Author: Samikhsya Bureau

ଭୁବନେଶ୍ବର: ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ ପିଠା। ଚାଉଳ ଜନ୍ତୁଣୀରୁ ପ୍ରସ୍ତୁତ ହୋଇଥାଏ ଏହି ପିଠା। ଯାହାକି ପ୍ରତିଟି ଓଡିଆ ଘରେ ଏହି ପୋଡପିଠାର ମହକ ଖେଳିହୋଇଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୋଡପିଠା ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ। ରଥଯାତ୍ରା ବେଳେ ଲାଗି ହୁଏ ଏହି ଭୋଗ। ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି।…

Read More

ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି…

Read More

ପୁରୀ: ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି କେବଳ ମହାପ୍ରଭୃ ପହଣ୍ଡି ବିଜେ କରିବେ। ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବେ। ପ୍ରଥମେ ଭାଇ ବଳଭଦ୍ର, ପରେ ମା’ ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ। ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ…

Read More

ନୂଆଦିଲ୍ଲୀ: ଟାଇଟାନିକର ଧ୍ୱଂସାବଶେଷ ନିକଟରେ ଏକ ବ୍ୟବସାୟିକ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି। ସ୍କାଏ ନ୍ୟୁଜ୍ ଏହାର ରିପୋର୍ଟରେ ଏହା ନିଶ୍ଚିତ କରିଛି। ତେବେ ନିଖୋଜ ବିମାନରେ କେତେ ଲୋକ ଅଛନ୍ତି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୧୪ ତାରିଖ ୧୯୧୨ ରେ, ଟାଇଟାନିକ୍ ଜାହାଜ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଏକ ହିମଖଣ୍ଡ ସହିତ ଧକ୍କା ହେବା ପରେ ଦୁଇ ଖଣ୍ଡରେ ବିଭକ୍ତ ହୋଇ ବୁଡ଼ିଯାଇଥିଲା। ଟାଇଟାନିକ୍ ବୁଡ଼ିଯିବା କାରଣରୁ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଜାହାଜଟି ବ୍ରିଟେନର ସାଉଥମ୍ପଟନ୍ ବନ୍ଦରରୁ ଏପ୍ରିଲ୍ ୧୦ ତାରିଖରେ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା, ଯାହା ଦୁର୍ଘଟଣାର ଶିକାର ହୋଇଥିଲା।

Read More

ନୂଆଦିଲ୍ଲୀ: ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଥିବା ଗୋରଖପୁର ଗୀତା ପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ‘ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଥିବାରୁ ମୁଁ ଗୋରଖପୁର ଗୀତା ପ୍ରେସକୁ ଅଭିନନ୍ଦନ ଜଣାଉଛି। ଲୋକଙ୍କ ଭିତରେ ସାମାଜିକ ତଥା ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେବାରେ ସେମାନେ ଗତ ୧୦୦ ବର୍ଷ ଭିତରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।’

