Author: Samikhsya Bureau

ଧନୁ: -ପ୍ରତିଦିନ ପ୍ରେମରେ ପଡ଼ିବାର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଭ୍ରମଣ ଲାଭଜନକ କିନ୍ତୁ ମହଙ୍ଗା ସାବ୍ୟସ୍ତ ହେବ । ଏହା ସମ୍ଭବ ଯେ ଆପଣ ଆରମ୍ଭରେ ନିଜ ଜୀବନସାଥୀଙ୍କଠାରୁ କମ୍ ଧ୍ୟାନ ପାଇପାରନ୍ତି; କିନ୍ତୁ ଦିନର ଶେଷ ପର୍ଯ୍ୟନ୍ତ ଆପଣ ଅନୁଭବ କରିବେ ଯେ ସେ ଆପଣଙ୍କ ପାଇଁ କିଛି କରିବାରେ ବ୍ୟସ୍ତ ଥିଲେ । କୁମ୍ଭ: – ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ଅତ୍ୟନ୍ତ ମଜାଳିଆ ହେବ ଏବଂ ହସ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଆଜି ଅନୁଭବ କରାଯାଇପାରେ । ଏହା ସମ୍ଭବ ଯେ ଆପଣଙ୍କର ଜଣେ ପୁରୁଣା ବ୍ୟକ୍ତି ଆଜି ଆପଣଙ୍କ ସହିତ ଯୋଗାଯୋଗ କରିବେ। ଫଳରେ ଏହି ଦିନକୁ ସ୍ମରଣୀୟ କରିବ।

Read More

ମେଷ: – ଆଜି ସପିଂ କରିବାକୁ ବାହାରକୁ ଯିବେ, କିନ୍ତୁ ଆପଣଙ୍କ ଜୀବନ ସାଥୀକୁ ଅନାବଶ୍ୟକ ଜିନିଷରେ ଅଧିକ ଖର୍ଚ୍ଚ କରି ଦୁଃଖ ଦେବ । ପ୍ରେମ ପ୍ରସଙ୍ଗରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ କୈଣସି ସମ୍ପର୍କ ନଥିବା ଏପରି କାର୍ଯ୍ୟରେ ପଡ଼ିବା ଠାରୁ ଦୂରେଇ ରୁହନ୍ତୁ । ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବୃଷ: – ଜଣେ ସମ୍ପର୍କୀୟଙ୍କୁ ଦେଖା କରନ୍ତୁ ଯାହାର ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ଥିଲା । ଆପଣଙ୍କର ପ୍ରିୟଙ୍କାର ସ୍ୱଭାବ ଆପଣଙ୍କୁ କଷ୍ଟ ଦେଇପାରେ । ଯେତେବେଳେ ଆପଣଙ୍କର ମତାମତ ପଚରାଯାଏ, ସେତେବେଳେ ତାହା ଦେବା ପାଇଁ ଦ୍ୱିଧା କରନ୍ତୁ ନାହିଁ – କାରଣ ଆପଣ ଏଥିପାଇଁ ବହୁତ ପ୍ରଶଂସିତ ହେବେ । ପଡୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହଯୋଗରେ ବିବାହ ସମ୍ଭବ । ଆଜି ସେମାନଙ୍କ…

