ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରାଯାଇଛି। ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ସକାଳେ ୫ଟି (ଟ୍ରାନ୍ସଫର୍ମେସନାଲ୍ ଇନିସିଏଟିଭ୍) ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ସେ ଭୋର ୫.୦୦ ରୁ ୭ ଟା ମଧ୍ୟରେ ଏହି ପ୍ରକଳ୍ପର ତଦାରଖ କରିଥିଲେ। ଶ୍ରୀ ପାଣ୍ଡିଆନ ତୀର୍ଥଯାତ୍ରୀଙ୍କ ଦର୍ଶନ କରିବା ପାଇଁ ଥିବା ବାରିକେଡ ତଥା କ୍ୟୁ ମ୍ୟାନେଜମେଣ୍ଟ ପାଇଁ ସୁବିଧା ଦେଖିଥିଲେ। ଏଥିସହିତ ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ, ମଠ ପୁନରୁଦ୍ଧାର, କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ, ଦୁଇ ଚକିଆ ପାର୍କିଂ ଅଞ୍ଚଳରେ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନ୍ ଶ୍ରୀ ଦାଣ୍ଡ, ଶ୍ରୀ ଜଗନ୍ନାଥ ବଲ୍ଲଭ ବିହାର ଏବଂ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଯାଞ୍ଚ କରିଥିଲେ। ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ଅଗ୍ରଗତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ତଥା ଏସପି ପୁରୀ, ଏମଡି ଓବିସିସିଙ୍କ ସହିତ ଆଲୋଚନା କରିଥିଲେ।
ବାଲୁଗାଁ( ସୀତାରାମ ଅଗ୍ରୱାଲ): ନୂଆବର୍ଷ ପାଇଁ ଚିଲିକାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ଚଳିତ ବର୍ଷ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ବଡ଼କୁଳ, କାଳିଜାଇ, ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି। ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜିଠାରୁ ଗ୍ରହଣ କରିଛି ଏକାଧିକ ପଦକ୍ଷେପ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ ମୁତାବକ ଆଜିଠାରୁ ଆସନ୍ତା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଲୁଗାଁରେ ମୁତୟନ ହୋଇଛନ୍ତି ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁତୟନ କରିଛି ଏହି ଟିମ l ଚିଲିକା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ହ୍ରଦ ହୋଇଥିବା ବେଳେ ଏଥି ମଧ୍ୟରେ ଅବସ୍ଥିତ ମା’ କାଳିଜାଇ ମନ୍ଦିର ଏବଂ ବଡ଼କୁଳ ପାନ୍ଥନିବାସ, ବାଲୁଗାଁ ଜେଟି ଆଦି ସ୍ଥାନରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛ। ଏହି…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ। ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଲୁଗାଁ…
ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ 2020 ବ୍ୟାଚର ଆଇଏଏସ ଅଫିସର ଶ୍ରୀ ଚଭନ କୁନାଲ ମୋତିରାମ ଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜିନ ଭାବେ କାର୍ଯ୍ୟ କରୁଛି। ପଦ୍ମପୁର ର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ, ବ୍ୟବସ୍ଥାକୁ ଅଧିକ ମଜଭୂତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। ଶ୍ରୀ ମୋତିରାମ ଵର୍ତମାନ ବାଲେଶ୍ଵରର ଉପଜିଲ୍ଲାପାଳ ଅଛନ୍ତି।
ଭୁବନେଶ୍ବର: ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି। ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରର ପି୍ରମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍ଇଣ୍ଡିଆ ସର୍ଭେ ଅନ୍ ହାୟାର ଏଜୁକେସନ୍ କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ, ଏମ୍ବିବିଏସ୍, ବିଡ଼ିଏସ୍, ବିଏଚ୍ଏମ୍ଏସ୍, ବି. ଫାର୍ମା, ବିଏସ୍ସି (ନର୍ସିଂ), ପିବିବିଏସ୍ସି ନର୍ସିଂ, ବିଏସ୍ସି (ସମ୍ମାନ)…
