ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ପୁରୁଷ ହକି ବିଶ୍ୱକପକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ହକି ବିଶ୍ୱକପ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା ଉକ୍ତ ହକି ବିଶ୍ୱକପର ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏକାଧିକ ଉଦ୍ୟମ ହାତକୁ ନେଇଛନ୍ତି। ପୁରପଲ୍ଲୀ ଠୁ ସହରର ଜନସାଧାରଣ ମାନେ କିପରି ଉଦଘାଟନ ଉତ୍ସବକୁ ଆଭାସୀ ମାଧ୍ୟମରେ ଦେଖିପାରିବେ, ତାହାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଏଥି ଲାଗି ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଅର୍ଥ ଅନୁମୋଦନ କରାଯାଇଛି। ପଞ୍ଚାୟତ ସ୍ତରରେ ବିଡ଼ିଓ ଏବଂ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ/କମିଶନର ମାନେ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ଉକ୍ତ…
Author: Samikhsya Bureau
ଭୁବନେଶ୍ବର: ସାରା ରାଜ୍ୟରେ ଏବେ ହକିର ମାହୋଲ। ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ମଧ୍ୟ ନିର୍ମିତ ହୋଇଛି। ସେଠାରେ ଖେଳାଯିବ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ। ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଚଳିତ ଥର ବିଶ୍ବକପ୍ର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି। ସମସ୍ତେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ। ବିଶ୍ବକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ…
ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ 1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ। 2- ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ 3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ। 4- ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ 5- ଘିକୁଆଁର ରସକୁ ଭାତୁଡି ହୋଇଥିବା ସ୍ଥାନରେ ବାନ୍ଧି ଲଗାଇଲେ ତିନିଦିନ ପରେ ତାହା ଭଲ ହୋଇଥାଏ।
ସ୍ୱାସ୍ଥ୍ୟ ଟିପ୍ସ: ଶୀତ ଋତୁ ଆସିବା ସହିତ ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଏହି ସମୟରେ ଥଣ୍ଡା, ଭାଇରାଲ୍ ଭଳି ସମସ୍ୟା ସୃଷ୍ଟି ହୁଏ। କିନ୍ତୁ ଏପରି ପରିସ୍ଥିତିରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କିପରି ଶକରକନ୍ଦା ଏହି ସବୁ ସମସ୍ୟାରୁ ମୁକ୍ତି ଦେବ। ଶକରକନ୍ଦା ଖାଇବା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ଲାଭଦାୟକ। ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ଏବଂ ବିଟା କାରୋଟିନର ଗୁଣ ଶକରକନ୍ଦାରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। ଶକରକନ୍ଦାକୁ ମିଠା ଆଳୁ ମଧ୍ୟ କୁହାଯାଏ। ମିଠା ଆଳୁରେ ଅଧିକ ଶକ୍ତି ଥାଏ। ମିଠା ଆଳୁର ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ମିଠା ଆଳୁର ଦୁଇଟି ଭିନ୍ନ କିସମ ଅଛି। ମିଠା ଆଳୁରେ ସାଧାରଣ ପରିମାଣର କ୍ୟାଲୋରୀ ଏବଂ ସନ୍ତୁଳିତ ଚର୍ବି ଏବଂ କୋଲେଷ୍ଟ୍ରଲର ପରିମାଣ…