Read More

ଭୁବନେଶ୍ଵର: ଦୀର୍ଘ ଦିନ ପରେ ବଦଳିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାୟ। ସେ ଓଡ଼ିଆ ଭାଷା ସୁରକ୍ଷା ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଆ ଭାଷା ସୁରକ୍ଷା ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ଥିବା ରଞ୍ଜନ ଦାସ ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବଦଳି ହୋଇଛନ୍ତି। ସେହିପରି ଶ୍ରୀକାନ୍ତ ପୃଷ୍ଟି ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ନୂଆଦିଲ୍ଲୀ: ଭାରତର ବୃହତ୍ତମ ସମ୍ବାଦ ଏଜେନ୍ସି ANI ର ଟ୍ୱିଟର ଆକାଉଣ୍ଟକୁ କମ୍ପାନୀ ବ୍ଲକ କରିଦେଇଛି। ଏହି ସୂଚନା ANI ସମ୍ପାଦକ ସ୍ମିତା ପ୍ରକାଶ ଏକ ଟୁଇଟ୍ ମାଧ୍ୟମରେ ଦେଇଛନ୍ତି। ANI ର ଟ୍ୱିଟରରେ 7.6 ନିୟୁତ ଅନୁସରଣକାରୀ ଅଛନ୍ତି ଏବଂ ଏହା ହେଉଛି ଭାରତରେ ସବୁଠାରୁ ଅଧିକ ନ୍ୟୁଜ୍ ଏଜେନ୍ସି ଟ୍ୱିଟର ହ୍ୟାଣ୍ଡେଲ। ବାସ୍ତବରେ, ANI ର ଆକାଉଣ୍ଟକୁ ବ୍ଲକ କରିବାବେଳେ ଟ୍ୱିଟର ଏହାର କାରଣ ଦର୍ଶାଇଥିଲା ଯେ, ANI ର ଆକାଉଣ୍ଟ ବୟସ ସୀମାବଦ୍ଧ ଅଟେ ଏବଂ ଏହା 13 ବର୍ଷରୁ କମ୍ ଅଟେ। ANI ର ମୁଖ୍ୟ ଟ୍ୱିଟର ହ୍ୟାଣ୍ଡେଲ ଅବରୋଧ ହେବା ପରେ ସ୍ମିତା ପ୍ରକାଶ ଏକ ଟୁଇଟରେ ସୂଚନା ଦେଇଛନ୍ତି ଯେ, ANI ର ଆକାଉଣ୍ଟ ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଲୋକମାନେ ଦେଶ ତଥା ବିଦେଶରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ବିଷୟରେ ‘ANI ଡିଜିଟାଲ’ ଏବଂ ‘ଏହିନ୍ଦୀନ୍ୟୁଜ୍’ ମାଧ୍ୟମରେ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ମିଳିପାରିବ।…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ। ଭୁବନେଶ୍ୱର ସ୍ଥିତ ରାଜଭବନ ପରିସରରେ ଆସନ୍ତାକାଲି ‘ମନ କୀ ବାତ’ର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରସାର ଭାରତୀ ଏବଂ ପିଆଇବି ପକ୍ଷରୁ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବରୁ ପ୍ରସାରିତ ‘ମନ କୀ ବାତ’ ଅଧ୍ୟାୟରେ ଓଡ଼ିଶାର ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ବିଷୟରେ ଆଲୋଚନା କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂକୁ ଆମନ୍ତ୍ରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ମନ କୀ ବାତ୍‌ର ନିୟମିତ ଶ୍ରୋତାମାନେ ଅଂଶଗ୍ରହଣ କରିବେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ମନ କୀ ବାତ’ ଏବଂ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସାରା ରାଜ୍ୟରେ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ସରକାରୀ ହାଇସ୍କୁଲ, ବାଣପୁର ସରକାରୀ ହାଇସ୍କୁଲ ୧ ଓ ୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସୋନାଲି ସାହୁ, ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଅନଲାଇନରୁ ପାଇଥିବା ଆଡମିଟ କାର୍ଡରେ ପରୀକ୍ଷା ସେଣ୍ଟରର ନାମ ବାଣପୁର ହାଇସ୍କୁଲ ୨, ଏକଡାଳିଆ, କୁମାରାଙ୍ଗ ବୋଲି ମୁଦ୍ରିତ ହୋଇଥିଲା। ଯାହାକି ଉଭୟ ସ୍କୁଲର ଦୂରତା ପ୍ରାୟ ପାଞ୍ଚ କିଲୋମିଟର ଅଟେ। ଯାହାଫଳରେ ଅଭିଭାବକ ମାନେ ପରୀକ୍ଷା ସେଣ୍ଟର ପାଇଁ ଦ୍ୱନ୍ଦ୍ୱରେ ପଡି ଏକଡାଳିଆ ହାଇସ୍କୁଲକୁ ଯାଇ ପରୀକ୍ଷା ହେଉ ନଥିବା ଜାଣି ନିରାଶ ହୋଇ ଫେରିଥିଲେ। ଜେଣ ତେଣ ପ୍ରକାରରେ ହନ୍ତସନ୍ତ ହୋଇ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପହଞ୍ଚିଥିଲେ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର କୋଣ ଅନୁକୋଣରେ ମିନି ଷ୍ଟାଡିୟମ ମାନ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ମାଣର ଉଦ୍ଦେଶ୍ୟ ଖେଳର ବିକାଶ ପରିବର୍ତ୍ତେ ବିନାଶକାରୀ ହୋଇଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଅମଲାତନ୍ତ୍ର ଲୋକାଭିମୁଖୀ ପରିବର୍ତ୍ତେ ବ୍ୟକ୍ତିକୈଦ୍ରିକ ହେବା ଯୋଗୁଁ ପ୍ରଗତିରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ହାତିଶାଳ ଖେଳ ପଡିଆ ସର୍ବ ପୁରାତନ ପଡିଆ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ପଡିଆ। ଏହି ପଡ଼ିଆର ଇତିହାସ ବହୁତ ପୁରାତନ ହୋଇଥିବା ବେଳେ ଏଠାରେ ୫୦/୬୦ ବର୍ଷ ପୂର୍ବରୁ ଅନେକ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲା। ଏହାର ପ୍ରଭାବରେ ଜୟପାଟଣା ଫୁଟବଲ ଦଳ ରାଜ୍ୟର ଏକ ଅଗ୍ରଣୀ ଦଳ ଭାବେ ବେଶ ଜଣାଶୁଣା ଥିଲା। ଆଜିବି କିଛି ପୁରାତନ ଖେଳାଳି ଅଛନ୍ତି ତାଙ୍କୁ ଦେଖି ବର୍ତ୍ତମାନର ପିଢ଼ି ଅନୁପ୍ରାଣିତ ହୋଇଥାନ୍ତି। ଏହି ଉଚ୍ଚ ସ୍ତରୀୟ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ହୋଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଥିଲେ। ଦୁଇ ଥର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ରାୟଙ୍କର ସୋଆ ସହିତ ଦୀର୍ଘ ସମୟର ସମ୍ପର୍କ ଥିଲା। ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ପ୍ରମୁ୍‌ଖ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମାର୍ଚ୍ଚ ୧, ୨୦୨୨ରେ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ପ୍ରଫେସର ନାୟକ ଆଇଏମ୍‌ଏସ୍ ଆଣ୍ଡ ସମ୍…

