Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ରବିବାର ପୂର୍ବାହ୍ନରେ ଭେଟେରାନ୍ସ କ୍ଲବ ଓଡ଼ିଶା ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ବିଶ୍ୱ ବନ୍ଧୁତ୍ୱ ପ୍ରସାରିତ କରିଛି। ପର୍ଯ୍ୟଟନ ଋତୁରେ ଶୀତର ଆଗମନ ସାଙ୍ଗକୁ ଦଳ ଭର୍ତ୍ତି ଚିଲିକା ଜଳରାଶିରେ ଖାଦ୍ୟ ଅନ୍ୱେଷଣରେ ସୁଦୂର କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆମେର୍ନିଆ, ସାଇବେରିଆ, କାଜାକିସ୍ତାନ, ଉଜ ବେକିସ୍ତାନ, ରୁଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ଅନେକ ପକ୍ଷୀ ଆସିଥାନ୍ତି। ତିନି ଚାରି ମାସ ରହଣି ପରେ ଶୀତ କମି ଆସିଲେ ପକ୍ଷୀମାନେ ପୁଣିଥରେ ନିଜ ନିଜ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ମାତ୍ର ପକ୍ଷୀମାନଙ୍କ ନିଜସ୍ୱ ବାସସ୍ଥାନ ଯାହାକି ଏହି ଦେଶମାନେ ପରସ୍ପର ମଧ୍ୟରେ କେତେବେଳେ ସୀମା ସରହଦ ତ କେତେବେଳେ ନିଜ…

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ହାସଲ କରିଛି। ବେନ ଷ୍ଟୋକ୍ସଙ୍କ ଧୂଆଁଧାର ପାଳିରେ ମେଲବୋର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୩୮ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କଲା। ସାମ କରନ ଏବଂ ଆଦିଲ ରସିଦ ଦଳ ପାଇଁ ବିପଜ୍ଜନକ ବୋଲିଂ କରିଥିଲେ। ଜୋସ୍ ବଟଲର୍ ୧୭ ବଲ୍ ର ସମ୍ମୁଖୀନ ହୋଇଥିଲେ ଏବଂ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୬ ରନ୍ ସ୍କୋର କରିଥିଲେ। ଆଲେକ୍ସ ହେଲ୍ସ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୧୦ ରନ୍ ସ୍କୋର କରିବା ପରେ ଫିଲିପ ସଲ୍ଟ ପାଭିଲିୟନକୁ ଫେରିଥିଲେ। ସେହିଭଳି ୨୩ ବଲରେ…

