Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବସରପ୍ରାପ୍ତ ପ୍ରଧ୍ୟାପିକାଙ୍କ ପରଲୋକ: ଗୋଦାବରୀଶ ମହାବିଦ୍ୟାଳୟରୁ ନେଇଥିଲେ ଅବସର
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧ୍ୟାପିକାଙ୍କ ପରଲୋକ: ଗୋଦାବରୀଶ ମହାବିଦ୍ୟାଳୟରୁ ନେଇଥିଲେ ଅବସର

January 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ରଣପୁର ବ୍ଲକର ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପିକା, ସମାଜସେବୀ, ମୋ ସ୍କୁଲ ଅଧ୍ୟକ୍ଷା ତଥା ଶିକ୍ଷାବିତଙ୍କ ପରଲୋକ ଘଟି ଯାଇଛି। ସେ ମହିୟସୀ ମହିଳା ହେଉଛନ୍ତି ଗୋପାଳପୁରର ସ୍ବର୍ଗତ ଲୋକନାଥ ସ୍ୱାଇଁ ଓ କୁନ୍ତଳା କୁମାରୀ ସ୍ୱାଇଁଙ୍କ ଝିଅ ସ୍ବର୍ଗତ ସୁବାସିନୀ ଦେଇ।

ସେ ୧୯୫୫ ମସିହା ମେ ମାସ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ସାହିତ୍ୟ ବିଭାଗର ପ୍ରଧ୍ୟାପିକା ଥିଲେ। ୧୯୮୦ ମସିହାରେ ସାହିତ୍ୟ ବିଭାଗର ଅଧ୍ୟାପିକା ଭାବେ ପ୍ରଥମେ ରଣପୁର ମହାବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଏବଂ ସେଠାରେ ସେ ଓଡିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେ ୨୦୧୫ ମସିହାରେ ଚାକିରୀରୁ ଅବସର ନେଇଥିଲେ।

ଏହା ପରେ ନିଜ ଗ୍ରାମରେ ରହି ସମାଜସେବା କାମରେ ନିଜକୁ ଲିପ୍ତ ରଖି ଥିଲେ। ଏହା ସହିତ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ସେ ମୋ ସ୍କୁଲର ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସେ ଜଣେ ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ସ୍ଵଭାଵର ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅମର ଆତ୍ମାର ସଦଗତି କାମନା କରି ରଣପୁର କଲେଜରେ ଛାତ୍ରଛାତ୍ରୀମାନେ ଗୀତା ପାଠ ଓ ଶୋକ ସଭା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଭାଇ ଭାଗ୍ୟଧାର ସ୍ୱାଇଁଙ୍କ ସହ ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀ, ଭଣଜା, ଭାଣେଜୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବାଣପୁରରେ ଦୀର୍ଘ ୧୮ ବର୍ଷର ଚାକିରି କାଳ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ବାଣପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପିକାଙ୍କ ବିୟୋଗରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଯାଇଛି। ଦାରୁଣ ଦୁଃଖ ସହିବା ନିମନ୍ତେ ପ୍ରଭୁ ପରମେଶ୍ଵର ତାଙ୍କ ଶୋକାକୁଳ ପରିବାର ବର୍ଗକୁ ଶକ୍ତି ଦିଅନ୍ତୁ ବୋଲି କଲେଜ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ରଣପୁର ବ୍ଲକ ସମାଜସେବୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.