ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ବହିସ୍କାର କରିଛି। ଏ ନେଇ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏକ ବିଜ୍ଞପ୍ତି। ସେଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଛି। ତେବେ ଯାହାକୁ ବହିସ୍କାର କରାଯାଇଛି ସେ ହେଲେ ସମ୍ବଲପୁର ବିଜେଡି କମିଟ ଉପଦେଷ୍ଠା ପ୍ରମୋଦ ରଥ। ଗତକାଲି ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏବଂ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ସେଥିରେ ପ୍ରମୋଦଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ତର୍ଜମା କରାଯାଇ ତାହାର ପ୍ରମାଣ ମିଳିଥିଲା। ପରବର୍ତ୍ତ ସମୟରେ ଦଳ ତାଙ୍କୁ ବହିସ୍କାର କରିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି। ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି…
ଭୁବନେଶ୍ବର: ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଗତ ୮ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି। ଏଥପୂର୍ବରୁ ଗତ ମାର୍ଚ୍ଚ ୧୨ତାରିଖରେ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଏହିସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି।ଚଳିତ ଥର ଗସ୍ତ ସମୟରେ ମଧ୍ୟ ଲୋକଙ୍କଠୁ ଦରଖାସ୍ତ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।ଲୋକମାନେ ଦେଉଥିବା ଦରଖାସ୍ତ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର…
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜୁ ଜନତା ଦଳ ଦୁଇଜଣ ନେତାଙ୍କୁ ନିଲମ୍ବିତ କରିଛି। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସଂପର୍କରେ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ କେନ୍ଦୁଝର ଘଟଗାଁର ନେତା ସଂଜୟ କୁମାର ମିଶ୍ର ଏବଂ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କରୁଣା ସାଗର ଖଟୁଆଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଭୁବନେଶ୍ବର: ଆଜି ଓଡିଶା ନିଯୁକ୍ତି ପର୍ବରେ ସମୁଦାୟ ୪୪୧ ଜୁନିଅର ଇଞ୍ଜିନିୟର (ସିଭିଲ) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକ ସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଏହି ନୂତନ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୂତନ ଇଂଜିନିୟରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ଟି ପଦକ୍ଷେପ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ଏହି ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଧୁନିକ ଜ୍ଞାନକୈଶଳ ପ୍ରୟୋଗ ସହିତ ଅନେକ ପ୍ରମୁଖ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ସେ ଆଶା କରିଛନ୍ତି ଯେ ସମସ୍ତ ନୂତନ ଇଞ୍ଜିନିୟରମାନେ ନିଜକୁ ନୂତନ ଜ୍ଞାନକୈଶଳର ବିନିଯୋଗ କରିବେ ଏବଂ ଚ୍ୟାଲେଞ୍ଜିଂ ପ୍ରସଙ୍ଗଗୁଡ଼ିକର ସହଜରେ ସମାଧାନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତୁମେମାନେ ଜନସେବାରେ ଅଛ, ତୁମର ଏକମାତ୍ର ଦାୟିତ୍ବ ହେଉଛି ଲୋକମାନଙ୍କୁ ସ୍ୱଚ୍ଛତା, ଆନ୍ତରିକତା ଏବଂ ପ୍ରତିବଦ୍ଧତା ସହିତ ସେବା…
