ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁଣି ଝଲସିଲା ଓଡ଼ିଆ କଳାକୃତୀର ଝଲକ। ଗୁଞ୍ଜରିତ ହେଲା ଓଡ଼ିଆ ଗଜପତିଙ୍କ ବୀରତ୍ୱର ଗାଥା। ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ମହକ ନେଇ ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ-୨୦୨୩। ଓଡ଼ିଆ ସମାଜ, ନୂଆଦିଲ୍ଲୀ ତରଫରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ତିନିଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡ଼ିଆ ସମାଜ, ଶ୍ରୀ ପ୍ରକାଶ ସାହୁ ଓ ଶ୍ରୀ ସନ୍ଦୀପ ମହାପାତ୍ର, ଟ୍ରଷ୍ଟି, ଓଡ଼ିଆ ସମାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ପ୍ରଥମ ଥର ପାଇଁ ଏହି ଉତ୍ସବରେ ସାମିଲ ହୋଇପାରିଥିବାରୁ ସେ ଗର୍ବିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାର ଇତିହାସ ସମ୍ବନ୍ଧରେ ଅବଲୋକନ କରି ଅର୍ଥନୈତିକ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଜ୍ୟର…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। କାରଣ ହେଲା ଯେ, ଓଡିଶାରେ ଏକ ଜାତୀୟ ରାଜପଥ କାମ ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ତାହା ଶେଷ ହେଉ ନାହିଁ। ସେହି ରାସ୍ତା ହେଲା କଟକ-ଅନୁଗୁଳ-ସମ୍ବଲପୁର ଏନଏଚ-55। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରି ଲେନ କରିବା ପାଇଁ ଏହି ରାସ୍ତାର କାମ 2017 ମସିହାରୁ ଆରମ୍ଭ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ତାହା ଶେଷ ହେଉ ନାହିଁ। ସବୁବେଳେ ରାସ୍ତା କାମ ଜାରୀ ରହିଥିବାରୁ ସେଠାରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ଦୁଇ ବର୍ଷ ମଧ୍ୟରେ ସେହି ରାସ୍ତାରେ 399ଟି ଦୁର୍ଘଟଣା ଘଟିଛି। ଏଥିରେ 196 ଜଣ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ…
କୈଳାଶ ଚନ୍ଦ୍ର ଚୌଧୁରୀ ପୋଲସରା: ପୋଲସରା ମୁଖ୍ୟ ରାସ୍ତା ଷ୍ଟେଟବ୍ୟାଙ୍କ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ପୋଲସରା ବ୍ଳକ ମାଳ ତେନ୍ତୁଳିଆ ପଞ୍ଚାୟତ ଖଇରଚଟା ଗ୍ରାମର ସତ୍ୟବାଦୀ ଗୌଡ଼ ନାମକ ଜଣେ ବରିଷ୍ଠ ବିଜେଡି କର୍ମୀଙ୍କ ପରଲୋକ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ମୃତ ସତ୍ୟବାଦୀ କୌଣସି କାମରେ ବ୍ୟାଙ୍କକୁ ଆସି କାମ ସାରି ମୋଟରସାଇକେଲ ବାହାର କରୁଥିବା ବେଳେ ବୁଗୁଡ଼ା ପଟୁ ଆସୁଥିବା ନାଗାଲାଣ୍ଡ କୋହିମା ଅଞ୍ଚଳର ବଡ଼ କଣ୍ଟେନର ଗାଡ଼ି ତାକୁ ଧକ୍କା ଦେଇଥିଲା। ଫଳରେ ସତ୍ୟବାଦୀ ତଳେ ପଡ଼ିଯିବା ପରେ ଉକ୍ତ ଗାଡିଟି ତା’ର ଅଣ୍ଟା ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅଞ୍ଚଳ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ। ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି କୁ…
ଝାରସୁଗୁଡା: ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡାରେ ଲୋକ ସଂପର୍କ ସ୍ଥାପନକୁ ତୀବ୍ରତର କରିବାରେ ଲାଗିଛନ୍ତି। ପିତା ନବ ଦାସଙ୍କ ମୃତ୍ୟୁ ପରେ ସେ ବର୍ତ୍ତମାନ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ସେ କିଛିଦିନ ଧରି ସେହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ବୁଲି ଜନ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି। ତାଙ୍କର ଗସ୍ତରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସୃଷ୍ଟି ହେଉଛି। ବାପାଙ୍କୁ ହତ୍ୟା