ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାୟନ ନିୟାମକ ପାରଖ ଦ୍ୱାରା ପ୍ରଥମ ଥର ପାଇଁ କରାଯାଇଥିବା ରାଜ୍ୟ ଶିକ୍ଷାଗତ ସଫଳତା ସର୍ବେକ୍ଷଣରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଅଣ-ବିଜେପି ଶାସିତ ପାଞ୍ଚଟି ରାଜ୍ୟ ଅଂଶ ଗ୍ରହଣ କରିନାହାନ୍ତି। ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ଦକ୍ଷତା ଆକଳନରୁ ବଞ୍ଚିତ ହୋଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଶିକ୍ଷାଦାନ ଓ ଶିକ୍ଷଣରେ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ କରାଯାଇଛି। ନଭେମ୍ବର ୩ ତାରିଖରେ ହୋଇଥିବା ଏହି ସର୍ଭେରେ ଭାରତରେ ବ୍ଲକସ୍ତରରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ଆକଳନ କରାଯାଇଥିଲା। ଏହି ସର୍ଭେରେ ପାଖାପାଖି ୮୦ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏହି ସର୍ବେକ୍ଷଣରେ ଦେଶର ୫୯୧୭ଟି ବ୍ଲକର ୩ ଲକ୍ଷ ସ୍କୁଲର ପ୍ରାୟ ୮୦ ଲକ୍ଷ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏଥିରେ…
Author: Samikhsya Bureau
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ। ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ ଶୁଣାଣି…
ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ଏହି ଟୁର୍ଣ୍ଣାମେଣ୍ଟର ୧୧ ଟି ଶ୍ରେଷ୍ଠ ଖେଳ ଘୋଷଣା କରିଛନ୍ତି। ଡି ଭିଲିୟର୍ସ ତାଙ୍କ ଦଳରେ ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାମ ମଧ୍ୟ ରହିଛି। ଏବି ଡି ଭିଲିୟର୍ସ ତାଙ୍କ ଦଳରେ ଟ୍ରାଭିସ୍ ହେଡ୍ ଏବଂ ରୋହିତ ଶର୍ମାଙ୍କୁ ଓପନର୍ ଭାବେ ସାମିଲ କରିଛନ୍ତି। ଭାରତୀୟ ଦଳ ବିପକ୍ଷ ଫାଇନାଲ ମ୍ୟାଚରେ ୧୩୭ ରନର ଇନିଂସ ଖେଳି ହେଡ ମ୍ୟାଚକୁ ଏକପାଖିଆ କରିଥିଲେ। ଏଥି ସହିତ ରୋହିତ ଶର୍ମା ତାଙ୍କ ସହ ଓପନିଂ କରିବେ, ଯିଏ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ଦ୍ରୁତ ଇନିଂସ ଖେଳୁଥିବାବେଳେ ୧୧ ଟି ମ୍ୟାଚରେ ୫୯୮ ରନ୍ ସ୍କୋର କରିଥିଲେ। ଡି ଭିଲିୟର୍ସ ଦଳରେ ପାଞ୍ଚ ଜଣ ଭାରତୀୟ ଅନ୍ତର୍ଭୁକ୍ତ: ଡି ଭିଲିୟର୍ସଙ୍କ ଦଳରେ ୩ ନମ୍ବରରେ…
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ଓଡ଼ିଶାରେ ବିଶ୍ୱ ମାନର ସର୍ବାଧୁନିକ ହୋମ୍ ଏଣ୍ଟରଟେନ୍ମେଣ୍ଟ, ସ୍ମାର୍ଟ ହୋମ୍ ସେବା ଏବଂ ହାଇ-ସ୍ପିଡ ବ୍ରଡ୍ବ୍ୟାଣ୍ଡ୍ ସମନ୍ୱିତ ଏଣ୍ଡ୍-ଟୁ-ଏଣ୍ଡ୍ ସମାଧାନ ଜିଓଏୟାରଫାଇବର୍ ସେବା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଜିଓଏୟାରଫାଇବର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡ୍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ। ଜିଓଏୟାରଫାଇବର୍ ଭୁବନେଶ୍ୱର ଏବଂ କଟକ ଦ୍ୱୈତନଗରୀରେ ଲାଇଭ୍ ହେବା ସହିତ ଉଭୟ ସହରରେ ସମସ୍ତ ବାସଗୃହ ଏବଂ ସମସ୍ତ ବ୍ୟବସାୟ ସ୍ଥଳ ଏବେ ଗୋଟିଏ ସମନ୍ୱିତ ସେବା ଜରିଆରେ ଉପଲବ୍ଧ ହେଉଥିବା ବିଶ୍ୱ ମାନର ସର୍ବାଧୁନିକ ହୋମ୍ ଏଣ୍ଟରଟେନ୍ମେଣ୍ଟ, ବ୍ରଡବ୍ୟାଣ୍ଡ୍ ଏବଂ ଡିଜିଟାଲ ଅନୁଭୂତି ଉପଭୋଗ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେ ଆଜି ଦିନ 11 ଟା 30 ରେ ସେ ବିମାନରେ ଭୁନେଶ୍ବରରୁ ମୁମ୍ବାଇ ଯାତ୍ରା କରିବେ। ସେଠାରେ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ରମାକାନ୍ତ ପଣ୍ଡାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟାରେ ଆୟୋଜିତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇରେ ରାତ୍ରୀଯାପନ କରି ଆସନ୍ତାକାଲି ଅପରାହ୍ନ 4ଟା 45 ରେ ମୁମ୍ବାଇ ଛାଡିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଗସ୍ତ କରୁଛନ୍ତି।
