୍ଟ୍ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍ ହୁସୈନଙ୍କ ଫିଲ୍ମ ‘ୟାଦୋଁ କି ବାରାତ୍’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ୧୯୮୮ରେ ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ ଫିଲ୍ମରେ ବଲିଉଡ୍ରେ ହିରୋ ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଜୁହୀ ଚାଓ୍ବାଲା। ୧୯୮୯ ମସିହାରେ ‘ରାଖ୍’ ଫିଲ୍ମରେ ନିଜର ବଳିଷ୍ଠ ଅଭିନୟ ପଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ୧୯୯୦ ମସିହାରେ ବହୁ ସଫଳ ବ୍ୟବସାୟ କରିଥିବା ଫିଲ୍ମରେ ଅଭିନୟ କରିଥିଲେ। ‘ଦିଲ୍’, ‘ରାଜା ହିନ୍ଦୁସ୍ତାନୀ’, ‘ସର୍ଫରୋଶ୍’ ପରି ବହୁ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୯ ମସିହାରେ ନିଜ ପ୍ରଡକ୍ସନ ହାଉସ୍ ଦ୍ବାରା ‘ଲଗାନ୍’ ଫିଲ୍ମ ପ୍ରସ୍ତୁତ କରିଥିଲେ, ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। ଏହି…
କେଦାର ମିଶ୍ର ଗତ କାଲିର ଖବର- ମୁଁ ଲୁଣ ପାଣିରେ ବି ପଦ୍ମ ଫୁଟେଇ ପାରିବି। ଅର୍ଥାତ ମୁଁ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ। ଆଜି ସକାଳର ଖବର- ପୁଅ ଝିଅଙ୍କୁ ବିଜେଡି ଟିକଟ ମିଳିଲେ ମୁଁ ଚୁପ ବସିବି। ଅବଶ୍ୟ ମୁଁ ଏଥିଲାଗି କାହାକୁ କିଛି କହିବି ନାହିଁ। ଆଜି ସନ୍ଧ୍ୟାର ଖବର- ମୋତେ ପିସିସି ସଭାପତି ବାରମ୍ବାର ଫୋନ କରି କଂଗ୍ରେସରେ ଯୋଗଦେବାକୁ କହୁଛନ୍ତି। ୟେ ହେଉଛି ରାଜ୍ୟର ଜଣେ ବରିଷ୍ଠ ନେତାଙ୍କ ରାଜନୈତିକ ମାଙ୍କଡ ଡିଆଁ। ଚବିଶ ଘଣ୍ଟା ଭିତରେ ରାଜ୍ୟର ତିନୋଟି ଯାକ ଦଳ ସହିତ ମୂଲଚାଲ କରି, ନିଜକୁ ନିର୍ମଳ ଭାବମୂର୍ତ୍ତିର ନେତା ବୋଲି କହିବାକୁ ଏ ନେତା ବେଶ ବାକ୍ୟବୀର। ବଢିଆ କଥା କହିପାରନ୍ତି ବୋଲି ୟାଙ୍କ ପଛରେ ଆମର ଟିଭି କ୍ୟାମେରା ଅନବରତ ଘୂରୁଥାଏ। ହେଲେ ଏ ମହାଶୟ ସତରେ ଜଣେ ରାଜନେତା ନା କ୍ଷମତା ବେପାରୀ, ସେ ପ୍ରଶ୍ନ ତାଙ୍କୁ ପଚାରିବ…
କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଶୃଙ୍ଖଳାକୁ ହାତ ଛଡା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୨୭୨ ରନ୍ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ତରଫରୁ ଉସ୍ମାନ ଖ୍ବାଜା ୧୦୦ ଓ ପିଟର ହାଣ୍ଡସ୍କମ୍ବ ୫୨ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ। ଭାରତ ୨୭୩ ରନର ଲକ୍ଷ୍ୟକୁ ପୂରଣ କରିବାପାଇଁ ପଡିଆକୁ ଓହ୍ଲାଇଥିଲା। କିନ୍ତୁ ପ୍ରାରମ୍ଭିକ ଯୋଡି ଦଳୀୟ ଖାତାରେ ୧୫ରନ ଯୋଗକରି ପ୍ରଥମ ୱିକେଟ ଶିଖର ଧବନଙ୍କ ରୂପରେ ହରାଇଥିଲା। ଶିଖର କେବଳ ୧୫ବଲରେ ୨ଟି ଚୌକା ସହ ୧୨ରନ କରି ବିଶ୍ରାମ କକ୍ଷକୁ…
