ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ବରେ ଡ଼ଃ. ବି.ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରିବାସ୍ତବ ଏବଂ ସମସ୍ତ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବାବା ସାହେବ ଆମ୍ବେଦକରଙ୍କୁ ପୁଷ୍ପ ଦ୍ଵାରା ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଏହି ଉତ୍ସବକୁ ପରିଚାଳନା କରିଥିଲେ।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଲୁଗାଁ: ଏପ୍ରିଲ ୧୬ ତାରିଖ ୧୯୮୮ ମସିହାରେ ଗଠନ ହୋଇଥିବା ବାଣପୁର ବାଲୁଗାଁ ରୋଟାରୀ କ୍ଳବକୁ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ କ୍ଳବର ଏକ ଚିତ୍ତାକର୍ଷକ ସଭା ସଭାପତି ରବିନାରାୟଣ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ରୋଟାରୀ ଗଭର୍ଣ୍ଣର, ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଜୋନାଲ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ, ସଭାପତି, ସଂପାଦକ ମଞ୍ଚାସୀନ ହେବାପରେ ସମସ୍ତଙ୍କୁ ଫୁଲତୋଡା ଦେଇ ସମ୍ମାନୀତ କରାଯିବା ପରେ ଜାତୀୟ ସଂଗୀତ ଆବୃତି କରାଯିବା ସହ ସଭାରମ୍ଭ ହୋଇଥିଲା। ସରୋଜିନୀ ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତିଙ୍କ ବକ୍ତବ୍ଯ, ସଂପାଦକ ସୁନୀଲ କୁମାର ପାତ୍ର ବିବରଣୀ ପ୍ରଦାନ କରିଥିଲେ। ୨୦୨୨ ବି ଡି ଏସ ପରୀକ୍ଷାରେ ଉତ୍କଳ ବିଶ୍ବବିଦ୍ୟାଳୟ ଟପ୍ପର ବାଲୁଗାଁର ଡା.ଆଭାସ ଦାଶ, ଚିତ୍ରକଳାରେ ଲଳିତ କଳା ଏକାଡେମୀ…
ଭୁବନେଶ୍ଵର/ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି। ବୈଶାଖ ମାଷ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଳନ କରାଯାଏ। ସନ୍ଧ୍ୟା ସମୟରେ ଏହି ନୀତି ପାଳନ କରାଯିବ। ଏହା ଶ୍ରୀଜିଉଙ୍କର ଗୁପ୍ତ ନୀତି ଅଟେ। ତେଣୁ ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ସେଥିପାଇଁ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।
ଭୁବନେଶ୍ୱର: ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୧.୩୦ ଯାଏଁ ରାଜ୍ୟରେ କେଉଁ ସହରରେ କେତେ ତାପମାତ୍ରା ଅଛି, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଝାରସୁଗୁଡାରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆଜି ୧୧.୩୦ ପର୍ଯ୍ୟନ୍ତ ୪୦.୪ ଡିଗ୍ରୀରେ ପାରଦ ପହଞ୍ଚିଛି। https://twitter.com/mcbbsr/status/1647851460061982720?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1647851460061982720%7Ctwgr%5Ea6f582f35765203c41516ebfaf0f556694ab7609%7Ctwcon%5Es1_&ref_url=https%3A%2F%2Fodishasambad.in%2Fjharsuguda-sizzles-40-degree-celsius-at-11-30am%2F ସେହିଭଳି ସମ୍ବଲପୁର ୧୧.୩୦ ପର୍ଯ୍ୟନ୍ତ ଦ୍ଵିତୀୟ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୩୯.୪ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱର ଓ ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୬ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଓ ପାରାଦୀପରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ଆଶ୍ବସ୍ତିକର…
