ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି। ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ…
Author: Samikhsya Bureau
ଭୁବନେଶ୍ୱର: ନିଶାସେବନ ଓ ନିଶା କାରବାର ନେଇ ତଦାରଖ, ଶାସ୍ତିବିଧାନ, ପ୍ରତିଷେଧକ ଓ ନିଶାମୁକ୍ତି ନେଇ ବ୍ୟାପକ ଜନସଚେତନତା ଜରୁରୀ। ଓଡ଼ିଶାରେ ନିଶାଦ୍ରବ୍ୟ ସେବନର ପରିମାଣ ମାତ୍ରାଧିକ ଓ ମୁଖକର୍କଟ ରୋଗ ଘଟଣା ଦେଶରେ ସର୍ବାଧିକ ବୋଲି ନିଶାମୁକ୍ତ ଭାରତ ଅଭିଯାନର ରାଜ୍ୟ କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଜ୍ୟ କମିଟି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଅଧ୍ୟକ୍ଷତା କରିଥିଲେ। କଟକ-ଭୁବନେଶ୍ୱର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିଶାସେବନରୁ ବିରତ ରହିବାକୁ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ ଓଡ଼ିଶାରେ ନିଶାଦ୍ରବ୍ୟ ଜବତ ମାମଲାର ବିବରଣୀ ଉପସ୍ଥାପନା କ୍ରମେ ରାଜ୍ୟରେ ନିଶାଦ୍ରବ୍ୟ ସେବନକୁ ପ୍ରତିହତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ଉଦ୍ୟମ ଉପରେ ଗୁରୁତ୍ୱ…
ଭୁବନେଶ୍ୱର: “ଲକ୍ଷ୍ମୀ” ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ। ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ବସ’ରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ। ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ…
ଭୁବନେଶ୍ବର: ଯେକୌଣସି ରାଜ୍ୟ ପାଇଁ ଅର୍ଥ ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଆର୍ଥିକ ସ୍ତରରେ ରାଜ୍ୟ ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ବିକାଶ ସେତେ ତ୍ୱରାନ୍ୱିତ ହେବ। ତେଣୁ ଅର୍ଥ (ସମ୍ବଳ) ସଂଗ୍ରହ ଓ ଏହାର ଉପଯୁକ୍ତ ବିନିଯୋଗ ଦିଗରେ ରାଜ୍ୟ ଅର୍ଥସେବା ଅଧିକାରୀଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି। ଗତକାଲି ରାଜଭବନର ଅଭିଷେକ ହଲ୍ରେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍ର ୪୯ ଜଣ ପ୍ରୋବେସନରଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ଯୋଜନା ପ୍ରଣୟନ ସମୟରେ ଅର୍ଥର ଯେପରି ଅଭାବ ନ ରହେ ଓ ଆବଣ୍ଟିତ ଅର୍ଥ ଯୋଜନାର ଉଦ୍ଦେଶ୍ୟ ସାଧନ ଦିଗରେ ଏହାର କାର୍ଯ୍ୟକାରିତାରେ କୌଣସି ବ୍ୟତିକ୍ରମ ନରହେ ତାହା ସୁନିଶ୍ଚିତ କରିବା ଅର୍ଥସେବା ଅଧିକାରୀଙ୍କ ପାଇଁ ପ୍ରାଥମିକତା ରହିବ ବୋଲି କହିଥିଲେ। ଦାୟିତ୍ୱ ନିର୍ବାହ ସମୟରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାପ ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ ସେମାନଙ୍କୁ ନିୟମ କାନୁନ୍ ଓ…
