Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଣ୍ଟସ ସ୍କିମ ଅଧୀନରେ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି, ଯାହା ଦେଶର ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ୫୬ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ମହିଳା ଥିବାବେଳେ ୬୭ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଗ୍ରାମାଞ୍ଚଳ ଏବଂ ସେବି-ସହରାଞ୍ଚଳରେ ଖୋଲାଯାଇଛି। ଏହି ସଫଳତା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ରାଷ୍ଟ୍ରୀୟ ମିଶନ ଫର ଆର୍ଥିକ ଅନ୍ତର୍ଭୂକ୍ତିର ଅଧୀନରେ ୨୮ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଏହାର ୯ ବର୍ଷ ପୂରଣ କରିଛି। ଏବଂ ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ ୯, ୨୦୨୩ ସୁଦ୍ଧା ଜନ ଧନ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ଏହି ଆକାଉଣ୍ଟଧାରୀମାନଙ୍କ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା…

Read More

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଏହାର ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁକୁ ହ୍ରାସ କରାଇବା ପାଇଁ ବିଶେଷ କରି ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ବେଦନଶୀଳ ସ୍ଥାନଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଅଛି। ଟ୍ରେନ୍ ଧକ୍କା ହେତୁ ବଣୁଆ ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଜୋନାଲ ରେଳବାଇକୁ ସବୁ କ୍ଷେତ୍ରରେ ଅନ୍ତର୍ଭୂକ୍ତ ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିଗ ଉପରେ କାର୍ଯ୍ୟ କରି ପୂର୍ବ ତଟ ରେଳପଥ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଗ୍ରହଣ କରିଛି। ବର୍ତ୍ତମାନ, ହାତୀ ଚଳପ୍ରଚଳ ଓ ଯାତାୟାତ ଅଞ୍ଚଳ ଏବଂ ହାତୀ କରିଡରର ଭଳି ସମ୍ବେଦନଶୀଳ ସ୍ଥାନରେ…

Read More

ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଡବଲିନ୍ ସ୍ଥିତ ଭିଲେଜରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ମ୍ୟାଚର ଟସ୍ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନେକ ଯୁବ ଖେଳାଳିଙ୍କ ସହିତ ସଜ୍ଜିତ। ଏହି ସିରିଜରେ ଭାରତକୁ ଏକ ଭିନ୍ନ ଦଳ ପଠାଯାଇଛି, କାରଣ ମୁଖ୍ୟ ଦଳ ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏଲ୍ ତାରକା ରିଙ୍କୁ ସିଂ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ରେ ଡେବ୍ୟୁ କରିପାରନ୍ତି। ଏହା ସହିତ ଶିବମ୍ ଦୁବେ ମଧ୍ୟ ଦୀର୍ଘ ସମୟ ପରେ ଦଳକୁ ଫେରିପାରନ୍ତି। ଭାରତ-ଆୟର୍ଲାଣ୍ଡ ମ୍ୟାଚରେ ବର୍ଷା ସମସ୍ୟା!:…

Read More

ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। ସେ ପୂର୍ବରୁ ଅନେକ ଥର ଏହିପରି ନବୀନଙ୍କୁ, ବିଜେଡିକୁ କିମ୍ବା ପାଣ୍ଡିଆନଙ୍କୁ ଟାର୍ଗେଟ କରି ଲେଖିଛନ୍ତି। ତାପରେ ସେ ଚୁପ ହୋଇଯାଆନ୍ତି। ତେବେ ଆଶ୍ଚର୍ଯ୍ୟର କଥା ସେ କଣ ଲେଖିଲେ ତାହା ଆଲୋଚନା ନ ହୋଇ ସେ କାହିଁକି ଏପରି ଲେଖିଲେ ସେ ନେଇ ବେଶୀ ଚର୍ଚ୍ଚା ଚାଲିଛି। କାରଣ ସୌମ୍ୟବାବୁ ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ସେ ଏପରି କଥା ଲେଖିଛନ୍ତି ବୋଲି ସମସ୍ତଙ୍କର ଧାରଣା। ସମସ୍ତେ ଜାଣନ୍ତି ସେ ଜଣେ ସୁବିଧାବାଦୀ ନେତା। ଯେଉଁଠି ସୁବିଧା ମିଳିବ ସେଠାରେ ସେ ନତମସ୍ତକ ହେବାରେ କିଛି ଅସୁବିଧା ନାହିଁ। ଏବେ ସେ ବିଭିନ୍ନ…