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ପରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଏହି ହତ୍ୟାକାଣ୍ଡ ପରେ ୟୁପି ସରକାର ଉପରେ ବିରୋଧୀ ଆକ୍ରମଣ କରୁଥିବା ବେଳେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନ୍, ଏକ୍ସପ୍ରେସ ଟ୍ରିବ୍ୟୁନ୍ ଏବଂ ବିବିସି ପରି ବିଦେଶୀ ଗଣମାଧ୍ୟମ ଅଟିକ୍ ଙ୍କ ହତ୍ୟା ଖବର ପ୍ରକାଶ କରିଛି। ଡନ୍ ପୂର୍ବତନ ସାଂସଦଙ୍କୁ ଏହାର ହେଡଲାଇନରେ ଏବଂ ହତ୍ୟା ବିଷୟରେ ଲାଇଭ ଟିଭିରେ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ ପାକିସ୍ତାନୀ ନ୍ୟୁଜ୍ ଆଉଟଲେଟ୍ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଏକ ପାଦ ଆଗକୁ ଯାଇ ଅଟିକ୍ ଙ୍କ ହତ୍ୟାକୁ ଏକ ମୁସଲମାନର ହତ୍ୟା ବୋଲି ଘୋଷଣା କରିବାକୁ ଚେଷ୍ଟା କରିଛି। ଅନ୍ୟପକ୍ଷରେ ବିବିସି ଅତିକଙ୍କୁ ମାଫିଆ ବୋଲି କହିଥିବା ବେଳେ ରାଇଟର୍ସ ତାଙ୍କୁ ପୂର୍ବତନ ସାଂସଦ ଭାବରେ ସମ୍ବୋଧିତ କରିଛି।…
ନୂଆଦିଲ୍ଲୀ: ଏମଏସ ଧୋନି ଏବଂ ବିରାଟ କୋହଲି ଆଜି ଆଇପିଏଲରେ ମୁହାଁମୁହିଁ ହେବେ। ଉଭୟ ବରିଷ୍ଠ ଖେଳାଳି ଦ୍ୱୟ ନିଜ ନିଜ ଦଳକୁ ପଏଣ୍ଟ ଟେବୁଲରେ ଉପରକୁ ନେବା ପାଇଁ ଚେଷ୍ଟା କରିବେ। ବର୍ତ୍ତମାନ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଟପ୍ -୫ ସ୍ଥାନରୁ ବାଦ ପଡିଛନ୍ତି। ଏହି ଉଭୟ ଦଳ ଏହି ସଂସ୍କରଣରେ ପ୍ରତ୍ୟେକଟି ଚାରୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ସେମାନେ ପ୍ରତ୍ୟେକ ଦୁଇଟି ମ୍ୟାଚ୍ ଜିତିଛନ୍ତି। ଆଇପିଏଲର ଏହି ସିଜନରେ ସିଏସକେ ପରାଜୟ ସହିତ ଖେଳ ଆରମ୍ଭ କରିଥିଲା, ତଥାପି ଏହା ପରେ ଦଳ ଦୁଇଟି ମ୍ୟାଚ୍ ଜିତିଥିଲା ଏବଂ ଚତୁର୍ଥ ମ୍ୟାଚ୍ ରେ ଏହି ଦଳକୁ ପୁଣି ଥରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ, ଆରସିବି ଏହି ସିଜିନକୁ ବିଜୟ ସହ ଆରମ୍ଭ କରିଥିଲା କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ କ୍ରମାଗତ ପରାଜୟ ହାସଲ କରିଥିଲା।…
ଖୋର୍ଦ୍ଧା: ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପରିତାପର ବିଷୟ, ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର। ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲାମାନଙ୍କୁ ନେଇ ଗଠନ କରାଯାଇଅଛି। ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ପ୍ରଭୃତି ବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି। ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା DRDA ସମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାର ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା…
ନୂଆଦିଲ୍ଲୀ: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ବଡ଼ ଝଟକା ଲାଗିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଟିକେଟ୍ ମିଳିନଥିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ କଂଗ୍ରେସରେ ଯୋଗ ଦେଇଛନ୍ତି। ରବିବାର ଦିନ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ଜଗଦୀଶ ଶେଟ୍ଟର ରବିବାର ରାତିରେ କଂଗ୍ରେସ ନେତାମାନଙ୍କୁ ଭେଟିଥିଲେ।
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଏବଂ ସେ ଡାକ୍ତରଙ୍କ ତଦାରଖରେ ଅଛନ୍ତି। ସୂଚନାନୁସାରେ, ଆଜମ ଖାନଙ୍କୁ ରାତି ୩ ଟାରେ ସାର୍ ଗଙ୍ଗା ରାମ ଡାକ୍ତରଖାନାର ଅସ୍ତ୍ରୋପଚାର ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାର ସଦସ୍ୟ ମଧ୍ୟ ଆଜମଙ୍କ ସହ ଉପସ୍ଥିତ ଅଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ, ଗତ ସନ୍ଧ୍ୟାରେ ରୋଜା ଇଫତାର ପରେ ଆଜାମ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।
ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି। ସୋଆର ବିଭିନ୍ନ ଅନୁଷ୍ଠାନର ସହ ସହ ଛାତ୍ରଛାତ୍ରୀ ଏହି ମାରାଥନ ରେ ଦୌଡି ଥିଲେ। ସୋଆ କ୍ୟାମ୍ପସ-୨ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ମାରାଥନକୁ କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ବିଜୟ କୁମାର ସାହୁ ଶୁଭାରମ୍ଭ କରିଥିଲେ। କ୍ୟାମ୍ପସ-୨ ଠାରୁ କଳିଙ୍ଗ ଷ୍ଟୂଡିଓ ଛକ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା। ଏହି ମାରାଥନରେ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ସ୍ପୋର୍ଟ୍ସ ଅଫିସର ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ଭଲିବଲ ଓ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ରଙ୍ଗୋଲୀରେ ଜି-୨୦ଲୋଗୋ ଡିଜାଇନ କରିଥିଲେ। ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଲୋକ ନୃତ୍ୟ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। କଳାକାରମାନେ କୃଷି, ବିବାହ ଓ ଯୁଦ୍ଧ ବିଷୟବସ୍ତୁ ଉପରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଶ କରିଥିଲେ। ସେହିପରି ଏନଆଇଟି ଋତ୍ୱିକ କ୍ଲବର ସଦସ୍ୟମାନେ ‘ଅବସର’ ନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ବିଷୟବସ୍ତୁ ଉପରେ ନାଟକଟି ଆଧାରିତ ଥିଲା। ରାଉରକେଲାର ସ୍କୁଲ ଛାତ୍ରଛାତ୍ରୀମାନେ ଜି୨୦…
ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି। ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି। ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି। ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ…
ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ। ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ। ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ। ଏହିପରି ବ୍ୟବସ୍ଥାରେ…
ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଶାହାଜାହନପୁରରେ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ, ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଶୃଙ୍ଖଳରେ କୁହାଯାଇଛି ଯେ, “ଉତ୍ତର ପ୍ରଦେଶର ଶାହାଜାହନପୁରରେ ଟ୍ରାକ୍ଟର ଟ୍ରଲି ନଦୀରେ ଖସି ପଡିବା ଘଟଣା ବେଶ ମର୍ମାହତ କରିଛି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ” “ଶାହଜାହାନପୁରରେ ଦୁର୍ଘଟଣାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ସମୂର୍ଣ୍ଣ ତତ୍ପରତାର ଲାଗି ପଡିଛନ୍ତି। ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଛି: ପ୍ରଧାନମନ୍ତ୍ରୀ” “ଉତ୍ତର ପ୍ରଦେଶର ଶାହାଜାହନପୁର ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର…
ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମାର୍ଥା ପଦର ଗ୍ରାମରେ ଆଦର୍ଶ ଶିକ୍ଷୟତ୍ରୀ ସ୍ବର୍ଗତ ସଂଯୁକ୍ତା ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଶେଷ ଅତିଥି ଭାବେ ପ୍ରଭାତ କୁମାର ଦଳବେହେରା, ସ୍ଥାନୀୟ କାଉନସିଲର ରମାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ଏକ୍ସ କ୍ୟାଡର ଓ ଗଣ ଶିକ୍ଷକ ସଙ୍ଘର ନୟାଗଡ ବ୍ଲକ କର୍ମ କର୍ତ୍ତା ସନ୍ତୋଷ କୁମାର ପଣ୍ଡା, ଭଗବାନ ପଣ୍ଡା, ବୈଷ୍ଣବ ଚରଣ ମହାନ୍ତି, ଶିବ ନାୟକ, ବିଜୟ ସାହୁ, ନୟାଗଡ଼ ଜିଲ୍ଲା କର୍ମକର୍ତ୍ତା ପବିତ୍ର ପ୍ରଧାନ, ନରସିଂହପୁର ସି.ଆର.ସି.ସି. ଶକ୍ତି ପ୍ରସାଦ…
ପୁରୀ: ରେଳ ଓ କପଡା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ରେଳବାଇ ଅଧିକାରୀମାନଙ୍କ ସହ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀମତୀ ଜରଦୋଶ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ବିଶେଷ ଭାବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀମତୀ ଜରଦୋଶ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ସମସ୍ତ ପ୍ରକାର ଯାତ୍ରୀ ବିଶେଷ କରି ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଛନ୍ତି। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ,…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲକୁ ସବ ଡିଭିଜନ ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି। ଏ ନେଇ ଆଜି ବାଲୁଗାଁ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣପୁର-ବାଲୁଗାଁ-ଚିଲିକା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକଟି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ବହୁ ଓକିଲ, ସାମ୍ବାଦିକ, ସମାଜସେବୀ ଏବଂ ରାଜନେତା ମାନେ ଉକ୍ତ ବୈଠକରେ ନିଜର ମତ ରଖିଥିଲେ। ସବୁ କ୍ରାଇଟେରିଆ ଥିବା ସତ୍ବେ ବାଣପୁର କୁ ଅଦ୍ୟାବଧି ସରକାର ସବ ଡିଭିଜନ ଘୋଷଣା ନକରିବା ନିନ୍ଦନୀୟ ବିଷୟ ବୋଲି ସମସ୍ତେ କହିଥିଲେ। ଆଗାମୀ ଦିନରେ ଉକ୍ତ ଆନ୍ଦୋଳନ କୁ ଜୋରଦାର କରାଯିବ ଏବଂ ସରକାର ଯଦି ଏହାକୁ କର୍ଣ୍ଣପାତ ନ କରନ୍ତି ତେବେ ଗାଁ ମେଳି ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଜୋରଦାର କରାଯିବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଥିଲା। ପରିଶେଷରେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ସପ୍ତମ ବାର୍ଷିକ ଅଧିବେଶନ ଆଜି ବ୍ରେନସିଡ ଏକାଡେମୀ ସଭାଗୃହରେ ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଭାଗିରଥି ସ୍ୱାଇଁଙ୍କ ବେଦପାଠ ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦଘାଟିତହୋଇଥିଲା। ଜାତୀୟ ସଂଗୀତ ପରିବେଷଣ ସହ ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ସମ୍ପାଦିକା ରୋଟାରୀଆନ ଭାରତୀ ପୁଷ୍ପା ସିଂ ରାଠୋର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ରୋଟାରୀଆନ ରାଜକିଶୋର ପ୍ରଧାନଙ୍କ ସଂଯୋଜନାରେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଉକ୍ତ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଜି ପ୍ରଭୁଦତ୍ତ ସୁବୁଦ୍ଧି, ବିଶିଷ୍ଟ ଅତିଥି ଭାବେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରବିନାରାୟଣ ମିଶ୍ର ଯୋଗଦେଇ ଚିଲିକା-…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଜଣେ ଲାପଟପ ଚୋରଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ଶଶିକାନ୍ତ ଦାସ (୨୯) ନାମକ ଜଣେ ଯାତ୍ରୀ ଏକ ବସରେ ଭୁବନେଶ୍ୱର ଯାଉଥିବା ବେଳେ ବାଲୁଗାଁ ବାଇପାସ ଠାରେ ବସଟି ଯାତ୍ରୀ ନେବା ପାଇଁ କିଛି ସମୟ ଅଟକିଥିଲା। ଉକ୍ତ ସମୟରେ ଶଶିକାନ୍ତ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ବସରୁ ଓହ୍ଲାଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ସିଟରୁ ଲେନୋଭୋ ଲାପଟପ ବ୍ୟାଗ ନେଇ ଫେରାର ହୋଇଯାଇଥିଲେ। ତେବେ ବସରେ ପୁନଶ୍ଚ ଚଢିବାପରେ ଶଶିକାନ୍ତ ଏହା ଜାଣିପାରିଥିଲେ ଏବଂ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୪୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜଣଙ୍କୁ ଗିରଫ କରିବାରେ ସଫଳ…
ଭୁବନେଶ୍ଵର: ଆସନ୍ତାକାଲିଠାରୁ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବ। ସକାଳ ୭ ଟାରୁ ୧୦ ଟା ଯାଏଁ ଏହା ଖୋଲା ରହିବ। ହେଲେ ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ କରିପାରିବେ। ସେହିଭଳି ଜରୁରୀ ମନେ କଲେ ଜିଲ୍ଲାପାଳ ଛୁଟି ମଧ୍ୟ ଘୋଷଣା କରିପାରିବେ। ଏନେଇ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

