Author: Samikhsya Bureau

ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ…

Read More

ନୂଆଦିଲ୍ଲୀ: ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ରିହାତି ଭଡ଼ା ଯୋଜନାର ପ୍ରଯୁଜ୍ୟତା: ଅନୁଭୂତି ଓ ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍‌ ଏବଂ ଏଗ୍‌ଜିକ୍ୟୁଟିଭ୍‌ ଶ୍ରେଣୀରେ ରିହାତି ଯୋଜନା ଲାଗୁ ହେବ। ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ। ଟିକେଟ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସର୍ଚ୍ଚାର୍ଜ, ଜିଏସଟି ଆଦି ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଯେକୌଣସି କିମ୍ବା ସବୁ ଶ୍ରେଣୀରେ ରିହାତି ପ୍ରଦାନ କରାଯିବ। ବିଗତ 30 ଦିନ ମଧ୍ୟରେ 50%ରୁ କମ୍‌ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି, ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଜୁନାଗଡ, କେସିଙ୍ଗା, ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ କଳାହାଣ୍ଡି “ଦିଶା” ବୈଠକରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ବାଲୁଗାଁ ପୋଲିସ କର୍ମଚାରୀ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଟିମ ସାମିଲ ଥିଲେ। ପ୍ରଥମ ଦିନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଜେଟି ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟତଃ ୬୦୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୧୨ ହଜାର ଫୁଟ ଜିରୋ ନେଟ(୨୫ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇଥିବା…

