ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିଧବଧ ଭାବେ ବିଜେଡିରେ ଯୋଗ ଦେବେ ଭି କେ ପାଣ୍ଡିଆନ। ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ଶଙ୍ଖ ଭବନ ଆୟୋଜନରୁ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ଏ ନେଇ ବେଶ ଚର୍ଚ୍ଚା ଜାରୀ ରହିଥିଲା। ସେ ଖୁବ ଶିଘ୍ର ବିଜେଡିରେ ଯୋଗଦେଇ ପ୍ରତ୍ୟେକ୍ଷ ରାଜନୀତି କରିବେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଭି କେ ପାଣ୍ଡିଆନ୍ ଗତ ମହାନବମୀରେ ଆଇଏଏସ ଚାକିରୀ ଛାଡିଥିଲେ। ଏହା ପରେ ଦଶମୀ ବା ଦଶହରାରେ ସେ 5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ସେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ସାମିଲେ ହେଲେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।
Author: Samikhsya Bureau
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫପିଓ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ କନକ୍ଲେଭ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଠାରେ ନାବାର୍ଡ ପକ୍ଷରୁ କୃଷକ ଉତ୍ପାଦ ସଂଗଠନ (ଏଫପିଓ) ଓ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦକ୍ଷତା ବୃଦ୍ଧି କରି ସଶକ୍ତିକରଣ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି । ଓଡ଼ିଶାରେ ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସାୟ ପାଇଁ ବ୍ୟୟବରାଦ ୨୦୧୪ରେ ୧୩ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହି ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିଛି…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଦୂର ସାଉଥ୍ କୋରିଆର ବିିଭିନ୍ନ ଚିତ୍ରଶିଳ୍ପୀଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ସହ ୨୨ ଜଣ କୋରିଆନ୍ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ଉଦ୍ୟାନରେ ପ୍ରଦର୍ଶନ କରିଛନ୍ତି। ଏହା ଦ୍ୱାରା ପାରସ୍ପରିକ ସଦ୍ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ…
ଭୁବନେଶ୍ୱର: ଜନଗଣର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ବର୍ଗତ ମିତ୍ରଙ୍କ ସ୍ମୃତିଚାରଣ କରିଥିଲେ। ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା,ବୀରେନ ମିତ୍ର ଫାଉଣ୍ଡେସନର ସୁଧାଂଶୁ ତ୍ରିପାଠୀ, ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଛି। ସମସ୍ତ ଜିଲ୍ଲାର ଦୁଗ୍ଧ ଚାଷୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଶେ୍ୱତ ବିପ୍ଳବର ଜନକ ଭର୍ଗିସ୍ କୁରିଏନଙ୍କ ସମ୍ମାନାର୍ଥେ ୨୬ ନଭେମ୍ବରରେ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ। ଭର୍ଗିସ୍ କୁରିଏନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ପିଲାମାନଙ୍କ ପାଇଁ କ୍ଷୀର ଅତ୍ୟନ୍ତ ଜରୁରୀ ଏବଂ ଏହା ଏକ ପୁଷ୍ଟିକର ଖାଦ୍ୟ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଦୁU ବିକାଶ କ୍ଷେତ୍ରରେ ଉଦ୍ୟୋଗ ବିକାଶ ପାଇଁ ରାଜ୍ୟ ସରକାର…
ରେଢାଖୋଲ( କନ୍ଦର୍ପ ବେହେରା): ତମ ସ୍ବାମୀ ଭଲ ଅଛନ୍ତି। ତମେ ଟେନ୍ ସନ୍ ନିଅ ନାଇଁ। ସେ ହରିପୁରରେ ଭୋଜି କରୁଥିଲେ। କିଛି ସମୟ ପରେ ପୁଣି ଅଜଣା ନମ୍ବରରୁ କଲ୍ ଆସିଲା, ତମ ସ୍ବାମୀଙ୍କର ଦୁର୍ଘଟଣା ହୋଇଛି, କିନ୍ତୁ କିଛି ବି ହେଇ ନାହାନ୍ତି। ଗୋଡ ହାତ ଛିଡି ଯାଇଛି। ଏପରି ଫୋନ୍ କଲ୍ ଶୁଣି ମୃତକ ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସଙ୍କ ପତ୍ନୀ ହତବାକ୍ ହୋଇଯାଇଥିଲେ। ତାଙ୍କର ସନ୍ଦେହ ହୋଇଥିଲା ଅଜଣା ନମ୍ବରରୁ କଲ୍ କରିଥିବା ବ୍ୟକ୍ତିକୁ। ହେଲେ ଜିଆର୍ ଏସ୍ ଙ୍କ ମୃତ୍ୟୁର ପ୍ରକୃତ ହତ୍ୟାକାରୀକୁ ପୋଲିସ୍ ଏ ଯାଏଁ ଗିରଫ କରି ପାରି ନ ଥିବାରୁ ପରିବାର ଲୋକେ ପୋଲିସ୍ ପ୍ରତି ଆସ୍ଥା ତୁଟାଇଛନ୍ତି। ମୃତକର ପତ୍ନୀ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମୋ ସ୍ବାମୀଙ୍କୁ ଶ୍ବାସରୁଦ୍ଧ କରି ମାରିଦେଇଥିବା ପ୍ରକାଶ କରିଛନ୍ତି। ସେପଟେ ପୋଲିସ୍ ଏହାର ତଦନ୍ତ କରୁଛି…
ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଆଇପିଏଲ-୨୦୨୪ ପାଇଁ ନିଲାମ ହେବାକୁ ଯାଉଛି। ଏହାପୂର୍ବରୁ, ଫ୍ରାଞ୍ଚାଇଜ୍ ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିଛି, ଯେଉଁମାନଙ୍କୁ ଫ୍ରାଞ୍ଚାଇଜ୍ ଦ୍ଵାରା ସଂରକ୍ଷିତ ଏବଂ ମୁକ୍ତ କରାଯାଇଛି। ପ୍ରକାଶ ଯେ, ଗୋଟିଏ ଦଳରେ ସର୍ବନିମ୍ନ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ। ଯେଉଁଥିରେ ୮ ଖେଳାଳି ବିଦେଶୀ ହେବା ଜରୁରୀ। ମୁମ୍ବାଇ ଇଣ୍ଡିଆନ୍ସର ସଂରକ୍ଷିତ ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ସ୍କାଏ, ଇଶାନ କିଶନ, ତିଲକ ବର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମ ଗ୍ରୀନ୍, ଶ୍ୟାଶାମ୍ସ ମୁଲାନି, ନେହଲ ୱାଡେରା, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମଧୱାଲ, ଜାସନ ବେହରେନଡୋର୍ଫ, ରୋମାରିଓ ଶେଫର୍ଡ। ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ୍ ଖେଳାଳି ତାଲିକା: ଅର୍ଶଦ ଖାନ ରମଣଦୀପ ସିଂ ହ୍ରିତିକ୍ ଶୌକିନ୍ ରାଘବ ଗୋୟଲ ଜୋଫ୍ରା ଆର୍ଚର ଟ୍ରିଷ୍ଟାନ୍ ଷ୍ଟବ୍ସ୍ ଡୁଆନ ଜାନସନ
ବାଲୁଗାଁ: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ଶେଷ ହୋଇଛି। ଆଜି ଭୋରରୁ ନାମଜପ ଶେଷ ହେବା ପରେ ନଗର କୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିରେ କୁନି କଳାକାରମାନେ ବିଭିନ୍ନ ବେଶ ହୋଇ ନଗର ପରିକ୍ରମା କରିଥିଲେ। ଏହାପରେ କଳସ ବିସର୍ଜନ କରାଯାଇଥିଲା। ଏହି ଉପଲକ୍ଷେ ଚାଷଙ୍ଗରା ଗ୍ରାମ ତରଫରୁ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଗତ ଶୁକ୍ରବାରଠାରୁ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ସେଦିନ ଅଧିବାସ କରାଯାଇ ଭୋରରୁ ନାମ ଧରାଯାଇଥିଲା। ଏଥିରେ ଚାଷଙ୍ଗରା ଗ୍ରାମରୁ ଦୁଇଟି ଦଳ ସହିତ ମୋଟ ଆଠଟି ଦଳ ନାମ ସଂକୀର୍ତ୍ତିନ ପରିବେଷଣ କରିଥିଲେ। ଚାଷଙ୍ଗରା ଗ୍ରାମରେ ଦୀର୍ଘ ବର୍ଷ ଧରି ଏହି ଅଷ୍ଟପ୍ରହରୀ ନାମଯଜ୍ଞ କରାଯାଇ ଆସୁଛି।
