Author: Samikhsya Bureau

ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ନିଦ୍ରା ଅଭାବ ହେବ ।…

Read More

ନୂଆଦିଲ୍ଲୀ: ଆଜି ରାତିରେ ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କୋଠାଗୁଡ଼ିକର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ପ୍ରାୟ ଏକ ମିନିଟ୍ ପାଇଁ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଫଗାନିସ୍ତାନର ଫଇଜବାଦରେ ରିକ୍ଟର ସ୍କେଲରେ ୬.୬ ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୫୬ କିଲୋମିଟର ଗଭୀରରେ ଥିଲା। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଚଣ୍ଡିଗଡ଼ ଏବଂ ଶ୍ରୀନଗର ସମେତ ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା ଯେତେବେଳେ ଅଧିକାଂଶ ଲୋକ ଶୋଇବା ପାଇଁ ପ୍ରସ୍ତୁତ ହେଉଥିଲେ କିମ୍ବା ରାତ୍ରୀ ଭୋଜନ ପରେ ବିଶ୍ରାମ ନେଉଥିଲେ। କମ୍ପନ ପରେ ଲୋକଙ୍କ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଇଲା। ଅନେକ ଲୋକ ରାସ୍ତା ଓ ପାର୍କ ଆଡକୁ ଦୌଡିବାକୁ ଲାଗିଲେ। ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ…

Read More

ଭୁବନେଶ୍ୱର: ଓଡ଼ିଶା ଲଲିତ କଳା ଏକାଡ଼େମୀ,ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବୁଦ୍ଧ ଆର୍ଟ ଗ୍ୟାଲେରୀ ଭୁବନେଶ୍ଵର ଠାରେ ଆଜିଠାରୁ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରରେ ୩୧ ଜଣ ମହିଳା ଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଶିବିରରକୁ ଆଜି ମୁଖ୍ୟ ଅତିଥି ଭାବେଯୋଗଦେଇ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ପାରମ୍ପରିକ କଳାହିଁ ଆଧୁନିକ କଳାର ଜନକ ବୋଲିଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିରର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ୪ ଦିନ ଧରି…

Read More

ଭୁବନେଶ୍ବର: ଆଜି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜି ତିନିଜିନଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଓଡିଶାର କ୍ରୀଡା ଓ ଯୁବ କଲ୍ୟାଣ ତଥା ଗୃହ ରାଜ୍ୟମନ୍ତ୍ରୀ ତୁଶାରକାନ୍ତି ବେହେରା ସ୍ବାଗତ କରିଥିଲେ। ଏହାପରେ ସେ ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ମମତା ଆଜି ପୁରୀରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଗସ୍ତ କରି ଜଗନ୍ନାଥ ଦର୍ଶନ କରିବେ। ମନ୍ଦିରରେ ସେ ମା ଲକ୍ଷ୍ମୀ ଏବଂ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ମଧ୍ୟ ପୁରୀରେ ରାତ୍ରୀ ଯାପନ କରିବା ପରେ ଗୁରୁବାର ଦିନ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ କୋଲକାତା ଫେରିଯିବେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ତିନି ଗୋଟି ଶକ୍ତିପୀଠ ର ଉନ୍ନତିକରଣ ନିମନ୍ତେ 5T ଉପକ୍ରମରେ ମାଷ୍ଟର ପ୍ଲାନ ଗୁଡିକୁ ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବାଣପୁର ମା’ ଭଗବତୀ ପୀଠ ଅନ୍ୟତମ। ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଣପୁରବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ଲୋକ ମା’ ଭଗବତୀଙ୍କ ମନ୍ଦିର ରେ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ କି ଶ୍ରୀ ମଙ୍ଗରାଜ ସାଂସଦ ହେବା ପରେ ପ୍ରଥମେ ମା ଭଗବତୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିବା ବେଳେ ଭଗବତୀ ମନ୍ଦିର କୁ 5T ଯୋଜନାରେ ସାମିଲ କରିବା ପାଇଁ ବାଣପୁରବାସୀ ଅନୁରୋଧ କରିଥିଲେ। ତାଙ୍କରି ପ୍ରଚେଷ୍ଠାରେ ବର୍ତ୍ତମାନ…