Read More

ନୂଆଦିଲ୍ଲୀ: ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣ ଖର୍ଚ୍ଚ ସମ୍ପର୍କରେ CAG ର ଅଡିଟରେ ଉଠାଯାଇଥିବା ପ୍ରଶ୍ନ ଉପରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଡକରୀ ତାଙ୍କ ମନ୍ତ୍ରଣାଳୟ ସ୍ତରରେ ପ୍ରତିକ୍ରିୟା ନ ଦେବାର କାରଣ ଦେଇଛନ୍ତି। ମନ୍ତ୍ରଣାଳୟର ସୂତ୍ର ଆଜି କହିଛି ଯେ, ଏହି ପ୍ରସଙ୍ଗରେ କିଛି ଦାୟିତ୍ଵବାନ ଅଧିକାରୀଙ୍କ ଅସନ୍ତୁଳିତ ମନୋଭାବକୁ ନେଇ ଗଡକରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଠିକ୍ ସମୟରେ CAG ଦ୍ଵାରା ଉଠାଯାଇଥିବା ଆଶଙ୍କାକୁ ସ୍ପଷ୍ଟ କରିବାରେ ବିଫଳ ହେବାରୁ ସେ ଉତ୍ତରଦାୟିତ୍ୱ ଠିକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। CAG କ’ଣ କହିଛି?: ନିକଟରେ ପ୍ରକାଶିତ ଅଡିଟ୍ ରିପୋର୍ଟରେ, CAG କହିଛି ଯେ ଦ୍ୱାରକା ଏକ୍ସପ୍ରେସୱେ ପ୍ରତି କିଲୋମିଟର ନିର୍ମାଣ ମୂଲ୍ୟ କିଲୋମିଟର ପିଛା ୧୮.୨ କୋଟି ଟଙ୍କାରୁ ୨୫୧ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ବିରୋଧୀ ଦଳ ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି।…

Read More

ଭୁବନେଶ୍ଵର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗରିକଙ୍କ ପାଇଁ  ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନର ବଡ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି। ବିଏମସି…

Read More

ନୂଆଦିଲ୍ଲୀ: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବଲିନ୍‌ର ଦି ଭିଲେଜରେ ଖେଳାଯିବ। ଉଭୟ ଦଳ ନୂଆ ଅଧିନାୟକଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ଯେଉଁଠାରେ ଟିମ୍ ଇଣ୍ଡିଆର ନେତୃତ୍ଵ ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କ ହାତରେ ରହିଛି, ସେପଟେ ବିସ୍ଫୋରକ ଓପନର୍ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟିରଲିଂଙ୍କ ନେତୃତ୍ୱରେ ଆୟର୍ଲାଣ୍ଡ ପଡ଼ିଆକୁ ଓହ୍ଲାଇବ। ରିଙ୍କୁ ସିଂ ଭାରତ ପାଇଁ ଡେବ୍ୟୁ କରିପାରନ୍ତି: ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନେକ ଯୁବ ଖେଳାଳିଙ୍କ ସହିତ ସଜ୍ଜିତ। ଏହି ସିରିଜରେ ଭାରତକୁ ଏକ ଭିନ୍ନ ଦଳ ପଠାଯାଇଛି, କାରଣ ମୁଖ୍ୟ ଦଳ ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏଲ୍ ତାରକା ରିଙ୍କୁ ସିଂ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ରେ ଡେବ୍ୟୁ କରିପାରିବେ। ଏହା ସହିତ ଶିବମ୍…