କଟକ : ଭିଜିଲାନ୍ସ ଜାଲରେ ଫଶିଲେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ତାଙ୍କ ନାମ ହେଲା ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଯେଉଁ ସ୍ଥାନରେ ଚାଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର। ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍ରେ ଚାଲିଛି ଚଢାଉ। ସେହିପରି ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ତେହେରିକ-ଇ-ଇନସାଫ ପାର୍ଟିର ସଭାପତି ଇମ୍ରାନ ଖାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଇମ୍ରାନ ଖାନଙ୍କ ସହ ଅସଦ ଉମର, ଫୱାଦ ଚୌଧୁରୀଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହି ୱାରେଣ୍ଟକୁ ପାକିସ୍ତାନର ନିର୍ବାଚନ ଆୟୋଗର ଚାରି ଜଣିଆ ଖଣ୍ଡପୀଠ ଜାରି କରିଛି। ଅବମାନନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ନିସାର ଦୁରାନୀଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ବର୍ତ୍ତମାନ ମାମଲାର ଶୁଣାଣି ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆୟୋଗ ଗତ ବର୍ଷ ବରିଷ୍ଠ ପିଟିଆଇ ନେତାମାନଙ୍କୁ ମାନହାନୀ ନୋଟିସ ଜାରି କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ,ଯେ ଇମ୍ରାନ ଖାନ ଏବଂ ପିଟିଆଇର ବଡ ନେତାମାନେ ସେମାନଙ୍କ ରାଲିରେ ଏବଂ ଗଣମାଧ୍ୟମରେ ନିର୍ବାଚନ ଆୟୋଗ ଏବଂ ଏହାର ଅଧ୍ୟକ୍ଷଙ୍କ ବିଷୟରେ…
ସ୍ୱାସ୍ଥ୍ୟ ଟିପ୍ସ: ଆମ ରୋଷେଇ ଘରେ ସୋରିଷ ତେଲ ସହଜରେ ଉପଲବ୍ଧ। ପ୍ରାଚୀନ କାଳରୁ ଏହା ବ୍ୟବହୃତ ହେଉଛି। ଶୀତ ଦିନେ ଏହାକୁ ମୁଣ୍ଡରେ ଲଗାଇବା କିମ୍ବା ସର୍ଦ୍ଦି ଏବଂ ଥଣ୍ଡା ସମୟରେ ଶରୀରରେ ମସାଜ୍ କରିବା ପାଇଁ, ମା ଏବଂ ଜେଜେମା ସୋରିଷ ତେଲକୁ ଭଲ ଭାବରେ କୁହନ୍ତି। ଏହା ପ୍ରାକୃତିକ ତେଲ ଯାହା ସିଧାସଳଖ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ। ସୋରିଷ ତେଲ ରାନ୍ଧିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ, ତେଣୁ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ। ଏହି ତେଲ ଏତେ ଲାଭଦାୟକ ଯେ, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଏହା କେଶ କିମ୍ବା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, ସୋରିଷ ତେଲ ମଧ୍ୟ କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ। ଆସନ୍ତୁ ଜାଣିବା ଏହାର ଲାଭ କ’ଣ … ସୁସ୍ଥ ଏବଂ ଉଜ୍ଜ୍ୱଳ ଚର୍ମ:…
କଟକ: ଆସନ୍ତାକାଲି ବେଶ ରଂଗାରଂଗ ଉତ୍ସବ ମଧ୍ୟରେ ଉଦଘାଟିତ ହେବ ହକି ବିଶ୍ବକପ ମହାସମର। ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ। ସେ ସକାଳୁ ପୁରା ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶକମାନେ ବସିବା ବ୍ୟବସ୍ଥା ତଦାରଖ କରିଥିଲେ। ପାଣ୍ଡିଆନଙ୍କ ସହିତ ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା, କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି, କଟକ ମେୟର, ଚାରି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ସଂଧ୍ୟାରେ ଏହି ମେଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ।