Read More

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଳ ଗାନ୍ଧୀ ଅନ୍ନଦାତାଙ୍କ ସହିତ ମିଶି ଧାନ ରୋଇଛନ୍ତି। ସେ ଆଜି ହରିଆନାର ସୋନପଥ ନିକଟସ୍ଥ ମାଡିନା ଗ୍ରାମର ଚାଷୀମାନଙ୍କ ସହିତ ଧାନ ଚାଷରେ ଚାଷୀଙ୍କୁ ସାହାଯ୍ୟ କରିଛନ୍ତି। ଦିଲ୍ଲୀରୁ ସିମିଳା ଯାଉଥିବା ବେଳେ ବାଟରେ ରାହୁଳ ଚାଷୀଙ୍କ ଏହି କାମ ଦେଖି ଗାଡିରୁ ଓହ୍ଲାଇ ଚାପଲ କାଢି ବିଲ ଭିତରକୁ ପ୍ରବେଶ କରିଥିଲେ। ଏହା ଦେଖିବା ପରେ ସେଠାକାର ଚାଷୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏକ ଟ୍ରାକ୍ଟର ଚଲାଇ କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେତେବେଳେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ରାହୁଳ ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଗାଁର ଜଣେ କୃଷକ ସଂଜୟ କୁମାର କହିଛନ୍ତି ଯେ ହଠାତ୍ ତାଙ୍କ କ୍ଷେତ ନିକଟରେ କାରଗୁଡିକ ଅଟକି ଯାଇଥିଲା।ସେଥିମଧ୍ୟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟିଏ ଗାଡିରୁ ବାହାରି ଆସିଲେ। “ପ୍ରାରମ୍ଭରେ ଧାନ ରୋଉଥିବା ଚାଷୀମାନଙ୍କ ପାଖକୁ ରାହୁଲ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ। ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି। ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି। ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ। ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ। ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି। ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି। ଓଡ଼ିଶାରେ ପ୍ରଥମ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବିଡ଼ିଓ ଡଃ ପଲ୍ଲବୀ ସ୍ବାଇଁଙ୍କୁ କୁକୁଡ଼ାଖଣ୍ଡି ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ବିଭିନ୍ନ ଦାବି ଯଥା ସଙ୍ଘ ଗୃହ ନିର୍ମାଣ, ସହରର ବିଭିନ୍ନ ସାହିକୁ ଗମନାଗମନର ସୁବିଧା, ପାନୀୟ ଜଳ ଯୋଗାଣ, ରାସ୍ତା ଆଲୋକର ଉନ୍ନତି କରଣ ସହ ପରିବେଶ ଜନିତ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି। ବିଡିଓ ଦାବିପତ୍ର ଗ୍ରହଣ କରି ଅତି ଶୀଘ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ବେଳେ ସଭାପତି ନିତ୍ୟାନନ୍ଦ ଦଳେଇ,ଏ ସନ୍ୟାସୀ,ଏ ଚିନ୍ତାମଣି, ଅର୍ଜୁନ ରାଉତ, ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ମାଧବ ରାଓ ଓ ପ୍ରକାଶ ଦୋରାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗରରେ ସୁଭାସପା ସଭାପତି ଓମପ୍ରକାଶ ରାଜଭାରଙ୍କ ପୁଅ ଅରବିନ୍ଦ ରାଜଭରଙ୍କ ସହ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଅରବିନ୍ଦ ରାଜଭର ଗ୍ରାମ ସଭାକୁ ଯାଇଥିଲେ। ଅରବିନ୍ଦ ରାଜଭାରଙ୍କ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅଘଟଣ ଘଟିଥିବାର ଅଭିଯୋଗ କରି ସୁଭାସପା କର୍ମୀ କହିଛନ୍ତି ଯେ, ତାଙ୍କ କାରକୁ ଚାରିପାଖେ ଘେରି ରହି ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି। ଅନ୍ୟପକ୍ଷରେ ଅରବିନ୍ଦ ରାଜଭାର ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ, ପୋଲିସକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ସେ କହିଛନ୍ତି ଯେ, ସ୍ଥାନୀୟ ଗାଁ ମୁଖିଆଙ୍କ ସହ ଦୁଇଶହରୁ ତିନି ଶହ ଲୋକଙ୍କ ଭିଡ ତାଙ୍କ ଗାଡିକୁ ଘେରି ରହି ଇଟା ଓ ପଥର ଫିଙ୍ଗି ଗାଡିଗୁଡିକୁ ଖରାପ କରିଦେଇଥିଲେ। ଜିଲ୍ଲା ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣି ଅରବିନ୍ଦ ରାଜଭାର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ଙ୍କ ଅଧ୍ୟକ୍ଷତାରେ ଅପରାଧୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ତାଲା ବନ୍ଦ ଘରୁ ଚୋରି, ମୋଟରସାଇକେଲରେ ପିଛା କରି ମହିଳା ମାନଙ୍କର ବେକରୁ ସୁନା ଅଳଙ୍କାର ଲୁଟ, ଗୋଷ୍ଠୀ ସଂଘର୍ଷ, ବହୁ ପୁରୁଣା ଅପରାଧୀ ମାନଙ୍କର ତାଲିକା ପ୍ରସ୍ତୁତି ସହ ନୂତନ ଭାବେ ଅପରାଧ ଜଗତରେ ପ୍ରବେଶ କରିଥିବା କିଛି ନୁଆ ଓ ବାଳ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ରଖିବା ସମେତ ସ୍ଥଗିତ ଥିବା ପୁରୁଣା ମକଦ୍ଦମା ଫାଇଲ୍ ଗୁଡ଼ିକର ଶୀଘ୍ର ସମ୍ପାଦନ ନିମନ୍ତେ ଏସ୍ ପି ମହାଶୟ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ବୈଠକରେ ଅତିରିକ୍ତ ଏସପି ଅସିମ୍ ପଣ୍ଡା, ରମେଶ ସେଠୀ ବ୍ରହ୍ମପୁର ଏସ୍ ଡି ପି ଓ ରାଜୀବ ଲୋଚନ ପଣ୍ଡା, ସଦର…

