ନୂଆଦିଲ୍ଲୀ: ବରିଷ୍ଠ ଓକିଲ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ଆଜି ଦିଲ୍ଲୀର ନିଜ ବାସ ଭବନରେ ସନ୍ଧ୍ୟା ୭ ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶାନ୍ତି ଭୂଷଣଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ମୋରାଜୀ ଦେଶାଇ ମନ୍ତ୍ରଣାଳୟରେ ଭାରତର ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଆହ୍ଲାବାଦ ହାଇକୋର୍ଟରେ ପ୍ରସିଦ୍ଧ ମାମଲାରେ ରାଜନାରାୟଣଙ୍କ ପ୍ରତିନିଧିତ୍ୱ କରିଥିଲେ, ଯାହାଫଳରେ ୧୯୭୪ ରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେ ଜନସାଧାରଣଙ୍କ ସ୍ୱାର୍ଥର ଅନେକ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ୧୯୮୦ ରେ, ସେ ଏନଜିଓ ‘ସେଣ୍ଟର ଫର ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ’ ପ୍ରତିଷ୍ଠା କରିଥିଲେ, ଯାହା ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ମାମଲା ଦାୟର କରିଥିଲା। ୨୦୧୮ ରେ ସେ ‘ମାଷ୍ଟର ଅଫ୍ ରୋଷ୍ଟର’ ବ୍ୟବସ୍ଥାରେ…
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି। ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା। ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ। ଭାରତୀୟ…
ଭୁବନେଶ୍ୱର: ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ। ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ଏବଂ ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନ ଖୋଲିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ। ଏପରିକି ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ…
ଭୁବନେଶ୍ୱର : ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି । ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି। ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଖୋର୍ଦ୍ଧା: ବେଗୁନିଆ ମହାବିଦ୍ୟାଳୟର ସଭାଗୃହରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଏବଂ ନେହୁରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ସହଭାଗିତାରେ ଏକଦିନିଆ କର୍ମଶାଳା “ବୃତ୍ତିଗତ ପଥ ପ୍ରଦର୍ଶନ” କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ତଥା ସଭାପତି ଡ. ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ମିଶ୍ରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ସମାନ୍ତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ସମ୍ମାନିତ ଅତିଥି ଭାବେ ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର ଅନ୍ତର୍ଜାତିକ ମାନବ ଅଧିକାର ସଂଗଠନର ଜିଲ୍ଲା ସଭାପତି ଅଭିନାଶ ନାଏକ, ଧନ୍ଦାମୂଳକ ଶିକ୍ଷା, ଭୁବନେଶ୍ବରର ଜିତାମିତ୍ର ଶତପଥୀ ଏବଂ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ, ଓରସମାର ବିମଲ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ।