Author: Samikhsya Bureau

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜୁ ଜନତା ଦଳର ଜଣେ ଦୈଡିବା ଘୋଡା। ଦଳ ପାଇଁ ରାତିଦିନ ନିଜକୁ ସମର୍ପିତ କରିଛନ୍ତି। ହେଲେ ସେହି ଦୈଡିବା ଘୋଡା ଉପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଲଦି ଦେଇଛନ୍ତି ବୋଝ ଉପରେ ବୋଝ। କାରଣ ବର୍ତ୍ତମାନ ଦଳର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ସେ ଏକାଥରେ ଚାରୋଟି ଜିଲ୍ଲାର ଦାୟିତ୍ବରେ ରହିବେ। ତେବେ ଏତେ ସଂଖ୍ୟକ ଜିଲ୍ଲା ବୁଝିବା ତାଙ୍କ ପାଇଁ ଅସୁବିଧା ନାହିଁ, ହେଲେ ଯେଉଁ ଚାରୋଟିର ସେ ଦାୟିତ୍ବ ନେବେ ତାହା ଆସନ୍ତା ନିର୍ବାଚନ ପାଇଁ ବଡ ଗୁରୁତ୍ବ ବହନ କରେ। ସେ ପର୍ଯ୍ୟବେକ୍ଷକ ହେବାକୁ ଥିବା ଜିଲ୍ଲା ଚାରୋଟି ହେଲା ଢେଙ୍କାନାଳ, ଅନୁଗୁଳ, କେଉଁଝର ଏବଂ ସମ୍ବଲପୁର। ଏହି ଚାରୋଟିର ନିର୍ବାଚନ ଭବିଷ୍ୟତ ଗୁରୁତ୍ବକୁ ଉପଲବ୍ଧି କରି ନବୀନ ତାଙ୍କ ଉପରେ ବୋଝ ଲଦିଦେଇଛନ୍ତି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଆସନ୍ତା ନିର୍ବାଚନ ପାଇଁ ଏଇଥି ପାଇଁ…

Read More

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜ ନଗରରେ ପରୀକ୍ଷାମୂଳକ ଭିତ୍ତିରେ ଛଅ ମାସ ପାଇଁ ନିମ୍ନଲିଖିତ ଟ୍ରେନଗୁଡିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ: 18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ପୂର୍ବାହ୍ନ 10 ଘ. 58 ମି. ଘଣ୍ଟାରେ ପହଞ୍ଚି ପୂର୍ବାହ୍ନ 11 ଘଟିକାରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବ୍ରଜରାଜ ନଗରରେ ମଧ୍ୟାହ୍ନ 12 ଘ. 23 ମି.ରେ ପହଞ୍ଚି ମଧ୍ୟାହ୍ନ 12 ଘ. 25 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। 22866/22865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ଏକ୍ସପ୍ରେସ ପୁରୀ ଠାରୁ 28 ମାର୍ଚ୍ଚ ଏବଂ ମୁମ୍ବାଇ…

Read More

ଭୁବନେଶ୍ଵର: ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ କମିଟିରେ ନିର୍ବାଚିତ ହାଇକୋର୍ଟର ଓଡିଶାର ଆଡଭୋକେଟ୍ ସରିତା ପଣ୍ଡା ମନୋନୀତ ହୋଇଛନ୍ତି। ୨୫ ମାର୍ଚ୍ଚ ୨୦୨୩ ରେ ଅମରଜିତ୍ ସିଂ ବେଡି, ସମ୍ମିଳନୀକାରୀ, ନିର୍ବାଚନ ସବ୍ କମିଟି, ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀମତୀ ପଣ୍ଡା ୨୦୧୪ରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କଟକ ସ୍ନାତକ ହାସଲ କରିବା ପରେ ବିଭିନ୍ନ ବିଶିଷ୍ଟ ଆଇନଜୀବୀ ଆଓର ଅନିନ୍ଦିତା ପୂଜାରୀ ଏବଂ ଅବସରପ୍ରାପ୍ତ ଜଷ୍ଟିସ ବିକ୍ରମଜିତ ସେନଙ୍କ ଅଧୀନରେ ସୁପ୍ରିମକୋର୍ଟରେ ବ୍ୟାପକ ଅଭ୍ୟାସ କରିଛନ୍ତି। ସରିତା ପଣ୍ଡା ଜଣେ ଉତ୍ସହୀ ବକ୍ତା ଏବଂ ତାଙ୍କୁ ଭୁବନେଶ୍ବର ବାର୍ ଆସୋସିଏସନ୍ ଦ୍ବାରା ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ମାନ୍ୟବର ହାଇକୋର୍ଟ, ଓଡିଶାର ଆରଏସପି (ସଂଶୋଧୃତ କ୍ୟାରିଅର୍ ପ୍ରଗତି) ପ୍ରସଙ୍ଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ସପକ୍ଷରେ ସେ ଏକ ପ୍ରମୁଖ ଓକିଲ ଥିଲେ। ସେ ଦକ୍ଷତା ବିକାଶ…

