ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିଲିକା ରୋଟାରୀ କ୍ଲବର ମିଳିତ ସହଯୋଗରେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସଂଗ୍ରାମ କେଶରୀ ସାହୁଙ୍କ ନେତୃତ୍ୱରେ ଆୟୁଷ ଡାକ୍ତର, ଆଶା କର୍ମୀ, ସ୍ୱଚ୍ଛ ପରିମଳ କର୍ମୀ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଓ ଚିଲିକା ରୋଟାରୀ କ୍ଲବର ଏକାଧିକ ସଦସ୍ୟମାନେ ଯୋଗଦେଇଥିଲେ। ସମସ୍ତ ଉପସ୍ଥିତ ବ୍ୟକ୍ତିମାନେ ବାଲୁଗାଁ ଡାକ୍ତରଖାନା ପରିସର ପରିଷ୍କାର କରିବାସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ଏକ ରାଲି କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।
Author: Samikhsya Bureau
ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ବିଜେଡ଼ି ସରକାରରେ ୨୧ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ନୂତନ ଦିସ୍ପେନସାରି ପ୍ରତିଷ୍ଠା ନ କରିବା, ଆୟୁଷ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ନ୍ୟାଯ ଦାବୀ ପୂରଣ, ସାତୋଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଚେଷ୍ଟା ନ କରିବା, ଏବଂ ପ୍ରତେକ ଆୟୁଷ ଦିସ୍ପେନସାରି ଗୁଡ଼ିକର ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଭୁଲ ରିପୋର୍ଟ ପ୍ରଦାନ କରିବାରେ କାହାର ସ୍ୱାର୍ଥ ନିହିତ ଅଛି ସେ ସମ୍ପର୍କରେ ଆଜି ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ୨୦୦୨ ମସିହା ପରଠାରୁ ଆଉ ରାଜ୍ୟରେ ନୂତନ ଆୟୁଷ ଦିସ୍ପେନସାରି ଖୋଲିବା କଥା ଚିନ୍ତା ବି କରିନାହାନ୍ତି। ରାଜ୍ୟରେ ଏଲୋପାଠୀକ ଡାକ୍ତର ମାନକ ଅଭାବ ଓ ସ୍ୱାଭାବିକ ଭାବରେ କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସମୟରେ ରାଜ୍ୟ ସରକାର ୨୦୦୭-୦୮ ମସିହାରେ ପ୍ରତେକ ପି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି। ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବଓ୍ବେ ରହିବ – ଏକ ୭୩୫ ମିଟର ଲମ୍ବା ସବଓ୍ବେ ଯାହା ଷ୍ଟେସନକୁ ପ୍ରଦର୍ଶନୀ ହଲ୍ , କନଭେନସନ୍ ସେଣ୍ଟର ଏବଂ ସେଣ୍ଟ୍ରାଲ ଏରିନା କୁ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ ‘ଯଶୋଭୂମି’ର ଭବିଷ୍ୟତର ପ୍ରବେଶ ପଥ ସହିତ ସଂଯୋଗ କରୁଛି। ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋ ଟ୍ରେନର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟରକୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ। ‘ନୂଆଦିଲ୍ଲୀ’ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ। ଧୌଲା କୁଆଁ ମେଟ୍ରୋ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଛି। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ଏ ବିଷୟରେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀ ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ପାଠକ ପାଠିକା ମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ନିଜକୁ ଉତ୍ସଗୀକୃତ ଭାବେ ସମୟର ସଦୁପଯୋଗ କରି ଓ…