ଭୁବନେଶ୍ୱର: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ। କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି…
ନୂଆଦିଲ୍ଲୀ: ଜୀବନ ବଞ୍ଚାଇବା ପାଇଁ ନିଜର ଅତୁଟ ପ୍ରତିଶ୍ରୁତି ଜାରି ରଖି ସରକାର ଉତ୍ତରକାଶୀର ସିଲ୍କିୟାରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି, ଯେଉଁଠାରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି। ସୁଡ଼ଙ୍ଗର ୨ କିଲୋମିଟର ଅଂଶ, ସମ୍ପୂର୍ଣ୍ଣ କଂକ୍ରିଟ କାର୍ଯ୍ୟ ସହିତ ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଉଦ୍ଧାର କାର୍ଯ୍ୟର ପ୍ରମୁଖ ବିଷୟ। ଟନେଲର ଏହି ସୁରକ୍ଷିତ ଅଂଶରେ ବିଜୁଳି ଏବଂ ଜଳ ଯୋଗାଣ କାର୍ଯ୍ୟକ୍ଷମ ଅଛି ଏବଂ ଏକ ଉତ୍ସର୍ଗୀକୃତ ୪ ଇଞ୍ଚର କମ୍ପ୍ରେସର ପାଇପଲାଇନ ମାଧ୍ୟମରେ ଖାଦ୍ୟ ଏବଂ ଔଷଧ ସମେତ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଯାଉଛି। ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ନିୟୋଜିତ କରାଯାଇଛି, ପ୍ରତ୍ୟେକଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଦିଆଯାଇଛି। ଫସି ରହିଥିବା ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ସରକାର ନିରନ୍ତର ଯୋଗାଯୋଗ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍: ୧. ଏନଏଚଆଇଡିସିଏଲ ଲାଇଫଲାଇନ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିବା ଫଳରେ ତା ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି । ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ମର୍ମରେ ଏକ ପରାମର୍ଶମୂଳକ ବାର୍ତ୍ତା (ଆଡଭାଇଜରି) ଜାରି କରାଯାଇଛି । ଏହା ମୁଖ୍ୟତଃ ଟିଭି ଚ୍ୟାନେଲ ଗୁଡିକ ପାଇଁ ଉଦ୍ଦିଷ୍ଟ । ଏଥିରେ କୁହାଯାଇଛି ଯେ ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ । ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ…
ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ଗୁଡ଼ିକର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ମଙ୍ଗଳବାର ସପ୍ତମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା କାଉଁରିକଳା ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରୂପାନ୍ତରଣକାରୀ ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଯୋଜନାର ସମ୍ପୂର୍ଣ୍ଣ ପ୍ରସାର କ୍ଷେତ୍ରରେ ଏହି ଅଭିଯାନ ବିଶେଷ ସହାୟକ ହୋଇଛି। ସଂକଳ୍ପ ଯାତ୍ରା ଅନ୍ତର୍ଗତ ପଞ୍ଚାୟତରେ ମମତା ଯୋଜନା, ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ଅନ୍ୟପଟେ ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଜାରି ରଖିଛି। ମଙ୍ଗଳବାର ମୋଟୁ ଗ୍ରାମ ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ଏଥିପୂର୍ବରୁ ଆଦିବାସୀ…
