Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦିଗପହଣ୍ଡି ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକି କଳି ଲାଗିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡୁଛି। ଖବରରୁ ପ୍ରକାଶ ଯେ, ଦିଗପହଣ୍ଡି ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ନାରାୟଣ ବେହେରାଙ୍କ ଗତ ଜୁନ ୩ ତାରିଖରୁ ବଦଳି ହୋଇଛି ଓ ତାଙ୍କରି ସ୍ଥାନରେ କାର୍ତ୍ତିକେଶ୍ଵର ପ୍ରଧାନଙ୍କୁ ଯୋଗଦାନ ଅନୁମତି ମିଳିଛି। କିନ୍ତୁ ନାରାୟଣ ବେହେରା ଏକ ସ୍ଥଗିତ ଆଦେଶ ଆଣି ପଦବୀ ରୁ ଅନ୍ତର ହୋଇନାହାନ୍ତି। ଯାହାର ଅବଧି ମାତ୍ର ୨୮ ଦିନ ଥିଲା। ଏହା ସତ୍ତ୍ୱେ ସେ ଅସୁସ୍ଥତା ଦେଖାଇ ଛୁଟି ଦରଖାସ୍ତ ଦେଇ ଅଫିସକୁ ଆସୁନାହାନ୍ତି। ଯାହା ଫଳରେ କାର୍ତ୍ତିକେଶ୍ଵର ପ୍ରଧାନ ଏଠି ଖାଲିରେ ପଡି ରହିଛନ୍ତି। ଯାହାକୁ ନେଇ ସରକାରୀ କାର୍ଯ୍ୟକ୍ରମରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହେଉଛି।

Read More

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ୨୫ ବର୍ଷ ପୂରଣ ହେବା ପରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖରେ ନୂଆଦିଲ୍ଲୀରେ ମିଳିତ ମେଣ୍ଟର ଏକ ବଡ ବୈଠକ ଆୟୋଜିତ ହେଉଛି। ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ୧୯ ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ୨୫ ବର୍ଷ ପୂର୍ବେ ମେ ୧୯୯୮ରେ NDA ଗଠନ କରାଯାଇଥିଲା। ଦିବଙ୍ଗତ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ପ୍ରଥମ ସଭାପତି କରାଯାଇଥିଲା। ବର୍ତ୍ତମାନ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଭାପତି। ଏହାର ଗଠନ ପରଠାରୁ ପ୍ରାୟ ୪୧ ଟି ଜାତୀୟ କିମ୍ବା ଆଞ୍ଚଳିକ ଦଳ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି, ଡିଏମକେ, ନ୍ୟାସନାଲ କନଫରେନ୍ସ, ଜେଡିୟୁ ସମେତ…

Read More

ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେଇଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି। ଶ୍ରୀ ରାଜଭରଙ୍କ ଆଗମନ ପରେ ଏନଡିଏକୁ ମଜବୁତ କରାଯିବ ବୋଲି ସେ ଟୁଇଟ୍ କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୪ ତାରିଖରେ ଉଭୟ ନେତା ମଧ୍ୟ ସାକ୍ଷାତ କରିଥିଲେ। ଅମିତ ଶାହା ଏହି ସଭାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାଜଭରଙ୍କ ସହ ତାଙ୍କ ପୁଅ ଅରବିନ୍ଦ ରାଜଭର ମଧ୍ୟ ନଜର ଆସିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଦିଲ୍ଲୀରେ ଓପି ରାଜଭର ଜୀଙ୍କ ସହ ସାକ୍ଷାତ ହୋଇଛି ଏବଂ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି। ରାଜଭର ଜୀ ଆସିବା ପରେ ଉତ୍ତରପ୍ରଦେଶରେ ଏନଡିଏକୁ…