ବେଗୁନିଆପଡା (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ବିଦ୍ୟୁତ୍ ସବ୍ ଷ୍ଟେସନ୍, ନୂଆଁଗଡ଼, ନୂଆଗାଁ, କୋଦଳା, ବେଗୁନିଆପଡା ସମେତ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ଯ ଦେବଶିଳ୍ପୀ ବିଶ୍ୱ ନିର୍ମାତା ତଥା ସକଳ ଶିଳ୍ପକାରିଗର ଙ୍କ ଜନକ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ବିଭିନ୍ନ ପୂଜାମଣ୍ଡପ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ ହୋଇଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ ‘ଯଶୋଭୂମି’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ‘ଯଶୋଭୂମି’ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଗୁରୁ-ଶିଷ୍ୟ ପରମ୍ପରା ଓ ନୂଆ ପ୍ରଯୁକ୍ତି ପ୍ରଦର୍ଶନୀ ବୁଲି ଦେଖିଥିଲେ। ଯଶୋଭୂମିର ଥ୍ରୀଡି ମଡେଲକୁ ମଧ୍ୟ ସେ ଯାଞ୍ଚ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଖବର ଅନୁଯାୟୀ କୋଲକାତାର ସିୟାଲଦହ କୋର୍ଟ ଜରିନ ଖାନଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ଗୋଟିଏ ଇଭେଣ୍ଟ କମ୍ପାନୀର ଅଭିଯୋଗ ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଜରିନ ଖାନଙ୍କ ବିରୋଧରେ ଅଭିଯୋଗ: ୨୦୧୮ ରେ ୬ ଟି ଇଭେଣ୍ଟରେ ଯୋଗ ନ ଦେବା କାରଣରୁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କୋଲକାତା ଏବଂ ଉତ୍ତର ୨୪ ପରଗାନାରେ ୬ ଟି କାଳୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ନାରକେଲଡଙ୍ଗା ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରାଯାଇଥିଲା। ଏହା ପରେ ନାରକେଲଡଙ୍ଗା ପୋଲିସ ସିୟାଲଦହ କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିଥିଲା। ଜରିନ୍ ଖାନ୍ ୨୦୧୦ ରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବୀର’ ରୁ ଅଭିନୟ…
ଭୁବନେଶ୍ୱର: ୨୦୧୪ ମସିହାରେ ଶାସନ ଭାରର ଯାତ୍ରା ଆରମ୍ଭ କରିବା ପରେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି। ତାଙ୍କର ପ୍ରୟାସ ଏବଂ କାର୍ଯ୍ୟ ନୂତନ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି। ଜଣେ ସାଂଗଠନିକ ବ୍ୟକ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏବଂ ବର୍ତମାନ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବା ପ୍ରିୟ ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍ଥାନ ତଥା ଦଳିତ, ଆଦିବାସୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି। ଜନଭାଗିଦାରୀକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଜୀ ଆଜି ଦେଶ ପାଇଁ ଅନେକ ଅକଳ୍ପନୀୟ ସକାରାତ୍ମକ ପରିଣାମ ହାସଲ କରି ଭାରତବର୍ଷର ମାନ ଓ ସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ଆଜି ସେହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ…
ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି। ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ। ସ୍ପର୍ଶ ହ୍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ…