Read More

ତ୍ରିଶୁର: କେରଳର ତ୍ରିଶୁର ଜିଲ୍ଲାର ଏକ ଇସଲାମିକ ଅନୁଷ୍ଠାନ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଏଠାରେ ଲମ୍ବା ଧଳା ପୋଷାକ ଏବଂ ଟୋପି ପିନ୍ଧିଥିବା ଛାତ୍ରମାନେ ସେମାନଙ୍କର ହିନ୍ଦୁ ଗୁରୁଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଶ୍ଲୋକ ଏବଂ ମନ୍ତ୍ର ପାଠ କରୁଛନ୍ତି। ଅନୁଷ୍ଠାନର ଜଣେ ଶିକ୍ଷକ ଛାତ୍ରଙ୍କୁ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ୱର, ଗୁରୁ ସାକ୍ଷତ ପରବ୍ରହ୍ମ, ତସ୍ମେଇ ଶ୍ରୀ ଗୁରୁବେ ନମଃ” ପଢିବାକୁ କୁହନ୍ତି ଏବଂ ଛାତ୍ରମାନେ ମଧ୍ୟ ତାହା କରନ୍ତି। ଯେତେବେଳେ ଅନ୍ୟ ଜଣେ ଛାତ୍ର ବିଭିନ୍ନ ଶ୍ଳୋକ ପାଠ କରିବା ସମାପ୍ତ କରେ, ସେତେବେଳେ ଶିକ୍ଷକ ତାଙ୍କୁ ସଂସ୍କୃତ ଭାଷାରେ କହିଥିଲେ, “ଉତ୍ତମମ୍”। ଶ୍ରେଣୀଗୃହରେ ଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରେ ସମସ୍ତ ବାର୍ତ୍ତାଳାପ ସଂସ୍କୃତରେ ହୋଇଥାଏ। ମଲିକ୍ ଦିନାର ଇସଲାମିକ୍ କମ୍ପ୍ଲେକ୍ସ (MIC) ଦ୍ୱାରା ପରିଚାଳିତ ଏକାଡେମୀ ଅଫ୍ ଶରିଆ ଏବଂ ଆଡଭାନ୍ସ ଷ୍ଟଡିଜ୍ (ASAS) ର ପ୍ରିନ୍ସପାଲ୍ ଓନାମ୍ପିଲ୍ଲୀ ମୁହମ୍ମଦ ଫୈଜି…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ମହାବିଦ୍ୟାଳୟରେ ମୌଳିକ ସୁବିଧା ପାଇଁ ଛାତ୍ରଛାତ୍ରୀମାନେ ଦାବିପତ୍ର ଦେଲେ ସେମାନଙ୍କୁ ଅଧ୍ୟକ୍ଷ ଟିସି ଦେବାର ଧମକ ଦେଉଥିବାର ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ନାଚୁଣୀ ମହାବିଦ୍ୟାଳୟର ଯୁକ୍ତି ତିନି ପ୍ରଥମ ବର୍ଷର ଛାତ୍ର ଆଶାତୀତ ସାହୁ ଗତକାଲୀ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ, ଯେଉଁଥିରେ କି ମହାବିଦ୍ୟାଳୟରେ ପରିସ୍ରାଗାର ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ଏବଂ ଏହାକୁ ତୁରନ୍ତ ସୁଧାରିବା ପାଇଁ ଏକ ଦାବିପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କୁ ପ୍ରଦାନ କରୁଛନ୍ତି। ତେବେ ଅଧ୍ୟକ୍ଷ ଉକ୍ତ ଭିଡ଼ିଓରେ ପରିସ୍ରାଗାରକୁ ଏକାଧିକ ଥର ହଜାର ହଜାର ଟଙ୍କାରେ ମରାମତି କରାଯାଉଛି ଏବଂ ପୁଣି ମରାମତି କରାଯିବନି ବୋଲି ରୋକଠୋକ ମନା କରୁଥିବାର କହୁଛନ୍ତି। ଏହାପରେ ଛାତ୍ରଜଣଙ୍କ ଉକ୍ତ ଦାବିପତ୍ର ଗ୍ରହଣ କରିବା ସହ ଏହାର ଏକ ନକଲରେ ସ୍ଵାକ୍ଷର କରି ଦେବାପାଇଁ ଅଧ୍ୟକ୍ଷଙ୍କୁ…

Read More

ନୂଆଦିଲ୍ଲୀ: ଆଜି ଆଇସିସି ଟି-୨୦ ବିଶ୍ୱକପର ଫଳାଫଳର ଦିନ। ଫାଇନାଲରେ ଟାଇଟଲ ଜିତିବା ପାଇଁ ପାକିସ୍ତାନ ଏବଂ ଇଂଲଣ୍ଡର ଦଳ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ବର୍ଷାର ସମ୍ଭାବନା ଅଛି ଏବଂ ମ୍ୟାଚ୍ ପୂର୍ବରୁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏହି ମ୍ୟାଚରେ ନିୟମ କ’ଣ ପରିବର୍ତ୍ତନ କରାଯାଇଛି ଏବଂ ଏହା ମ୍ୟାଚକୁ କିପରି ପ୍ରଭାବିତ କରିବ, ଆସନ୍ତୁ ଜାଣିବା… ଟି-୨୦ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଏଠାରେ ବର୍ଷା ହେତୁ ଅନେକ ମ୍ୟାଚ୍ ଧୋଇ ହୋଇଯାଇଛି। ଫାଇନାଲ ମ୍ୟାଚ୍ ପାଇଁ ଆଇସିସି ଏକ ରିଜର୍ଭ ଦିନ ରଖିଛି। ଏହାର ଅର୍ଥ ହେଉଛି ଯଦି ରବିବାର ଦିନ ମ୍ୟାଚ୍ ହୋଇପାରିବ ନାହିଁ, ତେବେ ଏହା ସୋମବାର ଦିନ ଶେଷ ହୋଇପାରିବ। ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଫାଇନାଲ୍ ପୂର୍ବରୁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ…