Read More

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ…

Read More

ଚାଣକ୍ୟ ନୀତି: ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷଗୁଡ଼ିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଗୋଟିଏ ଖରାପ ଗୁଣ କିଛି ପରିମାଣରେ ବିଫଳ ହେବାର କାରଣ ଅଟେ। ଯେତେବେଳେ ସେ ଏହି ଅବସାଦର ଶିକାର ହୁଅନ୍ତି, ସେତେବେଳେ ତାଙ୍କର ସଫଳତା ମଧ୍ୟ ବିଫଳତାର ରୂପ ନେଇଥାଏ। ଏହା ଏପରି ଏକ ଗୁଣ ଯେ ଯଦି ସଠିକ୍ ଭାବରେ ବ୍ୟବହୃତ ନହୁଏ, ତେବେ ଏହା ବିଘ୍ନ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିବୃତ୍ତିର ଅର୍ଥ ହେଉଛି ଯେ, ଜଣେ ବ୍ୟକ୍ତିର ବିନାଶ ଏବଂ ସଫଳତାର ରହସ୍ୟ ତାଙ୍କ ଭାଷଣରେ ଲୁଚି ରହିଛି। ଚାଣକ୍ୟଙ୍କ ଅନୁଯାୟୀ, ମାନବ ଜିଭରୁ ତିକ୍ତ ଏବଂ ମଧୁର ଶବ୍ଦ ବାହାରିଥାଏ। ଜିଭରେ ଏତେ ଶକ୍ତି ଅଛି ଯେ ଖରାପ କାମ ସୃଷ୍ଟି କରିବା ଏବଂ ସମ୍ପର୍କ କାଟିବାର କ୍ଷମତା ଅଛି। ଯଦି ଜଣେ ଧନୀ ବ୍ୟକ୍ତିଙ୍କ ଭାଷଣରେ ତିକ୍ତତା ଥାଏ,…

Read More

ମେଷ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରମାଦରୁ ଦୂରେଇ ରୁହନ୍ତୁ। ବୃଷ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ । ମିଥୁନ: – କାର୍ଯ୍ୟରେ…

Read More

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଆଜି ସନ୍ଧ୍ୟାରେ ଗବେଷଣା କେନ୍ଦ୍ରର ଭବ୍ୟ ପ୍ରେକ୍ଷାଳୟ ‘ଉତ୍କଳ ରଂଗମଚ’ରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଆମ ସଂସ୍କୃତିର ଅନ୍ୟ ଏକ ଅଙ୍ଗ ଓଡ଼ିଶୀ ସଂଗୀତ ର ବହୁଳ ପ୍ରଚାର ଏବଂ ପ୍ରସାର କରି ଦେଶ ଏବଂ ଦେଶ ବାହାରେ ଅଧିକରୁ ଅଧିକ ଜନାଦୃତ କରାଇବା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ରଞ୍ଜନ କୁମାର ଦାସ, ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ କୁମ୍‌କୁମ୍ ମହାନ୍ତି…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