ରଣପୁର: ଧାନ ମଣ୍ଡିରେ ଚାଲିଥିବା ଚାଷୀ ମାରଣ ନୀତି ବିରୁଦ୍ଧରେ ରଣପୁର ବିଜେପି ତରଫରୁ ଗତକାଲି ଅପରାହ୍ନରେ ଏକ ପ୍ରେସ ମିଟ ହୋଇଥିଲା। ଏହି ପ୍ରେସ ମିଟରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ ଠିକ ଭାବେ କିଣା ହୋଇ ପାରୁ ନ ଥିବା ତଥା ମନଇଚ୍ଛା କଟନୀ ଛଟନୀ ନେଇ ପ୍ରଶାସନ ଉପରେ ବାର୍ଷିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପାଢ଼ୀ। କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଦାବି କରିଥିଲେ। ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଧାନ ମଣ୍ଡି ଖୋଲିବା ନେଇ ଅହେତୁକ ବିଳମ୍ବ ହୋଇଥିଲା। ଧାନ ମଣ୍ଡି ଖୋଲିବା ପରେ ମଧ୍ୟ ସଠିକ ସମୟରେ ଉଚିତ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ। ନୟାଗଡ…
ନୂଆଦିଲ୍ଲୀ: ଚୀନ୍ ଏବଂ ତାଇୱାନ ମଧ୍ୟରେ ପୁଣି ବିବାଦ ଦେଖାଯାଇଛି। ଏଥର ଏହାର କାରଣ ହେଉଛି ଜର୍ମାନ ସଂସଦୀୟ ଦଳର ତାଇୱାନ ଗସ୍ତ। ବାସ୍ତବରେ, ସୋମବାର ଦିନ ଜର୍ମାନ ସାଂସଦମାନଙ୍କର ଏକ ଦଳ ତାଇୱାନରେ ପହଞ୍ଚିଥିଲେ ଏବଂ ଡ୍ରାଗନ୍ ଏହା ଯୋଗୁଁ କ୍ରୋଧିତ ହୋଇଥିଲା। ଡ୍ରାଗନ୍ ଏ ସମ୍ପର୍କରେ ଏକ ବଡ ପଦକ୍ଷେପ ନେଇଛି। ୫୭ ଟି ଯୁଦ୍ଧ ବିମାନ ସହିତ ଅଭ୍ୟାସ କରି ତାଇୱାନକୁ ଚୀନ୍ କଡା ଚେତାବନୀ ଦେଇଛି। ଚୀନ୍ର ସେନା ରବିବାର ଦିନ ଏକ ବୃହତ ଯୁଦ୍ଧ ଅଭ୍ୟାସ କରିଥିଲେ ଏବଂ ତାଇୱାନ ଆଡକୁ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ପଠାଇଥିଲେ। ଉଭୟ ଚୀନ୍ ଏବଂ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି। ୫୭ ଟି ଯୁଦ୍ଧ ବିମାନ ସହିତ ଅଭ୍ୟାସ କରି ଚୀନ୍ ତାଇୱାନକୁ କଡା ଚେତାବନୀ ଦେଇଛି। ପ୍ରକାଶ ଯେ, ତାଇୱାନକୁ ଚୀନ୍ ଏକ ଚେତାବନୀ ଦେଇଛି ଯେଉଁ ସମୟରେ ଜର୍ମାନ…
ଭୁବନେଶ୍ବର: ଆଜି ଓଡିଶାର ପ୍ରମୁଖ ଖବର କାଗଜରେ ଏକ ପୁରା ପୃଷ୍ଟା ବିଜ୍ଞାପନ ବାହାରିଛି। ଆସନ୍ତାକାଲି ହେବାକୁ ଥିବା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବର ଏହି ବିଜ୍ଞାପନ। ଏହାକୁ ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗ। ଏହି ବିଜ୍ଞାପନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ। ଏହି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାହା ହେଲା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ କଣ? ଅର୍ଥାତ ସେ ପୂର୍ବରୁ ଯେଉଁ ବିଜ୍ଞାପନକୁ ନେଇ ବାଣ ଫୁଟାଇଥିଲେ, ତାହାର ଜବାବ ବିଜେଡି ଦେଲା। ଏହାପରେ ସେ ତାଙ୍କର ବକ୍ତବ୍ୟକୁ ଫେରାଇ ନେବେ ନା କ୍ଷମା ପ୍ରାର୍ଥନା କରିବେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ। ନିକଟରେ ଏହି ଫଟୋକୁ ନେଇ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ମଙ୍ଗୁଆଳମାନେ ବେଶ ତୁମ୍ବା ତୋଫାନ କରିଥିଲେ। ଭୁବନେଶ୍ବର ରାଉରକେଲା ବିମାନ ସେବା ଉଦଘାଟନ ଦିନ ଏହି…
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନିଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ଏହି ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ୍-୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରି। ପ୍ରଥମ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢେଇ ଦେଖିବାକୁ ମିଳେ। କାରଣ ଉଭୟ ଦଳ ସିରିଜରେ ଅଗ୍ରଣୀ ନେବାକୁ ଚେଷ୍ଟା କରିବେ। ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ଭାରତୀୟ ଦଳର ମନୋବଳ ଅଧିକ ରହିଛି। ଏହା ବ୍ୟତୀତ ବରିଷ୍ଠ ଖେଳାଳିମାନେ ମଧ୍ୟ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ଆଗରେ ଭ୍ରମଣକାରୀ ଦଳର ଖେଳାଳିମାନଙ୍କ ପାଇଁ ରାସ୍ତା ସହଜ ହେବ ନାହିଁ। ତେବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆର ସିଧା ପ୍ରସାରଣ ଆପଣ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ, ଆସନ୍ତୁ ଜାଣିବା….. ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କେଉଁଠାରେ ଖେଳାଯିବ?: ଭାରତ ଏବଂ ଶ୍ରୀଲଙ୍କା…
ନୂଆଦିଲ୍ଲୀ: ଭାରତୀୟ ରେଳ ସାରା ଦେଶରେ ଚାଲୁଥିବା ୩୨୭ ଟ୍ରେନକୁ ବାତିଲ କରିଦେଇଛି। ରେଳ ୱେବସାଇଟ୍ ଅନୁଯାୟୀ ୨୭୭ ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବାବେଳେ ୫୦ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ଏହା ସହିତ ୩୮ ଟି ଟ୍ରେନର ପୁନଃନିର୍ଦ୍ଧାରିତ କରାଯାଇଛି ଏବଂ ୧୭ ଟି ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି। ରେଳବାଇ ଦେଇଥିବା ସୂଚନା ଅନୁଯାୟୀ କୁହୁଡ଼ି ହେତୁ ଏହି ଟ୍ରେନଗୁଡିକ ମଧ୍ୟରୁ ଅଧିକାଂଶ ବାତିଲ ହୋଇଯାଇଛି ଏବଂ କାର୍ଯ୍ୟକ୍ଷମ ତଥା ମରାମତି କାମ ଯୋଗୁଁ ଅବଶିଷ୍ଟ ଟ୍ରେନଗୁଡିକ ବାତିଲ କରାଯାଇଛି। ଯଦି ଆପଣ ମଧ୍ୟ ଭ୍ରମଣ କରିବାକୁ ଯାଉଛନ୍ତି ତେବେ ଏହି ଟ୍ରେନର ସ୍ଥିତି ଯାଞ୍ଚ କରନ୍ତୁ। ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ମଧ୍ୟ ନିମ୍ନରେ ଯାଞ୍ଚ କରିପାରିବେ। ବାତିଲ ହୋଇଥିବା ଟ୍ରେନ ତାଲିକା: Train [Name] [SRC-DSTN] Type Start Time 00107 DVL-MFP EXP DEVLALI (DVL) – MUZAFFARPUR JN (MFP)…
ଭୁବନେଶ୍ବର: ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍ସାକ ପକ୍ଷରୁ ଚଳିତ ବର୍ଷ ଅଭିନବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ବା ଏଚ୍ଏସ୍ସି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ସଂସ୍ଥା ସ୍ୱତନ୍ତ୍ର ଟିପ୍ସ ଦେବ। ରାଜ୍ୟର ଖ୍ୟାତନାମା ଓ ଅଭିଜ୍ଞ ଶିକ୍ଷକମାନେ ପ୍ରରୀକ୍ଷାର୍ଥୀଙ୍କୁ କିଛି ନିର୍ଦ୍ଧିଷ୍ଟ ବିଷୟରେ ଥିବା ସନ୍ଦେହ ଦୂର କରିବେ। ଆସନ୍ତା ଜାନୁଆରୀ ୨୦ରୁ ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୭ ଟା ରୁ ୮ଟା ମଧ୍ୟରେ ପ୍ରସାରିତ ହେବ। ଏହି ସୂଚନା ଦେଇଛନ୍ତି ଓର୍ସାକ ମୁଖ୍ୟ କାର୍ୟ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଦୂରଦର୍ଶନରେ ପ୍ରସାରଣ ହେବା ସହିତ ୟୁଟ୍ୟୁବ୍ (ଏଡୁସାଟ୍ ଓଡ଼ିଶା-ଓର୍ସାକ୍)ରେ ଉପଲବ୍ଧ ହେବ। ଅଭିଜ୍ଞ ଓ ଦକ୍ଷ ଶିକ୍ଷକମାନେ ବିଶେଷକରି ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ପଢ଼ାଇବେ। ରାଜ୍ୟରେ ପ୍ରତି କୋଣ ଅନୁକୋଣରେ ଛାତ୍ର ଛାତ୍ରୀ…
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଶେଷ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ-ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ମୋ କଲେଜର ଅଧ୍ୟକ୍ଷ ତଥା କୋରେଇର ପୂର୍ବତନ ବିଧାୟକ ଆକାଶଦାସ ନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଓଡଗାଁ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର…
ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ? – ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ । – ସାଢ ସାତୀ ବା ଦେଢା ଯୋଗୁଁ…
ଭୁବନେଶ୍ବର: ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’ ର ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମ ର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ) ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର “ପ୍ରତିଶୋଧ” ନିର୍ମାଣ ହେବାକୁ ଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର…
ଗରୁଡ ପୁରାଣ: ସନାତନ ଧର୍ମର ୧୮ ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଗରୁଡ ପୁରାଣ ଶାସ୍ତ୍ରରେ ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପକୁ ବର୍ଣ୍ଣନା କରେ। ଗରୁଡ ଏକ ପକ୍ଷୀ ଯାହାକି ଭଗବାନ ବିଷ୍ଣୁଙ୍କ ଯାନ ବୋଲି ବିଶ୍ୱାସ କରାଯାଏ। ଗରୁଡ ପୁରାଣ ବିଷ୍ଣୁ ପୁରାଣର ଏକ ଅଂଶ ଯାହାକି ହିନ୍ଦୁ ଧର୍ମର ମୃତ୍ୟୁ, ପୁନର୍ଜନ୍ମ ଏବଂ ଅନ୍ତିମ ସଂସ୍କାର ସହିତ ଜଡିତ। ଏହି ପୁରାଣରେ ଭଗବାନ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେ, ସେହି କାର୍ଯ୍ୟଗୁଡ଼ିକ କ’ଣ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ଆସେ। ମଇଳା ଏବଂ ମଇଳା ପୋଷାକ ପିନ୍ଧିଥିବା ଲୋକମାନେ: ଗରୁଡ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସର୍ବଦା ମଇଳା ଏବଂ ମଇଳା ପୋଷାକ ପିନ୍ଧନ୍ତି, ତେବେ ମାତା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ, ମାତା ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି ଏବଂ ସେ…
ଭୁବନେଶ୍ବର: ରାଜ୍ୟରେ ପୋଲିସ ପ୍ରଶାସନ ଲୋକଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଆଉ ଏକ ପ୍ରୟାସ। ତାହା ହେଲା ଆଜି ଏକାଥରେ ତିରିଶିଟି ନୂଆ ଥାନାର ଉଦଘାଟନ କରିଛନ୍ତି। ଏହି ଥାନାଗୁଡିକ ହେଲା ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ସାଳିଆ ସାହିରେ ଥିବା ମୈତ୍ରି ବିହାର ଥାନାକୁ ଉଦ୍ଘାଟନ କରିଛନ୍ତି। ସେଠାରୁ ସେ ଭର୍ଚୁୟାଲି ରାଜ୍ୟର ଅନ୍ୟ ଥାନାଗୁଡିକ ଉଦଘାଟନ କରିଥିଲେ।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା… ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ…
ଭୁବନେଶ୍ବର: ଗତ କିଛି ଦନ ଧରି ଓଡିଶା ରାଜନୀତିରେ ଚାଲିଛି ଏକ ବଡ ବିତର୍କ। ତାହା ହେଲା ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତି ପ୍ରସଂଗ। ଏ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନିଯୁକ୍ତିକୁ ନେଇ ତୁମ୍ବିତୋଫାନ କରିଛି। ରାଜ୍ୟ ସରକାରରେ ତାଙ୍କର ନିଯୁକ୍ତି ବେଆଇନ ବୋଲି ଦର୍ଶାଇଛି। ହେଲେ ତା ଭିତରେ ଲୁଚି ରହିଛି ଏକ ବଡ ରହସ୍ୟ। ଯାହା ବିଜେପି ଜାଣିବା ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଛି। ମନୋଜ ମିଶ୍ର ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଫିସର। ସେ ବହୁ ବର୍ଷ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ଏପରିକି ସେ…