ନୂଆଦିଲ୍ଲୀ: ଚେନ୍ନାଇ ଦ୍ଵାରା ଆଇପିଏଲ ୨୦୨୪ ପାଇଁ ମୁକ୍ତ ଏବଂ ସଂରକ୍ଷିତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଦଳର ରଖାଯାଇଥିବା ତାଲିକାରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ମହେନ୍ଦ୍ର ସିଂ ଧୋନିଙ୍କ ରୂପରେ ହେବ। ଧୋନିଙ୍କୁ ଚେନ୍ନାଇ ସଂରକ୍ଷିତ ରଖଛି, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଯେ ସେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସିଜନରେ ଦଳର ଦାୟିତ୍ୱ ଗ୍ରହଣ କରିବେ। କିନ୍ତୁ ସେପଟେ ଓଡିଶାର ଏକମାତ୍ର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ମୁକ୍ତ କରିଛି। ଯାହାକୁ ନେଇ ଓଡିଶାର କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। ଏହା ବ୍ୟତୀତ ଚେନ୍ନାଇ କିଛି କଠୋର ନିଷ୍ପତ୍ତି ନେଇଛି ଏବଂ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମୁକ୍ତ କରିଛି। ସଂରକ୍ଷିତ ଥିବା ଖେଳାଳିଙ୍କ ତାଲିକା: ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ଡିଭନ୍ କନୱେ, ରୁତୁରାଜ ଗାଇକ୍ଵାଡ, ମୋଇନ ଅଲି, ଶିବମ ଦୁବେ, ରାଜବର୍ଦ୍ଦନ ହଙ୍ଗରଗେକର, ମିଚେଲ ସାଣ୍ଟନର୍, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମଥିଶା…
ଟାଙ୍ଗୀ/ବାଣପୁର (ସୀତାରାମ ଅଗ୍ରୱାଲ): ଟାଙ୍ଗୀ-ଚାନ୍ଦପୁର ବାଇପାସ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅଟୋ ରିକ୍ସା ଯୋଗେ ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ଅଧ୍ୟାପିକାଙ୍କ ଜୀବନ ଚାଲିଯାଇଛି। ଘଟଣାରୁ ପ୍ରକାଶ ଯେ, ବାଣପୁର ଥାନା ବାଲେଡିହ ଗ୍ରାମର ବିଭୁଦତ୍ତ ପଟ୍ଟନାୟକ, ତାଙ୍କ ପତ୍ନୀ ପଙ୍କଜିନୀ ପଟ୍ଟନାୟକ ଏବଂ ଭଉଣୀ ରାଜ ଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ। ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ ଠାରେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭଉଣୀ ରାଜଲକ୍ଷ୍ମୀ ପଟ୍ଟନାୟକ ମୃତ୍ୟୁ ବରଣ କରିଥିଲେ। ପଙ୍କଜିନୀ ପଟ୍ଟନାୟକ ସାମାନ୍ୟ ଆହାତ ହୋଇଥିବାବେଳେ ବିଭୁଦତ୍ତ ଗୁରୁତର ଭାବେ ଆହତ ହୋଇ ଚାନ୍ଦପୁର ବସନ୍ତମଞ୍ଜରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଅଛି।…
ଭୁବନେଶ୍ବର: ସଠିକ୍ ଗବେଷଣା ଓ ତଥ୍ୟ ପ୍ରମାଣ ଅଭାବରୁ ଓଡ଼ିଶାର ସମୃଦ୍ଧ ଓ ଗୌରବମୟ ଇତିହାସ କେବଳ ଲୋକକଥାରେ ସୀମିତ ରହିଯାଇଛି। ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ। ଏ ଦିଗରେ ଆଜି ଉଦଘାଟିତ ‘ଓଡ଼ିଶା ଗବେଷଣା କେନ୍ଦ୍ର’ (ଓଆରସି) ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ଲୋକକଥାକୁ ଲୋକଲୋଚନକୁ ଆଣିବ ତଥା ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅନୁସନ୍ଧାନ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବିଧାନ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ…