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହଲେ ଯେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ ଓ ଏହାର ସଂରକ୍ଷଣ ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ରହିଛି। ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ୱାନ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ସାଂସ୍କୃତିକ ବିକାଶରେ ଏହାର ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ତର୍ଜାତିକ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାରେ ଜାପାନଠାରୁ ଆରମ୍ଭ…
ଭୁବନେଶ୍ବର: ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିବେ। ଏ ନେଇ ଓଡିଶା ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଚର୍ଚ୍ଚାକୁ ନା କଂଗ୍ରେସ ଦଳ ନା ନିଜେ ଶ୍ରୀକାନ୍ତ ଜେନା ଖଣ୍ଡନ କରି ନାହାଁନ୍ତି। ତେବେ ବିଶେଷ ସୁତ୍ର ଅନୁସାରେ ଶ୍ରୀକାନ୍ତ କୁଆଡେ କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି। କାରଣ ସେ ରାଜନୀତିରେ ଯେଉଁ ପତିୟାରା ଦେଖାଇ ଥିଲେ କଂଗ୍ରେସରୁ ବହିସ୍କାର ପରେ ତାହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେଣୁ ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରିବା ପାଇଁ କୁଆଡେ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି। ତେବେ ଏ ନେଇ ଶ୍ରୀକାନ୍ତ କିଛି କହି ନ ଥିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ସେ ପୁଣି ଥରେ କଂଗ୍ରେସକୁ ଫେରିବେ। ସେ କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି…
ଭୁବନେଶ୍ବର: ଓଡିଶାର ହସ୍ତତନ୍ତକୁ ଜାତୀୟସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିଛି ବରଗଡ ହସ୍ତତନ୍ତ ସମ୍ମିଳନୀ ୨୦୨୪। ବୁଣାକାର ମାନେ ଆଜିର ପରିବର୍ତ୍ତନଶୀଳ ସମାଜକୁ ଦୃଷ୍ଟିରେ ରଖି ପାରମ୍ପରିକ ହସ୍ତତନ୍ତରେ ପରିବର୍ତ୍ତନ ଆଣିଛନ୍ତି। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡିଶାର ହସ୍ତତନ୍ତର ପ୍ରାଣକେନ୍ଦ୍ର ବରଗଡ ଜିଲ୍ଲାରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି। ବୁଣାକାର, ବିକ୍ରେତା, କ୍ରେତା ଓ ମାଷ୍ଟର ମାନଙ୍କୁ ଏକାଠି କରିବାରେ ହସ୍ତତନ୍ତ ସମ୍ମିଳନୀ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ବରଗଡ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଓଡିଶାର ବୋମକାଇ, ପଶାପାଲି, ହବସପୁରୀ, ସୋନପୁରୀ, ସମ୍ବଲପୁରୀ ବାନ୍ଧ, ଇକତ୍ ଆଦି ହସ୍ତତନ୍ତକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ବୁଣାକାର ମାନଙ୍କୁ ଭିତ୍ତିଭୂମୀ ଯୋଗାଇଦେବା,…
ଭୁବନେଶ୍ବର: ମୋର ଦଳ ନାହିଁ କି ଖବରକାଗଜ ନାହିଁ। ତେଣୁ ନିର୍ବାଚନ କଥା କାହିଁକି ଚିନ୍ତା କରିବି। ହେଲେ ବଡ ଦୁଃଖର କଥା ଯେ, ଯେଉଁମାନଙ୍କୁ ମୁଁ ସାମ୍ବାଦିକ କରିଥିଲି ସେମାନେ ମୋ ବିରୋଧରେ ମିଛ କହିଲେ। ସେମାନେ ମୋ ବିରୋଧରେ ମିଛ ମାମଲା ଋଜୁ କଲେ। ଏହିପରି ଏକ ମନ୍ତବ୍ୟ ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜ ପଟ୍ଟନାୟକ। ତାଙ୍କର ଶଶ୍ବର ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଇ ବହୁ ଦିନ ପରେ ମିଡିଆକୁ ସେ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ କହିଲେ ଯେ, ମୁଁ ଭାବୁଚି ସାମ୍ବାଦିକ ତିଆରି କରି ଭୁଲ କରିଛି। ଋଣ ନେବା ଘଟଣା ନୂଆ ନ ଥିଲା। ହେଲେ ଦୀର୍ଘ ବର୍ଷ ପରେ ସେମାନେ ମୋ ବିରୋଧରେ ମାମଲା ଋଜୁ କରିବା ମୋତେ ଆଶ୍ଚର୍ଯ୍ୟ ଲାଗିଛି। ମୋ ପାଖରେ କାମ କରିଥିବା ସାମ୍ବାଦିକଙ୍କ ଏପରି କାର୍ଯ୍ୟକଳାପ ଦେଖି ମୁଁ ସମ୍ବାଦର ସଂପାଦକ ପଦରୁ…