ସମୀକ୍ଷା ବ୍ୟୁରୋ ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ ଭୁବନେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ବିଜେଡିରୁ ବହିସ୍କୃତ ହେବା ପରେ ଦାମ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ପ୍ରଚାର ହେଲା। ଏହାପରେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏହା ସତ ଯେ, ଦାମ ବିଜେପିରେ ମିଶିବା ପାଇଁ ନୂଆ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ ବିଜେପି ସହିତ ଦାମ କଣ ଡିଲ କରିବାକୁ ଚାହୁଁଥିଲେ କେଜାଣି ତାଙ୍କର ବିଜେପି ଯିବାର ସ୍ବପ୍ନ ସାକାର ହେଲା ନାହିଁ। ସବୁଆଡୁ ବିଫଳ ହେବା ପରେ ଶେଷରେ ଦାମ ଆଉ ଏକ ଗୋଟି ଚଳାନା କରିଛନ୍ତି। ତାହା ହେଉଛି ବିଜେଡି। ବର୍ତ୍ତମାନ ଦାମ ନିଜ ପାଇଁ ନ…
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍ ଘୋଷଣା କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଥିଲେ। ତେବେ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ। ଏଠାରେ କୌଣସି ବୁଥ୍ ସମ୍ବଦେନଶୀଳ ନୁହେଁ, ଏଠାରେ ସେପରି କୌଣସି ପରିସ୍ଥିତି ନ ଥାଇ ମଧ୍ୟ ବିଜେପି ଏପରି ଅଭିଯୋଗ କରିଛି। ବିଜେପି ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଦେଖୁଛି, କିନ୍ତୁ ବାସ୍ତବରେ ପଶ୍ଚିମବଙ୍ଗ ବହୁତ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ମମତା କହିଛନ୍ତି।
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛନ୍ତି। ଏହି ସମୟରେ ବିଜେପି ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ରାଜ୍ୟକୁ ଅତିସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛନ୍ତି। ଏହା ସହିତ ଅହମ୍ମଦାବାଦ ଗସ୍ତ ସମୟରେ ପିଏମ ମୋଦୀଙ୍କ ବିଷୟରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀକୁ ନେଇ ଅଭିଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସହିତ ବିଜେପିର ଅନେକ ବଡ଼ ନେତା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଯାଇ ଆୟୋଗଙ୍କଠାରେ ଅଭିଯୋଗ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ଥିବା ହିଂସା କାରଣରୁ ବହୁତ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପୂରା ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛି। ସମସ୍ତ ବୁଥରେ କେନ୍ଦ୍ରୀୟ ପୋଲିସ ବଳଙ୍କୁ ମୁତୟନ କରିବାକୁ ଦାବି…
ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍ଭାରଇଜାରୀରେ ପ୍ରାର୍ଥୀଙ୍କୁ କିଛି ଗାଇଡ୍ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ ରାଲିରେ ରାସ୍ତା ଅବରୋଧ ନ କରିବା, ଶୋଭାଯାତ୍ରା ପାଇଁ ଆଗୁଆ ଅନୁମତି ନେବା, ଶୋଭାଯାତ୍ରାରେ ୧୦ରୁ ଅଧିକ ତିନି କିମ୍ବା ଚାରି ଚକିଆ ଯାନ ଏକାଠି ଯାଇପାରିବନି। ୧୦ରୁ ଅଧିକ ଗାଡ଼ି ଏକାଠି ହେଲେ ଶହେ ମିଟର ବ୍ୟବଧାନ ରଖିବା ପ୍ରତି ଧ୍ୟାନ ଦେବା ସହିତ ଗାଡ଼ିରେ ଲଗାଯାଇଥିବା ଦଳୀୟ ପତାକା ୧ଫୁଟ ମଧ୍ୟରେ ରହିବା ଆବଶ୍ୟକତା ରହିଛି । ତେବେ ରାଲିରେ କେତେ ଲୋକ,କେତେ ଗାଡ଼ି ବ୍ୟବହାର କରାଯିବ, ତାହା ଉପରେ ଆଗୁଆ ତଥ୍ୟ ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି। ସେହିପରି ହସ୍ପିଟାଲ୍, ସ୍କୁଲ ତଥା…
