Author: Samikhsya Bureau

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର…

Read More

ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି। ତେଣୁ ଏଭଳି ପିଲାମାନଙ୍କୁ ଶିକ୍ଷାପ୍ରଦାନ କରି ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନରେଖା ପରିଷଦ (ଜେଆରପି) ଓ ବର୍ଣ୍ଣିକା ମେମୋରିଆଲ ଫାଉଣ୍ଡେସନ (ବିଏମଏଫ)ର ମିଳିତ ସହଯୋଗରେ ରାଜଧାନୀର ବସ୍ତି ଅଞ୍ଚଳରେ ଶିଶୁଶ୍ରମିକମାନଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି। ରବିବାର ଦିନ ଜେଆରପି ଓ ବିଏମଏଫର ମିଳିତ ଆନୁକୂଲ୍ୟରେ ଶିକ୍ଷା ମାଧ୍ୟମରେ ଦଳିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ନନ୍ଦନବିହାର ବସ୍ତିରେ ପାଠ୍ୟପୁସ୍ତକ ଓ ପଠନସାମଗ୍ରୀ ବିତରଣ କରାଯାଇଥିଲା। ନନ୍ଦନବିହାର ବସ୍ତିର ୫୦ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯାଇଥିଲା। ଏହି ଅବସରରେ ବିଏମଏଫର ସଦସ୍ୟ ସୂର୍ଯ୍ୟକାନ୍ତ ମହାନ୍ତି ଓ ଜେଆରପିର ଡ. ମନୋରଞ୍ଜନ ମିଶ୍ର, ସଂଗ୍ରାମ ସାହୁ, ଫ୍ରାନ୍ସରୁ ଆସିଥିବା ସ୍ୱେଚ୍ଛାସେବୀ…

Read More

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ ସମୟରେ, 6 ଜାନୁୟାରୀ ମଧ୍ୟରାତ୍ରିରେ, କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକର, ଗୋବ୍ରା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ଠାରୁ, ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଲେଭଲ୍ କ୍ରସିଂ ଗେଟ୍ ନମ୍ବର CT-19 ରେ ଉପତଳ ମାର୍ଗ ନିକଟରେ ଜଳ ନିଷ୍କାସନ ସମ୍ପର୍କରେ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ। ଶ୍ରୀ ବୈଷ୍ଣବ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଅଭିଯୋଗ ବିଷୟରେ ଆଲୋଚନା କରିବାବେଳେ ସେମାନଙ୍କ ଅସୁବିଧା ଦୂର କରିବାକୁ ଆଶ୍ୱାସନା ଦେଇଥିଲେ ଏବଂ ରେଳ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଏକ ମଣ୍ଡଳ ସ୍ତରୀୟ ଟିମ୍ ଆଜି ପୂର୍ବାହ୍ନରେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ…

Read More

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜଗନ୍ନାଥ ରଥ ବୁଲିବା ଆରମ୍ଭ ହୋଇଛି। ରାଜ୍ୟରା ସମସ୍ତ ଜିଲ୍ଲା ଓ ପଞ୍ଚାୟତରେ ଏହି ରଥ ବୁଲିବ। ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ ହେବ। ସେଗୁଡିକ ସଂଗ୍ରହ କରାଯାଇ ପୁରୀ ଆସିବ। ଏକଗାଡିରେ ସୁସଜ୍ଜିତ କରାଯାଇ ଗାଁ କୁ ଗାଁ ଏବଂ ସହରକପ ସହର ପରିକ୍ରମା କରୁଛି। ସବୁ ସ୍ଥାନରେ ଲୋକମାନେ ରଥକୁ ସଂକୀର୍ତ୍ତନ କରି ପାଛୋଟି ନେଉଛନ୍ତି। ସେହିପରି ଲୋକମାନେ ମଧ୍ୟ ଚାଉଳ ଓ ଗୁଆ ଆଗ୍ରହ ସହକାରେ ଦେବାରେ ଲାଗିଛନ୍ତି।  