ନୂଆଦିଲ୍ଲୀ: ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଦୂରଦୃଷ୍ଟିସମ୍ପନ୍ନ, ଚକ୍ଷୁ ଚିକିତ୍ସା ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଚକ୍ଷୁ ଯତ୍ନ ପାଇଁ ତାଙ୍କ ଅବଦାନ ଏବଂ ସମାଜ ପ୍ରତି ତାଙ୍କ ନିରନ୍ତର ସେବା ଏକ ଅଭୁଲା ସ୍ମୃତି ଛାଡ଼ିଛି। ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା। ଓମ୍ ଶାନ୍ତି।’
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…
ଭୁବନେଶ୍ବର: ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ। ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା…
ଭୁବନେଶ୍ୱର : ରାଜ୍ୟସ୍ତରୀୟ ୧୨୪ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ମହତାବ ଜୟନ୍ତୀ ବଢ଼େଇବାଙ୍କ ଛକ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡୁନ୍ ଇଂଟରନ୍ୟାସନାଲର ଅଧ୍ୟକ୍ଷ ଶରତ ରାଉତରାୟଙ୍କୁ ରାଜ୍ୟସ୍ତରୀୟ ଡ଼ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା। ଜୟନ୍ତୀ କମିଟିର ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ଅମୀୟ ଦାଶ, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଦୁଃଶାସନ ସ୍ୱାଇଁ, ସାମ୍ବାଦିକ ସନତ ମିଶ୍ର, ଜିତେନ ବଟୁ, ଜୟକୃଷ୍ଣ ମଲିଆ, ଗୋପାଳ ମକଦ୍ଦମ, ଶରତ ପଣ୍ଡା, ମନୋରଞ୍ଜନ ବଟୁ, ହେମା ମହାପାତ୍ର, ନିଳମଣୀ ମିଶ୍ର, ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।
ନୂଆଦିଲ୍ଲୀ: ସାମାଜିକ ବିଜ୍ଞାନର ବିଦ୍ୟାଳୟ ପାଠ୍ୟକ୍ରମସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲା। ରାମାୟଣ ଓ ମହାଭାରତ ଭଳି ମହାକାବ୍ୟକୁ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବା ଏବଂ ବିଦ୍ୟାଳୟର ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ପ୍ରସ୍ତାବନା ଲେଖିବାକୁ କମିଟି ସୁପାରିସ କରିଛି। କମିଟିର ଅଧ୍ୟକ୍ଷ ସିଆଇ ଇସାକ୍ ମଙ୍ଗଳବାର (ନଭେମ୍ବର ୨୧) ଏହି ସୂଚନା ଦେଇଛନ୍ତି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବା ଜରୁରୀ ବୋଲି ଇସାକ୍ କହିଛନ୍ତି। ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଭଳି ମହାକାବ୍ୟ ପଢ଼ାଇବା ଉପରେ କମିଟି ଗୁରୁତ୍ୱାରୋପ କରିଛି। ଆମେ ବିଶ୍ୱାସ କରୁ ଯେ କିଶୋର ଅବସ୍ଥାରେ ଜଣେ ଛାତ୍ର ନିଜ ଦେଶ ପାଇଁ ଆତ୍ମସମ୍ମାନ, ଦେଶପ୍ରେମ ଏବଂ ଗର୍ବ ଅନୁଭବ କରିଥାଏ। ‘ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଅଭାବ’ ଦେଶପ୍ରେମ ଅଭାବରୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ…
ନୂଆଦିଲ୍ଲୀ: ବିହାର ଜାତି ସର୍ବେକ୍ଷଣ ସାମାଜିକ ନ୍ୟାୟ ରାଜନୀତିରେ ନୂଆ ଜୀବନ ଦେଇଥିବା ଜଣାପଡ଼ିଛି। ବିଜେପି ସମେତ ସମସ୍ତ ରାଜନୈତିକ ଦଳ ଅତି ପଛୁଆ ଓ ଅବହେଳିତ ସାମାଜିକ ସମ୍ପ୍ରଦାୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ବିଶେଷ କରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ସାମ୍ପ୍ରତିକ ନିର୍ବାଚନ ପ୍ରଚାରରୁ ସ୍ପଷ୍ଟ ହୋଇଛି ଯେ ସାମାଜିକ ନ୍ୟାୟ ଉପରେ ବହୁମୁଖୀ ଚିନ୍ତାଧାରା ଭବିଷ୍ୟତର ରାଜନୈତିକ ଦିଗ ନିର୍ଦ୍ଧାରଣ କରିବ। ତେବେ ଏହି ପୁନର୍ଜୀବିତ ସାମାଜିକ ନ୍ୟାୟ ରାଜନୀତିର ପରିସର ଏବେବି ଅତ୍ୟନ୍ତ ସୀମିତ ରହିଛି। ରାଜନୈତିକ ବର୍ଗ କେବଳ ସାମାଜିକ-ଅର୍ଥନୈତିକ ଅସମାନତା ଏବଂ ଜାତିଗତ ଭେଦଭାବ ସମସ୍ୟାକୁ ନିର୍ବାଚନୀ କୌଶଳରେ ଉଠାଉଛନ୍ତି। ଫଳରେ ସରକାରୀ କ୍ଷେତ୍ରରେ ଚାକିରି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି ସାମାଜିକ ଅସମାନତା ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପଦକ୍ଷେପଭାବେ ବିବେଚନା କରାଯାଉଛି। ଏଥିସହ ସମାଜର ସମସ୍ତ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ…
ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ। ୨୦୧୯ ମସିହାରୁ ଆଇଏସସି-ଫିକି ପୁରସ୍କାରରେ ପରିମଳର ବିଭିନ୍ନ ଦିଗ ଉପରେ ଓଡ଼ିଶା କ୍ରମାଗତ ଭାବେ ଏକାଧିକ ପୁରସ୍କାର ଜିତି ଆସୁଛି। ଆଇଏସସି-ଫିକି ପରିମଳ ପୁରସ୍କାର ହେଉଛି ପରିମଳ କ୍ଷେତ୍ରର ପ୍ରମୁଖ ପୁରସ୍କାର ଏବଂ ଛଅ ବର୍ଷରୁ ଅଧିକ ସମୟ ଧରି ଜାତୀୟ ସ୍ତରରେ ସେମାନଙ୍କର ନେତୃତ୍ୱ ପ୍ରତିଷ୍ଠା କରିଛି। ବର୍ଷ ବର୍ଷ ଧରି ଏହି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଟି ହେଉଛି – ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ତିନୋଟି ବ୍ଲକ୍ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ବୈଦେଶ୍ବର ପ୍ରକଳ୍ପ ଦ୍ବାରା ବଡମ୍ବା, ବାଙ୍କୀ ଓ ଭାପୁର ବ୍ଲକ୍ର ଜନସାଧାରଣ ଉପକୃତ ହେବେ।
ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି। ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି…
ନୂଆଦିଲ୍ଲୀ: ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଅନୁମୋଦନ ପାଇବା ପରେ ନୀତୀଶ କୁମାର ସରକାର ମଙ୍ଗଳବାର ରାଜ୍ୟର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ବଞ୍ଚିତ ଜାତିଙ୍କ ପାଇଁ ସଂରକ୍ଷଣ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ଉଭୟ ବିଲ୍ ପଦବୀ ଓ ସେବା ସଂଶୋଧନ ବିଲ୍ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ ନାମଲେଖା) ସଂଶୋଧନ ବିଲ୍, ୨୦୨୩କୁ ଆନୁଷ୍ଠାନିକ ଅନୁମୋଦନ ଦେବା ପରେ ରାଜ୍ୟ ସରକାରଙ୍କୁ ପଠାଇଥିଲେ, ଯାହା ଫଳରେ ରାଜ୍ୟ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନୂତନ କୋଟା ପ୍ରତିଶତ କାର୍ଯ୍ୟକାରୀ ହେବାର ବାଟ ଖୋଲିଥିଲା। ରାଜ୍ୟ ସରକାର ବିଧାନସଭାରେ ରାଜ୍ୟର ଐତିହାସିକ ଜାତି ସର୍ବେକ୍ଷଣ ରିପୋର୍ଟର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପନ କରିବାର କିଛିଦିନ ପରେ ନିକଟରେ ରାଜ୍ୟ ବିଧାନସଭାରେ ପଦ ଓ ସେବାରେ ଖାଲି ପଦବୀ ସଂରକ୍ଷଣ ସଂଶୋଧନ ବିଲ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ…
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ସହିତ ସମ୍ପୃକ୍ତ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆନର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ, ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଏଜେଏଲର ସମ୍ପତ୍ତି ରହିଛି। ଏହାର ମୋଟ ମୂଲ୍ୟ ୬୬୧.୬୯ କୋଟି ଟଙ୍କା ରହିଛି। ଇଡି ସୋସିଆଲ ମିଡ଼ିଆ ଏକ୍ସରେ ଏକ ବିବୃତି ଜାରି କରି କହିଛି ଯେ ୟଙ୍ଗ ଇଣ୍ଡିଆ ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା। କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଉଛି। ବାସ୍ତବରେ ଏହି କମ୍ପାନୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ଅଂଶଧନ ରହିଛି। କ’ଣ କହିଲା କଂଗ୍ରେସ?: ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ଇଡି…

