ଭୁବନେଶ୍ବର: ଅସୁସ୍ଥ ହୋଇପଡିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗତକାଲି ରାତିରେ ସାମାନ୍ୟ ହୃଦଘାତ ଯୋଗୁଁ ସମସ୍ୟା ହୋଇପଡିଲା। ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମସ ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ସେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭେଟିବା ପାଇଁ ବିଭିନ୍ନ ମନ୍ତ୍ରୀ ଓ ନେତା ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ। ହେଲେ ରାତିରୁ ତାଙ୍କର ଦେହ ଆହୁରି ଖରାପ ହେବାରୁ ଆଜି ତାଙ୍କୁ ନୂଆଦିଲ୍ଲୀ ଏମସ କୁ ସ୍ଥାନାନ୍ତରିତ କରାଯାଇଛି।
Author: Samikhsya Bureau
US-Israel vs Iran Conflict: ଗତ କିଛି ଦିନ ଧରି ଆମେରିକା-ଇସ୍ରାଏଲ ବନାମ ଇରାନ ବିବାଦ ଯୋଗୁଁ ଉଡ଼ାଣ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ଦିନ ଦୁବାଇରୁ ଭାରତୀୟ ଯାତ୍ରୀମାନେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ବ୍ୟାପକ ବାତିଲ ଏବଂ ବିଳମ୍ବ ଯୋଗୁଁ ଗତ କିଛି ଦିନ ଧରି ଅନିଶ୍ଚିତତାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ଅଧିକାରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରଦାନ କରୁଛି। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ ବୃଦ୍ଧି ପାଉଥିବା ବାଧା ଯୋଗୁଁ ଉଡ଼ାଣ ପ୍ରକ୍ରିୟା ଧୀରେ ଧୀରେ ପୁନଃ ଆରମ୍ଭ ହୋଇଥିବାରୁ ଦୁବାଇରୁ ସ୍ୱତନ୍ତ୍ର ବିମାନ ବୁଧବାର ଦିନ ଭାରତୀୟ ବିମାନବନ୍ଦର, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI), ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷିତ ଭାବରେ ପହଞ୍ଚୁଛି।ଦୁବାଇରୁ କିଛି ବିମାନ ହାଇଦ୍ରାବାଦ ଏବଂ ଚେନ୍ନାଇରେ ପହଞ୍ଚିଛି। ଚେନ୍ନାଇରେ ଅବତରଣ କରିଥିବା ଜଣେ ଯାତ୍ରୀ…
ରାଜ୍ୟସଭା ନିର୍ବାଚନ: ଓଡିଶାର ରାଜ୍ୟସଭା ନିର୍ବାଚନ ଯେତିକି ପାଖାଉଛି, ରାଜ୍ୟ ରାଜନୀତି ସେତିକି ଉଷୁମ ହେବାରେ ଲାଗିଛି। ଚାରି ଆସନ ମଧ୍ୟରୁ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥି ଦେବାକୁ ଘୋଷଣା କରିସାରିଛନ୍ତି। ହେଲେ ଚତୁର୍ଥ ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ରାଜନୈତିକ ମୋଡ ସୃଷ୍ଟି ହୋଇଛି। ବିଜେଡି ତାହାର ଜଣେ ପ୍ରାର୍ଥୀ ଘୋଷଣା ସହିତ ଚତୁର୍ଥ ଆସନ ପାଇଁ ମଧ୍ୟ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛି। ହେଲେ ସେପଟେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ରାଜନୈତିକ ସରଗରମ ସୃଷ୍ଟି ହୋଇଛି। କାରଣ ଚତୁର୍ଥ ଆସନ ପାଇଁ ନିର୍ବାଚନ ହେବା ନିଶ୍ଚିତ ହୋଇପଡିଛି। ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବକୁ ବିଜେପି ସମର୍ଥନ କରିବ ବୋଲି କହିସାରିଛି। ଫଳରେ ଏହି ଚତୁର୍ଥ ଆସନଟି ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛି।…