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ। ସ୍ନାନ ପୂର୍ଣ୍ଣିମା ଠାରୁ ବାଣପୁରର ଆରାଧ୍ୟ ଦେବ ପ୍ରଭୁ ରଙ୍କନାଥ ଓ ଚରଣ ଚକାଦେବ ଅଣସର ଘରେ ଜ୍ୱରରେ ପୀଡିତ ଥିଲେ।  ଦୀର୍ଘଦିନର ଅସୁସ୍ଥତା ଓ ବହୁ କଷ୍ଟ ସ୍ୱୀକାର ପରେ ପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି। ସକାଳ ଧୂପ ଓ ଅବକାଶ ପରେ ବିଭିନ୍ନ ଭୋଗ ଲାଗିପରେ ଭକ୍ତଙ୍କୁ ପୂର୍ଣ୍ଣ ଅବୟବରେ ଦର୍ଶନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଭକ୍ତଙ୍କର ସୁଅ ଛୁଟିବାରେ ଲାଗିଛି ରଙ୍କନାଥ ମନ୍ଦିରକୁ। ଆସନ୍ତା କାଲି ଘୋଷଯାତ୍ରାରେ ରଥାରୁଢ଼ ହେବେ ରଙ୍କନାଥ ଓ ଚରଣ ଚକାଦେବ। ତେଣୁ ରଥରେ ଦର୍ଶନ କରିବାକୁ ଭକ୍ତଙ୍କ ମନରେ ଆବେଗ ବଢ଼ିବାରେ ଲାଗିଛି। ଶ୍ରୀ ଗୁଣ୍ଡିଚାକୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର କମିଟିଙ୍କ ସହ ବାଣପୁର ଅଧ୍ୟକ୍ଷ ମିଟୁ ନାୟକ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି। ଘୋଷଯାତ୍ରାକୁ ଆକର୍ଷଣୀୟ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ସ୍ଥିତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ପୂର୍ବାହ୍ନରେ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଏବଂ ନାଚୁଣି ଆଇଆଇସି ଚନ୍ଦ୍ର ଶେଖର ଜେନା ଉକ୍ତ ଅଞ୍ଚଳ ଗସ୍ତ କରି ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ ସାହୁ ଚିଲିକା ହ୍ରଦରେ ନୌବିହାର ମାଧ୍ୟମରେ ଅନୁଷ୍ଠିତ ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତାକାଲି ରଥଯାତ୍ରାରେ ଟାପୁମଧ୍ୟକୁ ବିଗ୍ରହମାନଙ୍କୁ ନିରାପଦ ଭାବେ ନେବା ପାଇଁ ଡଙ୍ଗା ମାଲିକମାନଙ୍କୁ ସଚେତନ କରାଯାଇଥିଲା। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ନିୟୋଜିତ ରହିବେ।ଏଥିସହିତ ଆସନ୍ତାକାଲି ସମସ୍ତ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ମାଗଣା ପ୍ରସାଦ ମଧ୍ୟ ବଣ୍ଟନ କରାଯିବ। ଅନୁରୂପ ଭାବେ ଟାପୁ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ଧୀବରମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ,ପାର୍କିଂ,ଚିକିତ୍ସା ବ୍ୟବସ୍ଥା…

Read More

ନୂଆଦିଲ୍ଲୀ: ଇଣ୍ଡିଗୋ ନାମକ ସର୍ବ ବୃହତ ଘରୋଇ କ୍ଷେତ୍ର ବିମାନ ଅପରେଟର ଇଣ୍ଟରଗ୍ଲୋବ ଆଭିଏସନ ୫୦୦ ନୂତନ ଏୟାରବସ୍ ଏ୩୨୦ ଫ୍ୟାମିଲି ବିମାନ କିଣିବାକୁ ଯାଉଛି। ଏହା ଯେକୌଣସି ଭାରତୀୟ ବିମାନ ସେବା ଦ୍ୱାରା ଏକକାଳୀନ ବିତରଣ କରୁଥିବା ସର୍ବାଧିକ ସଂଖ୍ୟକ ବିମାନ ଆଦେଶ। ଇଣ୍ଡିଗୋ ୫୦୦ ନୂତନ ଏୟାରବସ୍ ଏ୩୨୦ ବିମାନ ପାଇଁ ଏକ ଅର୍ଡର ରଖିଛି। ଇଣ୍ଡିଗୋ ହେଉଛି ବିଶ୍ଵର ପ୍ରଥମ ବିମାନ କମ୍ପାନୀ, ଏକାଥରକେ ଏତେ ସଂଖ୍ୟକ ବିମାନ କିଣିବା ପାଇଁ ଏୟାରବସ୍ ସହିତ କାରବାର କରିଛି। ଚଳିତ ବର୍ଷ ଭାରତରୁ ଏଭଳି ସଂଖ୍ୟକ ବିମାନ ଅର୍ଡର କରିବାର ଏହା ହେଉଛି ଦ୍ୱିତୀୟ ମାମଲା। ଏହା ପୂର୍ବରୁ ଟାଟା ଗ୍ରୁପ୍‌ର ମାଲିକାନା ଥିବା ଏୟାର ଇଣ୍ଡିଆ ପୂର୍ବରୁ ୪୭୦ ଟି ନୂଆ ବିମାନ କିଣିବା ପାଇଁ ଏୟାରବସ୍ ଏବଂ ବୋଇଙ୍ଗ ସହିତ ଚୁକ୍ତି ଘୋଷଣା କରିଥିଲା।