Read More

ନୂଆଦିଲ୍ଲୀ: ସମସ୍ତ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, ଏହି ସମୟ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ସଭାପତି ଅଜୟ ରାୟ କହିଛନ୍ତି ଯେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେଥୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯେଉଁଠାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହିଁବେ। ବାରଣାସୀ ହେଲେ ମଧ୍ୟ ସେ ସେଠାରୁ ଲଢିବେ। ଏଥି ସହ ଅଜୟ ରାୟ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ ଏବଂ କହିଥିଲେ ଯେ ସେ ଚିନି ପ୍ରତି କିଲୋଗ୍ରାମ ପିଛା ୧୩ ଟଙ୍କାରେ ଦେଉଥିଲେ, ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି? ପ୍ରକାଶ ଯେ ଆମେଥୀ କଂଗ୍ରେସର ଆସନ ଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ​​କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଦୁର୍ଗକୁ ଭାଙ୍ଗି ଦେଇଥିଲେ। ଏହି ଲୋକସଭା ଆସନରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୨୨ ରେ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିବେ ୫ଟି ସଚିବ ଭି କେ ପାଣ୍ଡିଆନ।ଏଥି ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ପ୍ରତିଦିନ ତୁହାକୁ ତୁହା ଜିଲ୍ଲା ପ୍ରଶାସନର ଚିଲିକା ନିର୍ବାଚନମଣ୍ଡଳି ଗସ୍ତ ଜାରି ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ବାଣପୁର ପଲଟନ ପଡିଆ ବଦଳରେ ନାଚୁଣୀ ହାଇସ୍କୁଲ ପଡିଆରେ ୫ଟି ସଚିବଙ୍କ ଜନସଭା ହେବ ବୋଲି ସୂଚନା ମିଳିଛି। ଏଥି ନିମନ୍ତେ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲିପ୍ୟାଡ଼ ଠୁ ନେଇ ଅସ୍ଥାୟୀ ମଞ୍ଚ ନିର୍ମାଣ ଜାରି ରହିଛି। ପାଖାପାଖି ୨୫ ହଜାର ଜନସମାଗମ ଲକ୍ଷ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏଥି ନିମନ୍ତେ ନାଚୁଣୀ ଗସ୍ତ ଜାରି ରଖିଛନ୍ତି। ଗମନାଗମନ ଠାରୁ ନେଇ ସଚିବଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି। ତେବେ ଆଜି ବିଜେଡିର ତୁଙ୍ଗ ନେତାମାନେ…

Read More

ନୂଆଦିଲ୍ଲୀ: ଆଜିର ଦିନରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୧୫ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ କୋହଲିଙ୍କ କ୍ୟାରିୟର ୧୫ ରେକର୍ଡ ବିଷୟରେ କହିବାକୁ ଯାଉଛୁ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୧୮ ଅଗଷ୍ଟ ୨୦୧୮ ରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ପଦାର୍ପଣ କରିଥିଲେ ଏବଂ ଏହା ପରେ ସେ କ୍ରମାଗତ ଭାବରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ନିଜ ବ୍ୟାଟ୍ ଦ୍ଵାରା ବଡ ବଡ ରେକର୍ଡ ସୃଷ୍ଟି କରିବାକୁ ଲାଗିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଅଧିକାଂଶ ଶତକ ସ୍କୋର କରିବାରେ କୋହଲି ବର୍ତ୍ତମାନ ଦୁଇ ନମ୍ବରରେ ଅଛନ୍ତି। ଯେଉଁଠାରେ ପୂର୍ବତନ ଭାରତୀୟ ଖେଳାଳି ସଚିନ ତେନ୍ଦୁଲକରଙ୍କ ନାମରେ ୧୦୦ ଟି ଆନ୍ତର୍ଜାତୀୟ ଶତକ ପଞ୍ଜିକୃତ ହୋଇଛି। କୋହଲି ଏପର୍ଯ୍ୟନ୍ତ ୭୬ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ବିରାଟ କୋହଲିଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ପ୍ଲେୟାର…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ରେଳ ସଦନ ଓ ଏହାର ସମସ୍ତ ରେଳ ମଣ୍ଡଳ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି। ରେଳ ସଦନ ଠାରେ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ବରେ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହିତ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୂରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ନେଇଥିଲେ। ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀମତୀ ଜ୍ଯୋତି ଏହି ଶପଥ ପାଠ ଉତ୍ସବକୁ ପରିଚାଳନା କରିଥିଲେ।

