ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।
Author: Samikhsya Bureau
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଦୀପକ ବିଶ୍ୱାଳ, ସତ୍ୟରଞ୍ଜନ ନାୟକ, କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ବରାଡ, ବଟକୃଷ୍ଣ ବରାଡ, ପ୍ରଦୀପ ସାହୁ, ଅନନ୍ତ ସାହୁ, ଗଗନ ବିଶ୍ୱାଳ, ସୁନୀଲ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପରିଡା, ନିରଞ୍ଜନ ବିଶ୍ୱାଳ, ବିକ୍ରମ ସାହୁ, ସତୀଶ ଶର୍ମା, ରମାକାନ୍ତ ପଟ୍ଟନାୟକ, ପୁଲିନ ବରାଳ, ବ୍ରଜବନ୍ଦୂ ସେନାପତି ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱମୋହନ ମିଶ୍ର, ସୁନୀଲ ସାହୁ, ଦେବ ରାୟ, ପୂର୍ବତନ ସେନାଧିକାରୀ କର୍ଣ୍ଣେଲ ଅରୁଣ ରାଉତରାୟ, ରମାକାନ୍ତ ମିଶ୍ର, ଅମିତ ସିଂହ, ତୁଷାରକାନ୍ତ ଜେନା, ଅସିତ ପାଣିଗ୍ରାହୀ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ଉତ୍ତର ଭୁବନେଶ୍ୱର ନିର୍ବାଚନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ । ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ସବୁ ଗାଁ, ୫୧୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ…
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଯାହା କହିଛନ୍ତି ତାହା ହେଲା.. ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି…
ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ବିଜେଡି ସହିତ ବିଜେପିର ବାହାଘର କରାଇଛି। ବିଜେଡିକୁ କନ୍ୟା କରାଯାଇଥିବା ବେଳେ ବିଜେପିକୁ ବର କରାଯାଇଛି। ଆଉ ବେଦୀରେ ପଣ୍ଡିତ ମନ୍ତ୍ରପାଠ କରି ହୋମ ମଧ୍ୟ କରୁଛନ୍ତି। ସେହି ବେଦୀରେ ବିଜେଡି ବିଜେପିର ହାତଗଣ୍ଠି ପକାଉଛନ୍ତି। ଏହିପରି ଏକ ଦୃଶ୍ୟ ଭୁବନେଶ୍ବରର ମାଷ୍ଟରକ୍ୟାଟିନରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ଛାତ୍ର କଂଗ୍ରେସ ଏହାକୁ ଆୟୋଜନ କରିଥିଲା। ଏଥିରେ ଉପସ୍ଥିତ ଥିଲେ ଖୋଦ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ପୂର୍ବତନ ସଭାପତି ଜୟଦେବ ଜେନା, ବିଧାୟକ ସୁର ରାଉତରାୟ ପ୍ରମୁଖ ବହୁ ନେତା। ଏହି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ଜଣେ ଉଭୟ ବରକନ୍ୟାଙ୍କ ଉପରେ ଚାଉଳ ପକାଉଥିଲା। ସେତିକି ନୁହେଁ, ଏହା ପୂର୍ବରୁ ଛାତ୍ର କଂଗ୍ରେସ ତରଫରୁ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ବଣ୍ଟନ କରାଯାଇଥିଲା। ଏଥିରେ ବିଜେଡି ସହିତ ବିଜେପିର ବାହାଘର ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଆଜି ତାରିଖ…
ପୁରୀ: ଆଜି ପବିତ୍ର ପୌଷ ପୂର୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କି ରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ। ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ୟ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ବର ଶ୍ରୀମଜଗଦ୍ରୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିବା ତୀର୍ଥରାଜ ମହୋଦଧୂଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୮ତମ ବର୍ଷ ପୂର୍ତି ମହୋତ୍ସବ ଆଜି ଗୁରୁବାର ପବିତ୍ର ପୌଷ ପୂର୍ଣିମା ତିଥିରେ ସମ୍ପନ୍ନ ହେବ । ସେଥିପାଇଁ ଶଙ୍କରାଚାର୍ଯ୍ୟ ମଠ ତରଫରୁ କାର୍ଯ୍ୟନିର୍ଘଣ୍ଟ କରାଯାଇଛି। ତା ୨୫.୦୧.୨୦୨୪ (ଗୁରୁବାର)- ପ୍ରାତଃ ୬ ଘଟିକା – ଅଭିଷେକ ଓ ନଗର କୀର୍ତନ ଦିବା ୧୧ ଘଟିକା – ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତନ ଅପରାହ୍ନ ୪ ଘଟିକା – ଧର୍ମସଭା ସନ୍ଧ୍ୟା ୬.00 ମି – ଗୁରୁଜୀ ମହାରାଜାଙ୍କ ଆର୍ଶୀବଚନ ସନ୍ଧ୍ୟା ୬.୩୦ ମି – ମହୋଦଧୀ ପୂଜନ ଓ ଆଳତୀ