…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ ଝାରସୁଗୁଡ଼ା ଏସପି ରାହୁଲ ଜୈନଙ୍କୁ ସରକାର ବଦଳ କରିଛନ୍ତି। ଜୈନଙ୍କ ସ୍ଥାନରେ ବରଗଡ଼ ଏସପି ପରମାର ସ୍ମିତ୍ ପର୍ସୋତମଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବି ହଟାଇ ଦିଆଯାଇଛି । ଉଭୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ରାୟଗଡ଼ା ଅତିରିକ୍ତ ଏସପି ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି କରାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବର୍ତ୍ତମାନ କାର ଦୁର୍ଘଟଣା ପରେ ଶୀଘ୍ର ସୁସ୍ଥ ହେଉଛନ୍ତି। ପନ୍ତଙ୍କ ବିଷୟରେ ଏକ ଖୁସି ଖବର ଆସିଛି। କୁହାଯାଉଛି ଯେ, ପନ୍ତଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ ଆରୋଗ୍ୟ ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ସେ ଅସ୍ତ୍ରୋପଚାର କରିଥିଲେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି କରୁଛି। ଡାକ୍ତରମାନେ କହିଛନ୍ତି ଯେ ଯଦି ସବୁ କିଛି ଠିକ୍ ହୁଏ ତେବେ ତାଙ୍କୁ ଏହି ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଡାକ୍ତରୀ ଦଳ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ପୂର୍ବେ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟ କରି ପନ୍ତ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ।…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡ଼ିପିଓ ଓ ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ଚଢ଼ାଉ କରି ୧୮ .୭୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା) ଜବତ କରିଥିବା ବେଳେ ଅଭିଯୁକ୍ତ ଡମ୍ବୁରୁ ପଗଡ଼ (୩୧) ଏବଂ ଜଟିଆ ପ୍ରଧାନ (୫୭) ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୭୬ /୨୩ ରେ ମାମଲା ରୁଜୁ କରାଯାଇଛି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ତାରିକ ଅହମଦ କହିଛନ୍ତି।
ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ବିଜୟ ପାଇଁ ପ୍ରତ୍ୟେକ ବୁଥକୁ ମଜବୁତ କରିବା ଉପରେ ବିଜେପି ଗୁରୁତ୍ୱ ଦେଉଛି। କଂଗ୍ରେସ ଦଳ ମଧ୍ୟ ଏହାର ପ୍ରସ୍ତୁତିରେ ନିୟୋଜିତ ଅଛି। ଏହା ବ୍ୟତୀତ କିଛି ଦଳ ତୃତୀୟ ସାମ୍ମୁଖ୍ୟ ଗଠନରେ ମଧ୍ୟ ନିୟୋଜିତ ଅଛନ୍ତି। ଆସନ୍ତା ସାଧାରଣ ନିର୍ବାଚନର ଫଳାଫଳ ବିଜେପି ବିରୋଧରେ ବିରୋଧୀଦଳ କିପରି ଏକଜୁଟ ହେବେ, ତାହା ଉପରେ ନିର୍ଭର କରିବ। ତେଣୁ ଏକ ସର୍ଭେରେ ବିଜେପି ପାଇଁ ସତର୍କ ଘଣ୍ଟି ବାଜୁଛି। ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ସର୍ଭେ ଅନୁଯାୟୀ, ଯଦିଓ ମୋଦୀଙ୍କ ଯାଦୁ ପୁଣିଥରେ କାମ କରୁଥିବା ଜଣାପଡିଛି, କିନ୍ତୁ କିଛି ରାଜ୍ୟ ଅଛି ଯେଉଁଠାରେ ବିଜେପି ଏକ ବଡ଼ କ୍ଷତିର ସମ୍ମୁଖୀନ ହେଉଛି। ମୁଡ୍ ଅଫ୍ ଦି ନେସନ ନାମରେ କରାଯାଇଥିବା ଏହି ସର୍ଭେରେ ସଂଖ୍ୟାଗରିଷ୍ଠତାର ସଂଖ୍ୟା ହ୍ରାସ ପାଇଥିବାର ଦେଖାଯାଉଛି। କର୍ଣ୍ଣାଟକରେ ବିଜେପିକୁ ସର୍ବାଧିକ କ୍ଷତି ହେଉଥିବା ଦେଖାଯାଉଛି। ଗତଥର ବିଜେପି…
