Author: Samikhsya Bureau

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଶୁକ୍ରବାର ଦିନ ୱାନଖେଡେରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟକୁ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୭ ରନରେ ପରାସ୍ତ କରି ଟେବୁଲର ତିନି ନମ୍ବରରେ ପହଞ୍ଚିଛି। ବିଜୟ ପାଇଁ ୨୧୯ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ଉପରେ ଏତେ ମାନସିକ ଚାପ ରହିଥିଲା ​​ଯେ ଏହାର ତିନିଜଣ ବ୍ୟାଟ୍ସମ୍ୟାନ୍ ସାହା (୨), ଗିଲ (୬) ଏବଂ ଅଧିନାୟକ ହାର୍ଦ୍ଦିକ (୪) ମଧ୍ୟ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଗୁଜୁରାଟର ପାଞ୍ଚଟି ୱିକେଟ୍ ମାତ୍ର ୫୫ ରେ ପତନ ଘଟିଥିଲା। ଏଠାରୁ ବିଜୟ ଶଙ୍କର (୪୧) ଏବଂ ଡେଭିଡ ମିଲର (୪୧) କିଛି ଜୀବନ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ। କିନ୍ତୁ ଆଠ ନମ୍ବର ବ୍ୟାଟ୍ସମ୍ୟାନ୍ ରସିଦ ଖାନ ବିସ୍ଫୋରକ ପାଳି ଖେଳିଥିଲେ, ଯିଏ ୩୨ ବଲରେ ତିନି ଚୌକା ଓ ଦଶ ଛକା ମାରିଥିଲେ। ରସିଦଙ୍କ ଏହି ପାଳି ଯୋଗୁଁ…

Read More

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଶ୍ରୀମତୀ ଦେଓଙ୍କ ଯୋଗଦାନ କଂଗ୍ରେସକୁ ଯାଜପୁର ଜିଲ୍ଲାରେ ସୁଦୃଢ଼ କରିବ। ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀମତୀ ଦେଓ କହିଲେ ଯେ ଆଗାମୀ ଦିନରେ କଂଗ୍ରେସ ସୁଦୃଢ଼ କରିବାରେ…

Read More

ଭୁବନେଶ୍ବର: ଆଜି ହଠାତ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଉଭୟଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି। ତେବେ ହଠାତ ଏପରି କାହିଁକି ଘଟିଲା ତାହା କେହି କିଛି ଜାଣିପାରୁ ନାହାଁନ୍ତି। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ମୋତେ ଯାହା ଦିଆଯାଇଛି ତାହା କରିଛି। ବର୍ତ୍ତମାନ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲି। ତାଙ୍କର ଇସ୍ତଫା ପରେ ସେ ମନ୍ତ୍ରୀ ହେବେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ପରେ ଗଣଶିକ୍ଷା ମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା…

Read More

ବ୍ରହ୍ମପୁର: ଆର୍ ଉଦୟଗିରି ଥାନା ପୋଲିସକୁ ବଡ ସଫଳତା ମିଳିଛି। ଆଜି ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ସହ ୧୭ ଶହ କିଲୋ ଭାଙ୍ଗ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏ ଏସ୍ ଆଇ ଅମର କୁମାର ମିଶ୍ରଙ୍କ ନେତୃତ୍ଵରେ ଏକ ଟିମ ଛେଳିଗଡ ରାସ୍ତାରେ ପାଟ୍ରୋଲିଂ ଜାରି ରହିଥିଲା। ସେହି ସମୟରେ ସନ୍ଦେହ ହେବାରୁ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉକ୍ତ ଗାଡିରୁ ୪୭ ବସ୍ତା ଭାଙ୍ଗ ଜବତ କରାଯାଇଥିଲା। ଯାହାକୁ ଓଜନ କରିବା ପରେ ୧୬୫୮ କିଲୋଗ୍ରାମ ହୋଇଥିଲା। ମୋହନା ଥାନା ବାଘମାରି ଅଞ୍ଚଳରୁ ଜବତ ହେଉଥିବା ଭାଙ୍ଗ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ନଗଦ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଭାଙ୍ଗ ଚାଲାଣ କରୁଥିବା ବ୍ୟକ୍ତି ଜଣକ ମୁନିକାଡିଆ ଗ୍ରାମର କୁଶ ରଇତ। ପୋଲିସ କେଶ୍ ନଂ ୫୩/୨୩ ଅନୁଯାୟୀ ଅଭିଯୁକ୍ତ କୁଶକୁ…

