ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି। ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ। ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ…
Author: Samikhsya Bureau
ନୂଆଦିଲ୍ଲୀ : ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଥିରେ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନଙ୍କ ସମେତ ୩ ସେନାର ମୁଖ୍ୟ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ରହିବେ । ଏଥି ସହିତ ବୈଦେଶିକ ମନ୍ତ୍ରୀ ଓ ସଚିବ ମଧ୍ୟ ଉପସ୍ଥିତ ରହିବେ। ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ- ଚୀନ୍ ସେନା ମୁହାଁମୁହିଁ ପ୍ରସଙ୍ଗରେ ଏହି ଜରୁରୀ ବୈଠକ ଡକାଯାଇଛି ବୋଲି ଜଣାପଡିଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ୍ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା ବେଳେ ଭାରତୀୟ ସେନା ପକ୍ଷରୁ ଜବାବ ଦିଆଯାଇଛି। ଗତ ଶୁକ୍ରବାର ୟାଙ୍ଗସି ଅଞ୍ଚଳକୁ ପ୍ରାୟ ୩୦୦ ପିଏଲଏ ଯବାନ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ।
ଜ୍ୟୋତିଷ ଶାସ୍ତ୍ର: ସମସ୍ତ ପ୍ରାଣୀମାନଙ୍କ ମଧ୍ୟରୁ କୁକୁର ସବୁଠାରୁ ବିଶ୍ୱସ୍ତ ଅଟେ। ଆଜିକାଲି ଅନେକ ଲୋକ କୁକୁରମାନଙ୍କୁ ଘରେ ରଖନ୍ତି। କିଛି ଲୋକ କୁକୁରକୁ କେବଳ ହବି ପାଇଁ ନୁହେଁ ବରଂ ଏହାକୁ ପରିବାରର ଏକ ଅଂଶ ମଧ୍ୟ କରିଥା’ନ୍ତି। ଏହା ସହିତ କୁକୁର ଘରର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଘରେ କୁକୁରକୁ ରଖିବା ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଏହା ସହିତ, ଜାତକର ଅନେକ ଗ୍ରହ ଦୋଷ ଦୂର ହୁଏ ଏବଂ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଲାଲ କିତାବ ଏବଂ ଶାସ୍ତ୍ରରେ ଶନି ଏବଂ କେତୁ ଗ୍ରହକୁ ମଜବୁତ କରିବା ପାଇଁ କଳା କୁକୁର ଶୁଭ ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, କୁକୁରକୁ ଘରେ ରଖିବା ମଧ୍ୟ ବାସ୍ତୁ ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ। ଏହି ଅନୁଯାୟୀ, ଯେଉଁଠାରେ କଳା…
ବାସ୍ତୁ ଶାସ୍ତ୍ର: ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ। ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡିପାରେ। ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ। ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ। ରଂଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ। ରଙ୍ଗ ଏବଂ ରଂଗୀନ ଚିତ୍ର ଏବଂ ରଂଗୀନ ବସ୍ତୁଗୁଡ଼ିକ ହେଉଛି ଶକ୍ତିଶାଳୀ ସକ୍ରିୟକାରୀ ଯାହାକି ବାସ୍ତୁଶାସ୍ତ୍ରର ପରିସରର। ଏହା ଶକ୍ତି ବଢାଇବା ସହିତ ବାସ୍ତୁ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଯେତେବେଳେ ବିଭିନ୍ନ ରଙ୍ଗ…
ଗରୁଡ ପୁରାଣ: ବିବାହିତ ଦମ୍ପତି ସନ୍ତାନ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି। କିନ୍ତୁ ସେହି ସମୟରେ, ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କର ପିଲାମାନେ ସୁସ୍ଥ ରହିବା ସହିତ ଭଲ, ସଂସ୍କାରୀ ଏବଂ ଯୋଗ୍ୟ ହୁଅନ୍ତୁ। ଶାସ୍ତ୍ର ଏବଂ ଗରୁଡ ପୁରାଣରେ କୁହାଯାଇଛି ଯେ, ଜନ୍ମ ପରେ ପିଲାଟି କିପରି ହେବ, ତା’ର ପୂର୍ବ ଜନ୍ମର କାର୍ଯ୍ୟ, ମାତାର ଆଚରଣ ଏବଂ ଗର୍ଭଧାରଣ ସମୟ ବହୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଗର୍ଭ ସଂସ୍କାର ମଧ୍ୟ କୁହାଯାଏ। ଗର୍ଭାବସ୍ଥାରେ ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ: ଗରୁଡ ପୁରାଣ ଅନୁଯାୟୀ, ଯେତେବେଳେ ଜଣେ ମହିଳା ଋତୁସ୍ରାବ କରନ୍ତି, ସେତେବେଳେ ତାଙ୍କୁ ମର୍ଯ୍ୟାଦାର ସହିତ ବ୍ୟବହାର କରନ୍ତୁ ଏବଂ ଦମ୍ପତି ବ୍ରହ୍ମଚର୍ଯ୍ୟା ପାଳନ କରିବା ଉଚିତ୍। ଏହା ସର୍ବୋତ୍ତମ ସନ୍ତାନକୁ ଜନ୍ମ ଦେଇଥାଏ। ମାସିକ ଋତୁସ୍ରାବରୁ ଶୁଦ୍ଧ ହେବା ପରେ ଅଷ୍ଟମ ଏବଂ ଚତୁର୍ଦ୍ଦଶ ଦିନ ଗର୍ଭଧାରଣ ପାଇଁ ସର୍ବୋତ୍ତମ ବିବେଚନା କରାଯାଏ। ଏଥିରେ ପିଲାମାନେ କେବଳ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞର ସରଧାପୁର ଗ୍ରାମରେ ବାଘ ଶୀକାର ଅଭିଯୋଗରେ ସରଧାପୁର ଗ୍ରାମର ଅଜିତ୍ ନାଏକ ଓ ଚୈତନ୍ୟ କୁଜୁରକୁ ବନବିଭାଗ ଗିରଫ କରିଛି। ଏହା ସହିତ ବାଘ ଚମଡାକୁ ପୋଡିଥିବା ପାଉଁଶକୁ ଜବତ କରିବା ସହ ବାଘ ମୁଣ୍ଡ ଖପୁରି, ହାଡକୁ ଜବତ କରିଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଡଇଁଚା ସେକସନ୍ ସରଧାପୁର ଗ୍ରାମର ୬ ଜଣ ବ୍ୟକ୍ତି ଖୋଲଗଡ ସଂରକ୍ଷିତ ଜଙ୍ଗଲକୁ ଜନ୍ତୁ ଶୀକାର କରିବାକୁ ଯାଇଥିଲେ। ହଠାତ୍ ଏକ କଲରା ପତରିଆ ବାଘ ହାବୁଡରେ ପଡ଼ି ଯାଇଥିଲେ। ସେମାନେ ଏକ ବାଘ ଛୁଆକୁ ଗୁଳିକରି ତାର ମୁଣ୍ଡ ଓ ଚମଡାକୁ ଘରକୁ ଆଣିଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଆସୁଥିବାର ଜାଣି ସେମାନେ ମୁଣ୍ଡକୁ ଜଙ୍ଗଲରେ ଫୋପାଡି ଦେବା ସହ ଚମଡାକୁ ନିଆଁରେ ପୋଡ଼ି ଦେଇଥିଲେ। ବନବିଭାଗ ଚମଡା ପୋଡୁଥିବା ସ୍ଥାନରେ ପହଂଚି ପୋଡି…
ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଶେଷ ହେଲାଣି, ହେଲେ ବିବାଦର ଶେଷ ହୋଇପାରୁ ନାହିଁ। ଏହି ଉପନିର୍ବାଚନର ବହୁ ପୂର୍ବରୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା। ଏବେ ଗଣତି ସରି ବର୍ଷା ବରିହା ବିଧାୟିକା ଭାବେ ଶପଥ ନେଇ ସାରିଲେଣି। ତଥାପି ପଦମପୁର ଗରମ ଶେଷ ହୋଇ ନାହିଁ। ବିଜେପି ହାରିବା ପରେ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଦମପୁରରେ କଂଗ୍ରେସ ଭୋଟ ନେବା ପାଇଁ ବିଜେଡି ଡିଲ କରିଛି। ତେବେ ଏହି ଡିଲ କେବଳ କଥାବାର୍ତ୍ତାରେ ନୁହେଁ ଭୋଟ ପାଇଁ ନୋଟ କାରବାର ହୋଇଥିବାର ସେ ସଙ୍କେତ ଦେଇଛନ୍ତି। ଏହି ଡିଲ ଭୁବନେଶ୍ବରରେ ହେବା ପରେ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇ ଥିଲେ। ଏହା ପଛରେ ସତ୍ବତା କଣ ତାହାର ପ୍ରମାଣ ଅବଶ୍ୟ ଜୟନାରାୟଣ ମିଶ୍ର…
ମେଷ- ମେଷ ରାଶି ଆଜି ବଜରଙ୍ଗବାଲି ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ ଭ୍ରମଣ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ସଫଳ ହେବେ। ଆଜି ସଂଘର୍ଷପୂର୍ଣ୍ଣ ହେବ। ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ, ଏପରି ପରିସ୍ଥିତିରେ, ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ- ବୃଷ ରାଶିର ଲୋକମାନେ ଚାକିରିରେ ଅତିରିକ୍ତ ଦାୟିତ୍ଵ ପାଇପାରନ୍ତି। ପଦୋନ୍ନତିର ସମ୍ଭାବନା ସୃଷ୍ଟି ହେବ। ଆଜି ଋଣ ନେବା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ମଜବୁତ ରହିବ। ମାନସିକ ଉତ୍ତେଜନା ଦେଖାଦେବ, ବ୍ୟବସାୟିକ ସହଭାଗୀଙ୍କ ସହିତ ମତଭେଦ ହୋଇପାରେ, ଏପରି ପରିସ୍ଥିତିରେ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ମିଥୁନ- ଆଜି ମିଥୁନ ଲୋକଙ୍କ ପାଇଁ ଏକ ସୁନ୍ଦର ଦିନ ହେବ।…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଡିସେମ୍ବର ୯ ତାରିଖରେ ତୱାଙ୍ଗ ନିକଟରେ ହୋଇଥିଲା। ଏହି ସମୟ ମଧ୍ୟରେ ଭାରତୀୟ ସୈନିକମାନେ ଚୀନ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୨୦ ରୁ ଅଧିକ ଚୀନ୍ ସୈନିକ ଆହତ ହୋଇଛନ୍ତି। ଅକ୍ଟୋବର ୨୦୨୧ ରେ, ଅରୁଣାଚଳ ପ୍ରଦେଶର ୟାଙ୍ଗସେରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।
ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ ଅଚାନକ ବାଲୁଗାଁ ଗସ୍ତରେ ଆସି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବାଲୁଗାଁ ଏନଏସି ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟର ମାନ ପରଖିଥିଲେ। ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କୁ ଯୋଗାଯାଉଥିବା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ କିଛି ରୋଗୀଙ୍କ ସହ ବାର୍ତାଳାପ ମଧ୍ୟ କରିଥିଲେ। ଏହାପରେ ଜିଲ୍ଲାପାଳ ବାଲୁଗାଁ ଜେଟିକୁ ଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଦେଖିବା ସହ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ପାଇଁ ଡ଼ଙ୍ଗା ଚାଳକଙ୍କୁ ତାଗିଦ କରିଥିଲେ। ପରିଶେଷରେ ଗଙ୍ଗାଧରପୁର ନିକଟରେ ଚିଲିକା ବ୍ଲକ ପାଇଁ ପ୍ରସ୍ତାବିତ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କରି ଖୋର୍ଦ୍ଧା ଫେରିଯାଇଥିଲେ ଜିଲ୍ଲାପାଳ। ଉକ୍ତ ଗସ୍ତରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ପୋଲିସ…
ଭୁବନେଶ୍ବର: ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି। ଏହା ଏକ ସାର୍ବଜନୀନ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତ୍ତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି। ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଅଛି। ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନ୍ସୋର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍…
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ଅସରାଳ ଏବଂ କୋଟସିଂହ ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଉକ୍ତ ଚଢ଼ାଉରେ ବେଗୁନିଆ ତହସିଲଦାର ପୃଥ୍ଵୀରାଜ ମଣ୍ଡଳ,ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ,ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିଜଟରେ ଭାରସାମ୍ୟ ହରାଇ ଓଲଟିଲା ପଥର ବୋଝେଇ ୪୦୭ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଚାଳକ। ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପଟରେ ଲମ୍ବି ରହିଛି ଶହ ଶହ ଗାଡି। ପଥର ବୋଝେଇ ୪୦୭ ଟି ଟାଙ୍ଗୀରୁ ବାଲୁଗାଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ କ୍ଳିଅର କରୁଥିବା ଦେଖାଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଏଡିଏମ୍ ମନୋଜ ପାଢ଼ୀ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୩୭୧ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ…
ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା(୬୫)ବର୍ଷରେ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ୱର୍ଗତଃ ଜେନାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି। ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତଃ ମୋହନ ଜେନାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ନିଷ୍ଠା, ଦକ୍ଷତା ଓ ବିଚକ୍ଷଣ ବୁଦ୍ଧି ନିଶ୍ଚିତ ଭାବେ ନୂତନ ପିଢୀକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି।