Read More

ଖୋର୍ଦ୍ଧା: ଗତକାଲି ଜିଲ୍ଲାବ୍ୟାପୀ ବ୍ଲକ ଓ ମ୍ୟୁନିସିପାଲଟିରେ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଜିଲ୍ଲା ବ୍ୟାପୀ ବିପର୍ଯ୍ୟୟ ପରିାଳନା ଅଭ୍ୟାସ ୫୧ ଗୋଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି। ସେହି ଆଶ୍ରୟସ୍ଥଳୀ ଗୁଡିକରେ ଜିଲ୍ଲା ତଥା ବ୍ଲକ, ପଞ୍ଚାୟତ ଅଧିକାରୀ, ଗ୍ରାମବାସୀମାନଙ୍କର ସମ୍ମୁଖରେ, ଅଗ୍ନିଶମ ଅଧିକାରୀ ଓ ତାଲିମ ପ୍ରାପ୍ତ ଯୁବ ଉଦ୍ଧାରକାରୀ ଦଳ, ପ୍ରାଥମିକ ଚିକିତ୍ସା ଦଳ ଓ ଆପଦାମିତ୍ର ମାନେ ବିଭିନ୍ନ ଜୀବନ ରକ୍ଷାକରି କୌଶଳ ମାନ ପ୍ରଦର୍ଶନ କରିବା ସହିତ, ଜରୁରୀ କାଳୀନ ସହାୟତା ପାଇଁ ରଖାଯାଇଥିବା ବିଭିନ୍ନ ଉପକରଣ ଗୁଡିକୁ ଚଳାଇ ଜନ ସାଧାରଣ ଙ୍କୁ ଦେଖାଇ ଥିଲେ।

Read More

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି। ଡକ୍ଟର…

Read More

ଭୁବନେଶ୍ୱର: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଅଙ୍କିତ ରାଜ ବିଶ୍ୱାଳ। ନିକଟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ ରାଜ ସର୍ଭିସେସ୍ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇ ଯୁବ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି। ଶ୍ରୀ ବିଶ୍ୱାଳ ଗତ ଏପ୍ରିଲ ମାସରେ ଭୋପାଳ ଠାରେ ଏସ୍‌ଏସ୍‌ବି ଆସେସ୍‌ମେଂଟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ବେଳେ ସୋମବାର ତାଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବିଶ୍ୱାଳ ଆଇଟିଇଆର୍‌ର ଏନ୍‌ସିସି ୟୁନିଟରେ ସାମିଲ ଥିଲେ ଏବଂ ସିନିୟର ଅଣ୍ଡର ଅଫିସର ଭାବେ ଦାୟିତ୍ୱ ବହନ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୨୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୩ ଗୋଟି ଅଭିଯୋଗ ବ୍ୟକ୍ତିଗତ, 2 ଗୋଟି ସାମୁହିକ, ୨ ଗୋଟି ଅଭିଯୋଗ ର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠି ରୁ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ସି.ଡ଼ି.ଏମ.ଓ ଡ଼ ଆର୍ତ୍ତବନ୍ଧୁ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଗ୍ରୀଭାନ୍ସ, ଟାଙ୍ଗୀ ବି.ଡ଼ି.ଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ…

Read More

ଭୁବନେଶ୍ଵର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜଣେ 25 ବର୍ଷୀୟା ମହିଳା 9 ଡିସେମ୍ବର 2022, ଅପରାହ୍ଣ ପ୍ରାୟ ସାଢ଼େ 4ଟା ସମୟରେ ନିଜ ଘରେ କାମ କରୁଥିବା ସମୟରେ ମେସିନ୍‌ରେ ତାଙ୍କ ହାତ କଟି ଯାଇଥିଲା। ତାଙ୍କର ବାମ ହାତ କହୁଣୀ ତଳୁ ସମ୍ପୂର୍ଣ୍ଣ କଟି ଅଲଗା ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣଙ୍କ ଧାନ କଟା ମେସିନରେ କାମ କରୁଥିବା ସମୟରେ ସେଥିରେ ତାଙ୍କର ଓଢ଼ଣି ଲାଗିଯାଇଥିଲା, ଫଳରେ ସେ ଟାଣି ହୋଇଯିବାରୁ ତାଙ୍କର ବାମ ପଟ ହାତ ମେସିନରେ ବାଜି କଟି ଯାଇଥିଲା। ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଦିଆଯିବା ସହିତ ମହିଳାଙ୍କର ହାତର କଟା ଅଂଶକୁ ଭଲ ଭାବେ ସଂରକ୍ଷିତ ରଖାଯାଇଥିଲା, ଏହାପରେ ତାଙ୍କୁ ସେହିଦିନ ରାତି ସାଢ଼େ 9ଟା ସମୟରେ ଭୁବନେଶ୍ୱର ଏମ୍ସକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ…

Read More

ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱର ଡାକ୍ତରମାନେ ଜଣେ ମହିଳା ରୋଗୀଙ୍କ ଠାରେ ଏକାଥରକେ ଚାରି ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର (କ୍ୱାଡ୍ରୁପଲ୍‌ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ) କରିବାରେ ସଫଳତା ହାସଲ କରିଛନ୍ତି। ଅସ୍ତ୍ରୋପଚାରର ତିନି ମାସ ପରେ ରୋଗୀ ଏବେ ସ୍ୱାଭାବିକ ଭାବେ ଚାଲିପାରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ 37 ବର୍ଷୀୟା ମହିଳାଙ୍କ ଦୁଇ ଆଣ୍ଠୁ ଏବଂ ନିତମ୍ବର ଦୁଇ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏହି ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ମହିଳା ଆଣ୍ଠୁ ଗଣ୍ଠି ବାତ ରୋଗରେ ପୀଡ଼ିତ ଥିଲେ ଏବଂ ଅନେକ ପ୍ରକାର ଚିକିତ୍ସା ସତ୍ତ୍ୱେ ତାଙ୍କର ରୋଗ ଭଲ ହେଉନଥିଲା। ନିତମ୍ବ ଓ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା କାରଣରୁ ସେ ପଙ୍ଗୁପ୍ରାୟ ହୋଇଯାଇଥିଲେ । ସେ କେବଳ ଆଶାବାଡ଼ି ସହାୟତାରେ ଶୌଚାଳୟକୁ ଯାଇପାରୁଥିଲେ, ଏଥିପାଇଁ ମଧ୍ୟ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ତାଙ୍କର ଅଣ୍ଟା ପାଖରୁ ଆଦୌ କାମ କରୁନଥିଲା ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଆସାମ ସରକାର ୩୮ଟି ନୂତନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସମାଜ ପାଇଁ ଉତ୍ସର୍ଗ କରିବେ। ୩୮ଟି ବିଦ୍ୟାଳୟ ପକ୍ଷରୁ ୧୯ଟି ଚା ବଗିଚା ଅଞ୍ଚଳରେ ରହିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ପ୍ରଶଂସନୀୟ ପଦକ୍ଷେପ। ଶିକ୍ଷା ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ଏହି ନୂତନ ମାଧ୍ୟମିକ ସ୍କୁଲଗୁଡ଼ିକ ଯୁବପିଢ଼ି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିବ। ବିଶେଷକରି ଚା ବଗିଚା କ୍ଷେତ୍ର ପାଇଁ ପ୍ରତିବଦ୍ଧତା ବାବଦରେ ଜାଣି ଖୁସି ହେଲି।’