ନୂଆଦିଲ୍ଲୀ: ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାର ତୁକୁଗୁଡା ଅଞ୍ଚଳରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ, ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ଅନ୍ୟ ନେତାଙ୍କ ହୋର୍ଡିଂ ଲଗାଯାଇଛି। ଏହି ହୋର୍ଡିଂରେ ସୋନିଆ ଗାନ୍ଧୀଙ୍କୁ ଭାରତ ମାତା ଭାବରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ହାଇଦ୍ରାବାଦରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟିର ବୈଠକ ଶେଷ ହୋଇଛି। ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସ କମିଟି (ପିସିସି) ସଭାପତି, ବିଧାନସଭା ଦଳର ନେତା ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଅଧିକାରୀମାନେ ଯୋଗ ଦେଇଥିଲେ।
ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ ର ଫାଇନାଲରେ ଟିମ୍ ଇଣ୍ଡିଆ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ୍ ଜିତିଛି। ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ୍ ରେ ଅଟକିଯାଇଥିଲା। ଏହା ପରେ ଭାରତୀୟ ଦଳ ସହଜରେ ୬.୧ ଓଭରରେ ଟାର୍ଗେଟକୁ ପୂରଣ କରିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ମାତ୍ର ୫୧ ରନ୍ର ଟାର୍ଗେଟ ଦିଆଯାଇଥିଲା। ଭାରତୀୟ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୩୭ବଲରେ ଏହି ସାମାନ୍ୟ ଲକ୍ଷ୍ୟ ହାସଲ କରିଥିଲା। ୧୯ ବଲରେ ୨୭ ରନ ସ୍କୋର କରି ଶୁଭମାନ ଗିଲ ଅପରାଜିତ ଫେରିଥିଲେ ଏବଂ ୧୮ ଟି ବଲରେ ୨୩ ରନ୍ ସ୍କୋର କରି ଇଶାନ କିଶନ ଅପରାଜିତ ରହିଥିଲେ। ଗିଲ ୬ ଟି ଚୌକା ମାରିଥିବାବେଳେ ଇଶାନ ତିନିଟି ଚୌକା ମାରିଥିଲେ। ୯…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରତିଦିନ ଖାଉଥିବା ଏହି ପାଞ୍ଚୋଟି ଜିନିଷ ବିପଜ୍ଜନକ ହୋଇପାରେ, ଏହି ଜିନିଷଗୁଡ଼ିକୁ ଦୟାକରି ଧ୍ୟାନରେ ରଖନ୍ତୁ। ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଏବଂ ପାନୀୟ ପ୍ରତି ବହୁତ ଧ୍ୟାନ ଦେବା ଆବଶ୍ୟକ। ସୁସ୍ଥ ଖାଦ୍ୟ ଖାଇବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ୍ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ। ଚେରି ମଞ୍ଜି- ଚେରି ହୃଦରୋଗକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ବଜାୟ ରଖେ। କିନ୍ତୁ ଏହାର ମଞ୍ଜି ଅତ୍ୟନ୍ତ କ୍ଷତିକାରକ। ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ବିବେଚନା କରାଯାଏ। ଯଦି ଆପଣ ଭୁଲରେ ଚେରି ମଞ୍ଜି ଗିଳି ଦେଇଛନ୍ତି ତେବେ ଭୟ କରନ୍ତୁ ନାହିଁ, ଏହା କୈଣସି ପ୍ରକାରେ ଆପଣଙ୍କ ଶରୀରର ବାହାରକୁ ଆସିଯିବ। ଚେରି ଖାଇବାବେଳେ ଏହାର ମଞ୍ଜି…
ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି, ଆମ ସମସ୍ତେ ଆମ ରୋଷେଇ ଘରେ ଶୁଖିଲା ଅଦା ପାଉଡର ବା ସୁଣ୍ଠିର ବ୍ୟବହାର ଦେଖୁଛନ୍ତି। ଆସନ୍ତୁ ଆପଣଙ୍କୁ କହିବା ଯେ ଶୁଖିଲା ଅଦା ତିଆରି କରିବା ପାଇଁ ଅଦାକୁ ଶୁଖାଯାଇ ଏକ ପାଉଡର ତିଆରି କରିବା ପାଇଁ ଗ୍ରାଇଣ୍ଡ୍ କରାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ବାସ୍ତବରେ, ଆମେ ସମସ୍ତେ ଜାଣୁ ଯେ ଅଦାର ପ୍ରଭାବ ବହୁତ ଗରମ ଅଟେ। ଏହି କାରଣରୁ ଶୀତଦିନେ ଶୁଖିଲା ଅଦା ବହୁତ ବ୍ୟବହୃତ ହୁଏ। ଏହା ମ୍ୟାଗ୍ନେସିୟମ୍, ଫାଇବର, ସୋଡିୟମ୍, ଆଇରନ୍, ଭିଟାମିନ୍ ଏ ଏବଂ ସି, ଜିଙ୍କ, ଫୋଲେଟ୍ ଏସିଡ୍, ଫ୍ୟାଟି ଏସିଡ୍, କ୍ୟାଲସିୟମ୍ ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିଥାଏ। ପ୍ରାଚୀନ କାଳରୁ ଏହା ଆୟୁର୍ବେଦରେ ଏକ ପ୍ରଭାବଶାଳୀ ଔଷଧ ଭାବରେ ବ୍ୟବହୃତ ହୁଏ। ତେବେ ଆସନ୍ତୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଭଞ୍ଜବିହାର କୁଳପତି ଡଃ ଗୀତାଞ୍ଜଳି ଦାସ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟକୁ ପୁସ୍ତକ ଜରିଆରେ ଲିଖିତ ପ୍ରକାଶ କରିବାକୁ ମଞ୍ଚାସୀନ ଅତିଥି ମାନଙ୍କୁ ପରାମର୍ଶ ଦେଇଛନ୍ତି। ସୁଦୁର ଫ୍ରାନ୍ସର ଲୋକାସ ମାର୍ଗନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ସହ ଲୋକେ ଖାପଖୁଆଇ ଚଳିବା ପାଇଁ ପରାମର୍ଶ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ଟାଟା ଷ୍ଟିଲର ଓଡ଼ିଶା ମୁଖ୍ୟ ଡଃ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ଦ୍ଵାରା ମହିଳା ଓ ଶିଶୁ ମାନେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏତଦବ୍ୟତୀତ ସମ୍ମାନୀତ ଅତିଥି ଭାବେ ସ୍କଟଲାଣ୍ଡର ଲୋରେନ୍ ମାର୍କଲଏଣ୍ଡ୍ ଯୋଗ ଦେଇଥିଲେ ଓ ଅର୍ଥନୀତି ବିଭାଗର ମୁଖ୍ୟ ଡଃ…
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦଶମ ଦିନରେ ଓ ସମୂହ ଛୁଟି ପଞ୍ଚମ ଦିନରେ ପହଂଚିଛି। ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହେବା ସହିତ ଶିକ୍ଷାଦାନ ସଂପୂର୍ଣ୍ଣ ଠପ ହୋଇ ପଡିଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ଏକ ଚରମ ବିଚ୍ୟୁତି ସୃଷ୍ଟି ହୋଇଛି। ଶିକ୍ଷକ ଆନ୍ଦୋଳନ ଚଳାଇଥିବା ଦୃଷ୍ଟିରୁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ? ଆଜିର ଦିନରେ ଯେତେବେଳେ ସାଧାରଣ ଦିନ ମଜୁରିଆ ଦିନକୁ ୫୦୦ ଟଙ୍କା ପାଉଛି, ସେତେବେଳେ କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ ୭୫୦୦ ଟଙ୍କାରେ ଦିନକୁ ୨୫୦ ଟଙ୍କାରେ ଶିକ୍ଷାଦାନ କରୁଛନ୍ତି। ଗୁରୁ ମାନଙ୍କ ପ୍ରତି ଏହି ଚରମ ଅବହେଳା ଓ ହୀନମାନ୍ୟତା ଆମ ସରକାରୀ…
ଭୁବନେଶ୍ଵର: ଚଳିତ ବର୍ଷ ଆମ ରାଜ୍ୟ ଓଡିଶାର ନୂତନ ଚାରିଗୋଟି ଆଦ୍ରଭୂମି ରାମସାର ସାଇଟ ଅନ୍ତର୍ଭୁକ୍ତ ହୋଇଛି। ପ୍ରକୃତି ଓ ପରିବେଶ ସୁରକ୍ଷା ନିମନ୍ତେ ଚଳିତ ବର୍ଷ ଏହି ନୂତନ ଚାରିଗୋଟି ଆଦ୍ରଭୂମି ରାମସାର ସାଇଟ ହେଲା ପମ୍ପରା, ଅଂଶୁପା, ସାତକୋଶିଆ ଏବଂ ହିରାକୁଦ। ଆଦ୍ରଭୂମି ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଓ ଅନ୍ୟାନ୍ୟ ଜଙ୍ଗଜାତ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଗୋଟିଏ ଆଦ୍ରଭୂମିର ପାଞ୍ଚଗୋଟି ଲେଖାଏଁ ବିଦ୍ୟାଳୟ ଯାହାକି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପମ୍ପରା ରାମସାର ସାଇଟର ହୁମର ୟୁପି ସ୍କୁଲ, ଚଷାକଣମଣା ୟୁପି ସ୍କୁଲ, ତରେଇ ପାଟପୁର ୟୁପି ସ୍କୁଲ, ପୋଡା ପହର ହାଇସ୍କୁଲ ଓ ଏ-ନୂଆଗାଁ ୟୁପିସ୍କୁଲ। କଟକ ଜିଲ୍ଲା ଅନ୍ତର୍ଗତ ଅଂଶୁପା ରାମସାର ସାଇଟର ଏସ-ଗାରହ ହାଇସ୍କୁଲ, ସୁବର୍ଣ୍ଣପୁର ୟୁପି ସ୍କୁଲ, ଘୋଡାବର ୟୁପି ସ୍କୁଲ, ବିଷ୍ଣୁପୁର ୟୁପି ସ୍କୁଲ, ନୂଆଓସ୍ତିଆ ଏଲପି ସ୍କୁଲ ଓ କେ ଖାନି ୟୁପିସ୍କୁଲ। ନୟାଗଡ ଜିଲ୍ଲା…
ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୮ରେ ପୋଷଣ ଅଭିଯାନ ଆରମ୍ଭ ହେବା ପରଠାରୁ ଦେଶ ପ୍ରଥମ ଥର ପାଇଁ ପୋଷଣକୁ କେନ୍ଦ୍ର କରି ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିଛି। ପୋଷଣ ଅଭିଯାନ ଅଧୀନରେ ଏହି ବାର୍ଷିକ ଜନ ଆନ୍ଦୋଳନଗୁଡିକ ବିଶେଷକରି ତୃଣମୂଳ ସ୍ତରପର୍ଯ୍ୟନ୍ତ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ସେବନ ସମ୍ବନ୍ଧରେ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଏ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, କିଶୋରୀ ବାଳିକା ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଲକ୍ଷ୍ୟରେ ରଖି ଏହା ପ୍ରସ୍ତୁତ କରାଯାଇଛି। ଜନ ଆନ୍ଦୋଳନ ପ୍ରତିବର୍ଷ ଦୁଇଥର ପାଳନ କରାଯାଏ, ସେପ୍ଟେମ୍ବରରେ ପୋଷଣ ମାସ ସମୟରେ ଏବଂ ମାର୍ଚ୍ଚ-ଏପ୍ରିଲରେ ପୋଷଣ ପକ୍ଷ ସମୟରେ। ବର୍ତ୍ତମାନ ସୁଦ୍ଧା, ୧୦ଟି ଜନ ଆନ୍ଦୋଳନ ସଫଳତାର ସହ ପାଳନ କରାଯାଇଛି (ପ୍ରତ୍ୟେକ ମାସ ଏବଂ ପକ୍ଷ ପାଇଁ ୫ଟି କରି), ଯେଉଁଥିରେ ୬୦ କୋଟିରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଦରଜ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା। ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ…
କୁଜଙ୍ଗ: କୁଜଙ୍ଗ ପୋଲିସ୍ ଗତକାଲି ମଠ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରିକରୁଥିବା ଅଭିଯୋଗରେ ବାଲିଆ ପଂଚାୟତ ପାନପଲ୍ଲି ଗ୍ରାମର ବିଦ୍ୟାଧର ସ୍ୱାଇଁଙ୍କୁ ପୋଲିସ୍ ଗିରଫ କରିଛି। ବିଦ୍ୟାଧର ନାମରେ ପୂର୍ବରୁ ଅନେକ ଥାନାରେ ଚୋରି ମାମଲା ଥିବା କୁଜଙ୍ଗ ଥାନଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ବିଦ୍ୟାଧର ପୁରୀ ସମେତ ବିଭିନ୍ନ ମଠ ମନ୍ଦିରରେ ମଠରୁ ଦାମି ଅଳଙ୍କାର, ହୁଣ୍ଡିରେ ଥିବା ଟଙ୍କା ଭଳି ଅନେକ ଦାମି ସାମଗ୍ରୀ ଚୋରିକରି ରାଜ୍ୟ ବାହାରେ ବିକ୍ରୟ କରିଥାନ୍ତି। ପ୍ରକାଶ ଯେ, ଗତ କିଛିଦିନ ତଳେ କୁଜଙ୍ଗସ୍ଥିତ ସନ୍ତରା ଶିରିଡ଼ି ସାଇମନ୍ଦିରରୁ ବିଦ୍ୟାଧର ଓ ତାର ସହଯୋଗୀ କୋଚିଳା ବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିଲେ। ଏହି ଘଟଣାରେ ଦେବେନ୍ଦ୍ରକୁ ପୋଲିସ୍ ତତ୍କ୍ଷଣାତ୍ ରାହାମା ଅଂଚଳରୁ ଗିରଫ କରି ତା ନିକଟରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ବିଦ୍ୟାଧର ସେହିଦିନୁ ଫେରାର ଥିଲା। ଗତକାଲି କୁଜଙ୍ଗ ପୋଲିସ୍ ବିଭିନ୍ନ…
ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆର୍ଟିକଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ସଙ୍କଟ ଏବଂ ଆହ୍ୱାନର ମୁକାବିଲା ପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ଘୋଷଣାନାମା ସହିତ ଜି୨୦ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ପରିବେଶ ସଙ୍କଟ ତଥା ଆହ୍ୱାନର ମୁକାବିଲା ପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।’
ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକରେ ମୁଁ ଦୁଃଖିତ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ଲେଖା ଓ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ପାଇଁ ମଧ୍ୟ ସେ ଜଣାଶୁଣା। ସେ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ମଧ୍ୟ ବେଶ୍ ଆଗଭର ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସମଗ୍ର ପରିବାର ପ୍ରତି ମୋର ସମବେଦନା।’