Read More

ନୂଆଦିଲ୍ଲୀ: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି। ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ ସିଓପି-୨୮ ର ଆୟୋଜନ ହୋଇଥିବାରୁ ୟୁଏଇକୁ ଅଭିନନ୍ଦନ ଜଣାଇବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ମହାମହିମ ରାଷ୍ଟ୍ରପତି ଶେଖ ମହମ୍ମଦ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ରୁନୁ ବେହେରା (୪୦) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରୁନୁ ବେହେରା ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଷାକ୍ତ ସାପଟିଏ କାମୁଡ଼ି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ଏକାଠି ହୋଇ ସାପକୁ ଖୋଜିଥିଲେ। ପରେ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ। କିନ୍ତୁ ସେପଟେ ମହିଳାଜଣଙ୍କ ଗୁରୁତର ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେପଟେ ମହିଳାଙ୍କ ସ୍ୱାମୀ ଶ୍ରାବଣୀ ଜଳ ଭାର ଲାଗି ଯାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜୁଲାଇ ୧୮ ତାରିଖରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ଅମରାବତୀ (ଆପ୍ର) ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ଏନଡିଏ ବୈଠକରେ ଯୋଗଦେବେ। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସଭାରେ ଭାଗ ନେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା। ପୱନ କଲ୍ୟାଣ ଏବଂ ତାଙ୍କ ଦଳ ଜନ ସେନାର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ନାନ୍ଦେଡଲା ମନୋହର ଏହି ମାସର ୧୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ଏଥିରେ ଏନଡିଏରେ ଅଂଶଗ୍ରହଣ କରୁଥିବା ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ୧୮ ଜୁଲାଇରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ: କିଛି ଦିନ ପୂର୍ବରୁ ଦଳ ବିଜେପିର ଶୀର୍ଷ ନେତୃତ୍ୱଙ୍କଠାରୁ ଏହି ନିମନ୍ତ୍ରଣ ପାଇଥିଲା। ବିଶେଷ କଥା ହେଉଛି ଆନ୍ଧ୍ରପ୍ରଦେଶରେ ଏକ ମିଳିତ ମେଣ୍ଟ ପାଇଁ ଜନସେନା ଏବଂ ପୂର୍ବତନ ଏନଡିଏ ସହଯୋଗୀ ଟିଡିପି ମଧ୍ୟରେ ଏକ ଗୁରୁତର…

Read More

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଶନିବାର ଦିନ ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଏମ୍‌ସରେ ପ୍ରାଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍‌ ବ୍ୟବସ୍ଥା ନିଷ୍ପତି ନେବା ପ୍ରକ୍ରିୟାକୁ ମଧ୍ୟ ଗତି ପ୍ରଦାନ କରିବ। ଯାହାକି ଏମ୍‌ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍‌ସ ଧର୍ମଶାଳା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଧର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାନେଇ ସୂଚନା ମିଳିଛି।…

Read More

ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ବବୈଜ୍ଞାନିକମାନେ ଶନିବାର ଦିନ କକ୍ଷପଥରେ ଚନ୍ଦ୍ରୟାନ -୩ ମହାକାଶଯାନକୁ ଅଗ୍ରଗତି କରିବାର ପ୍ରଥମ ପ୍ରକ୍ରିୟାକୁ ସଫଳତାର ସହିତ ସମାପ୍ତ କରିଛନ୍ତି। ISRO ଏକ ସୋସିଆଲ ମିଡିଆ ପୋଷ୍ଟ କରି କହିଛି ଯେ, ଚନ୍ଦ୍ରାୟନର ସ୍ଥିତି ସ୍ୱାଭାବିକ। https://twitter.com/isro/status/1680239822110162944?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680239822110162944%7Ctwgr%5E407897e48d751ae95d4f1fa7975d906927a557c0%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fchandrayaan-3-launch-updates-isro-countdown-begins-india-moon-mission-sriharikota-2453670 ISRO କହିଛି ଯେ, ଚନ୍ଦ୍ରୟାନ -୩ ମିଶନର ଲାଇଭ୍ ଅପଡେଟ୍ ଅନୁଯାୟୀ ମହାକାଶଯାନ ସାଧାରଣ ଅବସ୍ଥାରେ ଅଗ୍ରଗତି କରୁଛି ଏବଂ ISRO ଏହାର ପ୍ରଥମ କକ୍ଷପଥ, ISTRAC / ISRO କୁ ସଫଳତାର ସହିତ ସମାପ୍ତ କରିଛି। ଚନ୍ଦ୍ରୟାନ ବର୍ତ୍ତମାନ ୪୧୭୬୨ କିଲୋମିଟର *୧୭୩ କିଲୋମିଟର କକ୍ଷପଥରେ ଅଛି।