Read More

ନୂଆଦିଲ୍ଲୀ: ପ୍ରଭାସ ଏବଂ କ୍ରିତି ସେନନ୍ ଷ୍ଟାରର୍ ପ୍ରତିଦିନ ନୂଆ ରୋଜଗାରର ଆକଳନ କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ, ଫିଲ୍ମର ତୃତୀୟ ଦିନର ବିଶ୍ଵବ୍ୟାପୀ ରୋଜଗାର ଆକଳନ ସାମ୍ନାକୁ ଆସିଛି। ପ୍ରତିଦିନ ଫିଲ୍ମ ୧୦୦ କୋଟି ମାର୍କ ଅତିକ୍ରମ କରୁଛି। ତୃତୀୟ ଦିନରେ ଏହି ଚଳଚ୍ଚିତ୍ର ୩୦୦ କୋଟି ଅତିକ୍ରମ କରିଛି। ଦର୍ଶକ, ରାଜନେତା ଏବଂ ବହୁ ଅଭିନେତା ଆଦିପୁରୁଷକୁ ବିରୋଧ କରୁଥିବାବେଳେ ଫିଲ୍ମର ରୋଜଗାର ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୫୦ କୋଟି ସଂଖ୍ୟା ଛୁଇଁଥିବାବେଳେ ଦ୍ୱିତୀୟ ଦିନରେ ଫିଲ୍ମ ୨୪୦ କୋଟି ରୋଜଗାର କରିଥିଲା। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ବର୍ତ୍ତମାନ ତୃତୀୟ ଦିନରେ ଫିଲ୍ମ ୩୦୦ କୋଟି…

Read More

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଇଭେଣ୍ଟର ଚିତ୍ର ସ୍ପଷ୍ଟ ହେବା ପରେ ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି ଯେ ଖୁବ୍ ଶୀଘ୍ର ଆଇସିସି ଦିନିକିଆ ବିଶ୍ୱକପ୍-୨୦୨୩ ର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯିବ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ମେଗା ଇଭେଣ୍ଟରେ ଭାଗ ନେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନୁମତି ଦେଇନାହିଁ। ଏହି କାରଣରୁ, ଆଇସିସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କାର୍ଯ୍ୟସୂଚୀ ଘୋଷଣା କରିବାରେ ସକ୍ଷମ ହୋଇ ନାହିଁ। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଜାଭେଦ୍ ମିଆଁଦାଦ ପୁଣି ଥରେ ଭାରତକୁ ନେଇ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବିସିସିଆଇ ଦ୍ୱାରା କାର୍ଯ୍ୟସୂଚୀର ଡ୍ରାଫ୍ଟ ଆଇସିସିକୁ ପଠାଯାଇଛି। ବିସିସିଆଇ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅନ୍ୟ ସ୍ଥାନରେ କରିବା ବିଷୟରେ କହିଛି। ପାକିସ୍ତାନୀ ଗଣମାଧ୍ୟମ ସହ ଆଲଚୋନା ବେଳେ ଜାଭେଦ୍ ମିଆଁଦାଦ କହିଛନ୍ତି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କୋଦଳାରେ ରହୁଥିବା ଶୁରେଖା ବେହେରା ନାମ୍ନୀ ଜନୈକ ବୃଦ୍ଧାଙ୍କୁ ବୋହୂ ମମି ମାରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଛି। ଯାହା ଫଳରେ ଶାଶୁମା ଜଣକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ କୋଦଳା ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଆହତ ବୃଦ୍ଧାଙ୍କର ସ୍ବାମୀ ବିୟୋଗ ଘଟିଥିବା ବେଳେ ପୁଅ ବୋହୁ ଅଛନ୍ତି। କିନ୍ତୁ ସେମାନେ ଅଲଗା ଘର କରି ରହୁଥିବା ବେଳେ ବୃଦ୍ଧା ଜଣକ ଏକାକୀ ରନ୍ଧାବଢ଼ା କରି ଚଳୁଛନ୍ତି। କିନ୍ତୁ ହଠାତ୍ ବୋହୂ ମମି ଘରେ ଏକୁଟିଆ ଥିବା ଶାଶୁକୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ମୁଣ୍ଡ ଫଟାଇ ଲହୁଲୁହାଣ କରିଦେଇଛି। ଏହି ଭଳି ପରିସ୍ଥିତିରେ ଶାଶୁମା ଏକାକୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଛନ୍ତି।

