ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ସେ ବାରଙ୍ଗରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯିବା ବେଳେ ଏକ ରୋଡ ସୋ କରି ଯାଇଛନ୍ତି। ନବୀନ ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍-ସୋ ରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର। ସେ କହିଥିଲେ ଯେ ମେଟ୍ରୋ ରେଲ୍ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଲ୍ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ। ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ “ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର…
ପୁରୀ: ଆଜି ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ। ଏତର ଜଗାକୁ ଦର୍ଶନ କରିବା ପାଇଁ ଛିଡା ହୋଇ ଅପେକ୍ଷା କରିବା ଆବଶ୍ୟକ ନାହିଁ। ବ୍ୟାରିକେଟ ଭିତରେ ବସିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିବା ଭକ୍ତଙ୍କ ପକ୍ଷରେ କଷ୍ଟଦାୟକ ହୋଇପଡୁଥିଲା। ଏପରିକି ବରିଷ୍ଠ ଭକ୍ତମାନେ ଜଗାଦର୍ଶନ ପାଇଁ ଅସହୟ ଯନ୍ତ୍ରଣା ଭୋଗୀବାକୁ ପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଠାରେ ବ୍ୟାରିକେଟ ଭିତରେ ବସି ଅପେକ୍ଷା କରିବାର ବନ୍ଦୋବସ୍ଥ କରିଛନ୍ତି। ସେତିକି ନୁହେଁ ଏହାକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଫଳରେ ଭକ୍ତମାନେ ଏହି ଏସି ଟନେଲ ଭିତରେ ଯେତେବେଳେ ଚାହିଁବେ ଛିଡା ହୋଇ କିମ୍ବା ବସିକି ଅପେକ୍ଷା କରିପାରିବେ। ଫଳରେ ନୂଆ ବର୍ଷରେ ଜଗା ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ସୁବିଧା ଆଣିଦେଇଛି।
ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି। ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି।…
ପୁରୀ: ଚଳିତ ବର୍ଷ ପୁରୀରେ ରେକର୍ଡ ସଂଖ୍ୟକ ଭକ୍ତ ମହାବାହୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଏଥର ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ପୁରୀ ପୋଲିସ ତଥ୍ୟ ଅନୁସାରେ ରାତି ଦୁଇଟାରୁ ଆଜି ଭୋର ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି। ରାତିରୁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗି ରହିଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯାଇଥିଲା। ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ଏଥର ଶ୍ରୀମନ୍ଦିର ରାତି ଦଶଟାକୁ ବନ୍ଦ କରି ରାତି ଗୋଟାଏ ବେଳକୁ ଖୋଲିଥିଲେ। ନୂଆ ବର୍ଷରେ ଠାକୁରଙ୍କୁ ଦର୍ଶନ କରି ନିଜର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗତକାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ଭୁବନେଶ୍ବର: ଆଜି ହେଉଛି ନୂଆ ବର୍ଷ। 2023 ଶେଷ ହୋଇ ପ୍ରବେଶ କରିଛି 2024। ସେଥିପାଇଁ ଚାରିଆଡେ ଉତ୍ସବର ମାହୋଲ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ଓଡିଶା ରାଜନୀତିରେ ସେତିକି ରୋଚକ କଥା ଦେଖିବାକୁ ମିଳିଛି। ସେହିପରି ଏକ ଘଟଣା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ପରିଲକ୍ଷିତ ହୋଇଛି। ତାହା ହେଲା ଅପରାଜିତାଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟର। ବିଭିନ୍ନ ସ୍ଥାନରେ ସେ ଏହି ଅଭିନନ୍ଦନ ପୋଷ୍ଟର ମାରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ସେହି ପୋଷ୍ଟରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉଟ ହୋଇଯାଇଛନ୍ତି। ଅପରାଜିତା ମାରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଫଟୋ ରହିଛି। ପୁରା ଉପରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କ ଫଟୋ ରହିଛି। ତଳକୁ ଅପରାଜିତାଙ୍କ ବଡ ସୁନ୍ଦର ଫଟୋଟିଏ ରହିଛି। ହେଲେ କେଉଁଠି ହେଲେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନିତ କରି ନାହାଁନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ପୂର୍ବରୁ ନୂଆବର୍ଷ ପୋଷ୍ଟରରେ ଅପରାଜିତା ଧର୍ମେନ୍ଦ୍ରଙ୍କୁ ସ୍ଥାନିତ କରିଥିଲେ।…
ଭୁବନେଶ୍ବର: ଆସନ୍ତାକାଲି ନୂଆବର୍ଷରେ ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ନୂଆ ଉପହାର। ତାହା ହେଲା ଭୁବନେଶ୍ବର କଟକ ମେଟ୍ରୋ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି କରାଯାଇଛି। ଏହି ପ୍ରକଳ୍ପରେ ମୋଟ ୫୯୨୯ କୋଟି ଟଙ୍କା ବ୍ୟୟ କରାଯିବ। ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ଏହାକୁ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଭାବରେ ଗ୍ରହଣ କରାଯିବ। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଓଡ଼ିଶା ସରକାରଙ୍କ ଏକ ସମ୍ପୂର୍ଣ୍ଣ ମାଲିକାନା କମ୍ପାନୀ ଅଧିନିୟମ ଅନୁଯାୟୀ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପକୁ ତ୍ବାରିନତ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ତଦାରଖ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ…