ତାମିଲନାଡୁର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲର ମୁଖ୍ୟ ଅଭିଯୁକ୍ତ ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ମାଦ୍ରାସ ଉଚ୍ଚନ୍ୟାୟାଳୟ ଜାମିନ ପ୍ରଦାନ କରିଛି। ଗିରଫ ହେବାର ୧୧ ମାସ ପରେ ତାଙ୍କୁ ଏହି ଜାମିନ ମିଳିଛି। ସୂଚନାଯୋଗ୍ୟ, ପ୍ରଫେସର ନିର୍ମଳା ମଦୁରାଇ କାମରାଜ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀଙ୍କ ସହ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ ଏହା ବଦଳରେ ଭଲ ନମ୍ବର ସହ ଡିଗ୍ରୀ ମିଳିବା ଓ ଟଙ୍କାର ଲୋଭ ମଧ୍ୟ ଦେଖାଉଥିଲେ ପ୍ରଫେସର। ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ଏହି ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ଗିରଫ କରାଯାଇଥିଲା। ଗତ ବର୍ଷ ଏପ୍ରିଲ୍ ୧୬ ତାରିଖରେ ଗିରଫ କରାଯାଇଥିଲା। ଗିରଫଦାରୀ ପୂର୍ବରୁ ଅନ୍ତରୀଣ ଯାଞ୍ଚ କରାଯାଇ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା। ଅଡିଓ କ୍ଲିପ୍ ଆସିଲା ପରେ ଏଥିରେ ବିବାଦ ଘନେଇବାରୁ ଏହି ମାମଲାକୁ ରାଜ୍ୟର…
କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ୍ ଗାନ୍ଧିଙ୍କ ଘୋଷଣାର ପୃଷ୍ଠଭୂମିରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କଂଗ୍ରେସ ସରକାର ଗଢିଲେ ୩୩ ପ୍ରତିଶତ ଆରକ୍ଷଣ ଦ୍ବାରା ସରକାରୀ ଚାକିରିରେ ମହିଳାଙ୍କୁ ଉଚିତ୍ ଭାଗିଦାରୀ ମିଳିବା ସହିତ ରୋଜଗାରର ମାଧ୍ୟମ ସୃଷ୍ଟି କରିବ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସୁରେଜଓ୍ବାଲା ଏହି ଅବସରରେ କହିଛନ୍ତି, ଯଦି ରୋଜଗାର ନାହିଁ, ତେବେ ଭାଜପାକୁ ଭୋଟ୍ ନାହିଁ। ମୋଦି ସରକାର ଦେଶର ବେରୋଜଗାରୀ ବଢାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ମୋଦି ୨ କୋଟିର ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବେରୋଜଗାରୀର ସ୍ତରକୁ ଉଚ୍ଚତମ ସ୍ତରରେ ପହଞ୍ଚାଇଛନ୍ତି। ଭାରତରେ ପ୍ରତି ବର୍ଷ ୧.୨…
କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍’ ବୋଲି କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍ଏଲ୍ ପହୱାନ୍ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇସାରିଛି। ଭଦ୍ରା ଓ ଗାନ୍ଧି ପରିବାର ପାରିବାରିକ ଭ୍ରଷ୍ଟାଚାରର ସଂଜ୍ଞା ନିର୍ଦ୍ଧାରଣ କରୁଛନ୍ତି । ଦସ୍ତାବିଜ୍ରୁ ଜଣାପଡ଼ିଛି ରବର୍ଟ ଭଦ୍ରା ଜମି ଦୁର୍ନୀତିର କେବଳ ଏକ ଅଂଶ ଥିଲେ ବୋଲି ସ୍ମୃତି ଦାବି କରିଛନ୍ତି । କେବଳ ଭଦ୍ରାଙ୍କର ନୁହେଁ ରାହୁଲଙ୍କର ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କ ରହିଛି। କଂଗ୍ରେସ ବିଗତ ୭୦ ବର୍ଷରେ ଦେଶ ସହିତ ଧୋକାବାଜି କରିଛି ବୋଲି ସ୍ମୃତି କହିଛନ୍ତି ।