Read More

ଜୀବନ ଶୈଳୀ: ଆଜିର ଜୀବନଶଶୈଳୀରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପର ଅଭିଯୋଗ କରନ୍ତି। ସଠିକ୍ ଖାଦ୍ୟ ଏବଂ ପାନୀୟ ନ ରହିବା ସହିତ ଅଧିକ ଚାପ ନେବା ହେତୁ ଏହି ସମସ୍ୟା ଦେଖାଦେଇଥାଏ। ରକ୍ତଚାପ ଥିବାବେଳେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ଏହି ଲୋକମାନେ ନିଜ ଖାଦ୍ୟରେ ପୋଟାସିୟମ୍ ଭରପୂର ଏକ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍। ଯାହାଦ୍ୱାରା ସେମାନଙ୍କର ବିପି ନିୟନ୍ତ୍ରଣରେ ରହିବ। ଏଥିସହ, ସେମାନେ ସେମାନଙ୍କର ଖାଦ୍ୟରେ ଲୁଣର ପରିମାଣକୁ ସଂପୂର୍ଣ୍ଣ ହ୍ରାସ କରିବା ଉଚିତ୍। ଚା’କୁ ଏଡାଇବା ଉଚିତ କି ନୁହେଁ ତାହା ମଧ୍ୟ ଜାଣନ୍ତୁ…. ଚା ପିଇବା ଠିକ୍ କି ଭୁଲ୍?: – ବିଶେଷଜ୍ଞମାନେ କୁହନ୍ତି, ଚା ’ପିଇବା ଦ୍ୱାରା ରକ୍ତଚାପ ବଢିଯାଏ ନାହିଁ, କିନ୍ତୁ ଅନେକ ଲୋକ ଅଛନ୍ତି ଯାହାର ଅନ୍ୟାନ୍ୟ ସମସ୍ୟା ଥାଏ। ତେବେ ଏପରି ଲୋକମାନେ ଉଚ୍ଚ ରକ୍ତଚାପରେ ଚା’ ପିଇବା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଚର୍ମକୁ ସଫା ଏବଂ ସୁନ୍ଦର କରିବା ପାଇଁ ଲୋକମାନେ ଗୋଲାପ ଜଳ ବ୍ୟବହାର କରନ୍ତି। ଗୋଲାପ ଜଳ ପ୍ରୟୋଗ କରି, ଜଳିବା ଏବଂ ଅନେକ ପ୍ରକାରର ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଗୋଲାପ ଫୁଲରେ ଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଚର୍ମକୁ ସଫା ରଖିବା ବ୍ୟତୀତ ଏହା ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଗୋଲାପରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟିମାଇକ୍ରୋବାୟଲ୍ ଏବଂ ଭିଟାମିନ୍ ସି ଭଳି ଉପାଦାନଗୁଡ଼ିକ ମିଳିଥାଏ। ଯାହା ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁସ୍ଥ ରଖେ। ଚର୍ମରେ ଆପଣ ନିଶ୍ଚିତ ଭାବରେ ଗୋଲାପ ଜଳ ବ୍ୟବହାର କରିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଲାପ ଜଳ ପିଇବାର ଉପକାର ବିଷୟରେ କହୁଛୁ। ଏହା ହଜମକୁ ଉନ୍ନତ କରିଥାଏ ଏବଂ ଯକୃତକୁ ସୁସ୍ଥ କରିଥାଏ। ଗୋଲାପ ଜଳ କିପରି ତିଆରି କରାଯାଏ ଆସନ୍ତୁ ଜାଣିବା… ଘରେ ଗୋଲାପ ଜଳ କିପରି ତିଆରି କରିବେ?:…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଏକ ଜିଲ୍ଲାର ସାଂଗଠାନିକ ପଦପଦବୀର ତାଲିକା ଘୋଷଣା କରିଛି। ସେହି ଅନୁସାରେ ବାଲେଶ୍ବର ଜିଲ୍ଲାର ସଭାପତି ମନ୍ତ୍ରୀ ଅଶ୍ବନୀ ପାତ୍ର ଥିବା ବେଳେ ବରିଷ୍ଠ ଉପସଭାପତି ଭାବେ ୪ ଜଣଙ୍କ ନିଯୁକ୍ତି ଦିଆଯାଇଛି। ସେହିପରି ୯ ଜଣଙ୍କୁ ଉପସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସେହିପରି ଦଳ ବାଲେଶ୍ବର ପାଇଁ ୧୬ ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୨୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବାଲେଶ୍ବର ପାଇଁ ମଧ୍ୟ ଜଣେ ମିଡିଆ କୋର୍ଡିନେଟର ରଖାଯାଇଛି। ସେ ହେଲେ ସତ୍ୟନ୍ଦ୍ର କୁମାର ଦାସ। ଏଥିରେ ୨୩ ଜଣଙ୍କୁ ଯୁଗ୍ନ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ.. ଏହି ନୂଆ କର୍ମକର୍ତ୍ତାମାନେ ତୁରନ୍ତ ଦାୟିତ୍ବ ନେଇ କାର‌୍ୟ୍ୟ କରିବାକୁ ଦଳ ତରଫରୁ ଜାରୀ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Read More

କଲିକତା: ପଶ୍ଚିମବଙ୍ଗରେ ପଞ୍ଚାୟତ ଭୋଟ୍ ସମୟରେ ହିଂସାରେ ଆଉ ଏକ ମୃତ୍ୟୁ ଘଟିଛି। କୁଚବିହାରର ଦିନହାଟାରେ ଗୁଳିରେ ଆଘାତ ଲାଗି ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଛି। ଗତ ରାତିରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଜଣ ରାଜନୈତିକ କର୍ମୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ​​ଅପରାହ୍ନ ୧ ଟା ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଛି।

