କାର୍ବି ଆଙ୍ଗ୍ଲୋଙ୍ଗ: ଆସାମର କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୭ କୋଟି ଟଙ୍କା ମୂଲ୍ୟର ହେରୋଇନ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଦୁଇଟି ପୃଥକ ଚଢାଉରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଆଜି ପୋଲିସ ୬-୭ କୋଟି ଟଙ୍କା ମୂଲ୍ୟର ୧.୩୦୪ କିଲୋଗ୍ରାମ ହେରୋଇନ ଜବତ କରିଛି ଏବଂ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ଦୁଇଟି ପୃଥକ ଚଢାଉରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।
Author: Samikhsya Bureau
ଭୁବନେଶ୍ବର: ବର୍ତ୍ତମାନ ଜୀ-ସାର୍ଥକରେ ସନ୍ଧ୍ୟା ୭ଟା ରେ ଚାଲିଥିବା ମେଗା ଧାରାବାହିକ ‘ଝିଲି’ ଲୋକପ୍ରିୟତା ଶୀର୍ଷରେ। ଏହି ଧାରାବାହିକରେ ଝିଲି ଓ ସିଦ୍ଧ ଯୋଡ଼ି ଦର୍ଶକମାନଙ୍କ ଦ୍ୱାରା ଖୁବ୍ ପ୍ରଶଂସିତ ହେବା ସହ ଏହାର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଛି। ଏବେ କାହାଣୀରେ ଗୋଟେ ଭିନ୍ନ ମୋଡ଼ ଆସିଛି। କାହାଣୀର ଗତିଶୀଳତା ସହ ମିଠା ମହଲ ଏବେ ନାନା ସମସ୍ୟା ଭିତରେ ଗତି କରୁଛି। ସମରେଶ ଓ ସନ୍ଦୀପ ପୁରା ବିଜିନେସକୁ ଦୁଇ ଭାଗରେ ବାଣ୍ଟି ନେବାକୁ ଠିକ୍ କରୁଥିବା ବେଳେ ଝିଲି ଚାହୁଁନାହିଁ ଯେ ଜେଜେ ଏକଥା ଜାଣନ୍ତୁ। ସିଦ୍ଧ, ଝିଲିର କଥା ବୁଝିଲେ ବି କିଛି କରି ପାରୁନି। ସମରେଶ ନିଜର ସ୍ଵତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ନିବେଶକ ମାନେ ଶେଷ ମୁହୂର୍ତ୍ତରେ ଓହରି ଯାଉଛନ୍ତି ଓ ସମରେଶଙ୍କୁ କ୍ଷତି ସହିବାକୁ ପଡ଼ିଛି। ଏପରି ଏକ ମାନସିକ ଚାପ ଭିତରେ ସେ ଏକ ମୃଦୁ ହୃଦଘାତର…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯାଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତୀୟ ଦଳ ୧୬୮ ରନ୍ରେ ପୁନର୍ବାର ବିଜୟ ପଞ୍ଜିକରଣ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଭାରତର ଏହି ବିଜୟରେ ଓପନର୍ ଶୁବମାନ ଗିଲଙ୍କର ଏକ ବଡ଼ ଅବଦାନ ଥିଲା। ଏହି ମ୍ୟାଚରେ ଗିଲ ୬୩ ଟି ବଲରେ ୧୨୬ ରନର ଏକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ମୋଟ ୧୨ ଟି ଚୌକା ଓ ୭ ଟି ଛକା ଅନ୍ତର୍ଭୁକ୍ତ ହୋଇଥିଲା। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୨୦୦ ଥିଲା। ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ଗିଲଙ୍କର ପ୍ରଥମ ଶତକ ଥିଲା। ଏହି ଶତକ ସହିତ ସେ ବ୍ୟାଟ୍ସମ୍ୟାନ୍ ତାଲିକାରେ ଯୋଗ ଦେଇଛନ୍ତି, ଯେଉଁମାନେ ଭାରତ ପାଇଁ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।…
ନୂଆଦିଲ୍ଲୀ: ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ। ୧- ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ “ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇଛି। ଆମର କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏ ମାଟିର କାରିଗରମାନଙ୍କ ଦକ୍ଷତାର ତୁଳନା ନାହିଁ। ମୁଁ ବହୁତ ଖୁସି ଯେ ଆମର ୪୭ ଜଣ ଶିଳ୍ପୀଙ୍କୁ କ୍ରାଫଫ ଆୱାର୍ଡରେ ସମ୍ମାନିତ କରାଗଲା। ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ୩ ଜଣ ବିଶିଷ୍ଟ ଶିଳ୍ପୀ ପଦ୍ମ…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ ବିଶ୍ୱବିଦ୍ୟାଳୟର କନ୍ଭୋକେସନ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ଆସି ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ଫେବ୍ରୁଆରୀ ୧୧ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଜ୍ଞାନ ମିଶନ ସହ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।
