ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆଜି ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ODI ବିଶ୍ୱକପ୍ ର ଷଷ୍ଠ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ ଦ୍ଵାରା ଇତିହାସ ସୃଷ୍ଟି କରିବା ପ୍ରାୟ ନିଶ୍ଚିତ। ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ଫର୍ମରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪୭ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବିଶେଷ ରେକର୍ଡ ସୃଷ୍ଟି କରିବେ। ବାସ୍ତବରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ମାର୍କରୁ ମାତ୍ର ୪୭ ରନ୍ ଦୂରରେ ଅଛନ୍ତି। ରୋହିତ ଶର୍ମାଙ୍କ ବିଶ୍ୱକପରେ ଏପର୍ଯ୍ୟନ୍ତ ଫର୍ମକୁ ଦେଖିଲେ ଲାଗୁଛି ଯେ ସେ ଇଂଲଣ୍ଡ ବିପକ୍ଷରେ ୪୭ ରନ୍ ସ୍କୋର କରିପାରିବେ। ରୋହିତ ଏପର୍ଯ୍ୟନ୍ତ ୪୩.୩୬ ହାରରେ ୪୫୬ ଅନ୍ତର୍ଜାତୀୟ ମ୍ୟାଚ୍ ର ୪୭୬ ଇନିଂସରେ ୧୭,୯୫୩ ରନ୍ ସଂଗ୍ରହ…
Author: Samikhsya Bureau
ନୂଆଦିଲ୍ଲୀ: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି: ୧- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ। ୨- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। ୩- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ, ଗୋଟିଏ…
ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ। ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି…
ଭୁବନେଶ୍ଵର: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ସହରର ଝଲକ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି। ସମସ୍ତେ ଏହି ସହରଗୁଡିକ ପରିଦର୍ଶନ କରିବାକୁ ଚାହାଁନ୍ତି। ଭାରତର ସହର ଅପେକ୍ଷା ଅଧିକ ଗାଁ ଅଛି, ଯେଉଁଠାରେ ସେଗୁଡିକର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ଅଟେ। ଆଜି ଆମେ ଭାରତର ସବୁଠାରୁ ସୁନ୍ଦର ଗାଁ ବିଷୟରେ ଆଲୋଚନା କରିବା, ଏହି ଗ୍ରାମଗୁଡିକର ସୌନ୍ଦର୍ଯ୍ୟ ଏପରି ଯେ ଯଦି ଆପଣ ଥରେ ଏଠାକୁ ଯାଆନ୍ତି, ତେବେ ଆପଣ ସେଠାରେ ରହିଯିବା ପାଇଁ ମନ କରିବେ। ଏହି ସୁନ୍ଦର ଗ୍ରାମଗୁଡ଼ିକୁ ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଆସନ୍ତି। ମେଘାଳୟର ମୌଲିଂନୋଙ୍ଗ ଗ୍ରାମ: ମୌଲିଂନୋଙ୍ଗ ଗ୍ରାମ ଭାରତର ମେଘାଳୟରେ ଅବସ୍ଥିତ। ଏହା ମଧ୍ୟ ଏସିଆର ସବୁଠୁ ସ୍ଵଚ୍ଛ ଗ୍ରାମ ଅଟେ। ଆପଣ ଏହି ଗାଁର ସୌନ୍ଦର୍ଯ୍ୟକୁ ଅନୁମାନ କରିପାରିବେ ଯେ ଏହାର ଅନ୍ୟ ନାମ ହେଉଛି ଇଶ୍ବରଙ୍କ ଉଦ୍ୟାନ। ଏହି ସୁନ୍ଦର ଗାଁର ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ନାହିଁ…
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ର ମାସରେ ବୃଦ୍ଧାମାନେ ମାସ ସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକ ମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ଭିଡକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଇଁ ମାଗଣା ରହିବା, ଖାଇବା, ଦର୍ଶନ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ନେବା ପାଇଁ ପୂର୍ବରୁ ପୁରୀ ପ୍ରଶାସନ ତରଫରୁ ଅନ ଲାଇନ ବୁକିଂ କରାଯାଇଥିଲା।
ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ। ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏହାପରେ ଶ୍ରୀଧରଙ୍କୁ ସୀତାରାମ…
ଭୁବନେଶ୍ବର: ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଊଦ୍ଧ୍ୱର୍ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା ଶୀର୍ଷକ ଉପରେ ରାଜ୍ୟସ୍ତରୀୟ ବିଶାଳ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ରାମ ମନ୍ଦିର ଛକଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ସଚେତନତା ପଦଯାତ୍ରାରେ ଓଡିଶୀ, ଘୋଡାନାଚ ଓ ପାଇକ ଆଖଡା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ଏସ୍ଏସ୍, ସ୍କାଉଟ୍, ଗାଇଡ୍, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ, ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। ପ୍ରତିଦିନ ସକାଳୁ ଉଠିବା ପରେ, ଯଦି ଆପଣ ଚାଣକ୍ୟଙ୍କ ଏହି ୫ ଟି କାର୍ଯ୍ୟ କରନ୍ତି, ତେବେ ଆପଣ ନିଶ୍ଚିତ ସଫଳତା ପାଇବେ। ଶୀଘ୍ର ଉଠିବା: ଯଦି ଆପଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହି ୨୪ ଘଣ୍ଟାର ଗୋଟିଏ ମୁହୂର୍ତ୍ତକୁ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଏଥିପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ ନାହିଁ ଏବଂ ସକାଳୁ ଶୀଘ୍ର ଉଠନ୍ତୁ। ଏହା ଦ୍ଵାରା ଆପଣ ଦିନର କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିବାକୁ ସକ୍ଷମ ହେବେ। ଯୋଜନା ପ୍ରସ୍ତୁତ କରନ୍ତୁ: ଚାଣକ୍ୟ କୁହନ୍ତି ଯେ, ସକାଳେ ଉଠିବା ପରେ ସମୟ ନଷ୍ଟ କର ନାହିଁ, ଅଳସୁଆ ଛାଡିଦିଅନ୍ତୁ ଏବଂ ସେହି ଦିନର କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରନ୍ତୁ। ଯେଉଁମାନେ ପୁରା ଦିନର ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ…
ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା ରେ ବାଲୁଗାଁ ରେଳ ଷ୍ଟେସନ ର ଟିଟିଇ ଶ୍ରୀ ନିବାସ ରାଓଙ୍କ ବିରୁଦ୍ଧରେ ବାଲୁଗାଁ ଷ୍ଟେସନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଖବର ମୁତାବକ ବାଲୁଗାଁ ଅଂଚଳର ବରିଷ୍ଠ ନାଗରିକ ତଥା ସମାଜସେବୀ ଡା ତ୍ରୈଲୋକ୍ୟ ନାଥ ମହାରଣା ନିଜ ପରିବାର ସଦସ୍ୟ ଙ୍କୁ ଷ୍ଟେସନରୁ ନେବାକୁ ଆସିଥିବା ବେଳେ ମୁଖ୍ୟ ଗେଟରେ ଥିବା ଟିଟିଇ ଶ୍ରୀନିବାସ ରାଓ ତାଙ୍କୁ ଟିକେଟ୍ ମାଗିଥିଲେ। ସେ ଓ ତାଙ୍କ ପରିବାର ସଦସ୍ୟ ଟିକେଟ ସହିତ, ପ୍ଲାଟଫର୍ମ ଟିକେଟ ଦେଖାଇବା ପରେ ବି ତାଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ମାଗିଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ସର୍ବ ସମ୍ମୁଖରେ ଟିଟିଇ ରାଓ ଶ୍ରୀ ମହାରଣାଙ୍କୁ ଦୁବ୍ୟବହାର କରିଥିଲେ। ଯାହାକୁ ନେଇ ଶ୍ରୀ ମହାରଣା ଲିଖିତ ଭାବେ ରେଳ ବିଭାଗ ଅଧିକାରୀଙ୍କୁ ଏ ସମ୍ପର୍କରେ ଗତ କାଲି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଭଗବତୀପୁର ଗ୍ରାମର ପୂର୍ବତନ ସେନା ଅଧିକାରୀ କାହ୍ନୁଚରଣ ମହାପାତ୍ର ଦଶହରା ଉପଲକ୍ଷେ ନିଜ ଗ୍ରାମକୁ ଆସିଥିଲେ। ତେବେ ଗତକାଲି କାହ୍ନୁଙ୍କ ଘର ସମ୍ମୁଖରେ ପ୍ରବଳ ପାଟିତୁଣ୍ଡ ହେବାରୁ କାହ୍ନୁ ଘରୁ ବାହାରି ଘଟଣାସ୍ଥଳକୁ ଯାଇଥିଲେ। ସେହି ସମୟରେ ଉକ୍ତ ଗ୍ରାମର ରସାନନ୍ଦ ସାହୁ ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟପାଇଁ କିଛି ଶ୍ରମିକ ମାନଙ୍କୁ ଗ୍ରାମକୁ ଡାକିଥିଲେ। ଏହି ସମୟରେ ଶ୍ରମିକମାନେ ବାଉଁଶ ନେଇ ଯାଉଥିବା ବେଳେ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଶରୀରକୁ ଆଘାତ ଲାଗିଥିଲା। ଏହାପରେ ରସାନନ୍ଦଙ୍କ ଶ୍ରମିକ, ରସାନନ୍ଦ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ଗ୍ରାମବାସୀଙ୍କ ଝଗଡା ହୋଇଥିଲା। ଏପରିକି ଶ୍ରମିକମାନେ ଗ୍ରାମବାସୀଙ୍କୁ ଅଶ୍ରବ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ କାହ୍ନୁ ଏହାକୁ ବାରଣ କରିବାରୁ ଜନୈକ ବ୍ୟକ୍ତିମାନେ ସଂଘବଧ ଭାବେ କାହ୍ନୁଙ୍କୁ…
ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯାଇଥିବା ବିଶ୍ୱକପର ୨୭ ତମ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏପରିକି ରଚିନ୍ ରବିନ୍ଦ୍ରଙ୍କ ଧୂଆଁଧାର ଶତକୀୟ ପାଳି ଏବଂ ଜେମ୍ସ ନିଶାମଙ୍କ ଅର୍ଦ୍ଧଶତକ ମଧ୍ୟ ନ୍ୟୁଜିଲାଣ୍ଡକୁ ଜିତିବାରେ ସାହାଯ୍ୟ କରିପାରି ନାହିଁ। ଏକ ରୋମାଞ୍ଚକର ମ୍ୟାଚ୍ରେ କଙ୍ଗାରୁ ବୋଲରମାନେ କିୱି ଦଳକୁ ପରାସ୍ତ କରିଥିଲେ। ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପାଇଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଶତକ କରିଥିଲେ। ଯେଉଁଠାରେ ଆଦମ ଜାମ୍ପା ୩ ୱିକେଟ୍ ନେଇଥିଲେ। ଜୋସ୍ ହେଜଲେଉଡ୍ ଏବଂ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ରବିନ୍ଦ୍ର ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୮୯ ବଲ ସମ୍ମୁଖରେ ୧୧୬ ରନ୍ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୯…
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଜଣେ ଦୁର୍ବୁତ୍ତ ଏଟିଏମ ଲୁଟରେ ବିଫଳ ହୋଇ ପୋଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ଉକ୍ତ ଥାନା ଅଞ୍ଚଳର ଉମାକାନ୍ତ ସ୍ୱାଇଁ (୩୪)। ସୂଚନା ମୁତାବକ ଗତକାଲି ରାତିରେ ବୋଲଗଡ଼ ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମକୁ ଅଭିଯୁକ୍ତ ଉମାକାନ୍ତ ଲୁଟିବାକୁ ଚେଷ୍ଟା କରିଥିବା ବେଳେ ଏଥିରେ ବିଫଳ ହୋଇଥିଲେ। ଏପରିକି ସେ ଲୁଟ ଯନ୍ତ୍ରପାତି ଆଣି ଏଟିଏମ ର ସମ୍ମୁଖ ଅଂଶକୁ ଭାଙ୍ଗିଦେଇଥିବା ବେଳେ ବହୁ ଚେଷ୍ଟା କରି ପରିଶେଷରେ ବିଫଳ ହୋଇ ଫେରିଯାଇଥିଲେ। ତେବେ ଉକ୍ତ ଦୃଶ୍ୟ ଆଜି ସକାଳୁ ଦେଖି ଏଟିଏମ ଲୋକେସନ ଇନଚାର୍ଜ ହରେକୃଷ୍ଣ ମୁଦୁଲି ବୋଲଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସଦର ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ ଏବଂ ବୋଲଗଡ଼ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ…
ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ ଦୁର୍ଗା ଶାରଦୀୟ ପର୍ବ ଶେଷ କରି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିଛନ୍ତି। ଦଶହରା ବିଜୟା ଦଶମୀ ନିଶାର୍ଦ୍ଧରେ ସାତ ବଖରା ପର୍ବଗୃହରୁ ମା’ ଭଗବତୀ ପାଞ୍ଚ ଭଉଣୀକୁ ମେଳାଣି ଦେଇ କେବଳ ଭଉଣୀ କନକ ଦୁର୍ଗାଙ୍କୁ ଶେଷ ପର୍ବ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିଜ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଅନୁରୋଧ କରି ଛାଡିଦେଇପିତ୍ରାଳୟକୁ ବାହୁଡିଥିଲେ। ବଡ଼ ଭଉଣୀଙ୍କ ସେହି 6ସ୍ନହବୋଳାକଥା ରକ୍ଷା କରି ମା’ କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ ଭଗବତୀଙ୍କ ସିଂହାସନ ଉପରେ ପାଖକୁ ଲାଗି ବିରାଜମାନ କରିଥିଲେ। ଦୁଇ ଭଉଣୀ ଙ୍କୁ ପ୍ରତ୍ୟହ ଏକାଠି ସ୍ନାନ ନୀତି, ମହାପ୍ରସାଦ ଅର୍ପଣ, ବେଶ , ବଲ୍ଲଭ ଆଳତି,ଶଙ୍କୁଡ଼ି ଧୂପ,…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ସାରାଂଶ ସଂଶୋଧନ-୨୦୨୪ ର ଶୁଭାରମ୍ଭ ହୋଇଯାଇଛି। ଏହାକୁ ଖୋର୍ଦ୍ଧା ଷ୍ଟାଡିୟମରେ ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ପଥ ଉତ୍ସବ ଏବଂ ୱାକାଥନ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଉକ୍ତ ରାଲି ପଲ୍ଲାହାଟରୁ ବାହାରି ଖୋର୍ଦ୍ଧା ଷ୍ଟାଡିୟମରେ ସମାପ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ତହସିଲଦାର, ବିଡିଓ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଡିପିଓ, ସମସ୍ତ ବି.ଏଲ଼.ଓ, ମୁଁ ବି ମିତା କ୍ୟାମ୍ପସ ଆମ୍ଵାସାଡର, ପି.ଏନ.କଲେଜ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ଷ୍ଟାଡିୟମ ଠାରେ ଜୁମ୍ଵୋ ଆକ୍ଟ , ଓଡ଼ିଶା, ଘୋଡ଼ା ନାଚ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଭୁବନେଶ୍ଵର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି। ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି। ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି। ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି। ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ…
ନୂଆଦିଲ୍ଲୀ: ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍। ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି। ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି। ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି। ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇ ବ୍ୟବହାର କରୁଛନ୍ତି। ବିଶ୍ୱର ସବୁ ଦେଶ ମଧ୍ୟରୁ ଭାରତରେ ଡିଜିଟାଲ କାରବାର ସଂଖ୍ୟା ସର୍ବାଧିକ। ୨୦୨୨ ତଥ୍ୟ ଅନୁସାରେ ଭାରତରେ ମୋଟ ଦେଣନେଣର ୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହୁଏ। ଭାରତ ପରେ ଏ କ୍ଷେତ୍ରରେ କ୍ରମଗତ ଭାବେ ପଛକୁ ପଛ ରହିଛନ୍ତି ବ୍ରାଜିଲ, ଚୀନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ୨୦୧୬ରେ ଭାରତରେ ମାତ୍ର ୧୦ଲକ୍ଷ ଡିଜିଟାଲ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଦେଶର ବିଭିନ୍ନ ମନ୍ତ୍ରଣାଳୟରୁ ମନୋନୀତ ହୋଇଥିବା କର୍ମଚାରୀମାନେ ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ଦେଶର ୩୭ଟି ସ୍ଥାନକୁ ମେଳା ସହ ଯୋଡ଼ାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ରୋଜଗାର ମେଳାର ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି ଏବଂ କେନ୍ଦ୍ର ଓ ଏନଡିଏ ଶାସିତ ରାଜ୍ୟ ଏବଂ…
ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶହୀଦ ବୀର ଓ ଯବାନ’ ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍–ବୀରଙ୍କୁ ବନ୍ଦନ୍’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି। ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ବିଶ୍ୱକପ୍ରେ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତ ହେଉଛି ଏକମାତ୍ର ଦଳ ଯିଏକି ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ହାରିନାହିଁ ଏବଂ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏହାର ଅର୍ଥ ନୁହେଁ ଯେ ଟିମ୍ ଇଣ୍ଡିଆର ଅଭିଯାନ ସମାପ୍ତ ହୋଇଛି। ସେମିଫାଇନାଲରେ ପହଞ୍ଚିବା ଏବଂ ଏକ ନମ୍ବରରେ ରହିବାକୁ ହେଲେ ଭାରତକୁ ଅବଶିଷ୍ଟ ୪ ଟି ମ୍ୟାଚ୍ ଜିତିବାକୁ ପଡ଼ିବ ଏବଂ ଏହା ପରେ ମଧ୍ୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଜିତିବାକୁ ପଡ଼ିବ, କେବଳ ସେତେବେଳେ ଟିମ୍ ଇଣ୍ଡିଆ ବିଶ୍ୱ ବିଜେତାରେ ପରିଣତ ହେବ। ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ରୋହିତ ଶର୍ମାଙ୍କୁ ଅନେକ ହାର୍ଦ୍ଦିକ ପାଣ୍ଡ୍ୟା ଆବଶ୍ୟକ କରିବେ, କାରଣ ସେ ବଲ୍, ବ୍ୟାଟ୍ ଏବଂ ଫିଲ୍ଡିଂ ସହିତ ତିନୋଟି ବର୍ଗରେ ଚମତ୍କାର କରିପାରନ୍ତି। ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ: ତେବେ ବର୍ତ୍ତମାନ…
ମୁମ୍ବାଇ: ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି ଏବେ ଜୋର ଧରିଛି। ମରାଠା ସମ୍ପ୍ରଦାୟର ନେତା ମନୋଜ ଜାରାଙ୍ଗେ ପାଟିଲଙ୍କ ନେତୃତ୍ୱରେ ବର୍ତ୍ତମାନ ମହାରାଷ୍ଟ୍ରରେ ସଂରକ୍ଷଣର ଦାବି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ମନୋଜ ଜାରାଙ୍ଗେ ପାଟିଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ବାସ୍ତବରେ କିଛି ସମୟ ପୂର୍ବରୁ ମନୋଜ ଜାରାଙ୍ଗେ ପାଟିଲ ମରାଠା ସଂରକ୍ଷଣ ନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ୪୦ ଦିନ ସମୟ ଦେଇଥିଲେ। ଏହା ପରେ ସରକାରଙ୍କ ମନୋଭାବ ଦେଖି ମନୋଜ ଜାରାଙ୍ଗେ ପାଟିଲ ରାଜ୍ୟରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କରେ ମନୋଜ ଜାରାଙ୍ଗେ ପାଟିଲ କହିଛନ୍ତି ଯେ, ବର୍ତ୍ତମାନ ମରାଠା ସମ୍ପ୍ରଦାୟ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଆମରଣ ଅନଶନରେ ବସିବ। ଏଥି ସହିତ ସେ କହିଛନ୍ତି ଯେ, ଯଦି ଆମରଣ ଅଂଶନରେ କାହାର ଜୀବନରେ କିଛି ଘଟେ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ…