Read More

ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ କାରିଗରୀ (ସ୍ୱାଧୀନ); ଭୂବିଜ୍ଞାନ (ସ୍ୱାଧୀନ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ ରଣନୀତିର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ପାଇଁ ବିଶ୍ୱର ସର୍ବପ୍ରଥମ ଡିଏନଏ ଟିକା ବିକଶିତ କରିଥିବା ବାୟୋଟେକ୍ନୋଲୋଜି ବିଭାଗ ୨୦୨୫ ସୁଦ୍ଧା ‘ଟିବି ମୁକ୍ତ ଭାରତ’ ଲକ୍ଷ୍ୟ ହାସଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ଯକ୍ଷ୍ମା ଉନ୍ମୁଳନ ପାଇଁ ସମନ୍ୱିତ ସାମଗ୍ରିକ ସ୍ୱାସ୍ଥ୍ୟସେବା ଦୃଷ୍ଟିକୋଣ ଆପଣାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବାରାଣାସୀ ଠାରେ ୨୪ ମାର୍ଚ୍ଚରେ ଅନୁଷ୍ଠିତ ଏକ ବିଶ୍ୱ ଯକ୍ଷ୍ମା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ଇଣ୍ଡିଆନ୍‌ ଟ୍ୟୁବରୋକ୍ୟୁଲୋସିସ ଜିନୋମିକ ସର୍ଭିଲାନ୍ସ କସର୍ଟିଅମ (ଇନଟିଜିଏସ)ର ପାଇଲଟ୍‌ ପର୍ଯ୍ୟାୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଵ୍ଲକ ଅଧୀନ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲର ୬୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଲମୁନି ସ°ଘ ସଭାପତି ବସନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ହାଇସ୍କୁଲ ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୋଷ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଏସ୍ ଏମସି ସଭ୍ୟା ରୀନା ସିଂ, ଅନ୍ୟତମ ସଭ୍ୟ ଯଥା ସୁରେଶ କୁମାର ପଲେଇ, ପୁରୁଷୋତ୍ତମ ସେଣ, ଦୀପକ୍ କୁମାର ପାତ୍ର, ମମତା ପ୍ରଧାନ, ସୁବର୍ଣ୍ଣୀ ପ୍ରଧାନ, ବରିଷ୍ଠ ଶିକ୍ଷକ ବସନ୍ତ ଶଵର ଯୋଗ ଦେଇ ପ୍ରେରଣାଦାୟକ ବକ୍ତବ୍ୟ ରଖିବା ସହିତ ପୂର୍ଵ୍ବ ଆୟୋଜିତ ବିଭିନ୍ନ କ୍ରୀଡା ଓ ସୃଜନଶୀଳତା ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ କୃତି ମେଧାବୀ ଙ୍କୁ ପୁରସ୍କାର ବିତରଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ସ୍ବାଇଁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ଶିକ୍ଷା ସମ୍ବଦ୍ଧିୟ ଉପକରଣ ମେଳା ଟିଏଲଏମ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉକି କେନ୍ଦ୍ର ଜାତୀୟ ଶିକ୍ଷା ନୀତି ଅନୁସାରେ ଆସନ୍ତା ୨୦୨୬ ମସିହା ସୁଦ୍ଧା ପ୍ରଥମରୁ ତୃତୀୟଶ୍ରେଣୀ ପିଲା ଭାଷାଗତ ଓ ସଂଖ୍ୟlଗତ ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୯୦ ଟି ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ୧୦୮ ପ୍ରକାରର ମୌଳିକ ଓ ସରଳତମ ଶିକ୍ଷା ସମ୍ବଧୀୟ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଉପକରଣର ଏକ ପ୍ରଦର୍ଶନ ଉତ୍ସବ ଗୋଦାବରୀଶ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଥିଲା। ଯାହାକି ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ମାନଙ୍କ ପାଇଁ ଉପାଦେୟ ହୋଇପାରିବ। ଉକ୍ତ ଟିଏଲଏମ ମେଳାରେ ଅନ୍ତରକିଆରୀ, ସାଲୁଣି, ସାନହନ୍ତୁଆଡ଼, ମାଟିଆପୋଖରୀ, ବରଡ଼ିହ ପ୍ରାଥମିକ ସ୍କୁଲ ଭଳି ୧୬ ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉନ୍ନତ ଧରଣର ପାଠ୍ୟ ଉପକରଣ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିବା…