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନୀତେଶ କୁମାର ବ୍ୟାସ (ଭା.ପ୍ର.ସେ) ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଭୁବନେଶ୍ୱରସ୍ଥ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ସମୀକ୍ଷା ବୈଠକ କରାଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସଂକ୍ଷେପରେ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସଂପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଥିଲେ। ନିର୍ବାଚନ…
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଓସେପା ଦ୍ୱାରା ଆୟୋଜିତ ଏହି ଷଷ୍ଠ ବ୍ୟାଚ ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ଦଶଗୋଟି ଜିଲ୍ଲାରୁ ମୋଟ 96 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କର ତଥା ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଶାରୀରିକ ଶିକ୍ଷକ ମାନଙ୍କର ଗୁରୁତ୍ୱ ପୂର୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏ ଦିଗରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ବହୁବିଧ ପଦକ୍ଷେପ ଗୁଡିକର ସଫଳ ରୂପାୟନ ପାଇଁ ଶାରୀରିକ ଶିକ୍ଷକ ମାନେ ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ଅଂଶ ଗ୍ରହଣକାରୀ ଶାରୀରିକ ଶିକ୍ଷକମାନେ ଦୁଇଦିନ ତାଲିମର ଉପାଦେୟ…
ଭୁବନେଶ୍ବର: ଓଡିଶା ରାଜନୀତିରେ ବର୍ତ୍ତମାନ ଭି କେ ପାଣ୍ଡିଆନ ଏକ ଚର୍ଚ୍ଚିତ ନାମ। କାରଣ ଆଇଏଏସ ଅଫିସରରୁ ଅବସର ନେଇ ସକ୍ରିୟ ରାଜନୀତିକୁ ପଦାର୍ପଣ କରିଛନ୍ତି। ତେବେ ତାଙ୍କର ପରିଶ୍ରମ ଏବଂ ଭିଜନକୁ ନେଇ ମଧ୍ୟ ସେ ଓଡିଶା ରାଜନୀତିରେ ଜଣେ ପରିଚିତ ବ୍ୟକ୍ତିତ୍ବ ହୋଇଛନ୍ତି। ତାଙ୍କର ଜନ୍ମ ତାମିଲନାଡୁରେ ହେଲେ ସେ ଓଡିଶା ଲୋକଙ୍କର ସେବା କରିବାରେ ନିଜକୁ ସମର୍ପିତ କରିଛନ୍ତି। ଓଡ଼ିଶାରେ ବାହାର ରାଜ୍ୟର ନେତାମାନେ ରାଜନୀତି କରିବା କିଛି ନୂଆ କଥା ନୁହେଁ। ରାଜ୍ୟ ବାହାରର ନେତାଙ୍କୁ ଓଡ଼ିଶାରୁ ରାଜନୀତି କରିବାର ପରମ୍ପରା କଂଗ୍ରେସ ସମୟରୁ ଆରମ୍ଭ ହୋଇଛି। ସ୍ୱାଧୀନତା ପରେ ୧୯୫୨ରେ ଆର. ପି. ଦୁବେ, ୧୯୫୬ରେ ପି.ଡି. ହିମତସିଂକା, ୧୯୬୬ରେ ହନିଫ ମହମ୍ମଦ, ୧୯୭୦ରେ ସୁରଜମଲ ଶାହା, ୧୯୮୪ରେ କେ. ଭି. ପାନିକର, ୧୯୮୮ରେ ମନମୋହନ ମାଥୁର ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ବ୍ରହ୍ମପୁରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ…
ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ ପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଆହ୍ୱାନ ଦେଇଛନ୍ତିା ଗତକାଲି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍ପି (ପ୍ଲସ୍) ବ୍ୟାଙ୍କ…
ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ ଜଣ ଡିଏସପି ଏବଂ ୬ ଜଣ ଇନସ୍ପେକ୍ଟରଙ୍କ ସମେତ ବହୁ ଅଫିସର ସାମିଲ ହୋଇଛନ୍ତି। ୧- ଶ୍ବାଶତ କୁମାରଙ୍କ ନୟାଗଡ଼ର ଦେବୋତ୍ତରା କଲୋନୀରେ ଥିବା ଭଡା ଘର ୨-କେନ୍ଦ୍ରାପଡାର ତାଳବାରଙ୍ଗ ଠାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର ୩-ନୟାଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ୪- କେନ୍ଦ୍ରାପଡାର କୁନ୍ଦନଗିରି ନିକଟସ୍ଥ ତାଳଗାଁରେ ଥିବା ତାଙ୍କର ପୈତୃକ ଘର ୫- କେନ୍ଦ୍ରାପଡା ପେଣ୍ଠାରେ ଥିବା ତାଙ୍କର ସଂପର୍କିୟ ଘର ୬- କେନ୍ଦ୍ରାପଡା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ଜଣାପଡି ନାହିଁ
ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ…
ଭୁବନେଶ୍ୱର: ସାରା ରାଜ୍ୟରେ ବିକାଶର ମହାପର୍ବ ଚାଲିଛି ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ଲିଙ୍ଗିପୁର ପଞ୍ଚାୟତକୁ ଅଣଦେଖା କାହିଁକି? ସ୍ୱାଧୀନତାର ୭୫ ବର୍ଷପରେ ବି ଲିଙ୍ଗିପୁର ପଞ୍ଚାୟତ ବିଏମ୍ସିରେ ମିଶିବା ସାତ ସପନ ହୋଇପଡିଛି। ଲିଙ୍ଗିପୁର ପଞ୍ଚାୟତ ଅଧିନରେ ରେଭିନିୟୁ ମାନ୍ୟତା ଭାବେ ଲିଙ୍ଗିପୁର ଓ ରଘୁନାଥପୁର ଆସୁଛି। ଏହି ପଞ୍ଚାୟତଟି ଜାତୀୟ ରାଜପଥ ୨୦୩ କଡରେ ଅବସ୍ଥିତ। ଭୁବନେଶ୍ୱର ଓ ପୁରୀ ଜାତୀୟ ରାଜପଥ କଡରେ ଏହି ଗ୍ରାମ ଗୁଡିକ ଅବସ୍ଥିତ ସେଗୁଡିକ ହେଲା ବିଜୟ ବିହାର ଗାଙ୍ଗୋତ୍ରୀ ନଗର, ଇନ୍ଦିରା କଲୋନି, ନାଥପୁର, ସନ୍ଥ ବିହାର, ଶ୍ରେଷାଦ୍ରାନଗର, ବାସୁଦେବନଗର, ଜୟକୃଷ୍ଣ ନଗର, ଫେଜ ୧ ଓ ୨, ମୃତ୍ୟୁଞ୍ଜୟ ବିହାର ସୁଭଦ୍ରା ବିହାର, ଜଗନ୍ନାଥ ବିହାର, ଶ୍ରୀ ଜଗନ୍ନାଥ ବିହାର, ନନ୍ଦନ ବିହାର ଓ କଳିଙ୍ଗବିହାର ଇତ୍ୟାଦି। ଲିଙ୍ଗିପୁର ପଞ୍ଚାୟତଟିରେ ସମୁଦାୟ ଲୋକସଂଖ୍ୟା ୨୦୦୦୦(କୋଡିଏ ହଜାର)ରୁ ଉର୍ଦ୍ଧ୍ୱ ହେବ। ଏହି ପଞ୍ଚାୟତ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି…
ଭୁବନେଶ୍ବର: ରାଜ୍ୟ ସରକାର ଲକ୍ଷ୍ମୀ ବସ ସେବା ପରେ ଖୁବ ଶିଘ୍ର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି। ତାହା ହେଲା ଏଥର ସିଧା ଜିଲ୍ଲା ମୁଖ୍ୟାଳୟରୁ ବସ ଯୋଡିବ ପୁରୀ। ଏ ନେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଜନା ପ୍ରସ୍ତତ କରିଛନ୍ତି। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ବା ବସ ନାମ ଜଗନ୍ନାଥ ଏକ୍ସପ୍ରେସ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଆଉ ଏକ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ୟ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଏବଂ…
ବାଲୁଗାଁ ( ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାର ଙ୍କ ନୂତନ ପ୍ରବର୍ତ୍ତିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିକାଶ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା(ନୂଆ-ଓ) ମଙ୍ଗଳବାରରେ ନାଚୁଣୀ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହୋଇ ଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ପରିଷଦ ସଭାପତି ଅରୁଣ କୁମାର ଦାଶ ଯୋଗଦେଇ ଥିଲେ। ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ କିଭଳି ସମ୍ପାଦିତ ହୋଇ ଏହି ଵାଵଦରେ ଆସିଥିବା ସରକାରୀ…