Holi Festival 2026: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କାମନା କରିଛନ୍ତି ଯେ ରଙ୍ଗ ଏବଂ ଆନନ୍ଦର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସଫଳତା ଆଣିଦେଉ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହୋଲି ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥାଏ, ଯାହା ଏହାର ସର୍ବୋତ୍ତମ ବିଶେଷତ୍ୱ। ସେ ଉଲ୍ଲେଖ କରିଛନ୍ତି ଯେ ପର୍ବ ସମୟରେ ସବୁଠାରେ ଦେଖାଯାଉଥିବା ଖୁସିର ସ୍ପନ୍ଦନଶୀଳ ରଙ୍ଗ ସମସ୍ତଙ୍କୁ ଆନନ୍ଦ ଏବଂ ଉତ୍ସବର ଭାବନାରେ ବୁଡ଼ାଇ ଦିଏ। ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶୁଭାଶିତମ ଉଲ୍ଲେଖ କରିଥିଲେ, ତାହା ହେଲା उद्भिन्नस्तबकावतंससुभगाः प्रे खन्मरुन्नर्तिताः पुष्पोद्गीर्णपरागपांशुललसत्पत्रप्रकाण्ड त्विषः। गम्भीरक्रमपञ्चमोन्मदपिकध्वानोच्छलद्गीतयः प्रत्युज्जीवितमन्मथोत्सव इव क्रीडन्त्यमू भूरुहः॥ ଶୁଭାଶିତମ୍ ଅର୍ଥ ସଂପର୍କରେ ସେ କହିଛନ୍ତି ଯେ ସୁନ୍ଦର ଫୁଲ ପରି, ବସନ୍ତ ପବନର ଚମତ୍କାର ନୃତ୍ୟରେ ଫୁଲ ଫୁଟୁଥିବା, ଜୀବନ୍ତ ରଙ୍ଗ ଏବଂ ସୁଗନ୍ଧରେ ସୁସଜ୍ଜିତ,…
Holi Festival: ଆଜି ହେଉଛି ରଂଗର ଉତ୍ସବ ହୋଲି। ଏଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଚାଲିଛି ରଂଗ ବୋଳା ଉତ୍ସାହ। ହାତରେ ପିଚିକାରୀ ଧରି ଘରକୁ ଘର ବୁଲି ରଂଗ ବୋଳୁଛନ୍ତି ପିଲାମାନେ। ଏହି ଉତ୍ସବ ସମସ୍ତଙ୍କୁ ଏକାଠି କରିବାର ଏକ ଉପଯୁକ୍ତ ପର୍ବ ଭାବେ ପରିଚିତ ହୋଇପାରିଛି। ଏହିପରି ଏକ ସୁଯୋଗକୁ କେବେ ରାଜନୈତିକ ନେତାମାନେ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଏହି ଅବସରରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମଧ୍ୟ ନିଜ ନିର୍ବାଚନ ମଣ୍ଡଳି ଚିଲିକାର ଲୋକଙ୍କ ସହିତ ଖେଳିଛନ୍ତି ହୋଲି। ନାଚୁଣୀଠାରେ ଏକ ରଂଗାରଂଗ ଉତ୍ସବରେ ମନ୍ତ୍ରୀ ନିଜ କର୍ମି ତଥା ନିର୍ବାଚିତ ପ୍ରତିନିଧୀଙ୍କୁ ରଂଗ ବୋଳି ଶୁଭକାମନା ପ୍ରଦାନ କରିଛନ୍ତି। ସେହିପରି ସେ ନିକଟସ୍ଥ ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରିବା ସହିତ ହୋମଯଜ୍ଞରେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଉତ୍ସବ ଉପଲକ୍ଷେ ସେ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ବର: ବିଜେଡି ପରେ ଆଜି ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ମନମୋହନ ପୂର୍ବରୁ ରାଜ୍ୟସଭା ଯିବେ ବୋଲି ଆଶା କରାଯାଉଥିଲା। ହେଲେ ଶେଷରେ ଦିଲ୍ଲୀ ବିଜେପି ତାଙ୍କର ପ୍ରାର୍ଥୀତ୍ବରେ ମୋହର ମାରିଛନ୍ତି। ସେହିପରି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସୁଜିତ କୁମାରଙ୍କୁ ପୁଣି ଦଳ ଭରସା କରିଛି। ତାଙ୍କୁ ଦ୍ବିତୀୟ ପ୍ରାର୍ଥି କରିଛି। ତେବେ ଏହି ଘଟଚପଟ ଭିତରେ ଆଉ ଏକ ନୂଆ ଘଟଣା ପଦାକୁ ଆସିଛି। ତାହା ହେଲା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ସେ ଖୁବ ଶିଘ୍ର ନାମାଙ୍କନ ଭରିବେ ବୋଲି କହିଛନ୍ତି। ତେବେ ଏ ନେଇ ସେ ଦିଲ୍ଲୀରେ ଅମିତ ସାହ, ମନମୋହନ ସାମଲଙ୍କ ସହିତ କଥା ହୋଇଛନ୍ତି। ସେ ପ୍ରାର୍ଥୀପତ୍ର ଦାଖଲ କଲେ ଚତୁର୍ଥ ଆସନ ପାଇଁ ଟଣାଉଟରା ଆରମ୍ଭ…
ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। କାରଣ ବିଜେଡି ଏକମାତ୍ର ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଦୁଇଟି ପ୍ରାର୍ଥୀ କାହିଁକି ଦେଲା ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନବୀନ ପଟ୍ଟନାୟକ ଯେଉଁ ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି ସେମାନେ ହେଲେ ବିଜେଡି ନେତା ସନ୍ତୃପ୍ତ ମିଶ୍ର ଏବଂ ସାଧାରଣ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା। ସନ୍ତୃପ୍ତ ମିଶ୍ର ବର୍ତ୍ତମାନ ବିଜେଡିର ରାଜନୈତିକ ବ୍ୟାପାର ସଦସ୍ୟ ରହିଛନ୍ତି। ଡାକ୍ତର ହୋତା ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଡାକ୍ତର, ଯେ କି ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ଉପକୂଳପତି ଥିଲେ। ଡାକ୍ତର ହୋତାଙ୍କ ନାମକୁ ମଧ୍ୟ କଂଗ୍ରେସ ପୂର୍ବରୁ ଘୋଷଣା କରିଛି। ଫଳରେ ଚତୁର୍ଥ ପ୍ରାର୍ଥୀ ବର୍ତ୍ତମାନ ବିଜେଡି ଓ କଂଗ୍ରେସର ମିଳିତ ସହଯୋଗରେ…
ଭୁବନେଶ୍ୱର: ମନୋଜ ଦାସଙ୍କ ଭାଷାରେ, ଭାବରେ, ଚରିତ୍ର ଚିତ୍ରଣରେ ଉତ୍ତୁଙ୍ଗ ପରିପକ୍ୱତା ପରିଲକ୍ଷିତ ହୁଏ। ନିସର୍ତ୍ତ ଭାବରେ ମଣିଷକୁ ସ୍ବାଗତ କରିବା, ମଣିଷର ଅସହାୟତାକୁ, ବିଷାଦକୁ, ଶୋକକୁ ଉପସ୍ଥାପନ କରିବାରେ ସେ ଓସ୍ତାଦ୍ ଥିଲେ। ମନୋଜ ଦାସ ଜଣେ ବିରଳ ଶିଳ୍ପୀ। ଯିଏ ବିଷାଦର ଚମତ୍କାର ଚିତ୍ରଣ କରିଛନ୍ତି। କଷ୍ଟକର ଜୀବନକୁ ସହଜ ସୁନ୍ଦର୍ ଭାବରେ ବର୍ଣ୍ଣନା କରିବାରେ ମନୋଜ ଦାସ ଜଣେ ସିଦ୍ଧ ଶିଳ୍ପୀ ବୋଲି ସୁଖ୍ୟାତ ସମାଲୋଚକ ଓ କଥାକାର ଡ଼ ଆଦିକନ୍ଦ ସାହୁ କହିଛନ୍ତି। ମନୋଜ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଗୀତଗୋବିନ୍ଦ ସଦନରେ ମନୋଜ ଦାସ ଜୟନ୍ତୀ ପାଲିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ ଆଦିକନ୍ଦ ସାହୁ କହିଥିଲେ, ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ଵତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଂଚି ପାରିବା ଭଳି ଅନୁଭୂତ ହୁଏନି।…
ଭୁବନେଶ୍ବର: ଆଜି ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ‘ଓଡ଼ିଶା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ପୂର୍ତ୍ତମନ୍ତ୍ରୀ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ଏହି ଭବନ କେବଳ ଏକ ସରକାରୀ ପ୍ରାସାଦ ନୁହେଁ, ବରଂ ଜାତୀୟ ରାଜଧାନୀରେ ଓଡ଼ିଆ ଅସ୍ମିତାର ଗୌରବକୁ ଉଜାଗର କରିବାରେ ଏକ ନୂତନ ପରିଚୟ ସୃଷ୍ଟି କରିବ। ପ୍ରବାସୀ ଓଡ଼ିଆ ଓ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆତ୍ମୀୟତାର କେନ୍ଦ୍ର ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଭବନ ନିର୍ମାଣ ଯୋଜନା କରାାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।
ଭୁବନେଶ୍ୱର: ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍ଙ୍କୁ ଦିଲ୍ଲୀ ପୋଲିସର ଗିରଫ ପ୍ରତିବାଦରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଂଟିନ ଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କର କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ କଂଗ୍ରେସ ଭବନଠାରୁ ଏକ ରାଲିରେ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ ପହଞ୍ôଚ ପ୍ରତିବାଦ କରିଥିଲେ । ଯୁବ କଂଗ୍ରେସର କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତିଙ୍କୁ ଦିଲ୍ଲୀ ପୋଲିସ ବିଜେପି ସରକାରଙ୍କ ପ୍ରରୋଚନାରେ ହିନ ରାଜନୈତିକ ଉଦ୍ଦେଶ୍ୟ ରଖି ଅଗଣତାନ୍ତ୍ରିକ ଭାବେ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ଶାନ୍ତିପୂର୍ଣ୍ଣଭାବେ ପ୍ରତିବାଦ କରୁଥିବା ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଚିବ୍ ଦେଶର ଯୁବକ ଯୁବତୀ ଏବଂ…
ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳଙ୍କା ଲାମ୍ବାଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ୱର ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଏବଂ କୋରାପୁଟ ଜିଲ୍ଲାର ଜୟପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀ ଯେପରି ଏପିଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ଘୋଡ଼ାଇବାପାଇଁ ମିଥ୍ୟା କାହାଣି ରଚନା କରୁଛନ୍ତି। ତାଙ୍କର ଯେପରି ଏପିଷ୍ଟିନଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା କଳାକାରନାମରେ ସେ ଜଣେ ଅଂଶୀଦାର ଥିଲେ। ଏପିଷ୍ଟିନ ଦ୍ୱିପରେ ନିରୀହ ନାବାଳିକା ମାନଙ୍କୁ ନେଇ ଯେଉଁଭଳି ଭାବରେ ଯୌନ ଶୋଷଣ, ରକ୍ତଶୋଷଣ ଓ ହତ୍ୟା କରାଯାଉଥିଲା ତାହା ପୃଥିବୀ ବାସୀଙ୍କୁ ଚକିତ କରିଛି । ଏପିଷ୍ଟିନ ଫାଇଲରେ ବିଶ୍ୱର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନାମ ବାହାରିବା ପରେ ଯେଉଁମାନେ ସଂପୃକ୍ତ ସରକାରୀ ବ୍ୟବସ୍ଥା ଭିତରେ ରହିଥିଲେ…
କଟକ: ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଗତକାଲି ରାତିରେ ଛାତିରେ ଯନ୍ତଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ କଟକର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା।। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ଭୋରରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ଉତ୍ସବ ଚରଣ ଦାସ ଓଡିଶାର ଏହି ପ୍ରାଚୀନ ଲୋକନୃତ୍ୟକୁ ସାରା ବିଶ୍ବରେ ପରିଚିତ କରାଇଥିଲେ। ସେଥିପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସେ ୧୯୯୭ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ସେହିପରି ୨୦୧୫ ମସିହାରେ ତାଙ୍କୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରିଥିଲା।
କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା। ତାହା ହେଲା ଅତ୍ୟାଧୁନିକ ପ୍ରଣାଳୀରେ ଗଞ୍ଜେଇ ଚାଲାଣର ଫର୍ମୁଲାର ପ୍ରମାଣ ମିଳିବା ସହିତ ବହୁ ପରିମାଣର ଗଞ୍ଜେଇ ମଧ୍ୟ ଜବତ ହୋଇଛି। ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା ହେଲା ସିଧା କଞ୍ଚା ଗଞ୍ଜେଇ ନ ପଠାଇ ଏଣିକି ଚୋରା ବ୍ୟବସାୟୀମାନେ ଗଞ୍ଜେଇକୁ ତେଲରେ ପରିଣତ କରି ବାହାର ରାଜ୍ୟକୁ ଚାଲାଣ କରିବାରେ ଲାଗିଛନ୍ତି। ଏହି ତେଲ ତିଆରି କରାଯାଉଥିବା ଏକ କାରଖାନାକୁ କୋରପୁଟ ପୋଲିସ ଠାବ କରିବା ସହିତ ବହୁ ପରିମାଣର ଗଞ୍ଜେଇ ତେଲ ମଧ୍ୟ ଜବତ କରିଛି। ଏହି ପ୍ରୋସେସିଂ ୟୁନିଟ୍ ଓଡ଼ିଶା-ଆନ୍ଧ୍ର ସୀମା ଜଲାପୁଟ୍ ଜଳଭଣ୍ଡାର ନିକଟ ଜଙ୍ଗଲରେ ଚୋରା ବେପାରୀମାନେ ସ୍ଥାପନ କରିଥିଲେ। ସେଠାରୁ ପୋଲିସ ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏଥିସହ ୧…