Read More

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ କ୍ରିକେଟ୍ ଦଳର ଫର୍ମ ଆଦୌ ଭଲରେ ଚାଲିନାହିଁ। ଏହି ଦଳର ଅବସ୍ଥା ଏତେ ଖରାପ ଯେ, ଷ୍ଟାଡିୟମରେ ବସିଥିବା ପ୍ରଶଂସକମାନେ ମଧ୍ୟ ନିଜ ଖେଳାଳିଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ବାସ୍ତବରେ, ଏହି ସମୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ ଚାଲିଛି। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ସିରିଜରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ପାକିସ୍ତାନ ଠାରୁ ଆଫଗାନିସ୍ତାନ ସିରିଜ୍ ଛଡାଇନେଇଛି। ୨୦୦୯ ରେ ଟି-୨୦ ବିଶ୍ୱକପ ଜିତିଥିବା ଏବଂ ୨୦୨୨ ରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ ଦଳ ଆଫଗାନିସ୍ତାନ ଠାରୁ ହାରିଯାଇଛି। ଏହି ପରାଜୟକୁ ପାକିସ୍ତାନୀ ଖେଳାଳି ତଥା ପ୍ରଶଂସକମାନେ ମଧ୍ୟ ବରଦାସ୍ତ କରିପାରୁନାହାଁନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚ୍ ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ ଦିଆଯାଇଛି। ସଂସଦର ସଦସ୍ୟତା ରଦ୍ଦ ହେବା ପରେ ଲୋକସଭାର ଗୃହ କମିଟି ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ରାହୁଲ ଗାନ୍ଧୀ ୧୨ ତୁଗଲକ୍ ଲେନ୍ ର ଏକ ସରକାରୀ ବଙ୍ଗଳାରେ ରୁହନ୍ତି। ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ବିଜ୍ଞପ୍ତି ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଗୁରୁବାର ଦିନ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ପର୍କିତ ମନ୍ତବ୍ୟ ଦେଇ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଥିଲେ। ଲୋକସଭା…

Read More

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ବ ନେବେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ୨୦୧୪ ରେ ସାଂସଦ ଥିଲେ, ହେଲେ ୨୦୧୯ ରେ ସେ ହାରିଗଲେ। ସେ ପୂର୍ବରୁ ବିଜେଡିର ଜଣେ ସକ୍ରିୟ ନେତା ଥିଲେ। ହେଲେ ଗତ କିଛି ବର୍ଷ ଧରି ଦଳୀୟ କାର୍ଯ୍ୟରେ ତାଙ୍କର ସେପରି ବଳିଷ୍ଠ ଭୂମିକା ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ ନବୀନ ତାଙ୍କ ଉପରେ ଭରସା କରି ଖୋର୍ଦ୍ଧା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ତେବେ ଏହି ଜିଲ୍ଲାରୁ ତାଙ୍କର ରଣନୀତି କେଉଁଠୁ ଆରମ୍ଭ କରିବେ ତାହା ସନ୍ଦେହଯୁକ୍ତ। କାରଣ ଏହି ଜିଲ୍ଲାରେ ରହିଛି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ସେଗୁଡିକ ହେଲା ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ଏବଂ ଚିଲିକା। କେବଳ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟଠାରେ ରହିଛି ବହୁ ଦଳୀୟ ଅଡୁଆ। ଏପରି…