ଚାଣକ୍ୟ ନୀତି: ବିବାହିତ ଜୀବନକୁ ସୁଖୀ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ବିଶେଷ କଥା ମଧ୍ୟ କହିଛନ୍ତି। ଚାଣକ୍ୟଙ୍କ କହିବାନୁସାରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ହେଉଛି ସବୁଠାରୁ ଶକ୍ତିଶାଳୀ ସମ୍ପର୍କ। ଏହି ସମ୍ପର୍କର ସମ୍ମାନ ଏବଂ ମଧୁରତାକୁ କଦାପି ହ୍ରାସ କରିବାକୁ ଦିଆଯିବା ଉଚିତ୍ ନୁହେଁ। ଯିଏ ବିବାହିତ ଜୀବନରେ ମଧୁରତା ଏବଂ ଶକ୍ତି ବଜାୟ ରଖେ, ଧନ ଦାତ୍ରୀ ଦେବୀ ଲକ୍ଷ୍ମୀଙ୍କର ଅନୁଗ୍ରହ ମଧ୍ୟ ତାଙ୍କ ଉପରେ ରହିଥାଏ। ଜୀବନରେ ମଧ୍ୟ ସଫଳତା ମିଳିବ। ବୈବାହିକ ଜୀବନ ଏହି ଜିନିଷ ଦ୍ୱାରା ପ୍ରଭାବିତ ହୋଇଥାଏ: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସମ୍ପର୍କକୁ ଦୁର୍ବଳ କରିବାରେ ବିଶ୍ୱାସର ଅଭାବ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ବିଶ୍ୱାସ କେବେବି ହରେଇବା ଉଚିତ୍ ନୁହେଁ। ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ବିଶ୍ୱାସର ଅଭାବ ଥାଏ, ସେତେବେଳେ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବା ଆରମ୍ଭ କରେ। ଯାହା ପରେ ମଧ୍ୟ ଟେନସନ…
ମେଷ- ଅର୍ଥ କ୍ଷତିର ଯୋଗ ରହିଛି। କାରବାର କ୍ଷେତ୍ରରେ ଗୁରୁବାର ଦିନ ବିଶେଷ ଯତ୍ନ ନେବାକୁ ପଡ଼ିବ। ଅନଲାଇନ୍ କାରବାର ବେଳେ ସାବଧାନ ରୁହନ୍ତୁ। ଆୟର ଉତ୍ସ ବୃଦ୍ଧି କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ। ବୃଷ– ହଠାତ୍ ଧନ ଲାଭର ପରିସ୍ଥିତି ଅଛି। ଗୁରୁବାର ଦିନ ଅଳସୁଆ ତ୍ୟାଗ କରନ୍ତୁ ଏବଂ ଏହି ଦିନରେ ଉପଲବ୍ଧ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ରାଶିରେ ରାହୁ ଚଳନ କରୁଛନ୍ତି। ଦ୍ୱନ୍ଦ୍ୱର ସ୍ଥିତି ସୃଷ୍ଟି ହୋଇପାରେ। ତେଣୁ, ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଶୀଘ୍ର ସ୍ଥିତିକୁ ଏଡାନ୍ତୁ। ମିଥୁନ- ବ୍ୟବସାୟରେ ଲାଭର ପରିସ୍ଥିତି ଅଛି। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ବୁଧବାର ସର୍ବୋତ୍ତମ ଦିନ। ପ୍ରତିଦ୍ୱନ୍ଦ୍ୱୀମାନେ ସକ୍ରିୟ ରହିବେ। ଯୋଜନାକୁ ନେଇ ସାବଧାନ ରୁହନ୍ତୁ। କର୍କଟ- ଚାପଗ୍ରସ୍ତ ପରିସ୍ଥିତିକୁ ଏଡାଇବାକୁ ଚେଷ୍ଟା କରନ୍ତୁ। ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଭବିଷ୍ୟତକୁ ଧ୍ୟାନରେ ରଖି ଆପଣ ପୁଞ୍ଜି ବିନିଯୋଗ…
ଅହମ୍ମଦାବାଦ: ଅନ୍ତିମ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳ ୧୬୮ ରନ୍ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ୩ ଟି-୨୦ ମ୍ୟାଚ୍ ସିରିଜ୍ କୁ ୨-୧ ରେ ଜିତିଛି। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ଇନିଂସ ୧୨.୧ ଓଭରରେ ମାତ୍ର ୬୬ ରନରେ ସୀମିତ ରହିଥିଲା। ଓପନର୍ ଶୁବମାନ ଗିଲ ଭାରତ ପାଇଁ ୬୩ ବଲରେ ୧୨୬ ରନର ଅପରାଜିତ ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୭ ଟି ଛକା ମାରିଥିଲେ। ଏହା ବ୍ୟତୀତ ରାହୁଲ ତ୍ରିପାଠୀ ୨୨ ବଲରେ ୪୪ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆର…