Read More

ରଣପୁର: ରଣପୁର ସରସ୍ୱତୀ ଶିଶୁ ମନ୍ଦିରର ସମ୍ବର୍ଦ୍ଧନା ଉତ୍ସବ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ପ୍ରେସ୍ କ୍ଲବ୍ ର ସଭାପତି ତଥା ଆଇନଜିବୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ସଭାପତି ବରିଷ୍ଠ ଶିକ୍ଷାବିତ ବିରଂଚି ନାରାୟଣ ତ୍ରିପାଠୀ, ଅନ୍ୟତମ ଅତିଥି ଭାବେ ସଂପାଦକ ଅମ୍ବିକା ପ୍ରସାଦ ଦାସ, ଉପ-ସଭାପତି ପ୍ରିୟ ରଞ୍ଜନ ଦେଓ, ସହ-ସଂପାଦକ ପ୍ରଦୀପ୍ତ କୁମାର ନନ୍ଦ, କୋଷାଧ୍ୟକ୍ଷ ପ୍ରମୋଦ ବଳିୟାରସିଂ, ଘରୋଇ ବିଦ୍ୟାଳୟ ସଂଘ ର ସଭାପତି ପ୍ରଭାତ କୁମାର ପ୍ରଧାନଙ୍କ ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ଅଭିଭାବକ ମାନେ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ…

Read More

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ (ଡବ୍ଲ୍ୟୁସିଡି) ସ୍ମୃତି ଜୁବିନ୍ ଇରାନୀ, ୧୦ ମେ’ ୨୦୨୩ ରେ ବିଜ୍ଞାନ ଭବନ ଠାରେ ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) କୁ ମଜଭୁତ କରିବା ପାଇଁ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ମୁଞ୍ଜପାରା ମହେନ୍ଦ୍ରଭାଇ, ଏମ୍‌ଡବ୍ଲ୍ୟୁସିଡି ରାଷ୍ଟ୍ର ମନ୍ତ୍ରୀ; ଇନ୍ଦିବର ପାଣ୍ଡେ, ସଚିବ (ଡବ୍ଲ୍ୟୁସିଡି) ଏବଂ ସଞ୍ଜୟ କୌଲ୍ , ମନ୍ତ୍ରଣାଳୟର ଇସିସିଇ ଟାସ୍କ ଫୋର୍ସର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ‘ପୋଷଣ ଭି, ପଢ଼ାଇ ଭି’ ଅର୍ଥାତ୍ ‘ପୁଷ୍ଟି ସହିତ ପାଠପଢ଼ା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୮୦୦ ରୁ ଅଧିକ ରାଜ୍ୟ ପ୍ରତିନିଧି, ଆଇସିଡିଏସ୍ କର୍ମକର୍ତ୍ତା, ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ (ଏନ୍‌ଇପି) ଅଧୀନରେ ଚିହ୍ନଟ ହୋଇଥିବା ପିଲା ମାନଙ୍କର ପ୍ରମୁଖ ବିକାଶ ପରିସରରେ ଯଥା ଶାରୀରିକ/କ୍ରିୟାତ୍ମକ,…

Read More

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଡିଏଭି ପୋଖରୀପୁଟର ବିଜ୍ଞାନ ବିଭାଗରେ ମୋଟ୍ ୨୪୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୮୨.୨୯ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୦.୫୭ ପ୍ରତିଶତ ଓ କଳା ବିଭାଗରେ ୮୯.୫୧ ପ୍ରତିଶତ ରହିଅଛି। ବିଜ୍ଞାନରେ ସୌମ୍ୟ ଶୁଭ୍ରକାନ୍ତ ପ୍ରଥମ, ସ୍ମାର୍ତା ଦେବ୍ ଓ ସୈଜଲ ତ୍ରିପାଠୀ ଯୁଗ୍ମଭାବେ ଦ୍ୱିତୀୟ, ଶୁଭଙ୍କର ନାୟକ ଓ ଶିବାନୀ ପ୍ରିୟଦର୍ଶିନୀ ପଣ୍ଡା ତୃତୀୟ, ବାଣିଜ୍ୟରେ ସ୍ନେହା ମହାନ୍ତି ପ୍ରଥମ, ଶ୍ରୀଦାତ୍ରୀ ସାହୁ ଦ୍ୱିତୀୟ, ଆଦ୍ୟାଶା ସାହୁ ତୃତୀୟ ଓ କଳାରେ ବିଶ୍ୱ ଶ୍ରୁତିମୟୀ ପ୍ରଧାନ ପ୍ରଥମ, ରୋଶନ କୁମାର ବେହେରା ଦ୍ୱିତୀୟ ଓ ଶୁଭଶ୍ରୀ ସାମନ୍ତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ…