Read More

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟମ ୟୁଏଇ ଗସ୍ତ ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦୨୨ ରେ ଶେଷ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହି ସମୟରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ୟୁଏଇ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ବିଗତ ୩୪ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁଏଇ ଗସ୍ତ କରିଥିଲେ। ଏହାପରେ ୨୦୧୬ ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଭାରତ ଗସ୍ତରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୧୫ ଜୁଲାଇ, ୨୦୨୩ ରେ ଆବୁଧାବି ଠାରେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ ନାହ୍ୟାନଙ୍କ ସହିତ ପ୍ରତିନିଧିସ୍ତରୀୟ ଏବଂ ବ୍ୟକ୍ତିଗତ ଭାବେ ବୈଠକ କରିଥିଲେ। ଉଭୟ  ନେତା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଫିନ୍‍ଟେକ୍‌, ଶକ୍ତି, ଅକ୍ଷୟଶକ୍ତି, ଜଳବାୟୁ କାର୍ଯ୍ୟଯୋଜନା, ଉଚ୍ଚଶିକ୍ଷା ଏବଂ ଲୋକ ସମ୍ପର୍କ ଥିବା ଦ୍ୱିପାକ୍ଷିକ ସହଭାଗୀତାର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ଦୁଇ ନେତାଙ୍କ ଉପସ୍ଥିତିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିଲା। ସୀମାପାର କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଆଇଏନଆର – ଏଇଡି) ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା। ସେମାନଙ୍କ ଦେୟ ଏବଂ ମେସେଜିଂ ସିଷ୍ଟମକୁ ଲିଙ୍କ୍ କରିବାରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଆରବିଆଇ ଏବଂ ୟୁଏଇ…

Read More

ରାୟପୁର/ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ  ଚଳିତ ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରଠାରେ “ଓଡ଼ିଶା ନିବେଶକ ସମ୍ମିଳନୀ’ ସଫଳତାର ସହ  ଆୟୋଜନ କରାଯାଇଥିଲା। ବିଜୁ ଏକ୍ସପ୍ରେସ ୱେ ରେ “ବିଜୁ ଅର୍ଥନୈତିକ କରିଡର”ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏବଂ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଏହି ରୋଡ୍ ସୋ’ର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ରାଜ୍ୟ  ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ଥିଲେ। ଏହି ରୋଡ୍ ସୋ’ରେ ଛତିଶଗଡ଼ର…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ…

Read More

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନିସ୍‌ପେକ୍ଟର ରଶ୍ମୀରଞ୍ଜନ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ଇନିସ୍‌ପେକ୍ଟର ଶ୍ରୀ ଦାଶ ଗତ ଶନିବାର ଦିନ ଜଗତ୍‌ସିଂହପୁର ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଆଜି କୁଜଙ୍ଗ ଭଳି ଏକ ସମ୍ବେଦନଶୀଳ ଓ ମର୍ଯ୍ୟାଦାଜନକ ଥାନାର ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି। ଶ୍ରୀ ଦାଶ ଦକ୍ଷ ଅଧିକାରୀ ଭାବେ ବେଶ୍ ଜଣାଶୁଣା। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାଶ ବେଶ୍ ଚର୍ଚ୍ଚିତ। ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରିଥିବା ସମୟରେ ଆଇନ୍ ଶୃଙ୍ଖଳା, ବ୍ରାଉନ୍‌ସୁଗର ବେପାରୀଙ୍କ ଉପରେ ଚଢ଼ାଉ, ବେଆଇନ୍ ଖଣି ଚଢ଼ାଉ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ। ତେବେ କୁଜଙ୍ଗ ଏକ ସମ୍ବେଦନ ଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଂଚଳକୁ ଅପରାଧମୁକ୍ତ, ଆଇନ୍ ଶୃଙ୍ଖଳା, ବ୍ରାଉନ୍…