Read More

ନୂଆଦିଲ୍ଲୀ: ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ସାଂସଦ-ବିଧାୟକ କୋର୍ଟ ତାଙ୍କ ଭାଇ ଏବଂ ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କୁ ମଧ୍ୟ ୪ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ମାମଲାରେ ଉଭୟ ଭାଇଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇଥିଲା। ଦଣ୍ଡାଦେଶ ପରେ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ବାତିଲ ବୋଲି ବିବେଚନା କରାଯାଏ, କାରଣ ସଂସଦର ନିୟମ ଅନୁଯାୟୀ, ଯେକୌଣସି ସଦସ୍ୟଙ୍କୁ ଦୁଇ କିମ୍ବା ଅଧିକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଗଲେ ତାଙ୍କର ସ୍ଵତଃ ଲୋକସଭା ସଦସ୍ଯତା ରଦ୍ଦ ହୋଇଥାଏ। ୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ନିୟମ ଅନୁଯାୟୀ ସଂସଦର ସଦସ୍ୟତା…

Read More

ରଣପୁର: ଗତକାଲି ରଣପୁର ବିଡ଼ିଓ ଏକ ଚିଠି ବାହାର କରିଥିଲେ, ଯେଉଁଥିରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏସ.ଇ.ବି.ସି. ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି କରାଯାଇଥିବା ସୂଚନା ରହିଥିଲା। ଏହି ଚିଠି ଶିକ୍ଷକମାନଙ୍କ ନିକଟରେ ପହଂଚିବା ପରେ ଶିକ୍ଷକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ବିରୋଧ କରିଥିଲେ।  କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଶିକ୍ଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ ବୋଲି ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି।  ଏହାକୁ ବିରୋଧ କରି ଏକ ଦାବିପତ୍ର ମଧ୍ୟ ରଣପୁର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଙ୍ଘ, ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରଥିଲେ।

Read More

ରଣପୁର: ଆଜି ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ସାଧନ କେନ୍ଦ୍ର କର୍ମୀ ଜ୍ୟୋତି ରଞ୍ଜନ କର, ସ୍ଥାନୀୟ କାଉନସିଲର ରମେଶ ଚନ୍ଦ୍ର ନାୟକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରକାଶ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସାହିତ୍ୟିକ ରାଜ କିଶୋର ପଟ୍ଟନାୟକ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ…