ଭୁବନେଶ୍ବର: ଆଜି ଘୋଷଣା ହେବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ପ୍ରତି ବର୍ଷ ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଥାଏ। ଏଥିରେ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା କରାଯାଇଥାଏ। ଏଥିରେ ଶିକ୍ଷା , ସଂସ୍କୃତି, ସମାଜସେବା ପ୍ରଭୃତି କ୍ଷେତ୍ରରେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ମନୋନିତ କରାଯାଇଥାଏ। ଏହି ପୁରସ୍କାର ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିସାରି ଛନ୍ତି। ଏଥର ଏହି ସର୍ବୋଚ୍ଚ ସମ୍ମାନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ନାମ ମନୋନିତ କରାଯାଇଛି। ସେ ମରଣୋତ୍ତର ଭାବେ ଏହି ପୁରସ୍କାର ପାଇବେ। ସବୁ ବର୍ଷ ଏହି ଜାନୁୟାରୀ 25 ତାରିଖରେ ପଦ୍ମଶ୍ରୀ ଘୋଷଣା ହେଉଥିବାରୁ ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ରହିଥାଏ।
ଭୁବନେଶ୍ବର: ଆଜି ବିଜେପିରେ ମିଶିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ଯଦି ସବୁକିଛି ଠିକଠାକ ଚାଲେ ତେବେ ଆଜି ଅପରାହ୍ନରେ ସେ ବିଜେପିରେ ସାମିଲ ହେବେ। ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ସେ ବିଜେଡିରୁ ବହିସ୍କୃତ ହେବା ପରେ ବର୍ତ୍ତମାନ ସୁଦ୍ଧା କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି। ସେହିପରି ଆଜି ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ବଡ ଖବର ନ୍ୟୁଜ ଚାନେଲର ସଂପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି। ସେ ବହୁ ପୂର୍ବରୁ କୌଣସି ଦଳରେ ମିଶିବା ପାଇଁ ଚାହୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ସେ ଜଟଣୀ ନିର୍ବାଚନ ମଣ୍ଡଳିରେ ହୋଇଥିବାରୁ ସେଠାରୁ ଲଢେଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରକାଶ କରିପାରିବେ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ 27 ତାରିଖ ଦିନ ସାରା ରାଜ୍ୟ ର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି।
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂ5Tପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ସେହି ଅନୁସାରେ କଟକ ଭୁବନେଶ୍ବର ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶିଙ୍କର ବଦଳି ହୋଇଛି। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ବଦଳରେ ସଂଜୀବ ପଣ୍ଡାଙ୍କୁ ପୋଲିସ କମିଶନର କରାଯାଇଛି। ସେହିପରି ଅନ୍ୟ ବରିଷ୍ଠ ସ୍ତରରେ ଯେଉଁ ବଦଳି ହୋଇଛି ତାହା ହେଲା ୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର ୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ ୩) ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ୪) ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି ୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ୬) ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଂଜ ଆଇଜି ୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି ୮) ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍ପି ୯) ମଡକର ସନ୍ଦୀପ ସଂପଦ-…
ଭୁବନେଶ୍ଵର: କେରଳର କୋଝିକୋଡ଼ିଠାରେ ଭାରତୀୟ ଶ୍ରମ ସମ୍ମିଳନୀ-୨୦୨୪ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଭାରତର ବିଭିନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନୀତି ରଞ୍ଜନ ସେନ,ସମ୍ମାନିତ ବକ୍ତା ଭାବରେ ସମ୍ମିଳନୀରେ ଯୋଗ ଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ ଓଡ଼ିଶା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରମ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରଭାରୀ ଡ଼. ଅଜୟ କୁମାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ସହିତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ। ତାଙ୍କୁ ଅଜୟ କୁମାର କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ପର୍ବରେ ବିଧାୟକ ତାରାବାହିନୀ ପତି ବଳଭଦ୍ରଙ୍କୁ ଖୁସିରେ ଚୁମା ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ। ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମାବେଶରେ ବିଭିନ୍ନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍ ଉଦ୍ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ। ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା,…