Read More

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ଟୁଇଟ କରି ସୌମ୍ୟରଂଜନ କହିଥିବା ପୁରୁଣା କଥାକୁ ମନେ ପକାଇ ଦେଇଛନ୍ତି। ଅନୁଭବ କହିଛନ୍ତି ଯେ ଜାନକୀ ପଟ୍ଟନାୟକ ଯେତେବେଳ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସୌମ୍ୟବାବୁ ତାଙ୍କୁ ଜଣେ ଅଥର୍ବ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।ଜାନକୀବାବୁ ସୌମ୍ୟବାବୁଙ୍କର ଶଶୂର ହୋଇଥିଲେ ମଧ୍ୟ ସେ ଏପରି ବିବୃତି ଦେଇଥିଲେ। ଏହା ଉପରେ କ୍ଲିକ କରନ୍ତୁ- ସୌମ୍ୟରଂଜନଙ୍କ ତେରଚ୍ଛା ବାଣ, ନବୀନଙ୍କୁ ନିନ୍ଦା, ଜାନକୀଙ୍କୁ ପ୍ରଶଂସା ଆଜି ଏକ ସଭାରେ ସୌମ୍ୟବାବୁ ଜାନକୀବାବୁଙ୍କ ଶାସନ ଭଲ ଥିଲା ଏବେର ଶାସନ ଭଲ ନାହିଁବୋଲି କହିଥିଲେ। ଏଥିସହିତ ସେ ବିଧାୟକ ଓ ମନ୍ତ୍ରୀ ସଚିବଙ୍କ ଅଧସ୍ଥନ ବୋଲି କହିଥିଲେ। ଏହାକୁ ନେଇ ଅନୁଭବ ଏହି ପତିକ୍ରିୟା ଦେଉଛନ୍ତି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ। ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୈତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ…