ପୁରୀ: ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ବାଲୁକା କଳାରେ ବିଶ୍ୱ କୁ Happy New Year ୨୦୨୪ ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନ ରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ ବୋଲି ବାର୍ତ୍ତା ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ। ଏହି ବାଲୁକା କଳା ଟି ୨୦ ଫୁଟ ଓସାର ବିଶିଷ୍ଟ। ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ। ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି l ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ବିଳମ୍ବ ନ କରି …
କଟକ: ଆଜି ଓଡିଶା ପୋଲିସ ଡିଜି ବା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ। ସେ ଆଜି କଟକ ପୋଲିସ ମୁଖ୍ୟାଳୟରେ ସୁନୀଲ ବଂଶଲଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସମୟରେ ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୁନୀଲ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ଅରୁଣ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଅରୁଣ ଷଡଙ୍ଗୀ ପୋଲିସ ଡିଜି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ। ନୂଆ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ ବୋଲି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି। ରାଜ୍ୟ ସରକାର ବରିଷ୍ଠତା ଭିତିରେ ତିନିଜଣଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା ନିଷ୍ପତି ହୋଇ ନ ଥିବାରୁ ଅରୁଣଙ୍କୁ ଅସ୍ଥାୟୀ ଭାବେ ପୋଲିସ ଡିଜି ଦାୟିତ୍ବ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ଆଜିଠାରୁ ଦେଶର ସମସ୍ତ ଆୟୁଷମାନ ଭାରତ ହେଲଥ ଆଣ୍ଡ ୱେଲନେସ କେନ୍ଦ୍ରର ନାମ ପରିବର୍ତ୍ତନ ହେଲା। ଏହା ‘ଆରୋଗ୍ୟମ ପରମ ଧନଂ ସ୍ଲୋଗାନ ନେଇ ଆୟୁଷମାନ ଆରୋଗ୍ୟ ମନ୍ଦିର ଭାବେ ନାମକରଣ ହେଲା। ଏ ନେଇ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନଭେମ୍ବର ମାସରେ ନିଷ୍ପତି ଗ୍ରହଣ କରିଥିଲା। ଏଥିରେ କୁହାଯାଇଥିଲା ଯେ, 2023 ବର୍ଷ ଶେଷକୁ ଏହାର ନାମ ପରିବର୍ତ୍ତନ କରାଯିବ।ସେହି ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପ୍ରତ୍ୟେକ ପି ଏଚ ସି , ସିଏଚସି ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡ଼ିକ ନାମ ପରିବର୍ତ୍ତନ କରାଯାଇଛି। ଏଥିରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଆପ ଡାଉନଲୋଡ଼ କରିବାକୁ କୁହାଯାଇଛି।ଏହା ଦ୍ୱାରା ଦେଶର ପ୍ରତି ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ। ଏହା ଦ୍ବାରା ଦେଶର ପ୍ରତ୍ୟେକ ନାଗରିକ ନିଜ ଘର ପାଖରେ ଥିବା ସରକାରଙ୍କ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ…
ଭୁବନେଶ୍ବର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦ ମେଟି୍ରକ୍ ଟନ କ୍ଷମତା ବିଶିଷ୍ଟ ଶୀତଳ ଗୃହ ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଗୃହ ସ୍ଥାପନ କରାଯିବ। ଆଜି ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା…
ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ସେଥିପାଇଁ ପୁରୀ ପୋଲିସ ତରଫରୁ କେତେକ ମାର୍ଗଦର୍ଶିକା ଜାରୀ କରାଯାଇଛି। ତାହା ହେଲା। ଏହି ଅନୁସାରେ ଆପଣ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ କୁହାଯାଇଛି।
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ। ଏହି ଉଦଘାଟନ ପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଓଡିଶାର ପ୍ରତିଟି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ଜାନୁଆରି ୫ ତାରିଖରୁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଏହି ଗୁଆ ଚାଉଳ ସଂଗ୍ରହ କରାଯିବ। ଏଥି ସହ ଗାଁ କୁ ଗାଁ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ଚାଉଳ ଓ ଗୁଆ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ।ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଗାଡିରେ ପୁରୀ ନିଆଯିବ। ଏଥିସହିତ ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ସେହିପରି ପ୍ରତି ପଞ୍ଚାୟତରେ ଏଲ୍ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ପରୀକ୍ଷା ଦେଇପାରିବେ।ସେହିପରି ଅନ୍ୟ ଯେଉଁ ସବୁ ନିଷ୍ପତି ଗ୍ରହଣ କରାଯାଇଛି ତାହା ହେଲା ୧- ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।ଭୁବନେଶ୍ବର ନିକଟରେ ୫ ଏକର ଜମି ବିନା ପ୍ରିୟମିୟମରେ ଦିଆଯିବ। ୨- ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ…