Read More

ନୂଆଦିଲ୍ଲୀ: ୧୯୯୫ ରେ ବିହାରର ମହାରାଜଗଞ୍ଜ ଜିଲ୍ଲାର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ତାଙ୍କ ପ୍ରତିପକ୍ଷଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାର୍ଚ୍ଚ ୧୯୯୫ ରେ ବିହାର ବିଧାନସଭା ନିର୍ବାଚନ ସମୟରେ ପ୍ରଭୁନାଥ ସିଂ ତାଙ୍କ ବିରୋଧୀ ଦରୋଗା ରାୟ (୪୭) ଏବଂ ରାଜେନ୍ଦ୍ର ରାୟ (୧୮) ଙ୍କୁ ଛପ୍ରାସ୍ଥିତ ଏକ ମତଦାନ କେନ୍ଦ୍ର ନିକଟରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହାସମର ୨୦୨୪ ରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ବିଜୟ ରଥକୁ ରୋକିବା ପାଇଁ ଆଇଏନଡିଆଇଏ (INDIA) ସମସ୍ତ ପ୍ରସ୍ତୁତି ଚଳାଇଛି। ଏହା ସତ୍ତ୍ୱେ ଇଣ୍ଡିଆ ମେଣ୍ଟ ଏହାର ଯୋଜନାରେ ସଫଳ ହେବ କି? ତେବେ ନିର୍ବାଚନ ସର୍ବେକ୍ଷଣର ଆକଳନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏନଡିଏ କେତେ ସିଟ୍ ପାଇବ ଟାଇମ୍ସ ନାଓ-ଇଜିଟି ସର୍ଭେରେ କୁହାଯାଇଛି। ଯଦି ଅନୁମାନ ସଠିକ୍ ରୂପେ ପରିଣତ ହୁଏ, ତେବେ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ। ଯଦି ଆମେ ଗତ ଲୋକସଭା ନିର୍ବାଚନ ୨୦୧୯ ର ଫଳାଫଳକୁ ଦେଖିବା, ତେବେ ଏହି ରାଜ୍ୟଗୁଡିକରେ ଏନଡିଏ ଅର୍ଥାତ ବିଜେପି ପ୍ରାୟ ବିରୋଧୀଙ୍କୁ ଧ୍ୱଂସ କରିଦେଇଛି। ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ୨୬ ଟି ଆସନ ଜିତିଛି। ଏଥର ମଧ୍ୟ ସଂଖ୍ୟା ସମାନ ହେବ ବୋଲି ଆଶା କରାଯାଏ। ମଧ୍ୟପ୍ରଦେଶରେ…