ନୂଆଦିଲ୍ଲୀ: ପଞ୍ଜାବରେ ରେଳ ଟ୍ରାକ୍ ଅବରୋଧ କରୁଥିବା ଚାଷୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନଭେମ୍ବର ୨୪ ତାରିଖ ଦିନ ରେଲୱେ ଟ୍ରାକରେ ବିରୋଧ ଯୋଗୁଁ ୧୮୨ ଟ୍ରେନ୍ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ରେଳ ବିଭାଗ ଆରପିଏଫ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଆଣିଛି, ଯେଉଁଥିରେ ୩୫୦ ଜଣ ଚାଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି। କୃଷକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଆଇପିସିର ଧାରା ୧୪୭ ଏବଂ ୧୭୪-ଏ ଯୋଗ କରାଯାଇଛି। ଯେଉଁ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବଲୱିନ୍ଦର ସିଂ ରାଜୁ ଔଲଖ ଏବଂ ମାଝା କିସାନ ସଂଘର୍ଷ କମିଟି ସଭାପତି ବଲଜିନ୍ଦର ସିଂଙ୍କ ନାମ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଜଲନ୍ଧରରେ କୃଷକମାନେ ଆଖୁ ମୂଲ୍ୟ ବୃଦ୍ଧି ପାଇଁ ଜମ୍ମୁ-ଜାତୀୟ ରାଜପଥ ଏବଂ ରେଳ ଟ୍ରାକ୍ ଅବରୋଧ କରିଥିଲେ। ପ୍ରାୟ ୮୪ ଘଣ୍ଟା ଧରି ନୂଆଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥ…
ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା (ପ୍ରିୟାମ୍ବୁଲ) ପଢିଥିଲେ। ଏହା ବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଦୂର ଉପାନ୍ତ ସ୍ଥାନ ମାନଙ୍କରେ ଥିବା ରେଳବାଇ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପଠନ କରିଥିଲେ। ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ସିଦ୍ଧାର୍ଥ କାଟି ଏବଂ…
ଛତ୍ରପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନରେ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ସହ ସ୍ବଚ୍ଛ ସର୍ବେକ୍ଷଣ ଓ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସହକାରୀ ଡାକ ଅଧ୍ୟକ୍ଷ ସଂଜୟ କୁମାର ଦୋରା, ପଷ୍ଟ ମାଷ୍ଟର ଲଳିତ ଚନ୍ଦ୍ର ବେହେରା, ସହକାରୀ ପୋଷ୍ଟ ମାଷ୍ଟର ରାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ବାଇଁ, ବଜାର ସବ୍ ପୋଷ୍ଟ ମାଷ୍ଟର ସନ୍ତୋଷ କୁମାର ପାତ୍ର, ପଷ୍ଟମେନ୍ ଏନ୍ ଲିଙ୍ଗରାଜ ସେଠୀ, ହେଡ୍ ପଷ୍ଟ ମେନ୍ ରାମ ଚନ୍ଦ୍ର ପଟ୍ଟନାୟକ ସମେତ ସମସ୍ତ ଡକ କର୍ମଚାରୀ ଯଗୋ ଦେଇଥିଲେ। ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ସିରିପୁର ନିକଟସ୍ଥ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ବାର୍ଷିକ କ୍ରୀଡା ପ୍ରତି ଯୋଗିତା ସମାରୋହ ତିନି ଦିନ ଧରି କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ମାନଙ୍କ ମଧ୍ୟରେ ଚେସ, କ୍ୟାରମ, ବ୍ୟଡମିଣ୍ଟନ ଭଲି ପରି ଅନେକ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ଯୋଗ ଦେଇ କାଯ୍ୟକ୍ରମକୁ ସଫଳ କରିଥିଲେ।