Read More

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଦିଲୋ ଗ୍ରାମର ବାସିନ୍ଦା ଅଭୟ କୁମାର ରାଉତ ଗତ ମାର୍ଚ୍ଚ ୧୫ତାରିଖ ବିଳମ୍ବିତ ରାତିରେ ହଠାତ୍ ହୃଦ୍ ଘାତର ଶିକାର ହେଲେ। ପରିବାରବର୍ଗ ନିଜର ବୁଦ୍ଧି ବଳରେ ପମ୍ପିଂ କରି ଅଭୟଙ୍କୁ ହୋସ୍ କୁ ଆଣିଥିଲେ। ପରବର୍ତ୍ତୀ ସମୟରେ କଣ କରିବେ ବୋଲି ଭାବି ଚିନ୍ତିତ ହୋଇ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ। ହେଲ୍ପଡେସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ସମ୍ ହସ୍ପିଟାଲ ଆସିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସେମାନେ ହସ୍ପିଟାଲରେ ପହଞ୍ଚିବା ପରେ ରଶ୍ମୀ, ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ, ତାଙ୍କ ହାର୍ଟରେ ଦୁଇଟି ବ୍ଲକେଜ ଥିବାର ଜଣା ପଡ଼ିଥିଲା। ପରବର୍ତ୍ତୀ ସମୟରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ହୋଇଥିଲା। ହୃଦ୍ ରୋଗ ବିଶେଷଜ୍ଞ ଡ଼ଃ ସୌମ୍ୟ ମହାପାତ୍ର ତାଙ୍କର…

Read More

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଶ୍ରୀ ଜେନା ନିଜର ନିଷ୍ଠା ଓ ସମର୍ପିତ ସେବା ଦ୍ୱାରା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ଅଳଂକୃତ କରିଛନ୍ତି। ଏହା ୧୯୮୬ ବ୍ୟାଚ୍ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୈାରବ ଆଣିଛି। ଏହି ବ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପାଶ୍ କରିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଶାସନ, ଶିକ୍ଷା ଶିଳ୍ପ, ବୈଜ୍ଞାନିକ ଗବେଶଣା, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସାଧନା, ସମାଜ ସେବା, ଓ ରାଜନୀତି ଆଦି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏହି ବନ୍ଧୁମାନେ ସାମୁହିକଭାବେ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହ…

Read More

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଅଧିକ ନିଯୁକ୍ତି, ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଅନୁଭବ କରି ଖଦୀ ଗ୍ରାମୋଦ୍ୟୋଗ ଓ କତାଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉନ୍ନତି ନିମନ୍ତେ ୨୦୧୧ ମସିହାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ଶିଳ୍ପ ବିଭାଗରୁ ପୃଥକ କରାଗଲା। ଆର୍ଥିକ ବର୍ଷ ୨୦୧୭-୧୮ ର ବଜେଟ ୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୫୭୦ କୋଟିରେ ପହଞ୍ଚିବା ବିଭାଗର ଗୁରୁତ୍ୱ ଦର୍ଶାଉଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏଥି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଯୋଜନା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ହୃଦଘାତ ଏକ ସାଧାରଣ ସମସ୍ୟା ପାଲଟିଛି। ବର୍ତ୍ତମାନ କେବଳ ହୃଦଘାତ ରୋଗୀ କିମ୍ବା ବୃଦ୍ଧ ବ୍ୟକ୍ତି ହୃଦଘାତରେ ଆକ୍ରାନ୍ତ ହୁଅନ୍ତି, ବରଂ ଯୁବକମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି। ଆଜିକାଲି ଜଣେ ବ୍ୟକ୍ତିଙ୍କୁ ଜିମ୍, ସ୍କୁଲ, ଟ୍ରେନରେ ଖେଳିବା ସମୟରେ ମଧ୍ୟ ହୃଦଘାତ ହୋଇ ପାଇପାରେ। ସବୁଠାରୁ ଅସୁବିଧାଜନକ ବିଷୟ ହେଉଛି ଯେ, ଏହା ଯେକୌଣସି ବୟସର ଲୋକଙ୍କ ସହିତ ହୋଇପାରେ ଯେପରିକି ବୃଦ୍ଧ, ପିଲାମାନେ। ଆଜିକାଲି ଯେଉଁ ଉପାୟରେ କେହି ହୃଦଘାତରେ ଆକ୍ରାନ୍ତ ହେଉଛନ୍ତି, ଏହା ଦେଖି ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି ଯେ ଯଦି ହୃଦଘାତ ଏକୁଟିଆ ସମୟରେ ଆସେ ତେବେ କଣ କରିବା ଉଚିତ୍? ସେ ନିଜ ଜୀବନ ବଞ୍ଚାଇବା ପାଇଁ କ’ଣ କରିବା ଉଚିତ୍?, ଆସନ୍ତୁ ଜାଣିବା…. ସୂଚନା ଯୋଗ୍ୟ ଯେ, ହୃଦଘାତର ଘଟଣା ଦିନକୁ ଦିନ ବଢୁଛି। ବିଶେଷକରି ଯୁବକ ଏବଂ ୪୦ ବର୍ଷର ଲୋକମାନଙ୍କ କ୍ଷେତ୍ରରେ…