ଭୁବନେଶ୍ବର: ଏକ ମହତ୍ତ୍ଵ ଉଦ୍ଦେଶ୍ୟ ନେଇ ଗତ ରବିବାର ଦିନ ମିଶନ୍ ନଗଡ଼ା ର ଦ୍ଵିତୀୟ ପର୍ଯାୟ କାର୍ଯ୍ୟକ୍ରମରେ USSA Team ତରଫରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ବେଚ୍ଛାସେବୀମାନେ ବହୁ ସଂଘର୍ଷ କରି ଘଞ୍ଚ ବଣଜଙ୍ଗଲ ପାହାଡ଼ିଆ ରାସ୍ତାରେ ଯାଇ ପହଞ୍ଚି ଥିଲେ। ସେମାନେ ମୁଖ୍ୟ ରାସ୍ତାରୁ ପ୍ରାୟ ପାଞ୍ଚ କିଲୋମିଟର ଚାଲିଚାଲି ଯାଇ ଯାଜପୁରର ନଗଡାରେ ପହଞ୍ଚିଥିଲେ। ସେମାନେ ଔଷଧ, ଶୁଖିଲା ଖାଦ୍ୟ, ପୋଷାକ, ଓ କମ୍ବଳ, ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ମୁଣ୍ଡରେ ମୁଣ୍ଡାଇ ନଗଡାରେ ପହଞ୍ଚିଥିଲେ। ଡ଼କ୍ଟର ଦୀପ୍ତି ରଞ୍ଜନ କରଙ୍କ ତତ୍ୱାବଧାନରେ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଙ୍କ ସହାୟତା ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବା ସହିତ ସଚେତନତାର ବାର୍ତ୍ତା ଦେଇଥିଲେ। ସେଠାରେ ସେଚ୍ଛାସେବୀମାନେ ପିଲାମାନଙ୍କର ମାଗଣ ଚିକିତ୍ସା କରିବା ସହିତ ଔଷଧ ପ୍ରଦାନ କରିଥିଲେ। ପୁଣି ଥରେ ଏହି ସଂସ୍ଥା ସେହି ନଗଡା ଅଞ୍ଚଳକୁ ଯାଇ ଲୋକଙ୍କର ସେବା କରିବାକୁ ଯୋଜନା ରଖିଛନ୍ତି।
ଭୁବନେଶ୍ବର: ଏଣିକି ରାଜଧାନୀରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଗଠନ ହେବ ସ୍ବତନ୍ତ୍ର ପୋଲିସ ବଳ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଚଢାଉ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଡ କମିଶନର ଅଫ ପୋଲିସ, ୬ ଟି ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏବଂ ୬୦ଟି ପୋଲିସ କନେଷ୍ଟବଳ। ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଚିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା। ପ୍ରତି ଟିମ୍ରେ ୨ଜଣ ପୁଲିସ୍…
ଭୁବନେଶ୍ବର: ରକ୍ତ ହିଁ ଜୀବନ। ଆପଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ। ଆମେମାନେ ସମସ୍ତେ ଏହାର ଗୁରୁତ୍ୱ ଉପଲବ୍ଧି କରିବା ଦରକାର। ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତୁ୍ୟ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଆମେ ସମସ୍ତ ସେ୍ୱଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ଲୋକସେବା ଭବନ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ ରାଜସ୍ୱ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଏହିଭଳି ଶିବିର ଆୟୋଜନ ମାଧ୍ୟମରେ ସେ୍ୱଚ୍ଛାସେବୀମାନେ ସେ୍ୱଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତସଂଗ୍ରହ ଅଭାବ ଦୂର ହୋଇପାରିବ ଓ ଆବଶ୍ୟକ ସମୟରେ ବହୁମୂଲ୍ୟ…