ଟାଙ୍ଗି (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି। ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମଙ୍ଗଳପୁରରୁ ବାହାରି କୁଞ୍ଜୁରୀ, କୁହୁଡି ଓ ରତନପୁର ପଂଚାୟତ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଲୋକଙ୍କ ସହ ମିଶି ଓଡ଼ିଶାରେ ନବୀନ ସରକାରଙ୍କ ସଫଳତାକୁ ପାଥେୟ କରି ଆଗମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବା ପାଇଁ ନିବେଦନ କରିଛନ୍ତି।
ନୂଆଦିଲ୍ଲୀ: କେବଳ ଐତିହାସିକ ନୁହେଁ ବରଂ ଆଜିର ଦିନରେ ଆଇନର ଜଟିଳ ବାସ୍ତବତା ମଧ୍ୟ ଜାତିଗତ ବିଭାଜନକୁ ସ୍ଥାୟୀ କରିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଏଭଳି ସ୍ଥିତିରେ ସଂରକ୍ଷଣ ଓ ରାଜ୍ୟର ଅନ୍ୟାନ୍ୟ ସକାରାତ୍ମକ ପ୍ରୟାସ ଅସମାନତା ଦୂର କରିବା ପାଇଁ ଆଶାର କିରଣ ପାଲଟିଛି । ବେଙ୍ଗାଲୁରୁରେ ଅନୁଷ୍ଠିତ ୩୬ତମ ଆଇନ ଏସିଆ ସମ୍ମିଳନୀରେ ମୁଖ୍ୟବକ୍ତାଭାବେ ଯୋଗଦେଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଆଇନରେ ଥିବା ଜଟିଳତାକୁ ଆମେ ସ୍ୱୀକାର କରିବା ଦରକାର ଯାହା ଅସମାନତାକୁ ବଜାୟ ରଖିଥାଏ । ସରକାରୀ ହସ୍ତକ୍ଷେପ ସାମାଜିକ କୁସଂସ୍କାର ଦୂର କରିପାରିବ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଆଜି ସ୍ୱାଧୀନତାର ଅର୍ଥ ବଦଳିଯାଇଛି । ଐତିହାସିକ ଦୃଷ୍ଟିକୋଣରୁ ସ୍ୱାଧୀନତାର ଅର୍ଥ ବ୍ୟକ୍ତିଗତ କାର୍ଯ୍ୟ ଓ ନିଷ୍ପତ୍ତିରେ ସରକାରୀ ହସ୍ତକ୍ଷେପରୁ ମୁକ୍ତି, କିନ୍ତୁ ସମସାମୟିକ ପଣ୍ଡିତମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସାମାଜିକ ପୂର୍ବାଗ୍ରହକୁ ଦୂର କରିବାରେ…
ନୂଆଦିଲ୍ଲୀ: ଦିନଟି ବୁଧବାର ଥିଲା ଏବଂ ତାରିଖ ଥିଲା ୨୬ ନଭେମ୍ବର ୨୦୦୮ । ଏହି ଦିନ ଭାରତ ଉପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନର ଆତଙ୍କବାଦୀମାନେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ୮ଟି ସ୍ଥାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ସରକାରୀ ତଥ୍ୟ ଅନୁଯାୟୀ, ମୁମ୍ବାଇରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ଶିଶୁଙ୍କ ସମେତ ୧୬୬ ଜଣ ପ୍ରାଣ ହରାଇଥିଲେ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ମୁମ୍ବାଇ ପୁଲିସକୁ ସେନାର ସହାୟତା ନେବାକୁ ପଡ଼ିଥିଲା । ଏହି ଆକ୍ରମଣରେ ଅନେକ ପୁଲିସ କର୍ମଚାରୀ ମଧ୍ୟ ସହିଦ ହୋଇଥିଲେ । ଏହି ଆକ୍ରମଣରେ ଜଣେ ଆତଙ୍କବାଦୀ ଅଜମଲ ଅମୀର କସାବଙ୍କୁ ପୁଲିସ ଧରିଥିଲା, ଯାହାକୁ ୨୦୧୨ରେ ବିଚାର ପରେ ଫାଶୀ ଦିଆଯାଇଥିଲା । ଏହି ଆକ୍ରମଣରେ ଆମେରିକା ଓ ପାକିସ୍ତାନରେ ବସିଥିବା ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିବା ପରେ କସାବଙ୍କ ଏହି ଖୁଲାସା ସମଗ୍ର ବିଶ୍ୱକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି। ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬ ତାରିଖ ଆଜିର ଦିନକୁ ଆମେ କେବେବି ଭୁଲିପାରିବୁ ନାହିଁ। ଏହି ଦିନ ହିଁ ଦେଶ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଛନ୍ତି ଯେ ସମଗ୍ର ଦେଶ ଆଜି ସହିଦ ହୋଇଥିବା ବୀର ଯବାନମାନଙ୍କୁ ସ୍ମରଣ କରୁଛି । ଆତଙ୍କବାଦୀ ଆକ୍ରମଣ (୨୬/୧୧)ରେ ମୁମ୍ବାଇ ଓ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା । ତେବେ ଭାରତ ଏହି ଘଟଣାରୁ ମୁକୁଳିବା ପାଇଁ ନିଜର ସାମର୍ଥ୍ୟ ପ୍ରୟୋଗ କରିଛି ଏବଂ ଏବେ ଆତଙ୍କବାଦକୁ ଦମନ କରିବା ପାଇଁ ସେହି ସାହସର ବ୍ୟବହାର କରୁଛି…
ନୂଆଦିଲ୍ଲୀ: ପନ୍ଦର ବର୍ଷ ତଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧାସ୍ତ୍ରରେ ସଜ୍ଜିତ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣରେ ମୁମ୍ବାଇର କେନ୍ଦ୍ରସ୍ଥଳରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ। ଏହି ଦୁଃସାହସିକ ଆକ୍ରମଣ ଭାରତକୁ ସ୍ତବ୍ଧ କରିଦେଇଥିଲା, ଭାରତ-ପାକିସ୍ତାନ ଶାନ୍ତି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲା ଏବଂ ଘରୋଇ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା, ଯାହାର ପ୍ରତିଫଳନ ଏବେବି ଶୁଣିବାକୁ ମିଳୁଛି। ତାଜମହଲ ହୋଟେଲ, ଓବରୟ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଏନଏସଜି କମାଣ୍ଡୋଙ୍କ ଅପରେସନ ଶେଷ ହେବା ପୂର୍ବରୁ ରାଜନୀତି ଜୋର ଧରିଥିଲା। ବ୍ୟାପକ ସୁରକ୍ଷା ବିଫଳତା ଯୋଗୁଁ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ ଇସ୍ତଫା ଦେଇଥିଲେ। ଅନ୍ୟ ଏକ ରାଜନୈତିକ ଘଟଣା ଥିଲା ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ। ସେବେଠାରୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଏବଂ ଏହାର ମୁକାବିଲା ପାଇଁ ଭାରତର ପ୍ରତିକ୍ରିୟାକୁ ନେଇ କଂଗ୍ରେସ ଓ…
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି। ରାଜସ୍ଥାନର ୧୯୯ ଟି ବିଧାନସଭା ଆସନରେ ଏଥର ରେକର୍ଡ ୭୪.୯୬% ମତଦାନ ହୋଇଛି। ଯାହାକି ୨୦୧୮ ନିର୍ବାଚନର ୭୪.୦୬% ରେକର୍ଡ ଭାଙ୍ଗିଛି । ଭୋଟ୍ ପ୍ରତିଶତ ବୃଦ୍ଧି ପରେ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି । ମତଦାନ ପ୍ରତିଶତ ବୃଦ୍ଧି ସହିତ ରାଜନୈତିକ ବିଶେଷଜ୍ଞମାନେ ଏଥିରୁ ନିଜର ଅର୍ଥ ବାହାର କରୁଛନ୍ତି । କିଛି ବିଶେଷଜ୍ଞଙ୍କ ମତରେ ମତଦାନ ବଢ଼ୁଥିବାରୁ କଂଗ୍ରେସ ସରକାର ଏହାର ପୁନରାବୃତ୍ତି କରୁଛନ୍ତି । ଏଥିସହିତ ପ୍ରତିଶତ ବୃଦ୍ଧି ପଛରେ ଆଣ୍ଟି-ଇନକମ୍ବେନ୍ସି ଲହରକୁ ନେଇ କିଛି ବିଶେଷଜ୍ଞ ବିଚାର କରୁଛନ୍ତି । ତେବେ ଅଧିକାଂଶ ବିଶେଷଜ୍ଞଙ୍କ ମତରେ ବଢୁଥିବା ମତଦାନ କଂଗ୍ରେସ ପାଇଁ କ୍ଷତିକାରକ । ଏହାକୁ ଆଣ୍ଟି-ଇନକମ୍ବେନ୍ସି ଲହର କୁହାଯାଇପାରେ । ମତଦାନ ପ୍ରତିଶତକୁ ନେଇ ବିଶେଷଜ୍ଞଙ୍କ ମତ କ’ଣ ? ରାଜସ୍ଥାନରେ ମତଦାନ ୧ ପ୍ରତିଶତରୁ କମ୍ ବୃଦ୍ଧି ପଛରେ…