ଭୁବନେଶ୍ବର: ରାଜଧାନୀର ଏକ ମାର୍କେଟ କଂପ୍ଲେକ୍ସରେ ପ୍ରବଳ ଅଗ୍ନିକାଣ୍ଡ। ନିଆଁ ଏତେ ଜୋରରେ ଲାଗିଛି ଯେ, ତାହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି। ଭୁବନେଶ୍ବରର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳୁ ସକାଳୁ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ଲାଗିଥିଲେ ମଧ୍ୟ ତାହା ଲିଭିବା ସମ୍ଭବ ହୋଇପାରୁ ନାହିଁ। ଫଳରେ କ୍ରେନ ଲଗାଇ କାନ୍ଥ ଭାଙ୍ଗି ଭିତରକୁ ପାଣି ସ୍ପ୍ରେ କରାଯାଉଛି। ଗତକାଲି ରାତିରେ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ସୁପରମାର୍ଟର ତୃତୀୟ ମହଲାରେ ଏହି ନିଆଁ ଲାଗିଛି। ତାହା ଧିରେଧିରେ କୁହୁଳି ପରେ ପ୍ରବଳ ଆକାରର ଧାରଣ କରିଛି। ସେହି ସୁପରମାର୍ଟ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଜିନିଷ ପୋଡି ପାଉଁଶ ହୋଇଯାଇଥିବାର ଜଣାପଡିଛି।
ଭୁବନେଶ୍ୱର: ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (ଟିଏଆଇ) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ ଧରଣର ଉପକରଣ ଯାହା ଚିକିତ୍ସା ପ୍ରକ୍ରିୟା ସମୟରେ ଛୁଂଚି ଫୋଡ଼ିବା ସହିତ ଜଡିତ ଯନ୍ତ୍ରଣାକୁ ବହୁଳ ଭାବରେ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଅଭିନବ ଉପକରଣ ବିଶ୍ୱ ସ୍ୱାସ୍ଥ୍ୟସେବା ବଜାର ପାଇଁ ଲକ୍ଷ୍ୟ ରଖି ଏକ ସ୍କିଲଡ ଇନ ଇଣ୍ଡିଆ ଉତ୍ପାଦର ଦୃଷ୍ଟିକୋଣକୁ ସୁଦୃଢ଼ କରିଛି । ସ୍ୱାସ୍ଥ୍ୟସେବା ଅଧ୍ୟୟନ ଦର୍ଶାଉଛି ଯେ ପ୍ରାୟ ୧୬% ବୟସ୍କ ବ୍ୟକ୍ତି ଛୁଂଚିକୁ ଭୟ ପାଇଁ ଟୀକାକରଣରୁ ବଂଚିତ ହୁଅନ୍ତି, ଏହା ସାଧାରଣତଃ ଟ୍ରାଇପାନୋଫୋବିଆ ସହିତ ଜଡିତ ଏକ ଅବସ୍ଥା । ରକ୍ତ ନମୁନା ସଂଗ୍ରହ ଏବଂ ଅନ୍ୟାନ୍ୟ…
Konark Dance & Music Festival: କୋଣାର୍କର କୋଣାର୍କ ନାଟ୍ୟ ମଣ୍ଡପରେ ୪୦ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉତ୍ସାହ ଏବଂ କଳାତ୍ମକ ଚମତ୍କାରିତା ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ କୋଣାର୍କ ନାଟ୍ୟ ମଣ୍ଡପ ଦ୍ୱାରା ପ୍ରସିଦ୍ଧ ଓଡ଼ିଶୀ ଗୁରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରିବେଷଣ କରାଯାଇଥିଲା। ଏଥିରେ ପ୍ରଖ୍ୟାତ କଳାକାର ଏବଂ ବିଭିନ୍ନ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମନମୁଗ୍ଧକର କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆୟୋଜକ ସଂସ୍ଥା କୋଣାର୍କ ନାଟ୍ୟ ମଣ୍ଡପ ଦ୍ୱାରା ଘଣ୍ଟା ମର୍ଦ୍ଦଳ ସହିତ ହୋଇଥିଲା। ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା, ତା’ପରେ କୋଣାର୍କ ନାଟ୍ୟ ମଣ୍ଡପ ଦ୍ୱାରା ପଞ୍ଚଦେବ ସ୍ତୁତି ପରିବେଷଣ କରାଯାଇଥିଲା। ସେହିପରି ଗୁରୁ ଗଙ୍ଗାଧର ବନ୍ଦନା, କୋଣାର୍କ ନାଟ୍ୟ ମଣ୍ଡପ, କୋଣାର୍କ ଏବଂ ନୃତ୍ୟାଳୟ ନୃତ୍ୟ ଏକାଡେମୀ, ନିମାପଡ଼ା ଦ୍ୱାରା ମିଳିତ ଭାବରେ ପରିବେଷଣ କରାଯାଇଥିଲା। ଯାହା ମହାନ ଗୁରୁଙ୍କ ପ୍ରତି ଏକ ବିନମ୍ର…
ଭୁବନେଶ୍ୱର: ଗୁରୁକୃପା ଋରିଟେବୁଲ ସୋସାଇଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହିମା ପ୍ରୟରକ, ବିଶିଷ୍ଟ ଭାଗବତ କଥାକାର, ମାଳିକା ପୁରୁଷ ସନ୍ଥ ବାବା ବୈକୁଣ୍ଠନାଥ ବ୍ରହ୍ମରରୀଙ୍କ ଶିଷ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ୱନକ୍ଷତ୍ର ଉତ୍ସବ, ମହନ୍ତ ଚିନ୍ତାମଣି ପର୍ବତ ମହାରାଜଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବରିଷ୍ଠ ସେବକ ସାମନ୍ତ ସୁଦର୍ଶନ ପୂଜାପଣ୍ଡା କହିଲେ ଯେ, ସ୍ୱନକ୍ଷତ୍ର ପାଳନ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛିନ୍ନ ଅଙ୍ଗ । ବାବା ସତ୍ୟାନନ୍ଦ ନିଜର ପ୍ରତିଷ୍ଠା ବଳରେ ତାଙ୍କ ଗୁରୁ ବାବା ବୈକୁଣ୍ଠନାଥଙ୍କୁ ବିଶ୍ଵ ଦରବାରରେ ପହଞ୍ଚାଇ ପାରିଛନ୍ତି । ମୁଖ୍ୟ ଅତିଥି ପ୍ରଜ୍ଞା ମିଶନର ସନ୍ଥ ସ୍ଵାମୀ ଶ୍ରଦ୍ଧାନନ୍ଦ ଗିରି କହିଲେ ଯେ, ମଣିଷ ଯେତେ ଉଚ୍ଚ ଆସନକୁ ଯିବ, ଯଦି ତାର “ମୁଁ”ତ୍ବ ଓ ଅହଙ୍କାରକୁ ତ୍ୟାଗ କରିବ, ସେ ସମାଜରେ ନିଶ୍ଚିତ ସମ୍ମାନର ପାତ୍ର…
ଭୁବନେଶ୍ବର: ଓଡିଶା ଗଣମାଧ୍ୟମ ଜଗତରେ ସାମିଲ ହେଲେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଆଜି ତାଙ୍କ ସଂପାଦିତ ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’ ଉନମୋଚିତ ହୋଇଛି। ଏଥିସହିତ ଏହାର ଏକ ଡିଜିଟାଲ ଚ୍ୟାନେଲ ଓ ୱେବ୍ ପୋର୍ଟାଲ ମଧ୍ୟ ଶୁଭାରମ୍ଭ ହୋଇଛି। ଆଜି ଭୁବନେଶ୍ବରର ଭାରତୀୟ ବିଦ୍ୟାଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା ଉନମୋଚିତ ହୋଇଛି। ଏହି ଉତ୍ସବରେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ଆଉଟଲୁକର ପୂର୍ବତନ ସମ୍ପାଦକ ରୁବେନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ରାଷ୍ଟ୍ରଦୂତ ମଳୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଜୟ କୁମାର ପଟ୍ଟନାୟକ କହିଥିଲେ, “ବଗିଚାରେ ଅନେକ ଫୁଲ ଫୁଟୁଛି। ଆଉ ଏକ ନୂଆ ଫୁଲ ଫୁଟିଲେ କିଛି କ୍ଷତିନାହିଁ। ଓଡ଼ିଶା ପାଇଁ କିଛି କରିବାର ମୁଁ ସ୍ୱପ୍ନ ଦେଖିଛି। ସେଇ ସ୍ୱପ୍ନ ମିଡ଼ିଆ ଦ୍ୱାରା ହିଁ ସମ୍ଭବ ହେବ ଭାବି ଏଥିରେ ଯୋଗଦେଲି। ଜନତାଙ୍କ ପାଇଁ ସାପ୍ତାହିକ ‘ଜନବାର୍ତ୍ତା’…