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ଲୋକ ଭିନ୍ନ ଭିନ୍ନ ଉପହାର ପ୍ରଦାନ କରିଥାନ୍ତି। ତେବେ ସେ ଭିତରେ ଫୁଲତୋଡା ହେଉଛି ସବୁଠାରୁ ବହୁ ପ୍ରଚଳିତ ଉପହାର। ତେବେ ବେଳେ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଯାହା କେହି ଭାବି ନ ଥିବେ ସେପରି ଉପହାର ଦେବାର ନଜର ମଧ୍ୟ ରହିଛି। ଗତକାଲି ନବୀନ ପଟ୍ଟନାୟକଙ୍କୁ ଏକ ଗଜାମୁଆଁ ଉପହାର ଦିଆଯାଇଥିଲା। ଏକ ସୁନ୍ଦର ବାଉଁଶ ପାତିଆ ଡାଲିଆରେ ଗୁଡରେ ତିଆରି ଗଜାମୁଆଁ ପ୍ରଦାନ କରାଯାଇଛି। ଏହି ମୁଆଁ ସାଧାରଣତଃ ଗାଁ ଗହଳିରେ ବେଶୀ ପ୍ରଚଳନ ହୋଇଥାଏ। ପୂଜା ସମୟରେ ଗଜା ମୁଆଁ ଏକ ବହୁ ପ୍ରଚଳିତ ଭୋଗ। ହେଲେ ଆଜିକାଲି ବର୍ତ୍ତମାନ ଏହ ଲିଆ ମୁଆଁ ତିଆରି ହଜିଯିବାକୁ ବସିଲାଣି। ତେବେ ରାଜଧାନୀରେ ଏହି ଗଜା ମୁଆଁ ନବୀନ ପଟ୍ଟନାୟକଙ୍କୁ ଉପହାର ଦେବା ନିଶ୍ଚିତ ନିଆରା। କାରଣ ଥିଲା ମା ସମଲେଇ ପ୍ରକଳ୍ପର ଶୁଭ ଉଦାଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେବକ ତଥା ଟ୍ରଷ୍ଟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-‘ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠୁ ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପ୍ରାପ୍ତ ହୋଇଥିଲା। ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସକୁ ପ୍ରେରଣ କରାଯାଇଥିଲା। ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ କି ରାଜ୍ୟରେ ୮୧,୫୨୪ ଗୋଟି ଖାତାରେ ପ୍ରାୟ ଏ ୧,୨୩,୧୧୧ ଡି ଜମି ସିକିମ ଭାବରେ ରେକର୍ଡ ହୋଇଅଛି । ସିକିମ…

Read More

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜୁ ଜନତା ଦଳ ସେତିକି ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ଯାହାପ୍ରତି ସନ୍ଦେହ ହେଉଛି ତାଙ୍କୁ ଦଳରୁ ନିଳମ୍ବିତ କିମ୍ବା ବହିସ୍କାର କରିଦିଆଯାଉଛି। ବିଗତ କିଛି ମାସ ଧରି ବିଜେଡି ଜଣଙ୍କ ପରେ ଜଣେ ନେତାଙ୍କ ଉପରେ ପଦକ୍ଷେପ ନେବାରେ ଲାଗିଛି। ସେହିପରି କେତେକ ନେତାଙ୍କ ଉପରୁ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରିଛି। ସେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ। ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି ନିଲମ୍ବନ କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ରାଜ୍ୟର ନବନିଯୁକ୍ତ ଅର୍ଥସେବା ଅଧିକାରୀମାନେ ରାଜସ୍ୱ ଆଦାୟ, କୋଷାଗାର ପରିଚାଳନା ଓ ବିତ୍ତୀୟ ପରାମର୍ଶ ଆଦି କ୍ଷେତ୍ରରେ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠା ଓ ଦକ୍ଷତାର ସହ ତୁଲାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି । ୨୦୨୦ ବ୍ୟାଚ୍‌ର ଅର୍ଥସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତି ଓ ପାସ୍‌ଆଉଟ୍‌ ଉତ୍ସବ ଏବଂ ୨୦୨୧ ବ୍ୟାଚ୍‌ର ଅର୍ଥସେବା ଅଧିକାରୀ, ଟ୍ୟାକ୍ସ ଓ ଆକାଉଣ୍ଟସ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଓ ସ୍ୱାଗତ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ, ୨୦୨୦ ବ୍ୟାଚ୍‌ର ୯୨ ଜଣ ଓଡ଼ିଶା ଅର୍ଥସେବା ଅଧିକାରୀ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଆଜି ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପ୍ତି ଦିବସ ଓ ପାସ୍‌ଆଉଟ୍‌ ଉତ୍ସବ। ସେହିଭଳି ୨୦୨୧…

Read More

ଭୁବନେଶ୍ବର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ। ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ। ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି।…

Read More

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ। ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ। ଚଳିତ ବର୍ଷ ଗାନ୍ଧୀ ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍‌ ଓ ପତାକା ଉତ୍ତୋଳନ ସ୍ଥାନଠାରେ…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନଠାରେ ଶୁକ୍ରବାର ଅନୂଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଗାମୀ ମାସଗୁଡିକରେ ଯେପରି କାର‌୍ୟ୍ୟ ଓ ତଦନୁସାରେ ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବି ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ…