Read More

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କଲିକତା ହାଇକୋର୍ଟରେ ବିଜେପି ନେତାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ନେତାମାନଙ୍କୁ ବଞ୍ଚାଇବା ପାଇଁ ହାଇକୋର୍ଟ କାର୍ଯ୍ୟ କରୁଛନ୍ତି। ଏବେ ବିଜେପି ମଧ୍ୟ ଏହାର ପାଲଟା ଆକ୍ରମଣ କରିଛି। ବିଜେପି ସାଂସଦ ସୌମିତ୍ର ଖାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନ୍ୟାୟପାଳିକା ଉପରେ ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ମନ୍ତବ୍ୟ ପାଇଁ ତାଙ୍କ ଲୋକସଭା ସଦସ୍ୟତା ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ଶ୍ରୀ ଖାନ କହିଛନ୍ତି ଯେ, ସେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିବେ। ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ: ଜଷ୍ଟିସ ରାଜଶେଖର ମନ୍ଥାଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଯଦି ଶୁଭେନ୍ଦୁ ଅଧିକାରୀ ଟ୍ୱିଟରରେ କିଛି ଭୁଲ କରନ୍ତି, ତେବେ ଏଫଆଇଆର ପଞ୍ଜୀକୃତ ହୋଇପାରିବ ନାହିଁ। ଅଭିଷେକ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନଲାଇନ୍ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଭିଟି) ଏବଂ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହି ସ୍ୱୀକୃତିପ୍ରାପ୍ତ ଅନଲାଇନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ। ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି। ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା  ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ସିଓପି୨୮ ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ୍ ସିଇଓ ଡକ୍ଟର ସୁଲତାନ୍ ଅଲ ଜାବେରଙ୍କୁ ଭେଟିଥିଲେ। ୟୁଏଇର ଅଧ୍ୟକ୍ଷତାରେ ୟୁଏନ୍‍ଏଫ୍‍ସିସିସି ର ଆଗାମୀ ସିଓପି-୨୮ ଉପରେ ଆଲୋଚନା ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁଏଇର ଆଭିମୁଖ୍ୟ ସମ୍ପର୍କରେ ଡକ୍ଟର ଜାବର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ସିଓପି-୨୮ ଅଧ୍ୟକ୍ଷତା ପାଇଁ ୟୁଏଇକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆନ୍ତର୍ଜାତୀୟ ସୌର ସଂଗଠନ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଆନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ପରିବେଶ ପାଇଁ ଜୀବନଶୈଳୀ (ମିଶନ ଲାଇଫ୍‍) ସମେତ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିବା ପାଇଁ ଭାରତର ପ୍ରୟାସ ଏବଂ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି। ଏହି ଆଲୋଚନାରେ ଭାରତ ଏବଂ ୟୁଏଇ ମଧ୍ୟରେ ଶକ୍ତି ସହଯୋଗ ଉପରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟବର୍ତ୍ତୀ ଭୀମପୁର ଗ୍ରାମର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାନାମ୍ଵର ସରକାରୀ ହାଇ ସ୍କୁଲର ପୂର୍ବତନ ଆଦର୍ଶ ପ୍ରଧାନଶିକ୍ଷକ ସ୍ଵର୍ଗତ ଲଡୁକେଶ୍ଵର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ଗ୍ରାମର ଅନନ୍ତ ସ୍ଵାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଆନନ୍ଦ ଚନ୍ଦ୍ରସେନାପତି, ନନ୍ଦ କିଶୋର ମିଶ୍ର, ଦୁର୍ଗାଚରଣ ଦାଶ, ମଧୁସୂଦନ ନନ୍ଦ ବିଭୂତି ଭୂଷଣ ନନ୍ଦ, ଅଧ୍ୟାପକ ପାର୍ଥସାରଥୀ ସାମନ୍ତରା, ଜୟନ୍ତ ମିଶ୍ର, ଗଣେଶ୍ଵର ମୁଦୁଲି,ବିରେନ୍ଦ୍ର କୁମାର ତ୍ରିପାଠୀ, ମାଧବ ଚନ୍ଦ୍ରବାରିକୀ, ବୈରାଗୀ ଚରଣ ବେହେରା, ଅଶୋକ ନନ୍ଦ, ଲକ୍ଷ୍ମୀଧର ସାହୁ , ରାସବିହାରୀ ସାହୁ, ସୁକାନ୍ତ ଜେନା, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସାହୁଙ୍କ ଶିକ୍ଷକତା ଜୀବନର ଆଦର୍ଶ ଗୁଣାବଳୀ ସଂପର୍କରେ ଆଲୋକପାତ କରି ବାନାମ୍ଵର ହାଇ ସ୍କୁଲ ଗଠନରେ ତାଙ୍କ ପ୍ରମୁଖ ଅବଦାନ ଚିରକାଳ ବାଣପୁର…

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନିଳାଦ୍ରୀପ୍ରସାଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତା ପ୍ରଦୀପ କୁମାର ଜାନି, ନାରାୟଣ ସାହୁ, ପିତବାସ ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ରମେଶ ବେହେରା, ପବିତ୍ର ଜାନି, ଦିଗାମ୍ବର ସାମନ୍ତରାୟ, ସୁକଦେବ ଲେଙ୍କା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ…

Read More