Read More

ନୂଆଦିଲ୍ଲୀ: ଆମେରିକାରେ ଆଜିକାଲି ଗୁଳି ବିନିମୟ ଘଟଣା ଦେଖିବାକୁ ମିଳୁଛି। ଲକ୍ଷ ଲକ୍ଷ ଉଦ୍ୟମ ପରେ ମଧ୍ୟ ଏଭଳି ଘଟଣା ଏପର୍ଯ୍ୟନ୍ତ ନିୟନ୍ତ୍ରିତ ହୋଇନାହିଁ। ତେବେ ଏଭଳି ଘଟଣାର ଅପରାଧୀଙ୍କ ସହ ସରକାର କଡା କାର୍ଯ୍ୟ କରୁଛନ୍ତି। ସଦ୍ୟତମ ମାମଲା ଟେକ୍ସାସ ସହ ଜଡିତ, ଯେଉଁଠାରେ ୱାଲ ମାର୍ଟରେ ୨୩ ଜଣଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ୯୦ ବର୍ଷ ଦଣ୍ଡିତ କରାଯାଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଦୋଷୀ ବ୍ୟକ୍ତି ୨୦୧୯ ମସିହାରେ ଏଲ୍ ପାସୋରେ ଗୁଳି ବିନିମୟ କରିଥିଲେ। ତା’ପରେ ସେ ୱାଲମାର୍ଟ ଭିତରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇ ୨୩ ଜଣଙ୍କୁ ଟାର୍ଗେଟ କରିଥିଲେ। ଏହି ଦୋଷୀ ଯୁବକଙ୍କ ନାମ ପାଟ୍ରିକ୍ କ୍ରୁସିୟସ୍ ବୋଲି ଜଣା ପଡିଛି, ଯିଏକି ଚଳିତ ବର୍ଷ ପ୍ରାରମ୍ଭରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ୯୦ ବର୍ଷ ଦଣ୍ଡିତ କରାଯାଇଛି। ତେବେ, ପାଟ୍ରିକ୍ ଅଧିକ ଦଣ୍ଡ ଭାବରେ ମୃତ୍ୟୁଦଣ୍ଡର ସାମ୍ନା କରିବାକୁ…

Read More

ଭୁବନେଶ୍ବର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି। କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ…

Read More

ଭୁବନେଶ୍ବର: ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ଗତକାଲି ଭୁବନେଶ୍ଵରସ୍ଥିତ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଳିତ ହୋଇଅଛି। ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସଭାକୁ ସମ୍ବୋଧିତ କରି ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉପଲକ୍ଷେ ଅପାର ଆନନ୍ଦ ପରିପ୍ରକାଶ କରିଥିଲେ । ତତ ସହିତ ଜନସାଧାରଣଙ୍କୁ ରାଜ୍ୟରେ ବ୍ୟାପକ ପରିମାଣରେ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଉପଦେଶ ଦେଇଥିଲେ। ସେହିପରି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ନିରାପତ୍ତା ଓ ଅକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ବର…

Read More

କଲିକତା: ଉତ୍ତର ୨୪ ପରଗାନା ଜିଲ୍ଲାର ପୀରଗାଛା ଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବୁଥ ଏଜେଣ୍ଟ ଅବଦୁଲ୍ଲାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗ୍ରାମବାସୀ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ହତ୍ୟା ପଛରେ ଟିଏମସି ପ୍ରାର୍ଥୀ ମୁନ୍ନା ବିବିଙ୍କ ସ୍ୱାମୀ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ​​ସକାଳ ୯ ଟା ପର୍ଯ୍ୟନ୍ତ ୧୦.୨୬ ପ୍ରତିଶତ ମତଦାନ କରାଯାଇଛି। ରାଜ୍ୟରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସକାଳ ୭ ଟାରୁ ଭୋଟ୍ ଦିଆଯାଉଛି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ​​ହିଂସାକୁ ନେଇ ବିଜେପି ନେତା ସୁଦର୍ଶନ ତ୍ରିବେଦୀ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୯୦ ଦଶକରେ ବିହାରରେ ଘଟିଥିବା ପରି ବଙ୍ଗଳାରେ ମଧ୍ୟ ସମାନ ଘଟଣା ଘଟୁଛି। ଆମ କର୍ମୀମାନଙ୍କୁ ହତ୍ୟା କରାଯାଉଛି। ବଙ୍ଗଳା ସରକାର ସିଧାସଳଖ ହିଂସା ଘଟାଉଛନ୍ତି। ବିଜେପି କର୍ମୀମାନେ ମଜବୁତରେ ଠିଆ ହୋଇଛନ୍ତି।