Read More

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀମାନେ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ସାମଗ୍ରିକ ସଫଳତା ୮୪.୮୦ ପ୍ରତିଶତ ରହିଛି । ବିଦ୍ୟାଳୟର ମୋଟ ୨୨୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ଜଣ ବିଦ୍ୟାର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଙ୍କିତ ପ୍ରକାଶ ୯୮.୮୦% ନମ୍ବର ସହ ପ୍ରଥମ, ଶ୍ରୀସିକ୍ତା ରଥ ୯୮.୪୦% ରେ ଦ୍ୱିତୀୟ ଏବଂ ୯୮.୦୦% ନମ୍ବର ସହ ସ୍ୱୟଂକ୍ରିଷ୍ଣା ମନୋହରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ମାତାପିତା, ଶିକ୍ଷକ-ଶିକ୍ଷୟିତ୍ରୀ , ଅଧ୍ୟକ୍ଷା ଡ. ସୁଜାତା ତଥା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରମ୍ୟାନ୍‍…

Read More

ରଣପୁର: ଓଡିଶାର ଦ୍ୱୀତିୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀରେ ଜଗନ୍ନାଥଙ୍କର ଯେଉଁ ନୀତି ସମାପନ ହୁଏ , ରଣପୁରରେ ଜଗନ୍ନାଥଙ୍କର ସେହି ନିତି ପାଳିତ ହୋଇଥାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଜିଉ ଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ-ରାଜୁଡା ଅମଳରୁ ସ୍ଥାନୀୟ ବଧି ପୋଖରୀରେ ଶ୍ରୀ ଜୀଉ ଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଛି। ପୁରାତନ ବଧି ପୋଖରୀକୁ ପୁରୀ ନରେନ୍ଦ୍ର ପୁଷ୍କରୀଣୀ ପରି ଆକର୍ଷଣୀୟ କରାଯାଇଛି। ଚଳିତ ବର୍ଷ ଶ୍ରୀ ଜୀଉଙ୍କୁ ଚନ୍ଦନ ମଣ୍ଡପରେ ଶହ ଶହ ଦର୍ଶକ ପାଦରେ ଚାଲିକରି ଯାଇ ଦର୍ଶନ କରିଥିଲେ। ଚନ୍ଦନ ପୋଖରୀରେ ମଧ୍ୟ ହଜାର ହଜାର ଦର୍ଶକଙ୍କର ଭିଡ ଲାଗିରହିଥିଲା। ଚନ୍ଦନ ଯାତ୍ରା ଭଉଁରୀରେ ଜଗନ୍ନାଥଙ୍କ ଚଳତି ପ୍ରତିମା ମଦନ ମୋହନ, ଶ୍ରୀ କୃଷ୍ଣ, ମହାଲକ୍ଷ୍ମୀ, ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ହରିହର ଶ୍ୱର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱରଦେବ ଓ ଦଣ୍ଡା ବାଲୁଙ୍କେଶ୍ୱର ଦେବ ଏହି…

Read More

ନୂଆଦିଲ୍ଲୀ: ଗ୍ରାହକ ସୁରକ୍ଷା ଆଇନ, 2019 ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ବିକ୍ରୟ କରୁଥିବାରୁ ଟପ୍ ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ଏହି କ୍ଲିପ୍ ଗୁଡିକ ସିଟ୍ ବେଲ୍ଟ ନ ପିନ୍ଧିବା ସମୟରେ ଆଲାର୍ମ ବିପ୍ ବନ୍ଦ କରି ଗ୍ରାହକଙ୍କ ଜୀବନକୁ ବିପଦରେ ପକାଇଥାଏ। ମୁଖ୍ୟ କମିଶନର ନିଧି ଖାରେଙ୍କ ନେତୃତ୍ୱରେ ସିସିପିଏ ଆମାଜନ, ଫ୍ଲିପକାର୍ଟ, ସ୍ନାପଡାଲ, ସପ୍‌କ୍ଲୁଜ ଏବଂ ମେସୋ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ଏବଂ ଅନୈତିକ ବାଣିଜ୍ୟ ଅଭ୍ୟାସ ବିରୁଦ୍ଧରେ ନିର୍ଦ୍ଦେଶ ଦେଇଛି। କାର୍ ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ବିକ୍ରୟ ପ୍ରସଙ୍ଗ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଚିଠି ମାଧ୍ୟମରେ ଗ୍ରାହକ ବ୍ୟାପାର ବିଭାଗ ଦ୍ୱାରା ସିସିପିଏକୁ ନୋଟିସ ପ୍ରଦାନ କରାଯାଇଛି। ଏହି ଚିଠିରେ କାର୍ ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପଗୁଡିକର ଖୋଲା ବିକ୍ରୟ…