କରିବା ପରେ ଲୋକଙ୍କର ସହାନଭୂତି ତାଙ୍କ ଉପରେ ଅଜାଡି ହୋଇପଡିଛି। ନିକଟରେ ରାମନବମୀ ଉପଲକ୍ଷେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ସେଠାରେ ଦୀପାଳି ନିଜ ସମର୍ଥକଙ୍କ ସହିତ ଯୋଗ ଦେଇଥିଲେ। ସେହିପରି ଝାରସୁଗୁଡା ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୧ର ବୁରୋମାଲ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ। ଆଗକୁ ଏହି ଜନସଂପର୍କ ଯାତ୍ରା ଆହୁରି ବୃଦ୍ଧି କରାଯିବ ବୋଲି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ସିପାହୀ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ଯୁବକଙ୍କ ବିୟୋଗ ଘଟିଛି। ଘଟଣାରୁ ପ୍ରକାଶ ଯେ, ଖଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଗ୍ରାମର ଗୌରହରି ଦାସଙ୍କ ପୁତ୍ର ଦୀପ୍ତି ରଂଜନ ଦାସ ସିପାହୀ ଚାକିରି ପାଇଁ ଦରଖାସ୍ତ କରିଥିଲେ ଓ ପୋଲିସ ବିଭାଗର ଆୟୋଜନ କ୍ରମେ ଛତ୍ରପୁର ପୋଲିସ ପଡ଼ିଆରେ ଆୟୋଜିତ ଶାରୀରିକ ପରୀକ୍ଷା ରେ ସେ ଯୋଗ ଦେଇ ୧୬୦୦ ମିଟର ଦୌଡରେ ଭାଗ ନେଇଥିଲେ। ଏହା ମଧ୍ୟରେ ସେ ଦୌଡ଼ୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ପଡିଲେ। ସଙ୍ଗେ ସଙ୍ଗେ ଉପସ୍ଥିତ ବିଭାଗୀୟ କର୍ମଚାରୀ ମାନେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ଵର: ଚଳିତ 2022-23 ଆର୍ଥିକ ବର୍ଷ ଶେଷ ହେବାର 11 ଦିନ ପୂର୍ବରୁ ପୂର୍ବତଟ ରେଳପଥ (ଇକୋର) ପଣ୍ୟ ପରିବହନ କ୍ଷେତ୍ରରେ ଏହାର ପରିସୀମା ମଧ୍ୟରୁ 232.32 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। 2021-22 ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବତଟ ରେଳପଥ 223.64 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ବେଳେ 2021-22 ଆର୍ଥିକ ବର୍ଷରେ ସମୁଦାୟ 232.13 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା। ଏଠାରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ତଟ ରେଳପଥ ହେଉଛି ଏକମାତ୍ର ରେଳପଥ ଯାହାକି 220 ନିୟୁତ ଟନ୍ ଏବଂ 230 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିସାରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ 240 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଦୃଢ ବିଶ୍ୱାସ ରଖିଛି। ପୂର୍ବ ତଟ ରେଳପଥ ପାଇଁ ଚଳିତ ଆର୍ଥିକ ବର୍ଷରେ 240.60 ନିୟୁତ ଟନ୍ ପଣ୍ୟ ବୋଝେଇ…
ନୂଆଦିଲ୍ଲୀ: ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ । ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍। ସେମାନଙ୍କ ପୂଜାରେ କିଛି ବିଶେଷ ଜିନିଷ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ଆମେ ଆପଣଙ୍କୁ ଶନି ଦେବଙ୍କ ପୂଜା ସହିତ ଜଡିତ ଜିନିଷଗୁଡିକ କହୁଛୁ, ଯାହାକୁ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍। ୧- ଶନିବାର ଦିନ ବର ଗଛରେ ଶନି ଦେବଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ କିମ୍ବା ସେହି ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ। ୨- ତେଲ ଅର୍ପଣ ସମୟରେ ଧ୍ୟାନ ଦିଅନ୍ତୁ ଯେ ତେଲ ଏଠାରେ ସେଠାରେ ଯେପେରି ନ ପଡ଼େ। ଯତ୍ନର ସହିତ ତେଲ ବ୍ୟବହାର କରନ୍ତୁ। ୩- ଶନିବାର ଦିନ ଚମଡା ଜୋତା କିମ୍ବା ଚପଲ ଦାନ…