Read More

ନୂଆଦିଲ୍ଲୀ: ଗୁଜୁରାଟର ସାବରମତି ଜେଲରୁ ପ୍ରୟାଗରାଜକୁ ଅଣାଯାଇଥିବା ମାଫିଆ ଅତିକ୍ ବର୍ତ୍ତମାନ ନୈନି କେନ୍ଦ୍ରୀୟ ଜେଲରେ ପହଞ୍ଚିଛନ୍ତି। ମାଫିଆ ଅତିକ୍ ଙ୍କୁ ଆଣିଥିବା ୟୁପି ପୋଲିସ୍ ଯାନ ପ୍ରାୟ ୨୪ ଘଣ୍ଟା ମଧ୍ୟରେ ପ୍ରୟାଗରରେ ପହଞ୍ଚିଛି। କଡା ସୁରକ୍ଷା ମଧ୍ୟରେ ୟୁପି ପୋଲିସ ମାଫିଆ ଅତିକ୍ ଙ୍କୁ ତିନୋଟି ରାଜ୍ୟ ଅତିକ୍ରମ କରି ଆଣିଛି। ମାଫିଆ ଅତିକ୍ ଙ୍କୁ ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଦେଇ ୟୁପିକୁ ଅଣାଯାଇଛି।

Read More

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଅନ୍ୟ କୌଣସି ବିଶ୍ୱକପ ଜିତିବାରେ ସକ୍ଷମ ହୋଇ ନାହିଁ। ଇତି ମଧ୍ୟରେ ୫୦ ଓଭରର ୨ ଟି ବିଶ୍ୱକପ୍ ହୋଇଛି ଏବଂ ଉଭୟରେ ଭାରତ ସେମିଫାଇନାଲ୍ ରେ ହାରିଯାଇଛି। ୨୦୧୯ ରେ ଅନୁଷ୍ଠିତ ଶେଷ ଦିନିକିଆ ବିଶ୍ୱକପରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇ ଭାରତ ବିଶ୍ୱକପରୁ ବାଦ ପଡିଥିଲା। ସେହି ବିଶ୍ୱକପ୍‌ରେ ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ୪ ନମ୍ବରରେ ବ୍ୟାଟିଂ ହୋଇଥିଲା। ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଭାରତର କୌଣସି ବିଶେଷ ବ୍ୟାଟ୍ସମ୍ୟାନ୍ ନଥିଲେ ଏବଂ ଏଥର ଅର୍ଥାତ୍ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ସମାନ ସମସ୍ୟା ଭାରତ ସମ୍ମୁଖରେ ପୁଣି ଦେଖାଯାଉଛି। ତେବେ ବିସିସିଆଇର ନୂତନ ଚୁକ୍ତିନାମାକୁ ଦେଖିଲେ ସଞ୍ଜୁ ସାମସନ ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ସମୟରେ ନମ୍ବର -୪ ରେ ବ୍ୟାଟିଂ ସମସ୍ୟାର ସମାଧାନ କରିପାରିବେ…

Read More

ନୂଆଦିଲ୍ଲୀ: କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ସଂରକ୍ଷଣ ପ୍ରସଙ୍ଗରେ ଆଜି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ବଞ୍ଜରା ସମ୍ପ୍ରଦାୟର ଶତାଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଉପରେ କର୍ଣ୍ଣାଟକ ସରକାରଙ୍କ ନିକଟରେ ହୋଇଥିବା ନିଷ୍ପତ୍ତିକୁ ସମ୍ପ୍ରଦାୟ ବିରୋଧ କରୁଛି। ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ପଥର ଫିଙ୍ଗିଛନ୍ତି। ବଞ୍ଜାରା ସମ୍ପ୍ରଦାୟ କହିଛି ଯେ, ସଂରକ୍ଷଣକୁ କିପରି ବିଭକ୍ତ କରାଯାଇଛି, ସେମାନଙ୍କ ଅଂଶ ହ୍ରାସ ପାଇଛି। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ପୋଷ୍ଟର ମଧ୍ୟ ପୋଡି ଦେଇଛନ୍ତି। କର୍ଣ୍ଣାଟକରେ ଅନୁସୂଚିତ ଜାତି ମଧ୍ୟରେ ଆଭ୍ୟନ୍ତରୀଣ ସଂରକ୍ଷଣ ସମ୍ପର୍କରେ ଏଜେ ଶଦାଶିବ ପ୍ୟାନେଲ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିବା ଯୋଗୁଁ ବଞ୍ଜରା ସମ୍ପ୍ରଦାୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ବିକ୍ଷୋଭକାରୀଙ୍କୁ ପୋଲିସ ମଧ୍ୟ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଜିଲ୍ଲା ପ୍ରଭାରୀ ତାଲିକା ପ୍ରକାଶ କରିଛି। ପୂର୍ବରୁ ଯେଉଁ ପ୍ରଭାରୀ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଇଛି। ଏ ନେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ତିରିଶିଟି ଜିଲ୍ଲା ପାଇଁ ଯେଉଁମାନେ ନିଯୁକ୍ତି ହେଲେ ସେମାନେ ହେଲେ.. ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ସମ୍ବଲପୁର।  ତେବେ ଏହି ଚାରୋଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇଟି ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ପତିୟାରା ରହିଛି। ସେହି ଦୁଇଟି ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦଳର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ଦିଆଯାଇଛି। ଫଳରେ ଧର୍ମେନ୍ଦ୍ରଙ୍କ…