Read More

ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ମଜା ନେଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଅପ୍ରେଲ୍ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଆଜି ଶେଷ ଦିନରେ ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜିଓ ଷ୍ଟଲ୍‌ରେ ଜିଓର ଅଭିନବ ଭର୍ଚୁଆଲ୍ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ବ୍ୟବହାରର ଅନୁଭୂତି ନେଇଛନ୍ତି। ଏଥି ସହିତ ସେ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌ର ଅନୁଭୂତି ନେଉଥିବା ଛାତ୍ରଛାତ୍ର ଓ ଯୁବପିଢ଼ିଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ,…

Read More

ଜୀବନଶୈଳୀ: ଆଜିର ଯୁଗରେ, ଫ୍ରିଜ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରାୟତଃ ଆମେ ଫ୍ରିଜରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରିଥାଉ। ଫଳ, ପନିପରିବା, ଚକୋଲେଟ୍, ଅଣ୍ଡା ଇତ୍ୟାଦି ବଜାରରୁ ଆଣିବା ପରେ ତୁରନ୍ତ ଫ୍ରିଜରେ ରଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଜିନିଷଗୁଡ଼ିକୁ ଫ୍ରିଜରେ ରଖିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ, ସେଗୁଡିକର ପୁଷ୍ଟିକର ମୂଲ୍ୟ କମିଯାଏ। କେବଳ ସେଗୁଡିକର ସ୍ୱାଦ ପରିବର୍ତ୍ତନ ହୁଏ ନାହିଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା…. ଏହି ଖାଦ୍ୟ ସାମଗ୍ରୀକୁ ଫ୍ରିଜରେ ରଖିବା ଠାରୁ ଦୂରେଇ ରୁହନ୍ତୁ: ପାଉଁରୁଟି- ଯେତେବେଳେ ଲୋକମାନେ ବଜାରରୁ ଏକ ପ୍ୟାକେଟ୍ ପାଉଁରୁଟି କିଣନ୍ତି, ସେମାନେ ଏହାକୁ ସିଧାସଳଖ ଫ୍ରିଜରେ ରଖନ୍ତି। କିନ୍ତୁ ଏହା କରିବା ଦ୍ୱାରା ପାଉଁରୁଟି ଶୁଖିଯାଏ ଏବଂ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। ଏହା ହଜମ ଜନିତ ସମସ୍ୟା ସୃଷ୍ଟି କରିପାରେ। କଦଳୀ-…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଚୋରା ମଦର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ କିଛି ଦିନ ହେବ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଅବକାରୀ ଏସପି ଯଶକେତନ ବରିହାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଦାମିଆ ବରବରା ନିକଟସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ୧୨ ହଜାର ଲିଟର ଦେଶୀ ପୋଚ ନଷ୍ଟ କରିବା ସହ ୯ ଶହ ଲିଟର ଦେଶୀ ମଦ ଜବତ କରିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ…