ନୂଆଦିଲ୍ଲୀ: ବିଶାଖାପାଟନମ୍ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ନୂତନ ରାଜଧାନୀର ନାମ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ, ରାଜ୍ୟର ରାଜଧାନୀ ବିଶାଖାପାଟନମକୁ ସ୍ଥାନାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟାଳୟ ବିଶାଖାପାଟନମକୁ ସ୍ଥାନାନ୍ତର କରିବେ। ଏପ୍ରିଲ୍ ୨୩ ତାରିଖ ୨୦୧୫ ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଘୋଷଣା କରିଥିଲେ। ତା’ପରେ ୨୦୨୦ ରେ ରାଜ୍ୟ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା କରିଥିଲା। ଯେଉଁଥିରେ ଅମରାବତୀ, ବିଶାଖାପାଟନମ୍ ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା। ମାର୍ଚ୍ଚ ମାସରେ ବିଶାଖାପାଟନମରେ ଅନୁଷ୍ଠିତ ହେବାକୁ ଥିବା ‘ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ’ ପାଇଁ ଏକ ପ୍ରସ୍ତୁତି ବୈଠକକୁ ସମ୍ବୋଧିତ କରି ରେଡ୍ଡୀ କହିଛନ୍ତି ଯେ, ସେ ଆସନ୍ତା ମାସରେ ତାଙ୍କ କାର୍ଯ୍ୟାଳୟ ବନ୍ଦର ସହରକୁ ସ୍ଥାନାନ୍ତର କରିବେ। ସେ କହିଛନ୍ତି ଯେ,…
ନୂଆଦିଲ୍ଲୀ: ଆଜି ଗାନ୍ଧିନଗର ସେଶନ କୋର୍ଟ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଦୁଷ୍କର୍ମ ମାମଲାରେ ଆସାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆସାରାମଙ୍କ ବିରୋଧରେ ଏହି ମାମଲା ୨୦୧୩ ରେ ପଞ୍ଜୀକୃତ ହୋଇଥିଲା। ପ୍ରମାଣ ଅଭାବରୁ ଆସାରାମଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଅନୁଯାୟୀ, ୨୦୦୧ ରୁ ୨୦୦୬ ମଧ୍ୟରେ ଆସାରାମ ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ, ଯେତେବେଳେ ସେ ସହରର ବାହାର ଅଞ୍ଚଳରେ ତାଙ୍କ ଆଶ୍ରମରେ ରହୁଥିଲେ।
ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏହା ସହିତ ଓଡ଼ିଶାର ୧୨ଟି ସହରରେ ଜିଓ ଗ୍ରାହକମାନେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି। ପୂର୍ବରୁ ଜିଓ ଟ୍ରୁ-୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଓ ସମ୍ବଲପୁର ଭଳି ୧୦ଟି ସହରରେ ଶୁଭାରମ୍ଭ ହୋଇଥିଲା। ଜାତୀୟ ସ୍ତରରେ ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ଫଳରେ ଜିଓ ଗ୍ରାହକମାନେ ୨୨୫ଟି ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି। ଆଜିଠାରୁ…
ନୂଆଦିଲ୍ଲୀ: ୨୦୨୩ ବର୍ଷର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅଭିଭାଷଣ ପ୍ରଦାନ କରଛନ୍ତି। ସେ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ। ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ପ୍ରଥମ ଥର ସଂସଦର ମିଳିତ ଗୃହକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତିଙ୍କ ଭାଷଣ ହେଉଛି ଭାରତର ସମ୍ବିଧାନର ଗୌରବ, ଭାରତର ସଂସଦୀୟ ବ୍ୟବସ୍ଥାର ଗୌରବ ଏବଂ ବିଶେଷ ଭାବରେ ଆଜି ମଧ୍ୟ ମହିଳାମାନଙ୍କୁ ସମ୍ମାନ ଦେବା ତଥା ଦୂର ଦୂରାନ୍ତର ଜଙ୍ଗଲରେ ବାସ କରୁଥିବା ଆମ ଦେଶର ମହାନ ଆଦିବାସୀ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏକ ଉତ୍ସବ ଅଟେ। କେବଳ ସାଂସଦ ନୁହଁନ୍ତି ଆଜି ସମଗ୍ର ଭାରତ ପାଇଁ ଗୌରବର ମୁହୂର୍ତ୍ତ ଯେ ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ତାଙ୍କର ପ୍ରଥମ ଭାଷଣ ଦେଉଛନ୍ତି। ଆମର ସଂସଦୀୟ କାର୍ଯ୍ୟରେ ଛଅ-ସାତ ଦଶନ୍ଧିରୁ ଯେଉଁ ପରମ୍ପରାଗୁଡ଼ିକ ବିକଶିତ ହୋଇଛି, ଦେଖାଯାଉଛି…
