ଭୁବନେଶ୍ବର: ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଯାହା ଲେଖିଥିଲା ତାହା ହେଲା …. କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ। ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।…
Author: Samikhsya Bureau
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଚାଲୁ ରହିଛି। ପଂଚମ ଦିବସରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ବର୍ଷା ପଟ୍ଟନାୟକଙ୍କ ନିର୍ଦେଶନାରେ ଶିବ ତାଣ୍ଡବ ନୃତ୍ୟ. ବମ୍ ଭୋଲେ..ନୃତ୍ୟ, ଝୁଲ୍ରେ ନିତାଇ ଝୁଲ୍ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏହି ଅବସରରେ ପ୍ରତିଭା ପଣ୍ଡାଙ୍କ ଓଡ଼ିଶୀ ଓ ଫ୍ୟୁଜନ୍ ନୃତ୍ୟ, ଆସାମ ଗିରିରାଜ ଚନ୍ଦନଙ୍କ ସଂଯୋଜନାରେ ବୋର ଲୋକ ନୃତ୍ୟ, ବିଶାଖାପାଟଣାର ରାଧେଶ୍ୟାମ ତରାଇଙ୍କ କୁଚୁପୁଡ଼ି ନୃତ୍ୟ, ବ୍ରହ୍ମପୁରର ସରଂଚନା ଅନୁଷ୍ଠାନର କଡ଼ରା ଲୋକ ନୃତ୍ୟ ଶେଷରେ ଢ଼େଙ୍କାନାଳର ବିରଂଚି ମହାଲିଙ୍କ ଘୋଡ଼ା ନାଚ ପରିବେଷଣ କରାଯାଇଥିଲା। ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ,…
ଗ୍ରହ ଚଳନ ଏପ୍ରିଲ 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅନେକ ଗ୍ରହ ଏହି ବର୍ଷ ଏପ୍ରିଲ ମାସରେ ଚଳନ କରିବାକୁ ଯାଉଛନ୍ତି। ବୃହସ୍ପତି ଏବଂ ବୁଧ ଗ୍ରହ ଏଥିରେ ଅନ୍ତର୍ଭୁକ୍ତ, ଯାହା ମେଷରେ ପ୍ରବେଶ କରିବେ। ବୁଧ ଗ୍ରହ 21 ଏପ୍ରିଲରେ ଏବଂ ବୃହସ୍ପତି ଗ୍ରହ 22 ଏପ୍ରିଲରେ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଗ୍ରହ ଦ୍ବୟ ମେଷ ରାଶିରେ ପ୍ରବେଶ କରିବା ମାତ୍ରେ ଏହା ରାହୁଙ୍କ ସହ ମିଶି ‘ଗୁରୁ ଚଣ୍ଡାଳ’ ଯୋଗ ସୃଷ୍ଟି କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଯୋଗ ଏକ ବିନାଶକାରୀ ଯୋଗ ଅଟେ। ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମଧ୍ୟ ମେଷରେ ପ୍ରବେଶ କରୁଛନ୍ତି, ଯେଉଁଠାରେ ରାହୁ ବସିଛନ୍ତି। ଏଠାରେ ରାହୁ ଏବଂ ସୂର୍ଯ୍ୟଙ୍କ ମିଶ୍ରଣ ‘ଗ୍ରହଣ ଯୋଗ’ ସୃଷ୍ଟି କରିବ। ଏପ୍ରିଲ ମାସରେ ଏହି ଦୁଇଟି ଯୋଗ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହେବ। ସେଥିପାଇଁ କିଛି ରାଶିର ଲୋକଙ୍କୁ ଅଧିକ ସତର୍କ…
ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି। ଆର୍ଥିକ ବିନିଯୋଗ ଲାଭଦାୟକ ହେବ। ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ। ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି। ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି। ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ। ଦିନସାରା ଧାଁ ଧପଡରେ ସମୟ ଯିବ। ବୃଷ: – ଆଜି ଶୁଭ ଦିନ ହେବ। ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ। ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ। ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି। ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି…
ଭୁବନେଶ୍ୱର: ଗଣତନ୍ତ୍ର, ସମ୍ବିଧାନ ଓ ଦେଶର ସୁରକ୍ଷା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଜି ପିସିସି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୂଆବର୍ଗ, ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା । ଗଣତନ୍ତ୍ର ବଂଚାଅ, ଦେଶ ବଂଚାଅ, ସମ୍ବିଧନା ବଂଚାଅ ସ୍ଲୋଗାନ ଦେଉଥିବା ସମୟରେ ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ରାଜନ ଏକ୍କା,ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ନକୁଲ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।
ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଆଜିର ପ୍ରଥମ ଦିବସ ଲୋକ ଉତ୍ସବ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଘୁଙ୍ଗୁର କଳା ନିକେତନ ତରଫରୁ କୁଠି ଡାଲଖାଇ, ଢେଙ୍କାନାଳର ଅଷ୍ଟଶମ୍ଭୁ ଘଣ୍ଟବାଦ୍ୟ ,କୁଆଲ ଅନୁଷ୍ଠାନ ତରଫରୁ ଘଣ୍ଟବାଦ୍ୟ, ଝାରସୁଗୁଡା ରାଇଁଝାଇ ଲୋକନାଚ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ(ମାଏଲାଜଡ), କେନ୍ଦୁଝର ବୀଣାପାଣି କଳା ନିକେତନ ତରଫରୁ ପଲ୍ଲୀନୃତ୍ୟ, ଭଦ୍ରକ ମଦନମୋହନ ଜୀଉ ତରଫରୁ ଢୋଲକ ବାଦ୍ୟ, କଟକ ପଟୁଆର ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ସେହିପରି ଜଗତସିଂହପୁର ମା ବାସେଳୀ ଘୋଡାନାଚ, ଗଞ୍ଜାମ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ପଶୁନୃତ୍ୟ , କନ୍ଧମାଳ ଢାକୁଳଜୁଇ ନୃତ୍ୟ ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ, ନୂଆପଡା ମା ଦୁଆରସାନୀ ବଜାସାଲ ଅନୁଷ୍ଠାନ ତରଫରୁ ବଜାସାଲ ଭଳି ବିଭିନ୍ନ ଅନୁଷ୍ଠାନ…
ଭୁବନେଶ୍ୱର: ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ରବିବାର ଅପରାହ୍ନରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ, ଖଣ୍ଡଗିରି ଠାରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଂସଦ ତଥା ସ୍କୁଲ ଡେଭଲପମେଣ୍ଟ କମିଟି ଉପାଧ୍ୟକ୍ଷ ଡ. ଅଚ୍ୟୁତ ସାମନ୍ତ, ପ୍ରାକ୍ତନ ରାଜ୍ୟ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ପ୍ରାକ୍ତନ କୁଳପତି ଡ. ହରେକୃଷ୍ଣ ଶତପଥୀ, ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଧର୍ମପ୍ରକାଶାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ଉଦବୋଧନ ଦେଇଥିଲେ। ନିଷ୍ଠା, ସମର୍ପଣ ସହ ଆଧ୍ୟାତ୍ମିକତା ମଣିଷକୁ ସଫଳତା ଦେଇଥାଏ। ମନଖୋଲା କରି ଭଲପାନ୍ତୁ, ସାହାଯ୍ୟ କରନ୍ତୁ। ଦେଖିବେ ସର୍ବଦା ପରମାନନ୍ଦ ସହାୟ ହେବେ। ମଣିଷ କି ନାଁ ବଡ଼ ନୁହେଁ କାମ ସବୁଠୁ ବଡ଼। ତେଣୁ ଯେତେ ପାରୁଛନ୍ତି ଭଲ କାମ…
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଶ୍ରୀ ପ୍ରଧାନ ସେମାନଙ୍କ ପାଖରେ ପଂହଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ପୁଅ ଓ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଓଡ଼ିଆ ଲୋକ ଶାସନ କରୁନଥିବାରୁ ରାଜ୍ୟ ସରକାର କୋଟିଆରେ ପଶିବା ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଶୟ ଦେଉଛନ୍ତି। କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍ ଆସିଲେ କାହିଁକି? କେଉଁଥି ପାଇଁ ଓ କଣ କଥା ହେଲେ ତାହାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିଲେ ନାହିଁ। ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନ ସଭା ଚାଲିଥିବା ବେଳେ ଆନ୍ଧ୍ରର ଅଫିସରମାନେ କୋଟିଆ ଅଂଚଳରେ ଚକର କାଟୁଥିଲେ।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେଥିପାଇଁ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରୟାସ ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଡା. ଦେବେନ୍ଦ୍ର ନାଥ ମାନସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୁରାତନ ଛାତ୍ରସଂଘର ସଭାପତିଙ୍କ ସମେତ, ଉପସଭାପତି ତଥା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ପାଦକ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସରପ୍ରାପ୍ତ ଆଇଏଫଏସ ଆଶୁତୋଷ ସାମନ୍ତ ସିଂହାର ଏବଂ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚାରଣ ପ୍ରଧାନ ଆଦି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। 1963 ମସିହାରୁ 2023…
ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏଥର ଜାପାନ ଗସ୍ତରେ ଯାଉଥିବାର ଜଣାପଡିଛି। ସେ ସୋମବାର ଦିନ ଏହି ଗସ୍ତ କାର୍ଯ୍ୟ ଆରମ୍ଭ କରିବେ। ଏଥିପାଇଁ ଗତକାଲି ଶିଳ୍ପ ବିଭାଗ ମନ୍ତ୍ରୀ, ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀ ଜାପାନ ଗସ୍ତ କରିଛନ୍ତି। ନବୀନଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟକୁ ପୁଂଜି ଆଣିବା। ସେଥିପାଇଁ ସେ ଶିଳ୍ପ ଏବଂ ଇଡକୋର ପ୍ରମୁଖ ଅଧିକାରୀଙ୍କୁ ନେଇ ସେ ଏହି ଗସ୍ତ କରୁଛନ୍ତି। ଏଥିରେ ନବୀନ ପ୍ରଥମେ ଜାପାନରେ ଏକ ରୋଡ ସୋ କରିବେ। ଏଥିସହିତ ସେ ବିଭିନ୍ନ ଶିଳ୍ପପତିଙ୍କ ସହିତ ବୈଠକ କରିବେ। ନବୀନ ପ୍ରଥମେ ଟୋକିଓ ରେ ଶିଳ୍ପ ସମ୍ମିଳନୀରେ ଯୋଗଦେବେ। ଏହାପରେ ସେ କ୍ବୋଟୋ, ଓସାକା ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ 5ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ…
ଭୁବନେଶ୍ବର: ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସ ଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ୨୦୦୫ ମସିହା ପବିତ୍ର ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଦିନ ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.(ଓପିଟିସିଏଲ) ପ୍ରତିଷ୍ଠା ହୋଇଥିଲା । କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ,ଏବେ ଓପିଟିସିଏଲ ଏକ ଅଗ୍ରଣୀ ବିଦ୍ୟୁତ୍ ସଂଚାର ନିଗମ ଭାବରେ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉତ୍ତମ କାର୍ୟ୍ୟ ଯୋଗୁଁ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ପୁରସ୍କୃତ ହୋଇଆସୁଛି । ଚଳିତ ବର୍ଷ…
ଭୁବନେଶ୍ୱର : ଓଡିଶା ବିଜେପି କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଇବାକୁ ଚେଷ୍ଟା କରୁଛି। କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମରେ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଶ୍ରୀ ହରିଚନ୍ଦନଙ୍କୁ ଆମର ପ୍ରଶ୍ନ ତାଙ୍କର ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ ଥିଲେ ସେ ଥରୁଟିଏ ବି କେବେ କୋଟିଆ କଥା ଉଠାଇଥିଲେ କି ? ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବାବେଳେ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ। ମାତ୍ର ସେ କେବେ ଏଥିପାଇଁ ଉଦ୍ୟମ କରିଥିଲେ କି ? ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ଶ୍ରୀ ହରିଚନ୍ଦନଙ୍କୁ ଲଜ୍ଜା ଲାଗିବା ଉଚିତ୍। ଓଡିଶା ସରକାର କେବଳ କୋଟିଆ ପଞ୍ଚାୟତରେ ୧୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ…
ବିନି ମହାଜନ, ସଚିବ, ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ନାରୀ ନେତ୍ରୀମାନେ ଦେଶର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନରେ ବିପୁଳ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ସେମାନଙ୍କ ଉଦ୍ୟମ କ୍ରମେ ଲୋକଙ୍କ ଅଭ୍ୟାସ ଓ ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହିତ ଅନ୍ୟମାନେ ଏ କ୍ଷେତ୍ରରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛତାକୁ ନିଜ ଜୀବନରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହା ନାରୀ ସଶକ୍ତିକରଣର ଯୁଗ। ସୁତରାଂ ଆମ ସମାଜରେ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟକୁ ସ୍ୱୀକୃତି ପ୍ରଦାନ କରିବାର ଏହା ପ୍ରକୃଷ୍ଠ ସମୟ। ଯେଉଁ ମହିଳାମାନେ କ୍ରୀଡା, ରାଜନୀତି , ସିନେମା, ପ୍ରତିରକ୍ଷାବାହିନୀ, କମ୍ପାନୀ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ର ସହିତ ସମ୍ପୃକ୍ତ କେବଳ ସେମାନେ ନୁହଁନ୍ତି, ଏସବୁ କ୍ଷେତ୍ର ବାହାରେ ଥିବା ଦେଶର ଅଗଣିତ ସାଧାରଣ ନାରୀ ଯେଉଁମାନେ ଗ୍ରାମଞ୍ଚଳରେ ଅଛନ୍ତି ଏବଂ ପୁରୁଷମାନଙ୍କ ସହିତ ସମାନ ଅଧିକାର ଓ ସୁବିଧା ସୁଯୋଗ ନ ପାଇ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ବାହକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଆର୍ଥିକ ବର୍ଷର ୨୪,୬୨୦ କୋଟି ଟଙ୍କା ତୁଳନାରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରାୟ ୨୬,୫୦୦ କୋଟି (ଆନୁମାନିକ ଏବଂ ଅଡିଟ୍ ହୋଇନଥିବା) ସର୍ବାଧିକ ରାଜସ୍ୱ ସଂଗ୍ରହ ପାଇଁ ହାଲ୍ ର ସମଗ୍ର ଦଳକୁ ପ୍ରଶଂସା କରିଛନ୍ତି । ଗତ ବର୍ଷ ତୁଳନାରେ କମ୍ପାନୀ ଏହି ବର୍ଷ ରେକର୍ଡ ପରିମାଣର ୮% ରାଜସ୍ୱ ଅଭିବୃଦ୍ଧି କରିଛି । ହାଲର ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଅଭୂତପୂର୍ବ! ସେମାନଙ୍କର ଉଲ୍ଲେଖନୀୟ ଉତ୍ସାହ ଏବଂ ମନୋବୃତ୍ତି ପାଇଁ ମୁଁ ହାଲର ପୁରା ଦଳକୁ ପ୍ରଶଂସା କରୁଛି ।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ (ଜେଏନପିଏ) ମାର୍ଚ୍ଚ ୩୦ରେ ନିଜ ଇତିହାସରେ ପ୍ରଥମ ଥର ପାଇଁ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରି ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଜେଏନପିଏର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଭାରତର ଗୁରୁତ୍ୱପୂର୍ଣ୍ଣ ବନ୍ଦର ମଧ୍ୟରୁ ଗୋଟିଏର ଉଲ୍ଲେଖନୀୟ ଉପଲବ୍ଧି ।”
ନୂଆଦିଲ୍ଲୀ: ଯୁବ ସଙ୍ଗମ (ଦ୍ୱିତୀୟ ପର୍ଯ୍ୟାୟ) ପାଇଁ ପଞ୍ଜୀକରଣ ଆଜି ଏକ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆରମ୍ଭ ହୋଇଥିଲା। ଏହା ଭାରତର ୨୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୦୦ ଯୁବକଙ୍କର ଅଂଶଗ୍ରହଣ କରିବାକୁ ଯୋଜନା କରିଛି। ଏହି ପଦକ୍ଷେପ ଅନୁଯାୟୀ, ଏପ୍ରିଲ୍ ଏବଂ ମେ ୨୦୨୩ ମାସରେ ଏକ୍ସପୋଜର୍ ଟୁର୍ ଅନୁଷ୍ଠିତ ହେବ। ସେମାନେ ୪୫ ରୁ ୫୦ ଟି ଦଳରେ ଯୋଡା ରାଜ୍ୟକୁ ଯାତ୍ରା କରିବେ। ଏହା ପର୍ଯ୍ୟଟନ (ଟୁରିଜିମ), ପରମ୍ପରା (ଟ୍ରାଡିସନ), ପ୍ରଗତି (ଡେଭଲପମେଣ୍ଟ), ପ୍ରାଦ୍ୟୋଗିକି (ଟେକ୍ନୋଲୋଜି) ଏବଂ ପରସ୍ପର ସମ୍ପର୍କ (ଲୋକଙ୍କ ସହିତ ଲୋକଙ୍କ ଯୋଗାଯୋଗ) ର ପାଞ୍ଚଟି ବିସ୍ତୃତ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଦିଗଗୁଡିକର ଏକ ସମନ୍ବିତ, ବହୁମୁଖୀ ଅଭିଜ୍ଞତା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମର ପାଠ୍ୟକ୍ରମରେ ଛାତ୍ରମାନେ ଭାଷା, ସାହିତ୍ୟ, ରୋଷେଇ, ପର୍ବ, ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ପର୍ୟ୍ୟଟନ କ୍ଷେତ୍ରରେ ପରସ୍ପର ସହିତ ଯୋଗାଯୋଗ କରିବେ। ସଂକ୍ଷେପରେ, ସେମାନେ ସମ୍ପୂର୍ଣ୍ଣ…