ଏମ୍ଏସ୍ଧୋନୀ ଚଳଚ୍ଚିତ୍ରରୁ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ୍ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଗାମୀ ସିନେମା ‘ଛିଛୋର’ ଆସିବାକୁ ରହିଛି। ଦୁଇଟି ଜେନେରେସନ୍ ନେଇ ନିର୍ମିତ ଏହି ଫିଲ୍ମଟି ଏବେଠୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ଏକ ଫଟୋ ଲିକ୍ ହୋଇଛି, ଯେଉଁଥିରେ ସୁଶାନ୍ତ ଉଭୟ ଯୁବ ଓ ବୟସ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର୍ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍କରେ ସୁଶାନ୍ତ, ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରତୀକ ବର୍ବର ଓ ବରୁଣ ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ସାଜିଦ୍ ନାଦିଆଦଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍ ହେବ ବୋଲି ସୂଚନା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କୁ ମତଦାନରେ ସଂଶ୍ଲିଷ୍ଟ କରାଇବା ପାଇଁ ଏକ ଟ୍ବିଟ କରିଛନ୍ତି । ସେ ଏହି ଟ୍ବିଟ ବିରୋଧୀ ଦଳ ନେତା, ସିନେ ତାରକା, ଖେଳ ତାରକା, ସାମାଜିକ କର୍ମୀ, ଆଧ୍ୟାତ୍ମିକ ଗୁରୁ ସମେତ ସାମ୍ବାଦିକ ଓ ସମ୍ବାଦ ସରବରାହ ସଂସ୍ଥା ସହ ନ୍ୟୁଜ୍ ଚ୍ୟାନେଲ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତା ଅଂଶଗ୍ରହଣ କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ମୋଦି ସଚେତନତା ସୃଷ୍ବି କରିବା ପାଇଁ ଏହି ଟ୍ବିଟ କରିଛନ୍ତି । ଏହି ଟ୍ବିଟରେ ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ଉପରେ ସଚେତନତା ବାର୍ତ୍ତା ରହିଛି । ମୋଦି ଏହି ଟ୍ବିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବିଏସ୍ପି…
ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା ପାଇଁ ଅନୁରୋଧ କରିଛନ୍ତି। ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି ଯେ, ସାଧାରଣ ଜନତା ମୋଦିଜୀ-ଅମିତ୍ଜୀଙ୍କ ଯାେଡ଼ିକୁ ହରାଇବାକୁ ଚାହୁଁଛନ୍ତି। ଏହି ଯୋଡ଼ିଙ୍କୁ ହଟାଇବାକୁ ହେଲେ ମିଳିତ ଭାବରେ ଲଢେଇ କରିବା ଦରକାର। ହରିୟାଣାରେ ଜେଜିପି, ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିଲେ ହରିୟାଣାରେ ଥିବା ୧୦ଟି ସିଟ୍ରେ ବିଜେପିକୁ ମାତ୍ ଦେଇ ହେବ। ଅରବିନ୍ଦ କେଜ୍ରୀଓ୍ବାଲ ଏହି ବିଷୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ବିଚାର କରିବା ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା, କିନ୍ତୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରିଥିଲା।…