ଭୁବନେଶ୍ବର: ଆଜି ସଂଧ୍ୟାରେ ସମ୍ବଲପୁର ରେଙ୍ଗାନି ନିକଟସ୍ଥ ଲାରିପାଲି ଜଙ୍ଗଲଭିତରେ ଥିବା ଏକ ବୋରୱେଲ ଭିତରୁ ଏକ ନବଜାତକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକରିଥିଲେ। ସେମାନେ ପ୍ରାୟ ୬ ଘଣ୍ଟା ଧରି ପରିଶ୍ରମ କରିବା ପରେ ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି। କେହି ଏକ ଶିଶୁଟିଏ ଜନ୍ମ କରି ସେହି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା। ଏହା ଉପରେ କ୍ଲିକ କରି ପଢନ୍ତୁ: ବୋରୱେଲରେ ଫିଙ୍ଗାଯାଇଥିବା ଏକ ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ ତେବେ ଏହି ବଡ ଅପରେସ ସଫଳତାର ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ” ପ୍ରତିଟି ଜୀବନ ମୂଲ୍ୟବାନ ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ। ଅମୂଲ୍ୟ ଜୀବନଟିକୁ ରକ୍ଷା…
ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା। ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ। ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା। ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ…
ଭୁବନେଶ୍ବର: କୃଷି ସାମ୍ବାଦିକତା କୃଷି ଓ କୃଷକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। ସାମ୍ବାଦିକମାନେ ଦାୟିତ୍ୱ ସହକାରେ କୃଷକଙ୍କ ସମସ୍ୟା ଉପସ୍ଥାପିତ କରିବା ସହିତ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ଭାଇ ଓ ଭଉଣୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମ କୃଷିଭାଇମାନଙ୍କୁ କୃଷି କ୍ଷେତ୍ରରେ ସମ୍ବାଦପତ୍ରର ଶିରୋନାମା ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ କରାଇବାର ଭୂମିକା ଗଣମାଧ୍ୟମର ରହିବା ଆବଶ୍ୟକ। କୃଷିଭିତ୍ତିକ ସଫଳ କାହାଣୀ ସହ ସମସ୍ୟାମାନ ସମ୍ବାଦପତ୍ରରେ…
ଭୁବନେଶ୍ୱର: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ୨୦୨୨ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ଅନୁଗଳ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀଜେନା କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦୁର୍ଗା ଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ୍ ହୋଇଥିଲି । ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ…
ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍କା ସାଥ୍ ଓ ସବ୍କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ…
ଭୁବନେଶ୍ବର: ସଦ୍ୟସମାପ୍ତ ମିଳିତ ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ ସିଓପି ୨୮ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବୈଶ୍ୱିକ ଦର୍ଶକଙ୍କ ସମ୍ମୁଖରେ କୃଷି ଓ ଖାଦ୍ୟ ପ୍ରଣାଳୀରେ ରୂପାନ୍ତର ସଂପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ପୁନରୁତ୍ପାଦନକ୍ଷମ କୃଷି ଏବଂ ପୋଷଣୀୟ ବୃଦ୍ଧି କିପରି କୃଷି କ୍ଷେତ୍ରରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସଠିକ୍ ମୁକାବିଲା କରିପାରିବା ଦିଗରେ ସକ୍ଷମ ସେ ସଂପର୍କରେ ଦୃଢ଼ ମତପୋଷଣ କରିଥିଲେ। ଡ. ପାଢ଼ୀ ଜଳବାୟୁ ସହନଶୀଳ ଓ ପୁଷ୍ଟିଶସ୍ୟ ମିଲେଟସ୍କୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟସ୍ ମିଶନ ଓ ଏହାର ସମାବେଶୀ ଦୃଷ୍ଟିକୋଣର ଉଦାହରଣ ଦେଇଥିଲେ। ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ନୀତିନିର୍ଦ୍ଧାରକ, କୃଷି ବିଜ୍ଞାନୀ, ସେ୍ୱଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ପ୍ରମୁଖ ଓଡ଼ିଶାର ଏହି ଉଲ୍ଲେଖନୀୟ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।…
ଭୁବନେଶ୍ବର: ଇଲେକେଫ୍ରାନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ ‘ସମଗ୍ର’ ସହଭାଗିତାରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩’ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏ ସଂପର୍କିତ ପ୍ରତିଯୋଗିତା ପାଇଁ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ସ୍ଥିର କରଯାଇଥିଲା। ଏଥିରେ ଦେଶର ୩୫ଟି ପ୍ରମୁଖ ବିଜିନେସ ସ୍କୁଲର ୩,୧୦୦ଟି ଦଳର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆଇ.ଆଇ.ଏମ୍. ବାଙ୍ଗାଲୋର, ବି.ଆଇ.ଟି.ଏସ୍. ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଏଫ.ଏମ.ଏସ. ଦିଲ୍ଲୀ, ଆଇ.ଆଇ.ଏମ୍. କଲିକତା, ଆଇ.ଆଇ.ଏମ୍. ଲକ୍ଷ୍ନୌ ଏବଂ ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରର ୧୮ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ସମାପନ ସମାରୋହରେ ଏହି ସଫଳ ପ୍ରତିଯୋଗୀମାନେ ସେମାନଙ୍କ ଅଧ୍ୟୟନ ବିଷୟବସ୍ତୁକୁ ନେଇ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ଏଥିରେ ଆଇ.ଆଇ.ଏମ୍. ବାଙ୍ଗାଲୋରକୁ ବିଜେତା ଭାବେ ୫ ଲକ୍ଷ ଟଙ୍କା, ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରକୁ ପ୍ରଥମ ଉପବିଜେତା ଭାବେ ୩ ଲକ୍ଷ ଟଙ୍କା ଏବଂ ଏଫ୍.ଏମ୍.ଏସ୍. ଦିଲ୍ଲୀକୁ…
ଭୁବନେଶ୍ୱର: ସେଣ୍ଟଜାଭିୟର ଇଣ୍ଟନ୍ୟାସ୍ନାଲ୍ ସ୍କୁଲ୍ ସମୁହର ୧୪ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୯ ତାରିଖ ଦିନ ଭୁବନେଶ୍ୱରର ରେଲ୍ୱେ ଷ୍ଟାଡ଼ିୟମ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ର ପୁର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୁର୍ବତନ ପୁଲିସ୍ ଅତିରିକ୍ତ ମହାନର୍ଦ୍ଦେଶକ ଅରୁଣ କୁମାର ଉପାଧ୍ୟାୟ, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ଏମ୍.ବି.ସି. ଟିଭିର ଏଡ଼ିଟର୍ ଅଶୋକ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶୁସାନ୍ତ ଦାସ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରିଡ଼ାର ସାମଞ୍ଜସ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଦ୍ୟାଳୟର ଚେୟାର୍ମ୍ୟାନ୍ ଡଃ. ବି.ଏନ୍. ପଟ୍ଟନାୟକ, ଭାଇସ୍ ଚେୟାର୍ମ୍ୟାନ୍ ଡ଼ଃ. ନିବେଦିତା ପଚ୍ଚନାୟକ, ବିଦ୍ୟାଳୟର ମୁଖ୍ୟ ପରିଚାଳନା…