ଭୁବନେଶ୍ୱର: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଜିଓ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛି। ମହିଳାମାନଙ୍କୁ ସଶକ୍ତ କରିବା ସହିତ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ କମ୍ପାନି ଏହି ନୂଆ କାର୍ଯ୍ୟକ୍ରମ ଚଳାଇଛି। ଘରେ ରହି କାର୍ଯ୍ୟ କରିବାର ସୁବିଧା ଏବଂ ଅର୍ଥ ଉପାର୍ଜନର ଯେଉଁ ବଳିଷ୍ଠ ସୁଯୋଗ ମହିଳାମାନଙ୍କୁ ମିଳିଛି ତାହା ହେଲା ଜିଓ କଷ୍ଟମର ଆସୋସିଏଟ୍ ପ୍ରୋଗ୍ରାମ (ଜେସିଏ)। ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୫୦୦ରୁ ଅଧିକ ସୁଖୀ ମହିଳା ଜେସିଏଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ରୀ, ଆତ୍ମନିଯୁକ୍ତ ଯୁବତୀ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟ ଆଦି ଭିନ୍ନ ଭିନ୍ନ ପୃଷ୍ଠଭୂମିର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜିଓ ଗ୍ରାହକମାନଙ୍କୁ ସହାୟତା କରୁଛନ୍ତି। ନିରନ୍ତର ତାଲିମ, ଦକ୍ଷତା ବିକାଶ ଏବଂ ଡିଜିଟାଲ ଉପକରଣ ଜରିଆରେ ଏହି ଜେସିଏମାନେ ଗ୍ରାହକମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରିବାରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଉପରେ ଆଧାରିତ। ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟ (ଟିଡି-୩ ଯାହାକି ପୂର୍ବର ଟିଡି-୫ ଗ୍ରେଡ ସହ ସମାନ)ର ଏମଏସପିକୁ କ୍ୱିଣ୍ଟାଲ ପ୍ରତି ୫୦୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚ ଉପରେ ୬୩.୨୦ ପ୍ରତିଶତର ଅତିରିକ୍ତ ଆୟ ସୁନିଶ୍ଚିତ କରିବ। ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ ଗୁଣା ଅତିରିକ୍ତ ଆୟ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ୨୦୧୮-୧୯ ବଜେଟ୍ରେ ଘୋଷଣା କରିଥିଲେ। ସେହି ଅନୁରୂପ କଞ୍ଚା ଝୋଟର ଏମଏସପି ନିର୍ଦ୍ଧାରଣ କରାଯାଇଛି। ଏହା ସର୍ବନିମ୍ନ ୫୦ ପ୍ରତିଶତ…
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫଏସ୍ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ବଳରେ ଡିଜିଟାଇଜ ହୋଇଛି। ଏହା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ସ୍ୱଚ୍ଛତା ପୋର୍ଟାଲ /ପିଡିଏସ୍ ପୋର୍ଟାଲ ବିକଶିତ କରିସାରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସଂସ୍କାର ଅଧୀନରେ ସୁଲଭ ମୂଲ୍ୟ ଦୋକାନ (ଏଫପିଏସ୍ଏସ୍) ଗୁଡିକର ପ୍ରାୟ ଶତ ପ୍ରତିଶତ ସ୍ୱୟଂକ୍ରିୟ (ଅଟୋମେସନ୍) ହୋଇଛି। ଅନ୍ୟ ଅର୍ଥରେ ୫. ୩୪ଲକ୍ଷ ଇଲେକ୍ଟ୍ରୋନିକ୍ସ ପଏଣ୍ଟ ଅଫ ସେଲ (ଇପିଓଏସ୍) ଯନ୍ତ୍ର ସ୍ଥାପନ କରାଯାଇ ସମ୍ପୃକ୍ତ ସୁଲଭମୂଲ୍ୟ ଦୋକାନଗୁଡିକୁ ସ୍ୱୟଂକ୍ରିୟ କରାଯାଇଛି। ଦେଶରେ ମୋଟ ସୁଲଭ ମୂଲ୍ୟ ଦୋକାନ ସଂଖ୍ୟା ୫.୩୫ ଲକ୍ଷ। ଏସବୁ…
କଟକ: ରାସ୍ତାରେ ଉଚ୍ଚ ଶବ୍ଦ କରି ଯାଉଥିବା ମୋଟରସାଇକେଲଗୁଡିକୁ ପୋଲିସ ଚଢାଉ କରି ଧରିବା ଆରମ୍ଭ କରିଛି। ଏହିପରି ଗତକାଲି କଟକ ଟ୍ରାଫିକ ପୋଲିସ ରାସ୍ତାରେ କେତେକ ମୋଟରସାଇକେଲକୁ ସିଜ୍ ମଧ୍ୟ କରିଥିବାର ଜଣାପଡିଛି। ଶବ୍ଦପ୍ରଦୂଷଣ ଆଇନ ଅନୁଯାୟୀ ଏହି ମୋଟରସାଇକେଲ ଚଳାଚଳ ବେଆଇନ। ସେଥିପାଇଁ ପୋଲିସ ଚଢାଉ କରି ଏହିପରି ଗାଡି ଜବତ କରିଛି। କେତେକ ବ୍ୟକ୍ତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋଟରସାଇକେଲର ସାଇଲାନସର ପାଇପକୁ ମୋଡିଫାଇ କରିଥାନ୍ତି। ଯେପରିକି ସେଥିରୁ ଉଚ୍ଚ ଶବ୍ଦ ବାହାରି ଲୋକଙ୍କ ଧ୍ୟାନ ଆକର୍ଷଣ କରିବ।