ବଲିଉଡ୍ ଅଭିନେତା ତଥା ଭାରତୀୟ କ୍ରିକେଟିଅର ହରଭଜନ୍ ସିଂହଙ୍କ ପତ୍ନୀ ଗୀତା ବାସ୍ରାଙ୍କର ଆଜି ହେଉଛି ୩୫ତମ ଜନ୍ମଦିବସ। ୧୯୮୪ ମାର୍ଚ୍ଚ ୧୩ ତାରିଖରେ ଇଂଲଣ୍ଡରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଇଂଲଣ୍ଡରେ ପାଠ ପଢା ସାରି ସେ ଭାରତକୁ ଫେରିଥିଲେ। ପ୍ରଥମରୁ ସେ ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟରରେ ଶିକ୍ଷାଲାଭ କରିବାପରେ ମୁମ୍ବାଇର ଏକ ଆକ୍ଟିଂ ସ୍କୁଲରେ ଅଭିନୟ ଶିଖିଥିଲେ। ପରେ ବଲିଉଡ୍ରେ ବ୍ରେକ୍ ପାଇଥିଲେ। ଗୀତା ବଲିଉଡ୍କୁ ଆସିବା ପୂର୍ବରୁ ଜଣେ ଭଲ ମଡେଲ୍ ଭାବରେ ନିଜର ପରିଚୟ ତିଆରି କରିପାରିଥିଲେ। ସେ ପ୍ରଥମେ ଇମ୍ରାନ ହାସ୍ମୀଙ୍କ ସହ ‘ଦିଲ୍ ଦିୟା ହୈ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମରେ ବେଶ୍ ହଟ୍ ଅନ୍ଦାଜ୍ରେ ନଜର ଆସିଥିଲେ ଗୀତା। ‘ଦ ଟ୍ରେନ୍’ ଫିଲ୍ମରେ ଇମ୍ରାନ୍ଙ୍କ ସହ ତାଙ୍କର କିସିଂ ଓ ବୋଲ୍ଡ ସିନ୍ ବେଶ୍ ଚର୍ଚ୍ଚାରେ ରହିଥିଲା। ତେବେ ବଲିଉଡ୍ରେ ଏହି ଅଭିନେତ୍ରୀଙ୍କର ଜଲ୍ଓ୍ବା ବେଶିଦିନ…
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ କୋର୍ଟ ଦ୍ବାରା ନିଯୁକ୍ତ ମଧ୍ୟସ୍ଥତା କମିଟି ନିକଟରେ ୨୫ଜଣ ପକ୍ଷ ଓ ପ୍ରତିପକ୍ଷ ସେମାନଙ୍କ ଓକିଲମାନଙ୍କ ସହ ଆଜି ହାଜର ହୋଇଛନ୍ତି । ଫୈଜାବାଦ ପ୍ରଶାସନ ପକ୍ଷରୁ ଏମାନଙ୍କୁ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । ମଧ୍ୟସ୍ଥତା ଚାଲିଥିବା ଅବଧ ବିଶ୍ବବିଦ୍ୟାଳୟ ପରିସରକୁ ଏମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଛଡାଯାଉନାହି ଁ । ବିଶ୍ବବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଫୈଜାବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି । ଏହି ତିନିଜଣିଆ କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଅଛନ୍ତି ।
ଓଡିଶାରେ କଂଗ୍ରେସ ବାମଦଳ ଓ ଜେଏମଏମ ସହ ମେଣ୍ଟ କରିବ । ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ଜେଏମଏମକୁ ସମର୍ଥନ କରିବ । ସେହିପରି ଭୁବନେଶ୍ବର ଲୋକସଭା ଆସନ ସିପିଏମକୁ ଓ ଆସିକା ଲୋକସଭା ଆସନ ସିପିଆଇକୁ କଂଗ୍ରେସ ଛାଡି ଦେବ । ତେବେ ବିଧାନସଭା ଆସନ ବଣ୍ଟନ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ । କେଉଁ କେଉଁ ଆସନ ମେଣ୍ଟ ଦଳଗୁଡିକୁ ଦିଆଯିବ, ସେ ନେଇ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯିବ । ଯେଉଁ ଯେଉଁ ଆସନରେ ବାମଦଳ ଓ ଜେଏମଏମର ସଂଗଠନ ମଜବୁତ ଅଛି, ସେହି ସବୁ ଆସନ ସେମାନଙ୍କୁୁ ଛାଡିଦିଆଯିବ । ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗଦେଇଛନ୍ତି । ବାମଦଳ ସହ ମେଣ୍ଟ କଂଗ୍ରେସକୁ ଫାଇଦା ଦେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲଢିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କର ପ୍ରାର୍ଥୀତ୍ଵ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ପିସିସି ସଭାପତିଙ୍କ ମନ୍ତବ୍ୟ ପୃଥ୍ଵୀବଲ୍ଲଭ ପ୍ରାର୍ଥୀତ୍ଵ ସମ୍ପର୍କରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ଗତକାଲି ପୃଥ୍ଵୀବଲ୍ଲଭ ନିର୍ବାଚନରେ ବେଗୁନିଆ ଆସନରୁ ଲଢିବାକୁ ଚାହୁଁଥିବା କହିଥିଲେ । ପୃଥ୍ବୀବଲ୍ଲଭ ଗତ କିଛିଦିନ ମଧ୍ୟରେ ବହୁବାର ବେଗୁନିଆ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରତି ଜନସମର୍ଥନ ରହିଛି ବୋଲି ସେ ମଧ୍ୟ ପରୋକ୍ଷରେ କହିଥିଲେ । ତେବେ ପିସିସି ସଭାପତି ପୃଥ୍ବୀବଲ୍ଲଭଙ୍କ ପ୍ରାର୍ଥୀତ୍ଵ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି । ଯଦି ପୃଥ୍ଵୀ ଚାହିଁବେ, ତା’ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ତେବେ ପୃଥ୍ଵୀଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ…
ଜାତିଆଣ ଆକ୍ଷେପ ମନ୍ତବ୍ୟ ମାମଲାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୨୦୧୦ ମସିହାରେ ଦାମୋଦର ରାଉତ ଜଗତସିଂହପୁର ଜିଲ୍ଲାରେ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସଭାରେ ସେ ବିଜେଡ଼ି ନେତା ବିଷ୍ଣୁ ଦାସ ଓ ଜିଲ୍ଲାର ଦୁଇଜଣ ଅନୁସୂଚିତ ଜାତି ବର୍ଗର ଅଧିକାରୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଏହି ଘଟଣାରେ ଜଗତସିଂହପୁର ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଦାମୋଦାର ରାଉତ ଦେଇଥିବା ଭାଷଣର ଭିଡ଼ିଓ ରେକର୍ଡିଂ କୁଜଙ୍ଗ ଥାନାରେ ଦାଖଲ କରାଯାଇଥିଲା । ଏପରିକି ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଦାମୋଦର…
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀର କୋଟଲାଠାରେ ଅନ୍ତିମ ଦିନିକିଆ ଖେଳାଯିବା। ଏହି ମ୍ୟାଚ ଉଭୟଦଳଙ୍କ ପାଇଁ କର ବା ମର ପରିସ୍ଥିତିରେ ପହଞ୍ଚିଛି। ଚଳିତ ପେଟିଏମ ଅନ୍ତର୍ଜାତୀୟ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଯେଉଁ ଦଳ ବିଜୟଲାଭ କରିବ ସେହି ଦଳ ଶୃଙ୍ଖଳା ହାତେଇବ। ତେଣୁ ଦୁଇଦଳଙ୍କ ପାଇଁ ଆଜିର ମ୍ୟାଚ ବଡ ମହତ୍ବପୂର୍ଣ୍ଣ। ଉଭୟଦଳ ନିଜନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ପଡିଆରେ ଖେଳ ପ୍ରଦର୍ଶନ କରି ଶୃଙ୍ଖଳାକୁ ହାସଲ କରିବା ପାଇଁ ଚେଷ୍ଟା କରିବେ। ବିରାଟ ବାହିନୀ ଘରୋଇ ପିଚରେ ନିଜର ଭଲ ଖେଳ ପ୍ରଦର୍ଶନ କରିବାପାଇଁ ଆଶା ରଖିଥିବା ବେଳେ, ସେପଟେ ଫିଞ୍ଚଙ୍କ ବାହିନୀ ମଧ୍ୟ ନିଜର ଭଲ ପ୍ରଦର୍ଶନକୁ ବଜାୟ ରଖିବ ବୋଲି ସଂକେତ ଦେଇଛି। ପୂର୍ବ ମ୍ୟାଚ ତଥା ଚତୁର୍ଥ ମ୍ୟାଚରେ ଯେଉଁଭଳି ଭାବରେ ଭ୍ରମଣକାରୀ ଦଳ ନିଜର ଖେଳ ପ୍ରଦର୍ଶନ କରି ଘରୋଇ ଦଳର ବିଶାଳ ସ୍କୋରକୁ ଅତିକ୍ରମ…
ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍ ସମୟ ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ ଅଧିକ ସମୟ ଥିଲେ ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଗତମାସରେ ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।