Read More

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉପ-ବାଚସ୍ପତିଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ଵ ଦେବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବିକ୍ରମ କେଶରୀଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୮ ଟା ରେ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷ ଭଳି ଏ ବର୍ଷ ଖୋର୍ଦ୍ଧା ଜିଲ୍ଲାର ଦୁଇ ପ୍ରସିଦ୍ଧ ସ୍ଥାନରେ ଯଥାକ୍ରମେ ଜଗନ୍ନାଥ ଲୀଳାକ୍ଷେତ୍ର, ଗଡ଼ ଖୋର୍ଦ୍ଧା ଏବଂ ଅନନ୍ତ ପୁରୁଷୋତ୍ତମଃଦେବ, ଜାଗୁଳେଇ ଠାରେ ରଥଯାତ୍ରା ସୁଚାରୁରୂପେ କରାଯିବା ପାଇଁ ବୈଠକରେ ସବୁ ବିଭାଗୀୟ ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରାଯାଇଥିଲା। ଵି. ଡ଼ି. ଓ, ଖୋର୍ଦ୍ଧା ଙ୍କୁ ସରପଞ୍ଚ ମାନଙ୍କୁ କହି ବ୍ୟବସ୍ଥା କରିବା, ବିଦ୍ୟୁତ ବିଭାଗ ର ଟି. ପି. ସି. ଓ. ଡ଼ି. ଏଲ ଙ୍କୁ ବିଦ୍ୟୁତ ତାର ସଠିକ ଭାବେ ଅନୁଧ୍ୟାନ କରି ସଜାଡ଼ିବା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସଫେଇ କର୍ମଚାରୀ ଯୋଗାଇ ଦେବା, ଆର. ଡବ୍ଲୁ. ଏସ. ଏସ. ଙ୍କୁ ପାଣି ସିଣ୍ଟାକ୍ସ ଯୋଗାଇଦେବା, ସି. ଡ଼ି. ଏମ. ଓ. ଙ୍କୁ ଆମ୍ବୁଲାନ୍ସ ଏବଂ ବ୍ଲିଚିଙ୍ଗ ପାଉଡର ଯୋଗାଇଦେବା, ଏସ.…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ। ଏ ନେଇ ବାଣପୁର ଆଇଆଇସି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଭୀମପୁର ଗ୍ରାମର ସତ୍ୟ ନାୟକଙ୍କ ପୁତ୍ର ବସନ୍ତ ନାୟକ (୪୬)।  ତାଙ୍କୁ ନିଜ ଗ୍ରାମରୁ ଗିରଫ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଥାଉକି ଗତକାଲି ରାତିରେ ଭୀମପୁର ଗ୍ରାମ ହରିଜନ ସାହିର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନ ଭାଇଙ୍କୁ ଘରେ ପଶି ମଦ୍ୟପ ଅବସ୍ଥାରେ ଅଭିଯୁକ୍ତ ବସନ୍ତ କାତିରେ ଚୋଟ ପକାଇଥିଲେ, ଯାହା ଫଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ହାତରେ ଗିରଫ ହୋଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତା ନେଇ ହୋଇଥିବା ଆଇଆଇସି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ହାଟ ବରଡିରେ ମରଣାନ୍ତକ ଆକ୍ରମଣ ହୋଇଛି। ଦିନ ଦ୍ୱିପ୍ରହରରେ ଭୁଜାଲିରେ ଆକ୍ରମଣ ହୋଇଛି। ଭୁଜାଲି ଚୋଟରେ ଅଟୋ ରିକ୍ସା ଚାଳକ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ରିକ୍ସା ଚାଳକ ହେଲେ ଟାଙ୍ଗୀ ଥାନା ହାଟବରଡି ପଞ୍ଚାୟତ ଗଇନଡା ଗ୍ରାମର ଦିପୁ ସାହୁ (୨୮)। ସୂଚନା ମୁତାବକ ଦିପୁ ଆଜି ଜଣେ ବ୍ୟକ୍ତିଙ୍କର ଭଉଣୀ ଘରକୁ ଅଟୋରେ ସାବିତ୍ରୀ ଭାର ନେଇ ସେହି ହାଟବରଡି ଗ୍ରାମର ରାମ ନବମୀ ପଡିଆ ନିକଟକୁ ଆସିଥିଲେ। ସେଠାରେ ଗାଡିରୁ ଭାର ଖାଲିକରୁଥିବା ବେଳେ ହଠାତ୍ ଭୁଜାଲିରେ ଚୋଟ ପରେ ଚୋଟ ମାରିଥିଲେ ଜଣେ ଦୁର୍ବୁତ୍ତ। ଭୁଜାଲି ଚୋଟରେ ଦିପୁଙ୍କ ଛାତି, ପେଟ, ଅଣ୍ଟା ଏବଂ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଭୁଜାଲିରେ ଚୋଟ ମାରିଥିବା ଦୁର୍ବୁତ୍ତ…