Read More

ନୂଆଦିଲ୍ଲୀ: ଭାରତୀୟ ଦଳ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟିମ୍ ଇଣ୍ଡିଆ ଜୁନ୍ ୭ ତାରିଖରୁ ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଅନ୍ତିମ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ କେଉଁ ୱିକେଟ୍ କିପର ଟିମ୍ ଇଣ୍ଡିଆ ପାଇଁ ଫିଲ୍ଡିଂ କରିବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଋଷଭ ପନ୍ତଙ୍କ ଅନୁପସ୍ଥିତିରେ କେ.ଏସ୍ ଭରତ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ପାଇଁ ୱିକେଟ୍ କିପର ଭାବରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ଅଧିକ ସଫଳତା ପାଇ ପାରିନଥିଲେ। ଏହି ସମୟ ମଧ୍ୟରେ କେଏଲ ରାହୁଲଙ୍କୁ ପାର୍ଟ ଟାଇମ୍ ୱିକେଟ୍ କିପର ଭାବେ ଦଳରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି। ୱିକେଟ୍ କିପିଂ ପାଇଁ ଇଂଲଣ୍ଡ ସହଜ ନୁହେଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ, କେ.ଏଲ୍ ରାହୁଲଙ୍କୁ ପାର୍ଟ ଟାଇମ୍ ୱିକେଟ୍ କିପର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସହର ଉପକଣ୍ଠ ନିମଖଣ୍ଡି ଫାଣ୍ଡିକୁ ରାଜ୍ୟ ସରକାର ଥାନାରେ ପରିଣତ କରିଥିଲେ। କିନ୍ତୁ ଆବଶ୍ୟକ ଭିତ୍ତିଭୂମୀ ଥାଇ କୋଠା ନଥିବାରୁ ସ‌ହର ମଧ୍ୟରେ ଖାଜା ସାହିସ୍ଥିତ ପୁରୁଣା ମହିଳା ଥାନାକୁ ଅସ୍ଥାୟୀ ଭାବେ ନିମଖଣ୍ଡି ଥାନାର କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ନୂତନ ସ୍ଥାୟୀ କୋଠା ନିର୍ମାଣ ପାଇଁ ସରକାରୀ ଜାଗା ଚିହ୍ନଟ ଆରମ୍ଭ ହୋଇଥିଲା। ସେହି ପ୍ରକାରେ ଲୋଚାପଡା କାଳୀ ମନ୍ଦିର ନିକଟରେ ୨୩୩ ଡିସିମିଲ ଜମି ଥିବାର ଜଣାପଡିଥିଲା ଓ ଜାଗା ସଂରକ୍ଷଣ ପାଇଁ ଗଲାବେଳେ ସେଠି କିଛି ସାଧାରଣ ଲୋକ ଜାଗା ଜବରଦଖଲ କରି ୮ ଟି ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ ପ୍ରତିଷ୍ଠାନ ଚଳାଇଥିଲେ। ଏହି ଭଳି ପରିସ୍ଥିତିରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଓ ସଦର ଥାନା ଆଇଆଇସି ଭାଵାନନ୍ଦଙ୍କ ଉପସ୍ଥିତିରେ ଉକ୍ତ…