Read More

ଗାଜିପୁର: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଆଜି ସାଂସଦ-ବିଧାୟକ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବଖର ଜେଲରେ ଥିବା ମୁଖତାର୍ ଅଂସାରୀଙ୍କୁ କୋର୍ଟ ରାୟ ଶୁଣାଇଛନ୍ତି। ଏହି ମାମଲାରେ ମୁଖତାର୍ ଅଂସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ କୃପାନିଧି ପେଣ୍ଠ ଗ୍ରାମର ରାଧାମୋହନ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚଣ୍ଡୀ ମନ୍ଦିର ସାହିରେ କିଛି ବଂଧୁ ମାନଙ୍କ ସହ ରହି ପାଠ ପଢ଼ିବା ସହ ଚାକିରି ପାଇଁ ଚେଷ୍ଟା କରୁଥିଲେ ଓ ବହୁ ପ୍ରତିଯୋଗିତା ମୁଳକ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହୋଇଥିଲେ। କିନ୍ତୁ ବହୁବାର ବିଫଳ ହେବା ପରେ ମାନସିକ ଚାପରେ ରହି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଘଟଣାରୁ ପ୍ରକାଶ ଯେ, ରାଧାମୋହନ ଆତ୍ମହତ୍ୟାର କିଛି ସମୟ ପୁର୍ବରୁ ନିଜ ଭାଇ କୈଳାଶ ପାତ୍ରଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଜରିଆରେ ମୁଁ ବହୁତ ଦୁଃଖିତ ବୋଲି ଉଲ୍ଲେଖ କରିଥିଲେ। ଭାଇ ଉକ୍ତ ବାର୍ତ୍ତା ପଢି ଅନ୍ୟ ବନ୍ଧୁମାନଙ୍କୁ ପଚାରିଲା ବେଳେ ସେମାନେ ଅସହ୍ୟ ଗରମ ଛାତ ଉପରେ ଶୋଇଛନ୍ତି ଓ ରାଧାମୋହନ ଘରେ ଶୋଇଛି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା କର୍ମଚାରୀମାନେ ମୋହନା ବଡଗଡ ରାସ୍ତାର କେଶୁରା ଛକରେ ପଇଁତରା ମାରୁଥିଲେ। ଠିକ ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯେଉଁଥିରୁ ୬ ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ଏବଂ ଚାଲାଣକାରୀ ଯୁବକ ଫିରୋଜ ମଳିକକୁ ଥାନାକୁ ଆଣି ଜେରା କରଯାଇଥିଲା। ତେବେ ସେ ଉକ୍ତ ଗଞ୍ଜେଇକୁ ଏହି ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ରାଜି ହୋଇଥିଲା। ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ କେଶ୍ ନଂ ୫୬/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Read More

ନୂଆଦିଲ୍ଲୀ: ଦେଶର ଶୀର୍ଷ ରେସଲରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି। ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗଟଙ୍କ ସହ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଅମିତ ଶାହାଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ଘଣ୍ଟା ପରେ ଦୁଇଟି ମାମଲା ପଞ୍ଜୀକୃତ କରିଛି। ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ ପୋଲିସ ମାମଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ସ୍ୱାଗତ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତ୍ରରରେ ଧାରଣାରେ ବସିବା ପୂର୍ବରୁ କୁସ୍ତିଯୋଦ୍ଧାମାନେ ଏହି ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ରିପୋର୍ଟକୁ ଅପେକ୍ଷା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୧୭୧ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୯୪,୧୩୪ ପରୀକ୍ଷା କରାଯାଇଛି। ବର୍ତ୍ତମାନ ଭାରତରେ କରୋନାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ୩୧୪ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୬୬୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ୫୬ ହଜାର ୬୯୩ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ‘ଅପରେସନ୍ କାବେରୀ’ ଅଧୀନରେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତ ସରକାର ଫେରାଇ ଆଣିଛନ୍ତି। ଏହି ସମୟରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଜଣ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀରେ ପହଞ୍ଚିଛି। ଭାରତୀୟ ପରିବହନକାରୀ ଇଣ୍ଡିଗୋ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଜେଦ୍ଦାରୁ ଯାତ୍ରା କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ୨୩୧ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି ବୋଲି ମୁରଲୀଧରନ ଟ୍ୱିଟ କରିଛନ୍ତି।

Read More

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଲେଖା ନିୟନ୍ତ୍ରିକା ଶ୍ରୀମତୀ ଦିବାରାଣୀ ଦୋରାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ୪ ଜଣ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସେମାନଙ୍କର ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ କରାଯାଇଥିଲା। କ୍ରମାଗତ ଭାବେ ଦୁଇ ବର୍ଷ ଧରି ଆର୍ଥିକ ବର୍ଷ ସମାପ୍ତ ହେବାର ମାତ୍ର ଏକମାସ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ କରାଯାଇପାରୁଛି ଯାହାକି କାର୍ଯ୍ୟାଳୟର ଦକ୍ଷତାକୁ ପରିପ୍ରକାଶ କରୁଛି । ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ତ୍ରୟମାସିକ ଆକାଉଣ୍ଟ ଏକତ୍ରିକରଣ ସମ୍ପୂର୍ଣ୍ଣ ହେବା ହେତୁ ଏହି ସୁବିଧା ଉପଲବ୍ଧ କରାଯାଇପାରୁଛି। ଏତଦଦ୍ଵାରା ଅନୁ୍ୟନ…

Read More