Read More

ଭୁବନେଶ୍ବର: ସାବଧାନ! ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଫଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ସଫା ହୋଇଯିବ। ଏହିପରି ଏକ ସଚେତନତା ବାର୍ତ୍ତା ଦେଇଛି ଓଡିଶା ପୋଲିସ। ଏଥିରେ କୁହାଯାଇଛି ଯେ, ଆପଣଙ୍କ ହ୍ବାଟସପକୁ ଏକ ଅଜଣା ନମ୍ବରରୁ ହ୍ବାଟସପ ଅପଡେଟ କରିବାକୁ ଏକ ଲିଙ୍କ ଆସିବ। ଏଥିରେ କୁହାଯିବ ଯେ, ପିଙ୍କ ହ୍ବାଟସପ ଡାଉନଲୋଡ କରନ୍ତୁ ଅଧିକ ଫିଚର ସୁବିଧା ହାସଲ କରନ୍ତୁ। ଏହା ସତ ବୋଲି ଆପଣ ଭାବି ସେହି ଲିଙ୍କକୁ କ୍ଲିକ କରିଦେବେ। ଫଳରେ ଆପଣଙ୍କ ମୋବାଇଲରେ ଏକ ପିଙ୍କ ହ୍ବାଟସପ ଖୋଲିଯିବ। ଏହାପରେ ସାଇବର ଠକମାନେ…

Read More

ନୂଆଦିଲ୍ଲୀ: ବିଦେଶରେ ବସିଥିବା ଖାଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ୨୧ ଜଣ ଆତଙ୍କବାଦୀଙ୍କ ନାମ ମୋଷ୍ଟ ୱାଣ୍ଟେଡ ତାଲିକାରେ ଏନଆଇଏ ପଞ୍ଜିକୃତ କରିଛି। ଏହି ତାଲିକାରେ କାନାଡା, ଆମେରିକା ଏବଂ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀଙ୍କ ନାମ ରହିଛି। ଏହି ଖାଲିସ୍ତାନୀଙ୍କ ନାମ ସହିତ ଫଟୋ NIA ୱେବସାଇଟରେ ପୋଷ୍ଟ କରାଯାଇଛି। ଏହି ତାଲିକାରେ ଲଖବୀର ସିଂ ଲଣ୍ଡା, ମନଦୀପ ସିଂ, ସତନାମ ସିଂ, ଅମ୍ରିକ୍ ସିଂଙ୍କ ପରି ଖାଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ନାମ ଏବଂ ବିବରଣୀ ରହିଛି। ସୁରକ୍ଷା ଏଜେନ୍ସି ତାଲିକାର ଶୀର୍ଷରେ ଶିଖ ଫର ଜଷ୍ଟିସର ପଳାତକ ଗୁରୁପତବନ୍ତ ସିଂ ପନ୍ନୁ ଅଛନ୍ତି। ଏନଆଇଏ ସୂତ୍ର ଅନୁଯାୟୀ ବିଦେଶରେ ବସିଥିବା ଖାଲିସ୍ତାନୀଙ୍କ ବିରୋଧରେ ଖୋଜି ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୁଲାଇ ୧୭ ପରେ ଖୁବ୍ ଶୀଘ୍ର, ଏନଆଇଏର ଏକ ୫ ଜଣିଆ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋ…

Read More

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ପ୍ରଦାନରେ ନିଜର ପ୍ରତିବଦ୍ଧତା ଜାରି ରଖିଛି । ଯାହାର ପରିଣାମ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ‘ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ଆୟୋଗ (ୟୁନେସ୍‌କ୍ୟାପ)ର ସର୍ବେକ୍ଷଣରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି । ୨୦୨୩ ବର୍ଷ ପାଇଁ କରାଯାଇଥିବା ଏହି ସର୍ବେକ୍ଷରେ ୧୪୦ରୁ ଅଧିକ ଅର୍ଥବ୍ୟବସ୍ଥାକୁ ସାମିଲ କରାଯିବା ସହିତ ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ମୂଲ୍ୟାୟନ କରାଯାଇଥିଲା । ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସ ପାଇଁ ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ଭାରତ ଏହି ସର୍ବେକ୍ଷଣରେ ଅଗ୍ରଣୀ ଥିବା ଦର୍ଶାଯାଇଛି । ବିଭିନ୍ନ ଉପ ସୂଚକାଙ୍କରେ ଭାରତ ଅସାଧାରଣ ପ୍ରଗତି ହାସଲ କରିଥିବା ୨୦୨୩ ସର୍ବେକ୍ଷଣରେ କୁହାଯାଇଛି । ପାରଦର୍ଶିତା, ଔପଚାରିକତା,…

Read More