Read More

ନୂଆଦିଲ୍ଲୀ: ଅଭିନେତ୍ରୀ-ରାଜନେତା କିରନ୍ ଖେର୍ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି। ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କରୋନା ପଜିଟିଭ୍ ବୋଲି କିରନ୍ ସୂଚନା ଦେଇଛନ୍ତି। ଏହା ସହିତ ସେ ତାଙ୍କର ସ୍ୱାସ୍ଥ୍ୟ ଅପଡେଟ୍ ମଧ୍ୟ ସେୟାର କରିଛନ୍ତି ଏବଂ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି, ସେମାନେ କରୋନା ପରୀକ୍ଷା କରିବାକୁ ସେ ନିବେଦନ କରିଛନ୍ତି। ପ୍ରକାଶ ଥାଉ କି କିରନ୍ ଖେର ୨୦୨୧ରେ ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ଚିକିତ୍ସା ପରେ କିରନ୍ ଖେର ଆରୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ସ୍ୱାମୀ ତଥା ଅଭିନେତା ଅନୁପମ ଖେର ଏବଂ ପୁଅ ସିକନ୍ଦର ଖେର ଏହି ଅଦ୍ୟତନକୁ ସେୟାର କରିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। କର୍କଟ ରୋଗ ସହ ଯୁଦ୍ଧରେ ଜିତିବା ପରେ କିରନ୍ ଖେର ରିଆଲିଟି ସୋ ‘ଇଣ୍ଡିଆସ ଗଟ୍ ଟ୍ୟାଲେଣ୍ଟ୍’ରେ ବିଚାରପତି ଭାବରେ ନଜର ଆସିଥିଲେ। ପ୍ରକାଶ ଯେ, ୧୯୮୫…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ଆସୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରେ ପହଁଞ୍ଚିବା ପରେ ସିଧା ପୁରୀ ଯିବେ। ସେଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ତାଙ୍କ କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ମମତା ଶ୍ରୀଜୀୟୁଙ୍କ ଦର୍ଶନ ସହିତ ମା ଲକ୍ଷ୍ମୀ ଏବଂ ବିମଳା ମନ୍ଦିରରେ ବିଶେଷ ପୂଜା କରିବେ। ଏହାପରେ ଗୁରୁବାର ଦିନ ମମତା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିବେ। ଏହି ସାକ୍ଷାତ ଏକ ସୌଜନ ମୂଳକ ଥିଲେ ମଧ୍ୟ ଏଥିରେ ରାଜନୈତିକ ଗନ୍ଧ ବାରି ହୋଇପଡୁଛି। କାରଣ ନିକଟରେ ମମତାଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସାକ୍ଷାତ କରି ବିଜେପି ବିରୋଧରେ ରଣନୀତି ଘୋଷଣା କରିଥିଲେ। ଉଭୟ ବିଭିନ୍ନ ଆଞ୍ଚଳିକ ଦଳ ସହିତ ଆଲୋଚନା କରି ବିଜେପିକୁ ବିରୋଧ କରିବେ। ଏହି କାରଣ ନେଇ ମମତା ଜଗନ୍ନାଥ…

Read More

ନୂଆଦିଲ୍ଲୀ: ସୋମବାର ଦିନ ଭାରତରେ ଖାଲିସ୍ତାନୀ ସମର୍ଥକଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହି ବ୍ଲକ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ନେତା ଜଗମିତ ସିଂଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ରହିଛି। ବାସ୍ତବରେ ଖାଲିସ୍ତାନୀ ନେତା ଅମୃତପାଲ ସିଂଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧ ପରେ ଏହି ଆକାଉଣ୍ଟଗୁଡିକୁ ବନ୍ଦ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଘଟିଛି, ଯେତେବେଳେ ଖାଲିସ୍ତାନୀ ଉପଦ୍ରବୀମାନେ ବିଦେଶରେ ଥିବା ଭାରତୀୟ କନସୁଲେଟ୍ ଏବଂ ହାଇ କମିଶନଙ୍କ ଉପରେ ଆକ୍ରମଣ କରୁଛନ୍ତି। କାନାଡାର କବୟତ୍ରୀ ରୂପୀ କୌର, କାର୍ଯ୍ୟକର୍ତ୍ତା ଗୁରୁଦୀପ ସିଂ ସହୋତାଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ଜଗମିତ ସିଂ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଜଣାଶୁଣା, ତେଣୁ ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି। ବାସ୍ତବରେ, ରବିବାର ଦିନ ଖାଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ଭଙ୍ଗାରୁଜା କରିଥିଲେ ଏବଂ ତ୍ରିରଙ୍ଗାକୁ କାଢି ନେଇଥିଲେ। ଏଥି ସହିତ…