ଭୁବନେଶ୍ବର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୋହନ ଜେନା ଯାଜପୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ସଂସଦର ବିଭିନ୍ନ କମିଟିରେ ସଦସ୍ୟ ରହି ଦକ୍ଷତାରେ ସହ କାମ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର : ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ନିଷ୍ପତି କ୍ରମେ ଆଜି ସାରା ରାଜ୍ୟରେ ଓକିଲମାନେ ଦିନିକିଆ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶତାଧିକ ଆଇନଜୀବୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଜନସାଧାରଙ୍କ ଦାବି ପାଇଁ ଓକିଲଙ୍କ ମୌଳିକ ଅଧିକାର ରକ୍ଷା ପାଇଁ ଏହି ଆନ୍ଦୋଳନ କରାଯାଇଥିଲା। କୋର୍ଟ କାର୍ଯ୍ୟରେ କେହି ବାଧା ସୃଷ୍ଟି ନକରି କିମ୍ବା ହସ୍ତକ୍ଷେପ ନକରି ଓକିଲମାନେ କୋର୍ଟ କାର୍ଯ୍ୟରୁ ଆଜି ନିବୃତି ରହିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟ ପକ୍ଷରୁ ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟାପାଠ ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀମାନଙ୍କ ବିରୁଦ୍ଧରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏକ ତରଫା। ଏଥି ପାଇଁ ଓକିଲମାନଙ୍କ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନା ଓ ମତବ୍ୟକ୍ତ କରିବାକୁ ସୁଯୋଗ ଦିଆନଯାଇ ଓକିଲମାନଙ୍କ ବିରୁଦ୍ଧରେ ଏପରି ନିର୍ଦେଶ…
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି। ଏଥି ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ର୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍ସିଲ୍ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି. ମାଥୁ୍ୟ ଜନ୍ଷ୍ଟନ, ଡାଇକିନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇୟାନ୍ ମାର୍ଟିନ୍ ଏବଂ ମି. ଡାନିୟେଲ୍ ସିମ୍ (ଡେପୁଟି କନ୍ସୁଲେଟ୍ ଜେନେରାଲ୍), ଅଷ୍ଟ୍ରେଲିଆନ୍ କନ୍ସୁଲେଟ୍ ଜେନେରାଲ୍, କୋଲକାତାଙ୍କ ମିଳିତ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ନିମନ୍ତେ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ୱରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍ମାନେ ଅବଗତ ହୋଇଥିଲେ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ। ଚାକିରି…
ଭୁବନେଶ୍ୱର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଯାଜପୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ସଂସଦର ବିଭିନ୍ନ କମିଟିରେ ସଦସ୍ୟ ରହି ଦକ୍ଷତାରେ ସହ କାମ କରିଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟତମ ଶୀର୍ଷ ନେତା ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ୧-ପଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି। ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦମ୍ପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା। ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀମତୀ ବର୍ଷା ସିଂ ବରିହା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ…