Gupta Power: ଋଣଭାରରେ ବୁଡ଼ି ରହିଥିବା Gupta Power Infrastructure କୁ ଅଧିଗ୍ରହଣ କରିବା ପାଇଁ Jindal Power, Vedanta ଏବଂ Havells India ପରି ୨୨ ଜଣ ସମ୍ଭାବ୍ୟ ବିଡରଙ୍କ ମଧ୍ୟରେ ସାମିଲ ଅଛନ୍ତି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବର୍ତ୍ତମାନ ଗୁପ୍ତା ପାୱାର ୪,୨୪୦ କୋଟି ଟଙ୍କାର ଋଣ ଭାରରେ ବୁଡି ରହିଛି। ଋଣଦାତାଙ୍କ ପରାମର୍ଶ କ୍ରମେ କଂପାନୀ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଜାରି ରଖିଛି। ଓଡିଶାର ପ୍ରତିଷ୍ଠିତ ଗୁପ୍ତା ପାୱାର କେବୁଲ୍, ତାର ରଡ୍ ଏବଂ କଣ୍ଡକ୍ଟରର ନିର୍ମାତା ଭାବେ ପରିଚିତ। ତେବେ ଧିରେଧିରେ ଏହି କଂପାନୀ ଋଣଭାରରେ ବୁଡି ରହିବା ପରେ ଅବସ୍ଥା ଭଲ ହୋଇପାରୁ ନାହିଁ। ଫଳରେ ଏହାକୁ ଦେବାଳିଆ ଘୋଷଣା ପାଇଁ Corporate Insolvency Resolution Process ରେ ବିଚାରଧିନ ରହିଛି। ତେବେ ଏହାକୁ ଅଧିଗ୍ରହଣ କରିବା ପାଇଁ ଏହି ବଡ କଂପାନୀ ସହିତ ଅଲଟ୍ରାଟେକ୍ ସିମେଣ୍ଟ, ୱାରି ଏନର୍ଜି, ଟୋରେଣ୍ଟ ଇଲେକ୍ଟ୍ରିକାଲ୍…
Road Accident: ଆଜି ଝାରସୁଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଆହତଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ଝାରସୁଗୁଡା ସଦର ଥାନା ନିକଟରେ ପୋଲିସ ଭ୍ୟାନ ସହିତ ଏକ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଟ୍ରଲର ଧକ୍କାରେ ପୋଲିସ ଗାଡିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏଥିରେ ପାଞ୍ଚ ଜଣ ପୋଲିସ ଘଟଣା ସ୍ଥଳରେ ମୃତ୍ୟବରଣ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଶିଶୁ ଜନ୍ମ ହାର ହ୍ରାସ ପାଉଛି । ୨୦୦୦ ମସିହାରେ ରାଜ୍ୟରେ ଶିଶୁ ଜନ୍ମହାର ୨୪.୧% ଥିବାବେଳେ ୨୦୨୩ ମସିହାରେ ଏହା ୧୬% ରହିଛି । ୨୦୨୫ ମସିହାରେ ପ୍ରକାଶିତ ହୋଇଥିବା ସର୍ଭେରୁ ଏହା ଜଣାପଡିଛି । ଶିଶୁ ଜନ୍ମ ହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା। ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପୋଷଣ ଟ୍ରାକ୍କରରେ ଉପଲବ୍ଧ ସୂଚନା ଆଧାରରେ ରାଜ୍ୟରେ ଏବେ ଜନ୍ମରୁ ୫ବର୍ଷ ବୟସର ୧୪୭୭ ଜଣ ଅତିଶୟ ପୁଷ୍ଟିହୀନ ଶିଶୁ ଥିବାବେଳେ ୬୪,୯୩୬ ଜଣ ପୁଷ୍ଟିହୀନ ଶିଶୁ ରହିଛନ୍ତି। ସେହିଭଳି କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି। ବୟସ ତୁଳନାରେ ଉଚ୍ଚତା କମ୍ ଥିବା ଶିଶୁଙ୍କ ସଂଖ୍ୟା ରାଜ୍ୟରେ ପାଖପାଖି ୭ଲକ୍ଷ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ…