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଆଗାମୀ ମାସ ୧୭ ତାରିଖରେ।ଏହି ଭବ୍ୟ ଲୋକାର୍ପଣରେ ସାମିଲ ହେଵା ପାଇଁ ଆମ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ମନ୍ଦିର,ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ମନ୍ଦିର ଓ ଦେଶ ବାହାର ର ବିଭିନ୍ନ ପ୍ରମୁଖ୍ୟ ମନ୍ଦିର ମାନଙ୍କର ମୁଖ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ନେପାଳ ଦେଶର କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତି ପୀଠ ର ପ୍ରମୁଖ ଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।ପୁରୀ ରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ଏହି ଦୁଇ ମନ୍ଦିର ରେ ପହଞ୍ଚିବା ପରେ ସେମାନ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେବାୟତ ଓ ଅଧିକାରୀ ମାନେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଲୋକାର୍ପଣ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ସେହିପରି ଆଜି ପୁରୀ ଜିଲ୍ଲା ର ଅଲାରନାଥ ଓ ବାଲି ହରଚଣ୍ଡୀ ମନ୍ଦିରର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ। ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍ ନିର୍ମାଣ କରାଯିବ। ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିପାରିବ। ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍ଲାଇନ୍ ମାଧ୍ୟମରେ ଜଳସେଚନ କରାଯିବ। ଏହା ଦ୍ୱାରା ଏହି ୨ଟି ଗୁରୁତ୍ୱପୂର୍ଣ୍ଣ…
ଭୁବନେଶ୍ବର: ଶେଷରେ ଯାହା କଳ୍ପନା ପ୍ରକାଶ ପାଇଥିଲା ତାହା ହିଁ ହେଲା। ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ଅରୁଣ ଷଡଙ୍ଗୀ। 1990 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ ବର୍ତ୍ତମାନ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ସେ ନିୟମିତ ଡିଜି ଯୋଗଦେବା ପର୍ଯ୍ୟନ୍ତ ଏହି ପଦବୀରେ ଅତିରିକ୍ତ ଦାୟିତ୍ବରେ ରହିବେ। ଏ ନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର 31 ତାରିଖରେ ପୋଲିସ ଡିଜି ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ ନୂଆ ଡିଜିପି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ବରିଷ୍ଠତା ଭିତ୍ତିରେ ରାଜ୍ୟ ସରକାର ତିନିଜଣଙ୍କ ନାମ କେନ୍ଦ୍ରକୁ ପଠାଇଛନ୍ତି। ହେଲେ ବୈଠକ ହୋଇପାରି ନ ଥିବାରୁ ନୂଆ ଡିଜିପିଙ୍କୁ ଚୟନ କରାଯାଇ ପାରି ନାହିଁ। ସେଥିପାଇଁ ଅରୁଣ ଷଡଙ୍ଗୀଙ୍କୁ ଅସ୍ଥାୟୀ ଡିଜିପି ଭାବେ ନିଯୁକ୍ତ ଦିଆଯାଇଛି।
ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡର ସମ୍ଭାବନା ରହିଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମସ୍ତେ ନୂଆ ବର୍ଷ ଆରମ୍ଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ଆସନ୍ତାକାଲିଠାରୁ ବଡ ଦାଣ୍ଡରେ ଭିଡ ଆରମ୍ଭ ହୋଇଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଦର୍ଶନ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରିବା ପାଇଁ ନିଷ୍ପତି ହୋଇଛି। ନୂଆବର୍ଷରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଭକ୍ତମାନ ଚାଲିଚାଲି ଶ୍ରୀମନ୍ଦିରକୁ ଯିବେ। ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ବଡଦାଣ୍ଡରେ ୧୨ ଶହ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ବାହାରେ ୬୮ ସେକସନ ଫୋସ ମୁତୟନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ୩୭ ସେକସନ ଫୋର୍ସ ମୁତୟନ କରାଯିବ। ଏହା ଜଣେ କମାଣ୍ଡାଣ୍ଟ ତତ୍ବାବଧାନରେ ନିୟନ୍ତ୍ରଣ ହେବ। ଭକ୍ତଙ୍କ ଭିଡକୁ ଲକ୍ଷରଖି ବଡ ଦାଣ୍ଡରେ ୫ଟି ଏବଂ…
ଭୁବନେଶ୍ବର: ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା। ସେ ହେଉଛନ୍ତି ମନୋରମା ମହାନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ସେ ଏହା ପୂର୍ବରୁ ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଥିଲେ। ଭୁବନେଶ୍ବରରେ ଥିବା ଏଚ ଆର ବିଶ୍ବାସଙ୍କର କୋଲକାତା କେନ୍ଦ୍ରକୁ ବଦଳି ହୋଇଛି। ମନୋରମା ହେଉଛନ୍ତି ଓଡିଆ ଝିଅ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାଶ କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ସେ ପଦନ୍ନୋତି ପାଇ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶିକା ଥିଲେ। ସେଠାରେ ସେ ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉତେ ଏବଂ ବିପର୍ଯ୍ୟୟ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେଇ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି।