Read More

ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ। ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କାର୍ଯ୍ୟାଳୟ ହୋଇଥିବାରୁ ତା ଭିତରକୁ ସର୍ବସାଧାରଣ ପ୍ରବେଶ ନିଷେଧ। କେବଳ କର୍ମଚାରୀ ଏବଂ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ ସେ ଭିତରକୁ ଯାଇଥାନ୍ତି। ହେଲେ ସେ ଭିତରେ ଯେପରି ଉଦ୍ୟାନ କରାଯାଇଛି ତାହା ସମସ୍ତେ ଦେଖିବାର ସୁଯୋଗ ନ ଥାଏ। ବର୍ତ୍ତମାନ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଉଦ୍ୟାନ ନୂଆ ବର୍ଷରେ ଖୋଲାଯାଇଥାଏ। ଏହା ପରେ ସର୍ବସାଧାରଣଙ୍କୁ ପ୍ରବେଶ ନିଷେଧ କରାଯାଇଥାଏ।

Read More

ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ ସୁରଜିତ ମିଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ ବେଶ ପତିୟାରା ଅଛି ଏବଂ ଇଭୋସ କଂପାନୀର ବିଡିଏ କ୍ଲିୟରାନସ କାମ କରାଇଦେବେ ବୋଲି କହିଥିଲେ। ସେହି ଅନୁସାରେ ଇଭୋସ କଂପାନୀ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତି ସମୟରେ ସେ ଦୁଇଟି ଦାମୀ କାର ନେବାକୁ ଦାବୀ କଲେ। ଫଳରେ ତାଙ୍କ ଗୋଟିଏ ଅଡି ଏବଂ ଆଉ ଏକ ମର୍ସିଡିଜ କାର ଦିଆଯାଇଥିଲା। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ…

Read More

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସଂପର୍କରେ ଜନସଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ବର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ ରଖାଯାଇଛି। ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବୀ ହୋଇଆସୁଛି। କାରଣ 500 ଟଙ୍କାରେ ଜଣେ ମାସସାରା ଚଳିବା ସମ୍ଭବ…

Read More

ଭୁବନେଶ୍ବର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଘୋଷଣା କରିଛି। ତାହା ହେଲା ଯେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ ସେହି ସ୍ଥାନରେ ଚଳିତ ବର୍ଷ ନୂଆ କଲେଜ ଖୋଲାଯିବ। ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।

Read More

ଭୁବନେଶ୍ବର: ଏଣିକି ସମସ୍ତ ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ରାଜ୍ୟ ସରକାର ଲାଗୁ କରିଛନ୍ତି ନବୀନ କାର୍ଡ। ଏହି ଯୋଜନାରେ ଯେଉଁମାନେ ବିଏସକେୱାଇ ରେ ସୁବିଧା ପାଇ ନାହାଁନ୍ତି ସେମାନେ ଏହି ନୂଆ କାର୍ଡରେ ସୁବିଧା ପାଇପାରିବେ। ଏହି ନୂଆକାର୍ଡ ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହେଉଛି। ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି।

Read More

ଭୁବନେଶ୍ୱର: ବାଲେଶ୍ୱରରୁ ଉଜ୍ଜୟନି ଓ ଓଁକାରେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ଯାତ୍ରାର ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଯାତ୍ରାକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ୩୦ ଜଣ ଅଧିକାରୀ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ଉଜ୍ଜୟନି ଓ ଓଁକାରେଶ୍ୱରର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବ। ଏହା ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠବର୍ଷ। ଏହି ଯୋଜନାଟି ୨୦୧୬-୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଆଇଆର୍‌ସିଟିସି ସହଯୋଗରେ ଏ ପର୍ଯ୍ୟନ୍ତ ୨୪ଟି ଟ୍ରିପ୍‌ରେ ୨୩, ୬୬୯ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏହିଭଳି ୧୦ଟି ଟ୍ରିପ୍‌ର ଯୋଜନା କରାଯାଇଛି। ବରିଷ୍ଠ ନାଗରିକମାନେ ବିିଭିନ୍ନ ତୀର୍ଥସ୍ଥାନକୁ ଯାଇ ସେମାନଙ୍କ…

Read More

ପୁରୀ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କାର୍ଯ୍ୟ, ପରିମଳ, ଯାନବାହନ ଚଳାଚଳ, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି। ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି…

Read More

ଭୁବନେଶ୍ବର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ।ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି। ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ।ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି…

Read More

ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ ଭାରତ” ବିଷୟବସ୍ତୁ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଢ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରାଯାଇଛି।

Read More

ଭୁବନେଶ୍ୱର: ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେ ଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନ ଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ କାମ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା ବୋଲି କହିଛନ୍ତି ପାଣ୍ଡିଆନ। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ଦିନିକିଆ କଟକ ଗସ୍ତରେ ଯାଇଥିବାବେଳେ ଉପର ବାଲିଯାତ୍ରା ପଡିଆଠାରେ ଆୟୋଜିତ ସଭାରେ ଏହା କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯିବା ପଛର କାହାଣୀ କହିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଥରେ…

Read More