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଖୋର୍ଦ୍ଧା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ବେହେରାଙ୍କ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୨ ଟି ରଥର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ସକାଳ ୧୦ ଘଟିକାରେ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଜନର ଯନ୍ତ୍ରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ। ଏହି ରଥର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା। ଜଳସେଚନର ସୁଚାରୁରୂପେ ପରିଚାଳନା ଏବଂ ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ତାହା ସରକାରଙ୍କର ଏକ ସୁନ୍ଦର ପ୍ରୟାସ। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୦ ଗୋଟି ପାଣି ପଞ୍ଚାୟତ ଗଠନ ହୋଇଛି। ସେସବୁ ହେଲା: ଖୋର୍ଦ୍ଧା ଡିଭିଜନ-୨୨, ପ୍ରାଚୀ ଡିଭିଜନ-୧୫, ମାଇନର ଇରିଗେସନ ଡିଭିଜନ ୧୧୪, ଓଏଲଆଇସି, ଭୁବନେଶ୍ବର- ୩୩୯ ଟି ରହିଛି। ସେଥିମଧ୍ୟରୁ ୫୨୧…
ଭୁବନେଶ୍ବର: ଭୁବନେଶ୍ବର ଚକିଶିଆଣୀରେ ବନ୍ଦେ ଭାରତୀ ଜାତୀୟ ମହିଳା ଓ ଶିଶୁ ବିକାଶ ପରିଷଦ ପକ୍ଷରୁ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପିଲାମାନଙ୍କୁ ଏଥିରେ ପୁରଷ୍କୃତ କରାଯାଇଥିଲା। ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସବୁ ବେଳେ ସତ କହିବା ଓ ବାପା ମା’ ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦିଆଯାଇଥିଲା। ଆଗକୁ ଏହା ରାଜ୍ୟର ସବୁ ସ୍ଥାନ ମାନଙ୍କରେ ଆୟୋଜିତ କରାଯିବ ବୋଲି ସଭାନେତ୍ରୀ ପ୍ରତୀକ୍ଷା ମହାପାତ୍ର କହିଥିଲେ। ଆସନ୍ତା ଶିକ୍ଷା ବର୍ଷରେ ଓଡିଶାର ବିଭିନ୍ନ କୋଣରୁ ଗରିବ ଶ୍ରେଣୀର ପିଲାମାନଙ୍କୁ କିଭଳି ଭାବେ ମାଗଣା ଓ ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରାଯିବ ତାହା ଉପରେ ବକ୍ତବ୍ୟ ରଖିଥିଲେ ଇଂ. ଶେଷଦେଵ ବରାଳ। ଏହି କାର୍ଯ୍ୟକ୍ରମରେ ଇଂ. ଶେଷଦେଵ ବରାଳ, ପ୍ରତୀକ୍ଷା…
ଭୁବନେଶ୍ବର: ଶେଷରେ କ୍ରାଇମ ବ୍ରାଞ୍ଚ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛି। ଚାରିଦିନ ଧରି ତଦନ୍ତ କରୁଥିବା ବେଳେ ଏ ପର୍ୟ୍ୟନ୍ତ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଏବେ କ୍ରାଇମ ବ୍ରାଞ୍ଚ ଯେଉଁ ତଥ୍ୟ ଦେଇଛି ସେଗୁଡିକ ହେଲା.. ୧- ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ଅଣାଯାଇଛି। ଅଭିଯୁକ୍ତଙ୍କ ନିରନ୍ତର ପଚରାଉଚରା ସିଆଇଡି ସିବି ଟିମ୍ ଦ୍ୱାରା ଚାଲିଛି। ୨- FARO 3-Dସ୍କାନର୍ ବ୍ୟବହାର କରି ବୈଜ୍ଞାନିକ ଅଧିକାରୀ ଏବଂ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ସହାୟତାରେ ଗାଡି ଏବଂ କ୍ରାଇମ ସ୍ପଟ୍ ଯାଞ୍ଚ ଜାରି ରହିଛି। ୩- ଜଣେ ଡିଏସପିଙ୍କ ନେତୃତ୍ୱରେ ଗୋଟିଏ ଦଳ ଘଟଣା ଦିନ ଉପସ୍ଥିତ ଥିବା ମୃତ ନେତାଙ୍କ ସମର୍ଥକଙ୍କ ସମେତ ସାକ୍ଷୀମାନଙ୍କୁ ପଚରା ଉଚୁରା କରୁଛନ୍ତି। ୪- ଜଣେ ଡିଏସପି ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ଅଭିଯୁକ୍ତ ଗୋପାଳ…
ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜନକେନ୍ଦ୍ରୀକ, ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍ ଉପସ୍ଥାପନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପଗୁଡିକ ପୂରଣ କରିବା ପାଇଁ ଭାରତର ଅମୃତ କାଳରେ ଆଗତ ପ୍ରଥମ ବଜେଟ୍ ଏକ ଦୃଢ ଆଧାର ପ୍ରତିଷ୍ଠା କରିଛି। ସେ କହିଛନ୍ତି ଯେ ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବ ଏବଂ ଆଙ୍କାକ୍ଷୀ ସମାଜ, ଗରିବ, ଗ୍ରାମ୍ୟ ଏବଂ ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସାକାର କରିବ। ଏହି ଐତିହାସିକ ବଜେଟ୍ ପାଇଁ ସେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପାରମ୍ପରିକ କାରିଗର ଯେମିତିକି ଲୋହାର (କମାର) ସୁନାର (ବଣିଆ), କୁମ୍ଭାର (କୁମ୍ଭକାର), ଶିଳ୍ପୀ ଏବଂ ଅନ୍ୟାନ୍ୟଙ୍କୁ ଦେଶର ସୃଷ୍ଟିକର୍ତ୍ତା ବୋଲି କହିଥିଲେ। ପ୍ରଥମ ଥର ପାଇଁ ଏହି ଲୋକମାନଙ୍କର କଠିନ ପରିଶ୍ରମ ଏବଂ ସୃଷ୍ଟି ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶ ଅନେକ ଯୋଜନା ନେଇ ଆସିଛି। ସେମାନଙ୍କ ପାଇଁ ତାଲିମ, ଋଣ ଏବଂ ବଜାର ସହାୟତା ପାଇଁ ବ୍ୟବସ୍ଥା…
ନୂଆଦିଲ୍ଳୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ରେ ‘ଅମୃତକାଳ’ର ଲକ୍ଷ୍ୟ ସ୍ଥାନିତ ହୋଇଛି ଯାହା ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତିକୁ ପ୍ରତିଫଳିତ କରିବ । ସେ କହିଛନ୍ତି “ଆମେ ଏକ ସମୃଦ୍ଧ ଓ ସମାବେଶୀ ଭାରତ ଗଠନର ଲକ୍ଷ୍ୟ ରଖିଛୁ ଯେଉଁଠି ବିକାଶର ଲାଭ ସବୁ ନାଗରିକଙ୍କ ପାଖରେ ଓ ସବୁ ଅଞ୍ଚଳରେ ପହଞ୍ଚି ପାରିବ । ବିଶେଷକରି ଆମ ଯୁବ ସମାଜ, ମହିଳା, ଚାଷୀ, ଓବିସି, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକେ ଏହି ବିକାଶର ଲାଭ ଯେପରି ଉଠାଇପାରିବେ ସେଥିପାଇଁ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ।” ଅମୃତକାଳର ଲକ୍ଷ୍ୟ-ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତି କେନ୍ଦ୍ର ଅର୍ଥମନ୍ତ୍ରୀ ସରକାରଙ୍କ ଅମୃତକାଳର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଯେ “ ଆମର ଅମୃତକାଳର ଲକ୍ଷ୍ୟ ମଧ୍ୟରେ ରହିଛି ଟେକ୍ନୋଲୋଜି ପରିଚାଳିତ ଓ…
ଭୁବନେଶ୍ୱର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣ ସିବିଆଇ ତଦନ୍ତ କରୁ ବୋଲି ଦାବୀ କରିଥିବା ବିଜେପିକୁ ଜବାବ ଦେଇଛି ବିଜେଡି। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି। ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରି ନ ଥିଲେ, ତେଣୁ ସେ ନିରାଶ ହୋଇପଡି ଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି। ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ…
ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ ପି ଦାସ ତଦନ୍ତ ତଦାରଖ କରିବେ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରାଇଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନବ ଦାସ ହତ୍ୟା ମାମଲାରେ ତଦନ୍ତ ତଦାରଖ ପାଇଁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଏଥିରେ ତଦନ୍ତ ଦାୟିତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି କିମ୍ବା ଜଣେ ଜିଲ୍ଲା ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଅନୁରୋଧ କରାଯାଇ ଥିଲା। ସରକାର କହିଥିଲେ,ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି । ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଆଣିବା ନିହାତି ଆବଶ୍ୟକ। ସେଥିପାଇଁ ଏହାର ତଦାରଖ କରିବା ପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ ବୋଲି…