ଭୁବନେଶ୍ବର: ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଲୁକ୍ ରେ ଦେଖା ଦେଇଥାନ୍ତି। କେତେବେଳେ କଳା ଟିସାର୍ଟକୁ କଳା ପାଇଜାମା, ପୁଣି କେତେବେଳେ ଧୋତି ସହିତ ଧଳା ଗଂଜି। ଏବେ ଆଉ ଏକ ନୂଆ ଫଟୋ ସାମନାକୁ ଆସିଛି। ତାହା ହେଲା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧଳା ଟିସାର୍ଟ ସହିତ ଧଳା ଟ୍ରାଉଜର ପିନ୍ଧି ବିଧାୟକଙ୍କ ସହିତ ଆଲୋଚନା କରୁଛନ୍ତି। ଏହି ଫଟୋଟି ହେଉଛି ଗତକାଲି ରାତିର। ନବୀନ ନିବାସରେ ବିଜେଡି ବିଧାୟକଙ୍କ ସହିତ ନବୀନ ପଟ୍ଟନାୟକ ତାଙ୍କ ଲବିରେ ଆଲୋଚନା କରୁଛନ୍ତି। ଏହି ଆଲୋଚନାରେ ଅଛନ୍ତି ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ। ଏଥିସହିତ ପାଖରେ ଅଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନ। ସମସ୍ତେ ଛିଡା ହୋଇ ବିଭିନ୍ନ ପ୍ରସଂଗ ଆଲୋଚନାରେ ମଗ୍ନ ଅଛନ୍ତି। ବିଧାୟକଙ୍କ…
ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ହିତାଧିକାରୀମାନଙ୍କୁ ବର୍ଷକୁ ୧୨ଟି ରିଫିଲ୍ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡିକୁ ମଞ୍ଜୁରି ଦେଇଛନ୍ତି। ୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପିଏମୟୁୱାଇରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ୍ ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ୍ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯାଇଥାଏ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀ ଅର୍ଥାତ୍ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତ ପେଟୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ୨୨ ମେ, ୨୦୨୨ ପୂର୍ବରୁ ଏହି…
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ସମସ୍ତ କଳାକୃତି ଗୁଡିକ ବୁଲି ଦେଖିବା ସହ ଶିଳ୍ପୀମାନେ ପାରମ୍ପରିକତା ଏବଂ ମୌଳିକତା ରକ୍ଷା କରି ସୁବୃହତ ମୁଖା ଗୁଡିକ ତିଆରି କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ବର୍ଜ୍ୟଵସ୍ତୁରୁ ପ୍ରସ୍ତୁତ କଳାକୃତି ଉଚ୍ଚକୋଟୀର ହୋଇଥିବାରୁ ସେମାନଙ୍କର କଳାନୈପୁଣ୍ୟ କୁ ଭୂପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ,ଓଡିଶା ହେଉଛି କଳାର ରାଜ୍ୟ। ଆମର ପୂର୍ବଜ ମାନେ କଳା କୃତିରେ ନିପୁଣ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର) ବୃଦ୍ଧିକୁ ମଞ୍ଜୁର କରାଯାଇଛି। ବର୍ଦ୍ଧିତ ଡିଏ ଏବଂ ଡିଆର ଜାନୁଆରୀ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର ଦର ୩୮% ରହିଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଯୋଗୁ ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସକୁ ଆଧାର କରି ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଡିଏ ଓ…
ମେଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ । କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ । ସ୍ୱାସ୍ଥ୍ୟ ଭଲ ହେବ । ସ୍ଥଗିତ କାର୍ଯ୍ୟ କରାଯାଇପାରିବ । ପ୍ରେମ କାର୍ଯ୍ୟରେ ସଫଳତା ପାଇବେ । ବୃଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ…
ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହିଳା ପ୍ରିମିୟର ଲିଗରେ ଏଲିମିନେଟର ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ମୁମ୍ବାଇ ପୁଣି ଥରେ ଜିତି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ମହିଳା ଆଇପିଏଲର ପ୍ରଥମ ଫାଇନାଲ ମ୍ୟାଚ୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏଲିମିନେଟ ମ୍ୟାଚରେ ୟୁପିକୁ ୭୨ ରନରେ ପରାସ୍ତ କରି ମୁମ୍ବାଇ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି। ମହିଳା ପ୍ରିମିୟର ଲିଗର ଏଲିମିନେଟର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୟୁପି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ୨୦ ଓଭରରେ ୪ ୱିକେଟ୍ ହରାଇ ମୁମ୍ବାଇ ୧୮୨ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇର ସିୱର୍-ବ୍ରଣ୍ଟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୮ ବଲରେ ୭୨ ରନର ଏକ ଇନିଂସ…
ଭୁବନେଶ୍ବର: ନୂଆକରି ପ୍ରତିଷ୍ଠା କରାଯାଇଥିବା ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ କୂଳପତି ନିଯୁକ୍ତି କରାଯାଇଛି। ସେ ହେଉଛନ୍ତି ପ୍ରଖ୍ୟାତ ୟୁରୋଲୋଜି ଚିକିତ୍ସକ ଡାକ୍ତର ଦତ୍ତେଶ୍ବର ହୋତା। ସେ ଏହି ବିଶ୍ବବିଦ୍ୟାଳୟର ପ୍ରଥମ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୂଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ଏହି ପଦବୀରେ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇଛି। ଏହି ବିଶ୍ବବିଦ୍ୟାଳୟ ଅସ୍ଥାୟୀ ଭାବେ ଶିଶୁଭବନ ଛକରେ କାର୍ଯ୍ୟ କରୁଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ଜଣେ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକଙ୍କ ବ୍ୟାଗ ତଲାସି ନିଆଯିବାରୁ ତନ୍ମଧ୍ୟରୁ ୧୧ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୧୩ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଦୀପକ ଗୌଡ଼(୨୦)। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୨୭/୨୩ ରେ ମାମଲା ରୁଜୁ…
ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣ ଅଦଳ ବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ 1- ସତ୍ୟବ୍ରତ ସାହୁ- ରାଜସ୍ବ-ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ଦିଆଯାଇଛି। 2- ନିକୁଞ୍ଜ ବିହାରୀ ଧଳ- ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେଉଁଦିନ ଦାୟିତ୍ବ ନେବେ ସେହିଦିନ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦାୟିତ୍ବରୁ ମୁକ୍ତ ହେବେ। 3-ସୁଶୀଳ କୁମାର ଲୋହାନୀ- ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ। 4-ସଂଜୟ କୁମାର ସିଂ- ପ୍ରମୁଖ ଶାସନ ସଚିବ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଜିଏସଟି କମିଶନରଙ୍କୁ ଅତିରିକ୍ତ ଭାବେ ଶକ୍ତି ବିଭାଗ ଦାୟିତ୍ବ ପ୍ରଦାନ। 5-ଜ୍ଞାନ ରଂଜନ ଦାସ- ଓଡିଶା…
ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯକ୍ଷ୍ମାର କାରଣ, ନିରାକରଣ ଓ ଚିକିତ୍ସା ପଦ୍ଧତି ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ର୍ୟାଲିର ଆୟୋଜନ କରାଯାଇଥିଲା। ବିଶ୍ୱରେ ଯକ୍ଷ୍ମା ରୋଗ କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାରୁ ଏହାର ନିରାକରଣ ନିତାନ୍ତ ଜରୁରୀ। ସେହିପରି ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା “ୟେସ୍ ୱି କ୍ୟାନ୍ ଏଣ୍ଡ ଟିବି” (“ହଁ ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା”)। ଏହି ସ୍ଲୋଗାନ୍ ନେଇ ସମ୍ ହସ୍ପିଟାଲ୍ର କର୍ତ୍ତୁପକ୍ଷ, ଡାକ୍ତର ଓ ଛାତ୍ରଛାତ୍ରୀମାନେ ସଚେତନତା ର୍ୟାଲିରେ…