Read More

ମୁମ୍ବାଇ/ ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅଫିସିଆଲ ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଡିଜିଟାଲ୍ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି। ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମା ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ କରିଛି। ପ୍ରଶଂସକ କୈନ୍ଦ୍ରୀକ ଉପସ୍ଥାପନା ଲାଗି ଜିଓ ସିନେମା ସହ ଦର୍ଶକମାନେ ଯୋଡ଼ିହୋଇରହିଛନ୍ତି ଏବଂ ଦର୍ଶକ ପିଛା ହାରାହାରି ଦେଖିବା ସମୟ ୬୦ ମିନିଟ୍‌କୁ ବୃଦ୍ଧି ପାଇଛି। କନେକ୍ଟେଡ୍ ଟିଭିରେ ଆଇପିଏଲ୍ ୨୦୨୩ ଏଚ୍‌ଡି ଟିଭି ତୁଳନାରେ ଦୁଇ ଗୁଣା ଅଧିକ ଦର୍ଶକଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି। ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ଜିଓ ସିନେମା ଅତିକ୍ରମ କରୁଥିବା ପ୍ରତିଟି ସପ୍ତାହରେ ଆହୁରି ମଜଭୁତ ହେବାରେ ଲାଗିଛି। ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକୁ ଦେଖିବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଦର୍ଶକମାନେ ନିଜ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାରୁ ଏହା ସମ୍ଭବ…

Read More

ନୂଆଦିଲ୍ଲୀ: ରାଜସ୍ଥାନର ଯୁବ ଓପନର୍ ଯଶସ୍ଵୀ ଜୟସୱାଲଙ୍କୁ ଏବେ ୨୨ ବର୍ଷ ହୋଇଥାଇପାରେ, କିନ୍ତୁ ଚଳିତ ସଂସ୍କରଣରେ ସେ ଏପରି ରେକର୍ଡ କରୁଛନ୍ତି ଯେ, ସେ ଆଇପିଏଲ୍ ଇତିହାସର ବଡ ବ୍ୟାଟ୍ସମ୍ୟାନ୍ ଙ୍କୁ ପାଣି ପିଆଇଦେଉଛନ୍ତି। ଗୁରୁବାର ଇଡେନ୍ ଗାର୍ଡନ୍ ଠାରେ କେକେଆର୍ ବିପକ୍ଷରେ ଜିତିବା ପାଇଁ ୧୫୦ ର ଲକ୍ଷ୍ୟକୁ ପିଛା କରି ଜୟସୱାଲ୍ ଏହି ପ୍ରଦର୍ଶନ କରିଥିଲେ, ଯାହା କି କ୍ରିସ୍ ଗେଲଙ୍କ ଭଳି ଧୂଆଁଧର ବ୍ୟାଟ୍ସମ୍ୟାନ୍ ମଧ୍ୟ ଟୁର୍ଣ୍ଣାମେଣ୍ଟ ଇତିହାସର ଶେଷ ପନ୍ଦର ବର୍ଷରେ କରିନାହାଁନ୍ତି। ଜୟସୱାଲ କେକେଆର ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି, ଯାହା ସବୁଠୁ ବଡ ବ୍ୟାଟ୍ସମ୍ୟାନ୍ ଙ୍କ କଷ୍ଟକର ହୋଇଛି। ଗୁରୁବାର ପର୍ଯ୍ୟନ୍ତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧ ଶତକର ରେକର୍ଡ କେଏଲ ରାହୁଲ ଏବଂ ପ୍ୟାଟ୍ କମିନ୍ସ ମିଳିତ ଭାବରେ ୧୪ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଜୟସୱାଲ ମାତ୍ର ୧୩ ଟି ବଲରେ…