Read More

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗ ଆଜି ମାନବାଧିକାର ପ୍ରସଙ୍ଗରେ ବାର୍ଷିକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ, NCRB ର ତଥ୍ୟ ପ୍ରକାଶ କରିବାବେଳେ, ସେ ଭାରତରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ମାନବାଧିକାର ଏବଂ ଅତ୍ୟାଚାର ବିଷୟରେ କହିଛନ୍ତି। ଆମେରିକାର ରିପୋର୍ଟ ଦାବି କରିଛି ଯେ, ୨୦୨୨ ମସିହାରେ ଭାରତରେ ମାନବାଧିକାରର ଉଲ୍ଲଂଘନ, ନ୍ୟାୟିକ ହେପାଜତରେ ହତ୍ୟା, ସାମ୍ବାଦିକ ସ୍ୱାଧୀନତା, ଧାର୍ମିକ ତଥା ଅନୁସୂଚିତ ଜାତିଙ୍କୁ ଟାର୍ଗେଟ କରୁଥିବା ହିଂସା ପରି ଘଟଣା ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଙ୍କ ବିଭାଗ ବାର୍ଷିକ ମାନବ ଅଧିକାର ରିପୋର୍ଟ ପ୍ରକାଶ କରିଛି, ଯାହା ସାରା ବିଶ୍ୱରେ ଘଟୁଥିବା ମାନବାଧିକାର ପରିସ୍ଥିତି ବିଷୟରେ ଆମେରିକା ସଂସଦକୁ ସୂଚନା ଦେଇଛି। ବାର୍ଷିକ ରିପୋର୍ଟରେ ଇରାନ, ଉତ୍ତର କୋରିଆ ଏବଂ ମିଆଁମାର ଭଳି ଅନ୍ୟାନ୍ୟ ଦେଶ ସହିତ ଋଷ ଏବଂ ଚାଇନାରେ ମାନବାଧିକାରର ଉଲ୍ଲଂଘନ ଘଟଣାକୁ ସମାଲୋଚନା କରାଯାଇଛି। ଭାରତରେ ଏହି ରିପୋର୍ଟର…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ରେଞ ଅନ୍ତର୍ଗତ ସରାପାଲି ପଂଚାୟତର ମହୁଲପାଲି ଗ୍ରାମ ନିକଟରେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ମୁନସୀକୁ ବନବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବନବିଭାଗ ସୂଚନା ଦେଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବନବିଭାଗର ମୁନସୀ ପ୍ରସନ୍ନ ଷଣ୍ଢ କେନ୍ଦୁପତ୍ର ମୁନସୀ ଭାବରେ କାମ କରୁଥିବା ବେଳେ କେନ୍ଦୁପତ୍ର ଅଧିକ ଅମଳ ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଇଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ମହୁଲପାଲି ଜଙ୍ଗଲରେ ଚଢଉ କରି ମୁନସୀ ପ୍ରସନ୍ନ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଫରେଷ୍ଟର ଭୁବନେଶ୍ୱର ପାଣି ଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା। କେନ୍ଦୁପତ୍ର ଅମଳ ସମୟର ପୂର୍ବରୁ ଅଧିକ କେନ୍ଦୁପତ୍ର ହେବାକୁ ଲକ୍ଷ୍ୟ ରଖି ବହୁ ସମୟରେ କେନ୍ଦୁପତ୍ର ବିଭାଗର ମୁନସୀମାନେ ଜଙ୍ଗଲରେ ନିଆଁ ଲଗାଉଥିବା ନଜିର ରହିଛି।

