ବାଣପୁର (ସୀତାରାମ ଅଗ୍ରୱାଲ): ୭୨ ତମ “ଗୋ” ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା…
Author: Samikhsya Bureau
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ତଦନ୍ତ କରି ଅଯୋଗ୍ୟ ଘୋଷିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜନ୍ମେଜୟ ସତ୍ୟପାଠରେ ନିଜ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା। ସେହିପର ଜନ୍ମେଜୟଙ୍କର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନ ଥିଲେ ବୋଳି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରି…
ରଣପୁର: ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା’ କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା। ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ। ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ନିଖୋଜ ହେବାର ୪ ଦିନ ପରେ ୪ ବର୍ଷର ଶିଶୁର ସନ୍ଧାନ ମିଳିଛି। ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ ରାହୁଲ୍ (୪ ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ସେ ଘରକୁ ଫେରିନଥିଲା। ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ…
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକକାଳୀନ ନିର୍ବାଚନ ବା ‘ଏକ ଦେଶ, ଗୋଟିଏ ନିର୍ବାଚନ’ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା କେନ୍ଦ୍ରରେ କ୍ଷମତାରେ ଥିବା ଯେ କୌଣସି ଦଳକୁ ଫାଇଦା ହେବ, ସେ ବିଜେପି ହେଉ କି କଂଗ୍ରେସ। କୋବିନ୍ଦ ‘ଏକ ଦେଶ, ଗୋଟିଏ ନିର୍ବାଚନ’ ଉପରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟିର ମୁଖ୍ୟ ଅଛନ୍ତି। ସବୁ ରାଜନୈତିକ ଦଳ କେବେ ନା କେବେ ଏହାକୁ ସମର୍ଥନ କରିଛନ୍ତି। ଏହା ଦେଶ ପାଇଁ ଲାଭଦାୟକ ହୋଇଥିବାରୁ ଗଠନମୂଳକ ସମର୍ଥନ ପାଇଁ ଆମେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛୁ। ଏହା ଜାତୀୟ ସ୍ୱାର୍ଥର ବିଷୟ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶର ରାଏବରେଲିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କୋବିନ୍ଦ କହିଛନ୍ତି ଯେ, ସେ ସମସ୍ତ ଜାତୀୟ ଦଳ ସହ କଥା ହୋଇଛନ୍ତି ଏବଂ ଏକକାଳୀନ ନିର୍ବାଚନ ପାଇଁ ସେମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। ପ୍ରତ୍ୟେକ ରାଜନୈତିକ…
ଭୁବନେଶ୍ଵର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ବାଦାମପାହାଡ଼ ରେଳ ଷ୍ଟେସନ ଠାରୁ ତିନୋଟି ନୂତନ ଟ୍ରେନ ବାଦାମପାହାଡ଼ – ଟାଟାନଗର ମେମୁ, ବାଦାମପାହାଡ଼ – ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ନୂତନ ରାୟରଙ୍ଗପୁର ଡାକମଣ୍ଡଳର ଉଦଘାଟନ କରିବା ସହିତ ରାଇରଙ୍ଗପୁର ଡାକ ମଣ୍ଡଳର ଏକ ସ୍ମରଣୀୟ ସ୍ୱତନ୍ତ୍ର ଲଫାଫା ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ ବାଦାମପାହାଡ଼ ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଯେକୌଣସି କ୍ଷେତ୍ରର ବିକାଶ ସେହି ଅଞ୍ଚଳର ସଂଯୋଗ ଉପରେ ନିର୍ଭର କରେ। ସେ ରେଳ, ସଡକ କିମ୍ବା ଡାକ ସେବା ହେଉ – ଏହି ସମସ୍ତ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ। ସେ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ତିନୋଟି…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କନେଷ୍ଟବଳଙ୍କର ନାମ ବିନୋଦ କହଁର। ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ମୁତାବକ ବିନୋଦ କାମ ସାରି ବାଇକ ଯୋଗେ ଟାଙ୍ଗୀ ଫେରୁଥିଲେ। ରାମେଶ୍ଵର ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିଲା, ସେତେବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଲାଇଭ ଟିଭିରେ ଏକ ବିବୃତ୍ତି ଦେଇଥିଲେ। ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ବିଷୟରେ କହିଥିଲେ ଯେ, ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କୁ ହତ୍ୟା କରିଥାଏ। ଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଏହି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ‘ସାମା ଟିଭି’ରେ ବିତର୍କ ବେଳେ ସହିଦ ଆଫ୍ରିଦି ଏହା କହିଛନ୍ତି। ଏଠାରେ ମହମ୍ମଦ ୟୁସୁଫ ମଧ୍ୟ ତାଙ୍କ ସହିତ ପ୍ୟାନେଲରେ ଉପସ୍ଥିତ ଥିଲେ। ବିଶ୍ୱକପ ଫାଇନାଲରେ ଯେତେବେଳେ ଭାରତୀୟ ଇନିଂସ ପ୍ରଥମ ପାୱାରପ୍ଲେରେ ସଂଘର୍ଷ କରୁଥିଲା, ଆଫ୍ରିଦି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଟାର୍ଗେଟ କରିଥିଲେ। ସହିଦ ଆଫ୍ରିଦିଙ୍କ ଏହି ବିବୃତ୍ତି ଶୁଭମାନ ଗିଲ ଏକ ବେପରୁଆ ସଟରେ ଏବଂ ରୋହିତ ଶର୍ମା ଏକ ଅନାବଶ୍ୟକ ସଟରେ ଆଉଟ ହେବା…
ଭୁବନେଶ୍ବର: ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଏଜି ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ଆଜି ପୂର୍ବାହ୍ନରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ‘୧୮୦୪ ପାଇକ ବିଦ୍ରୋହ: ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କର ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ । ଆଜି ସକାଳେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା…
ନୂଆଦିଲ୍ଲୀ: ପିଲିଭିତର ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣିଥରେ ନିଜ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପିଲିଭିତରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ମାଗଣା ରାସନ, ମୁଦ୍ରାସ୍ଫୀତି ଏବଂ ଅଗ୍ନିବୀର ଭଳି ଯୋଜନାକୁ ନେଇ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ କେବଳ ସ୍ଲୋଗାନ ଦେବାଦ୍ୱାରା ଦେଶର ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଦେଶ ଚଳାଇବା ପାଇଁ ସମ୍ବେଦନଶୀଳ ହେବା ଜରୁରୀ। ବରୁଣ ଗାନ୍ଧି ତାଙ୍କ ସଂସଦୀୟ କ୍ଷେତ୍ର ପିଲିଭିତରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ନିଜ ପୁରୁଣା ତୀକ୍ଷ୍ଣ ସ୍ୱରରେ ନଜର ଆସିଥିଲେ। ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ସମସ୍ୟାର ସମାଧାନ କରିବ କି? ମୁଁ ଭାରତ ମାତାଙ୍କୁ ମୋର ମା’ ଭାବରେ ବିବେଚନା କରେ, ମୁଁ ହନୁମାନଜୀଙ୍କ ଭକ୍ତ ଏବଂ ଭଗବାନ ରାମଙ୍କୁ ମୋର ପ୍ରିୟ ବୋଲି ବିବେଚନା କରେ, କିନ୍ତୁ ମୁଁ ଆପଣଙ୍କୁ ପଚାରିବାକୁ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଠାରେ ସୋମବାର ଦିନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିବା ଏବଂ ବିଜେଡି ଦଳ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କୁ ଭଲ ପାଉଥିବା ବିଜେଡି ର କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସହ ଜନସାଧାରଣ ସୁବିଧା ଅସୁବିଧା ସମୟରେ ସମସ୍ତେ ଏକାଠି ହୋଇ…
ନୂଆଦିଲ୍ଲୀ: ନିର୍ବାଚନ ଏବେ ଭାବପ୍ରବଣ ପ୍ରସଙ୍ଗରୁ ପ୍ରତିଶ୍ରୁତିର ଗଣିତକୁ ବଦଳିଯାଇଛି କି? ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହା ହେଉଛି ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ। ବାସ୍ତବରେ ସାମ୍ପ୍ରତିକ ସମୟରେ ରାଜନୈତିକ ଦଳଗୁଡ଼ିକର ପ୍ରତିଶ୍ରୁତି କିମ୍ବା ନିର୍ବାଚନ ପୂର୍ବରୁ ସରକାର କରିଥିବା କଲ୍ୟାଣକାରୀ ଯୋଜନାକୁ ନେଇ ନିର୍ବାଚନୀ ଏଜେଣ୍ଡା ସ୍ଥିର କରାଯାଉଛି, ଯେଉଁଥିରେ ଅନ୍ୟ ସମସ୍ତ ପ୍ରସଙ୍ଗ ପଛକୁ ଚାଲିଯାଇଛି। ତେବେ ଏହି ଧାରାକୁ ମାଗଣା କଲ୍ୟାଣକାରୀ ଯୋଜନା ସହ ମଧ୍ୟ ଯୋଡ଼ାଯାଇଛି। ଏହାର ପ୍ରଭାବକୁ ନେଇ ସମାନ୍ତରାଳ ବିତର୍କ ମଧ୍ୟ ହେବାରେ ଲାଗିଛି। କିନ୍ତୁ ଏଥିରେ ସବୁ ରାଜନୈତିକ ଦଳ ସମାନ ଭାବରେ ଜଡ଼ିତ ହୋଇଥିବାରୁ ବିତର୍କ ପଛକୁ ଠେଲି ହୋଇଯାଇଛି ଏବଂ ପ୍ରତିଶ୍ରୁତିର ଗଣିତ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି। କ’ଣ ସଙ୍କେତ ଦେଇଛନ୍ତି ବିରୋଧୀ?: ବାସ୍ତବରେ ୨୦୧୪ରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବିଜୟ ବିରୋଧୀଙ୍କ ଆଗରେ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠୁଛି। ବିଜେପିର ବଡ଼…
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା, ପୂର୍ବତନ ବାଲେଶ୍ୱର ଜିଲ୍ଲା ଉପସଭାପତି ତଥା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଅରୁଣ ବେଜଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ସ୍ୱର୍ଗତଃ ବେଜଙ୍କ ଅକାଳ ବିୟୋଗ ରାଜ୍ୟ ରାଜନୀତି ତଥା ପାର୍ଟି ପାଇଁ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସ୍ୱର୍ଗତଃ ବେଜଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି।
କଟକ: ଗତକାଲି କଟକସ୍ଥ ଶତାବ୍ଦି ଭବନରେ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ କବିତା ଓ ସମସ୍ତ ଲେଖାରେ ମୁକ୍ତି ସଂଗ୍ରାମର ଝଙ୍କାର ରହିଥିଲା ବୋଲି କହିଥିଲେ। ହାସ୍ୟବିକାଶ କେନ୍ଦ୍ର କଟକ ଆନୁକୂଲ୍ୟରେ ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଅବସରରେ କାନ୍ତକବି ପୁରସ୍କାର ଉତ୍ସବ ପାଳନ କରାଯାଉ ଥିବାରୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡିଶାର ବିଶିଷ୍ଟ ହାସ୍ୟ ଲେଖକ ଫତୁରାନନ୍ଦଙ୍କୁ ମନେ ପକାଇଥିଲେ। ଫତୁରାନନ୍ଦଙ୍କ ଲେଖାରେ ବ୍ୟଙ୍ଗ ଓ ହାସ୍ୟରସହରେ ଭରପୁର ଥିଲା। ଏଭଳି ଲେଖା ସମାଜରେ ସଂସ୍କାର ଆଣିବା ସହିତ ସମାଜକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହି ଅବସରରେ ରାଜ୍ୟପାଳ କାନ୍ତକବିଙ୍କ ଦେଶାତ୍ମବୋଧ ଓ ବୈପ୍ଳବିକ ପୂର୍ଣ୍ଣ ସମସ୍ତ ରଚନାଗୁଡ଼ିକୁ ଲୋଚଲୋଚନ ଆଣିବା ପାଇଁ…
ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ଆରମ୍ଭ ପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ। ଏଥିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, ୨୦୬କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ । ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତ ମୋହନ ମାଝୀ ସମର୍ଥନ ଜଣାଇଥିଲେ। ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଦେବା ସହ ସେ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ପରେ ସିପିଆଇ ନେତା…
ନୂଆଦିଲ୍ଲୀ: ହାଇକୋର୍ଟ ଓ ସେସନ୍ସ କୋର୍ଟ ଅଭିଯୁକ୍ତଙ୍କୁ ଟ୍ରାନଜିଟ୍ ଆଗୁଆ ଜାମିନ ଦେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଯଦିଓ ଏଫଆଇଆର ଅନ୍ୟକୌଣସି ରାଜ୍ୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ। ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜସ୍ଥାନର ଜଣେ ମହିଳାଙ୍କ ଯୌତୁକ ଦାବି ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ସ୍ୱାମୀଙ୍କୁ ବେଙ୍ଗାଲୁରୁ ଜିଲ୍ଲା କୋର୍ଟରୁ ଆଗୁଆ ଜାମିନ ମିଳିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି ଯେ କୌଣସି ଅଭିଯୁକ୍ତଙ୍କର ତାଙ୍କ ଅଧୀନରେ ଅପରାଧ ଘଟିନଥିଲେ ମଧ୍ୟ ହାଇକୋର୍ଟ କିମ୍ବା ସେସନ୍ କୋର୍ଟ ତାଙ୍କୁ ଟ୍ରାନଜିଟ୍ ଆଗୁଆ ଜାମିନ ପ୍ରଦାନ କରିପାରିବେ ଏବଂ ଅଭିଯୁକ୍ତ ଅଦାଲତରେ ପହଞ୍ଚିବା ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଜାରି ରହିବ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକଙ୍କ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ଅଦାଲତ ସୀମିତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ଉଚିତ। ତେବେ ସର୍ବୋଚ୍ଚ…
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ ବୁଦ୍ଧନୀ ମାଝୀଁଙ୍କ ପାଇଁ ସାନ୍ଥାଲିରେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି ହୋଇଛି। ଶୁକ୍ରବାର ରାତିରେ ୮୦ ବର୍ଷୀୟା ବୁଧନୀ ମାଝୀଁଙ୍କର ଏହି ଦୁନିଆରୁ ବିଦାୟ ହୋଇଯାଇଛି। ଗତ ୬୪ ବର୍ଷ ଧରି ସେ ନିଜ ଜାତି ଓ ସମାଜରେ ବହିଷ୍କାରର ଶିକାର ହୋଇ ଆସୁଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଦାମୋଦର ଭ୍ୟାଲି କର୍ପୋରେସନର ପଞ୍ଚେତ ଡ୍ୟାମ ଓ ଜଳ ବିଦ୍ୟୁତ ପ୍ଲାଣ୍ଟକୁ ବୁଦ୍ଧନି ଉଦଘାଟନ କରିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ମାନରେ ମିଳିଥିବା ମାଳ ଉଠାଇ ବୁଧନୀ ମାଝୀଁଙ୍କୁ ପିନ୍ଧାଇଥିଲେ। ସେତେବେଳେ ବୁଧନୀଙ୍କୁ ୧୬ ବର୍ଷ ହୋଇଥିଲା। ପଣ୍ଡିତ ନେହେରୁ ପଞ୍ଚେତ ବନ୍ଧ ଉଦଘାଟନ ଅବସରରେ ବୁଧନୀଙ୍କୁ ମାଲ୍ୟାର୍ପଣ କରିଥିବା ମାଳ ତାଙ୍କ ପାଇଁ ଆଜୀବନ ଯନ୍ତ୍ରଣା ପାଲଟିଥିଲା। ବାସ୍ତବରେ ସାନ୍ଥାଲ ଆଦିବାସୀ ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳା…
ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ ପୁରସ୍କୃତ କରାଯାଇଛି। ୪ ଦଶନ୍ଧିର ଚମତ୍କାର କ୍ୟାରିୟର ସହ ମାଧୁରୀ ଦୀକ୍ଷିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୁନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ। ଏହି ସବୁ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି। ଏହି ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକ ମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଯାଇ ସେଠାରେ ସୁଲଭ ବାସଗୃହ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ…
ନୂଆଦିଲ୍ଲୀ: ଆସନ୍ତା ୧୦ ୫ଟି ରାଜ୍ୟରେ ମତଦାନ ଶେଷ ହେବାକୁ ଥିବାବେଳେ ଏହି ବିଧାନସଭା ନିର୍ବାଚନରେ ପ୍ରଚାର ଦୁଇଟି ପ୍ରସଙ୍ଗ ଉପରେ ରହିଛି। ଏଥିରେ ଧାର୍ମିକ ଧ୍ରୁବୀକରଣ ଓ କଲ୍ୟାଣ ରାଜନୀତି ରହିଛି, ଯେଉଁଥିରେ ସ୍ପଷ୍ଟ ବିଭାଜନ ରହିଛି। ସହରାଞ୍ଚଳରେ ଦଳଗୁଡ଼ିକ ପାଇଁ ଧାର୍ମିକ ଧ୍ରୁବୀକରଣ କାମ କରୁଥିବା ପରି ମନେ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଆଲୋଚନାରେ ଜନକଲ୍ୟାଣମୂଳକ ପଦକ୍ଷେପର ପ୍ରାଧାନ୍ୟ ରହିଛି । ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବା ବିଜେପି ମଧ୍ୟପ୍ରଦେଶରେ ନିଜକୁ ବଜାୟ ରଖିବା ସହ ଦକ୍ଷିଣ ତେଲେଙ୍ଗାନାରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ଶକ୍ତିଭାବେ ଉଭା ହୋଇଥିବାବେଳେ ଅନ୍ୟ ଦଳମାନଙ୍କ ଭଳି ପ୍ରଲୋଭିତ ଯୋଜନା ପ୍ରତିଶ୍ରୁତି ଦେବାରେ ମଧ୍ୟ ପଛରେ ନାହିଁ । ଯାହାକୁ ପୂର୍ବରୁ ବିରୋଧୀମାନେ ‘ରେଭଡି’ ବୋଲି ଖଣ୍ଡନ କରିଥିଲେ । ଯୋଜନା ଉପରେ ଏହି ଗୁରୁତ୍ୱ ବିଶେଷ କରି ମଧ୍ୟପ୍ରଦେଶରେ ଅଧିକ, ଯେଉଁଠାରେ ତାଙ୍କର ମହିଳା ଭିତ୍ତିକ ଘୋଷଣା…
ଭୁବନେଶ୍ବର: ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଆଜି ସକାଳେ ବିଧାନସଭାରେ ଉପବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଉପବାଚସ୍ପତି ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିପାଇଁ ସେ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ଆଜି ବିଧାନସଭାରେ ଏକ ମୋସନ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଲୁଗା ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ଘୋଷଣା କରିଥିଲେ। ଏହାପରେ ସେ ତାଙ୍କ ଆସନରେ ବସିବାକୁ ବାଚସ୍ପତି ଘୋଷଣା କରିବା ପରେ ତାଙ୍କୁ ତିନିଦଳର ସଦସ୍ୟ ସାଲୁଗାଙ୍କୁ ତାଙ୍କ ଆସନକୁ ପାଛୋଟି ଆଣିଥିଲେ। ଏହାପରେ ନବୀନ ପଟ୍ଟନାୟକ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ବିଜେପିର ମୋହନ ମାଝୀ ଏବଂ କଂଗ୍ରେସର ଦାଶରଥି ଗମାଙ୍ଗା ସାଲୁଗାଙ୍କୁ ସ୍ବାଗତ କରିଥିଲେ।