ଭୁବନେଶ୍ୱର: ନୂତନ ବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଆଜି ଓଡିଶା କ୍ୟାଡରର ୧୯ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ତାଙ୍କୁ ଜାନୁଆରୀ ୧, ୨୦୨୪ ଠାରୁ ଏଡିଜି ପୋଲିସ୍ ଗ୍ରେଡ୍ ପଦୋନ୍ନତି ପାଇବାକୁ ଅନୁମତି ଦିଆଯାଇଛି। ଶ୍ରୀ ଉପାଧ୍ୟାୟଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି। ୨୦୦୬ ବ୍ୟାଚ୍ ର ପାଞ୍ଚ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଅନୁପ କୁମାର ସାହୁ ଡିଜି ଇଣ୍ଟେଲିଜେନ୍ସକୁ ଆଇଜିପି ରାଙ୍କରେ ପଦୋନ୍ନତି ଦିଆଯାଇ ଥିବା ବେଳେ ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂ, ଅନୁପ କୃଷ୍ଣ ଏବଂ ସୁଧା ସିଂଙ୍କୁ ଡେପୁଟେସନରେ ଥିବାରୁ ତାଙ୍କୁ ପ୍ରୋ-ପ୍ରୋମୋ ପଦୋନ୍ନତି…
ଭୁବନେଶ୍ବର: ରାଜଧାନୀର ପାଣ୍ଡରା ଛକରେ ଥିବା ହାଇଟେକ ମେଡିକାଲ କଲେଜରେ ଏକ ବିସ୍ପୋରଣ ହୋଇଛି। ଏହାଦ୍ବାରା କଲେଜର ତିନିଜଣ କର୍ମଚାରୀ ଆହାତ ହୋଇଥିବାର ଜଣାପଡିଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ସହାୟତା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାରୁ ଜଣାପଡିଛି ଯେ, ମେଡିକାଲର ଏକ ଏସିରେ ଗ୍ୟାସ ଭର୍ତ୍ତି କରାଯାଉଥିଲା। ଏହିସମୟରେ ଏସି କଂପ୍ରେସରଟି ବିସ୍ପୋରଣ ହୋଇଯାଇଥିଲା। ଫଳରେ ସେଠାରେ କାମ କରୁଥିବା ତିନି କର୍ମଚାରୀ ଆହତ ହୋଇଛନ୍ତି। ତେବେ ପରିସ୍ଥିତି ସେପରି ଜଟିଳ ହୋଇ ନାହିଁ ବୋଲି ଜଣାପଡିଛି।
ଭୁବନେଶ୍ବର: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ 5 ଜଣ ବ୍ୟକ୍ତି ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଗତକାଲି କୋରାପୁଟର ପାତାଳୀ ନଦୀରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ନୌକାଟି ଓଲଟି ପଡିବାରୁ ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ନିଯୋଜ ଥିଲେ। ଏହାପରେ ସେହି ତିନିଜଣ ନାବାଳିକାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ବିବାହ ଭୋଜିରେ ଯୋଗଦେବାକୁ ଏହି ପାଞ୍ଚଜଣ ଦେଶୀ ଡଙ୍ଗାରେ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଲୋକସେବା ଭବନର କନଭେସନ ହଲରେ ନିଯୁକ୍ତି ପର୍ବରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏ ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଚୟନ ପରୀକ୍ଷା କରାଯାଇଥିଲା। ସେଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୪୭୩ ଜଣ ମେଡିକାଲ ଅଫିସରଙ୍କୁ ଚିକିତ୍ସା ସେବାରେ ନିଯୁକ୍ତି ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ଆପଣ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର ପାଇବା ପାଇଁ ଜୟଦେବ ଭବନରେ ଆଉ ଧାଡିରେ ଛିଡା ହେବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଏହି ଡାଇରୀ ଓ କ୍ୟାଲେଣ୍ଡର ପାଇପାରିବେ। ଏ ନେଇ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପ୍ରେସ ନିର୍ଦ୍ଦେଶାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଆପଣ ଘରେ ବସି adisha.in କିମ୍ବା boyanika.com ରେ ଲଗଅନ କରି ଜାନୁୟାରୀ ପହିଲାରୁ ଏହା ହାସଲ କରିପାରିବେ।
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଶୀତ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଘନ କୁହୁଡି ଦ୍ବାରା ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳେ ରାଉରକେଲାରେ ସବୁଠାରୁ ଅତିଘନ କୁହୁଡି ପରିଲକ୍ଷିତ ହୋଇଥିଲା। ଆଜି ରାଜ୍ୟର ଅନୁଭୂତ ହୋଇଥିବା ବିଭିନ୍ନ ସ୍ଥାନରେ କୁହୁଡି ଏବଂ ଦୃଶ୍ୟମାନ ଦୂରତା ହେଲା ଅତିଘନ କୁହୁଡି ରାଉରକେଲା : ୪୦ମିଟର ଘନକୁହୁଡି ନୟାଗଡ: ୬୦ ମିଟର ଫୁଲବାଣୀ: ୮୦ ମିଟର କୋରାପୁଟ: ୧୦୦ ମିଟର କଟକ:୧୦୦ ମିଟର ମଧ୍ୟମ ଧରଣର କୁହୁଡି ଭୁବନେଶ୍ୱର: ୪୦୦ ମିଟର ଅନୁଗୁଳ: ୨୦୦ ମିଟର ଢେଙ୍କାନାଳ: ୨୦୦ ମିଟର ଖୋର୍ଦ୍ଧା: ୨୦୦ ମିଟର