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାହିତ୍ୟିକ, ବିକଶୀତ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ଉପଲକ୍ଷେ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିମାନେ ଭକ୍ତିପୂତ ଶ୍ରଦ୍ଧାସୁମନ ଜଣାଇଥିଲେ। ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଲେ ଯେ ଜାନକୀ ବାବୁଙ୍କ ୧୪ ବର୍ଷର ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ ଗମନାଗମନ କ୍ଷେତୟରେ ଦୃତ ଭିତିଭୂମି ପଡ଼ିଥିଲା। ଯାହା ଉପରେ ଆଜିର ଶାସକମାନେ ବାହାଦୂରୀ ନେଉଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଜାନକୀ ବାବୁଙ୍କୁ ବିକଶିତ ଓଡ଼ିଶାର ପ୍ରକୃତ…
ଭୁବନେଶ୍ୱର: କୀଟନାଶକର ନିରାପଦ ବ୍ୟବହାର ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକ୍ବାଟ୍ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକ୍ରିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ଆଜି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଏହି ପରିପ୍ରେକ୍ଷୀରେ ପତ୍ର ଲେଖି ଜଣାଇଛନ୍ତି ଯେ ସଂପ୍ରତି ପାରାକ୍ୱାଟ ତୃଣନାଶକର ବ୍ୟବହାର ରାଜ୍ୟରେ ଏକ ସାର୍ବଜନିକ ଚିନ୍ତାର ବିଷୟ ହୋଇପଡ଼ିଛି। ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନୁହେଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ ମହଜୁଦ/ ବିତରଣ/ ଉତ୍ପାଦନ ଓ…
ଭୁବନେଶ୍ବର: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ତାହା ହେଲା ନୂଆବର୍ଷ ପାଳନ ବେଳେ ଓଡିଶାରେ ୬୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏକଥା ଆମେ ନୁହେଁ, ଏହା କହୁଛି ଓଡିଶା ପାନୀୟ ନିଗମ ତଥ୍ୟ। ମିଳିଥିବା ତଥ୍ୟ ଅନୁସାରେ ରବିବାର ଦିନ ପ୍ରାୟ ଦୁଇ ଗୁଣା ମଦ ବିକ୍ରି ହୋଇଛି। ତେବେ ତଥ୍ୟ ଅନୁସାରେ କଟକରେ ସର୍ବଧିକ ମଦ ପିଇଥିବାର ଜଣାପଡିଛି। ତାପଛରେ ରହିଛି ଭୁବନେଶ୍ବର। ସୂଚନା ଅନୁସାରେ ସାଧାରଣତଃ ପ୍ରତିଦିନ ପ୍ରାୟ ୨୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ। ହେଲେ ଡିସେମ୍ବର ୩୦ ତାରିଖରେ ରାଜ୍ୟରେ ପାନୀୟ ନିଗମ ଅଧୀନରେ ଥିବା ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ। ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା। ଡିସେମ୍ବର ୩୧ ତାରିଖ ରବିବାର ଥିଲା। ହେଲେ ରବିବାର ଦିନ ମଦ ଡିପୋ ବନ୍ଦ ରହୁଥିବାରୁ ଶନିବାର ୩୦…
ଭୁବନେଶ୍ବର: ବୁଧବାର ଅପରାହ୍ନରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ସେ ସକାଳେ ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋୟାର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଥିଲେ। ସେଠାରୁ ସେ ସିଧା ସୁନ୍ଦରଗଡ ଗସ୍ତ କରିଥିଲେ। ସୁନ୍ଦରଗଡର ଭରପୁର ଲୋକଙ୍କୁ ସେ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ଲୋକଙ୍କୁ କହିଥିଲେ ଆପଣମାନେ କେନ୍ତା ଅଛନ୍। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନସମାଜ ତାଳିମାନେ ଭଲ୍ ଅଛନ ବୋଲି କହିଥିଲେ। ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ ବୋଲି ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ତଥ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୁଁ ଗତ ମାର୍ଚ୍ଚରେ ସୁନ୍ଦରଗଡ ଗସ୍ତରେ ଆସିଥିଲି। ସେତେବେଳେ ଆପଣମାନେ ମୋତେ 160ଟି ଅଭିଯୋଗ ପତ୍ର ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗକୁ ଗ୍ରହଣ…
ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଏକ ଗର୍ବର ଦିନ। ଓଡିଶାର ସାତୋଟି ଉତ୍ପାଦକକୁ ମିଳିଛି ଜିଆଇ ଟ୍ୟାଗ। ପୂର୍ବରୁ କିଛିମାସ ତଳେ କେନ୍ଦ୍ରାପଡା ରସାବଳିଙ୍କୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ଆଉ ସାତୋଟିକୁ ଏହି ମାନ୍ୟତା ମିଳିଛି। ସେଗୁଡିକ ହେଲା 1- ଗଜପତିର ଖଜୁରୀ ଗୁଡ 2- ଢେଙ୍କାନାଳର ମଗଜୀ ଲଡୁ 3-ମୟୁରଭଞ୍ଜର କାଇ ଚଟଣୀ 4-ନୟାଗଡର କଣ୍ଟାମୁଣ୍ଡି ବାଇଗଣ 5-ଡଙ୍ଗରିଆ କନ୍ଧଙ୍କ ହାତବୁଣା ସାଲ୍ 6- କେନ୍ଦ୍ରପଡା ରସାବଳି 7- କୋରାପୁଟର କଳାଜିରା ଚାଉଳ 8-ଲାଞ୍ଚିଆ ସଉରାଙ୍କ ଇଡିତାଳି ପେଣ୍ଟିଂ ଏ ନେଇ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ତିନିଜଣ ଉପଦେଷ୍ଠାଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିଛି। ଯେଉଁମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ହେଲେ 1- ସନ୍ତୋଷ କୁମାର ଶତପଥୀ, ଅବସରପ୍ରାପ୍ତ ଆଇଏଏସ- ମୁଖ୍ୟ ଉପଦେଷ୍ଠା ଆଦିବାସୀ କଲ୍ୟାଣ ଏବଂ ସାଧାରଣ ପ୍ରସଂଗ ସଂକ୍ରାନ୍ତ 2-ପ୍ରଫେସର ସୁକଳ ମହାନ୍ତି- ଉପଦେଷ୍ଠା ଏକାଡେମିକ ସଂକ୍ରାନ୍ତ 3-ସୁବ୍ରତ କୁମାର ମହାନ୍ତି- ଉପଦେଷ୍ଠା ମିଡିଆ ଏବଂ ଆଇଟି ସଂକ୍ରାନ୍ତ ପୂର୍ବରୁ କୌଣସି ରାଜ୍ୟପାଳଙ୍କର ଏପରି ଉପଦେଷ୍ଠାଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ପ୍ରଥମ ଥର ପାଇଁ ଏହି ବରିଷ୍ଠ ପ୍ରଶାସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
ଭୁବନେଶ୍ୱର: ଓଡିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର ଓଡିଶା ଆସିବେ। ଏହାକୁ ନେଇ ଦଳ ବେଶ ଉତ୍ସାହିତ ହୋଇପଡିଛି। ନୂଆବର୍ଷରେ ନୂଆ ପ୍ରଭାରୀ କିଛି ଗୁରୁମନ୍ତ୍ର ଦେବେ ବୋଲି ଦଳ ବଡ ଆଶାବାଦୀ ହୋଇପଡିଛି। ତାଙ୍କ ଦିଗଦର୍ଶନରେ ଦଳ ଓଡିଶାରେ ଭଲ ଫଳ କରିବା ନେଇ ଉତ୍ସାହିତ ହୋଇପଡିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟ ସୂଚନା ଅନୁସାରେ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ଦଳର ସାଂଗଠନିକ ବୈଠକ କରିବେ। ସେହି ସୂଚନା ଅନୁସାରେ ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଟାରେ ଭୁବନେଶ୍ୱର ବିମାନ ବନ୍ଦନରରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ସରକାରୀ ଅନୁଷ୍ଠାନ ରେ ପଢ଼ୁଥିବା ଡ଼ି ଫାର୍ମ, ଅଜୁଲାରୀ ନର୍ସିଂ ଓ ଏ ଏନ ଏମ, ବିଏସି ନର୍ସିଂ, କ୍ଲିନିକାଲ ସାଇକୋଲୋଜି ଓ ମାନସିକ ସାମାଜିକ ବିଜ୍ଞାନ ରେ ଏମ ଫିଲ କରୁଥିବା ଛାତ୍ର ଛାତ୍ରୀ ଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ କରିବାକୁ ନିର୍ଦେଶ ରହିଛି। ଫାର୍ମାସି ରେ ଡିପ୍ଲୋମା କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ତିନିମାସ ଧରି ୨୫୦ ଟଙ୍କା ପାଉଥିଲେ। ଏବେ ଏହା ୫୦୦ଟଙ୍କା ତିନି ମାସ ଧରି ପାଇବେ। ସେହିଭଳି ଅଜୁଲାରୀ ନର୍ସିଂ ଓ ଏ ଏନ ଏମ ଛାତ୍ରଛାତ୍ରୀ ପୂର୍ବରୁ ଏକ ହଜାର ପାଉଥିଲେ ଏବେ ସେମାନେ ଦୁଇ ହଜାର ପାଇବେ। ବି ଏ ସି ନର୍ସି ଛାତ୍ରୀ ପୂର୍ବରୁ ଛଅ ମାସ ଧରି ୨୫୦୦ ଟଙ୍କା ପାଉଥିଲେ ବର୍ତ୍ତମାନ ୫୦୦୦ ଲେଖାଏଁ ପାଇବେ। ସେହିଭଳି କ୍ଲିନିକାଲ ସାଇକୋଲୋଜି ଓ…
ଭୁବନେଶ୍ବର: ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି…

