ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏବଂ ସବୁ ରାଜ୍ୟର ନିଶା ଦ୍ରବ୍ୟ କାରବାର ନିରୋଧୀ ଟାସ୍କଫୋର୍ସ (ଏଏନଟିଏଫ)ର ସମନ୍ୱୟ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତରେ ୨୩୮୧ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୪୦ ହଜାର କିଲୋଗ୍ରାମରୁ ଅଧିକ ମାଦକଦ୍ରବ୍ୟ ନଷ୍ଟ କରାଯାଇଥିଲା। ଏହା ଗୋଟିଏ ଦିନରେ ସର୍ବାଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯିବା କ୍ଷେତ୍ରରେ ଏକ ରେକର୍ଡ। ସମ୍ମିଳନୀରେ ପଞ୍ଜାବ ରାଜ୍ୟପାଳ, ପଞ୍ଜାବ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ, ଜାମ୍ମୁ ଓ କାଶ୍ମୀର, ଲଦାଖ ଓ ଦିଲ୍ଲୀର ଉପରାଜ୍ୟପାଳ ଉପସ୍ଥିତ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 10:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିବେ। ସଂଯୋଗୀକରଣ ଭିତ୍ତିଭୂମି ବୃଦ୍ଧି ସରକାରଙ୍କ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ପ୍ରାୟ 710 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲଡିଂର ଉଦଘାଟନ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱୀପର ଯୋଗାଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାୟ 40,800 ବର୍ଗମିଟର ସମୁଦାୟ ନିର୍ମିତ କ୍ଷେତ୍ର ସହିତ, ନୂତନ ଟର୍ମିନାଲ୍ ବିଲଡିଂ ବାର୍ଷିକ ପ୍ରାୟ 50 ଲକ୍ଷ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ଦୁଇଟି ବୋଇଙ୍ଗ -767-400 ଏବଂ ଦୁଇଟି ଏୟାରବସ୍ -321 ପ୍ରକାରର ବିମାନ ପାଇଁ ଉପଯୁକ୍ତ ଆପ୍ରୋନ୍ ମଧ୍ୟ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ଟ. 80 କୋଟି ମୂଲ୍ୟରେ ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ବିମାନବନ୍ଦରକୁ ଏକ ସମୟରେ ଦଶଟି ବିମାନ ପାର୍କିଂ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି ଡାକ୍ତର ଶୁଭ୍ରଜିତ୍ ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ କଟକ ରାଣୀହାଟ ଅଂଚଳରେ ଏକ କ୍ଲିନିକ୍ ଚଳାଇବା ସହ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା ଗ୍ରାମରେ ଏକ ଶାଖା ଖୋଲି ପ୍ରତ୍ୟେକ ଶନିବାର ଦିନ ରୋଗୀ ଚିକିତ୍ସା କରୁଥିଲେ। ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଜ୍ୱର ରୋଗରେ ପୀଡିତ ହୋଇ ଶୁଭ୍ରଜିତ୍ ପାଖରେ ୩ ଶହ ଟଙ୍କା ଦେଇ ଚିକିତ୍ସିତ ହେବା ସହ ଔଷଧ ନେଇ ଖାଇଥିଲେ ମଧ୍ୟ ଜ୍ୱର ରୋଗର ପରିମାଣ ବୃଦ୍ଧି ପାଇଥିଲା। ଏହି ନକଲି ଡାକ୍ତର କୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଗୁରୁତ୍ବ ନଦେଇ ବାରମ୍ବାର…
ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ସୋମବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି। କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ…
ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି। କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍ ବିକ୍ରି କରାଯିବ। ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଆଉଟଲେଟ୍ ଚଣା ଡାଲିକୁ ବିକ୍ରି କରୁଛନ୍ତି। ‘ଭାରତ ଡାଲ୍’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନାଫେଡ୍ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଳ ଆଉଟଲେଟ୍ ମାଧ୍ୟମରେ ବିତରଣ…
ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି। ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ।…
ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା କୃଷିଭିତିକ ଶ୍ରାବଣୀ ଚିତ୍ରକ ପର୍ବ ଚିତଉ ଲାଗି।। ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥଙ୍କ ଚିତାଲାଗି ଅମାବାସ୍ୟା ଭାବରେ ପ୍ରତିଟି ଓଡ଼ିଆ ପରିବାରରେ ଅତିନିଷ୍ଠାର ସହିତ ପାଳିତ ହେଉଥିବାବେଳେ ମା’ଙ୍କ ପୀଠରେ ମଧ୍ୟ ଏହି ପର୍ବ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଆସୁଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା, ବେଶ ପରେ ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଡାଲି ଖେଚଡ଼ି ଧୂପ ହୋଇ ପରେଶଙ୍କୁଡ଼ିରେ ଖେଚଡ଼ି ଡାଲି , ମାଛ ମହୁର , ଖିରି ଏଣ୍ଡୁରି ପୂଜା ବଢି ଦିବା ପହୁଡ଼ ପୁଣି ସଂଧ୍ୟାରେ ନିଶଙ୍କୁଡି ଖଜା ଖେଇ, ମାଠପୁଳି, ଶରପୁଳି, କାନ୍ତି ଧୂପ ପରେ ମା’ଙ୍କ ସଂଧ୍ୟା ଆଳତି ବଢି ମା’ଙ୍କ ବଡଶୃଙ୍ଗାର ବେଶରେ ଥାଇ ଏକୋଇଶିମୂର୍ତ୍ତି ଚିତଉପିଷ୍ଟା ଧୂପ କରାଯାଇଥିଲା। ସୁଆର ସେବକଙ୍କ ଦ୍ଵାରା ଚାଉଳ ନଡ଼ିଆ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲା। ଆଜି ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସି ଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଯୁବ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି। ସୂଚନା ଥାଉକି ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ। ଏବଂ ନିଜର କାର୍ଯ୍ୟଦକ୍ଷତା ଲାଗି ଟାଙ୍ଗୀରେ ସେ ଖୁବ…
କୈଳାଶ ଚନ୍ଦ୍ର ଚୌଧୂରୀ ବ୍ରହ୍ମପୁର: ଛତ୍ରପୁର ନିକଟ କାଳିଆ ବାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଜଣେ ଅଜଣା ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନ୍ ଏ ସି ଅଧ୍ୟକ୍ଷା ଜ୍ଞାନପ୍ରଭା ମିଶ୍ରଙ୍କର ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ଦିବଙ୍ଗତ ଅଧ୍ୟକ୍ଷା ଜି ଉଦୟଗିରି ଅଞ୍ଚଳରେ ଜଣେ ସମାଜସେବୀ ଓ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ପରିଚିତ। ତାଙ୍କର ମୃତ୍ୟୁରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ରାଜନେତା ଗଣ ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ଵର: ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ମୁମ୍ବାଇ ରେଳବାଇ ବିକାଶ କର୍ପୋରେସନ୍ ଲିମିଟେଡରେ ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ ଏସ୍) ଭାବରେ କାର୍ଯ୍ୟ କରୁଥିଲେ ଯାହାକି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ପିଏସୟୁ ଅଟେ। ସେ ରେଳ ସୁରକ୍ଷା ବଳର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆଲୋକ ବୋହରାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ରେ ମସିହାରେ ଭାରତୀୟ ପୋଲିସ ସେବା ପଦକ ଏବଂ ୨୦୦୫ ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦ୍ଦେଶଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା ଯାହାକି ସାଧାରଣରେ ଚିତାଲାଗି ଅମାବାସ୍ୟା ନାମରେ ଖ୍ୟାତ। ଏହି ପର୍ବ ଓଡିଶାର ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପୀଠରେ ମଧ୍ୟ ଏହା ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ମଧ୍ୟ ଆଜି ଚିତାଲାଗି ଅମାବାସ୍ୟା ପାଳନ କରାଯାଇଛି। ଭୋର ପାଞ୍ଚ ଘଟିକା ସମୟରେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ସୂର୍ଯ୍ୟପୂଜା ଓ ଗୋପାଳ ବଲ୍ଳଭ ପରେ ୧୨ ଘଟିକାରେ ମଧ୍ୟାହ୍ନ ଧୂପ ହୋଇଥିଲା। ପ୍ରଭୁ ରଙ୍କନାଥଙ୍କ ପୂଜକମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ରଙ୍କନାଥଙ୍କୁ ଲାଗି