Read More

ଭୁବନେଶ୍ବର: ସେ ହେଉଛନ୍ତି ବିଶ୍ବବିଖ୍ୟାତ ବୈଜ୍ଞାନିକ ଏ ପି ଜେ ଅବଦୁଲ କାଲାମ। ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି, ସେ ହେଉଛନ୍ତି ମିଶାଇଲ ମ୍ୟାନ। ନିଜର ବିଜ୍ଞାନ ବଳରେ ସେ ସାରା ବିଶ୍ବରେ ସୃଷ୍ଟି କରିଛନ୍ତି ହଇଚଇ। ସେହିପରି ଜଣେ ବୈଜ୍ଞାନିକ ଯେତେବେଳେ ଧର୍ମଗୁରୁଙ୍କୁ ଦେଖନ୍ତି ସେତେବେଳେ ସେ ତଳେ ଶୋଇ ନମସ୍କାର କରନ୍ତି। କାରଣ ସେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରେ ରହିଛି ଧର୍ମ ଭାବନ। ପ୍ରଖ୍ୟାତ ବୈଜ୍ଞାନିକ ଅବଦୁଳ କାଲମ ହିନ୍ଦୁ ଧର୍ମ ଗୁରୁଙ୍କ ପାଦତଳେ ବସି ଆର୍ଶିବାଦ ଭିକ୍ଷା କରୁଥିବାର ଏକ ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। କାରଣ ହେଲା ଯେ, ବର୍ତ୍ତମାନ ବିଜ୍ଞାନ ନାମରେ କେତେକ ଯେପରି ଅପ୍ରଚାରରେ ଲାଗିଛନ୍ତି ସେମାନଙ୍କୁ ପାନେ ଦେବା ହେଉଛି ଏହାର ଉଦ୍ଦେଶ୍ୟ। ନିକଟରେ ହେତୁବାଦୀ କହୁଥିବା କେତେକ ବ୍ୟକ୍ତି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ବେଳେ ଚିକେନ ବିରିୟାନି ଖାଇ ନିଜକୁ…

Read More

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ। ସେଥିପାଇଁ ବିଜେପି ଏବଂ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଏ ପର୍ଯ୍ୟନ୍ତ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଘୋଷଣା ହୋଇ ନାହିଁ। ଏଥର ବିଜେଡି ବେଶ ଭାବି ଚିନ୍ତି ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ସେଥିପାଇଁ ଏପରି ଡେରି ହେଉଛି ବୋଲି କୁହାଯାଉଛି। ପ୍ରଥମେ ବିଜେପି ତାହାର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାମ ଘୋଷଣା କରିଛି। ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିସାରିଛି।ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ସେହି ଅନୁସାରେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି। ଡିସେମ୍ବର ୫ରେ ଭୋଟିଂ…

Read More

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଜଣାପଡିଛି। ତେବେ ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ରାଷ୍ଟ୍ରପତି ଭୁବନେଶ୍ୱର ଆସିଥିବା ବେଳେ ତାଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ଓ ପୂର୍ବତନ ଛାତ୍ରୀସଂଘ ସାକ୍ଷାତ କରିଥିଲେ।  ଡିସେମ୍ବର ୩ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ସେହିଦିନ ମା’ ରମାଦେବୀଙ୍କ ୧୨୩ ତମ ଜନ୍ମ ଦିବସ ବି ପାଳନ କରାଯିବ। ଏହା ଜାଣିବା ପରେ ରାଷ୍ଟ୍ରପତି ରମାଦେବୀକୁ ଆସିବେ ବୋଲି କୁଳପତି କହିଛନ୍ତି। ୧୯୭୫ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଥିଲେ। ସେ ସେହି କଲେଜର ଛାତ୍ରୀନିବାସରେ ରହି ପାଠ ପଢୁଥିଲେ। ସେଥିପାଇଁ ରାଷ୍ଟ୍ରପତି ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Read More