Read More

ନୂଆଦିଲ୍ଲୀ: ଭାରତୀୟ ଆଥଲେଟ୍ ଦୁତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ପ୍ରତିବନ୍ଧକ ଲାଗିଛି। ଡୋପିଂ ହେତୁ ତାଙ୍କୁ ବାରଣ କରାଯାଇଛି। ଦୁତୀଙ୍କୁ ପରୀକ୍ଷା କରାଯାଇଥିଲା। ଏଥିରେ ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର (SARM) ମିଳିଲା। ଦୁତୀଙ୍କ ଉପରେ ଲଗାଯାଇଥିବା ଚାରି ବର୍ଷର ପ୍ରତିବନ୍ଧକକୁ ଜାନୁଆରୀ ୨୦୨୩ରୁ ବିଚାର କରାଯିବ। ୨୦୨୧ ମସିହାରେ, ସେ ଗ୍ରାଣ୍ଡ ପ୍ରିକ୍ସରେ ୧୦୦ ମିଟର ଦୌଡକୁ ୧୧.୧୭ ସେକେଣ୍ଡରେ ପୂରଣ କରି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ଅନେକ ସମୟରେ ଦୁତୀ ଭଲ ପ୍ରଦର୍ଶନ କରିଛନ୍ତି। ଏସିଆନ୍ ଗେମ୍ସ ୨୦୧୮ ରେ ଦୁତୀ ୧୦୦ ମିଟର ଏବଂ ୨୦୦ ମିଟରରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ‘ଦ ବ୍ରିଜ୍’ରେ ପ୍ରକାଶିତ ଖବର ଅନୁଯାୟୀ ନାଡା ଅଧିକାରୀମାନେ ଗତ ବର୍ଷ ଦୁତୀଙ୍କ ନମୁନା ନେଇଥିଲେ। ଦୁତୀଙ୍କ ପ୍ରଥମ ନମୁନାରେ ଆଣ୍ଡାରିନ୍, ଓଷ୍ଟାରାଇନ୍ ଏବଂ ଲିଙ୍ଗଣ୍ଡ୍ରୋଲ୍ ମିଳିଛି। ଦ୍ୱିତୀୟ ନମୁନାରେ ଆଣ୍ଡାରାଇନ୍ ଏବଂ ଓଷ୍ଟାରାଇନ୍ ମିଳିଛି। ବି ନମୁନା…

Read More

ଭୁବନେଶ୍ବର: ଏସଟିଏଫ ଏକ ବିଚିତ୍ର ପ୍ରକାରର ଠକକୁ ଗିରଫ କରିଛି। କୋରାପୁଟର ଲୋକଙ୍କୁ ବିଭିନ୍ନ ପ୍ରଲଭୋନ ଦେଖାଇ ଠକୁଥିବା ବେଳେ ଏସଟିଏଫ ଗିରଫ କରିଛି। ସେ ହେଲେ ବ୍ରହ୍ମପୁରର କିଶୋର କୁମାର ମିଶ୍ର। ତାଙ୍କ ପାଖରୁ ସୂଚନା ଓ ଲୋକସଂପର୍କ ବିଭାଗର ନକଲି ପରିଚୟ ପତ୍ର, ଦୁଇକୋଟି ଟଙ୍କାର ବ୍ୟାଙ୍କ ଜମା, କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, କିଶୋର ଦୀର୍ଘ ବର୍ଷ ଧରି ବ୍ରହ୍ମପୁରରୁ ଯାଇ କୋରାପୁଟରେ ଆସ୍ଥାନ ଜଣାଇଥିଲା। ସେ ସେଠାରେ ଜଣେ ସୂଚନା ଅଧିକାରୀ କର୍ମି ଭାବେ ନିଜକୁ ପରିଚୟ ଦେଇଥିଲା। ଏ ନେଇ ସେ ଲୋକଙ୍କୁ ଏକ ଆଇ ଆଣ୍ଡ ପିଆର ବିଭାଗର ନକଲି କାର୍ଡ ଦେଖାଇଥିଲା। ସେ ଲୋକଙ୍କୁ କ୍ରସର ଲାଇସେନସ, ମଦ ଲାଇସେନସ, ବଦଳି ପୋଷ୍ଟିଂ ପ୍ରଭୃତି କରିଦେବ ବୋଲି କହି ଟଙ୍କା ଆଦାୟ କରୁଥିଲା। ସେ ନିଜ ମୋବାଇଲେ କେତେକ ବଡ ବଡ ଅଧିକାରୀଙ୍କ ନାମରେ ନକଲି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ଶୁକ୍ରବାର ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଘଟିଥିବା ବୋମାମାଡ ଘଟଣାରେ ବଡ଼ବଜାର ପୋଲିସ କମଲେଶ୍, ବଳିଆ ନାଏକ ଓ ରୋଷନ୍ ଖଟେଇକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କାଳିଆ ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ମାମଲାର ବିବରଣୀରୁ ଜଣାପଡିଛି ଯେ, ଅଭିଯୁକ୍ତ ପେଷାଦାର ଅପରାଧୀ ମାନେ ଉକ୍ତ ସାହିର ଯୁବ ବ୍ୟବସାୟୀ ପ୍ରସାନ୍ତ କୁମାର ନାୟକ (ମୁନା) ଙ୍କୁ ବିଭିନ୍ନ ସମୟରେ ଦାଦା ବଟି ମାଗୁଥିଲେ। ମୁନା ମନା କରିବାରୁ ତାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ। ଘଟଣା ପରେ ସାହିରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା ଓ ଗୋଟିଏ ମୋଟରସାଇକେଲ…