Read More

ନୂଆଦିଲ୍ଲୀ: ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଜାରି ରହିଛି। ରିଲିଜ ପରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରର ନିର୍ମାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି ଏବଂ ତାମିଲନାଡୁ ସରକାରଙ୍କଠାରୁ ମଧ୍ୟ ଉତ୍ତର ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ ତାରିଖରେ ହେବ। ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ପ୍ରଦର୍ଶିତ ହେଉଛି, ପଶ୍ଚିମବଙ୍ଗରେ କାହିଁକି ନୁହେଁ? ଚଳଚ୍ଚିତ୍ରଟି ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅନ୍ତୁ। ମେକର୍ସଙ୍କ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୫୭ ତମ ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାନଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଜିତି ଗୁଜୁରାଟ ଦଳ ପ୍ଲେ ଅଫ୍ ପ୍ରବେଶ କରିବାକୁ ଚାହିଁବ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଗୁଜୁରାଟକୁ ପରାସ୍ତ କରି ଆନ୍ତିମ ଚାରିରେ ନିଜର ଦାବିକୁ ଦୃଢ କରିବାକୁ ଚାହିଁବ। ଆଇପିଏଲ୍ ୨୦୨୩ରେ, ଏହା ଏକ ମ୍ୟାଚ୍ ହେବ ଯେଉଁଥିରେ ସାତୋଟି ଦଳ ମୁମ୍ବାଇ ହାରିବା ପାଇଁ ପ୍ରାର୍ଥନା କରିବେ। କାରଣ ଯଦି ମୁମ୍ବାଇ ଦଳ ଏହି ମ୍ୟାଚ୍ ଜିତେ ତେବେ ଅନେକ ଦଳ ପାଇଁ ପ୍ଲେ ଅଫ୍ ଦ୍ୱାର ବନ୍ଦ ହୋଇଯିବ। ଅନ୍ୟପକ୍ଷରେ, ଯଦି ଗୁଜୁରାଟ ଜିତେ ତେବେ ଏହି ଦଳମାନଙ୍କୁ ଅନ୍ତିମ-୪ ରେ ପହଞ୍ଚିବା ପାଇଁ ସୁଯୋଗ ମିଳିପାରିବ। ମୋଟ ଉପରେ, ଆଇପିଏଲ୍ ୨୦୨୩ ପ୍ଲେ…

Read More

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଅପେକ୍ଷା ସମାପ୍ତ ହୋଇଛି, ବୋର୍ଡ ଫଳାଫଳ ପ୍ରକାଶ କରିଛି। ଏହି ବର୍ଷ ସମୁଦାୟ 93.12 ଛାତ୍ରଛାତ୍ରୀ CBSE ର ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଛନ୍ତି। ସିବିଏସ୍ଇ ଦଶମ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପ୍ରଦର୍ଶନ 1.98% ଭଲ ଅଛି। ଏହି ବର୍ଷ 21,65,805 ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ 20,16,779 ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି।

Read More

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଫଳ 2023 ର ଅପେକ୍ଷା ସମାପ୍ତ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି CBSE ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍ଇ ବୋର୍ଡ ଦଶମ ପରୀକ୍ଷା ଦେଇଛନ୍ତି, ସେମାନେ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରୁ ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବା ପରେ CBSE ବୋର୍ଡ ଦଶମ ଫଳାଫଳ ଘୋଷଣା କରିଛି। କିପରି କରିବେ ଯାଞ୍ଚ?: – ଛାତ୍ରଛାତ୍ରୀମାନେ ପ୍ରଥମେ CBSE ବୋର୍ଡ cbse.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଅନ୍ତୁ। – ମୂଳପୃଷ୍ଠାରେ ଫଳାଫଳ ବିଭାଗରେ କ୍ଲିକ୍ କରନ୍ତୁ। – ଏହା ପରେ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (କ୍ଲାସ୍ X) ଫଳାଫଳ 2023 ଲିଙ୍କରେ କ୍ଲିକ୍ କରନ୍ତୁ। – ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ କାର୍ଡ ID ପ୍ରବେଶ କରିବାକୁ ପଡିବ। -…

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ଜେଲରେ ରହିବେ। ଆଜି ସିବିଆଇ ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Read More