ଖୋର୍ଦ୍ଧା: କିଛି ଦିନର ବିରତି ପରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରୁ ପୁଣି ଜବତ ହୋଇଛି ବ୍ରାଉନ ସୁଗାର। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଏବଂ ଏସଡ଼ିପିଓ ଓ ଆଇଆଇସି ଙ୍କ ତତ୍ୱାବଧାନ ରେ ଏକ ଟିମ ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା ମଙ୍ଗଳା ମନ୍ଦିର ନିକଟରେ ଚଢ଼ାଉ କରିଥିଲେ। ଏହି ଚଢାଉରେ ୧୫.୭୧ ଗ୍ରାମ ବ୍ରାଉନ ସୁଗାର(ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା), ଗୋଟାଏ ବାଇକ, ୩ ଗୋଟି ମୋବଇଲ ଫୋନ ଏବଂ ନକଦ ୭୯୦ ଟଙ୍କା ଜବତ କରିଥିବା ବେଳେ ଅଭିଯୁକ୍ତ ବିଜୟ ପ୍ରଧାନ (୩୨), ବସିର ଖାନ(୨୮) ଏବଂ ମନସୁର ଖାନ(୪୨) ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୧୭/୨୩ ରେ ମାମଲା ରୁଜୁ କରାଯାଇଛି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ପ୍ରଜ୍ଞା ରିତମ୍ଭରା କର କହିଛନ୍ତି ।
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର ୫ ଗୋଟି ମନ୍ଦିର ରୁ ସିରିଜ ଚୋରି ଅଭିଯାଗ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ବାଲିଆ ଗ୍ରାମର ପାଞ୍ଚ ଗୋଟି ମନ୍ଦିରରୁ କଳାକନା ବୁଲାଇଛନ୍ତି। ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଯାଇଛନ୍ତି ଦୁର୍ବୁତ୍ତ। ଏ ନେଇ ଆଜି ସକାଳୁ ପୂଜକ ଜାଣିବାପରେ ସ୍ଥାନୀୟ ଗ୍ରାମବାସି ଓ ପୋଲିସ କୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ସୂଚନା ଥାଉକି ଦୁଇ ଦିନ ତଳେ ଅନୁରୂପ ଭାବେ ଟାଙ୍ଗୀ ଥାନା ଅଞ୍ଚଳରେ ମଧ୍ୟ ବିଭିନ୍ନ ମନ୍ଦିରରୁ ସିରିଜ ଚୋରି ହୋଇଥିଲା।
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅବନ୍ତୀପୋରାରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷା ବାହିନୀ ଧ୍ଵସ୍ତ କରିଦେଇଛନ୍ତି। ସୁରକ୍ଷା ବାହିନୀ ଅବନ୍ତୀପୋରାର ହଫୁ ନୱିମପୋରା ଜଙ୍ଗଲରୁ ଚାରିଜଣ ଲଶ୍କର ସହ ଜଡିତ ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରୁ ସୁରକ୍ଷା ଏଜେନ୍ସି କିଛି ସନ୍ଦେହଜନକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଏହି ସୂଚନା ଦେଇଛି।
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଥିଲେ। ଏଥିରେ ମୋଟ ୪୯୧ ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୮୫ ଟି ବ୍ୟକ୍ତିଗତ ଅଭିଯୋଗ, ୩ଟି ଗ୍ରାମ୍ୟ ଘଟଣା ସହିତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୧୨୭ ଟି ଘଟଣା ସମାଧାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ୨୭୨ଟି ଅଭିଯୋଗ ଆସିଥିଲା। ଜନ ଶୁଣାଣି ଶିବିର ସମ୍ପର୍କରେ ସର୍ବ ସାଧାରଣଙ୍କୁ ସଠିକ ଭାବେ ସୂଚନା ଦିଆ ଯାଉ ନହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଗଣମାଧ୍ୟ୍ୟମ ପ୍ରତିନିଧିଙ୍କୁ ସଠିକ…
ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁଯାୟୀ, ଜଣେ ସର୍ବଦା ଭଲ କାର୍ଯ୍ୟ କରିବା ଉଚିତ। ଯେଉଁମାନେ ଶ୍ରେଷ୍ଠ କାମ କରନ୍ତି ନାହିଁ, ସେମାନେ ଜୀବନରେ ସଫଳତା ପାଆନ୍ତି ନାହିଁ। ଏପରି ଲୋକଙ୍କ ଜୀବନରେ ଶାନ୍ତି ନାହିଁ। ସବୁବେଳେ କିଛି ଭୟ ଏବଂ ଅସୁବିଧା ଘେରି ରହିଥାଏ। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣ ଜୀବନରେ ଶାନ୍ତି ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକ ଠାରୁ ଦୂରେଇ ରହିବା ଉଚିତ୍। ଦେଖେଇହେବା: ଯେଉଁମାନେ ସର୍ବଦା ଅନ୍ୟମାନଙ୍କୁ ଦେଖାଇବାରେ ବ୍ୟସ୍ତ, ସେମାନଙ୍କ ଜୀବନରେ ଶାନ୍ତି ନାହିଁ। ଏପରି ଲୋକମାନେ ଏକ ପ୍ରତିଯୋଗିତାରେ ସର୍ବଦା ବ୍ୟସ୍ତ ହୁଅନ୍ତି ଯାହାର କୌଣସି ଗୁରୁତ୍ୱ ନାହିଁ। ଯିଏ ଛଳନା କରେ ସେ ମିଥ୍ୟା ଏବଂ ଭୁଲ କାର୍ଯ୍ୟରେ ଲିପ୍ତ ରହେ। ଯାହା ପରେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରେ। କ୍ରୋଧ: କ୍ରୋଧ ହେଉଛି ମଣିଷର ସବୁଠାରୁ ବଡ ଶତ୍ରୁ। କ୍ରୋଧିତ ବ୍ୟକ୍ତି କଦାପି ସମ୍ମାନ ପାଏ ନାହିଁ। ଅନ୍ୟ ଲୋକମାନେ କ୍ରୋଧିତ…
ନୂଆଦିଲ୍ଲୀ: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି। ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ – ୧- ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ୨- ହଳଦିଆ ରଙ୍ଗର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ…
ନୂଆଦିଲ୍ଲୀ: ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ। ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି। ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର ବିଷୟରେ…
ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନିଷ୍ଠୁର ଭାବରେ ବିବେଚନା କରାଯାଏ ଏବଂ ମଙ୍ଗଳ ଗ୍ରହକୁ ଉଗ୍ର ଗ୍ରହ ଭାବରେ ବିବେଚନା କରାଯାଏ। ଯେତେବେଳେ ଏହି ଦୁଇଟି ଗ୍ରହ ରାଶିଫଳରେ ଅଶୁଭ ହୁଅନ୍ତି, ସେତେବେଳେ ବ୍ୟକ୍ତିର ଜୀବନ ବାଧା ଏବଂ ଅସୁବିଧାରେ ପରିପୂର୍ଣ୍ଣ ହୁଏ। ଶନିଙ୍କ ଦୃଶ୍ୟ ଶୁଭ ବୋଲି ବିବେଚନା କରାଯାଇନଥିବାବେଳେ ମଙ୍ଗଳ ଗ୍ରହ ବିଷୟରେ କୁହାଯାଇଛି ଯେ ଯଦି ଏହା ଶୁଭ ନୁହେଁ, ତେବେ ଜୀବନରେ ସବୁକିଛି ଅମଙ୍ଗଳ ହୋଇଯାଏ। ତେଣୁ, ଏହି ଦୁଇଟି ଗ୍ରହକୁ ଶାନ୍ତ ଏବଂ ଶୁଭ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ଗ୍ରହକୁ ଶୁଭ ଏବଂ ଶାନ୍ତ ରଖିବା ପାଇଁ ମଙ୍ଗଳବାର ହେଉଛି ସର୍ବୋତ୍ତମ ଦିନ। ହନୁମାନଙ୍କ ପୂଜା: ପଞ୍ଚାଙ୍ଗ ଅନୁଯାୟୀ, ଡିସେମ୍ବର ୨୧ ତାରିଖ ୨୦୨୧ ହେଉଛି ପୌଷ ମାସର କୃଷ୍ଣ ପକ୍ଷର ଦ୍ଵିତୀୟା ତିଥି। ଏହି ଦିନଟି ହେଉଛି ପୁନର୍ବସୁ ନକ୍ଷତ୍ର। ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥିତ। ଏହି ଦିନ ହନୁମାନଙ୍କର ପୂଜା…