Read More

କୋରାପୁଟ: ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି କୋରାପୁଟର ଶିଶୁମନ୍ଦିର ଶିଶୁ ବାଟିକାରେ ପଢୁଥିବା ଚାରି ବର୍ଷର କୁନି ଝିଅ ସୋନାଲି ଦାସ। ଅଗଷ୍ଟ ପନ୍ଦର ଅବସରରେ ସେ ମୁଖ୍ୟ ଅତିଥୀଙ୍କ ଆଗରେ ଅଭିନୟ କରି ବଖାଣିଥିଲେ ନିଜ ଗାଁର ସମସ୍ୟା। ସେହି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେଇ ଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ବହୁ ଅତିଥି। ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସୋନାଲି ଅଭିନୟ କରିବାର କାର୍ଯ୍ୟକ୍ରମ ରହିଥିଲା। ସେ ଅଭିନୟ ମାଧ୍ୟମରେ ଗାଁର ସମସ୍ୟା କୋରାପୁଟିଆ ଭାଷାରେ ଅତିଥୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲା। ତାଙ୍କ ଗାଁ ହେଉଛି ଦଶମନ୍ତପୁର ବ୍ଲକ କୁଲା ପଞ୍ଚାୟତର ପଦଗୁଡା ଗାଁ। ସେହି ଗ୍ରାମର ସମସ୍ୟା ନେଇ ସେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ସେ କହିଥିଲେ ଯେ, ଆମର ଗାଁ କେ ଯିବା କେ ରାସ୍ତା ନାଏଁ ବାବୁ, ପିଇବା କେ ପାଣି ନାଏଁ, ଚୁଆ…