କରାଯାଇ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ କରାଯାଇଥିଲା। ପ୍ରଭୁଙ୍କୁ ଏହି ଦିନ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ପ୍ରଚଳିତ ଅଛି। ତେଣୁ ପ୍ରଭୁଙ୍କର ଦର୍ଶନ…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜଣେ ବଡ଼ ନେତା ନିକଟରେ ଭାରତୀୟ ଜନତା ପାର୍ଟି ଛାଡି ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ। ଏହା ପରେ ଦଳ ପୂର୍ବତନ ବିଜେପି ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି। ବିଶ୍ୱାସ କରାଯାଏ ଯେ, ମାନହାନିର ଏହି ଦାବି ହେଉଛି ବିଜେପିର ଏକ ଡ୍ୟାମେଜ କଣ୍ଟ୍ରୋଲ ପଦକ୍ଷେପ। ଯେଉଁଥିପାଇଁ ଦଳ ଛାଡୁଥିବା ନେତାମାନଙ୍କୁ ରୋକାଯାଇପାରିବ। ମାମଲା ଜୁଲାଇ ୧୧ ତାରିଖର ଅଟେ। ରାଜ୍ୟରେ ବିଜେପି ଏବଂ ପିଡିପି ସରକାର ସମୟରେ ପିଡିପି କୋଟାରୁ ଏମଏଲସି ଥିବା ସୁରେନ୍ଦ୍ର ଚୌଧୁରୀ ପୂର୍ବରୁ ପିଡିପି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ସେ ଜୁଲାଇ ୧୧ ତାରିଖରେ ବିଜେପି ଛାଡି ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ପାର୍ଟିରେ ଯୋଗ ଦେଇଥିଲେ। ସୁରେନ୍ଦ୍ର ଚୌଧୁରୀ ଜମ୍ମୁର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରୁ ଆସନ୍ତି। ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା ଏହି ଅଞ୍ଚଳର ପୂର୍ବତନ ବିଧାୟକ।…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ସୀମା ହାଇଦର ମଧ୍ୟ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହୋଇଛି। ଏଥି ସହ ୟୁପି ଏଟିଏସ୍ ଟିମ୍ ପାକିସ୍ତାନୀ ବାସିନ୍ଦା ସୀମା ହାଇଦରଙ୍କୁ ଗିରଫ କରିଛି ଏବଂ ଏଟିଏସ୍ ଏକ ଗୁପ୍ତ ସ୍ଥାନରେ ସୀମା ହାଇଦରଙ୍କୁ ପଚରାଉଚରା ଆରମ୍ଭ କରିଛି। ସୀମା ହାଇଦର ଆରମ୍ଭରୁ ଏଟିଏସର ରାଡାରରେ ଥିଲେ, ସେ ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ନେପାଳ ଦେଇ ଭାରତ ଆସିଥିଲେ। ବର୍ତ୍ତମାନ ହ୍ଵାଟସ୍ ଆପ୍ ଚାଟ୍ ଏବଂ ସମସ୍ତ ପ୍ରମାଣ ଆଧାରରେ ଏଟିଏସ୍ ଟିମ୍ ଅଧିକ ଅନୁସନ୍ଧାନ କରିବ। ଏହା ସହିତ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି ଏବଂ ଜାଣିବାକୁ ମିଳିଛି ଯେ, ସୀମାର ଦାଦା ପାକିସ୍ତାନୀ ସେନାରେ ଜଣେ ସୁବେଦାର ଏବଂ ସୀମାଙ୍କ ଭାଇ ଜଣେ ପାକିସ୍ତାନୀ ସସୈନିକ। ଭାରତର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି। https://twitter.com/narendramodi/status/1680821243115868160?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680821243115868160%7Ctwgr%5E382d0dfc03f5f0fb6537cda96b525628eb727995%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1940149 ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁତ୍ଥାନ ହେଉଥିବା ଜାଣି ଖୁସି ଏବଂ ଏହା ଏବେ ଦୀର୍ଘବର୍ଷ ପରେ ବିଶ୍ୱ ସମ୍ମୁଖକୁ ଆସୁଛି! ଏହା ଆମ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳର ପ୍ରମାଣ। ଆମ ସମୃଦ୍ଧ ଐତିହ୍ୟ ପାଇଁ ଏହା ଏକ ବଡ଼ ଖବର।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ। ଆମ ଆଥଲେଟମାନେ ୨୭ଟି ପଦକ ଜିତିଛନ୍ତି ଯାହା କି ଚାମ୍ପିୟନଶିପର ଏକ ସଂସ୍କରଣରେ ବିଦେଶ ମାଟିରେ ସର୍ବାଧିକ। ଏହି ସଫଳତା ପାଇଁ ଆମ ଆଥଲେଟମାନଙ୍କୁ ଅଭିନନ୍ଦନ। ଏହା ଆମକୁ ଗୌରବାନ୍ୱିତ କରେ।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ଗାଲା ଡିନରରେ ମହିଳା ଲିଡରଙ୍କ ଫଟୋ ସେୟାର କରିଛନ୍ତି। https://twitter.com/narendramodi/status/1680820728239906818?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680820728239906818%7Ctwgr%5Eca0232de38072f4fd47c5c92611615538c7f20c1%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1940148 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ବେଶ୍ ପ୍ରେରଣାଦାୟକ କ୍ଲିକ୍, ଯାହା କି ଦୁନିଆର ଭବିଷ୍ୟତକୁ ଆକାର ଦେବା ପାଇଁ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜାଗର କରୁଛି।’