Read More

 ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଚଳିତବର୍ଷ ଜୁଲାଇ ୨୬ ତାରିଖରେ ଏହାର ହୀରକଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଅଛି। ଏଥିନିମନ୍ତେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଛାତ୍ରସଂଘ ଗଠନ ପାଇଁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତଙ୍କ ଅବଗତି ନିମନ୍ତେ ଦୁଇ ଗୋଟି ହ୍ଵାଟ୍ସଆପ ଗୃପ ଗଠନ କରାଯାଇଛି। ପ୍ରଥମ ଗୃପରେ ଏପର୍ଯ୍ୟନ୍ତ ୧୦୪୦ ସଦସ୍ୟ ଯୋଡି ହୋଇଥିବାବେଳେ, ଦ୍ଵିତୀୟ ଗୃପରେ ୩୦୦ ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି। ତଥାପି ଅନେକ ପୁରାତନ ଛାତ୍ରଛାତ୍ରୀ ଏସମ୍ପର୍କରେ ଅବଗତ ନୁହନ୍ତି। ଯେହେତୁ ୧୯୬୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀ ଉକ୍ତ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ତେଣୁ ବ୍ୟକ୍ତିଗତ ଭାବରେ ହୀରକଜୟନ୍ତୀ ଉତ୍ସବ ପାଇଁ ସମସ୍ତଙ୍କ ସହ ଯୋଗଯୋଗ ସମ୍ଭବ ହେଉପାରିନାହିଁ। ତେଣୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ‘ସମୀକ୍ଷା’ ମାଧ୍ୟମରେ ସମସ୍ତଙ୍କୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଆଜି ସକାଳେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଦୁଇ ବାଇକ ଚାଳକଙ୍କୁ ମଦ ସମେତ ଗିରଫ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ସୁଶାନ୍ତ ଦାସ (୨୦) ଏବଂ ମନୁ ପ୍ରଧାନ (୪୯)। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସମେତ ଦୁଇ ଗୋଟି ବାଇକ ଜବତ କରିଛି ଅବକାରୀ ବିଭାଗ।  ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଶନିବାର ଦିନ ୧୮୯୦ ନୂତନ ମାମଲା ରେକର୍ଡ କରାଯାଇଥିଲା, ଯାହା ଗତ ୨୧୦ ଦିନ ମଧ୍ୟରେ ସର୍ବାଧିକ। ଗତ ସପ୍ତାହରେ କରୋନା ମାମଲାରେ ଗତ ସାତ ଦିନ ତୁଳନାରେ ୭୮ ପ୍ରତିଶତ ବୃଦ୍ଧି ଘଟିଛି। ଗୋଟିଏ ସପ୍ତାହରେ ମୃତ୍ୟୁ ସଂଖ୍ୟା ୨୯ ରେ ପହଞ୍ଚିଥିବାବେଳେ ପୂର୍ବ ସପ୍ତାହରେ ଏହି ସଂଖ୍ୟା ୧୯ ଥିଲା।

Read More