Read More

ନୂଆଦିଲ୍ଲୀ: ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦ ମାର୍ଚ୍ଚ, ୨୦୨୩ରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’’ ପୋର୍ଟାଲ www.cityfinance.in/rankings କୁ ଲାଇଭ କରି ଦିଆଯାଇଛି। ସାରା ଦେଶର ପୌର ପ୍ରଶାସନ (ୟୁଏଲବି)ଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ୧୦୦% ପେପରଲେସ ପ୍ରକ୍ରିୟା ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିପାରିବେ। ସାରା ଦେଶର ପୌରପାଳିକା ସଂସ୍ଥାଗୁଡ଼ିକର ବର୍ତ୍ତମାନର ଆର୍ଥିକ ସ୍ୱାସ୍ଥ୍ୟର ଗୁଣବତ୍ତା ଏବଂ ଆର୍ଥିକ ପ୍ରଦର୍ଶନରେ ସମୟ ଅନୁକୂଳ ସୁଧାର ଆଣିବା ଆଧାରରେ ମୂଲ୍ୟାଙ୍କନ, ଚିହ୍ନଟ ଏବଂ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’କୁ ଶୁଭାରମ୍ଭ କରାଯାଇଛି। ଏଥିପୂର୍ବରୁ ୨୮ ଡିସେମ୍ବର, ୨୦୨୨ରେ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ। ଏହି ମାର୍ଗଦର୍ଶିକା ଅନୁଯାୟୀ, ରେଙ୍କିଙ୍ଗରେ ଅଂଶଗ୍ରହଣ କରୁଥିବା ପୌର ପ୍ରଶାସନଗୁଡ଼ିକୁ ତିନୋଟି ପ୍ରମୁଖ ପୌରପାଳିକା ଆର୍ଥିକ ସ୍ଥିତିର ୧୫ଟି ସଙ୍କେତକ ଆଧାରରେ…

Read More

ଭୁବନେଶ୍ବର: ଭାରତର ପ୍ରତିଷ୍ଠିତ ଇମାମୀ ଗ୍ରୁପ ଦ୍ବାରା ପରିଚାଳିତ ଆମ୍ରି ହସପିଟାଲ ବିକ୍ରୀ ହୋଇଗଲା। ଏହାକୁ କିଣିଲେ ମଣିପାଲ ହେଲଥ୍ ଇଣ୍ଟରପ୍ରାଇଜେସ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଂପାନୀ ପ୍ରାୟ ୨୩୫୦ କୋଟି ଟଙ୍କା ମୂଲ୍ୟରେ ଏମଆରଆଇ ବା ଆମ୍ରି ହସ୍ପିଟାଲର ଇମାମି ଗ୍ରୁପ୍‌ର ଅଂଶଧନ ହାସଲ କରିବାକୁ ଯାଉଛି। ଇମାମୀ ଗ୍ରୁପର ପୂର୍ବ ଭାରତରେ ତିନୋଟି ଆମ୍ରି ହସପିଟାଲ ରହିଛି। ଦୁଇଟି କୋଲକାତାରେ ଥିବା ବେଳେ ଗୋଟିଏ ଭୁବନେଶ୍ବରରେ ରହିଛି। ଏହି ତିନୋଟି ହସପିଟାଲକୁ ଇମାମୀ ଗ୍ରୁପ ବିକ୍ରି କରିଦେଇଛି। ବର୍ତ୍ତମାନ ଭୁବନେଶ୍ବର ହସପିଟାଲରେ ମନିପାଲର କର୍ମଚାରୀମାନେ ଆସି ବସୁଥିବାର ଜଣାପଡିଛି। ଏହି ଡିଲ ହେବା ପରେ ଆମ୍ରି ହସପିଟାଲର ମୁଖ୍ୟ ଥିବା ନିଳଞ୍ଜନା ମୁଖାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କଳିଙ୍ଗ ହସପିଟାଲର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି। ମଣିପାଲ ଦୁଇଟି ଭାଗରେ ଅମ୍ରିର ଅଂଶଧନ କ୍ରୟ କରିବ। ପ୍ରଥମେ ବୃହତ ପ୍ରତିଶତ ରାଶି ପଇଠ…

Read More

ଭୁବନେଶ୍ୱର: ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ବୟନିକା ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱରଠାରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାନ୍ତ ଚଳିତ ମାର୍ଚ୍ଚ ୩୧…

Read More

ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…

Read More

ଭୁବନେଶ୍ୱର: ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତାରେ ବେସରକାରୀ ଅନୁଦାନପ୍ରାପ୍ତ ୨୨୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ୫୫୫ ଜଣ ପିଜିଟି (PGT) ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ପ୍ରବରଣ ଆୟୋଗ (SSB)ର ଅଧ୍ୟକ୍ଷ ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ଏବଂ ସଂପାଦକ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର, ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଡ. ଭାଗୀରଥି କାଣ୍ଡିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ।

Read More