Ayodhya Rammandir: ଆଜି ବଡି ଭୋରରୁ ଅଯୋଧ୍ୟା ରାମ ମନ୍ଦିରରେ ଘଟିଛି ଏକ ଅଲୌକିକ ଘଟଣା। ଯାହାକୁ ନେଇ ମନ୍ଦିର ପୂଜକ ଏବଂ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାହା ହେଲା ଆଜି ଭୋରରୁ ଏକ ମାଙ୍କଡ ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେ ଗର୍ଭ ଗୃହକୁ ଯାଇ ସେଠାରୁ ଫେରିଥିଲା। ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆଜି ଭୋର ପ୍ରାୟ ୫ ଟା ୫୦ ମିନିଟ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରି ଗର୍ଭଗୃହ ଭିତରକୁ ପ୍ରବେଶ କଲା। ସେ ରାମଲାଲ ନିକଟରେ ପହଞ୍ଚିଲା। ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ଏହା ଦେଖି କଣ କରିବେ କିଛି ବୁଝିପାରି ନ ଥିଲେ। କାରଣ ସେମାନେ ମାଙ୍କଡ଼ ଆଡକୁ ଦୈଡ଼ିଗଲେ ମାଙ୍କଡ଼ଟି ରାମଲାଲା ମୂର୍ତ୍ତିକୁ ତଳେ ପକାଇ ଦେଇପାରେ। କିନ୍ତୁ ପୋଲିସ ମାଙ୍କଡ ଆଡକୁ…
ନୂଆଦିଲ୍ଲୀ: ଜାନୁୟାରୀ 23 ତାରିଖ ହେଉଛି ପରାକ୍ରମ ଦିବସ। ଭାରତର ମହାନ ଜନନାୟକ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଏହା ପାଳନ କରାଯାଉଛି। ଏହି ଉପଲକ୍ଷେ ନୂଆ ଦିଲ୍ଲୀରେ ପାଳନ ହୋଇଛି ଏହି ପରାକ୍ରମ ଦିବସ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ନେତାଜୀଙ୍କୁ ସ୍ମରଣ କରିଥିଲେ। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୂଆଦିଲ୍ଲୀର ଲାଲକିଲାରେ ନିର୍ମାଣ କରିଥିଲେ ସୁଭାଷ ବୋଷଙ୍କ ବାଲୁକା କଳା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରି ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସୁଦର୍ଶନ ବାଲି ସହିତ ଷ୍ଟିଲ ଗିନା ବ୍ୟବହାର କରି ସୁଭାଷ ବୋଷଙ୍କ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। ଏହା ବର୍ତ୍ତମାନ ଲାଲକିଲାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ପଲଟନ ପଡିଆ ସ୍ଥିତ ବିଜୁ ଭବନ ପରିସରରେ ଭବାନୀ ଶଙ୍କର ବଳିୟାରସିଂହଙ୍କ ସଭାପତିତ୍ବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଜୟନ୍ତୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଓ ଆକାଶ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଅଜୟ ରାଉଳ, ସୂର୍ଯ୍ୟକାନ୍ତ ରଣସିଂହ ଅତିଥି ଭାବେ ଯୋଗଦେବା ସହ ବହୁ ସଂଖ୍ୟାରେ ଯୁବକ ମାନେ ସାମିଲ ହୋଇଥିଲେ। ଅତିଥି ମାନେ ନେତାଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନେତାଜୀଙ୍କ ତ୍ୟାଗ ଓ ବଳିଦାନ, ସଂଘର୍ଷର ଗାଥା ଉପସ୍ଥିତ ଯୁବକ ମାନଙ୍କୁ କହିଥିଲେ l ସୁବାସ ବୋଷ ଆଜାଦ ହିନ୍ଦ ଫୌଜ ଗଠନ କରି କିପରି ଇଂରେଜ ମାନଙ୍କର ନିଦ ହଜାଇ ଦେଇଥିଲେ ଏବଂ ଭାରତ ବାସୀଙ୍କୁ ଆହ୍ୱାନ ଦେଇଥିଲେ ‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ’ l ତାଙ୍କର ଏହି…
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଦେଶର ଏହି ସର୍ବୋଚ୍ଚ ସମ୍ମାନ ପାଇବେ। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟ, ମହାନ ଜନ ନାୟକ କର୍ପୁରୀ ଠାକୁର ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେତେବେଳେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ ସେତେବେଳେ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନିତ କରାଯିବା ଖୁସରି କଥା। ସେ କହିଛନ୍ତି ଯେ, ଦଳିତ, ସମାନତା ଏବଂ ସଶକ୍ତିକରଣ ପାଇଁ ତାଙ୍କର ଚିରନ୍ତନ ଉଦ୍ୟମ ସ୍ମରଣୀୟ ହୋଇ ରହିଛି। ସ୍ବର୍ଗତ କର୍ପୁରୀ ଠାକୁର ବିହାର ଥରେ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଗଜପତିବାସୀ ସହଯୋଗ କରନ୍ତୁ। ଏହା ଲୋକଙ୍କ ସରକାର। ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା। ଲୋକଙ୍କ ଦରଖାସ୍ତ ଆଧାରରେ ଏହି ଟଙ୍କା ମଂଜୁର କରାଯାଇଛି। ଆଜି କାଶିନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିବା ସହ ବିକାଶର ହିସାବ ରଖିଛନ୍ତି। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ମେ ୧୦ ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ । ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ…