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଦ୍ରୋହ ଆରମ୍ଭ ହୋଇଛି। ଟିକେଟ୍ ନ ପାଇବାରୁ ଅତି କମରେ ଜଣେ ବର୍ତ୍ତମାନର ବିଧାୟକ ଏବଂ ଦଳର ପୂର୍ବତନ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଧମକ ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ ତାରିଖ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। କିଛି ଅସନ୍ତୁଷ୍ଟ ଦଳର ନେତା କହିଛନ୍ତି ଯେ, ସେମାନଙ୍କ ସମର୍ଥକଙ୍କ ସହ ପରାମର୍ଶ କରିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ। କିନ୍ତୁ ପୂର୍ବତନ ବିଜେପି ବିଧାୟକ ହର୍ଷଦ ବସାବା ଶୁକ୍ରବାର ଦିନ ନନ୍ଦୋଡ (ଅନୁସୂଚିତ ଜନଜାତି ସଂରକ୍ଷିତ) ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ହର୍ଷଦ ବସାବା ବିଜେପିର ଗୁଜୁରାଟ ୟୁନିଟର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି, ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୦୭ ରୁ ୨୦୧୨…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ ୧୦.୬୫ କିଲୋମିଟର ବିଶିଷ୍ଟ ବ୍ରଡ ଗେଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) ୧୦ ନଭେମ୍ବର ୨୦୨୨ ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି ଏହାର କାର୍ଯ୍ୟକ୍ଷମ ପାଇଁ ତାଙ୍କ ସମ୍ମତି ପ୍ରଦାନ କରିଛନ୍ତି। ନୂତନ ଭାବରେ ନିର୍ମିତ ରେଳ ଲାଇନର ସୁରକ୍ଷା ଦିଗଗୁଡିକ ଯଥା ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ୱାର୍କସ୍ ଇତ୍ୟାଦି କାର୍ଯ୍ୟଗୁଡିକ ସିଆରଏସଙ୍କ ଦ୍ୱାରା ଯାଞ୍ଚ କରାଯାଇଅଛି ଏବଂ ନିର୍ମାଣଧୀନ କାର୍ଯ୍ୟ ଚାଲୁରହିଥିବା ୨୮୯ କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୦.୬୫ କିଲୋମିଟର ଲାଇନ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକ ସଠିକ ଥିବା ଯୋଗୁଁ ଏହି ନୂତନ ଲାଇନ କୁ କାର୍ଯ୍ୟକ୍ଷମ ପାଇଁ ସମ୍ମତି ପ୍ରଦାନ କରାଯାଇଅଛି। ପୂର୍ବତଟ ରେଳପଥର ବରିଷ୍ଠ ରେଳ…

Read More

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା…

Read More

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ।…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…

Read More

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି, ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା। ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା। ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ…

Read More

କଟକ: କଞ୍ଜ୍ୟୁମର ବାର ଆସୋସିଏସନର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ ଶିଳଭଦ୍ର ଶାସ୍ତ୍ରୀ। ଆଜି ହୋଇଥିବା ନିର୍ବାଚନରେ ସେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ବାର ଆସୋସିଏସନ ତରଫରୁ ପ୍ରକାଶ କରାଯାଇଛି। ସେହିପରି ଅନ୍ୟ ପଦପଦବୀ ପାଇଁ ଯେଉଁମାନେ ନିର୍ବାଚତ ହୋଇଛନ୍ତି ସେମାନେ ହେଲେ ସଭାପତି – ଗିରିଜା ପ୍ରସାଦ ଦତ୍ତ ଉପସଭାପତି – ଶିଳଭଦ୍ର ଶାସ୍ତ୍ରୀ ସେକ୍ରେଟାରୀ – ଜ୍ୟୋତି ପଟ୍ଟନାୟକ ଆସିଷ୍ଟାଣ୍ଟ ସେକ୍ରେଟାରୀ -ପ୍ରସ୍ମଜୀତ ସିହ୍ନା ଟ୍ରେଜେରର -ବିଚିତ୍ର ମୋହନ ମହାପାତ୍ର ଶିଳଭଦ୍ର ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ କରାଯାଉଛି।

Read More

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ମାଷ୍ଟ୍ରର ଷ୍ଟ୍ରୋକ। ପଦ୍ମପୁରକୁ ଏକ ଜିଲ୍ଲା ଘୋଷଣାକୁ ପୂର୍ଣ୍ଣ ସମର୍ଥନ କରିଛି ବିଜୁ ଜନତା ଦଳ।  ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ ଆଲୋଚନା କରିଥିବା କହିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ। ଶ୍ରୀ ସିଂହ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ୱରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ଶ୍ରୀ ସିଂହ କହିଛନ୍ତି ବିଜୁ ପଟ୍ଟନାୟକ ଓଡିଶାର ୧୩ଟି ଜଲ୍ଲାକୁ ୩୦ଟି ଜିଲ୍ଲାରେ…