ନୂଆଦିଲ୍ଲୀ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୩ ର ପ୍ରଥମ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ଫେବୃଆରୀ-ମାର୍ଚ୍ଚ ମାସରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୯ ତାରିଖରୁ ନାଗପୁରରେ ଖେଳାଯିବ। ଭାରତୀୟ ଦଳ ଏହି ସିରିଜ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ଦିଆଯିବାର ଖବର ଆସିଛି। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ଆୟର୍ ପ୍ରଥମ ମ୍ୟାଚ୍ ରୁ ବାଦ ପଡିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦ୍ୱାରା ଆୟର ପୁଣିଥରେ ଫିଟନେସ୍ ପାଇବେ। ଏହାପୂର୍ବରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅନ୍ତର୍ଭୁକ୍ତ କରାଯାଇଥିଲା, କିନ୍ତୁ ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ବାଙ୍ଗାଲୋରକୁ ପୁନଃ ଥଇଥାନ ପାଇଁ ପଠାଯାଇଥିଲା। ଗଣମାଧ୍ୟମର ଏକ ସୂତ୍ରରୁ ପ୍ରକାଶ ଯେ, “ଆଶା ଅନୁଯାୟୀ, ଆୟର ସୁସ୍ଥ ହୋଇନାହାନ୍ତି ଏବଂ ତାଙ୍କୁ ପୁଣି କ୍ରିକେଟ୍ ଖେଳିବାକୁ ଅତି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପଦରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ମଳିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଲାଞ୍ଜିଆ ପଞ୍ଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ସରପଞ୍ଚ ଅନୀଲ ମହାଙ୍କୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷୟତ୍ରୀ କଲ୍ୟାଣୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଯୋଗଦାନ କରି ଅତିଥି ମାନେ ବିଦ୍ୟାଳୟ କମିଟି ଓ ଅଭିଭାବକ ମାନେ ମିଶି ଛାତ୍ର ଓ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଭୁମିକା ତୁଲାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର “ବିଦ୍ୟା ଅର୍ଜନ” ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ପ୍ରକାଶ ପାଇଥିଲା। ଆଜିର ଏହି ଉତ୍ସବରେ ବିଦ୍ୟାଳୟର…
ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ତିକ୍ତତା ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ୨୦୨୩-୨୪ ପାଇଁ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୫.୯୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଧିକାଂଶ ବଜେଟ୍ ଯବାନମାନଙ୍କ ପାଇଁ ଆବଶ୍ୟକ ମୌଳିକ ଉନ୍ନତି ପାଇଁ ବ୍ୟବହୃତ ହେବ। ୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ କ’ଣ ଥିଲା?: ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ସୁରକ୍ଷା ବଜେଟକୁ ୯.୮୬ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୨୨ ର ବଜେଟରେ ସେନା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ୪୭ ହଜାର କୋଟି ଟଙ୍କା ବୃଦ୍ଧି କରିଥିଲେ। ୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ ଥିଲା ୫.୨୫ ଲକ୍ଷ କୋଟି ଟଙ୍କା। ୫ ବର୍ଷରେ ପ୍ରତିରକ୍ଷା ବଜେଟ୍ କେବେ ଏବଂ କେତେ ବୃଦ୍ଧି ପାଇଲା?: ୨୦୧୯- ୨୦ ରେ ୪.୩୧ ଲକ୍ଷ କୋଟି ଟଙ୍କା।…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଛକରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗି ବେହେରାଙ୍କ ପୁତ୍ର କୃଷ୍ଣ ବେହେରା (୨୩) ଆଜି ପୂର୍ବାହ୍ନରେ ବାଇକ ଯୋଗେ ଚାକିରୀ ନିମନ୍ତେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ବରଡ଼ି ଛକରେ କୃଷ୍ଣ ଅସାବଧାନତା ବଶତଃ ପୁର୍ବରୁ ଛିଡା ହୋଇଥିବା ଏକ କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳବାସି ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