କଟକ: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍ଟି ୨୯,୫୪୬ କୋଟି ଟଙ୍କା, ଏସ୍ଜିଏସ୍ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ୧୦,୩୫୫ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ୯୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ)। ଚତୁର୍ଥ ଥର ପାଇଁ, ଚଳିତ ଆର୍ଥିକ ବର୍ଷରେ ଜିଏସ୍ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ଜିଏସ୍ଟି ଲାଗୁ ହେବା ପରେ ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ। ଏହି ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଆଇଜିଏସ୍ଟି ସଂଗ୍ରହ ହୋଇଛି। ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍ଟିରୁ ସିଜିଏସ୍ଟିକୁ ୩୩,୪୦୫ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟିକୁ ୨୮,୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୦୨୩ରେ ଆଇଜିଏସ୍ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ…
ଭୁବନେଶ୍ବର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ସାମାଜିକ ଗଣମାଧ୍ୟମରେ ଅପରାଜିତାଙ୍କୁ ପଚାରିଛନ୍ତି ପାଞ୍ଚୋଟି ପ୍ରଶ୍ନ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ 1- ଆପଣ ଭୁବନେଶ୍ୱରର ସାଂସଦ ଅଛନ୍ତି। ଆପଣଙ୍କୁ ଆମର ପ୍ରଶ୍ନ: ଭୁବନେଶ୍ୱର ଛାତି ଉପର ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ପ୍ରତିବର୍ଷ ବର୍ଷାଋତୁରେ ଏହାର ଉଭୟ ପାର୍ଶ୍ଵ ଯେଉଁଭଳି ଜଳମଗ୍ନ ହୋଇ ସମସ୍ୟା ସୃଷ୍ଟି ହେଉଛି, ସେ ବିଷୟରେ ଆପଣ ଜାଣନ୍ତି ତ? 2- ରାଜଧାନୀବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏନ୍ଏଚ୍ଏଆଇ ସହ କେବେ ଆଲୋଚନା କରିଛନ୍ତି କି ? ଯଦି କରିନାହାନ୍ତି, ତେବେ ଦୟାକରି ସାଂସଦ ଭାବେ ଏହାର ସମାଧାନ ପାଇଁ ଧ୍ୟାନ ଦିଅନ୍ତୁ । 3- ସେହିପରି କଟକ – ସମ୍ବଲପୁର ଜାତୀୟ ରାଜପଥ ହେଉଛି ଉପକୂଳ ଓଡ଼ିଶା ଓ ପଶ୍ଚିମ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ଝାରସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ କନ୍ୟା। ନବ ଦାସଙ୍କୁ ଗତ ଜାନୁୟାରୀ ମାସରେ ପୋଲିସ ଅଫିସର ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦୀପାଳି ତାଙ୍କ ସୋସିଆଲ ମିଡିଆରେ ଏ ନେଇ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ” ମା’ ଓ ଭାଇଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲି। ଝାରସୁଗୁଡା ଉପନିର୍ବାଚନରେ ମତେ ଦଳୀୟ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ବାପାଙ୍କ ଭଳି ଝାରସୁଗୁଡାବାସୀଙ୍କ ସେବା କରିବାର ପ୍ରତିଶ୍ରୁତି ଦେଲି। “
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ମହା ସମାରୋହରେ ଓଡିଶା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି, ଏବଂ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପ ଜିଲ୍ଲା ପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ।ଜିଲ୍ଲା ସଂସ୍କୃତି…
ଚଣ୍ଡୀଗଡ଼: ଉତ୍କଳ ଦିବସ ଚଣ୍ଡିଗଡର ସେକ୍ଟର 31-ଡି,ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହର୍ଷୋଲ୍ଲାସର ସହ ପାଳିତ ହୋଇଛି। ଏଥିରେ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ହଜାରୁ ଅଧିକ ଓଡ଼ିଆ ଭାଷାଭାଷୀ ଅତି ଉତ୍ସାହର ସହ ଯୋଗ ଦେଇଥିଲେ। ଏଥିରେ ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତୃଭାଷା ଓଡ଼ିଆର ସୁରକ୍ଷା ଏବଂ ଉତ୍ତରପିଢ଼ିକୁ ଏହା କିଭଳି ଦିଆଯାଇପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି, ଓଡ଼ିଶାର ସାମଗ୍ରୀକ ବିକାଶ ଦିଗରେ ସମସ୍ତେ ନିଜ କ୍ଷମତା ଓ ଦକ୍ଷତା ମୁତାବକ ଉଦ୍ୟମ କରିବା ଜରୁରୀ ବୋଲିକହିଥିଲେ ସେ। ସେହିଭଳି ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ…