ଭୁବନେଶ୍ବର: ଶେଷରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେ ଚଳିତ ମାସ 31 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ତା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଆଉ ଛଅ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳକୁ ମୁଖ୍ୟ ଶାସନ ଭାବେ କାର୍ଯ୍ୟ କରୁଥିବେ। ପ୍ରଦୀପ ଜେନାଙ୍କ ଅବସର ପରେ ରାଜ୍ୟର କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାମ ଆଗରେ ଥିଲା। ତେବେ ଆଉ ଚାରି ମାସ ପରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଏହି ମୁଖ୍ୟ ପଦବୀରେ କିଏ ରହିବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ରବୀନ୍ଦ୍ର ବାରିକ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୨ ଘଟିକା ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଦୁଇ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ରବୀନ୍ଦ୍ରଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରବୀନ୍ଦ୍ର ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।
ଭୁବନେଶ୍ବର: ଆଜି ୨୪୭୩ ମେଡିକାଲ ଅଫିସରଙ୍କୁ ରାଜ୍ୟ ଚିକିତ୍ସା ସେବାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୩୯୨ ଜଣ ଏମବିବିଏସ ଡାକ୍ତର ଏବଂ ୮୧ ଜଣ ହେଉଛନ୍ତି ଦାନ୍ତ ଡାକ୍ତର। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ଡାକ୍ତରଙ୍କୁ ଦିଗଦର୍ଶନ ଦେଇଥିଲେ। ନୂତନ ଡାକ୍ତରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯୁବ ଡାକ୍ତର ଭାବରେ ସେମାନେ ଏହି ରାଜ୍ୟ ପାଇଁ ବହୁତ କିଛି କରିପାରିବେ। ସେ କହିଥିଲେ, ପ୍ରତ୍ୟେକ ରୋଗୀ ଯେତେବେଳେ ତୁମକୁ ଦେଖା କରନ୍ତି ସେତେବେଳେ ଏକ ସକାରାତ୍ମକ ଆଭିମୁଖ୍ୟ ଅନୁଭବ କରନ୍ତି। ଆପଣଙ୍କର ବୃତ୍ତିଗତ ଉତ୍କର୍ଷ ସହିତ, ରୋଗୀମାନଙ୍କ ପ୍ରତି ଆପଣଙ୍କର ମାନବୀୟ ଆଭିମୁଖ୍ୟ ସେମାନଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, “ମନେ ରଖ ଯେ ଆମର ଦରମା, କିମ୍ବା ଆମେ କାମ କରୁଥିବା ବିଲଡିଂ ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ପିଠକୁ ଓଡିଶାବାସୀ ପ୍ରଦାନ…
ଭୁବନେଶ୍ବେର: ଗଂଜାମ ଜିଲ୍ଲା ହିଞ୍ଜିଳି ବିଜ୍ଞାନ କଲେଜରେ ଆସିଥିବା ଗୁରୁତର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ତଦନ୍ତ ପରେ ଏହା କହିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ସେହି କଲେଜରେ କିଛି ଅନୈତିକ କାର୍ଯ୍ୟ ହେଉଥିଲା ବୋଲି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଆଧାର କରି ବିଭାଗ ତରଫରୁ ଏକ ତଦନ୍ତ କରାଯାଇଥିଲା। ଏହି ତଦନ୍ତରେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହିତ କେତେଜଣ ମହିଳା ଅଧିକାରୀ ସାମିଲ ହୋଇଥିଲେ। ସେମାନେ କିଏ ଅଭିଯୋଗ କରିଥିଲା , କାହିଁକି କରିଥିଲା ସେ ନେଇ ଖୋଳତାଡ କରିଥିଲେ ମଧ୍ୟ ତାହାର କୌଣସି ଆଧାର ମିଳି ନ ଥିଲା। ଏଥିସହିତ ଏହି ତଦନ୍ତ ଦଳ ଷ୍ଟାପ କାଉନସିଲ, ଷ୍ଟୁଡେଣ୍ଟସ ଆଲମ୍ୟୁନି, ଶିକ୍ଷକ, ଛାତ୍ରୀ, ହଷ୍ଟେଲ ଛାତ୍ରୀଙ୍କୁ ପଚରାଥିଲେ। ହେଲେ ସମସ୍ତେ ଏହା ଏକ ମିଛ ଅଭିଯୋଗ ଏବଂ କଲେଜକୁ ବଦନାମ କରିବା ପାଇଁ ଏପରି କରାଯାଇଛି ବୋଲି କହିଥିଲେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ…
ଭୁବନେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବ କୁମାର ଦେ ଆଜି ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶ୍ରୀ ଦେଙ୍କୁ ଉପଢୌକନ ଦେଇ ଶ୍ରୀ ଦେବ ଓ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ଦେବ କୁମାର ଦେଙ୍କ ଯୋଗଦାନ ଫଳରେ ବିଶେଷ କରି ବାଲିଆପାଳ ବ୍ଲକ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଓ ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ଦେବ କୁମାର ଦେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘ ଦିନ ଧରି କଂଗ୍ରେସରେ…
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ୍ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ। ଏହି ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଜଡିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ। ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ ଓ ଶୃଙ୍ଖଳାଗତ…
ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି ଉପହାସ କରୁଥିଲେ। ହେଲେ ସେତେବେଳେ ପାଣ୍ଡିଆନ କିଛି କହିପାରୁ ନ ଥିଲେ। ଏବେ ସେ ଉଡନ୍ତା ବିହଙ୍ଗ। ସେହି ରାଗ ସୁଝାଇବା ପାଇଁ ବର୍ତ୍ତମାନ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଗଡରେ ପଶି ଗର୍ଜନ ଆରମ୍ଭ କରିଦେଇଛନ୍ତି। ଗତକାଲି ସେ ଧାମନଗର ଯାଇ ସେଠାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଧାମନଗର ଧର୍ମେନ୍ଦ୍ରଙ୍କ ଗଡ ହୋଇ ନ ଥିଲେ ମଧ୍ୟ ସେଠାରେ ସେ ନିକଟରେ ହୋଇଥିବା ଉପନିର୍ବାଚନର ମଙ୍ଗ ଧରିଥିଲେ। ସେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ବେଳେ କେତେଥର ଯାଇଥିଲେ ଆଉ ଜିତିବା ପରେ ସେ ଆଉ ସେହି ଅଞ୍ଚଳକୁ ଚାହିଁଲେ ନାହିଁ କି ଆସିଲେ ନାହିଁ। ସେହି କଥା ଲୋକଙ୍କୁ ଜଣାଇ, ଧର୍ମେନ୍ଦ୍ରଙ୍କ ମୁଖା ଖୋଲିବାକୁ ପାଣ୍ଡିଆନ ଜାଣିଶୁଣି ଧାମନଗର ଗସ୍ତରେ ଯାଇଥିଲେ। ସେଠାରେ ସେ…
ଭୁବନେଶ୍ବର: ରାଜ୍ୟ ସରକାର ଓ଼ିଶା ଆୟୁର୍ବେଦ ଏବଂ ହୋମିଓପ୍ୟାଥି ମେଡିକାଲ ସେବା କ୍ୟାଡର ଦରମାରେ ସଂଶୋଧନ ଆଣିଛନ୍ତି। ଏ ନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ହୋମିଓପ୍ୟାଥି ସେବାରେ ଥିବା 630 କ୍ୟାଡର ଦରମାରେ ଏହି ସଂଶୋଧନ କରାଯାଇ ନୂଆ ଦରମା ହାର ପ୍ରକାଶ ପାଇଛି। ସେହିପରି ଆୟୁର୍ବେଦ ମେଡିକାଲ ଅଫିସର କ୍ୟାଡର ସେବାରେ ଥିବା 728ଟି ପଦବୀରେ ଏହି ଦରମାରେ ସଂଶୋଧନ କରାଯାଇଛି।
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ ର ଓଡିଶା ପ୍ରତିନିଧି କେ ରାମା ରାଓଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦରୋଗରେ ପିଡିତ ହେବାରୁ ତାଙ୍କୁ କଟକର ଏକ ନସିଂହୋମରେ ଭତ୍ତି କରାଯାଇଥିଲା। ହେଲେ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାମା ରାଓଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ତିନି ସନ୍ତାନ ସହିତ ତାଙ୍କ ପତ୍ନୀ ଧନଲକ୍ଷ୍ମୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ପୁଅ କେ ଯୋଗାନନ୍ଦ ବର୍ତ୍ତମାନ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିୟୋଗରେ କଟକ ଭୁବନେଶ୍ବର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି ଇଟିଭି ଓଡିଆରେ କାର୍ଯ୍ୟରତ ସାମ୍ବାଦିକ ତଥା କର୍ମଚାରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