Read More

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା । ଶ୍ରୀ ଘିବେଲା କହିଛନ୍ତି ଯେ ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ । ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ଏହି ବିଶେଷ ସମ୍ମିଳନୀରେ ଏମ୍ସ ନୂଆଦିଲ୍ଲୀ, ପିଯିଆଇଏମଇଆର ଚଣ୍ଡିଗଡ, ଜିପମର ପୁଡୁଚେରୀ, ଏମ୍ସ ପାଟନା, ଏମ୍ସ ରାୟପୁର, ଏମ୍ସ ଯୋଧପୁର, ଏମ୍ସ ଭୋପାଳ, ଏମ୍ସ କଲ୍ୟାଣୀ, ଏମ୍ସ ଗୋରଖପୁର, ଏମ୍ସ ବାଥିଣ୍ଡା, ଏମ୍ସ ବିବିନଗର, ଏମ୍ସ ମଙ୍ଗଳାଗିରି ଏବଂ ଏମଜିଆଇଏମଏସ ସେବାଗ୍ରାମ ଭଳି ଜାତୀୟ ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସମେତ ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ପାଞ୍ଚଶହରୁ ଅଧିକ ଯୁବ ଚିକିତ୍ସକ ଅଂଶ୍ରହଣ କରିଥଲେ। ଇ ଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ ସହିତ “ନିରନ୍ତର ସ୍ୱାସ୍ଥ୍ୟ ପାଇଁ ସମ୍ପ୍ରଦାୟର ଚିକିତ୍ସକ” ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨.୧୧.୨ଠ୨୧) ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ୧ଠ,୫ଠଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କିପରି ବିପ୍ଳବୀ ଭିରତୁ ଆଲୁରୁ ସୀତାରାମରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ଆନ୍ଧ୍ର ପ୍ରଦେଶ ଆସିବାର ସୁଯୋଗ ପାଇଥିବାରୁ ତାହାର ସ୍ମରଣ କରି ତାଙ୍କ ଉଦବୋଧନ ଆମ୍ଭ କରିଥିଲେ। ବାଣିଜ୍ୟ ଓ ବ୍ୟବସାୟର ସମୃଦ୍ଧ ପରମ୍ପରା ନେଇ ବିଶାଖାପାଟଣା ଏକ ସ୍ୱତନ୍ତ୍ର ନଗରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରାଚୀନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବେ ଏହାର ବାଣିଜ୍ୟ ପଥ ପଶ୍ଚିମ ଏସିଆ ଓ ରୋମ ପର୍ଯ୍ୟନ୍ତ ହଜାର ହଜାର ବର୍ଷ ପୂର୍ବରୁ ରହିଥିଲା ଓ ଏବେ ମଧ୍ୟ ଆଜିକାଲିର ଭାରତୀୟ ବାଣିଜ୍ୟ ଯାତ୍ରାର କେନ୍ଦ୍ରବିନ୍ଦୁ ରହିଛି। ୧ଠ,୫ଠଠ କୋଟି ଟଙ୍କାର ଯେଉଁସବୁ ଶିଳାନ୍ୟାସ ଓ ଉଦଘାଟନ ହେଉଛି ଏହା ଭିତ୍ତିଭୂମି ବିକାଶ, ସହଜ ଜୀବନଧାରା ଆତ୍ମନିର୍ଭର ଭାରତକୁ ଏକ ନୂତନ…

Read More

ସୀତାରାମ ଅଗ୍ରୱାଲା ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ବ୍ୟାନ ହୋଇଛି ଡିଜେ। ସୂଚନା ଥାଉ କି ବାରମ୍ବାର ପୋଲିସର ଅନୁରୋଧ ସତ୍ବେ ବାଲୁଗାଁ ପୋଲିସ ସବଡିଭିଜନ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଳମ୍ବିତ ରାତ୍ରି ଯାଏଁ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି। ନିକଟରେ ମଧ୍ୟ ଏସଡିପିଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ଗଣେଶ ପୂଜା ଭସାଣି ସମୟରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସ ଏକାଧିକ ଡିଜେ ଗାଡ଼ି ଜବତ କରିଥିଲା। ତଥାପି ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିବାପରେ ଆଜି ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ…

Read More