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। ନିକଟରେ ଜିଲ୍ଲା ପୋଲିସର ୧୦ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବାରୁ ବିଭିନ୍ନ ଥାନା ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ପୁର୍ବରୁ ଏକାଧିକ ଥାନାରେ ନୂତନ ଆଇଆଇସି ନିଯୁକ୍ତି ସରିଥିବା ବେଳେ ଆଜି ଖାଲି ପଡ଼ିଥିବା ଅନ୍ୟ ଥାନା ମାନଙ୍କରେ ନୂତନ ଆଇଆଇସି ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ। ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରାଙ୍କୁ ଟାଙ୍ଗୀ ଥାନା ଆଇଆଇସି, ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ବୋଲଗଡ଼ ଥାନା ଆଇଆଇସି, ସୁଚିତ୍ରା ଜେନାଙ୍କୁ ନିରାକାରପୁର ଥାନା ଆଇଆଇସି ଓ ସ୍ନିଗ୍ଧାମୟୀ ବରାଳଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଭାବେ ନୂତନ ନିଯୁକ୍ତି ଦିଆଯାଇଥିବା ବେଳେ ଟାଉନ ଥାନା ଅତିରିକ୍ତ ଆଇଆଇସି ବନବିହାରୀ ପ୍ରଧାନଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ…
ଭୁବନେଶ୍ଵର: ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ଯେପରି ସେମାନେ ଆହରଣ କରିଥିବା ଜ୍ଞାନ ସମାଜକୁ ଆଲୋକିତ କରିବ। ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ଆକ୍ଟ,୧୯୫୬ର ଧାରା-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବହୁବିଧ କ୍ୟାମ୍ପସ ବିଶିଷ୍ଟ ସୋଆରେ ୧୫୦୦୦ ରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୭ ବର୍ଷରେ ପାଦ ଥାପିଥିବା ସୋଆ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା…
ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ମେୱାଡ଼ କିମ୍ବା ଉଦୟପୁର ଡିଭିଜନର ଆଦିବାସୀ ଭୋଟରଙ୍କ ଉପରେ ବିଜେପି ଏବଂ କଂଗ୍ରେସର ନଜର ରହିଛି। ଦଳଗୁଡିକ କେବଳ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଆଦିବାସୀ ଗୋଷ୍ଠୀ ଖୋଲାଖୋଲି ଭାବେ ଆଗକୁ ଆସି ଏକ ନୂତନ ଦଳ ଘୋଷଣା କରିଛନ୍ତି। ପ୍ରାୟ ୩ ଲକ୍ଷ ଆଦିବାସୀ ବାଂଶୱାଡାର ମାନଗଢରେ ଗୋଟିଏ ଦିନ ପୂର୍ବରୁ ଏକ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଆଦିବାସୀମାନେ ମଧ୍ୟ ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ବିଜେପି ଏବଂ କଂଗ୍ରେସ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି, କାରଣ ଏହି ଆସନଗୁଡ଼ିକ ସିଧାସଳଖ ଆଦିବାସୀ ଭୋଟରଙ୍କ ଦ୍ୱାରା ପରିଚାଳିତ ହେଉଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ବିଧାୟକ ରାଜ କୁମାର ରୋଟ କ’ଣ କହିଛନ୍ତି ଜାଣନ୍ତୁ। ଭାରତୀୟ ଟ୍ରାଇବଲ ପାର୍ଟିରେ ବର୍ତ୍ତମାନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କ ଶିଳାନ୍ୟାସକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ବିଗତ କିଛି ଦିନ ମଧ୍ୟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ହୋଇଛି। ଏହି ପାର୍କଗୁଡିକ ମହାରାଷ୍ଟ୍ରର ଅମରାବତୀ ଓ ଗୁଜରାଟର ନବସାରିରେ ନିର୍ମାଣ ହେବ। ଏଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।”