Read More

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ପ୍ରଦାନ କରାଯିବ। ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ୧୯୯୫ ମସିହାରେ ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର। ଜାତୀୟତା, ଜାତି, ଭାଷା, ଜାତି, ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ଏହି ପୁରସ୍କାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି। ଏହି ପୁରସ୍କାରରେ ୧ କୋଟି ଟଙ୍କା , ଏକ ପ୍ରଶସ୍ତି ପତ୍ର,  ଏକ ଫଳକ ଏବଂ ଏକ ସୂକ୍ଷ୍ମ ପାରମ୍ପରିକ ହସ୍ତକଳା / ହସ୍ତତନ୍ତ ସାମଗ୍ରୀ ପ୍ରଦାନ କରାଯିବ। ବିଗତ ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଇସ୍ରୋ, ରାମକୃଷ୍ଣ ମିଶନ, ବାଂଲାଦେଶର ଗ୍ରାମୀଣ ବ୍ୟାଙ୍କ, ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ଅକ୍ଷୟ ପାତ୍ର, ବେଙ୍ଗାଲୁରୁ, ଏକଲ ଅଭିଯାନ ଟ୍ରଷ୍ଟ, ଭାରତ ଏବଂ ସୁଲଭ ଇଣ୍ଟରନ୍ୟାସନାଲ, ନୂଆଦିଲ୍ଲୀ ଭଳି ସଙ୍ଗଠନ ଅନ୍ତର୍ଭୁକ୍ତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡକ୍ଟର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରେ କହିଛନ୍ତି ଯେ, “ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ମୋର ଶୁଭେଚ୍ଛା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆମେ ଗର୍ବିତ। କ୍ରୀଡ଼ା ଭାବନା, ନିଷ୍ଠା ଓ ଲଢୁଆ ମନୋଭାବ ଦ୍ୱାରା ସେମାନେ ଭଲ ପ୍ରଦର୍ଶନ କରନ୍ତୁ।”

Read More

ନୂଆଦିଲ୍ଲୀ: ସମଗ୍ର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭା ଜାରି ରହିଛି। ଲୋକମାନେ ଅତ୍ୟଧିକ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉତ୍ତାପ ଯୋଗୁଁ ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ସନ୍ଧ୍ୟା ସୁଦ୍ଧା ବାହାରକୁ ବାହାରିପାରୁନାହାଁନ୍ତି। ଗରମ ପବନ ଲୋକଙ୍କ ଅବସ୍ଥାକୁ ଯନ୍ତ୍ରଣା ଦେଇଛି। ଏହି ସମୟରେ, ଉତ୍ତରପ୍ରଦେଶ, ବିହାର ଏବଂ ଓଡିଶାର ତିନୋଟି ରାଜ୍ୟରେ ଗତ ତିନି ଦିନ ମଧ୍ୟରେ ପ୍ରବଳ ଉତ୍ତାପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ବିହାର, ୟୁପି, ଓଡିଶାରେ ପ୍ରବଳ ଉତ୍ତାପ ଯୋଗୁଁ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ ରବିବାର ସୁଦ୍ଧା ମୌସୁମୀ ଉତ୍ତରପ୍ରଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ଜୁନ୍ ୨୦ ପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶ ଏବଂ ବିହାରର ଉଭୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଜୁନ୍ ୧୧ ତାରିଖରୁ ୟୁପିର ବାଲିଆ ଜିଲ୍ଲା ଡାକ୍ତରଖାନାରେ…

Read More