Read More

ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର ଏବଂ ମହିଳାଙ୍କ ଉପରେ ସ୍ୱତନ୍ତ୍ର ପରାମର୍ଶଦାତାଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ଜଣେ ପାକିସ୍ତାନୀ ନାଗରିକ। ୨୦୦୯ରେ ଦୁହେଁ ବିବାହ କରିବା ପରେ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁଶାଲ ସବୁବେଳେ କାଶ୍ମୀରକୁ ନେଇ ବିଷ ଉଗାଳୁଛନ୍ତି। ମୁଶାଲ ପେଶାରେ ଜଣେ କଳାକାର ଏବଂ ୟାସିନ ମଲ୍ଲିକଙ୍କ ସହ ତାଙ୍କର ସାକ୍ଷାତ୍‍ କିଛି କମ୍ ଆକର୍ଷଣୀୟ ନୁହେଁ। ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ ବର୍ଷର ପାର୍ଥକ୍ୟ ରହିଛି। ପ୍ରେମର କାରଣ ପାଲଟିଲା ଫୈଜଙ୍କ କବିତା କଳାକାର ମୁଶାଲ ଏବଂ ୟାସିନ ୨୦୦୯ ମସିହାରେ ବିବାହ କରିଥିଲେ। ସେହି ସମୟରେ ମଲ୍ଲିକ ପାକିସ୍ତାନ ଯାଇ ମୁଶାଲଙ୍କୁ ବିବାହ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ତାଲିକାରେ ଶାସକ ବିଜେପି ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିବା ଆସନ ଉପରେ ଫୋକସ୍ କରିଛି। ଏଥିରେ ୨୦୧୩ରେ ହାରିଥିବା ଆସନ ମଧ୍ୟ ଅନ୍ତର୍ଭୁକ୍ତ। ୩୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକାରେ ବିଜେପି ଗତଥର ପରାଜିତ ହୋଇଥିବା ୩ ଜଣ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ବିଜେପି ପାଇଁ ଏହି ୩୯ଟି ଆସନ ଏକ ଭୁଲ ବୁଝାମଣା ଭଳି, ଯେଉଁଠି କଂଗ୍ରେସ ୨୦୧୮ରେ ରେକର୍ଡ ଭାଙ୍ଗି ପାରିନଥିଲା। ରଣନୀତି ଅନୁଯାୟୀ ଅମିତ ଶାହା ସେହି ପରାଜିତ ଯୋଦ୍ଧାମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଯେଉଁମାନେ ୨୦୧୮ରେ ଭୁଲ ବୁଝାମଣା ଭାଙ୍ଗି ପାରିନଥିଲେ। ସେହି ଚେହେରାକୁ ଦଳ ଅଭିମନ୍ୟୁ ୨.୦ ଆକାରରେ ନୂଆ ଭାବରେ ଲଞ୍ଚ କରି ୩୯ ଟି ଆସନର ଚକ୍ରବ୍ୟୁହ ଭାଙ୍ଗିବା ପାଇଁ ଦାୟିତ୍ୱ ଦେଇଛି। ରଣନୀତିରେ ପରିବର୍ତ୍ତନ କରି ମଧ୍ୟପ୍ରଦେଶରେ ଶାସକ ବିଜେପି ବିଧାନସଭା…

Read More

ନୂଆଦିଲ୍ଲୀ: ପ୍ରୋପଲସନ ମଡ୍ୟୁଲଠାରୁ ଅଲଗା ହୋଇ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଆଜି ଚନ୍ଦ୍ର ଆଡକୁ ପ୍ରଥମ ପଦକ୍ଷେପ ନେବ। ଇସ୍ରୋ ଅନୁଯାୟୀ, ଶୁକ୍ରବାର (୧୮ ଅଗଷ୍ଟ ୨୦୨୩) ଅପରାହ୍ନ ପ୍ରାୟ ୪ଟାରେ ଏହାର ଡି-ବୁଷ୍ଟିଂ ଯୋଜନା କରାଯାଇଛି । ପ୍ରଜ୍ଞାନ (ରୋଭର)କୁ ସଙ୍ଗରେ ନେଇ ଥିବା ଲ୍ୟାଣ୍ଡର ‘ବିକ୍ରମ’ ଗୁରୁବାର ଚନ୍ଦ୍ରଯାନ-୩ର ପ୍ରୋପଲ୍ସନ୍ ମଡ୍ୟୁଲଠାରୁ ଅଲଗା ହୋଇଯାଇଛି। ଏବେ ଚନ୍ଦ୍ରର କକ୍ଷପଥରେ ଭାରତର ତିନୋଟି ମହାକାଶଯାନ ରହିଛି। ଚନ୍ଦ୍ରଯାନ-୨ର ଅର୍ବିଟର, ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲ ଓ ଲ୍ୟାଣ୍ଡିଂ ମଡ୍ୟୁଲ ତିନିଜଣ ଚନ୍ଦ୍ରକୁ ପରିକ୍ରମା କରୁଛନ୍ତି। ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ଚନ୍ଦ୍ରର ୩୦ କିଲୋମିଟର x ୧୦୦ କିଲୋମିଟର କକ୍ଷପଥରେ ପହଞ୍ଚିବ। ଏହାପରେ ମହାକାଶଯାନର ବେଗ ଧୀରେ ଏହା ସିଧାସଳଖ ଚନ୍ଦ୍ର ଆଡ଼କୁ ଗତି କରିବ। ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବୁଧବାର (ଅଗଷ୍ଟ ୨୩) ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଆଜିଠାରୁ ଅଗଷ୍ଟ ୨୩…

Read More